Guru Granth Sahib Translation Project

guru granth sahib odia page-1387

Page 1387

ਦੇਹੁ ਦਰਸੁ ਮਨਿ ਚਾਉ ਭਗਤਿ ਇਹੁ ਮਨੁ ਠਹਰਾਵੈ ॥ ମନରେ ଏହି ଆକାଂକ୍ଷା ଅଛି ଯେ ନିଜର ଦର୍ଶନ ପ୍ରଦାନ କର, ତୋର ଭକ୍ତିରେ ଏହି ନମନ ସ୍ଥିର ହୋଇଥାଏ।
ਬਲਿਓ ਚਰਾਗੁ ਅੰਧ੍ਯ੍ਯਾਰ ਮਹਿ ਸਭ ਕਲਿ ਉਧਰੀ ਇਕ ਨਾਮ ਧਰਮ ॥ ଅନ୍ଧାରରେ ତୋର ନାମ ଦୀପ ପ୍ରଜ୍ଜ୍ଵଳିତ ହୋଇଥାଏ, ଯାହାଦ୍ୱାରା କଳିଯୁଗ ଜୀବର ଉଦ୍ଧାର ହୋଇଥାଏ ଏବଂ ତୋର ନାମ ସ୍ମରଣ ହିଁ ଧର୍ମ-କର୍ମ ହୋଇଥାଏ।
ਪ੍ਰਗਟੁ ਸਗਲ ਹਰਿ ਭਵਨ ਮਹਿ ਜਨੁ ਨਾਨਕੁ ਗੁਰੁ ਪਾਰਬ੍ਰਹਮ ॥੯॥ ପଞ୍ଚମ ଗୁରୁ କହନ୍ତି ଯେ ସଂପୂର୍ଣ୍ଣ ସଂସାରରେ ପରଂବ୍ରହ୍ମ ରୂପ ଗୁରୁ ନାନକ ପ୍ରକଟ ହୋଇଛନ୍ତି||9||
ਸਵਯੇ ਸ੍ਰੀ ਮੁਖਬਾਕ੍ ਮਹਲਾ ੫ ସୱୟେ ସ୍ତ୍ରୀ ମୁଖବାକ୍ୟ ମହଲା 5
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରିବ।
ਕਾਚੀ ਦੇਹ ਮੋਹ ਫੁਨਿ ਬਾਂਧੀ ਸਠ ਕਠੋਰ ਕੁਚੀਲ ਕੁਗਿਆਨੀ ॥ ଏହି ଶରୀର ନଶ୍ଵର ଅଟେ, ମୋହ-ମାୟାରେ ଫସି ରହିଥାଏ, ମୁଁ ମୂର୍ଖ, କଠୋର ପାପ ଦ୍ଵାରା ମଳିନ ଓ ଅଜ୍ଞାନ ଅଟେ।
ਧਾਵਤ ਭ੍ਰਮਤ ਰਹਨੁ ਨਹੀ ਪਾਵਤ ਪਾਰਬ੍ਰਹਮ ਕੀ ਗਤਿ ਨਹੀ ਜਾਨੀ ॥ ମନ ଏଣେତେଣେ ଦୌଡି ଥାଏ, ସ୍ଥିର ରହିପାରେ ନାହିଁ ଏବଂ ଏହା ପରଂବ୍ରହ୍ମଙ୍କ ମହିମାକୁ ଜାଣେ ନାହିଁ।
ਜੋਬਨ ਰੂਪ ਮਾਇਆ ਮਦ ਮਾਤਾ ਬਿਚਰਤ ਬਿਕਲ ਬਡੌ ਅਭਿਮਾਨੀ ॥ ଏହି ଯୌବନ, ରୂପ-ସୌନ୍ଦର୍ଯ୍ୟ ମାୟାର ନିଶାରେ ମସ୍ତ ଅଛି ଆଉ ବଡ ଅଭିମାନୀ ବନି ବିଚରଣ କରିଥାଏ।
ਪਰ ਧਨ ਪਰ ਅਪਵਾਦ ਨਾਰਿ ਨਿੰਦਾ ਯਹ ਮੀਠੀ ਜੀਅ ਮਾਹਿ ਹਿਤਾਨੀ ॥ ପର ଧନ, ପର ଝଗଡା, ନାରୀ ଏବଂ ଲୋକଙ୍କ ନିନ୍ଦା ହିଁ ମନକୁ ମିଠା ଏବଂ ଭଲ ଲାଗିଥାଏ।
ਬਲਬੰਚ ਛਪਿ ਕਰਤ ਉਪਾਵਾ ਪੇਖਤ ਸੁਨਤ ਪ੍ਰਭ ਅੰਤਰਜਾਮੀ ॥ ମୁଁ ଲୁକ୍କାୟିତ ଭାବରେ ଛଳ-କପଟ କରିଥାଏ, କିନ୍ତୁ ଅନ୍ତର୍ଯାମୀ ପ୍ରଭୁ ସବୁ ଦେଖୁଥାନ୍ତି।
ਸੀਲ ਧਰਮ ਦਯਾ ਸੁਚ ਨਾਸ੍ਤਿ ਆਇਓ ਸਰਨਿ ਜੀਅ ਕੇ ਦਾਨੀ ॥ ମୋ’ ଠାରେ କୌଣସି ଶୀଳ, ଧର୍ମ, ଦୟା ଆଦି ନାହିଁ, ଏଣୁ ପ୍ରାଣଦାତା ପ୍ରଭୁଙ୍କ ଶରଣରେ ଆସିଛି।
ਕਾਰਣ ਕਰਣ ਸਮਰਥ ਸਿਰੀਧਰ ਰਾਖਿ ਲੇਹੁ ਨਾਨਕ ਕੇ ਸੁਆਮੀ ॥੧॥ ହେ ଶ୍ରୀଧର! ତୁ କରଣ କାରଣ ଅଟୁ, ସର୍ବ ସମର୍ଥ ଅଟୁ, ହେ ନାନକଙ୍କ ସ୍ଵାମୀ! ମୋତେ ସଂସାରର ବନ୍ଧନରୁ ରକ୍ଷା କର||1||
ਕੀਰਤਿ ਕਰਨ ਸਰਨ ਮਨਮੋਹਨ ਜੋਹਨ ਪਾਪ ਬਿਦਾਰਨ ਕਉ ॥ ଈଶ୍ଵରଙ୍କ କୀର୍ତ୍ତିଗାନ କରିବା ଏବଂ ତାହାଙ୍କ ଶରଣରେ ଆସିବା, ଦୁଇଟି ହିଁ କାମ ପାପ ନଷ୍ଟ କରିଥାଏ।
ਹਰਿ ਤਾਰਨ ਤਰਨ ਸਮਰਥ ਸਭੈ ਬਿਧਿ ਕੁਲਹ ਸਮੂਹ ਉਧਾਰਨ ਸਉ ॥ ନିରଙ୍କାର ସଂସାର-ସାଗରରୁ ପାର କରାଇ ଥାଆନ୍ତି, ସେ ସର୍ବ ସମର୍ଥ ଆଉ ସଂପୂର୍ଣ୍ଣ କୁଳକୁ ଉଦ୍ଧାର କରିଥାନ୍ତି।
ਚਿਤ ਚੇਤਿ ਅਚੇਤ ਜਾਨਿ ਸਤਸੰਗਤਿ ਭਰਮ ਅੰਧੇਰ ਮੋਹਿਓ ਕਤ ਧਂਉ ॥ ହେ ଅଚେତ ମନ! ସନ୍ଥଙ୍କ ସଙ୍ଗତରେ ଉପଦେଶ ନେଇ ଈଶ୍ଵରଙ୍କ ସ୍ମରଣ କର, କାହିଁକି ମୋହର ଅନ୍ଧକାରରେ ପଥଭ୍ରଷ୍ଟ ହେଉଛୁ?
ਮੂਰਤ ਘਰੀ ਚਸਾ ਪਲੁ ਸਿਮਰਨ ਰਾਮ ਨਾਮੁ ਰਸਨਾ ਸੰਗਿ ਲਉ ॥ ଜିହ୍ଵାରେ ପ୍ରତି ଘଡି, ମୂହୁର୍ତ୍ତ ଏବଂ କ୍ଷଣ ରାମ ନାମର ସ୍ମରଣ କର।
ਹੋਛਉ ਕਾਜੁ ਅਲਪ ਸੁਖ ਬੰਧਨ ਕੋਟਿ ਜਨੰਮ ਕਹਾ ਦੁਖ ਭਂਉ ॥ ମାୟା ରୂପୀ କାର୍ଯ୍ୟ ଅଳ୍ପ ସୁଖ ଦେଇଥାଏ, କୋଟି କୋଟି ଜନ୍ମ ବନ୍ଧନରେ ଫସି ଦୁଃଖ ଭୋଗ କରିବାକୁ କାହିଁକି ପ୍ରସ୍ତୁତ ହେଉଛୁ ?
ਸਿਖ੍ਯ੍ਯਾ ਸੰਤ ਨਾਮੁ ਭਜੁ ਨਾਨਕ ਰਾਮ ਰੰਗਿ ਆਤਮ ਸਿਉ ਰਂਉ ॥੨॥ ଗୁରୁ ନାନକ ବୁଝାନ୍ତି ଯେ ସନ୍ଥଙ୍କ ଉପଦେଶ ଅନୁସାରେ ପରମାତ୍ମାଙ୍କ ଭଜନ କର, ଅନ୍ତର୍ମନରେ ପ୍ରଭୁ ରଙ୍ଗରେ ଲୀନ ରୁହ||2||
ਰੰਚਕ ਰੇਤ ਖੇਤ ਤਨਿ ਨਿਰਮਿਤ ਦੁਰਲਭ ਦੇਹ ਸਵਾਰਿ ਧਰੀ ॥ ହେ ଜୀବ! ଈଶ୍ଵର ପିତାଙ୍କ ଅଳ୍ପ ବୀର୍ଯ୍ୟ ମାତାର ଗର୍ଭରେ ରଖି ଦୁର୍ଲଭ ଶରୀର ବନାଇଛନ୍ତି।
ਖਾਨ ਪਾਨ ਸੋਧੇ ਸੁਖ ਭੁੰਚਤ ਸੰਕਟ ਕਾਟਿ ਬਿਪਤਿ ਹਰੀ ॥ ତୋତେ ଖାଇବା-ପିଇବା, ସୁଖ-ସୁବିଧା ପ୍ରଦାନ କରିଛନ୍ତି, ତୋର ସଙ୍କଟ-ବିପତ୍ତି ହରଣ କରିଛନ୍ତି।
ਮਾਤ ਪਿਤਾ ਭਾਈ ਅਰੁ ਬੰਧਪ ਬੂਝਨ ਕੀ ਸਭ ਸੂਝ ਪਰੀ ॥ ତୋତେ ମାତା-ପିତା, ଭାଇ ଏବଂ ସମ୍ପର୍କୀୟଙ୍କ ସୁଖ ପ୍ରଦାନ କରିଛନ୍ତି।
ਬਰਧਮਾਨ ਹੋਵਤ ਦਿਨ ਪ੍ਰਤਿ ਨਿਤ ਆਵਤ ਨਿਕਟਿ ਬਿਖੰਮ ਜਰੀ ॥ ଧୀରେ ଧୀରେ ପ୍ରତିଦିନ ତୁ ବଢି ଚାଲିଛୁ ଆଉ ଏହିପରି ବିଷମ ବାର୍ଦ୍ଧକ୍ୟ ଆସିଛି।
ਰੇ ਗੁਨ ਹੀਨ ਦੀਨ ਮਾਇਆ ਕ੍ਰਿਮ ਸਿਮਰਿ ਸੁਆਮੀ ਏਕ ਘਰੀ ॥ ହେ ଗୁଣବିହୀନ, ଦୀନ, ମାୟାର କୀଡା! ଏକ କ୍ଷଣ ପାଇଁ ସେହି ସ୍ଵାମୀଙ୍କ ସ୍ମରଣ କର।
ਕਰੁ ਗਹਿ ਲੇਹੁ ਕ੍ਰਿਪਾਲ ਕ੍ਰਿਪਾ ਨਿਧਿ ਨਾਨਕ ਕਾਟਿ ਭਰੰਮ ਭਰੀ ॥੩॥ ନାନକ ବିନତି କରନ୍ତି ଯେ ହେ କୃପାନିଧି! କୃପା କରି ଆମର ହାତ ଧର ଆଉ ଭ୍ରମ ଦୂର କରି ଦିଅ||3||
ਰੇ ਮਨ ਮੂਸ ਬਿਲਾ ਮਹਿ ਗਰਬਤ ਕਰਤਬ ਕਰਤ ਮਹਾਂ ਮੁਘਨਾਂ ॥ ହେ ମନ! ତୋର ଆଚରଣ ଏହି ପ୍ରକାର, ଯେପରି ମୂଷା ବିଲରେ ଅହଂକାର କରିଥାଏ ଏବଂ ମହାମୂର୍ଖ ଭଳି କାର୍ଯ୍ୟ କରିଥାଏ।
ਸੰਪਤ ਦੋਲ ਝੋਲ ਸੰਗਿ ਝੂਲਤ ਮਾਇਆ ਮਗਨ ਭ੍ਰਮਤ ਘੁਘਨਾ ॥ ତୁ ମାୟାର ଝୁଲା ନେଇଛୁ, ସେଥିରେ ମସ୍ତ ରହିଛୁ ଆଉ ଏବଂ ପେଚା ଭଳି ପଥଭ୍ରଷ୍ଟ ହେଉଛୁ।
ਸੁਤ ਬਨਿਤਾ ਸਾਜਨ ਸੁਖ ਬੰਧਪ ਤਾ ਸਿਉ ਮੋਹੁ ਬਢਿਓ ਸੁ ਘਨਾ ॥ ନିଜର ପୁତ୍ର, ପତ୍ନୀ, ସାଥୀ ଏବଂ ସମ୍ପର୍କୀୟଙ୍କ ସୁଖ ସହିତ ତୋର ମୋହ ବହୁତ ବଢି ଯାଇଛି,
ਬੋਇਓ ਬੀਜੁ ਅਹੰ ਮਮ ਅੰਕੁਰੁ ਬੀਤਤ ਅਉਧ ਕਰਤ ਅਘਨਾਂ ॥ ତୁ ଅହଙ୍କାରର ଯେଉଁ ବିହନ ବୁଣିଛୁ, ତାହା ଅଙ୍କୁରିତ ହୋଇ ଯାଇଛି ଏବଂ ସାରା ଜୀବନ ପାପରେ ଅତିବାହିତ ହୋଇଛି।
ਮਿਰਤੁ ਮੰਜਾਰ ਪਸਾਰਿ ਮੁਖੁ ਨਿਰਖਤ ਭੁੰਚਤ ਭੁਗਤਿ ਭੂਖ ਭੁਖਨਾ ॥ ମୃତ୍ୟୁ ରୂପୀ ବିରାଡି ମୁହଁ ବୁଲାଇ ତୋତେ ଦେଖୁଛି, ପରନ୍ତୁ ସଂସାରର ସୁଖ-ବୈଭବ ଭୋଗ କରି କ୍ଷୁଧା ହିଁ ରହି ଯାଇଛି।
ਸਿਮਰਿ ਗੁਪਾਲ ਦਇਆਲ ਸਤਸੰਗਤਿ ਨਾਨਕ ਜਗੁ ਜਾਨਤ ਸੁਪਨਾ ॥੪॥ ଗୁରୁ ନାନକ କହନ୍ତି ଯେ ସଂସାରକୁ ସ୍ଵପ୍ନ ଭାବି ସତସଙ୍ଗତରେ ଦୟାଳୁ ପ୍ରଭୁଙ୍କ ଭଜନ କର||4||
error: Content is protected !!
Scroll to Top