Guru Granth Sahib Translation Project

guru granth sahib odia page-1371

Page 1371

ਕਬੀਰ ਚੁਗੈ ਚਿਤਾਰੈ ਭੀ ਚੁਗੈ ਚੁਗਿ ਚੁਗਿ ਚਿਤਾਰੇ ॥ ହେ କବୀର! ପକ୍ଷୀ ଦାନା ଖାଇବା ବେଳେ ନିଜ ଶାବକକୁ ସ୍ମରଣ କରିଥାଏ, ବାରମ୍ବାର ଦାନା ଖାଇ ତାହାର ସ୍ମରଣରେ ଲୀନ ରହିଥାଏ।
ਜੈਸੇ ਬਚਰਹਿ ਕੂੰਜ ਮਨ ਮਾਇਆ ਮਮਤਾ ਰੇ ॥੧੨੩॥ ଯେପରି ଶାବକର ସ୍ମରଣ ପକ୍ଷୀ ମନରେ ରହିଥାଏ, ସେପରି ହିଁ ବ୍ୟକ୍ତିର ମନରେ ମାୟାର ମମତା ଲାଗି ରହିଥାଏ||123||
ਕਬੀਰ ਅੰਬਰ ਘਨਹਰੁ ਛਾਇਆ ਬਰਖਿ ਭਰੇ ਸਰ ਤਾਲ ॥ ହେ କବୀର! ଯେତେବେଳେ ଆକାଶରେ ବାଦଲ ଆସିଥାଏ, ବର୍ଷା ହୋଇ ସରୋବାର ଭରି ହୋଇଯାଏ, ପରନ୍ତୁ
ਚਾਤ੍ਰਿਕ ਜਿਉ ਤਰਸਤ ਰਹੈ ਤਿਨ ਕੋ ਕਉਨੁ ਹਵਾਲੁ ॥੧੨੪॥ ତଥାପି ଚାତକ ବର୍ଷା ବିନ୍ଦୁ ପାଇଁ ବ୍ୟାକୁଳ ହୋଇଥାଏ, ତାହାର ଅବସ୍ଥା କଣ ହେବ, ସେ କେବେ ମଧ୍ୟ ତୃପ୍ତ ହୁଏନାହିଁ||124||
ਕਬੀਰ ਚਕਈ ਜਉ ਨਿਸਿ ਬੀਛੁਰੈ ਆਇ ਮਿਲੈ ਪਰਭਾਤਿ ॥ ହେ କବୀର! ଚକୋରୀ ନିଃସନ୍ଦେହରେ ନିଜ ଚକୋର ଠାରୁ ରାତ୍ରିରେ ବିଚ୍ଛେଦ ହୋଇଯାଏ, କିନ୍ତୁ ପ୍ରାତଃ କାଳ ହେବା ମାତ୍ରେ ତାହାଙ୍କ ମିଳନ ହୋଇଯାଏ।
ਜੋ ਨਰ ਬਿਛੁਰੇ ਰਾਮ ਸਿਉ ਨਾ ਦਿਨ ਮਿਲੇ ਨ ਰਾਤਿ ॥੧੨੫॥ ପରନ୍ତୁ ଯେଉଁ ବ୍ୟକ୍ତି ଈଶ୍ବରଙ୍କ ଠାରୁ ବିଚ୍ଛେଦ ହୋଇଯାଏ, ନା ତାହର ଦିନରେ ମିଳନ ହୋଇଥାଏ, ନା ରାତ୍ରି କାଳରେ ହୋଇଥାଏ||125||
ਕਬੀਰ ਰੈਨਾਇਰ ਬਿਛੋਰਿਆ ਰਹੁ ਰੇ ਸੰਖ ਮਝੂਰਿ ॥ କବୀର ଜୀ କହନ୍ତି ଯେ ସାଗର ଠାରୁ ବିଚ୍ଛେଦ ଥିବା ହେ ଶଙ୍ଖ! ତୁମେ ସମୁଦ୍ରରେ ହିଁ ରୁହ, ଏହା ଉତ୍ତମ ଅଟେ,
ਦੇਵਲ ਦੇਵਲ ਧਾਹੜੀ ਦੇਸਹਿ ਉਗਵਤ ਸੂਰ ॥੧੨੬॥ ଅନ୍ୟଥା ସୂର୍ଯ୍ୟ ଉଦୟ ହେବା ମାତ୍ରେ ମନ୍ଦିରରେ ଚିତ୍କାର କରୁଥିବ||126||
ਕਬੀਰ ਸੂਤਾ ਕਿਆ ਕਰਹਿ ਜਾਗੁ ਰੋਇ ਭੈ ਦੁਖ ॥ କବୀର ଜୀ କହନ୍ତି ଯେ ହେ ମନୁଷ୍ୟ କାହିଁକି ଅଜ୍ଞାନତାର ନିଦ୍ରାରେ ଶୟନ କରୁଅଛ? ଜାଗ୍ରତ ହୁଅ, ମୃତ୍ୟୁ-ଭୟର ଦୁଃଖରୁ ସତର୍କ ରୁହ।
ਜਾ ਕਾ ਬਾਸਾ ਗੋਰ ਮਹਿ ਸੋ ਕਿਉ ਸੋਵੈ ਸੁਖ ॥੧੨੭॥ ଯେଉଁ ଶରୀର କବରରେ ରହିବାକୁ ହୁଏ, ସେ ସୁଖର ନିଦ୍ରାରେ କିପରି ଶୟନ କରି ପାରିବ?||127||
ਕਬੀਰ ਸੂਤਾ ਕਿਆ ਕਰਹਿ ਉਠਿ ਕਿ ਨ ਜਪਹਿ ਮੁਰਾਰਿ ॥ କବୀର ଜୀ କହନ୍ତି ଯେ ହେ ପ୍ରାଣୀ! କାହିଁକି ଅଜ୍ଞାନତାର ନିଦ୍ରାରେ ଶୟନ ନକରିଛୁ, ଜାଗି ଉଠି ପରମାତ୍ମାଙ୍କ ଭଜନ କର,
ਇਕ ਦਿਨ ਸੋਵਨੁ ਹੋਇਗੋ ਲਾਂਬੇ ਗੋਡ ਪਸਾਰਿ ॥੧੨੮॥ କାରଣ ଏକ ନା ଏକ ଦିନ ତୁ ଦୁଇ ଗୋଡ ପ୍ରସାରି ଚିର ନିଦ୍ରାରେ ଶୟନ କରିବାକୁ ହେବ||128||
ਕਬੀਰ ਸੂਤਾ ਕਿਆ ਕਰਹਿ ਬੈਠਾ ਰਹੁ ਅਰੁ ਜਾਗੁ ॥ କବୀର ଜୀ କହନ୍ତି ଯେ ହେ ମନୁଷ୍ୟ! ତୁ ଶୟନ କରି କାହିଁକି ସମୟ ବରବାଦ କରିଛୁ, ଉଠି ଜାଗ୍ରତ ହୁଅ।
ਜਾ ਕੇ ਸੰਗ ਤੇ ਬੀਛੁਰਾ ਤਾ ਹੀ ਕੇ ਸੰਗਿ ਲਾਗੁ ॥੧੨੯॥ ଯେଉଁ ଭଗବାନଙ୍କ ଠାରୁ ବିଚ୍ଛେଦ ହୋଇଛୁ, ତାହାଙ୍କ ଚରଣ ଶରଣରେ ଲାଗି ଯାଅ||129||
ਕਬੀਰ ਸੰਤ ਕੀ ਗੈਲ ਨ ਛੋਡੀਐ ਮਾਰਗਿ ਲਾਗਾ ਜਾਉ ॥ କବୀର ଜୀ କହନ୍ତି ଯେହେ ମାନବ! ସନ୍ଥଙ୍କ ସାନ୍ନିଧ୍ୟ କଦାପି ତ୍ୟାଗ କରନାହିଁ, ତାହାଙ୍କ ହୁକୁମରେ ଚାଲ।
ਪੇਖਤ ਹੀ ਪੁੰਨੀਤ ਹੋਇ ਭੇਟਤ ਜਪੀਐ ਨਾਉ ॥੧੩੦॥ ତାହାଙ୍କ ଦର୍ଶନ ଦ୍ଵାରା ମନ ପବିତ୍ର ହୋଇଯାଏ, ଯେତେବେଳେ ସାକ୍ଷାତ ହୋଇଯାଏ, ପରମାତ୍ମାଙ୍କ ଭଜନ କରିଥାନ୍ତି||130||
ਕਬੀਰ ਸਾਕਤ ਸੰਗੁ ਨ ਕੀਜੀਐ ਦੂਰਹਿ ਜਾਈਐ ਭਾਗਿ ॥ କବୀର ଜୀ ସତର୍କ କରି କହନ୍ତି ଯେ କୁଟିଳ ମାୟାବୀ ବ୍ୟକ୍ତିର ସଙ୍ଗତ କରନାହିଁ, ତାହାଙ୍କ ଠାରୁ ଦୂରରେ ରହିବା ଉଚିତ।
ਬਾਸਨੁ ਕਾਰੋ ਪਰਸੀਐ ਤਉ ਕਛੁ ਲਾਗੈ ਦਾਗੁ ॥੧੩੧॥ ଯେପରି କଳା ପାତ୍ରକୁ ସ୍ପର୍ଶ କରିଲେ କଳା ରଙ୍ଗ ଲାଗିଯାଏ, ସେପରି ହିଁ ମାୟାବୀ ବ୍ୟକ୍ତିର ସଙ୍ଗ କଳଙ୍କ ଲଗାଇ ଦେଇଥାଏ||131||
ਕਬੀਰਾ ਰਾਮੁ ਨ ਚੇਤਿਓ ਜਰਾ ਪਹੂੰਚਿਓ ਆਇ ॥ କବୀର ଜୀ କହନ୍ତି ଯେ ବାର୍ଦ୍ଧକ୍ୟ ଆସି ଯାଇଛି, ପରନ୍ତୁ ଏ ପର୍ଯ୍ୟନ୍ତ ଭଗବାନଙ୍କ ସ୍ମରଣ କରି ନାହୁଁ।
ਲਾਗੀ ਮੰਦਿਰ ਦੁਆਰ ਤੇ ਅਬ ਕਿਆ ਕਾਢਿਆ ਜਾਇ ॥੧੩੨॥ ଶରୀର ରୂପୀ ଘରର ଦ୍ଵାରରେ ବାର୍ଦ୍ଧକ୍ଯର ଅଗ୍ନି ଲାଗି ଯାଇଛି, ଏଥିରୁ ରକ୍ଷା ପାଇବା ଅସମ୍ଭବ ଅଟେ||132||
ਕਬੀਰ ਕਾਰਨੁ ਸੋ ਭਇਓ ਜੋ ਕੀਨੋ ਕਰਤਾਰਿ ॥ କବୀର ଜୀ କହନ୍ତି ଯେ ସେହି କାର୍ଯ୍ୟ ହିଁ କାରଣ ହୋଇଥାଏ, ଯାହା ପରମାତ୍ମା କରିଥାନ୍ତି।
ਤਿਸੁ ਬਿਨੁ ਦੂਸਰੁ ਕੋ ਨਹੀ ਏਕੈ ਸਿਰਜਨਹਾਰੁ ॥੧੩੩॥ ତାହାଙ୍କ ବିନା କେହି ନାହାନ୍ତି, କେବଳ ସେ ହିଁ ରଚୟିତା ଅଟନ୍ତି||133||
ਕਬੀਰ ਫਲ ਲਾਗੇ ਫਲਨਿ ਪਾਕਨਿ ਲਾਗੇ ਆਂਬ ॥ ହେ କବୀର1 ଆମ୍ବ ଗଛରେ ଫଳ ଆସିଥାଏ ଏବଂ ଏହା ପକ୍ଵ ହେବାକୁ ଲାଗିଥାଏ( ଜୀବର ଜନ୍ମ ହୋଇଥାଏ ଏବଂ ଆୟୁଷ ବୃଦ୍ଧି ହୋଇଥାଏ)।
ਜਾਇ ਪਹੂਚਹਿ ਖਸਮ ਕਉ ਜਉ ਬੀਚਿ ਨ ਖਾਹੀ ਕਾਂਬ ॥੧੩੪॥ ପକ୍ଵ ହୋଇ ସେହି ଫଳ ମାଲିକଙ୍କ ପାଖରେ ପହଞ୍ଚି ଥାଏ, ଯାହାକୁ କୌଣସି ଦାଗ ଲାଗି ନଥାଏ, ଅର୍ଥାତ ଯିଏ ମନ୍ଦ କର୍ମ କରିଥାଏ, ସେ ପ୍ରଭୁ-ଦରବାରରୁ ବଞ୍ଚିତ ହୋଇ ଯୋନିରେ ପଥଭ୍ରଷ୍ଟ ରହିଥାଏ||134||
ਕਬੀਰ ਠਾਕੁਰੁ ਪੂਜਹਿ ਮੋਲਿ ਲੇ ਮਨਹਠਿ ਤੀਰਥ ਜਾਹਿ ॥ କବୀର ଜୀ କହନ୍ତି ଯେ ଲୋକମାନେ ପଥରର ମୂର୍ତ୍ତିକୁ ପୂଜା କରୁଛନ୍ତି ଏବଂ ମନର ତୃପ୍ତି ପାଇଁ ତୀର୍ଥ ଯାତ୍ରା ଯାଇଥାନ୍ତି।
ਦੇਖਾ ਦੇਖੀ ਸ੍ਵਾਂਗੁ ਧਰਿ ਭੂਲੇ ਭਟਕਾ ਖਾਹਿ ॥੧੩੫॥ ଏହା ଦେଖି ଅନ୍ୟମାନେ ମଧ୍ୟ ଏହିପରି ପଥଭ୍ରଷ୍ଟ ହୋଇଥାନ୍ତି||135||
ਕਬੀਰ ਪਾਹਨੁ ਪਰਮੇਸੁਰੁ ਕੀਆ ਪੂਜੈ ਸਭੁ ਸੰਸਾਰੁ ॥ (କବୀର ଜୀ ମୂର୍ତ୍ତି ପୂଜାରେ ଆପତ୍ତି କରି କହନ୍ତି ଯେ) ପଥରକୁ ପରମେଶ୍ଵର ମାନି ସାରା ସଂସାର ପୂଜା-ବନ୍ଦନା କରୁଛନ୍ତି, ପରନ୍ତୁ
ਇਸ ਭਰਵਾਸੇ ਜੋ ਰਹੇ ਬੂਡੇ ਕਾਲੀ ਧਾਰ ॥੧੩੬॥ ଯିଏ ଏହି ଭରସାରେ ରହିଥାଏ ଯେ ମୂର୍ତ୍ତି-ପୂଜା ଦ୍ଵାରା ମୁକ୍ତି ହୋଇଯାଏ, ସେ କାଳର ଧାରାରେ ବୁଡିଯାଏ||136||
ਕਬੀਰ ਕਾਗਦ ਕੀ ਓਬਰੀ ਮਸੁ ਕੇ ਕਰਮ ਕਪਾਟ ॥ କବୀର ଜୀ ସମାଜକୁ ଚେତାଇ କହନ୍ତି ଯେ ବେଦ-ଶାସ୍ତ୍ରର କୋଠରୀରେ ଜଣ-ସାଧାରଣ ବନ୍ଦୀ ହୋଇଛନ୍ତି, ଯାହାର ଦ୍ଵାରରେ କର୍ମକାଣ୍ଡର କବାଟ ଲାଗିଅଛି।
ਪਾਹਨ ਬੋਰੀ ਪਿਰਥਮੀ ਪੰਡਿਤ ਪਾੜੀ ਬਾਟ ॥੧੩੭॥ ମୂର୍ତ୍ତି-ପୂଜା ସଂସାରକୁ ବୁଡାଇ ଦେଇଛି ଏବଂ ପଣ୍ଡିତ ଦକ୍ଷିଣା-ଦାନରେ ଲିପ୍ତ ରହିଛି||137||
ਕਬੀਰ ਕਾਲਿ ਕਰੰਤਾ ਅਬਹਿ ਕਰੁ ਅਬ ਕਰਤਾ ਸੁਇ ਤਾਲ ॥ କବୀର ଜୀ ଅନୁରୋଧ କରନ୍ତି ଯେ ଯାହା କାଲୀ କରିବାକୁ ଅଛି, ତାହା ଆଜି କରିନିଅ ଏବଂ ଯାହା ଆଜି କରିବାକୁ ଅଛି, ତାହା ବର୍ତ୍ତମାନ କର।
ਪਾਛੈ ਕਛੂ ਨ ਹੋਇਗਾ ਜਉ ਸਿਰ ਪਰਿ ਆਵੈ ਕਾਲੁ ॥੧੩੮॥ କାରଣ ଯେତେବେଳେ ମୃତ୍ୟୁ ଆସିଥାଏ, ଆଉ କିଛି ହୋଇପାରେ ନାହିଁ||138||
ਕਬੀਰ ਐਸਾ ਜੰਤੁ ਇਕੁ ਦੇਖਿਆ ਜੈਸੀ ਧੋਈ ਲਾਖ ॥ କବୀର ଜୀ କହନ୍ତି ଯେ ସେ ମନ ରୂପୀ ଏକ ଏପରି ଜୀବ ଦେଖିଛନ୍ତି, ଯେପରି ଧୁଆ ହୋଇଥିବା ଲାଖ ଅଟେ, ଯାହା ବାହାରୁ ଚମକି ଥାଏ, କିନ୍ତୁ ଭିତରେ କଳା ଥାଏ।
ਦੀਸੈ ਚੰਚਲੁ ਬਹੁ ਗੁਨਾ ਮਤਿ ਹੀਨਾ ਨਾਪਾਕ ॥੧੩੯॥ ସେ ଦେଖିବାକୁ ବହୁତ ଚଞ୍ଚଳ-ଚତୁର ଜଣା ପଡିଥାଏ, ପରନ୍ତୁ ମତିହୀନ ଏବଂ ଅଜ୍ଞ ଅଟେ।||139||
ਕਬੀਰ ਮੇਰੀ ਬੁਧਿ ਕਉ ਜਮੁ ਨ ਕਰੈ ਤਿਸਕਾਰ ॥ କବୀର ଜୀ କହନ୍ତି ଯେ ଯମରାଜ ମଧ୍ୟ ତାହାଙ୍କ ବୁଦ୍ଧିର ତିରସ୍କାର କରନ୍ତି ନାହିଁ।
ਜਿਨਿ ਇਹੁ ਜਮੂਆ ਸਿਰਜਿਆ ਸੁ ਜਪਿਆ ਪਰਵਿਦਗਾਰ ॥੧੪੦॥ କାରଣ ଯିଏ ଏହା ବନାଇଛନ୍ତି, ମୁଁ ସେହି ପାଳନକର୍ତ୍ତାଙ୍କ ଜପ କରିଛି||140||
ਕਬੀਰੁ ਕਸਤੂਰੀ ਭਇਆ ਭਵਰ ਭਏ ਸਭ ਦਾਸ ॥ କବୀର ଜୀ କହନ୍ତି ଯେ ଈଶ୍ଵର କସ୍ତୁରୀ ରୂପ ଅଟନ୍ତି ଆଉ ତାହାଙ୍କ ସମସ୍ତ ଭକ୍ତ ଭଅଁର ସମାନ ଅଟନ୍ତି।
error: Content is protected !!
Scroll to Top