Guru Granth Sahib Translation Project

guru granth sahib odia page-1368

Page 1368

ਜਬ ਦੇਖਿਓ ਬੇੜਾ ਜਰਜਰਾ ਤਬ ਉਤਰਿ ਪਰਿਓ ਹਉ ਫਰਕਿ ॥੬੭॥ ଯେତେବେଳେ ମୁଁ ଦେଖିଛି ଯେ ଶରୀର ରୂପୀ ନୌକା ପୁରୁଣା ହୋଇ ଯାଇଛି, ତୁରନ୍ତ ସେଥିରୁ ବାହାରି ଯାଇଛି||67||
ਕਬੀਰ ਪਾਪੀ ਭਗਤਿ ਨ ਭਾਵਈ ਹਰਿ ਪੂਜਾ ਨ ਸੁਹਾਇ ॥ କବୀର ଜୀ କହନ୍ତି ଯେ ପାପୀ ପୁରୁଷକୁ ଭକ୍ତି ଭଲ ଲାଗେ ନାହିଁ ଏବଂ ନା ପରମାତ୍ମାଙ୍କ ପୂଜା-ଅର୍ଚ୍ଚନାରେ ମନ ଦେଇଥାଏ।
ਮਾਖੀ ਚੰਦਨੁ ਪਰਹਰੈ ਜਹ ਬਿਗੰਧ ਤਹ ਜਾਇ ॥੬੮॥ ଯେପରି ମାଛି ଚନ୍ଦନ ଛାଡି ଦୁର୍ଗନ୍ଧ ସ୍ଥାନକୁ ଯାଇଥାଏ||68||
ਕਬੀਰ ਬੈਦੁ ਮੂਆ ਰੋਗੀ ਮੂਆ ਮੂਆ ਸਭੁ ਸੰਸਾਰੁ ॥ ହେ କବୀର! କେହି ବୈଦ୍ୟ ହୋଇଥାଉ, କେହି ରୋଗୀ ହୋଇଥାଉ, ସାରା ସଂସାର ମରୁଅଛି।
ਏਕੁ ਕਬੀਰਾ ਨਾ ਮੂਆ ਜਿਹ ਨਾਹੀ ਰੋਵਨਹਾਰੁ ॥੬੯॥ ପରନ୍ତୁ ଏକମାତ୍ର କବୀର ମରି ନାହାନ୍ତି, ଯାହାଙ୍କ କେହି ରୋଦନ କରିବା ବାଲା ନାହାନ୍ତି||69||
ਕਬੀਰ ਰਾਮੁ ਨ ਧਿਆਇਓ ਮੋਟੀ ਲਾਗੀ ਖੋਰਿ ॥ କବୀର ଜୀ କହନ୍ତି ଯେ ହେ ମାନବ! ତୁମକୁ ପରମାତ୍ମାଙ୍କ ଭଜନ ନ କରିବାର ବଡ ରୋଗ ଲାଗି ଯାଇଛି।
ਕਾਇਆ ਹਾਂਡੀ ਕਾਠ ਕੀ ਨਾ ਓਹ ਚਰ੍ਹੈ ਬਹੋਰਿ ॥੭੦॥ ଶରୀର ରୂପୀ ଅସ୍ଥି ପୁନର୍ବାର ଅଗ୍ନିରେ ଆସିବ ନାହିଁ, ଅର୍ଥାତ ମାନବ ଜନ୍ମ ପୁନଃ ପ୍ରାପ୍ତ ହେବ ନାହିଁ||70||
ਕਬੀਰ ਐਸੀ ਹੋਇ ਪਰੀ ਮਨ ਕੋ ਭਾਵਤੁ ਕੀਨੁ ॥ ହେ କବୀର! ଏପରି କଥା ହୋଇଛି ଯେ ସମସ୍ତେ ନିଜ ମନର ଇଚ୍ଛା ଅନୁସାରେ କରାଯାଇ ଥାଏ, ତାହାହେଲେ ପୁଣି
ਮਰਨੇ ਤੇ ਕਿਆ ਡਰਪਨਾ ਜਬ ਹਾਥਿ ਸਿਧਉਰਾ ਲੀਨ ॥੭੧॥ ବର୍ତ୍ତମାନ ମୃତ୍ୟୁକୁ କାହିଁକି ଡରିବା, ଯେତେବେଳେ ସତୀ ହେବୀ ବାଲା ସିନ୍ଦୁର ଲଗାଇ ନଡିଆ ହାତରେ ଧରି ପତିଙ୍କ ବିୟୋଗରେ ଜଳିବାର ପ୍ରସ୍ତୁତି ହୋଇଥାଏ||71||
ਕਬੀਰ ਰਸ ਕੋ ਗਾਂਡੋ ਚੂਸੀਐ ਗੁਨ ਕਉ ਮਰੀਐ ਰੋਇ ॥ ହେ କବୀର! ଯେପରି ରସ ପାଇଁ ଆଖୁ ଶୋଷିବାକୁ ପଡିଥାଏ, ପୁଣି ଗୁଣକୁ ପାଇବା ପାଇଁ କେତେ ଦୁଃଖ-କଷ୍ଟକୁ ସାମନା କରିବାକୁ ପଡିଥାଏ, ସାହସ କରିବା ଉଚିତ।
ਅਵਗੁਨੀਆਰੇ ਮਾਨਸੈ ਭਲੋ ਨ ਕਹਿਹੈ ਕੋਇ ॥੭੨॥ କାରଣ ଅବଗୁଣୀ ମନୁଷ୍ୟକୁ କେହି ଭଲ କହନ୍ତି ନାହିଁ||72||
ਕਬੀਰ ਗਾਗਰਿ ਜਲ ਭਰੀ ਆਜੁ ਕਾਲ੍ਹ੍ਹਿ ਜੈਹੈ ਫੂਟਿ ॥ କବୀର ଜୀ କହନ୍ତି ଯେ ଏହି ଦେହ ରୂପୀ ପାତ୍ର ଶ୍ଵାସ ରୂପୀ ଜଳରେ ଭରି ରହିଛି, ଯାହା ଆଜି କିମ୍ବା କାଲି ଫାଟି ହିଁ ଯିବ।
ਗੁਰੁ ਜੁ ਨ ਚੇਤਹਿ ਆਪਨੋ ਅਧ ਮਾਝਿ ਲੀਜਹਿਗੇ ਲੂਟਿ ॥੭੩॥ ଯଦି ନିଜ ଗୁରୁ-ପରମେଶ୍ଵରଙ୍କ ସ୍ମରଣ କରାଯାଏ ନାହିଁ, ମାର୍ଗରେ ହିଁ ଲୁଟର ଶିକାର ବନିଯାଏ||73||
ਕਬੀਰ ਕੂਕਰੁ ਰਾਮ ਕੋ ਮੁਤੀਆ ਮੇਰੋ ਨਾਉ ॥ କବୀର ଜୀ କହନ୍ତି ଯେ ସେ ରାମଙ୍କ କୁକର ଅଟନ୍ତି ଏବଂ ତାହାଙ୍କ ନାମ ମୋତି ଅଟେ।
ਗਲੇ ਹਮਾਰੇ ਜੇਵਰੀ ਜਹ ਖਿੰਚੈ ਤਹ ਜਾਉ ॥੭੪॥ ମୋର ଗଳାରେ ମାଲିକ ଜଞ୍ଜିର ଦେଇଛନ୍ତି, ସେ ଯେଉଁଠିକି ନେଇଥାନ୍ତି, ସେଠାକୁ ଯାଇଥାଏ||74||
ਕਬੀਰ ਜਪਨੀ ਕਾਠ ਕੀ ਕਿਆ ਦਿਖਲਾਵਹਿ ਲੋਇ ॥ କବୀର ଜୀ କହନ୍ତି ଯେ ହେ ଭାଇ! ତୁଳସୀ-ରୁଦ୍ରାକ୍ଷର ମାଳା ଲୋକଙ୍କୁ କାହିଁକି ଦେଖାଉଛ?
ਹਿਰਦੈ ਰਾਮੁ ਨ ਚੇਤਹੀ ਇਹ ਜਪਨੀ ਕਿਆ ਹੋਇ ॥੭੫॥ ଯଦି ହୃଦୟରେ ପରମାତ୍ମାଙ୍କ ଚିନ୍ତନ କରି ନାହଁ, ଏହି ମାଳାର କୌଣସି ଲାଭ ନଥାଏ||75||
ਕਬੀਰ ਬਿਰਹੁ ਭੁਯੰਗਮੁ ਮਨਿ ਬਸੈ ਮੰਤੁ ਨ ਮਾਨੈ ਕੋਇ ॥ ହେ କବୀର! ବିୟୋଗ ରୂପୀ ସର୍ପ ଯେତେବେଳେ ମନକୁ ଦଂସନ କରିଥାଏ, ତାହା ଉପରେ କୌଣସି ମନ୍ତ୍ରର ପ୍ରଭାବ ପଡେ ନାହିଁ।
ਰਾਮ ਬਿਓਗੀ ਨਾ ਜੀਐ ਜੀਐ ਤ ਬਉਰਾ ਹੋਇ ॥੭੬॥ ଈଶ୍ଵର-ବିୟୋଗର ଦୁଃଖ ବ୍ୟକ୍ତିକୁ ଜୀବିତ ରହିବାକୁ ଦିଏ ନାହିଁ, ପରନ୍ତୁ ଯଦି ସେ ଜୀବିତ ରହିଥାଏ, ତାହାହେଲେ ବାଉଳା ହୋଇଯାଏ||76||
ਕਬੀਰ ਪਾਰਸ ਚੰਦਨੈ ਤਿਨ੍ਹ੍ਹ ਹੈ ਏਕ ਸੁਗੰਧ ॥ କବୀର ଜୀ କହନ୍ତି ଯେ ପାରସ ଓ ଚନ୍ଦନରେ ଏକ ସମାନ ଗୁଣ ଥାଏ।
ਤਿਹ ਮਿਲਿ ਤੇਊ ਊਤਮ ਭਏ ਲੋਹ ਕਾਠ ਨਿਰਗੰਧ ॥੭੭॥ ପାରସ ସହିତ ମିଶି ଲୁହା ସ୍ଵର୍ଣ୍ଣ ହୋଇଯାଏ ଏବଂ ଚନ୍ଦନ ସହିତ ମିଶି ସାଧାରଣ କାଠ ମହକଦାର ହୋଇଯାଏ||77||
ਕਬੀਰ ਜਮ ਕਾ ਠੇਂਗਾ ਬੁਰਾ ਹੈ ਓਹੁ ਨਹੀ ਸਹਿਆ ਜਾਇ ॥ ହେ କବୀର! ଯମର ଚୋଟ ବହୁତ ମନ୍ଦ ଅଟେ, ଏହାକୁ ସହନ କରାଯାଏ ନାହିଁ।
ਏਕੁ ਜੁ ਸਾਧੂ ਮੋੁਹਿ ਮਿਲਿਓ ਤਿਨ੍ਹ੍ਹਿ ਲੀਆ ਅੰਚਲਿ ਲਾਇ ॥੭੮॥ ମୋତେ ଏକ ସାଧୁ ମିଳି ଯାଇଛନ୍ତି, ସେ ଶରଣରେ ନେଇ ରକ୍ଷା କରିଛନ୍ତି||78||
ਕਬੀਰ ਬੈਦੁ ਕਹੈ ਹਉ ਹੀ ਭਲਾ ਦਾਰੂ ਮੇਰੈ ਵਸਿ ॥ କବୀର ଜୀ କହନ୍ତି ଯେ ବୈଦ୍ୟ ଲୋକଙ୍କୁ କହିଥାଏ ଯେ ସେ ଉତ୍ତମ ଅଟେ, ତା’ ପାଖରେ ପ୍ରତି ରୋଗର ଚିକିତ୍ସା ଅଛି।
ਇਹ ਤਉ ਬਸਤੁ ਗੁਪਾਲ ਕੀ ਜਬ ਭਾਵੈ ਲੇਇ ਖਸਿ ॥੭੯॥ ପରନ୍ତୁ ସେ ଏହି କଥା ଜାଣେ ନାହିଁ ଯେ ବୈଦ୍ୟ ମଧ୍ୟ ମୃତ୍ୟୁ ମୁଖରୁ ରକ୍ଷା ପାଇପାରେ ନାହିଁ||79||
ਕਬੀਰ ਨਉਬਤਿ ਆਪਨੀ ਦਿਨ ਦਸ ਲੇਹੁ ਬਜਾਇ ॥ କବୀର ଜୀ କହନ୍ତି ଯେ ହେ ମନୁଷ୍ୟ! ଆଉ ମାତ୍ର ଦଶ ଦିନ ବାକି ଅଛି, ବାଜା ବଜାଇ ନିଅ,
ਨਦੀ ਨਾਵ ਸੰਜੋਗ ਜਿਉ ਬਹੁਰਿ ਨ ਮਿਲਹੈ ਆਇ ॥੮੦॥ ଯେପରି ନଦୀ ପାର କରିବା ସମୟରେ ନୌକାରେ ବସିବା ସମୟରେ ଯାତ୍ରୀଙ୍କ ମେଳ ହୋଇଥାଏ ଏବଂ ପାର କରିବା ପରେ ପୁନର୍ବାର ପରସ୍ପର ମିଶନ୍ତି ନାହିଁ||80||
ਕਬੀਰ ਸਾਤ ਸਮੁੰਦਹਿ ਮਸੁ ਕਰਉ ਕਲਮ ਕਰਉ ਬਨਰਾਇ ॥ ହେ କବୀର! ସାତ ସମୁଦ୍ରକୁ ଶିରା କରାଯାଇ ସଂପୂର୍ଣ୍ଣ ବନସ୍ପତିକୁ କଲମ ବନାଇଲେ
ਬਸੁਧਾ ਕਾਗਦੁ ਜਉ ਕਰਉ ਹਰਿ ਜਸੁ ਲਿਖਨੁ ਨ ਜਾਇ ॥੮੧॥ ସଂପୂର୍ଣ୍ଣ ପୃଥିବୀକୁ କାଗଜ କରିଲେ ମଧ୍ୟ ତାହାଙ୍କ ଯଶ ଲେଖିବା ସମ୍ଭବ ନୁହେଁ||81||
ਕਬੀਰ ਜਾਤਿ ਜੁਲਾਹਾ ਕਿਆ ਕਰੈ ਹਿਰਦੈ ਬਸੇ ਗੁਪਾਲ ॥ କବୀର ଜୀ କହନ୍ତି ଯେ ଯେତେବେଳେ ମୋର ହୃଦୟରେ ଈଶ୍ଵର ବାସ କରିଛନ୍ତି, ବୁଣାଳି ଜାତିରେ କଣ ଫରକ ପଡି ପାରିବ।
ਕਬੀਰ ਰਮਈਆ ਕੰਠਿ ਮਿਲੁ ਚੂਕਹਿ ਸਰਬ ਜੰਜਾਲ ॥੮੨॥ ହେ କବୀର! ମୋତେ ରାମ ମିଳି ଯାଇଛନ୍ତି, ଯାହାଦ୍ୱାରା ସଂସାରର ସବୁ ଜଞ୍ଜାଳ ଦୂର ହୋଇ ଯାଇଛି||82||
ਕਬੀਰ ਐਸਾ ਕੋ ਨਹੀ ਮੰਦਰੁ ਦੇਇ ਜਰਾਇ ॥ କବୀର ଜୀ କହନ୍ତି ଯେ ଏପରି କେହି ନାହିଁ, ଯିଏ ମୋହ ରୂପୀ ଘରକୁ ଜଳାଇ ଦେଇଛି ଏବଂ
ਪਾਂਚਉ ਲਰਿਕੇ ਮਾਰਿ ਕੈ ਰਹੈ ਰਾਮ ਲਿਉ ਲਾਇ ॥੮੩॥ ପାଞ୍ଚ କାମୁକ ପୁତ୍ରକୁ ସମାପ୍ତ କରି ରାମଙ୍କ ଧ୍ୟାନରେ ଲୀନ ରହିଛି||83||
ਕਬੀਰ ਐਸਾ ਕੋ ਨਹੀ ਇਹੁ ਤਨੁ ਦੇਵੈ ਫੂਕਿ ॥ କବୀର ଜୀ କହନ୍ତି ଯେ ଏପରି କେହି ନାହାନ୍ତି, ଯିଏ ଏହି ଶରୀରର ବାସନାକୁ ଜଳାଇ ଦିଏ।
ਅੰਧਾ ਲੋਗੁ ਨ ਜਾਨਈ ਰਹਿਓ ਕਬੀਰਾ ਕੂਕਿ ॥੮੪॥ କବୀର ଚିତ୍କାର କରି ବୁଝାଇ ଥାଆନ୍ତି, ପରନ୍ତୁ ଅନ୍ଧ ଅଜ୍ଞାନ ଲୋକ ଏହି କଥାକୁ ଜାଣେ ନାହିଁ||84||
ਕਬੀਰ ਸਤੀ ਪੁਕਾਰੈ ਚਿਹ ਚੜੀ ਸੁਨੁ ਹੋ ਬੀਰ ਮਸਾਨ ॥ କବୀର ଜୀ କହନ୍ତି ଯେ ସତୀ ନିଜ ମୃତକ ପତିର ଚିତା ଉପରେ କହିଥାଏ, ହେ ଶ୍ମଶାନ! ମୋର କଥା ଶୁଣ,
ਲੋਗੁ ਸਬਾਇਆ ਚਲਿ ਗਇਓ ਹਮ ਤੁਮ ਕਾਮੁ ਨਿਦਾਨ ॥੮੫॥ ସମସ୍ତେ ଈଶ୍ଵରଙ୍କୁ ଛାଡି ଚାଲି ଯାଇଛନ୍ତି, ଅନ୍ତ କାଳରେ ତୁମର ହିଁ କାମ ଅଛି||85||
error: Content is protected !!
Scroll to Top