Page 1361
ਪ੍ਰੀਤਮ ਭਗਵਾਨ ਅਚੁਤ ॥ ਨਾਨਕ ਸੰਸਾਰ ਸਾਗਰ ਤਾਰਣਹ ॥੧੪॥
ଗୁରୁ ନାନକ କହନ୍ତି ଯେ ଜୀବନ ଠାରୁ ପ୍ରିୟ ଭଗବାନ ସର୍ବଦା ଅଟଳ ଅଟନ୍ତି, ଏକ ସେ ହିଁ ସଂସାର ସାଗରରୁ ପାର କରାଇବା ବାଲା ଅଟନ୍ତି||14||
ਮਰਣੰ ਬਿਸਰਣੰ ਗੋਬਿੰਦਹ ॥
ପରମାତ୍ମାଙ୍କୁ ଭୁଲିବା ମରିବା ସମାନ ଅଟେ,
ਜੀਵਣੰ ਹਰਿ ਨਾਮ ਧੵਾਵਣਹ ॥
ହରିନାମର ଧ୍ୟାନ ସହିତ ହିଁ ଜୀବନ ରହିଥାଏ।
ਲਭਣੰ ਸਾਧ ਸੰਗੇਣ ॥ ਨਾਨਕ ਹਰਿ ਪੂਰਬਿ ਲਿਖਣਹ ॥੧੫॥
ହରିନାମ ସାଧୁଙ୍କ ସଙ୍ଗତରେ ହେ ନାନକ! ପୂର୍ବରୁ ଲେଖା ହୋଇଥିବା ଭାଗ୍ୟ ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ||15||
ਦਸਨ ਬਿਹੂਨ ਭੁਯੰਗੰ ਮੰਤ੍ਰੰ ਗਾਰੁੜੀ ਨਿਵਾਰੰ ॥
ଯେପରି ଗାରୁଡି ମନ୍ତ୍ର ସର୍ପର ଜହରକୁ ନଷ୍ଟ କରିଥାଏ ଏବଂ ସର୍ପକୁ ଦନ୍ତ ବିହୀନ କରିଥାଏ,
ਬੵਾਧਿ ਉਪਾੜਣ ਸੰਤੰ ॥
ସେହିପରି ସନ୍ଥ ସବୁ ଦୁଃଖ-ରୋଗ ଦୂର କରିବା ବାଲା ଅଟନ୍ତି,
ਨਾਨਕ ਲਬਧ ਕਰਮਣਹ ॥੧੬॥
ହେ ନାନକ! ସନ୍ଥଙ୍କ ସଙ୍ଗତ ଭାଗ୍ୟରୁ ହିଁ ପ୍ରାପ୍ତ ହୋଇଥାଏ||16||
ਜਥ ਕਥ ਰਮਣੰ ਸਰਣੰ ਸਰਬਤ੍ਰ ਜੀਅਣਹ ॥
ପ୍ରତି କୋଣରେ ପରମାତ୍ମା ବିଦ୍ୟମାନ ଅଛନ୍ତି, ସବୁ ଜୀବଙ୍କୁ ଶରଣ ଦେଉଛନ୍ତି।
ਤਥ ਲਗਣੰ ਪ੍ਰੇਮ ਨਾਨਕ ॥
ସେତେବେଳେ ପ୍ରଭୁଙ୍କ ସହିତ ପ୍ରେମ ଲାଗିଯାଏ,
ਪਰਸਾਦੰ ਗੁਰ ਦਰਸਨਹ ॥੧੭॥
ଗୁରୁ ନାନକ କହନ୍ତି: ଯେତେବେଳେ ଗୁରୁଙ୍କ ଦର୍ଶନ ଓ କୃପା ହୋଇଥାଏ, ସେତେବେଳେ ||17||
ਚਰਣਾਰਬਿੰਦ ਮਨ ਬਿਧੵੰ॥
ମନ ଈଶ୍ଵରଙ୍କ ଚରଣରେ ଲାଖି ରାହିଯାଏ ଏବଂ
ਸਿਧੵੰ ਸਰਬ ਕੁਸਲਣਹ ॥
ସମସ୍ତ କୁଶଳ-କଲ୍ୟାଣ ପ୍ରାପ୍ତ ହୋଇଥାଏ।
ਗਾਥਾ ਗਾਵੰਤਿ ਨਾਨਕ ਭਬੵੰ ਪਰਾ ਪੂਰਬਣਹ ॥੧੮॥
ଗୁରୁ ନାନକ କହନ୍ତି ପ୍ରାଚୀନ କାଳରୁ ଭକ୍ତଜନ ତାହାଙ୍କ ଗାଥା ଗାନ କରୁଛନ୍ତି||18||
ਸੁਭ ਬਚਨ ਰਮਣੰ ਗਵਣੰ ਸਾਧ ਸੰਗੇਣ ਉਧਰਣਹ ॥
ଶୁଭ ବଚନ, ଈଶ୍ଵର ଉପାସନା, ସାଧୁଙ୍କ ସଙ୍ଗତରେ ଈଶ୍ଵରଙ୍କ ଗୁଣଗାନ ମନୁଷ୍ୟକୁ ଉଦ୍ଧାର କରିଥାଏ।
ਸੰਸਾਰ ਸਾਗਰੰ ਨਾਨਕ ਪੁਨਰਪਿ ਜਨਮ ਨ ਲਭੵਤੇ ॥੧੯॥
ହେ ନାନକ! ଏହିପରି ସଂସାର-ସାଗରରେ ପୁନର୍ବାର ଜନ୍ମ ହୁଏନାହିଁ||19||
ਬੇਦ ਪੁਰਾਣ ਸਾਸਤ੍ਰ ਬੀਚਾਰੰ ॥
ଚାରି ବେଦ, ଅଠର ପୁରାଣ ଏବଂ ଶାସ୍ତ୍ରର ଏହି ମତ ଯେ
ਏਕੰਕਾਰ ਨਾਮ ਉਰ ਧਾਰੰ ॥
ଓଁକାର ନାମ ହୃଦୟରେ ଧାରଣ କର।
ਕੁਲਹ ਸਮੂਹ ਸਗਲ ਉਧਾਰੰ ॥ ਬਡਭਾਗੀ ਨਾਨਕ ਕੋ ਤਾਰੰ ॥੨੦॥
ଏହାଦ୍ୱାରା ସଂପୂର୍ଣ୍ଣ ବଂଶାବଳୀର ଉଦ୍ଧାର ହୋଇଯାଏ। ହେ ନାନକ! କେହି ଭାଗ୍ୟଶାଳୀ ହିଁ ପାର କରିଥାଏ||20||
ਸਿਮਰਣੰ ਗੋਬਿੰਦ ਨਾਮੰ ਉਧਰਣੰ ਕੁਲ ਸਮੂਹਣਹ ॥
ଈଶ୍ଵରଙ୍କ ନାମର ସ୍ମରଣ କରିବା ଦ୍ଵାରା ସଂପୂର୍ଣ୍ଣ କୁଳର ଉଦ୍ଧାର ହୋଇଯାଏ।
ਲਬਧਿਅੰ ਸਾਧ ਸੰਗੇਣ ਨਾਨਕ ਵਡਭਾਗੀ ਭੇਟੰਤਿ ਦਰਸਨਹ ॥੨੧॥
ଗୁରୁ ନାନକ କହନ୍ତି: ଉତ୍ତମ ଭାଗ୍ୟରୁ ହିଁ ସାଧୁ-ସଙ୍ଗତ ପ୍ରାପ୍ତ ହୋଇଥାଏ, ଏପରି ଭାଗ୍ୟଶାଳୀ ହିଁ ହରି-ଦର୍ଶନ ପାଇଥାନ୍ତି||21||
ਸਰਬ ਦੋਖ ਪਰੰਤਿਆਗੀ ਸਰਬ ਧਰਮ ਦ੍ਰਿੜੰਤਣਃ ॥
ଯିଏ ସବୁ ପାପ-ଦୋଷକୁ ତ୍ୟାଗ କରିଥାଏ, ସବୁ ଧର୍ମର ପାଳନ କରିଥାଏ।
ਲਬਧੇਣਿ ਸਾਧ ਸੰਗੇਣਿ ਨਾਨਕ ਮਸਤਕਿ ਲਿਖੵਣਃ ॥੨੨॥
ହେ ନାନକ! ଯାହାର ଭାଗ୍ୟରେ ଲେଖା ହୋଇଥାଏ, ସାଧୁଙ୍କ ସଙ୍ଗତରେ ତହକି ଈଶ୍ଵର ମିଳିଯାନ୍ତି||22||
ਹੋਯੋ ਹੈ ਹੋਵੰਤੋ ਹਰਣ ਭਰਣ ਸੰਪੂਰਣਃ ॥
ସଂସାରର ସଂହାରକ ଓ ପାଳନ ପୋଷଣ କରିବା ବାଲା ଓଁକାର ସଂପୂର୍ଣ୍ଣ ସୃଷ୍ଟିରେ ବ୍ୟାପ୍ତ ଅଛନ୍ତି, ସେ ସୃଷ୍ଟି ରଚନା ପୂର୍ବରୁ ଥିଲେ ଏବଂ ସର୍ବଦା ତାହାଙ୍କ ଅସ୍ତିତ୍ଵ ରହିବ।
ਸਾਧੂ ਸਤਮ ਜਾਣੋ ਨਾਨਕ ਪ੍ਰੀਤਿ ਕਾਰਣੰ ॥੨੩॥
ଗୁରୁ ନାନକ କହନ୍ତି: ଏହି ସତ୍ୟକୁ ମାନି ନିଅ ଯେ ତାହାଙ୍କ ସହିତ ପ୍ରେମ ସାଧୁଙ୍କ କାରଣରୁ ହିଁ ହୋଇଥାଏ||23||
ਸੁਖੇਣ ਬੈਣ ਰਤਨੰ ਰਚਨੰ ਕਸੁੰਭ ਰੰਗਣਃ ॥
ଯେଉଁ ବ୍ୟକ୍ତି ସଂସାରର ସୁଖ, ମିଠା ବଚନ ଏବଂ ମାୟାର ରଙ୍ଗରେ ଲିପ୍ତ ରହିଥାଏ,
ਰੋਗ ਸੋਗ ਬਿਓਗੰ ਨਾਨਕ ਸੁਖੁ ਨ ਸੁਪਨਹ ॥੨੪॥
ହେ ନାନକ! ସେ ରୋଗଗ୍ରସ୍ତ, ଦୁଃଖ ଏବଂ ବିୟୋଗରେ ପଡି ରହିଥାଏ ଏବଂ ତାହାକୁ ସ୍ଵପ୍ନରେ ମଧ୍ୟ ସୁଖ ମିଳେନାହିଁ||24||
ਫੁਨਹੇ ਮਹਲਾ ੫
ଫୁନହେ ମହଲା 5
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਹਾਥਿ ਕਲੰਮ ਅਗੰਮ ਮਸਤਕਿ ਲੇਖਾਵਤੀ ॥
ହେ ବିଧାତା! ତୋର ହାତର କଲମ ଅଛି, ଯାହାଦ୍ୱାରା ତୁ ସବୁଙ୍କ ଲଲାଟରେ ଭାଗ୍ୟ ଲେଖୁଅଛୁ।
ਉਰਝਿ ਰਹਿਓ ਸਭ ਸੰਗਿ ਅਨੂਪ ਰੂਪਾਵਤੀ ॥
ତୁ ଅନୁପମ ଏବଂ ରୂପବାନ ଅଟୁ, ସବୁଙ୍କ ସାଥିରେ ଲୀନ ରହିଛୁ।
ਉਸਤਤਿ ਕਹਨੁ ਨ ਜਾਇ ਮੁਖਹੁ ਤੁਹਾਰੀਆ ॥
ମୋ’ ପାଖରେ ଏତେ ଯୋଗ୍ୟତା ନାହିଁ ଯେ ନିଜ ମୁଖରେ ତୋର ପ୍ରଶଂସା କରି ପାରିବି।
ਮੋਹੀ ਦੇਖਿ ਦਰਸੁ ਨਾਨਕ ਬਲਿਹਾਰੀਆ ॥੧॥
ଗୁରୁ ନାନକ କହନ୍ତି: ହେ ସଚ୍ଚିଦାନନ୍ଦ! ତୋର ଦର୍ଶନ କରି ମୋହିତ ହୋଇ ଯାଇଛି ଏବଂ ତୋ’ ପ୍ରତି ସର୍ବଦା ସମର୍ପିତ ଯାଇଥାଏ||1||
ਸੰਤ ਸਭਾ ਮਹਿ ਬੈਸਿ ਕਿ ਕੀਰਤਿ ਮੈ ਕਹਾਂ ॥
ସନ୍ଥଙ୍କ ସଭାରେ ବସି ମୁଁ ନିରଙ୍କାରଙ୍କ କୀର୍ତ୍ତିଗାନ କରିଥାଏ।
ਅਰਪੀ ਸਭੁ ਸੀਗਾਰੁ ਏਹੁ ਜੀਉ ਸਭੁ ਦਿਵਾ ॥
ମୁଁ ନିଜର ସଂପୂର୍ଣ୍ଣ ଶୃଙ୍ଗାର ତାହାଙ୍କୁ ଅର୍ପଣ କରିଥାଏ ଏବଂ ଏହି ପ୍ରାଣ ଆଦି ସର୍ବସ୍ଵ ତାହାଙ୍କୁ ସମର୍ପଣ କରିଥାଏ।
ਆਸ ਪਿਆਸੀ ਸੇਜ ਸੁ ਕੰਤਿ ਵਿਛਾਈਐ ॥
ସେହି ପତି-ପ୍ରଭୁଙ୍କ ଆଶାରେ ଶେଯ ବିଛାଇ ଥାଏ।
ਹਰਿਹਾਂ ਮਸਤਕਿ ਹੋਵੈ ਭਾਗੁ ਤ ਸਾਜਨੁ ਪਾਈਐ ॥੨॥
ଯଦି କପାଳରେ ଭାଗ୍ୟ ଥାଏ, ସଜ୍ଜନ ପ୍ରଭୁ ପ୍ରାପ୍ତ ହୋଇଥାନ୍ତି||2||
ਸਖੀ ਕਾਜਲ ਹਾਰ ਤੰਬੋਲ ਸਭੈ ਕਿਛੁ ਸਾਜਿਆ ॥
ହେ ସଖୀ! ଆଖିରେ କଜ୍ଜଳ, ଗଳାରେ ହାର, ଓଠରେ ଲାଲ ଆଦି ସବୁ କରିଛୁ।
ਸੋਲਹ ਕੀਏ ਸੀਗਾਰ ਕਿ ਅੰਜਨੁ ਪਾਜਿਆ ॥
ଅଞ୍ଜନ ଲଗାଇ ମୁଁ ଷୋହଳ ଶୃଙ୍ଗାର କରିଛି।
ਜੇ ਘਰਿ ਆਵੈ ਕੰਤੁ ਤ ਸਭੁ ਕਿਛੁ ਪਾਈਐ ॥
ଯଦି ପତି-ପ୍ରଭୁ ଘରକୁ ଆସିଯାନ୍ତି, ସବୁ କିଛି ସଫଳ ହୋଇଯାଏ।
ਹਰਿਹਾਂ ਕੰਤੈ ਬਾਝੁ ਸੀਗਾਰੁ ਸਭੁ ਬਿਰਥਾ ਜਾਈਐ ॥੩॥
ପତି-ପ୍ରଭୁଙ୍କ ବିନା ସାରା ଶୃଙ୍ଗାର ବ୍ୟର୍ଥ ଅଟେ||3||
ਜਿਸੁ ਘਰਿ ਵਸਿਆ ਕੰਤੁ ਸਾ ਵਡਭਾਗਣੇ ॥
ଯାହାର ହୃଦୟ ଘରେ ପ୍ରଭୁ ବାସ କରିଥାନ୍ତି, ସେ ଭାଗ୍ୟଶାଳୀ ଅଟେ।
ਤਿਸੁ ਬਣਿਆ ਹਭੁ ਸੀਗਾਰੁ ਸਾਈ ਸੋਹਾਗਣੇ ॥
ସେ କରିଥିବା ଶୃଙ୍ଗାର ସଫଳ ହୋଇଥାଏ, ସେ ସୁହାଗିନୀ ଅଟେ।
ਹਉ ਸੁਤੀ ਹੋਇ ਅਚਿੰਤ ਮਨਿ ਆਸ ਪੁਰਾਈਆ ॥
ମୁଁ ନିର୍ଭୀକ ହୋଇ ଶୟନ କରିଛି, ମୋର ମନର ଆଶା ପୁରା ହୋଇ ଯାଇଛି।
ਹਰਿਹਾਂ ਜਾ ਘਰਿ ਆਇਆ ਕੰਤੁ ਤ ਸਭੁ ਕਿਛੁ ਪਾਈਆ ॥੪॥
ଯେତେବେଳେ ପତି-ପ୍ରଭୁ ଘରକୁ ଆସିଛନ୍ତି, ସବୁ କିଛି ପ୍ରାପ୍ତ ହୋଇ ଯାଇଛି||4||