Page 1357
ਕੀਰਤਨੰ ਸਾਧਸੰਗੇਣ ਨਾਨਕ ਨਹ ਦ੍ਰਿਸਟੰਤਿ ਜਮਦੂਤਨਹ ॥੩੪॥
ନାନକ କହନ୍ତି ଯେ ସାଧୁ-ପୁରୁଷଙ୍କ ସହିତ ପରମାତ୍ମାଙ୍କ କୀର୍ତ୍ତନ କର, ଯମଦୂତ ସାମାନ୍ୟ ଦୃଷ୍ଟି ମଧ୍ୟ ଦେବ ନାହିଁ||34||
ਨਚ ਦੁਰਲਭੰ ਧਨੰ ਰੂਪੰ ਨਚ ਦੁਰਲਭੰ ਸ੍ਵਰਗ ਰਾਜਨਹ ॥
ନା ଧନ-ଦୌଲତ ଦୁର୍ଲଭ ଅଟେ, ନା ରୂପ ସୌନ୍ଦର୍ଯ୍ୟ ଦୁର୍ଲଭ ଅଟେ ତଥା ସ୍ଵର୍ଗର ଶାସନ ମଧ୍ୟ ଦୁର୍ଲଭ ନୁହେଁ।
ਨਚ ਦੁਰਲਭੰ ਭੋਜਨੰ ਬਿੰਜਨੰ ਨਚ ਦੁਰਲਭੰ ਸ੍ਵਛ ਅੰਬਰਹ ॥
ବିଭିନ୍ନ ବ୍ୟଞ୍ଜନ ବାଲା ଭୋଜନ ମଧ୍ୟ ଦୁର୍ଲଭ ନୁହେଁ ଏବଂ ନା ସ୍ଵଚ୍ଛ ବସ୍ତ୍ର ଦୁର୍ଲଭ ଅଟେ।
ਨਚ ਦੁਰਲਭੰ ਸੁਤ ਮਿਤ੍ਰ ਭ੍ਰਾਤ ਬਾਂਧਵ ਨਚ ਦੁਰਲਭੰ ਬਨਿਤਾ ਬਿਲਾਸਹ ॥
ପୁତ୍ର, ମିତ୍ର, ଭାଇ, ସମ୍ପର୍କୀୟ ମଧ୍ୟ ଦୁର୍ଲଭ ଉହାନ୍ତି ଆଉ ପତ୍ନୀ ସହିତ ଭୋଗବିଳାସ ଦୁର୍ଲଭ ଅଟେ।
ਨਚ ਦੁਰਲਭੰ ਬਿਦਿਆ ਪ੍ਰਬੀਣੰ ਨਚ ਦੁਰਲਭੰ ਚਤੁਰ ਚੰਚਲਹ ॥
ବିଦ୍ୟାରେ ନିପୁଣ ହେବା ମଧ୍ୟ ଦୁର୍ଲଭ ନୁହେଁ, ଯଦି କାହାକୁ ଚତୁର-ଚାଲାକ କୁହାଯାଏ, ସେ ମଧ୍ୟ ଦୁର୍ଲଭ ନୁହେଁ।
ਦੁਰਲਭੰ ਏਕ ਭਗਵਾਨ ਨਾਮਹ ਨਾਨਕ ਲਬਧੵਿੰ ਸਾਧਸੰਗਿ ਕ੍ਰਿਪਾ ਪ੍ਰਭੰ ॥੩੫॥
ଗୁରୁ ନାନକ କହନ୍ତି – କେବଳ ଭଗବାନଙ୍କ ନାମ କୀର୍ତ୍ତନ ହିଁ ଦୁର୍ଲଭ ଅଟେ ଏବଂ ନାମ କେବଳ ସାଧୁଙ୍କ ସଙ୍ଗତରେ ପ୍ରଭୁକୃପା ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ||35||
ਜਤ ਕਤਹ ਤਤਹ ਦ੍ਰਿਸਟੰ ਸ੍ਵਰਗ ਮਰਤ ਪਯਾਲ ਲੋਕਹ ॥
ସ୍ଵର୍ଗଲୋକ, ମୃତ୍ୟୁଲୋକ, ପାତାଳଲୋକରେ ମଧ୍ୟ ଈଶ୍ଵର ହିଁ ଦୃଷ୍ଟିଗତ ହୋଇଥାନ୍ତି।
ਸਰਬਤ੍ਰ ਰਮਣੰ ਗੋਬਿੰਦਹ ਨਾਨਕ ਲੇਪ ਛੇਪ ਨ ਲਿਪੵਤੇ ॥੩੬॥
ନାନକ କହନ୍ତି ଯେ ପରମେଶ୍ଵର ସର୍ବତ୍ର ବ୍ୟାପ୍ତ ଅଟନ୍ତି, ସେ କର୍ମ ଦୋଷ, ପାପ-ପୂଣ୍ୟ ରହିତ ଅଟନ୍ତି||36||
ਬਿਖਯਾ ਭਯੰਤਿ ਅੰਮ੍ਰਿਤੰ ਦ੍ਰੁਸਟਾਂ ਸਖਾ ਸ੍ਵਜਨਹ ॥
ଈଶ୍ଵର କୃପା କରିଲେ ଜହର ମଧ୍ୟ ଅମୃତ ହୋଇଯାଏ, ଦୁଷ୍ଟ ଶତ୍ରୁ ମଧ୍ୟ ବନ୍ଧୁ, ସଜ୍ଜନ ବନିଯାଏ।
ਦੁਖੰ ਭਯੰਤਿ ਸੁਖੵੰ ਭੈ ਭੀਤੰ ਤ ਨਿਰਭਯਹ ॥
ଦୁଃଖ ସୁଖରେ ବଦଳି ଯାଏ ଏବଂ ଭୟାଳୁ ମନୁଷ୍ୟ ନିର୍ଭୀକ ହୋଇଯାଏ।
ਥਾਨ ਬਿਹੂਨ ਬਿਸ੍ਰਾਮ ਨਾਮੰ ਨਾਨਕ ਕ੍ਰਿਪਾਲ ਹਰਿ ਹਰਿ ਗੁਰਹ ॥੩੭॥
ସ୍ଥାନହୀନକୁ ସୁଖର ସ୍ଥାନ ମିଳିଯାଏ, ହେ ନାନକ! ପରମାତ୍ମାଙ୍କ କୃପାରୁ ନାମ କୀର୍ତ୍ତନ ଦ୍ଵାରା ସର୍ବ ସୁଖ ପ୍ରାପ୍ତ ହୋଇଥାଏ||37||
ਸਰਬ ਸੀਲ ਮਮੰ ਸੀਲੰ ਸਰਬ ਪਾਵਨ ਮਮ ਪਾਵਨਹ ॥
ସର୍ବଶୀଳ ପ୍ରଭୁ ହିଁ ମୋତେ ଶୀଳ ପ୍ରଦାନ କରିଥାନ୍ତି, ସେହି ସର୍ବ ପବିତ୍ର ମୋତେ ପବିତ୍ର କରିଥାନ୍ତି।
ਸਰਬ ਕਰਤਬ ਮਮੰ ਕਰਤਾ ਨਾਨਕ ਲੇਪ ਛੇਪ ਨ ਲਿਪੵਤੇ ॥੩੮॥
ସବୁ କାର୍ଯ୍ୟ କରିବା ବାଲା ହିଁ ମୋର କର୍ତ୍ତା ଅଟନ୍ତି। ହେ ନାନକ! ସେ ପାପ-ଦୋଷ ଠାରୁ ସର୍ବଦା ମୁକ୍ତ ରହିଥାନ୍ତି||38||
ਨਹ ਸੀਤਲੰ ਚੰਦ੍ਰ ਦੇਵਹ ਨਹ ਸੀਤਲੰ ਬਾਵਨ ਚੰਦਨਹ ॥
ନା ଚନ୍ଦ୍ରଦେବ ଶୀତଳ ଅଟନ୍ତି, ନା ବାବନ ଚନ୍ଦନ ଶୀତଳ ଅଟେ।
ਨਹ ਸੀਤਲੰ ਸੀਤ ਰੁਤੇਣ ਨਾਨਕ ਸੀਤਲੰ ਸਾਧ ਸ੍ਵਜਨਹ ॥੩੯॥
ହେ ନାନକ! ଶରଦ ଋତୁ ମଧ୍ୟ ଏତେ ଶୀତଳ ନୁହେଁ, ଯେତିକି ଶୀତଳ ସାଧୁ ମହାତ୍ମା ଅଟନ୍ତି।||39||
ਮੰਤ੍ਰੰ ਰਾਮ ਰਾਮ ਨਾਮੰ ਧੵਾਨੰ ਸਰਬਤ੍ਰ ਪੂਰਨਹ ॥
ସାଧୁ ମହାପୁରୁଷଙ୍କ ମନ୍ତ୍ର କେବଳ ରାମନାମ ଜପିବା ଅଟେ, ତାହାଙ୍କ ଧ୍ୟାନ ଏହା ଯେ ଈଶ୍ଵର ସୃଷ୍ଟିର ପ୍ରତି କୋଣରେ ବିଦ୍ୟମାନ ଅଛନ୍ତି।
ਗੵਾਨੰ ਸਮ ਦੁਖ ਸੁਖੰ ਜੁਗਤਿ ਨਿਰਮਲ ਨਿਰਵੈਰਣਹ ॥
ସୁଖ-ଦୁଃଖକୁ ଏକା ଭଳି ମାନିବା ହିଁ ତାହାର ଜ୍ଞାନ ଅଟେ ଏବଂ ତାହାର ଜୀବନ-ଯୁକ୍ତି ସଂପୂର୍ଣ୍ଣ ସଂସାର ସହିତ ପ୍ରେମ କରିବା ଅଟେ।
ਦਯਾਲੰ ਸਰਬਤ੍ਰ ਜੀਆ ਪੰਚ ਦੋਖ ਬਿਵਰਜਿਤਹ ॥
ସେ ସବୁ ଜୀବ ଉପରେ ଦୟାଳୁ ରହିଥାନ୍ତି ଏବଂ କାମୁକ ପାଞ୍ଚ ଶତ୍ରୁ ନାଶ କରିଥାନ୍ତି।
ਭੋਜਨੰ ਗੋਪਾਲ ਕੀਰਤਨੰ ਅਲਪ ਮਾਯਾ ਜਲ ਕਮਲ ਰਹਤਹ ॥
ଭଗବାନଙ୍କ ଭଜନ-କୀର୍ତ୍ତନ ହିଁ ତାହାର ଭୋଜନ ଅଟେ ଏବଂ ସେ ମାୟା ଠାରୁ ନିର୍ଲିପ୍ତ ରହିଥାଏ, ଯେପରି ଜଳରେ କମଳ ରହିଥାଏ।
ਉਪਦੇਸੰ ਸਮ ਮਿਤ੍ਰ ਸਤ੍ਰਹ ਭਗਵੰਤ ਭਗਤਿ ਭਾਵਨੀ ॥
ମିତ୍ର ଅଥବା ଶତ୍ରୁ, ସେ ସମସ୍ତଙ୍କୁ ସମାନ ଉପଦେଶ ଦେଇଥାନ୍ତି ଏବଂ ଭଗବାନଙ୍କ ଭକ୍ତି ହିଁ ତାହାଙ୍କୁ ପ୍ରିୟ ଲାଗିଥାଏ।
"ਪਰ ਨਿੰਦਾ ਨਹ ਸ੍ਰੋਤਿ ਸ੍ਰਵਣੰ ਆਪੁ ਤੵਿਾਗਿ ਸਗਲ ਰੇਣੁਕਹ ॥
ସେ ନିଜ କାନରେ ପରନିନ୍ଦା ଶୁଣନ୍ତି ନାହିଁ ଏବଂ ଅହଂ-ଭାବ ତ୍ୟାଗ କରି ସବୁଙ୍କ ଚରଣ ଧୂଳି ବନି ରହିଥାନ୍ତି।
ਖਟ ਲਖੵਣ ਪੂਰਨੰ ਪੁਰਖਹ ਨਾਨਕ ਨਾਮ ਸਾਧ ਸ੍ਵਜਨਹ ॥੪੦॥
ଗୁରୁ ନାନକ କହନ୍ତି – ପୂର୍ଣ୍ଣ ପୁରୁଷ ଠାରେ ଏହି ଛଅ ଲକ୍ଷଣ ଥାଏ ଏବଂ ତାହାଙ୍କ ନାମ ହିଁ ସାଧୁ-ପୁରୁଷ ଭାବେ ଗଣନା କରାଯାଏ||40||
ਅਜਾ ਭੋਗੰਤ ਕੰਦ ਮੂਲੰ ਬਸੰਤੇ ਸਮੀਪਿ ਕੇਹਰਹ ॥
ଛାଗ କନ୍ଦମୂଳ ଖାଇ ସିଂହ ପାଖରେ ରହିଲେ, ତାହାକୁ ମୃତ୍ୟୁର ଭୟ ଲାଗି ରହିଥାଏ।
ਤਤ੍ਰ ਗਤੇ ਸੰਸਾਰਹ ਨਾਨਕ ਸੋਗ ਹਰਖੰ ਬਿਆਪਤੇ ॥੪੧॥
ଗୁରୁ ନାନକ କହନ୍ତି ଯେ ଏହି ଅବସ୍ଥା ସଂସାରର ଲୋକଙ୍କ ରହିଥାଏ, ଯାହାକୁ ଖୁସି ସହିତ ଦୁଃଖ ମଧ୍ୟ ମିଳିଥାଏ||41||
ਛਲੰ ਛਿਦ੍ਰੰ ਕੋਟਿ ਬਿਘਨੰ ਅਪਰਾਧੰ ਕਿਲਬਿਖ ਮਲੰ ॥
ମନୁଷ୍ୟ ଲୋକଙ୍କୁ ଧୋକା ଦେଇଥାଏ, କୋଟି କୋଟି ବିଘ୍ନ ଉତ୍ପନ୍ନ କରିଥାନ୍ତି, ପାପ-ଅପରାଧର ମଇଳାରେ ଫସି ଯାଇଥାଏ।
ਭਰਮ ਮੋਹੰ ਮਾਨ ਅਪਮਾਨੰ ਮਦੰ ਮਾਯਾ ਬਿਆਪਿਤੰ ॥
ସେ ଭ୍ରମ, ମୋହ, ମାନ-ଅପମାନ, ମାୟାର ନିଶାରେ ଲିପ୍ତ ରହିଥାନ୍ତି।
ਮ੍ਰਿਤੵੁ ਜਨਮ ਭ੍ਰਮੰਤਿ ਨਰਕਹ ਅਨਿਕ ਉਪਾਵੰ ਨ ਸਿਧੵਤੇ ॥
ଜୀବନ-ମୃତ୍ୟୁ ଚକ୍ରରେ ନର୍କ ଭୋଗ କରିଥାଏ, ପରନ୍ତୁ ଅନେକ ଉପାୟ ଦ୍ଵାରା ମଧ୍ୟ ବନ୍ଧନରୁ ମୁକ୍ତ ହୁଏନାହିଁ।
ਨਿਰਮਲੰ ਸਾਧ ਸੰਗਹ ਜਪੰਤਿ ਨਾਨਕ ਗੋਪਾਲ ਨਾਮੰ ॥
ହେ ନାନକ! ସାଧୁ ପୁରୁଷଙ୍କ ସହିତ ପରମାତ୍ମାଙ୍କ ନାମ ଜପିବା ଦ୍ଵାରା ହିଁ ଜୀବନ ନିର୍ମଳ ହୋଇଥାଏ,
ਰਮੰਤਿ ਗੁਣ ਗੋਬਿੰਦ ਨਿਤ ਪ੍ਰਤਹ ॥੪੨॥
ଏଣୁ ପ୍ରତିଦିନ ଈଶ୍ଵରଙ୍କ ଗୁଣଗାନ କର||42||
ਤਰਣ ਸਰਣ ਸੁਆਮੀ ਰਮਣ ਸੀਲ ਪਰਮੇਸੁਰਹ ॥
ପରମେଶ୍ଵରଙ୍କ ଶରଣରେ ମୁକ୍ତି ସମ୍ଭବ ଅଟେ, ସେ ଶୀଳବାନ, ଲୀଳା କରିବା ବାଲା ଅଟନ୍ତି।
ਕਰਣ ਕਾਰਣ ਸਮਰਥਹ ਦਾਨੁ ਦੇਤ ਪ੍ਰਭੁ ਪੂਰਨਹ ॥
ସେ ସବୁ କରିବା-କରାଇବାରେ ସମର୍ଥ ଅଟନ୍ତି ଏବଂ ପୂର୍ଣ୍ଣ ପ୍ରଭୁ ସବୁଙ୍କୁ ଦେବା ବାଲା ଅଟନ୍ତି।
ਨਿਰਾਸ ਆਸ ਕਰਣੰ ਸਗਲ ਅਰਥ ਆਲਯਹ ॥
ସେ ନିରାଶ ଜୀବର ଆଶା ପୁରା କରିଥାନ୍ତି ଏବଂ ସର୍ବ ସୁଖ ପଦାର୍ଥର ଘର ଅଟନ୍ତି।
ਗੁਣ ਨਿਧਾਨ ਸਿਮਰੰਤਿ ਨਾਨਕ ਸਗਲ ਜਾਚੰਤ ਜਾਚਿਕਹ ॥੪੩॥
ହେ ନାନକ! ସଂସାର ସେହି ଗୁଣର ଭଣ୍ଡାରଙ୍କୁ ସ୍ମରଣ କରିଥାଏ ଏବଂ ସମସ୍ତେ ତାହାଙ୍କୁ ବିନୟପୂର୍ବକ ମାଗିଥାନ୍ତି||43||
ਦੁਰਗਮ ਸਥਾਨ ਸੁਗਮੰ ਮਹਾ ਦੂਖ ਸਰਬ ਸੂਖਣਹ ॥
ଦୁର୍ଗମ ସ୍ଥାନ ମଧ୍ୟ ସୁଗମ ହୋଇଯାଏ, ବଡ ରୁ ବଡ ଦୁଃଖ ମଧ୍ୟ ସୁଖରେ ପରିଣତ ହୋଇଥାଏ।
ਦੁਰਬਚਨ ਭੇਦ ਭਰਮੰ ਸਾਕਤ ਪਿਸਨੰ ਤ ਸੁਰਜਨਹ ॥
ଦୁର୍ବଚନ, ଭେଦ, ମତାବଲମ୍ବୀ ଏବଂ ଚୁଗୁଲିଆ ମଧ୍ୟ ସଜ୍ଜନ ବନିଯାନ୍ତି।
ਅਸਥਿਤੰ ਸੋਗ ਹਰਖੰ ਭੈ ਖੀਣੰ ਤ ਨਿਰਭਵਹ ॥
ଦୁଃଖ ମଧ୍ୟ ସୁଖରେ ବଦଳି ଯାଏ ଏବଂ ଭୟାଳୁ ବ୍ୟକ୍ତି ନିର୍ଭୀକ ବନିଯାଏ।