Page 1353
ਅਸਥਿਰੁ ਜੋ ਮਾਨਿਓ ਦੇਹ ਸੋਤਉ ਤੇਰਉ ਹੋਇ ਹੈ ਖੇਹ ॥
ଯେଉଁ ଶରୀରକୁ ତୁ ସ୍ଥିର ମାନିଛୁ, ତାହା ମାଟି ହିଁ ହୋଇଯିବ।
ਕਿਉ ਨ ਹਰਿ ਕੋ ਨਾਮੁ ਲੇਹਿ ਮੂਰਖ ਨਿਲਾਜ ਰੇ ॥੧॥
ହେ ନିର୍ଲଜ୍ଜ ମୂର୍ଖ! ପରମାତ୍ମାଙ୍କ ନାମ କାହିଁକି ଜପ କରି ନାହୁଁ||1||
ਰਾਮ ਭਗਤਿ ਹੀਏ ਆਨਿ ਛਾਡਿ ਦੇ ਤੈ ਮਨ ਕੋ ਮਾਨੁ ॥
ତୁ ରାମଙ୍କ ଭକ୍ତିକୁ ନିଜ ହୃଦୟରେ ସ୍ଥାପନ କର ଏବଂ ମନର ଅଭିମାନ ତ୍ୟାଗ କର।
ਨਾਨਕ ਜਨ ਇਹ ਬਖਾਨਿ ਜਗ ਮਹਿ ਬਿਰਾਜੁ ਰੇ ॥੨॥੪॥
ନାନକ ଏହି କଥା କହନ୍ତି ଯେ ଭକ୍ତି କରି ସଂସାରରେ ଉତ୍ତମ ଜୀବନ ଅତିବାହିତ କର||2||4||
ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰ ਪ੍ਰਸਾਦਿ ॥
ପରମାତ୍ମା ଏକ ଅଟନ୍ତି, ତାହାଙ୍କ ନାମ ସତ୍ୟ ଅଟେ। ସେ ସୃଷ୍ଟିର ରଚୟିତା ସର୍ବଶକ୍ତିମାନ ଅଟନ୍ତି। ତାହାଙ୍କ ଠାରେ କୌଣସି ଭୟ ବ୍ୟାପ୍ତ ହୁଏନାହିଁ, କାହା ସହିତ ତାହାଙ୍କ ଶତ୍ରୁତା ନାହିଁ, ସେ କାଳାତୀତ, ଅଜନ୍ମା ଏବଂ ସ୍ଵୟଂଭୂ ଅଟନ୍ତି ଆଉ ଗୁରୁ-କୃପା ଦ୍ଵାରା ତାହାଙ୍କୁ ପ୍ରାପ୍ତ କରାଯାଇ ପାରେ।
ਸਲੋਕ ਸਹਸਕ੍ਰਿਤੀ ਮਹਲਾ ੧ ॥
ଶ୍ଳୋକ ସହସକ୍ରିତୀ ମହଲା 1॥
ਪੜਿੑ ਪੁਸ੍ਤਕ ਸੰਧਿਆ ਬਾਦੰ ॥
ପଣ୍ଡିତ ଧର୍ମଗ୍ରନ୍ଥର ପାଠ-ପଠନ କରିଥାନ୍ତି, ସନ୍ଧ୍ୟାର ବନ୍ଦନା-ଆରତୀ କରିଥାନ୍ତି।
ਸਿਲ ਪੂਜਸਿ ਬਗੁਲ ਸਮਾਧੰ ॥
ପଥରର ମୂର୍ତ୍ତିକୁ ଭଗବାନ ମାନି ପୂଜା-ଅର୍ଚ୍ଚନା କରିଥାନ୍ତି ଏବଂ ବଗ ଭଳି ସମାଧି ଲଗାଇ ଥାଏ।
ਮੁਖਿ ਝੂਠੁ ਬਿਭੂਖਨ ਸਾਰੰ ॥
ସେ ମୁଖରେ ମିଥ୍ୟା ବୋଲି ଲୁହାକୁ ମଧ୍ୟ ସ୍ଵର୍ଣ୍ଣର ଆଭୁଷଣ ବତାଇ ଥାଆନ୍ତି,
ਤ੍ਰੈਪਾਲ ਤਿਹਾਲ ਬਿਚਾਰੰ ॥
ସେ ପ୍ରତିଦିନ ତିନି ଥର ଗାୟତ୍ରୀ ମନ୍ତ୍ର ଜପ କରିଥାନ୍ତି।
ਗਲਿ ਮਾਲਾ ਤਿਲਕ ਲਿਲਾਟੰ ॥
ସେ ଗଳାରେ ମାଲା ଏବଂ ମଥାରେ ତିଳକ ଲଗାଇ ଥାଆନ୍ତି।
ਦੁਇ ਧੋਤੀ ਬਸਤ੍ਰ ਕਪਾਟੰ ॥
ସେ ଧୋତି ବସ୍ତ୍ର ଧାରଣ କରିଥାନ୍ତି।
ਜੋ ਜਾਨਸਿ ਬ੍ਰਹਮੰ ਕਰਮੰ ॥
କିନ୍ତୁ ଯେଉଁ ବ୍ୟକ୍ତି ପରମାତ୍ମାଙ୍କ ଭକ୍ତିକୁ ଉତ୍ତମ କର୍ମ ମାନିଥାଏ,
ਸਭ ਫੋਕਟ ਨਿਸਚੈ ਕਰਮੰ ॥
ନିଶ୍ଚିତ ଭାବରେ ଜାଣି ନିଅ, ତାହା ପାଇଁ ଅନ୍ୟ ସବୁ କର୍ମ ବ୍ୟର୍ଥ ଅଟେ।
ਕਹੁ ਨਾਨਕ ਨਿਸਚੌ ਧਿ੍ਾਵੈ ॥
ଗୁରୁ ନାନକ କହନ୍ତି ଯେ ଉଚିତ ଏହା ଯେ ଈଶ୍ଵରଙ୍କ ଧ୍ୟାନ ନିଶ୍ଚିତ ଭାବରେ କରାଯାଉ,
ਬਿਨੁ ਸਤਿਗੁਰ ਬਾਟ ਨ ਪਾਵੈ ॥੧॥
କିନ୍ତୁ ସଚ୍ଚା ଗୁରୁଙ୍କ ବିନା ଏହି ମାର୍ଗ ପ୍ରାପ୍ତ ହୁଏନାହିଁ||1||
ਨਿਹਫਲੰ ਤਸੵ ਜਨਮਸੵ ਜਾਵਦ ਬ੍ਰਹਮ ਨ ਬਿੰਦਤੇ ॥
ଯେ ପର୍ଯ୍ୟନ୍ତ ମନୁଷ୍ୟ ପରଂବ୍ରହ୍ମଙ୍କୁ ମାନେ ନାହିଁ, ତାହାଙ୍କ ଉପାସନା କରେନାହିଁ, ତାହାର ଜନ୍ମ ନିଫଳ ଅଟେ।
ਸਾਗਰੰ ਸੰਸਾਰਸੵ ਗੁਰ ਪਰਸਾਦੀ ਤਰਹਿ ਕੇ ॥
ଏହି ସଂସାର-ସାଗରରୁ ସମସ୍ତେ ଗୁରୁଙ୍କ କୃପାରୁ ହିଁ ପାର ହୋଇଥାନ୍ତି।
ਕਰਣ ਕਾਰਣ ਸਮਰਥੁ ਹੈ ਕਹੁ ਨਾਨਕ ਬੀਚਾਰਿ ॥
ନାନକଙ୍କ ଏହି ବିଚାର ଯେ ସେ ସବୁ କରିବା-କରାଇବାରେ ପୂର୍ଣ୍ଣ ସମର୍ଥ ଅଟେ।
ਕਾਰਣੁ ਕਰਤੇ ਵਸਿ ਹੈ ਜਿਨਿ ਕਲ ਰਖੀ ਧਾਰਿ ॥੨॥
ସଂପୂର୍ଣ୍ଣ ସଂସାର ସେହି ରଚୟିତାଙ୍କ ବଶରେ ଅଛି, ଯିଏ ସର୍ବ ଶକ୍ତିରେ ପରିପୂର୍ଣ୍ଣ ଅଟନ୍ତି||2||
ਜੋਗ ਸਬਦੰ ਗਿਆਨ ਸਬਦੰ ਬੇਦ ਸਬਦੰ ਤ ਬ੍ਰਾਹਮਣਹ ॥
ଯୋଗୀଙ୍କ ଧର୍ମ ଧର୍ମ ଜ୍ଞାନ ପ୍ରାପ୍ତ କରିବା ଅଟେ, ବ୍ରାହ୍ମଣର ଧର୍ମ ବେଦର ଅଧ୍ୟୟନ କରିବା ଅଟେ।
ਖਤ੍ਰੀ ਸਬਦੰ ਸੂਰ ਸਬਦੰ ਸੂਦ੍ਰ ਸਬਦੰ ਪਰਾ ਕ੍ਰਿਤਹ ॥
କ୍ଷତ୍ରିୟର ଧର୍ମ ସୁରବୀରତାର କାର୍ଯ୍ୟ କରିବା ଅଟେ ଏବଂ ଶୂଦ୍ରର ଧର୍ମ ଲୋକଙ୍କ ସେବା ଅଟେ।
ਸਰਬ ਸਬਦੰ ਤ ਏਕ ਸਬਦੰ ਜੇ ਕੋ ਜਾਨਸਿ ਭੇਉ ॥
ପରନ୍ତୁ ସର୍ବ ଶ୍ରେଷ୍ଠ ଧର୍ମ ଏହା ଯେ କେବଳ ଈଶ୍ଵରଙ୍କ ଭକ୍ତି କରାଯାଉ।
ਨਾਨਕ ਤਾ ਕੋ ਦਾਸੁ ਹੈ ਸੋਈ ਨਿਰੰਜਨ ਦੇਉ ॥੩॥
ଯେଉଁ ମନୁଷ୍ୟ ଏହି ଭେଦକୁ ଜାଣିଥାଏ, ଗୁରୁ ନାନକ କହନ୍ତି ଯେ ଆମକୁ ତାହାଙ୍କ ଦାସତ୍ଵ ସ୍ଵୀକାର ଅଟେ ଏବଂ ବସ୍ତୁତଃ ସେ ହିଁ ପରମାତ୍ମାଙ୍କ ରୂପ ଅଟନ୍ତି||3||
ਏਕ ਕ੍ਰਿਸ੍ਨੰ ਤ ਸਰਬ ਦੇਵਾ ਦੇਵ ਦੇਵਾ ਤ ਆਤਮਹ ॥
ସୃଷ୍ଟିର ଜନ୍ମଦାତା, ପୋଷକ, ସଂହାରକ ଏକ ପରମେଶ୍ଵର ହିଁ ସବୁ ଦେବତାଙ୍କ ଦେବତା ଏବଂ ଦେବତାଙ୍କ ଆତ୍ମା ଅଟନ୍ତି।
ਆਤਮੰ ਸ੍ਰੀ ਬਾਸ੍ਵਦੇਵਸ੍ ਜੇ ਕੋਈ ਜਾਨਸਿ ਭੇਵ ॥
ଯଦି କେହି ଏହି ରହସ୍ୟକୁ ଜାଣିଥାନ୍ତି।
ਨਾਨਕ ਤਾ ਕੋ ਦਾਸੁ ਹੈ ਸੋਈ ਨਿਰੰਜਨ ਦੇਵ ॥੪॥
ଗୁରୁ ନାନକ କହନ୍ତି ଯେ ଆମେ ତାହାଙ୍କ ଦାସ ଅଟୁ, ସେ ହିଁ ଈଶ୍ଵରଙ୍କ ରୂପ ହୋଇଥାନ୍ତି||4||
ਸਲੋਕ ਸਹਸਕ੍ਰਿਤੀ ਮਹਲਾ ੫
ଶ୍ଳୋକ ସହସକ୍ରିତୀ ମହଲା 5
ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰ ਪ੍ਰਸਾਦਿ ॥
ପରମାତ୍ମା ଏକ ଅଟନ୍ତି, ତାହାଙ୍କ ନାମ ସତ୍ୟ ଅଟେ। ସେ ସୃଷ୍ଟିର ରଚୟିତା ସର୍ବଶକ୍ତିମାନ ଅଟନ୍ତି। ତାହାଙ୍କ ଠାରେ କୌଣସି ଭୟ ବ୍ୟାପ୍ତ ହୁଏନାହିଁ, କାହା ସହିତ ତାହାଙ୍କ ଶତ୍ରୁତା ନାହିଁ, ସେ କାଳାତୀତ, ଅଜନ୍ମା ଏବଂ ସ୍ଵୟଂଭୂ ଅଟନ୍ତି ଆଉ ଗୁରୁ-କୃପା ଦ୍ଵାରା ତାହାଙ୍କୁ ପ୍ରାପ୍ତ କରାଯାଇ ପାରେ।
ਕਤੰਚ ਮਾਤਾ ਕਤੰਚ ਪਿਤਾ ਕਤੰਚ ਬਨਿਤਾ ਬਿਨੋਦ ਸੁਤਹ ॥
ମାତା-ପିତା କିଏ କାହାର ଅଟେ, ପୁତ୍ର ଏବଂ ପତ୍ନୀ ସହିତ ମୋହ-ପ୍ରେମ କେଉଁଠି ସାଥି ଦେଇଥାଏ?
ਕਤੰਚ ਭ੍ਰਾਤ ਮੀਤ ਹਿਤ ਬੰਧਵ ਕਤੰਚ ਮੋਹ ਕੁਟੰਬੵਤੇ ॥
ଭାଇ, ମିତ୍ର, ଶୁଭଚିନ୍ତକ, ସମ୍ପର୍କୀୟ ଏବଂ ପରିବାରର ମୋହ କେଉଁଠି ସାଥି ଦେଇଥାଏ?
ਕਤੰਚ ਚਪਲ ਮੋਹਨੀ ਰੂਪੰ ਪੇਖੰਤੇ ਤਿਆਗੰ ਕਰੋਤਿ ॥
ଚଞ୍ଚଳ ମାୟା ମୋହିତ କରି ରହିଥାଏ, ଏହା ମଧ୍ୟ ଦେଖି ଦେଖି ସାଥି ଛାଡି ଯାଇଥାଏ।
ਰਹੰਤ ਸੰਗ ਭਗਵਾਨ ਸਿਮਰਣ ਨਾਨਕ ਲਬਧੵੰ ਅਚੁਤ ਤਨਹ ॥੧॥
ଗୁରୁ ନାନକ କହନ୍ତି ଯେ ଭଗବାନଙ୍କ ସ୍ମରଣ ହିଁ ସାଥି ରହିଥାଏ, ଯାହା ମହାତ୍ମା ଏବଂ ଭକ୍ତଜନଙ୍କ ଠାରୁ ହିଁ ପ୍ରାପ୍ତ ହୋଇଥାଏ||1||