Page 1350
ਲੋਗਾ ਭਰਮਿ ਨ ਭੂਲਹੁ ਭਾਈ ॥
ହେ ମାନବ! ହେ ମୋର ଭାଇ! କୌଣସି ଭ୍ରମରେ ପଡ ନାହିଁ।
ਖਾਲਿਕੁ ਖਲਕ ਖਲਕ ਮਹਿ ਖਾਲਿਕੁ ਪੂਰਿ ਰਹਿਓ ਸ੍ਰਬ ਠਾਂਈ ॥੧॥ ਰਹਾਉ ॥
ଏହି ସୃଷ୍ଟି ରଚୟିତା ରଚନା କରିଛନ୍ତି ଏବଂ ସେ ସୃଷ୍ଟିର ପ୍ରତି କୋଣରେ ବିଦ୍ୟମାନ ଅଛନ୍ତି॥1॥ରୁହ॥
ਮਾਟੀ ਏਕ ਅਨੇਕ ਭਾਂਤਿ ਕਰਿ ਸਾਜੀ ਸਾਜਨਹਾਰੈ ॥
ସେହି ରଚୟିତା ଏକ ହିଁ ମାଟିରେ ଅନେକ ପ୍ରକାରର ଜୀବର ରଚନା କରିଛନ୍ତି,
ਨਾ ਕਛੁ ਪੋਚ ਮਾਟੀ ਕੇ ਭਾਂਡੇ ਨਾ ਕਛੁ ਪੋਚ ਕੁੰਭਾਰੈ ॥੨॥
ନା ମାଟିର ପାତ୍ର(ମନୁଷ୍ୟ)ର କୌଣସି ଭୁଲ ଅଛି ଆଉ ନା ରଚୟିତାଙ୍କ କୌଣସି ଭୁଲ ଥାଏ||2||
ਸਭ ਮਹਿ ਸਚਾ ਏਕੋ ਸੋਈ ਤਿਸ ਕਾ ਕੀਆ ਸਭੁ ਕਛੁ ਹੋਈ ॥
ସବୁଠାରେ ଏକ ପରମେଶ୍ଵର ହିଁ ମହଜୁଦ ଅଛନ୍ତି, ସେ କରିଥିବା ସବୁକିଛି ହୋଇଥାଏ।
ਹੁਕਮੁ ਪਛਾਨੈ ਸੁ ਏਕੋ ਜਾਨੈ ਬੰਦਾ ਕਹੀਐ ਸੋਈ ॥੩॥
ଯିଏ ତାହାଙ୍କ ହୁକୁମକୁ ମାନିଥାଏ, କେବଳ ତାହାଙ୍କ ଉପରେ ନିଷ୍ଠା ରଖିଥାଏ, ବାସ୍ତବରେ ତାହାଙ୍କୁ ସତ୍ୟ ପୁରୁଷ କୁହାଯାଏ||3||
ਅਲਹੁ ਅਲਖੁ ਨ ਜਾਈ ਲਖਿਆ ਗੁਰਿ ਗੁੜੁ ਦੀਨਾ ਮੀਠਾ ॥
ଆଲାହା ଅଦୃଷ୍ଟ ଅଟନ୍ତି, ସେ ଦେଖା ଦିଅନ୍ତି ନାହିଁ, ଗୁରୁ ମୋତେ ସେହି ମିଠା ପ୍ରଦାନ କରିଛନ୍ତି।
ਕਹਿ ਕਬੀਰ ਮੇਰੀ ਸੰਕਾ ਨਾਸੀ ਸਰਬ ਨਿਰੰਜਨੁ ਡੀਠਾ ॥੪॥੩॥
କବୀର କହନ୍ତି ଯେ ତାହାଙ୍କ ସାରା ଶଙ୍କା ସମାପ୍ତ ହୋଇ ଯାଇଛି, ତାହାଙ୍କୁ ସବୁଠାରେ ଈଶ୍ଵର ହିଁ ଦେଖା ଦେଇଥାନ୍ତି||4||3||
ਪ੍ਰਭਾਤੀ ॥
ପ୍ରଭାତୀ॥
ਬੇਦ ਕਤੇਬ ਕਹਹੁ ਮਤ ਝੂਠੇ ਝੂਠਾ ਜੋ ਨ ਬਿਚਾਰੈ ॥
ବେଦ ଓ କୋରାନକୁ ମିଥ୍ୟା କୁହ ନାହିଁ, ବାସ୍ତବରେ ମିଥ୍ୟା ସେ ଅଟେ, ଯିଏ ତାହାଙ୍କ ଚିନ୍ତନ କରେନାହିଁ।
ਜਉ ਸਭ ਮਹਿ ਏਕੁ ਖੁਦਾਇ ਕਹਤ ਹਉ ਤਉ ਕਿਉ ਮੁਰਗੀ ਮਾਰੈ ॥੧॥
ତୁମେ କୁହ ଯେ ସବୁଠାରେ ଏକ ପ୍ରଭୁ ହିଁ ବାସ କରିଥାନ୍ତି, ପୁଣି କୁକୁଡାକୁ କାହିଁକି ମାରୁଅଛ?||1||
ਮੁਲਾਂ ਕਹਹੁ ਨਿਆਉ ਖੁਦਾਈ ॥
ହେ ମୁଲ୍ଲା! ମୋତେ କୁହ, କଣ ଏହା ଖୁଦାଙ୍କ ନ୍ୟାୟ ଅଟେ,
ਤੇਰੇ ਮਨ ਕਾ ਭਰਮੁ ਨ ਜਾਈ ॥੧॥ ਰਹਾਉ ॥
ତୋର ମନର ଭ୍ରମ ବର୍ତ୍ତମାନ ମଧ୍ୟ ଦୂର ହୋଇନାହିଁ॥1॥ରୁହ॥
ਪਕਰਿ ਜੀਉ ਆਨਿਆ ਦੇਹ ਬਿਨਾਸੀ ਮਾਟੀ ਕਉ ਬਿਸਮਿਲਿ ਕੀਆ ॥
ଜୀବକୁ ଆଣି ତାହାର ଶରୀରକୁ ନାଶ କରି ତାହାର ମାଟିକୁ ସମାପ୍ତ କରି ଦେଉଛ।
ਜੋਤਿ ਸਰੂਪ ਅਨਾਹਤ ਲਾਗੀ ਕਹੁ ਹਲਾਲੁ ਕਿਆ ਕੀਆ ॥੨॥
ଜୀବର ଜ୍ୟୋତି ଈଶ୍ଵରଙ୍କ ଠାରେ ହିଁ ମିଳନ କରିଥାଏ, ହଲାଲ କଣ କଲ?||2||
ਕਿਆ ਉਜੂ ਪਾਕੁ ਕੀਆ ਮੁਹੁ ਧੋਇਆ ਕਿਆ ਮਸੀਤਿ ਸਿਰੁ ਲਾਇਆ ॥
ଉଜ୍ଜୁ କରିଲ, ହାତ-ମୁହଁ ଧୋଇ ଶୁଦ୍ଧ ହୋଇ ମସଜିଦରେ ନତମସ୍ତକ ହେଲ,
ਜਉ ਦਿਲ ਮਹਿ ਕਪਟੁ ਨਿਵਾਜ ਗੁਜਾਰਹੁ ਕਿਆ ਹਜ ਕਾਬੈ ਜਾਇਆ ॥੩॥
ଏହି ସବୁର ଲାଭ କଣ, ଯେତେବେଳେ ହୃଦୟରେ କପଟ ହିଁ ଥାଏ, ନମାଜ କରିଲେ ବା ହଜ୍ଜ ପାଇଁ ମକ୍କା ଯିବାର କୌଣସି ଲାଭ ନାହିଁ||3||
ਤੂੰ ਨਾਪਾਕੁ ਪਾਕੁ ਨਹੀ ਸੂਝਿਆ ਤਿਸ ਕਾ ਮਰਮੁ ਨ ਜਾਨਿਆ ॥
ତୁ ମନରେ ଅପବିତ୍ର ଅଟୁ, ପବିତ୍ର ଖୁଦାଙ୍କୁ ବୁଝି ନାହୁଁ ଏବଂ ନା ତୁ ତାହାଙ୍କ ରହସ୍ୟକୁ ଜାଣିଛୁ।
ਕਹਿ ਕਬੀਰ ਭਿਸਤਿ ਤੇ ਚੂਕਾ ਦੋਜਕ ਸਿਉ ਮਨੁ ਮਾਨਿਆ ॥੪॥੪॥
କବୀର କହନ୍ତି ଯେ ଏହିପରି ତୁ ସ୍ଵର୍ଗରୁ ବଞ୍ଚିତ ହୋଇ ଯାଇଛୁ ଏବଂ ତୋର ମନ ନର୍କକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଯାଇଛି||4||4||
ਪ੍ਰਭਾਤੀ ॥
ପ୍ରଭାତୀ॥
ਸੁੰਨ ਸੰਧਿਆ ਤੇਰੀ ਦੇਵ ਦੇਵਾਕਰ ਅਧਪਤਿ ਆਦਿ ਸਮਾਈ ॥
ହେ ଜଗତର ମାଲିକ! ହେ ଦେବାଧିଦେବ! ହେ ଆଦିପୁରୁଷ! ଶୂନ୍ୟାବସ୍ଥାରେ ଲୀନ ହେବା ହିଁ ତୁମର ବନ୍ଦନା ଅଟେ।
ਸਿਧ ਸਮਾਧਿ ਅੰਤੁ ਨਹੀ ਪਾਇਆ ਲਾਗਿ ਰਹੇ ਸਰਨਾਈ ॥੧॥
ସିଦ୍ଧ ସମାଧି ଲଗାଇ ତୁମର ରହସ୍ୟପାୟ ପାରି ନାହାନ୍ତି ଏବଂ ସେ ତୋର ଶରଣରେ ଲୀନ ରହିଥାଏ।||1||
ਲੇਹੁ ਆਰਤੀ ਹੋ ਪੁਰਖ ਨਿਰੰਜਨ ਸਤਿਗੁਰ ਪੂਜਹੁ ਭਾਈ ॥
ହେ ହାଇ! ମାୟାତୀତ ଈଶ୍ଵରଙ୍କ ଆରତୀ କର, ସେହି ସଦଗୁରୁଙ୍କ ପୂଜନ କର।
ਠਾਢਾ ਬ੍ਰਹਮਾ ਨਿਗਮ ਬੀਚਾਰੈ ਅਲਖੁ ਨ ਲਖਿਆ ਜਾਈ ॥੧॥ ਰਹਾਉ ॥
ବ୍ରହ୍ମା ବେଦର ଚିନ୍ତନ କରିଛନ୍ତି, ପରନ୍ତୁ ଅଦୃଷ୍ଟ ପରମେଶ୍ଵରଙ୍କ ରହସ୍ୟକୁ ଜାଣି ପାରିନାହିଁ॥1॥ରୁହ॥
ਤਤੁ ਤੇਲੁ ਨਾਮੁ ਕੀਆ ਬਾਤੀ ਦੀਪਕੁ ਦੇਹ ਉਜ੍ਯ੍ਯਾਰਾ ॥
ଯେତେବେଳେ ଜ୍ଞାନର ତେଲ ଢାଳି ପ୍ରଭୁଙ୍କ ନାମର ବତୀର ଦୀପ ପ୍ରଜ୍ଜ୍ଵଳିତ କରାଯାଏ, ଶରୀରରେ ପ୍ରକାଶ ଆସିଥାଏ।
ਜੋਤਿ ਲਾਇ ਜਗਦੀਸ ਜਗਾਇਆ ਬੂਝੈ ਬੂਝਨਹਾਰਾ ॥੨॥
ଏହାଦ୍ୱାରା ଈଶ୍ଵର ନାମର ଜ୍ୟୋତି ଚମକି ଥାଏ, ଯାହା କେହି ବୁଝିବା ବାଲା ହିଁ ବୁଝିଥାଏ||2||
ਪੰਚੇ ਸਬਦ ਅਨਾਹਦ ਬਾਜੇ ਸੰਗੇ ਸਾਰਿੰਗਪਾਨੀ ॥
ପ୍ରଭୁଙ୍କ ସାକ୍ଷାତ ବିନା ପାଞ୍ଚ ଶବ୍ଦ ଓ ଅନାହତ ଧ୍ୱନି ଗୁଞ୍ଜନ କରିଥାଏ।
ਕਬੀਰ ਦਾਸ ਤੇਰੀ ਆਰਤੀ ਕੀਨੀ ਨਿਰੰਕਾਰ ਨਿਰਬਾਨੀ ॥੩॥੫॥
ଦାସ କବୀର କହନ୍ତି ଯେ ହେ ନିରାକାର! ଏହା ତୋର ଆରତୀ ଅଟେ||3||5||
ਪ੍ਰਭਾਤੀ ਬਾਣੀ ਭਗਤ ਨਾਮਦੇਵ ਜੀ ਕੀ
ପ୍ରଭାତୀ ବାଣୀ ଭକ୍ତ ନାମଦେବ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਮਨ ਕੀ ਬਿਰਥਾ ਮਨੁ ਹੀ ਜਾਨੈ ਕੈ ਬੂਝਲ ਆਗੈ ਕਹੀਐ ॥
ମନର ବ୍ୟଥା ମନ ହିଁ ଜାଣିଥାଏ ଏବଂ ତାହା ପରମେଶ୍ଵରଙ୍କ ସମ୍ମୁଖରେ କୁହା ଯାଇପାରେ।
ਅੰਤਰਜਾਮੀ ਰਾਮੁ ਰਵਾਂਈ ਮੈ ਡਰੁ ਕੈਸੇ ਚਹੀਐ ॥੧॥
ମୁଁ ଅନ୍ତର୍ଯାମୀ ପରମାତ୍ମାଙ୍କ ଭକ୍ତିରେ ଲୀନ ଅଟେ, ପୁଣି ମୋତେ କିପରି ଭୟ ଗ୍ରାସ କରିବ||1||
ਬੇਧੀਅਲੇ ਗੋਪਾਲ ਗੋੁਸਾਈ ॥
ଈଶ୍ଵର ମୋର ମନ ମୋହି ନେଇଛନ୍ତି,
ਮੇਰਾ ਪ੍ਰਭੁ ਰਵਿਆ ਸਰਬੇ ਠਾਈ ॥੧॥ ਰਹਾਉ ॥
ମୋର ପ୍ରଭୁ ପ୍ରତି ସ୍ଥାନରେ ବିଦ୍ୟମାନ ଅଟନ୍ତି॥1॥ରୁହ॥
ਮਾਨੈ ਹਾਟੁ ਮਾਨੈ ਪਾਟੁ ਮਾਨੈ ਹੈ ਪਾਸਾਰੀ ॥
ଏହି ମନ ହିଁ ଦୋକାନ ଏବଂ ନଗର ଅଟେ ଏବଂ ମନର ହିଁ ପ୍ରସାର ଅଟେ।
ਮਾਨੈ ਬਾਸੈ ਨਾਨਾ ਭੇਦੀ ਭਰਮਤੁ ਹੈ ਸੰਸਾਰੀ ॥੨॥
ମନ ଅନେକ ରଙ୍ଗରେ ରହିଥାଏ ଏବଂ ମନ ହିଁ ସଂସାରରେ ଭ୍ରମ ଅଟେ||2||
ਗੁਰ ਕੈ ਸਬਦਿ ਏਹੁ ਮਨੁ ਰਾਤਾ ਦੁਬਿਧਾ ਸਹਜਿ ਸਮਾਣੀ ॥
ଏହି ମନ ଯେତେବେଳେ ଗୁରୁଙ୍କ ଉପଦେଶରେ ଲୀନ ହୋଇଯାଏ, ସ୍ଵାଭାବିକ ଭାବରେ ଦ୍ଵିଧା ଦୂର ହୋଇଯାଏ।