Guru Granth Sahib Translation Project

guru granth sahib odia page-1349

Page 1349

ਜਹ ਸੇਵਕ ਗੋਪਾਲ ਗੁਸਾਈ ॥ ଯେଉଁଠି ଭକ୍ତ ଈଶ୍ଵରଙ୍କ ଭକ୍ତି କରିଥାଏ,
ਪ੍ਰਭ ਸੁਪ੍ਰਸੰਨ ਭਏ ਗੋਪਾਲ ॥ ପ୍ରଭୁଙ୍କ ସୁପ୍ରସନ୍ନ ଦ୍ଵାରା
ਜਨਮ ਜਨਮ ਕੇ ਮਿਟੇ ਬਿਤਾਲ ॥੫॥ ଜନ୍ମ-ଜନ୍ମାନ୍ତରର ଦୁଃଖ ଦୂର ହୋଇଯାଏ||5||
ਹੋਮ ਜਗ ਉਰਧ ਤਪ ਪੂਜਾ ॥ ଲୋକମାନେ ହୋମ, ଯଜ୍ଞ, ଓଲଟା ରହି ତପସ୍ୟା,
ਕੋਟਿ ਤੀਰਥ ਇਸਨਾਨੁ ਕਰੀਜਾ ॥ ପୂଜା-ଅର୍ଚ୍ଚନା, ଅନେକ ତୀର୍ଥରେ ସ୍ନାନ କରିଥାନ୍ତି,
ਚਰਨ ਕਮਲ ਨਿਮਖ ਰਿਦੈ ਧਾਰੇ ॥ ପରନ୍ତୁ ଯିଏ ଏକ କ୍ଷଣ ଈଶ୍ଵରଙ୍କ ଚରଣ-କମଳକୁ ହୃଦୟରେ ଧାରଣ କରିଥାଏ,
ਗੋਬਿੰਦ ਜਪਤ ਸਭਿ ਕਾਰਜ ਸਾਰੇ ॥੬॥ ପରମାତ୍ମାଙ୍କ ନାମ ଜପିଥାଏ, ତାହାର ସବୁ କାର୍ଯ୍ୟ ସିଦ୍ଧ ହୋଇଯାଏ||6||
ਊਚੇ ਤੇ ਊਚਾ ਪ੍ਰਭ ਥਾਨੁ ॥ ପ୍ରଭୁଙ୍କ ସ୍ଥାନ ସବୁଠାରୁ ଉଚ୍ଚ ଅଟେ,
ਹਰਿ ਜਨ ਲਾਵਹਿ ਸਹਜਿ ਧਿਆਨੁ ॥ ହରିଭକ୍ତ ସ୍ଵାଭାବିକ ଭାବରେ ସେଥିରେ ଧ୍ୟାନ ଲଗାଇ ଥାଏ।
ਦਾਸ ਦਾਸਨ ਕੀ ਬਾਂਛਉ ਧੂਰਿ ॥ ଆମେ ଭକ୍ତଙ୍କ ଚରଣ-ଧୂଳିର କାମନା କରିଥାଉ,
ਸਰਬ ਕਲਾ ਪ੍ਰੀਤਮ ਭਰਪੂਰਿ ॥੭॥ ସେହି ସର୍ବଶକ୍ତିମାନ ପ୍ରିୟତମ ପ୍ରଭୁ ସବୁଠାରେ ବ୍ୟାପ୍ତ ଅଟନ୍ତି||7||
ਮਾਤ ਪਿਤਾ ਹਰਿ ਪ੍ਰੀਤਮੁ ਨੇਰਾ ॥ ହେ ପ୍ରିୟତମ ପ୍ରଭୁ! ତୁ ମାତାପିତା ଭଳି ଆମ ନିକଟରେ ଅଛୁ।
ਮੀਤ ਸਾਜਨ ਭਰਵਾਸਾ ਤੇਰਾ ॥ ହେ ମୋର ମିତ୍ର! ମୋ’ ପାଇଁ କେବଳ ତୋର ହିଁ ଭରସା ଅଛି।
ਕਰੁ ਗਹਿ ਲੀਨੇ ਅਪੁਨੇ ਦਾਸ ॥ ସେ ହାତ ଦେଇ ଭକ୍ତକୁ ନିଜର ବନାଇଛନ୍ତି।
ਜਪਿ ਜੀਵੈ ਨਾਨਕੁ ਗੁਣਤਾਸ ॥੮॥੩॥੨॥੭॥੧੨॥ ଗୁରୁ ନାନକ କହନ୍ତି ଯେ ଆମେ ଗୁଣର ଭଣ୍ଡାର ପରମେଶ୍ଵରଙ୍କ ଜପ କରି ଜୀବନ ପାଇ ଅଛୁ||8||3||2||7||12||
ਬਿਭਾਸ ਪ੍ਰਭਾਤੀ ਬਾਣੀ ਭਗਤ ਕਬੀਰ ਜੀ ਕੀ ବିଭାସ ପ୍ରଭାତୀ ବାଣୀ ଭକ୍ତ କବୀର
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਮਰਨ ਜੀਵਨ ਕੀ ਸੰਕਾ ਨਾਸੀ ॥ ମୋର ଜୀବନ-ମୃତ୍ୟୁର ଶଙ୍କା ଦୂର ହୋଇ ଯାଇଛି,
ਆਪਨ ਰੰਗਿ ਸਹਜ ਪਰਗਾਸੀ ॥੧॥ ଯେତେବେଳେ ପରମାତ୍ମା ନିଜ ରଙ୍ଗରେ ସ୍ଵାଭାବିକ ଭାବରେ ପ୍ରକାଶମାନ ହୋଇଛନ୍ତି||1||
ਪ੍ਰਗਟੀ ਜੋਤਿ ਮਿਟਿਆ ਅੰਧਿਆਰਾ ॥ ଅନ୍ତର୍ମନରେ ଜ୍ଞାନ ଜ୍ୟୋତି ପ୍ରକଟ ହୋଇଛି ଏବଂ ଅଜ୍ଞାନତାର ଅନ୍ଧକାର ଦୂର ହୋଇ ଯାଇଛି।
ਰਾਮ ਰਤਨੁ ਪਾਇਆ ਕਰਤ ਬੀਚਾਰਾ ॥੧॥ ਰਹਾਉ ॥ ଚିନ୍ତନ କରି ପରମାତ୍ମା ରୂପୀ ରତ୍ନ ପ୍ରାପ୍ତ କରିଛି॥1॥ରୁହ॥
ਜਹ ਅਨੰਦੁ ਦੁਖੁ ਦੂਰਿ ਪਇਆਨਾ ॥ ଯେଉଁଠି ଆନନ୍ଦ ଉତ୍ପନ୍ନ ହୋଇଥାଏ, ସେଠାରୁ ଦୁଃଖ ଦୂର ହୋଇଯାଏ।
ਮਨੁ ਮਾਨਕੁ ਲਿਵ ਤਤੁ ਲੁਕਾਨਾ ॥੨॥ ମନ ରୂପୀ ମାଣିକ ପ୍ରଭୁ-ପ୍ରୀତିରେ ଲୀନ ହୋଇ ଯାଇଛି||2||
ਜੋ ਕਿਛੁ ਹੋਆ ਸੁ ਤੇਰਾ ਭਾਣਾ ॥ ଯାହା କିଛି ହୋଇଥାଏ, ସବୁ ତୋର ଇଚ୍ଛା ଅଟେ।
ਜੋ ਇਵ ਬੂਝੈ ਸੁ ਸਹਜਿ ਸਮਾਣਾ ॥੩॥ ଯିଏ ଏହି ତଥ୍ୟକୁ ବୁଝିଥାଏ, ସେ ସ୍ଵାଭାବିକ ଭାବରେ ଲୀନ ହୋଇଯାଏ||3||
ਕਹਤੁ ਕਬੀਰੁ ਕਿਲਬਿਖ ਗਏ ਖੀਣਾ ॥ କବୀର କହନ୍ତି ଯେ ସବୁ ପାପ-ଦୋଷ ନଷ୍ଟ ହୋଇ ଯାଇଛି,
ਮਨੁ ਭਇਆ ਜਗਜੀਵਨ ਲੀਣਾ ॥੪॥੧॥ କାରଣ ମନ ପରମାତ୍ମାଙ୍କ ଠାରେ ଲୀନ ହୋଇ ଯାଇଛି||4||1||
ਪ੍ਰਭਾਤੀ ॥ ପ୍ରଭାତୀ॥
ਅਲਹੁ ਏਕੁ ਮਸੀਤਿ ਬਸਤੁ ਹੈ ਅਵਰੁ ਮੁਲਖੁ ਕਿਸੁ ਕੇਰਾ ॥ ଯଦି ଆଲାହା କେବଳ ମସଜିଦରେ ରହିଥାନ୍ତି, କୁହ ବାକି ଇଲାକା କାହାର ଅଟେ।
ਹਿੰਦੂ ਮੂਰਤਿ ਨਾਮ ਨਿਵਾਸੀ ਦੁਹ ਮਹਿ ਤਤੁ ਨ ਹੇਰਾ ॥੧॥ ହିନ୍ଦୁମାନେ ମାନିଥାନ୍ତି ଯେ ପରମାତ୍ମାଙ୍କ ନିବାସ ମୂର୍ତ୍ତିରେ ହିଁ ଥାଏ, ପରନ୍ତୁ ସତ୍ୟ ସେମାନେ ଜାଣନ୍ତି ନାହିଁ||1||
ਅਲਹ ਰਾਮ ਜੀਵਉ ਤੇਰੇ ਨਾਈ ॥ ହେ ଆଲାହା! ତୁ ମହାନ ଅଟୁ, ହେ ରାମ! ମୁଁ ତୋର ଆଶ୍ରାରେ ହିଁ ଜୀବନ ବିତାଇ ଥାଏ।
ਤੂ ਕਰਿ ਮਿਹਰਾਮਤਿ ਸਾਈ ॥੧॥ ਰਹਾਉ ॥ ହେ ମାଲିକ! ତୁ ଆମ ଉପରେ ନିଜ କୃପା କର॥1॥ରୁହ॥
ਦਖਨ ਦੇਸਿ ਹਰੀ ਕਾ ਬਾਸਾ ਪਛਿਮਿ ਅਲਹ ਮੁਕਾਮਾ ॥ ହିନ୍ଦୁଙ୍କ ବିଚାର ଅନୁସାରେ ଦକ୍ଷିଣ ଦେଶ ଜଗନ୍ନାଥ ପୁରୀରେ ହରିଙ୍କ ନିବାସ ଅଛି ଏବଂ ମୁସଲମାନ ପଶ୍ଚିମରେ ମକ୍କାରେ ଆଲାହାଙ୍କ ଘର ମାନିଥାନ୍ତି।
ਦਿਲ ਮਹਿ ਖੋਜਿ ਦਿਲੈ ਦਿਲਿ ਖੋਜਹੁ ਏਹੀ ਠਉਰ ਮੁਕਾਮਾ ॥੨॥ ହେ ମୋର ଭାଇ! ହୃଦୟରେ ସନ୍ଧାନ କର, ଏହି ହୃଦୟରେ ପରମେଶ୍ଵରଙ୍କ ଠିକଣା ଅଛି||2||
ਬ੍ਰਹਮਨ ਗਿਆਸ ਕਰਹਿ ਚਉਬੀਸਾ ਕਾਜੀ ਮਹ ਰਮਜਾਨਾ ॥ ବ୍ରାହ୍ମଣ ଚବିଶ-ଏକାଦଶୀ ବ୍ରତ-ଉପବାସ ରଖିଥାଏ ଏବଂ କାଜୀ ରାମଜାନ ମାସରେ ଉପବାସ ରଖିଥାଏ।
ਗਿਆਰਹ ਮਾਸ ਪਾਸ ਕੈ ਰਾਖੇ ਏਕੈ ਮਾਹਿ ਨਿਧਾਨਾ ॥੩॥ କିନ୍ତୁ ଲୋକମାନେ ଅନ୍ୟ ଏଗାର ମାସ ଅବହେଳା କରିଥାନ୍ତି ଏବଂ କେବଳ ସେହି ରମଜାନ ମାସରେ ସୁଖର ଘର ଆଲାହାଙ୍କୁ ପ୍ରାପ୍ତ କରିବା ସମୟ ମାନିଥାନ୍ତି||3||
ਕਹਾ ਉਡੀਸੇ ਮਜਨੁ ਕੀਆ ਕਿਆ ਮਸੀਤਿ ਸਿਰੁ ਨਾਂਏਂ ॥ ଓଡିଶାରେ ଜଗନ୍ନାଥଙ୍କ ଧାମରେ ସ୍ନାନ କରିବା ଆଉ ମସଜିଦରେ ନତମସ୍ତକ ହେବାରେ କଣ ଲାଭ ଅଛି।
ਦਿਲ ਮਹਿ ਕਪਟੁ ਨਿਵਾਜ ਗੁਜਾਰੈ ਕਿਆ ਹਜ ਕਾਬੈ ਜਾਂਏਂ ॥੪॥ ଯଦି ହୃଦୟରେ କପଟ ଭରି ରହିଥାଏ, ନମାଜ କରିବାରେ କିଛି ଲାଭ ନଥାଏ||4||
ਏਤੇ ਅਉਰਤ ਮਰਦਾ ਸਾਜੇ ਏ ਸਭ ਰੂਪ ਤੁਮ੍ਹ੍ਹਾਰੇ ॥ ଯେତେ ମହିଳା ଓ ପୁରୁଷ ବନାଇଛନ୍ତି, ହେ ପରମେଶ୍ଵର! ଏହା ସବୁ ତୁମର ହିଁ ରୂପ ଅଟେ।
ਕਬੀਰੁ ਪੂੰਗਰਾ ਰਾਮ ਅਲਹ ਕਾ ਸਭ ਗੁਰ ਪੀਰ ਹਮਾਰੇ ॥੫॥ କବୀର, ରାମ ଏବଂ ଆଲାହାଙ୍କ ହିଁ ପୁତ୍ର ତଥା ତାହାଙ୍କ ମତାନୁସାରେ ସବୁ ଆମର ଗୁରୁ ଅଟନ୍ତି||5||
ਕਹਤੁ ਕਬੀਰੁ ਸੁਨਹੁ ਨਰ ਨਰਵੈ ਪਰਹੁ ਏਕ ਕੀ ਸਰਨਾ ॥ କବୀର କହନ୍ତି ଯେ ହେ ନର ନାରୀ! ମୋର କଥା ଶୁଣ, ସେହି ଏକ ପରମାତ୍ମାଙ୍କ ଶରଣରେ ପଡି ରୁହ।
ਕੇਵਲ ਨਾਮੁ ਜਪਹੁ ਰੇ ਪ੍ਰਾਨੀ ਤਬ ਹੀ ਨਿਹਚੈ ਤਰਨਾ ॥੬॥੨॥ କେବଳ ପ୍ରଭୁଙ୍କ ନାମର ଜପ କର, ହେ ପ୍ରାଣୀ! ସେତେବେଳେ ନିଶ୍ଚୟ ତୁମେ ସଂସାର ସାଗରରୁ ପାର ହୋଇଯିବ||6||2||
ਪ੍ਰਭਾਤੀ ॥ ପ୍ରଭାତୀ॥
ਅਵਲਿ ਅਲਹ ਨੂਰੁ ਉਪਾਇਆ ਕੁਦਰਤਿ ਕੇ ਸਭ ਬੰਦੇ ॥ ସର୍ବ ପ୍ରଥମେ ଆଲାହା ନୂରଙ୍କୁ ଜାତ କରିଛନ୍ତି, ତାହାପରେ ତାହାଙ୍କ ଶକ୍ତି ଦ୍ଵାରା ସବୁ ଲୋକ ଜାତ ହୋଇଛନ୍ତି।
ਏਕ ਨੂਰ ਤੇ ਸਭੁ ਜਗੁ ਉਪਜਿਆ ਕਉਨ ਭਲੇ ਕੋ ਮੰਦੇ ॥੧॥ ଯେତେବେଳେ ଏକ ନୂରଙ୍କ ଠାରୁ ସଂପୂର୍ଣ୍ଣ ଜଗତ ଜାତ ହୋଇଛି, କାହାକୁ ଭଲ ଓ କାହାକୁ ମନ୍ଦ କହିବା?||1||


© 2017 SGGS ONLINE
error: Content is protected !!
Scroll to Top