Page 1345
ਭਉ ਖਾਣਾ ਪੀਣਾ ਸੁਖੁ ਸਾਰੁ ॥
ଈଶ୍ଵରଙ୍କ ଭୟରେ ରହିବା ହିଁ ଖାଇବା-ପିଇବା ଏବଂ ସୁଖମୟ ଅଟେ।
ਹਰਿ ਜਨ ਸੰਗਤਿ ਪਾਵੈ ਪਾਰੁ ॥
ହରି-ଭକ୍ତ ସତସଙ୍ଗତିରେ ସଂସାର-ସାଗରରୁ ମୁକ୍ତ ହୋଇଯାଏ।
ਸਚੁ ਬੋਲੈ ਬੋਲਾਵੈ ਪਿਆਰੁ ॥
ସେ ସତ୍ୟ ବୋଲିଥାଏ ଏବଂ ପ୍ରେମର ଭାଷା ବୋଲିଥାଏ।
ਗੁਰ ਕਾ ਸਬਦੁ ਕਰਣੀ ਹੈ ਸਾਰੁ ॥੭॥
ଗୁରୁଙ୍କ ଉପଦେଶ ପାଳନ କରିବା ହିଁ ତାହାଙ୍କ ପାଇଁ ଉତ୍ତମ କର୍ମ ଅଟେ||7||
ਹਰਿ ਜਸੁ ਕਰਮੁ ਧਰਮੁ ਪਤਿ ਪੂਜਾ ॥
ଯେଉଁ ବ୍ୟକ୍ତି ଈଶ୍ଵରଙ୍କ ଯଶୋଗାନକୁ ନିଜର କର୍ମ-ଧର୍ମ, ପୂଜା ପାଠ ଏବଂ ପ୍ରତିଷ୍ଠା ମାନିଥାଏ,
ਕਾਮ ਕ੍ਰੋਧ ਅਗਨੀ ਮਹਿ ਭੂੰਜਾ ॥
ସେ କାମ-କ୍ରୋଧକୁ ଜ୍ଞାନାଗ୍ନିରେ ଜଳାଇ ଦେଇଥାଏ।
ਹਰਿ ਰਸੁ ਚਾਖਿਆ ਤਉ ਮਨੁ ਭੀਜਾ ॥
ହରିନାମ ରସ ଦ୍ଵାରା ମନ ଆନନ୍ଦିତ ହୋଇଯାଏ ଏବଂ
ਪ੍ਰਣਵਤਿ ਨਾਨਕੁ ਅਵਰੁ ਨ ਦੂਜਾ ॥੮॥੫॥
ଗୁରୁ ନାନକ କହନ୍ତି ଯେ ଅନ୍ୟ କେହି ରହେ ନାହିଁ||8||5||
ਪ੍ਰਭਾਤੀ ਮਹਲਾ ੧ ॥
ପ୍ରଭାତୀ ମହଲା 1॥
ਰਾਮ ਨਾਮੁ ਜਪਿ ਅੰਤਰਿ ਪੂਜਾ ॥
ଅନ୍ତର୍ମନରେ ଦତ୍ତାଚିତ ହୋଇ ଈଶ୍ଵରଙ୍କ ନାମ ଜପିବା ହିଁ ସଚ୍ଚା ପୂଜା ଅଟେ।
ਗੁਰ ਸਬਦੁ ਵੀਚਾਰਿ ਅਵਰੁ ਨਹੀ ਦੂਜਾ ॥੧॥
ଗୁରୁଙ୍କ ଉପଦେଶର ଚିନ୍ତନ କରି ଦେଖି ନିଅ, ଏକ ଈଶ୍ଵରଙ୍କ ଅତିରିକ୍ତ ଅନ୍ୟ କାହାର ଖିଆଲ ରହେ ନାହିଁ||1||
ਏਕੋ ਰਵਿ ਰਹਿਆ ਸਭ ਠਾਈ ॥
ସର୍ବତ୍ର ଏକ ପରମେଶ୍ଵର ହିଁ ବିଦ୍ୟମାନ ଅଛନ୍ତି,
ਅਵਰੁ ਨ ਦੀਸੈ ਕਿਸੁ ਪੂਜ ਚੜਾਈ ॥੧॥ ਰਹਾਉ ॥
ଅନ୍ୟ କେହି ଦୃଷ୍ଟିଗତ ହୁଅନ୍ତି ନାହିଁ, ପୁଣି ତାହାଙ୍କ ବିନା କାହାର ପୂଜା-ଅର୍ଚ୍ଚନା କରାଯିବ?॥1॥ରୁହ॥
ਮਨੁ ਤਨੁ ਆਗੈ ਜੀਅੜਾ ਤੁਝ ਪਾਸਿ ॥
ହେ ପରମ ପିତା! ମନ, ତନ, ପ୍ରାଣ ସବୁ ତୋ’ ଠାରେ ସମର୍ପିତ ଅଟେ,
ਜਿਉ ਭਾਵੈ ਤਿਉ ਰਖਹੁ ਅਰਦਾਸਿ ॥੨॥
ମୋର ପ୍ରାର୍ଥନା ଯେ ଯେପରି ତୋତେ ଠିକ ଲାଗିଥାଏ, ସେପରି ହିଁ ଆମକୁ ରଖ||2||
ਸਚੁ ਜਿਹਵਾ ਹਰਿ ਰਸਨ ਰਸਾਈ ॥
ଏହି ଜିହ୍ଵା ହରିନାମ ରସରେ ଲୀନ ହୋଇ ରସମୟ ହୋଇ ଯାଇଛି।
ਗੁਰਮਤਿ ਛੂਟਸਿ ਪ੍ਰਭ ਸਰਣਾਈ ॥੩॥
ଗୁରୁଙ୍କ ଶିକ୍ଷା ଏବଂ ପ୍ରଭୁଙ୍କ ଶରଣରେ ଆସିବା ଦ୍ଵାରା ହିଁ ମୁକ୍ତି ହୋଇଥାଏ||3||
ਕਰਮ ਧਰਮ ਪ੍ਰਭਿ ਮੇਰੈ ਕੀਏ ॥
ମୋର ପ୍ରଭୁ କର୍ମ, ଧର୍ମ ବନାଇଛନ୍ତି, କିନ୍ତୁ
ਨਾਮੁ ਵਡਾਈ ਸਿਰਿ ਕਰਮਾਂ ਕੀਏ ॥੪॥
ହରିନାମର ବଡିମାକୁ ସର୍ବୋତ୍ତମ କର୍ମ ବନାଇଛନ୍ତି||4||
ਸਤਿਗੁਰ ਕੈ ਵਸਿ ਚਾਰਿ ਪਦਾਰਥ ॥
କାମ, ଅର୍ଥ, ଧର୍ମ ଏବଂ ମୋକ୍ଷ ସଦଗୁରୁଙ୍କ ବଶରେ ଅଛି,
ਤੀਨਿ ਸਮਾਏ ਏਕ ਕ੍ਰਿਤਾਰਥ ॥੫॥
ତିନି ଏଠାରେ ସମାହିତ ହୋଇଯାଏ ଏବଂ ଚତୁର୍ଥ(ମୋକ୍ଷ) କୃତାର୍ଥ କରି ଦେଇଥାଏ||5||
ਸਤਿਗੁਰਿ ਦੀਏ ਮੁਕਤਿ ਧਿਆਨਾਂ ॥
ସଦଗୁରୁ ଜୀବଙ୍କୁ ମୁକ୍ତି ପ୍ରଦାନ କରିଥାନ୍ତି ଏବଂ ପରମାତ୍ମାଙ୍କ ଧ୍ୟାନରେ ଲଗାଇ ଥାଆନ୍ତି।
ਹਰਿ ਪਦੁ ਚੀਨਿੑ ਭਏ ਪਰਧਾਨਾ ॥੬॥
ଏହିପ୍ରକାରେ ହରିନାମକୁ ଜାଣି ଜୀବ ପ୍ରତିଷ୍ଠା ପ୍ରାପ୍ତ କରିଥାଏ|6||
ਮਨੁ ਤਨੁ ਸੀਤਲੁ ਗੁਰਿ ਬੂਝ ਬੁਝਾਈ ॥
ଗୁରୁଙ୍କ ଉପଦେଶ ଦ୍ଵାରା ମନ ଶୀତଳ ହୋଇଯାଏ।
ਪ੍ਰਭੁ ਨਿਵਾਜੇ ਕਿਨਿ ਕੀਮਤਿ ਪਾਈ ॥੭॥
ଯାହାକୁ ପ୍ରଭୁ ଶୋଭା ପ୍ରଦାନ କରିଥାନ୍ତି, ତାହାଙ୍କ ମହିମା କିଏ ପ୍ରାପ୍ତ କରି ପାରିବ||7||
ਕਹੁ ਨਾਨਕ ਗੁਰਿ ਬੂਝ ਬੁਝਾਈ ॥
ଗୁରୁ ନାନକ କହନ୍ତି ଯେ ଗୁରୁ ଉପଦେଶ ଦେଇ ଏହା ବୁଝାଇଛନ୍ତି ଯେ
ਨਾਮ ਬਿਨਾ ਗਤਿ ਕਿਨੈ ਨ ਪਾਈ ॥੮॥੬॥
ହରିନାମ ବିନା କାହାକୁ ମଧ୍ୟ ମୁକ୍ତି ପ୍ରାପ୍ତ ହୋଇନାହିଁ||8||6||
ਪ੍ਰਭਾਤੀ ਮਹਲਾ ੧ ॥
ପ୍ରଭାତୀ ମହଲା 1॥
ਇਕਿ ਧੁਰਿ ਬਖਸਿ ਲਏ ਗੁਰਿ ਪੂਰੈ ਸਚੀ ਬਣਤ ਬਣਾਈ ॥
ପୂର୍ଣ୍ଣ ଗୁରୁ ଏପରି ରୀତି ବନାଇଛନ୍ତି ଯେ କିଛି ଲୋକଙ୍କୁ ପ୍ରାରମ୍ଭରୁ ହିଁ କୃପା କରି ରକ୍ଷା କରିଥାନ୍ତି।
ਹਰਿ ਰੰਗ ਰਾਤੇ ਸਦਾ ਰੰਗੁ ਸਾਚਾ ਦੁਖ ਬਿਸਰੇ ਪਤਿ ਪਾਈ ॥੧॥
ସେ ସର୍ବଦା ଈଶ୍ବରଙ୍କ ଭକ୍ତିରେ ଲୀନ ରହିଥାଏ, ତାହାର ଦୁଃଖ-ଯନ୍ତ୍ରଣା ସମାପ୍ତ ହୋଇଯାଏ ଏବଂ ସେ ଇଜ୍ଜତ ପ୍ରାପ୍ତ କରିଥାଏ||1||
ਝੂਠੀ ਦੁਰਮਤਿ ਕੀ ਚਤੁਰਾਈ ॥
ଦୁର୍ମତିର ଚତୁରତା ମିଥ୍ୟା ଅଟେ,
ਬਿਨਸਤ ਬਾਰ ਨ ਲਾਗੈ ਕਾਈ ॥੧॥ ਰਹਾਉ ॥
ଯାହାକୁ ନାଶ ହେବା ପାଇଁ କୌଣସି ସମୟ ଲାଗେ ନାହିଁ॥1॥ରୁହ॥
ਮਨਮੁਖ ਕਉ ਦੁਖੁ ਦਰਦੁ ਵਿਆਪਸਿ ਮਨਮੁਖਿ ਦੁਖੁ ਨ ਜਾਈ ॥
ସ୍ଵେଚ୍ଛାଚାରୀକୁ ଦୁଃଖ-ଯନ୍ତ୍ରଣା ଗ୍ରାସ କରିଥାଏ, ତାହାର ଦୁଃଖର ଅନ୍ତ ହୁଏନାହିଁ।
ਸੁਖ ਦੁਖ ਦਾਤਾ ਗੁਰਮੁਖਿ ਜਾਤਾ ਮੇਲਿ ਲਏ ਸਰਣਾਈ ॥੨॥
ଯେତେବେଳେ ଜୀବ ଗୁରୁଙ୍କ ଦ୍ଵାରା ଦୁଃଖ ଦେବା ବାଲା ମାଲିକଙ୍କୁ ଜାଣି ନେଇଥାଏ, ସେ ଶରଣରେ ନେଇ ତାହାକୁ ମିଳାଇ ନେଇଥାନ୍ତି||2||
ਮਨਮੁਖ ਤੇ ਅਭ ਭਗਤਿ ਨ ਹੋਵਸਿ ਹਉਮੈ ਪਚਹਿ ਦਿਵਾਨੇ ॥
ସ୍ଵେଚ୍ଛାଚାରୀ ଦ୍ଵାରା ଭଗବାନଙ୍କ ଭକ୍ତି ହୋଇ ପାରେନାହିଁ, ସେ ଅହଂକାରରେ ଲୀନ ରହି ବାଉଳା ହୋଇଥାଏ।
ਇਹੁ ਮਨੂਆ ਖਿਨੁ ਊਭਿ ਪਇਆਲੀ ਜਬ ਲਗਿ ਸਬਦ ਨ ਜਾਨੇ ॥੩॥
ଏହି ମନ ଯେ ପର୍ଯ୍ୟନ୍ତ ପ୍ରଭୁ ଶବ୍ଦକୁ ଜାଣେ ନାହିଁ, ସେ ପର୍ଯ୍ୟନ୍ତ ଆକାଶ ପାତାଳରେ ପଥଭ୍ରଷ୍ଟ ରହିଥାଏ||3||
ਭੂਖ ਪਿਆਸਾ ਜਗੁ ਭਇਆ ਤਿਪਤਿ ਨਹੀ ਬਿਨੁ ਸਤਿਗੁਰ ਪਾਏ ॥
ଦୁନିଆ କ୍ଷୁଧା-ତୃଷ୍ଣାର ଶିକାର ବନି ଯାଇଛି ଏବଂ ସଚ୍ଚା ଗୁରୁଙ୍କ ବିନା ତାହାକୁ ତୃପ୍ତି ମିଳେନାହିଁ।
ਸਹਜੈ ਸਹਜੁ ਮਿਲੈ ਸੁਖੁ ਪਾਈਐ ਦਰਗਹ ਪੈਧਾ ਜਾਏ ॥੪॥
ଯାହାକୁ ସ୍ଵାଭାବିକ ଶାନ୍ତି ମିଳିଥାଏ, ସେ ହିଁ ସୁଖ ପ୍ରାପ୍ତ କରିଥାଏ ଏବଂ ପ୍ରଭୁଙ୍କ ଦରବାରରେ ସମ୍ମାନର ଯୋଗ୍ୟ ବନିଥାଏ||4||
ਦਰਗਹ ਦਾਨਾ ਬੀਨਾ ਇਕੁ ਆਪੇ ਨਿਰਮਲ ਗੁਰ ਕੀ ਬਾਣੀ ॥
ଗୁରୁଙ୍କ ନିର୍ମଳ ବାଣୀ ଦ୍ଵାରା ଜ୍ଞାନ ପ୍ରାପ୍ତ ହୋଇଥାଏ ଯେ କେବଳ ପରମାତ୍ମା ହିଁ ବୁଦ୍ଧିମାନ ଅଟନ୍ତି।
ਆਪੇ ਸੁਰਤਾ ਸਚੁ ਵੀਚਾਰਸਿ ਆਪੇ ਬੂਝੈ ਪਦੁ ਨਿਰਬਾਣੀ ॥੫॥
ସେ ସ୍ଵୟଂ ଧ୍ୟାନପୂର୍ବକ ଶୁଣିବା ବାଲା ଓ ଚିନ୍ତନଶୀଳ ଅଟନ୍ତି ଏବଂ ସ୍ଵୟଂ ନିର୍ବାଣ ପଦ ବୁଝିଥାନ୍ତି||5||
ਜਲੁ ਤਰੰਗ ਅਗਨੀ ਪਵਨੈ ਫੁਨਿ ਤ੍ਰੈ ਮਿਲਿ ਜਗਤੁ ਉਪਾਇਆ ॥
ସେ ଜଳର ତରଙ୍ଗ, ଅଗ୍ନି, ପବନ ଆଦିକୁ ମିଶାଇ ଜଗତକୁ ଉତ୍ପନ୍ନ କରିଛନ୍ତି।
ਐਸਾ ਬਲੁ ਛਲੁ ਤਿਨ ਕਉ ਦੀਆ ਹੁਕਮੀ ਠਾਕਿ ਰਹਾਇਆ ॥੬॥
ସେ ଜଗତର ଚିଜରେ ଏପରି ବଳ-ଛଳ ପ୍ରଦାନ କରିଛନ୍ତି ଯେ ସବୁ ତାହାଙ୍କ ହୁକୁମରେ ବନ୍ଧା ହୋଇଥାଏ||6||
ਐਸੇ ਜਨ ਵਿਰਲੇ ਜਗ ਅੰਦਰਿ ਪਰਖਿ ਖਜਾਨੈ ਪਾਇਆ ॥1
ସଂସାରରେ ଏପରି ବିରଳ ବ୍ୟକ୍ତି ଅଛନ୍ତି, ତାହାଙ୍କ ପରଖ କରି ଖଜଣାରେ ରଖାଯାଇ ଥାଏ,
ਜਾਤਿ ਵਰਨ ਤੇ ਭਏ ਅਤੀਤਾ ਮਮਤਾ ਲੋਭੁ ਚੁਕਾਇਆ ॥੭॥1
ଯିଏ ଜାତି, ବର୍ଣ୍ଣ, ବାସନା, ମୋହ-ମମତା ଏବଂ ଲୋଭରୁ ଦୂରରେ ରହିଥାଏ||7||
ਨਾਮਿ ਰਤੇ ਤੀਰਥ ਸੇ ਨਿਰਮਲ ਦੁਖੁ ਹਉਮੈ ਮੈਲੁ ਚੁਕਾਇਆ ॥
ସେହି ଲୋକ ନିର୍ମଳ ହୋଇଥାଏ, ଯିଏ ପ୍ରଭୁଙ୍କ ନାମ ରୂପୀ ତୀର୍ଥରେ ସ୍ନାନ କରିଥାଏ, ତାହାର ଦୁଃଖ, ଅଭିମାନ ଏବଂ ପାପର ମଇଳା ଦୂର ହୋଇଯାଏ।
ਨਾਨਕੁ ਤਿਨ ਕੇ ਚਰਨ ਪਖਾਲੈ ਜਿਨਾ ਗੁਰਮੁਖਿ ਸਾਚਾ ਭਾਇਆ ॥੮॥੭॥
ଗୁରୁ ନାନକ କହନ୍ତି ଯେ ସେହି ମହାପୁରୁଷଙ୍କ ଚରଣ ଧୋଇବା ଆମର ଅହୋଭାଗ୍ୟ ଅଟେ, ଯାହାକୁ ଈଶ୍ଵର ପ୍ରିୟ ଲାଗିଥାନ୍ତି||8||7||