Page 1314
                    ਤੂੰ ਥਾਨ ਥਨੰਤਰਿ ਭਰਪੂਰੁ ਹਹਿ ਕਰਤੇ ਸਭ ਤੇਰੀ ਬਣਤ ਬਣਾਵਣੀ ॥
                   
                    
                                          
                        ହେ ଈଶ୍ଵର! ତୁ ପ୍ରତି ସ୍ଥାନରେ ବିଦ୍ୟମାନ ଅଛୁ, ଏହି ସାରା ଦୁନିଆ ତୋ' ଦ୍ଵାରା ହିଁ ବନା ହୋଇଛି।
                                            
                    
                    
                
                                   
                    ਰੰਗ ਪਰੰਗ ਸਿਸਟਿ ਸਭ ਸਾਜੀ ਬਹੁ ਬਹੁ ਬਿਧਿ ਭਾਂਤਿ ਉਪਾਵਣੀ ॥
                   
                    
                                          
                        ତୁ ଅନେକ ରଙ୍ଗ ବାଲା ସୃଷ୍ଟି ବନାଇଛୁ ଏବଂ ଅନେକ ପ୍ରକାରର ଜୀବ ଉତ୍ପନ୍ନ କରିଛୁ।
                                            
                    
                    
                
                                   
                    ਸਭ ਤੇਰੀ ਜੋਤਿ ਜੋਤੀ ਵਿਚਿ ਵਰਤਹਿ ਗੁਰਮਤੀ ਤੁਧੈ ਲਾਵਣੀ ॥
                   
                    
                                          
                        ସବୁଠାରେ ତୋର ହିଁ ଜ୍ୟୋତି ସକ୍ରିୟ ରହିଛି ଏବଂ ତୁ ଜୀବକୁ ଗୁରୁଙ୍କ ଶିକ୍ଷା ଅନୁସାରେ ଲୀନ କରିଥାଉ।
                                            
                    
                    
                
                                   
                    ਜਿਨ ਹੋਹਿ ਦਇਆਲੁ ਤਿਨ ਸਤਿਗੁਰੁ ਮੇਲਹਿ ਮੁਖਿ ਗੁਰਮੁਖਿ ਹਰਿ ਸਮਝਾਵਣੀ ॥
                   
                    
                                          
                        ଯାହା ଉପରେ ଦୟାଳୁ ହୋଇଥାନ୍ତି, ତାହାକୁ ସଦଗୁରୁଙ୍କ ସହିତ ମିଳାଇ ଦେଇଥାନ୍ତି ଏବଂ ଗୁରୁ ଦ୍ଵାରା ପରମ ସତ୍ୟର ଭେଦ ବୁଝାଇ ଦେଇଥାନ୍ତି।
                                            
                    
                    
                
                                   
                    ਸਭਿ ਬੋਲਹੁ ਰਾਮ ਰਮੋ ਸ੍ਰੀ ਰਾਮ ਰਮੋ ਜਿਤੁ ਦਾਲਦੁ ਦੁਖ ਭੁਖ ਸਭ ਲਹਿ ਜਾਵਣੀ ॥੩॥
                   
                    
                                          
                        ସମସ୍ତେ ରାମଙ୍କ ଭଜନ କର, ଏହା ଦ୍ଵାରା ସବୁ ଦୁଃଖ-ସୁଖ ଓ ଦାରିଦ୍ର୍ୟ ଦୂର ହୋଇଯାଏ||3||
                                            
                    
                    
                
                                   
                    ਸਲੋਕ ਮਃ ੪ ॥
                   
                    
                                          
                        ଶ୍ଳୋକ ମହଲା 4॥ 
                                            
                    
                    
                
                                   
                    ਹਰਿ ਹਰਿ ਅੰਮ੍ਰਿਤੁ ਨਾਮ ਰਸੁ ਹਰਿ ਅੰਮ੍ਰਿਤੁ ਹਰਿ ਉਰ ਧਾਰਿ ॥
                   
                    
                                          
                        ପରମାତ୍ମାଙ୍କ ନାମ ଅମୃତମୟ ଓ ମିଠାରସ ଅଟେ, ହରିନାମାମୃତକୁ ହୃଦୟରେ ଧାରଣ କର।
                                            
                    
                    
                
                                   
                    ਵਿਚਿ ਸੰਗਤਿ ਹਰਿ ਪ੍ਰਭੁ ਵਰਤਦਾ ਬੁਝਹੁ ਸਬਦ ਵੀਚਾਰਿ ॥
                   
                    
                                          
                        ଶବ୍ଦର ଚିନ୍ତନ ଦ୍ଵାରା ଏହି ତଥ୍ୟର ଜ୍ଞାନ ହୋଇଥାଏ ଯେ ସଙ୍ଗତରେ ପ୍ରଭୁ ସକ୍ରିୟ ରହିଥାନ୍ତି।
                                            
                    
                    
                
                                   
                    ਮਨਿ ਹਰਿ ਹਰਿ ਨਾਮੁ ਧਿਆਇਆ ਬਿਖੁ ਹਉਮੈ ਕਢੀ ਮਾਰਿ ॥
                   
                    
                                          
                        ଯଦି ମନରେ ପରମାତ୍ମାଙ୍କ ନାମର ଧ୍ୟାନ କରାଯାଏ, ତାହାହେଲେ ଅହଂର ଜହର ବାହାରି ଯାଏ।
                                            
                    
                    
                
                                   
                    ਜਿਨ ਹਰਿ ਹਰਿ ਨਾਮੁ ਨ ਚੇਤਿਓ ਤਿਨ ਜੂਐ ਜਨਮੁ ਸਭੁ ਹਾਰਿ ॥
                   
                    
                                          
                        ଯିଏ ହରିନାମର ଚିନ୍ତନ କରେନାହିଁ, ସେ ସଂପୂର୍ଣ୍ଣ ଜୀବନ ଜୁଆରେ ହାରିଯାଏ।
                                            
                    
                    
                
                                   
                    ਗੁਰਿ ਤੁਠੈ ਹਰਿ ਚੇਤਾਇਆ ਹਰਿ ਨਾਮਾ ਹਰਿ ਉਰ ਧਾਰਿ ॥
                   
                    
                                          
                        ଗୁରୁଙ୍କ ପ୍ରସନ୍ନତା ଦ୍ଵାରା ପରମାତ୍ମାଙ୍କ ଚିନ୍ତନ ହୋଇଥାଏ ଏବଂ ହରିନାମ ହୃଦୟରେ ଅବସ୍ଥିତ ହୋଇଯାଏ।
                                            
                    
                    
                
                                   
                    ਜਨ ਨਾਨਕ ਤੇ ਮੁਖ ਉਜਲੇ ਤਿਤੁ ਸਚੈ ਦਰਬਾਰਿ ॥੧॥
                   
                    
                                          
                        ନାନକ କହନ୍ତି ଯେ ସେହି ମୁଖ ସଚ୍ଚା ଦରବାରରେ ଉଜ୍ଜଳ ହୋଇଥାଏ||1||
                                            
                    
                    
                
                                   
                    ਮਃ ੪ ॥
                   
                    
                                          
                        ମହଲା 4॥
                                            
                    
                    
                
                                   
                    ਹਰਿ ਕੀਰਤਿ ਉਤਮੁ ਨਾਮੁ ਹੈ ਵਿਚਿ ਕਲਿਜੁਗ ਕਰਣੀ ਸਾਰੁ ॥
                   
                    
                                          
                        କଳିଯୁଗରେ ଈଶ୍ଵରଙ୍କ କୀର୍ତ୍ତିଗାନ ହିଁ ଉତ୍ତମ କର୍ମ ଅଟେ। 
                                            
                    
                    
                
                                   
                    ਮਤਿ ਗੁਰਮਤਿ ਕੀਰਤਿ ਪਾਈਐ ਹਰਿ ਨਾਮਾ ਹਰਿ ਉਰਿ ਹਾਰੁ ॥
                   
                    
                                          
                        ଗୁରୁଙ୍କ ଉପଦେଶ ଅନୁସାରେ ହରିନାମର କୀର୍ତ୍ତିଗାନ ପ୍ରାପ୍ତ ହୋଇଥାଏ ଏବଂ ପ୍ରଭୁ ହୃଦୟରେ ଅବସ୍ଥିତ ହୋଇଥାନ୍ତି। 
                                            
                    
                    
                
                                   
                    ਵਡਭਾਗੀ ਜਿਨ ਹਰਿ ਧਿਆਇਆ ਤਿਨ ਸਉਪਿਆ ਹਰਿ ਭੰਡਾਰੁ ॥
                   
                    
                                          
                        ଯିଏ ପରମାତ୍ମାଙ୍କ ଧ୍ୟାନ କରିଅଛି, ସେ ହିଁ ଭାଗ୍ୟଶାଳୀ ଅଟେ, ତାହାକୁ ହରି-ଭକ୍ତିର ଭଣ୍ଡାର ଅର୍ପଣ କରା ଯାଇଛି।
                                            
                    
                    
                
                                   
                    ਬਿਨੁ ਨਾਵੈ ਜਿ ਕਰਮ ਕਮਾਵਣੇ ਨਿਤ ਹਉਮੈ ਹੋਇ ਖੁਆਰੁ ॥
                   
                    
                                          
                        ନାମ-ସଙ୍କୀର୍ତ୍ତନ ବିନା ଯେଉଁ କର୍ମ କରାଯାଏ, ତାହା ନିତ୍ୟ ଅହଂରେ ଧ୍ଵଂସ ହେବାକୁ ପଡିଥାଏ। 
                                            
                    
                    
                
                                   
                    ਜਲਿ ਹਸਤੀ ਮਲਿ ਨਾਵਾਲੀਐ ਸਿਰਿ ਭੀ ਫਿਰਿ ਪਾਵੈ ਛਾਰੁ ॥
                   
                    
                                          
                        ଏହା ଏହିଭଳି ଅଟେ, ଯେପରି ହାତୀକୁ ଜଳରେ ସ୍ନାନ କରି ଦିଆଯାଏ ଏବଂ ସେ ପୁଣି ମସ୍ତକ ଉପରେ ଧୂଳି ପକାଇ ଥାଏ। 
                                            
                    
                    
                
                                   
                    ਹਰਿ ਮੇਲਹੁ ਸਤਿਗੁਰੁ ਦਇਆ ਕਰਿ ਮਨਿ ਵਸੈ ਏਕੰਕਾਰੁ ॥
                   
                    
                                          
                        ହେ ଈଶ୍ଵର! ଦୟାକରି ସଦଗୁରୁଙ୍କ ସହିତ ମିଳନ କରାଇ ଦିଅ, ଯେପରି ମନରେ ଓଁକାର ବାସ କରିବେ। 
                                            
                    
                    
                
                                   
                    ਜਿਨ ਗੁਰਮੁਖਿ ਸੁਣਿ ਹਰਿ ਮੰਨਿਆ ਜਨ ਨਾਨਕ ਤਿਨ ਜੈਕਾਰੁ ॥੨॥
                   
                    
                                          
                        ନାନକ କହନ୍ତି ଯେ ଯିଏ ଗୁରୁଙ୍କ ଠାରୁ ପରମାତ୍ମାଙ୍କ ନାମ-ସଙ୍କୀର୍ତ୍ତନ ଶୁଣିଛି, ମନନ କରିଛି, ତାହାର ଜୟ-ଜୟକାର ହୋଇଛି||2||
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡୀ॥
                                            
                    
                    
                
                                   
                    ਰਾਮ ਨਾਮੁ ਵਖਰੁ ਹੈ ਊਤਮੁ ਹਰਿ ਨਾਇਕੁ ਪੁਰਖੁ ਹਮਾਰਾ ॥
                   
                    
                                          
                        ରାମଙ୍କ ନାମ ହିଁ ଉତ୍ତମ ବସ୍ତୁ ଅଟେ ଏବଂ ସଂପୂର୍ଣ୍ଣ ସୃଷ୍ଟିର ନାୟକ ଈଶ୍ଵର ଆମର ମାଲିକ ଅଟନ୍ତି।        
                                            
                    
                    
                
                                   
                    ਹਰਿ ਖੇਲੁ ਕੀਆ ਹਰਿ ਆਪੇ ਵਰਤੈ ਸਭੁ ਜਗਤੁ ਕੀਆ ਵਣਜਾਰਾ ॥
                   
                    
                                          
                        ଏହି ଜଗତ-ତମାସା ଈଶ୍ଵର ରଚନା କରିଛନ୍ତି, ସେ ସ୍ଵୟଂ ହିଁ ସକ୍ରିୟ ରହିଥାନ୍ତି ଏବଂ ସଂପୂର୍ଣ୍ଣ ଜଗତକୁ ସେ ବ୍ୟାପାରୀ ବନାଇଛନ୍ତି।
                                            
                    
                    
                
                                   
                    ਸਭ ਜੋਤਿ ਤੇਰੀ ਜੋਤੀ ਵਿਚਿ ਕਰਤੇ ਸਭੁ ਸਚੁ ਤੇਰਾ ਪਾਸਾਰਾ ॥
                   
                    
                                          
                        ହେ କର୍ତ୍ତା ପୁରୁଷ! ସବୁଠାରେ ତୋର ଜ୍ୟୋତି ବିଦ୍ୟମାନ ଅଛି ଆଉ ସବୁଆଡେ ତୋର ହିଁ ସତ୍ୟ ରୂପର ପ୍ରସାର ହୋଇଛି। 
                                            
                    
                    
                
                                   
                    ਸਭਿ ਧਿਆਵਹਿ ਤੁਧੁ ਸਫਲ ਸੇ ਗਾਵਹਿ ਗੁਰਮਤੀ ਹਰਿ ਨਿਰੰਕਾਰਾ ॥
                   
                    
                                          
                        ହେ ନିରାକାର! ସମସ୍ତେ ତୋର ଧ୍ୟାନ କରିଥାନ୍ତି, ଗୁରୁଙ୍କ ମତ ଅନୁସାରେ ତୋର ଗୁଣଗାନ କରି ନିଜ ଜୀବନ ସଫଳ କରିଥାନ୍ତି।
                                            
                    
                    
                
                                   
                    ਸਭਿ ਚਵਹੁ ਮੁਖਹੁ ਜਗੰਨਾਥੁ ਜਗੰਨਾਥੁ ਜਗਜੀਵਨੋ ਜਿਤੁ ਭਵਜਲ ਪਾਰਿ ਉਤਾਰਾ ॥੪॥
                   
                    
                                          
                        ହେ ଭକ୍ତଜନ! ସମସ୍ତେ ମୁଖରେ ପରମାତ୍ମାଙ୍କ ଭଜନ କର, ସେ ଜଗତର ମାଲିକ, ଜଗତର ଜୀବନ ଅଟନ୍ତି, ସେ ହିଁ ସଂସାର-ସାଗରରୁ ପାର କରାଇବା ବାଲା ଅଟନ୍ତି||4||
                                            
                    
                    
                
                                   
                    ਸਲੋਕ ਮਃ ੪ ॥
                   
                    
                                          
                        ଶ୍ଳୋକ ମହଲା 4॥ 
                                            
                    
                    
                
                                   
                    ਹਮਰੀ ਜਿਹਬਾ ਏਕ ਪ੍ਰਭ ਹਰਿ ਕੇ ਗੁਣ ਅਗਮ ਅਥਾਹ ॥
                   
                    
                                          
                        ହେ ପ୍ରଭୁ! ଆମର ଜିହ୍ଵା କେବଳ ଏକ ଅଟେ, କିନ୍ତୁ ତୋର ଗୁଣ ଅଗମ୍ୟ ଏବଂ ଅଥଳ ଅଟେ।
                                            
                    
                    
                
                                   
                    ਹਮ ਕਿਉ ਕਰਿ ਜਪਹ ਇਆਣਿਆ ਹਰਿ ਤੁਮ ਵਡ ਅਗਮ ਅਗਾਹ ॥
                   
                    
                                          
                        ଆମେ, ଅଜ୍ଞ ଅଟୁ, ତୋର ଜପ କିପରି କରି ପାରିବୁ, ତୁମେ ବହୁତ ବଡ, ଅଗମ୍ୟ ଓ ଅସୀମ ଅଟ।
                                            
                    
                    
                
                                   
                    ਹਰਿ ਦੇਹੁ ਪ੍ਰਭੂ ਮਤਿ ਊਤਮਾ ਗੁਰ ਸਤਿਗੁਰ ਕੈ ਪਗਿ ਪਾਹ ॥
                   
                    
                                          
                        ହେ ପ୍ରଭୁ! ଆମକୁ ଉତ୍ତମ ବୁଦ୍ଧି ପ୍ରଦାନ କର ଆଉ ଗୁରୁଙ୍କ ଚରଣରେ ଲଗାଇ ଦିଅ।
                                            
                    
                    
                
                                   
                    ਸਤਸੰਗਤਿ ਹਰਿ ਮੇਲਿ ਪ੍ਰਭ ਹਮ ਪਾਪੀ ਸੰਗਿ ਤਰਾਹ ॥
                   
                    
                                          
                        ଆମକୁ ସତସଙ୍ଗତରେ ମିଳାଇ ଦିଅ, ଆମ ଭଳି ପାପୀକୁ ସଙ୍ଗତ ଦ୍ଵାରା ପାର କରାଇ ଦିଅ। 
                                            
                    
                    
                
                                   
                    ਜਨ ਨਾਨਕ ਕਉ ਹਰਿ ਬਖਸਿ ਲੈਹੁ ਹਰਿ ਤੁਠੈ ਮੇਲਿ ਮਿਲਾਹ ॥
                   
                    
                                          
                        ହେ ପ୍ରଭୁ! ଦାସ ନାନକଙ୍କୁ କ୍ଷମା କରିଦିଅ, ତୋର ତୋର ଖୁସିରେ ମିଳନ ହୋଇଥାଏ।  
                                            
                    
                    
                
                                   
                    ਹਰਿ ਕਿਰਪਾ ਕਰਿ ਸੁਣਿ ਬੇਨਤੀ ਹਮ ਪਾਪੀ ਕਿਰਮ ਤਰਾਹ ॥੧॥
                   
                    
                                          
                        ହେ ହରି! ଆମର ବିନତି ଶୁଣ, କୃପା କରି ଆମ ଭଳି ପାପୀ କୀଟକୁ ପାର କରାଇ ଦିଅ||1||
                                            
                    
                    
                
                                   
                    ਮਃ ੪ ॥
                   
                    
                                          
                        ମହଲା 4॥ 
                                            
                    
                    
                
                                   
                    ਹਰਿ ਕਰਹੁ ਕ੍ਰਿਪਾ ਜਗਜੀਵਨਾ ਗੁਰੁ ਸਤਿਗੁਰੁ ਮੇਲਿ ਦਇਆਲੁ ॥
                   
                    
                                          
                        ହେ ଶ୍ରୀହରି! ଦୟାକରି ଗୁରୁଙ୍କ ସହିତ ମିଳନ କରାଇ ଦିଅ। 
                                            
                    
                    
                
                                   
                    ਗੁਰ ਸੇਵਾ ਹਰਿ ਹਮ ਭਾਈਆ ਹਰਿ ਹੋਆ ਹਰਿ ਕਿਰਪਾਲੁ ॥
                   
                    
                                          
                        ଗୁରୁଙ୍କ ସେବା ହିଁ ଆମକୁ ଭଲ ଲାଗିଥାଏ, ପ୍ରଭୁ କୃପାଳୁ ହୋଇ ଯାଇଛନ୍ତି,