Guru Granth Sahib Translation Project

guru granth sahib odia page-13

Page 13

ਰਾਗੁ ਧਨਾਸਰੀ ਮਹਲਾ ੧ ॥ ରାଗ ଧନାସରି ମହଲା 1॥
ਗਗਨ ਮੈ ਥਾਲੁ ਰਵਿ ਚੰਦੁ ਦੀਪਕ ਬਨੇ ਤਾਰਿਕਾ ਮੰਡਲ ਜਨਕ ਮੋਤੀ ॥ ସଂପୂର୍ଣ୍ଣ ରୂପୀ ଥାଳରେ ସୂର୍ଯ୍ୟ ଓ ଚନ୍ଦ୍ର ଦୀପ ହୋଇଛନ୍ତି, ତାରା ସମୂହ ଯେପରି ଥାଳରେ ମୋତି ଭଳି ଅଛନ୍ତି।
ਧੂਪੁ ਮਲਆਨਲੋ ਪਵਣੁ ਚਵਰੋ ਕਰੇ ਸਗਲ ਬਨਰਾਇ ਫੂਲੰਤ ਜੋਤੀ ॥੧॥ ମଳୟ ପର୍ବତ ଆଡୁ ଆସୁଥିବା ଚନ୍ଦନର ସୁଗନ୍ଧ ଧୂପ ସମାନ ଅଟେ, ବାୟୁ ଚୱ୍ନର ପରି, ସମସ୍ତ ବନସ୍ପତି ଯେଉଁ ଫୁଲ ଆଦି ଖେଳେ, ଜ୍ୟୋତି ସ୍ୱରୂପ ଅକାଳ-ପୁରୁଷଙ୍କ ଆରତି ପାଇଁ ସମର୍ପିତ ଅଟେ। ॥1॥
ਕੈਸੀ ਆਰਤੀ ਹੋਇ ॥ ਭਵ ਖੰਡਨਾ ਤੇਰੀ ਆਰਤੀ ॥ ପ୍ରକୃତିରେ ତୋର କେମିତି ଆରତି ହେଉଛି ସୃଷ୍ଟିର ଜୀବଙ୍କ ଜନ୍ମ-ମରଣ ନାଶ କରିବାବାଲା ହେଉଛନ୍ତି ପ୍ରଭୁ!
ਅਨਹਤਾ ਸਬਦ ਵਾਜੰਤ ਭੇਰੀ ॥੧॥ ਰਹਾਉ ॥ ଯେ ଯେଉଁ ଏକ ରସ ବେଦ ଧ୍ୱନି ହେଉଛି, ଭାବ, ତାହା ବାଜା ବଜାଉଛି। ॥1॥ରୁହ॥
ਸਹਸ ਤਵ ਨੈਨ ਨਨ ਨੈਨ ਹਹਿ ਤੋਹਿ ਕਉ ਸਹਸ ਮੂਰਤਿ ਨਨਾ ਏਕ ਤੋੁਹੀ ॥ ହେ ସର୍ବବ୍ୟାପୀ ନିରାକାର ଇଶ୍ଵର! ତୁମର ହଜାର ହଜାର ଆଖି ଅଛି, କିନ୍ତୁ ନିର୍ଗୁଣ ସ୍ଵରୂପରେ ତୁମର କୌଣସି ମଧ୍ୟ ଆଖି ନାହିଁ, ଏହିପରି ତୁମର ହଜାର ହଜାର ମୂର୍ତ୍ତି ଅଛି, ପରନ୍ତୁ ତୁମର ଏକ ମଧ୍ୟ ରୂପ ନାହିଁ କାରଣ ତୁମେ ନିର୍ଗୁଣ ସ୍ୱରୂପ ଅଟ।
ਸਹਸ ਪਦ ਬਿਮਲ ਨਨ ਏਕ ਪਦ ਗੰਧ ਬਿਨੁ ਸਹਸ ਤਵ ਗੰਧ ਇਵ ਚਲਤ ਮੋਹੀ ॥੨॥ ସର୍ଗୁଣ ସ୍ଵରୂପରେ ତୁମର ହଜାର ହଜାର ନିର୍ମଳ ଚରଣ-କମଳ ଅଛି କିନ୍ତୁ ତୁମର ନିର୍ଗୁଣ ସ୍ୱରୂପ ହେବା କାରଣରୁ ଗୋଟିଏ ମଧ୍ୟ ଚରଣ ନାହିଁ, ତୁମେ ଘ୍ରାଣେନ୍ଦ୍ରିୟ ରହିତ ମଧ୍ୟ ଅଟ ଆଉ ତୁମର ହଜାର ହଜାର ନାସିକା ଅଛି, ତୁମର ଏହି ଚମତ୍କାର ସ୍ୱରୂପ ମୋତେ ମୋହିତ କରୁଅଛି।
ਸਭ ਮਹਿ ਜੋਤਿ ਜੋਤਿ ਹੈ ਸੋਇ ॥ ସୃଷ୍ଟିର ସମସ୍ତ ପ୍ରାଣୀ ଠାରେ ସେହି ଜ୍ୟୋତି-ସ୍ୱରୂପ ଜ୍ୟୋତି ହିଁ ପ୍ରକାଶମାନ ଅଛି।
ਤਿਸ ਦੈ ਚਾਨਣਿ ਸਭ ਮਹਿ ਚਾਨਣੁ ਹੋਇ ॥ ତାଙ୍କରି ପ୍ରକାଶ ରୂପୀ କୃପାରୁ ସମସ୍ତଙ୍କ ଠାରେ ଜୀବନ ପ୍ରକାଶ ଅଛି।
ਗੁਰ ਸਾਖੀ ਜੋਤਿ ਪਰਗਟੁ ਹੋਇ ॥ କିନ୍ତୁ ଗୁରୁ ଉପଦେଶ ଦ୍ଵାରା ହିଁ ଏହି ଜ୍ୟୋତିର ବୋଧ ହୋଇଥାଏ।
ਜੋ ਤਿਸੁ ਭਾਵੈ ਸੁ ਆਰਤੀ ਹੋਇ ॥੩॥ ଯାହା ସେହି ଈଶ୍ଵରଙ୍କୁ ଭଲ ଲାଗେ ତାହା ହିଁ ତାଙ୍କରି ଆରତି ହୋଇଥାଏ॥3॥
ਹਰਿ ਚਰਣ ਕਵਲ ਮਕਰੰਦ ਲੋਭਿਤ ਮਨੋ ਅਨਦਿਨੋੁ ਮੋਹਿ ਆਹੀ ਪਿਆਸਾ ॥ ହରିଙ୍କ ଚରଣ ରୂପୀ ପୁଷ୍ପ ରସକୁ ମୋର ମନ ଲାଳାୟିତ ଅଟେ, ପ୍ରତିଦିନ ମୋତେ ଏହି ରସର ତୃଷ୍ଣା ରହିଥାଏ।
ਕ੍ਰਿਪਾ ਜਲੁ ਦੇਹਿ ਨਾਨਕ ਸਾਰਿੰਗ ਕਉ ਹੋਇ ਜਾ ਤੇ ਤੇਰੈ ਨਾਇ ਵਾਸਾ ॥੪॥੩॥ ହେ ନିରଙ୍କାର! ମୁଁ ନାନକ ତୃଷ୍ଣାର୍ତ୍ତକୁ ନିଜର କୃପା-ଜଳ ଦିଅ,ଯାହା ଦ୍ଵାରା ମୋର ମନର ଭାବନା ତୁମର ନାମରେ ହୋଇଯିବ।
ਰਾਗੁ ਗਉੜੀ ਪੂਰਬੀ ਮਹਲਾ ੪ ॥ ରାଗ ଗଉଡି ପୁରବୀ ମହଲା 4 ॥
ਕਾਮਿ ਕਰੋਧਿ ਨਗਰੁ ਬਹੁ ਭਰਿਆ ਮਿਲਿ ਸਾਧੂ ਖੰਡਲ ਖੰਡਾ ਹੇ ॥ ଏହି ମାନବ ଜୀବନ କାମ ଓ କ୍ରୋଧ ଭଳି ବିକାରରେ ପୂର୍ଣ୍ଣ ଭାବରେ ଭରି ହୋଇ ରହିଛି; କିନ୍ତୁ ସନ୍ଥଙ୍କ ସହିତ ମିଳନରେ ତୁମେ କାମ କ୍ରୋଧକୁ କ୍ଷୀଣ କରିଦେଇଛ।
ਪੂਰਬਿ ਲਿਖਤ ਲਿਖੇ ਗੁਰੁ ਪਾਇਆ ਮਨਿ ਹਰਿ ਲਿਵ ਮੰਡਲ ਮੰਡਾ ਹੇ ॥੧॥ ଯେଉଁ ମନୁଷ୍ୟ ପୂର୍ବ ଲିଖିତ କର୍ମ ମାଧ୍ୟମରେ ଗୁରୁଙ୍କୁ ପ୍ରାପ୍ତ କରିଛି, ତାହାଙ୍କ ଚଞ୍ଚଳ ମନ ହିଁ ଈଶ୍ଵରଙ୍କ ଠାରେ ଲୀନ ହୋଇଛି॥1॥
ਕਰਿ ਸਾਧੂ ਅੰਜੁਲੀ ਪੁਨੁ ਵਡਾ ਹੇ ॥ ସନ୍ଥଙ୍କୁ ହାତ ଯୋଡି ବନ୍ଦନା କରିବା ବଡ ପୂଣ୍ୟ କର୍ମ ଅଟେ।
ਕਰਿ ਡੰਡਉਤ ਪੁਨੁ ਵਡਾ ਹੇ ॥੧॥ ਰਹਾਉ ॥ ତାଙ୍କୁ ଦଣ୍ଡବତ ପ୍ରଣାମ କରିବା ମଧ୍ୟ ମହାନ ପୂଣ୍ୟ କାର୍ଯ୍ୟ ଅଟେ।.1॥ରୁହ॥
ਸਾਕਤ ਹਰਿ ਰਸ ਸਾਦੁ ਨ ਜਾਣਿਆ ਤਿਨ ਅੰਤਰਿ ਹਉਮੈ ਕੰਡਾ ਹੇ ॥ ପତିତ ମନୁଷ୍ୟ (ମାୟାରେ ଲିପ୍ତ ଅଥବା ଯିଏ ପରମେଶ୍ଵରଙ୍କୁ ବିସ୍ମୃତ) ଅକାଳ-ପୁରୁଷଙ୍କ ରସର ଆନନ୍ଦ ପାଇ ନାହିଁ, କାରଣ ତାଙ୍କରି ଅନ୍ତରରେ ଅହଂକାର ରୂପୀ କଣ୍ଟା ଥାଏ।
ਜਿਉ ਜਿਉ ਚਲਹਿ ਚੁਭੈ ਦੁਖੁ ਪਾਵਹਿ ਜਮਕਾਲੁ ਸਹਹਿ ਸਿਰਿ ਡੰਡਾ ਹੇ ॥੨॥ ଏହି ଅହଙ୍କାର ଜୀବନ ମାର୍ଗରେ ଯେପରି ଯେପରି ଯେପରି ଚାଲେ, ସେହି ଅହଂର କଣ୍ଟା ତାହାକୁ କେଞ୍ଚି କେଞ୍ଚି କଷ୍ଟ ଦିଏ ଆଉ ଅନ୍ତିମ ସମୟରେ ଯମ ଦ୍ଵାରା ଦିଆଯାଇଥିବା ଯାତନାକୁ ସହ୍ୟ କରେ।
ਹਰਿ ਜਨ ਹਰਿ ਹਰਿ ਨਾਮਿ ਸਮਾਣੇ ਦੁਖੁ ਜਨਮ ਮਰਣ ਭਵ ਖੰਡਾ ਹੇ ॥ ଏହା ଅତିରିକ୍ତ ଯେଉଁ ମାନବ ଜୀବ ସାଂସାରିକ ବୈଭବ ଅଥବା ଭୌତିକ ପଦାର୍ଥର ତ୍ୟାଗ କରି ପରମେଶ୍ଵରଙ୍କ ଭକ୍ତ ବନି ତାଙ୍କରି ସ୍ମରଣରେ ମଗ୍ନ ରହିଥାଏ, ସେ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ପ୍ରାପ୍ତ କରି ସଂସାରର ଦୁଃଖରୁ ଦୂରେଇଯାଏ।
ਅਬਿਨਾਸੀ ਪੁਰਖੁ ਪਾਇਆ ਪਰਮੇਸਰੁ ਬਹੁ ਸੋਭ ਖੰਡ ਬ੍ਰਹਮੰਡਾ ਹੇ ॥੩॥ ତାହାକୁ ନାଶ ରହିତ ସର୍ବବ୍ୟାପକ ପରମାତ୍ମା ମିଳିଯାଏ ଆଉ ଖଣ୍ଡ ବ୍ରହ୍ମାଣ୍ଡରେ ତାହାକୁ ଶୋଭାମାନ କରାଯାଏ।॥3॥
ਹਮ ਗਰੀਬ ਮਸਕੀਨ ਪ੍ਰਭ ਤੇਰੇ ਹਰਿ ਰਾਖੁ ਰਾਖੁ ਵਡ ਵਡਾ ਹੇ ॥ ହେ ପ୍ରଭୁ! ମୁଁ ନିର୍ଦ୍ଧନ ଓ ନିରାଶ୍ରୟ ତୁମର ହିଁ ଅଧୀନ ଅଟେ, ତୁମେ ସର୍ବୋଚ୍ଚତମ ଶକ୍ତି ଅଟ, ଏଥିପାଇଁ ଆମକୁ ଏହି ବିକାରରୁ ବଞ୍ଚାନ୍ତୁ।
ਜਨ ਨਾਨਕ ਨਾਮੁ ਅਧਾਰੁ ਟੇਕ ਹੈ ਹਰਿ ਨਾਮੇ ਹੀ ਸੁਖੁ ਮੰਡਾ ਹੇ ॥੪॥੪॥ ହେ ନାନକ! ଜୀବକୁ ତୁମର ହିଁ ନାମର ଆଶ୍ରୟ ଅଛି, ହରିଙ୍କ ନାମରେ ଲିପ୍ତ ହେଲେ ହିଁ ଆତ୍ମିକ ସୁଖ ପ୍ରାପ୍ତି ହୋଇଥାଏ।॥4॥4॥
ਰਾਗੁ ਗਉੜੀ ਪੂਰਬੀ ਮਹਲਾ ੫ ॥ ରାଗ ଗଉଡି ପୁରବୀ ମହଲା 5॥
ਕਰਉ ਬੇਨੰਤੀ ਸੁਣਹੁ ਮੇਰੇ ਮੀਤਾ ਸੰਤ ਟਹਲ ਕੀ ਬੇਲਾ ॥ ହେ ସତସଙ୍ଗୀ ମିତ୍ର! ଶୁଣ, ମୁଁ ତୁମକୁ ପ୍ରାର୍ଥନା କରେ ଯେ ଯେଉଁ ମାନବ ଶରୀର ପ୍ରାପ୍ତ ହୋଇଛି, ତାହା ସନ୍ଥଙ୍କ ସେବା କରିବାର ଶୁଭ ଅବସର ଅଟେ।
ਈਹਾ ਖਾਟਿ ਚਲਹੁ ਹਰਿ ਲਾਹਾ ਆਗੈ ਬਸਨੁ ਸੁਹੇਲਾ ॥੧॥ ଯଦି ଏହି ସେବା କରିବ ତାହାହେଲେ ଏହି ଜନ୍ମରେ ପ୍ରଭୁଙ୍କ ନାମ ସ୍ମରଣର ଲାଭ ପ୍ରାପ୍ତ ହେବ, ଯାହା ଦ୍ୱାରା ପରଲୋକରେ ବାସ ସହଜ ହେବ॥1॥
ਅਉਧ ਘਟੈ ਦਿਨਸੁ ਰੈਣਾਰੇ ॥ ହେ ମନ! ସମୟ ବିତିଲେ ଏହି ଆୟୁଷ କମି କମି ଯାଏ।
ਮਨ ਗੁਰ ਮਿਲਿ ਕਾਜ ਸਵਾਰੇ ॥੧॥ ਰਹਾਉ ॥ ଏଥିପାଇଁ ତୁମେ ଗୁରୁଙ୍କ ସହିତ ମିଶି ତାଙ୍କରି ଶିକ୍ଷା ଗ୍ରହଣ କରି ନିଜ ଜୀବନ ପାର କରିବା ପାଇଁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ କରି ନିଅ।॥1॥ରୁହ॥
ਇਹੁ ਸੰਸਾਰੁ ਬਿਕਾਰੁ ਸੰਸੇ ਮਹਿ ਤਰਿਓ ਬ੍ਰਹਮ ਗਿਆਨੀ ॥ ଏହି ଜଗତର ସମସ୍ତ ଜୀବ କାମ-କ୍ରୋଧ ଆଦି ବିକାର ଆଉ ଭ୍ରମରେ ଲିପ୍ତ ରହିଛନ୍ତି, ଏଠାରେ କେହି ବ୍ରହ୍ମଜ୍ଞାନୀ ହି ମୋକ୍ଷ ପ୍ରାପ୍ତ କରିଛନ୍ତି
ਜਿਸਹਿ ਜਗਾਇ ਪੀਆਵੈ ਇਹੁ ਰਸੁ ਅਕਥ ਕਥਾ ਤਿਨਿ ਜਾਨੀ ॥੨॥ ଈଶ୍ଵର ବିକାରରେ ଲିପ୍ତ ଯେଉଁ ମାନବକୁ ସ୍ଵୟଂ ମାୟା ରୂପୀ ନିଦ୍ରାରୁ ଜାଗ୍ରତ କରାଇ ନାମ-ରସ ପାନ କରାଇଛନ୍ତି, ସେ ହିଁ ଅକଥନୀୟ ପ୍ରଭୁଙ୍କ ଅଲୌକିକ କଥା ଜାଣି ପାରିଥାଏ।
ਜਾ ਕਉ ਆਏ ਸੋਈ ਬਿਹਾਝਹੁ ਹਰਿ ਗੁਰ ਤੇ ਮਨਹਿ ਬਸੇਰਾ ॥ ଏଥିପାଇଁ ହେ ସଜ୍ଜନ! ଯେଉଁ ନାମ ରୂପୀ ଅମୂଲ୍ୟ ବସ୍ତୁର ବ୍ୟାପାର କରିବାକୁ ଆସିଛ, ତାହାକୁ କ୍ରୟ କର, ଏହି ମନରେ ହରିଙ୍କ ବାସ ଗୁରୁଙ୍କ ଦ୍ଵାରା ହିଁ ହୋଇଥାଏ।
ਨਿਜ ਘਰਿ ਮਹਲੁ ਪਾਵਹੁ ਸੁਖ ਸਹਜੇ ਬਹੁਰਿ ਨ ਹੋਇਗੋ ਫੇਰਾ ॥੩॥ ଯଦି ତୁମେ ଗୁରୁଙ୍କ ଶରଣ ନେଇଅଛ, ହୃଦୟ ରୂପୀ ଘରେ ହରିଙ୍କ ସ୍ୱରୂପ ବାସ କରିବେ ଏବଂ ଆତ୍ମିକ ସୁଖର ଆନନ୍ଦ ପ୍ରାପ୍ତ କରିବ, ଯାହାଦ୍ୱାରା ଜନ୍ମ-ମରଣ ଚକ୍ରରୁ ମୁକ୍ତି ପାଇବ ॥3॥
ਅੰਤਰਜਾਮੀ ਪੁਰਖ ਬਿਧਾਤੇ ਸਰਧਾ ਮਨ ਕੀ ਪੂਰੇ ॥ ହେ ମୋର ଅନ୍ତର୍ମନକୁ ଜାଣିବା ବାଲା ସର୍ବ ବ୍ୟାପକ ସୃଜନହାର! ମୋର ମନର ଶ୍ରଦ୍ଧା ପୂର୍ଣ୍ଣ କର।
ਨਾਨਕ ਦਾਸੁ ਇਹੈ ਸੁਖੁ ਮਾਗੈ ਮੋ ਕਉ ਕਰਿ ਸੰਤਨ ਕੀ ਧੂਰੇ ॥੪॥੫॥ ଗୁରୁ ସାହିବ କଥନ କରେ ଯେ ସେବକ ଏହି କାମନା କରିଥାଏ ଯେ ସନ୍ଥଙ୍କ ଚରଣ ଧୂଳି ବନାଇ ଦିଅ॥4॥5॥


© 2017 SGGS ONLINE
Scroll to Top