Guru Granth Sahib Translation Project

guru granth sahib odia page-1275

Page 1275

ਸਤਿਗੁਰ ਸਬਦੀ ਪਾਧਰੁ ਜਾਣਿ ॥ ଗୁରୁଙ୍କ ଶିକ୍ଷା ଦ୍ଵାରା ହିଁ ରାସ୍ତା ଜ୍ଞାତ ହୋଇଥାଏ ଆଉ
ਗੁਰ ਕੈ ਤਕੀਐ ਸਾਚੈ ਤਾਣਿ ॥ ଗୁରୁଙ୍କ ଆଶ୍ରାରେ ସଚ୍ଚା ବଳ ପ୍ରାପ୍ତ ହୋଇଥାଏ।
ਨਾਮੁ ਸਮ੍ਹ੍ਹਾਲਸਿ ਰੂੜ੍ਹ੍ਹੀ ਬਾਣਿ ॥ ସୁନ୍ଦର ବାଣୀରେ ନାମ ସ୍ମରଣ କରିଥାଏ ଏବଂ
ਥੈਂ ਭਾਵੈ ਦਰੁ ਲਹਸਿ ਪਿਰਾਣਿ ॥੨॥ ଯଦି ତୋତେ ମଞ୍ଜୁର ହୋଇଥାଏ, ତୋର ଦ୍ଵାର ଉପଲବ୍ଧ ହୋଇଥାଏ||2||
ਊਡਾਂ ਬੈਸਾ ਏਕ ਲਿਵ ਤਾਰ ॥ ଚାଲି ଯାଇଥାଏ କିମ୍ବା ବସି ରହିଥାଏ, ଏକ ଈଶ୍ଵରଙ୍କ ଠାରେ ଧ୍ୟାନ ଲାଗିଥାଏ।
ਗੁਰ ਕੈ ਸਬਦਿ ਨਾਮ ਆਧਾਰ ॥ ଗୁରୁଙ୍କ ଉପଦେଶ ଦ୍ଵାରା ଯାହା ପାଖରେ ନାମର ଆଶ୍ରା ଥାଏ,
ਨਾ ਜਲੁ ਡੂੰਗਰੁ ਨ ਊਚੀ ਧਾਰ ॥ ତାହାକୁ ଜଳ, ପର୍ବତ ଏବଂ ସାଗର ମଧ୍ୟ ପ୍ରଭାବିତ କରି ପାରେନାହିଁ।
ਨਿਜ ਘਰਿ ਵਾਸਾ ਤਹ ਮਗੁ ਨ ਚਾਲਣਹਾਰ ॥੩॥ ତାହାକୁ ସଚ୍ଚା ଘରେ ନିବାସ ମିଳିଯାଏ ଏବଂ କୌଣସି କଠିନ ରାସ୍ତାରେ ଚାଲିବାକୁ ପଡେ ନାହିଁ||3||
ਜਿਤੁ ਘਰਿ ਵਸਹਿ ਤੂਹੈ ਬਿਧਿ ਜਾਣਹਿ ਬੀਜਉ ਮਹਲੁ ਨ ਜਾਪੈ ॥ ଯେଉଁ ଘରେ ମୁଁ ରହିଥାଏ, ତୁ ହିଁ ବିଧି ଜାଣିଥାଉ, ଅନ୍ୟ କାହାକୁ ଜ୍ଞାନ ହୁଏନାହିଁ।
ਸਤਿਗੁਰ ਬਾਝਹੁ ਸਮਝ ਨ ਹੋਵੀ ਸਭੁ ਜਗੁ ਦਬਿਆ ਛਾਪੈ ॥ ସଦଗୁରୁଙ୍କ ବିନା ଜ୍ଞାତ ହୁଏନାହିଁ ଏବଂ ସଂପୂର୍ଣ୍ଣ ସଂସାର ଅଜ୍ଞାନତାରେ ପଡି ରହିଥାଏ।
ਕਰਣ ਪਲਾਵ ਕਰੈ ਬਿਲਲਾਤਉ ਬਿਨੁ ਗੁਰ ਨਾਮੁ ਨ ਜਾਪੈ ॥ ରୋଦନ, ଚିତ୍କାର କରିଥାଏ, ପରନ୍ତୁ ଗୁରୁଙ୍କ ବିନା ହରିନାମର ସ୍ମରଣ ହୁଏନାହିଁ।
ਪਲ ਪੰਕਜ ਮਹਿ ਨਾਮੁ ਛਡਾਏ ਜੇ ਗੁਰ ਸਬਦੁ ਸਿਞਾਪੈ ॥੪॥ ଯଦି ଗୁରୁଙ୍କ ଶିକ୍ଷାକୁ ଜାଣି ନେଇଥାଏ, ତାହାହେଲେ ଏକ କ୍ଷଣରେ ହିଁ ପ୍ରଭୁ ନାମ ଦ୍ଵାରା ବନ୍ଧନରୁ ମୁକ୍ତି ମିଳିଯାଏ||4||
ਇਕਿ ਮੂਰਖ ਅੰਧੇ ਮੁਗਧ ਗਵਾਰ ॥ କିଛି ମୂର୍ଖ, ଅନ୍ଧ, ବୋକା ଲୋକ ଅଛନ୍ତି,
ਇਕਿ ਸਤਿਗੁਰ ਕੈ ਭੈ ਨਾਮ ਅਧਾਰ ॥ କିଛି ଏପରି ମଧ୍ୟ ଅଛନ୍ତି, ଯେଉଁ ମାନେ ସଦଗୁରୁଙ୍କ ପ୍ରେମରେ ନାମ-ସ୍ମରଣର ଆଶ୍ରାରେ ଜୀବିତ ରହିଥାନ୍ତି।
ਸਾਚੀ ਬਾਣੀ ਮੀਠੀ ਅੰਮ੍ਰਿਤ ਧਾਰ ॥ ଗୁରୁଙ୍କ ବାଣୀ ଶୁଦ୍ଧ, ମିଠା ଏବଂ ଅମୃତର ଧାରା ସମାନ ଅଟେ,
ਜਿਨਿ ਪੀਤੀ ਤਿਸੁ ਮੋਖ ਦੁਆਰ ॥੫॥ ଯିଏ ଏହାକୁ ପାନ କରିଥାଏ, ତାହାକୁ ମୁକ୍ତି ମିଳିଥାଏ||5||
ਨਾਮੁ ਭੈ ਭਾਇ ਰਿਦੈ ਵਸਾਹੀ ਗੁਰ ਕਰਣੀ ਸਚੁ ਬਾਣੀ ॥ ଶ୍ରଦ୍ଧା-ଭାବନା ଦ୍ଵାରା ପ୍ରଭୁଙ୍କ ନାମ ହୃଦୟରେ ସ୍ଥାପନ କର, ଗୁରୁଙ୍କ ବାଣୀ ଦ୍ଵାରା ସଚ୍ଚା କାର୍ଯ୍ୟ କର।
ਇੰਦੁ ਵਰਸੈ ਧਰਤਿ ਸੁਹਾਵੀ ਘਟਿ ਘਟਿ ਜੋਤਿ ਸਮਾਣੀ ॥ ଯେତେବେଳେ ବର୍ଷା ହୋଇଥାଏ, ଧରିତ୍ରୀ ସୁନ୍ଦର ହୋଇଯାଏ, ପ୍ରତି ଘଟରେ ଈଶ୍ଵରଙ୍କ ଜ୍ୟୋତି ବ୍ୟାପ୍ତ
ਕਾਲਰਿ ਬੀਜਸਿ ਦੁਰਮਤਿ ਐਸੀ ਨਿਗੁਰੇ ਕੀ ਨੀਸਾਣੀ ॥ ଯେପରି ବଞ୍ଜର ଜାଗାରେ ବିହନ ବୁଣିଲେ କୌଣସି ଲାଭ ହୋଇ ନଥାଏ, ସେପରି ହିଁ ମନ୍ଦ ବୁଦ୍ଧି ବାଲା ଅଗୁରୁର ଏହି ନିଶାନ ଯେ ଯେତେ ମଧ୍ୟ ଉପଦେଶ ଦିଆଗଲେ ମଧ୍ୟ ତାହା ଉପରେ କୌଣସି ପ୍ରଭାବ ପଡେ ନାହିଁ।
ਸਤਿਗੁਰ ਬਾਝਹੁ ਘੋਰ ਅੰਧਾਰਾ ਡੂਬਿ ਮੁਏ ਬਿਨੁ ਪਾਣੀ ॥੬॥ ଗୁରୁଙ୍କ ବିନା ଘୋର ଅନ୍ଧକାର ଥାଏ ଏବଂ ପ୍ରାଣୀ ବିନା ପାଣିରେ ହିଁ ବୁଡି ମରିଥାଏ||6||
ਜੋ ਕਿਛੁ ਕੀਨੋ ਸੁ ਪ੍ਰਭੂ ਰਜਾਇ ॥ ଯାହା କିଛି ହୋଇଥାଏ, ତାହା ପ୍ରଭୁଙ୍କ ଇଚ୍ଛା ଅଟେ।
ਜੋ ਧੁਰਿ ਲਿਖਿਆ ਸੁ ਮੇਟਣਾ ਨ ਜਾਇ ॥ ଯାହା ବିଧାତା ଲେଖିଥାଏ, ତାହାକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ।
ਹੁਕਮੇ ਬਾਧਾ ਕਾਰ ਕਮਾਇ ॥ ଜୀବ ତାହାଙ୍କ ହୁକୁମ ଅନ୍ତର୍ଗତ କର୍ମ କରିଥାଏ।
ਏਕ ਸਬਦਿ ਰਾਚੈ ਸਚਿ ਸਮਾਇ ॥੭॥ ଏକ ଶବ୍ଦରେ ଲୀନ ବ୍ୟକ୍ତି ସତ୍ୟରେ ବିଲୀନ ହୋଇଯାଏ||7||
ਚਹੁ ਦਿਸਿ ਹੁਕਮੁ ਵਰਤੈ ਪ੍ਰਭ ਤੇਰਾ ਚਹੁ ਦਿਸਿ ਨਾਮ ਪਤਾਲੰ ॥ ହେ ପ୍ରଭୁ! ଚାରି ଦିଗରେ ତୋର ହୁକୁମ ଚାଲିଥାଏ, ସବୁଦିଗରେ ଓ ପାତାଳରେ ତୋର ନାମ ପ୍ରସାରିତ ହୋଇଛି।
ਸਭ ਮਹਿ ਸਬਦੁ ਵਰਤੈ ਪ੍ਰਭ ਸਾਚਾ ਕਰਮਿ ਮਿਲੈ ਬੈਆਲੰ ॥ ସବୁଠାରେ ଶବ୍ଦ ହିଂବ୍ୟାପ୍ତ ଅଛି ଏବଂ କର୍ମଦ୍ଵାର ସଚ୍ଚା ପ୍ରଭୁ ମିଳିଥାନ୍ତି।
ਜਾਂਮਣੁ ਮਰਣਾ ਦੀਸੈ ਸਿਰਿ ਊਭੌ ਖੁਧਿਆ ਨਿਦ੍ਰਾ ਕਾਲੰ ॥ ଜନ୍ମ-ମରଣ, କ୍ଷୁଧା, ନିଦ୍ରା ଓ କାଳ ମସ୍ତକ ଉପରେ ଦେଖା ଯାଉଛି।
ਨਾਨਕ ਨਾਮੁ ਮਿਲੈ ਮਨਿ ਭਾਵੈ ਸਾਚੀ ਨਦਰਿ ਰਸਾਲੰ ॥੮॥੧॥੪॥ ହେ ନାନକ! ଯଦି ଈଶ୍ଵରଙ୍କ କରୁଣା ଦୃଷ୍ଟି ହୋଇଯାଏ, ତାହାହେଲେ ଭଲ ଲାଗୁଥିବା ନାମ ମନକୁ ମିଳିଯାଏ||8||1||4||
ਮਲਾਰ ਮਹਲਾ ੧ ॥ ମଲାର ମହଲା 1॥
ਮਰਣ ਮੁਕਤਿ ਗਤਿ ਸਾਰ ਨ ਜਾਨੈ ॥ ଲୋକମାନେ ମୃତ୍ୟୁ ଏବଂ ମୁକ୍ତିର ଉପଯୋଗିତା ଜାଣନ୍ତି ନାହିଁ।
ਕੰਠੇ ਬੈਠੀ ਗੁਰ ਸਬਦਿ ਪਛਾਨੈ ॥੧॥ କୂଳରେ ବସିଥିବା ଜୀବ-ସ୍ତ୍ରୀ ଗୁରୁଙ୍କ ଉପଦେଶ ଦ୍ଵାରା ଜୀବନ ପାଇଥାଏ||1||
ਤੂ ਕੈਸੇ ਆੜਿ ਫਾਥੀ ਜਾਲਿ ॥ ହେ ଜୀବ ରୂପୀ ପକ୍ଷୀ! ତୁ କାହିଁକି ଜାଲରେ ଫସି ରହିଛୁ?
ਅਲਖੁ ਨ ਜਾਚਹਿ ਰਿਦੈ ਸਮ੍ਹ੍ਹਾਲਿ ॥੧॥ ਰਹਾਉ ॥ ଅଦୃଷ୍ଟକୁ ଦେଖି ପାରେ ନାହିଁ, ନିଜ ହୃଦୟରେ ପରମାତ୍ମାଙ୍କ ଚିନ୍ତନ କର॥1॥ରୁହ॥
ਏਕ ਜੀਅ ਕੈ ਜੀਆ ਖਾਹੀ ॥ ନିଜ ପେଟ ଭରିବା ପାଇଁ ତୁ କେତେ ଜୀବକୁ ଖାଇ ଚାଲିଛୁ।
ਜਲਿ ਤਰਤੀ ਬੂਡੀ ਜਲ ਮਾਹੀ ॥੨॥ ଜଳରୁ ପାର ହେବା ବେଳେ ଜଳରେ ବୁଡି ମରୁଅଛୁ||2||
ਸਰਬ ਜੀਅ ਕੀਏ ਪ੍ਰਤਪਾਨੀ ॥ ସବୁ ଜୀବକୁ ତୁ ଦୁଃଖୀ କରିଛୁ,
ਜਬ ਪਕੜੀ ਤਬ ਹੀ ਪਛੁਤਾਨੀ ॥੩॥ ଯେତେବେଳେ ଧରା ପଡିଛୁ, ପଶ୍ଚାତାପ କରିଛୁ||3||
ਜਬ ਗਲਿ ਫਾਸ ਪੜੀ ਅਤਿ ਭਾਰੀ ॥ ଯେତେବେଳେ ଗଳାରେ ମୃତ୍ୟୁର ଭାରି ଫନ୍ଦା ପଡିଥାଏ,
ਊਡਿ ਨ ਸਾਕੈ ਪੰਖ ਪਸਾਰੀ ॥੪॥ ଡେଣା ମେଲାଇ ଉଡିପାରେ ନାହିଁ||4||
ਰਸਿ ਚੂਗਹਿ ਮਨਮੁਖਿ ਗਾਵਾਰਿ ॥ ମୂର୍ଖ ସ୍ଵେଚ୍ଛାଚାରୀ ଭୋଗ ବିଳାସର ଦାନା ଖାଇଥାଏ, ପରନ୍ତୁ
ਫਾਥੀ ਛੂਟਹਿ ਗੁਣ ਗਿਆਨ ਬੀਚਾਰਿ ॥੫॥ ସଦଗୁଣ ଏବଂ ଜ୍ଞାନର ଚିନ୍ତନ କରିବା ଦ୍ଵାରା ବନ୍ଧନର ଫନ୍ଦାରୁ ମୁକ୍ତି ମିଳିଥାଏ||5||
ਸਤਿਗੁਰੁ ਸੇਵਿ ਤੂਟੈ ਜਮਕਾਲੁ ॥ ସଦଗୁରୁଙ୍କ ସେବା ଦ୍ଵାରା ଯମକାଳର ଭୟ ନଷ୍ଟ ହୋଇଯାଏ ଏବଂ
ਹਿਰਦੈ ਸਾਚਾ ਸਬਦੁ ਸਮ੍ਹ੍ਹਾਲੁ ॥੬॥ ହୃଦୟରେ ସଚ୍ଚା ଉପଦେଶର ମନନ କରିଥାଏ||6||
ਗੁਰਮਤਿ ਸਾਚੀ ਸਬਦੁ ਹੈ ਸਾਰੁ ॥ ଗୁରୁଙ୍କ ଶିକ୍ଷା ଶାଶ୍ଵତ ଅଟେ ଏବଂ ତାହାଙ୍କ ଶବ୍ଦ ଉପଯୋଗୀ ଅଟେ।
ਹਰਿ ਕਾ ਨਾਮੁ ਰਖੈ ਉਰਿ ਧਾਰਿ ॥੭॥ ତାହାଙ୍କ ଦ୍ଵାରା ପରମାତ୍ମାଙ୍କ ନାମ ହୃଦୟରେ ସ୍ଥାପିତ ହୋଇଥାଏ||7||
ਸੇ ਦੁਖ ਆਗੈ ਜਿ ਭੋਗ ਬਿਲਾਸੇ ॥ ଯେଉଁ ଲୋକ ଭୋଗ-ବିଳାସରେ ଲୀନ ରହିଥାଏ, ସେ କେବଳ ଦୁଃଖ ହିଁ ପାଇଥାଏ।
ਨਾਨਕ ਮੁਕਤਿ ਨਹੀ ਬਿਨੁ ਨਾਵੈ ਸਾਚੇ ॥੮॥੨॥੫॥ ଗୁରୁ ନାନକଙ୍କ ମତ ଯେ ସଚ୍ଚା ନାମର ସ୍ମରଣ ବିନା ମୁକ୍ତି ସମ୍ଭବ ନୁହେଁ||8||2||5||
Scroll to Top
https://halomasbup.kedirikab.go.id/laporan_desa/ http://magistraandalusia.fib.unand.ac.id/help/menang-gacor/ https://pbindo.fkip.unri.ac.id/stats/manja-gacor/
https://halomasbup.kedirikab.go.id/laporan_desa/ http://magistraandalusia.fib.unand.ac.id/help/menang-gacor/ https://pbindo.fkip.unri.ac.id/stats/manja-gacor/