Guru Granth Sahib Translation Project

guru granth sahib odia page-1253

Page 1253

ਏਕ ਸਮੈ ਮੋ ਕਉ ਗਹਿ ਬਾਂਧੈ ਤਉ ਫੁਨਿ ਮੋ ਪੈ ਜਬਾਬੁ ਨ ਹੋਇ ॥੧॥ କୌଣସି ସମୟରେ ଯଦି ଭକ୍ତ ମୋତେ ପ୍ରେମ-ଭକ୍ତିରେ ବାନ୍ଧି ନେଇଯାଏ, ତାହାହେଲେ ପୁନଃ ଆପତ୍ତି କରିପାରେ ନାହିଁ||1||
ਮੈ ਗੁਨ ਬੰਧ ਸਗਲ ਕੀ ਜੀਵਨਿ ਮੇਰੀ ਜੀਵਨਿ ਮੇਰੇ ਦਾਸ ॥ ମୁଁ ଗୁଣରେ ରହିଥିବା ସବୁଙ୍କ ଜୀବନ ଅଟେ, କିନ୍ତୁ ମୋର ଭକ୍ତ ହିଁ ମୋର ଜୀବନ ଅଟେ।
ਨਾਮਦੇਵ ਜਾ ਕੇ ਜੀਅ ਐਸੀ ਤੈਸੋ ਤਾ ਕੈ ਪ੍ਰੇਮ ਪ੍ਰਗਾਸ ॥੨॥੩॥ ନାମଦେବ କହନ୍ତି ଯେ ଯାହାର ହୃଦୟରେ ଏହି କଥା ରହିଥାଏ, ତାହାର ପ୍ରେମ ସେତେ ପ୍ରକାଶ ହୋଇଥାଏ||2||3||
ਸਾਰੰਗ ॥ ସାରଙ୍ଗ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਤੈ ਨਰ ਕਿਆ ਪੁਰਾਨੁ ਸੁਨਿ ਕੀਨਾ ॥ ହେ ନର! ପୁରାଣର କଥା-କାହାଣୀ ଶୁଣି ମଧ୍ୟ ତୁ କଣ କରି ନେଇଛୁ?
ਅਨਪਾਵਨੀ ਭਗਤਿ ਨਹੀ ਉਪਜੀ ਭੂਖੈ ਦਾਨੁ ਨ ਦੀਨਾ ॥੧॥ ਰਹਾਉ ॥ ନା ମନରେ ଭକ୍ତି ଭାବନା ଉତ୍ପନ୍ନ ହୋଇଥାଏ ଆଉ ନା କୌଣସି କ୍ଷୁଧାର୍ତ୍ତକୁ ଭୋଜନ ଦେଇଥାଏ॥1॥ରୁହ॥
ਕਾਮੁ ਨ ਬਿਸਰਿਓ ਕ੍ਰੋਧੁ ਨ ਬਿਸਰਿਓ ਲੋਭੁ ਨ ਛੂਟਿਓ ਦੇਵਾ ॥ କାମନାକୁ ଭୁଲି ପାରିନାହିଁ, କ୍ରୋଧ ତୁମର ସମାପ୍ତ ହୁଏନାହିଁ, ନା ତୋର ଲୋଭ ଦୂର ହୋଇଛି।
ਪਰ ਨਿੰਦਾ ਮੁਖ ਤੇ ਨਹੀ ਛੂਟੀ ਨਿਫਲ ਭਈ ਸਭ ਸੇਵਾ ॥੧॥ ପରନିନ୍ଦା ମୁଖରୁ ଯାଏ ନାହିଁ, ଏହିପରି ତୋର ସାରା ସେବା ନିଷ୍ଫଳ ହୋଇଥାଏ||1||
ਬਾਟ ਪਾਰਿ ਘਰੁ ਮੂਸਿ ਬਿਰਾਨੋ ਪੇਟੁ ਭਰੈ ਅਪ੍ਰਾਧੀ ॥ ରାସ୍ତାରେ ଲୁଟ, ଲୋକଙ୍କ ଘରେ ଚୋରୀ କରି ପେଟ ଭରିଥାଏ, ଜଣା ନାହିଁ କେତେ ଅପରାଧ କରିଛି।
ਜਿਹਿ ਪਰਲੋਕ ਜਾਇ ਅਪਕੀਰਤਿ ਸੋਈ ਅਬਿਦਿਆ ਸਾਧੀ ॥੨॥ ଯାହାଦ୍ୱାରା ପରଲୋକକୁ ଯାଇ ଅପକୀର୍ତ୍ତୀ ପ୍ରାପ୍ତ ହୋଇଥାଏ, ସେ ହିଁ ମିଥ୍ୟା କାର୍ଯ୍ୟ କରିଥାଏ||2||
ਹਿੰਸਾ ਤਉ ਮਨ ਤੇ ਨਹੀ ਛੂਟੀ ਜੀਅ ਦਇਆ ਨਹੀ ਪਾਲੀ ॥ ତୋର ମନରୁ ହିଂସା ଦୂର ହୁଏନାହିଁ ଏବଂ ନା ଜୀବ ଉପରେ ଦୟା କରିବାର ଭାବନା ଜାତ ହୋଇଥାଏ।
ਪਰਮਾਨੰਦ ਸਾਧਸੰਗਤਿ ਮਿਲਿ ਕਥਾ ਪੁਨੀਤ ਨ ਚਾਲੀ ॥੩॥੧॥੬॥ ପରମାନନ୍ଦ କହନ୍ତି ଯେ ସାଧୁ-ସଜ୍ଜନଙ୍କ ସଙ୍ଗତରେ ମିଶି କେବେ ପବିତ୍ର କଥା ଶୁଣି ନାହିଁ||3||1||6||
ਛਾਡਿ ਮਨ ਹਰਿ ਬਿਮੁਖਨ ਕੋ ਸੰਗੁ ॥ ହେ ମନ! ପରମାତ୍ମାଙ୍କ ଠାରୁ ବିମୁଖ ଲୋକଙ୍କ ସାଥି ତ୍ୟାଗ କର।
ਸਾਰੰਗ ਮਹਲਾ ੫ ਸੂਰਦਾਸ ॥ ସାରଙ୍ଗ ମହଲା 5 ସୁରଦାସ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਹਰਿ ਕੇ ਸੰਗ ਬਸੇ ਹਰਿ ਲੋਕ ॥ ଈଶ୍ଵରଙ୍କ ଉପାସକ ଇଶ୍ଵର ଉପାସନାରେ ଲୀନ ରହିଥାଏ।
ਤਨੁ ਮਨੁ ਅਰਪਿ ਸਰਬਸੁ ਸਭੁ ਅਰਪਿਓ ਅਨਦ ਸਹਜ ਧੁਨਿ ਝੋਕ ॥੧॥ ਰਹਾਉ ॥ ସେ ତନ ମନ ଇତ୍ୟାଦି ସର୍ବସ୍ଵ ଅର୍ପଣ କରି ଆନନ୍ଦ ପୂର୍ବକ ରହିଥାଏ॥1॥ରୁହ॥
ਦਰਸਨੁ ਪੇਖਿ ਭਏ ਨਿਰਬਿਖਈ ਪਾਏ ਹੈ ਸਗਲੇ ਥੋਕ ॥ ସେ ଦର୍ଶନ କରି ବାସନା ରହିତ ହୋଇଯାଏ ଏବଂ ତାହାଙ୍କ ସବୁ ମନୋକାମନା ପୁରା ହୋଇଥାଏ।
ਆਨ ਬਸਤੁ ਸਿਉ ਕਾਜੁ ਨ ਕਛੂਐ ਸੁੰਦਰ ਬਦਨ ਅਲੋਕ ॥੧॥ ପ୍ରଭୁଙ୍କ ସୁନ୍ଦର ମୁଖ ଦେଖି ଅନ୍ୟ ବସ୍ତୁକୁ କେହି ଚାହାନ୍ତି ନାହିଁ||1||
ਸਿਆਮ ਸੁੰਦਰ ਤਜਿ ਆਨ ਜੁ ਚਾਹਤ ਜਿਉ ਕੁਸਟੀ ਤਨਿ ਜੋਕ ॥ ଶ୍ୟାମ ସୁନ୍ଦର ଈଶ୍ଵରଙ୍କୁ ତ୍ୟାଗ କରି ଅନ୍ୟ କାହାକୁ ଚାହିଁବା କୁଷ୍ଠ ରୋଗର ଶରୀର ସହିତ ସମାନ ଅଟେ।
ਸੂਰਦਾਸ ਮਨੁ ਪ੍ਰਭਿ ਹਥਿ ਲੀਨੋ ਦੀਨੋ ਇਹੁ ਪਰਲੋਕ ॥੨॥੧॥੮॥ ନାନକ ସୁରଦାସଙ୍କ ଦ୍ଵାରା କଥନ କରନ୍ତି ଯେ ହେ ସୁରଦାସ! ପ୍ରଭୁଙ୍କ ମନକୁ ହାତରେ ନେଇ ବୈକୁଣ୍ଠର ଫଳ ମିଳିଥାଏ। ||2||1||8||
ਸਾਰੰਗ ਕਬੀਰ ਜੀਉ ॥ ସାରଙ୍ଗ କବୀର ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਹਰਿ ਬਿਨੁ ਕਉਨੁ ਸਹਾਈ ਮਨ ਕਾ ॥ ଭଗବାନଙ୍କ ବିନା ମନର ସହାୟତା କିଏ କରି ପାରିବ?
ਮਾਤ ਪਿਤਾ ਭਾਈ ਸੁਤ ਬਨਿਤਾ ਹਿਤੁ ਲਾਗੋ ਸਭ ਫਨ ਕਾ ॥੧॥ ਰਹਾਉ ॥ କାରଣ ମାତା-ପିତା, ଭାଇ-ପୁତ୍ର ଏବଂ ପତ୍ନୀ ସହିତ ଲାଗିଥିବା ପ୍ରେମ ମିଥ୍ୟା ଅଟେ॥1॥ରୁହ॥
ਆਗੇ ਕਉ ਕਿਛੁ ਤੁਲਹਾ ਬਾਂਧਹੁ ਕਿਆ ਭਰਵਾਸਾ ਧਨ ਕਾ ॥ ପାର ହେବା ପାଇଁ ପ୍ରସ୍ତୁତି କର, ଏହି ଧନର କଣ ଭରସା ଅଛି?
ਕਹਾ ਬਿਸਾਸਾ ਇਸ ਭਾਂਡੇ ਕਾ ਇਤਨਕੁ ਲਾਗੈ ਠਨਕਾ ॥੧॥ ଏହି ଶରୀର ରୂପୀ ପାତ୍ରକୁ ମଧ୍ୟ ବିଶ୍ଵାସ ନାହିଁ, ସାମାନ୍ୟ ଆଘାତ ଲାଗିଲେ ଭାଙ୍ଗି ଯାଇଥାଏ। ||1||
ਸਗਲ ਧਰਮ ਪੁੰਨ ਫਲ ਪਾਵਹੁ ਧੂਰਿ ਬਾਂਛਹੁ ਸਭ ਜਨ ਕਾ ॥ ସବୁ ଧର୍ମ ଏବଂ ପୂଣ୍ୟ ଫଳରେ ଭକ୍ତର ଚରଣ ଧୂଳି ପାଇବାକୁ ଚାହେଁ।
ਕਹੈ ਕਬੀਰੁ ਸੁਨਹੁ ਰੇ ਸੰਤਹੁ ਇਹੁ ਮਨੁ ਉਡਨ ਪੰਖੇਰੂ ਬਨ ਕਾ ॥੨॥੧॥੯॥ କବୀର କହନ୍ତି ଯେ ହେ ସଜ୍ଜନ! ମୋର କଥା ଶୁଣ, ଏହି ମନ ଜଙ୍ଗଲରେ ଉଡୁଥିବା ପକ୍ଷୀ ଅଟେ||2||1||9||


© 2017 SGGS ONLINE
error: Content is protected !!
Scroll to Top