Guru Granth Sahib Translation Project

guru granth sahib odia page-1049

Page 1049

ਮਾਇਆ ਮੋਹਿ ਸੁਧਿ ਨ ਕਾਈ ॥ ମୋହ-ମାୟାରେ ମସ୍ତ ଜୀବକୁ କିଛି ପ୍ରାପ୍ତ ହୁଏନାହିଁ।
ਮਨਮੁਖ ਅੰਧੇ ਕਿਛੂ ਨ ਸੂਝੈ ਗੁਰਮਤਿ ਨਾਮੁ ਪ੍ਰਗਾਸੀ ਹੇ ॥੧੪॥ ନ୍ଧ ମନମୁଖୀକୁ କୌଣସି ଜ୍ଞାନ ହୁଏନାହିଁ, ପରନ୍ତୁ ଗୁରୁଙ୍କ ଉପଦେଶ ଦ୍ଵାରା ହିଁ ହୃଦୟରେ ନାମର ଆଲୋକ ହୋଇଥାଏ||14||
ਮਨਮੁਖ ਹਉਮੈ ਮਾਇਆ ਸੂਤੇ ॥ ମନମୁଖୀ ଜୀବ ଅହଂକାର ଏବଂ ମୋହ-ମାୟାରେ ହିଁ ଶୟନ କରିଥାଏ।
ਅਪਣਾ ਘਰੁ ਨ ਸਮਾਲਹਿ ਅੰਤਿ ਵਿਗੂਤੇ ॥ ସେ କାମୁକ ଦୂତ ଦ୍ଵାରା ନିଜ ହୃଦୟ-ଘରକୁ ସମ୍ଭାଳି ପାରନ୍ତି ନାହି ଏବଂ ଅନ୍ତରେ ଧ୍ଵଂସ ହୋଇଥାଏ।
ਪਰ ਨਿੰਦਾ ਕਰਹਿ ਬਹੁ ਚਿੰਤਾ ਜਾਲੈ ਦੁਖੇ ਦੁਖਿ ਨਿਵਾਸੀ ਹੇ ॥੧੫॥ ସେ ପରର ନିନ୍ଦା କରିଥାଏ, ଚିନ୍ତା ତାହାକୁ ବହୁତ ଜଳାଇ ଥାଏ ଏବଂ ସର୍ବଦା ଦୁଃଖୀ ରହିଥାଏ||15||
ਆਪੇ ਕਰਤੈ ਕਾਰ ਕਰਾਈ ॥ ଈଶ୍ଵର ସ୍ଵୟଂ ହିଁ ମନମୁଖୀ ଦ୍ଵାରା ଏପରି କାର୍ଯ୍ୟ କରାଇ ଥାଆନ୍ତି, ପରନ୍ତୁ
ਆਪੇ ਗੁਰਮੁਖਿ ਦੇਇ ਬੁਝਾਈ ॥ ସେ ଗୁରୁମୁଖୀକୁ ଜ୍ଞାନ ପ୍ରଦାନ କରିଥାନ୍ତି।
ਨਾਨਕ ਨਾਮਿ ਰਤੇ ਮਨੁ ਨਿਰਮਲੁ ਨਾਮੇ ਨਾਮਿ ਨਿਵਾਸੀ ਹੇ ॥੧੬॥੫॥ ହେ ନାନକ! ନାମରେ ଲୀନ ହେଲେ ମନ ନିର୍ମଳ ହୋଇଯାଏ ଏବଂ ଜୀବ ନାମ ଦ୍ଵାରା ନାମ ସ୍ମରଣରେ ଲୀନ ରହିଥାଏ||16||5||
ਮਾਰੂ ਮਹਲਾ ੩ ॥ ମାରୁ ମହଲା 3॥
ਏਕੋ ਸੇਵੀ ਸਦਾ ਥਿਰੁ ਸਾਚਾ ॥ ଏକ ଈଶ୍ଵରଙ୍କ ହିଁ ଉପାସନା କରିଥାଏ, ଯିଏ ସର୍ବଦା ସ୍ଥିର ଓ ଶାଶ୍ଵତ ଅଟନ୍ତି।
ਦੂਜੈ ਲਾਗਾ ਸਭੁ ਜਗੁ ਕਾਚਾ ॥ ଦୈତ୍ୟଭାବରେ ଲୀନ ସଂପୂର୍ଣ୍ଣ ଜଗତ ନଶ୍ଵର ଅଟେ।
ਗੁਰਮਤੀ ਸਦਾ ਸਚੁ ਸਾਲਾਹੀ ਸਾਚੇ ਹੀ ਸਾਚਿ ਪਤੀਜੈ ਹੇ ॥੧॥ ଗୁରୁ ଉପଦେଶାନୁସାରେ ସର୍ବଦା ସତ୍ୟର ସ୍ତୁତି କରିଥାଏ ଏବଂ ମନ ସେହି ପରମ ସତ୍ୟ ଦ୍ଵାରା ହିଁ ସନ୍ତୁଷ୍ଟ ରହିଥାଏ||1||
ਤੇਰੇ ਗੁਣ ਬਹੁਤੇ ਮੈ ਏਕੁ ਨ ਜਾਤਾ ॥ ହେ ଗୁଣର ସାଗର! ତୋର ଗୁଣ ଅନନ୍ତ ଅଟେ, କିନ୍ତୁ ମୁଁ ତୋର ଏକ ଗୁଣକୁ ମଧ୍ୟ ଜାଣେ ନାହିଁ।
ਆਪੇ ਲਾਇ ਲਏ ਜਗਜੀਵਨੁ ਦਾਤਾ ॥ ହେ ଜଗତ-ଜୀବନ ଦାତା! ତୁ ସ୍ଵୟଂ ହିଁ ନିଜର ଭକ୍ତିରେ ଲଗାଇ ଦେଉ,
ਆਪੇ ਬਖਸੇ ਦੇ ਵਡਿਆਈ ਗੁਰਮਤਿ ਇਹੁ ਮਨੁ ਭੀਜੈ ਹੇ ॥੨॥ ସ୍ଵୟଂ ହିଁ କ୍ଷମା କରି ବଡିମା ପ୍ରଦାନ କରୁ ଏବଂ ଗୁରୁ-ମତ ଦ୍ଵାରା ହିଁ ଏହି ମନ ହରିରସରେ ଭିଜିଥାଏ||2||
ਮਾਇਆ ਲਹਰਿ ਸਬਦਿ ਨਿਵਾਰੀ ॥ ଶବ୍ଦ ଦ୍ଵାରା ମାୟାର ଲହରୀକୁ ଦୂର କରି ଦେଉ ଏବଂ
ਇਹੁ ਮਨੁ ਨਿਰਮਲੁ ਹਉਮੈ ਮਾਰੀ ॥ ଅଭିମାନକୁ ଦୂର କରି ଏହି ମନ ନିର୍ମଳ ହୋଇଯାଏ।
ਸਹਜੇ ਗੁਣ ਗਾਵੈ ਰੰਗਿ ਰਾਤਾ ਰਸਨਾ ਰਾਮੁ ਰਵੀਜੈ ਹੇ ॥੩॥ ରାମଙ୍କ ରଙ୍ଗରେ ଲୀନ ଥିବା ଜିହ୍ଵା ସ୍ଵାଭାବିକ ଭାବରେ ଗୁଣଗାନ କରିଥାଏ||3||
ਮੇਰੀ ਮੇਰੀ ਕਰਤ ਵਿਹਾਣੀ ॥ ਮਨਮੁਖਿ ਨ ਬੂਝੈ ਫਿਰੈ ਇਆਣੀ ॥ ମୁଁ -ମୋର କରି ସାରା ଜୀବନ ଅତିବାହିତ ହୋଇଯାଏ, ମନମୁଖୀ ଜୀବକୁ ଜ୍ଞାନ ହୁଏନାହିଁ ଏବଂ ସେ ଅଜ୍ଞାନତାରେ ପଥଭ୍ରଷ୍ଟ ରହିଥାଏ।
ਜਮਕਾਲੁ ਘੜੀ ਮੁਹਤੁ ਨਿਹਾਲੇ ਅਨਦਿਨੁ ਆਰਜਾ ਛੀਜੈ ਹੇ ॥੪॥ ଯମ ତାହାକୁ ପ୍ରତି କ୍ଷଣରେ ଦେଖିଥାଏ ଏବଂ ତାହାର ଆୟୁଷ ପ୍ରତି କ୍ଷଣରେ କମ ହୋଇଥାଏ||4||
ਅੰਤਰਿ ਲੋਭੁ ਕਰੈ ਨਹੀ ਬੂਝੈ ॥ ସେ ମନରେ ଲୋଭ କରିଥାଏ, କିନ୍ତୁ ଏହା ଫଳକୁ ବୁଝେ ନାହିଁ।
ਸਿਰ ਊਪਰਿ ਜਮਕਾਲੁ ਨ ਸੂਝੈ ॥ ଯମ ତାହାର ମସ୍ତକ ଉପରେ ଦଣ୍ଡାୟମାନ ହୋଇଥାଏ, କିନ୍ତୁ ତାହାକୁ ଏହାର କୌଣସି ଜ୍ଞାନ ନଥାଏ।
ਐਥੈ ਕਮਾਣਾ ਸੁ ਅਗੈ ਆਇਆ ਅੰਤਕਾਲਿ ਕਿਆ ਕੀਜੈ ਹੇ ॥੫॥ ଯେଉଁ କର୍ମ କରିଥାଏ, ପରଲୋକରେ ତାହାର ଫଳର ସମ୍ମୁଖୀନ ହୋଇଥାଏ, ଅନ୍ତକାଳରେ କଣ କରି ପାରିବ?||5||
ਜੋ ਸਚਿ ਲਾਗੇ ਤਿਨ ਸਾਚੀ ਸੋਇ ॥ ଯିଏ ସତ୍ୟରେ ଲୀନ ହୋଇଯାଏ, ତାହାର ଶୋଭା ହିଁ ସଚ୍ଚା ହୋଇଥାଏ।
ਦੂਜੈ ਲਾਗੇ ਮਨਮੁਖਿ ਰੋਇ ॥ ଦୈତ୍ୟଭାବରେ ଲୀନ ମନମୁଖୀ ଜୀବ ରୋଦନ କରିଥାଏ।
ਦੁਹਾ ਸਿਰਿਆ ਕਾ ਖਸਮੁ ਹੈ ਆਪੇ ਆਪੇ ਗੁਣ ਮਹਿ ਭੀਜੈ ਹੇ ॥੬॥ ଈଶ୍ଵର ସ୍ଵୟଂ ଲୋକ ପରଲୋକର ମାଲିକ ଅଟନ୍ତି ଆଉ ସ୍ଵୟଂ ହିଁ ଗୁଣ ଉପରେ ପ୍ରସନ୍ନ ହୋଇଥାନ୍ତି||6||
ਗੁਰ ਕੈ ਸਬਦਿ ਸਦਾ ਜਨੁ ਸੋਹੈ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ମନୁଷ୍ୟ ସର୍ବଦା ଶୋଭାର ପାତ୍ର ବନିଥାଏ।
ਨਾਮ ਰਸਾਇਣਿ ਇਹੁ ਮਨੁ ਮੋਹੈ ॥ ନାମ ରୂପୀ ରସାୟନ ପାନ କରି ଏହି ମନ ମୋହିତ ହୋଇଯାଏ।
ਮਾਇਆ ਮੋਹ ਮੈਲੁ ਪਤੰਗੁ ਨ ਲਾਗੈ ਗੁਰਮਤੀ ਹਰਿ ਨਾਮਿ ਭੀਜੈ ਹੇ ॥੭॥ ମୋହ-ମାୟାର ମଇଳା ଆଦୌ ଲାଗେ ନାହିଁ ଏବଂ ମନ ଗୁରୁ ମତାନୁସାରେ ହରିନାମରେ ଭିଜି ଯାଇଥାଏ||7||
ਸਭਨਾ ਵਿਚਿ ਵਰਤੈ ਇਕੁ ਸੋਈ ॥ ସବୁ ଜୀବଙ୍କ ଠାରେ ଏକ ଈଶ୍ଵର ହିଁ ବ୍ୟାପ୍ତ ଥାଆନ୍ତି ଏବଂ
ਗੁਰ ਪਰਸਾਦੀ ਪਰਗਟੁ ਹੋਈ ॥ ଗୁରୁଙ୍କ କୃପାରୁ ସେ ପ୍ରକଟ ହୋଇଯାନ୍ତି।
ਹਉਮੈ ਮਾਰਿ ਸਦਾ ਸੁਖੁ ਪਾਇਆ ਨਾਇ ਸਾਚੈ ਅੰਮ੍ਰਿਤੁ ਪੀਜੈ ਹੇ ॥੮॥ ଅଭିମାନକୁ ଦୂର କରି ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ ଏବଂ ସତ୍ୟ ନାମରେ ଲୀନ ରହି ନାମାମୃତର ପାନ ହୋଇଥାଏ||8||
ਕਿਲਬਿਖ ਦੂਖ ਨਿਵਾਰਣਹਾਰਾ ॥ ପାପ, ଦୁଃଖର ନିବାରଣ କରିବା ବାଲା ଈଶ୍ଵର ହିଁ ଅଟନ୍ତି ଏବଂ
ਗੁਰਮੁਖਿ ਸੇਵਿਆ ਸਬਦਿ ਵੀਚਾਰਾ ॥ ଗୁରୁମୁଖୀ ଶବ୍ଦ-ଚିନ୍ତନ ଦ୍ଵାରା ତାହାର ଉପାସନା କରିଥାଏ।
ਸਭੁ ਕਿਛੁ ਆਪੇ ਆਪਿ ਵਰਤੈ ਗੁਰਮੁਖਿ ਤਨੁ ਮਨੁ ਭੀਜੈ ਹੇ ॥੯॥ ସେ ସ୍ଵୟଂ ହିଁ ସବୁକିଛି କରିଥାନ୍ତି ଏବଂ ନାମ ସ୍ମରଣରେ ଗୁରୁମୁଖୀର ତନ-ମନ ଭିଜି ଯାଇଥାଏ||9||
ਮਾਇਆ ਅਗਨਿ ਜਲੈ ਸੰਸਾਰੇ ॥ ମାୟାର ଅଗ୍ନି ସଂପୂର୍ଣ୍ଣ ସଂସାରରେ ଜଳୁଅଛି,
ਗੁਰਮੁਖਿ ਨਿਵਾਰੈ ਸਬਦਿ ਵੀਚਾਰੇ ॥ କିନ୍ତୁ ଗୁରୁ ଶବ୍ଦର ଚିନ୍ତନ ଦ୍ଵାରା ତାହାର ନିବାରଣ ହୋଇଥାଏ।
ਅੰਤਰਿ ਸਾਂਤਿ ਸਦਾ ਸੁਖੁ ਪਾਇਆ ਗੁਰਮਤੀ ਨਾਮੁ ਲੀਜੈ ਹੇ ॥੧੦॥ ଯିଏ ଗୁରୁଙ୍କ ଶିକ୍ଷା ଦ୍ଵାରା ନାମ ସ୍ମରଣ କରିଛି, ତାହାର ମନକୁ ଶାନ୍ତି ମିଳିଥାଏ ଏବଂ ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ||10||
ਇੰਦ੍ਰ ਇੰਦ੍ਰਾਸਣਿ ਬੈਠੇ ਜਮ ਕਾ ਭਉ ਪਾਵਹਿ ॥ ନିଜର ସିଂହାସନ ଉପରେ ବିରାଜମାନ ହୋଇଥିବା ସ୍ଵର୍ଗାଧିପତି ଇନ୍ଦ୍ର ମଧ୍ୟ ଯମର ଭୟ ଅନୁଭବ କରିଥାନ୍ତି।
ਜਮੁ ਨ ਛੋਡੈ ਬਹੁ ਕਰਮ ਕਮਾਵਹਿ ॥ ଯଦି କେହି ଅନେକ ଧର୍ମ-କର୍ମ କରିଥାଏ, ଯମ ତାହାକୁ ମଧ୍ୟ ଛାଡେ ନାହିଁ।
ਸਤਿਗੁਰੁ ਭੇਟੈ ਤਾ ਮੁਕਤਿ ਪਾਈਐ ਹਰਿ ਹਰਿ ਰਸਨਾ ਪੀਜੈ ਹੇ ॥੧੧॥ ଜୀବକୁ ସେତେବେଳେ ମୁକ୍ତି ମିଳିଥାଏ, ଯେତେବେଳେ ତାହାର ସାକ୍ଷାତ ସଦଗୁରୁଙ୍କ ସହିତ ହୋଇଥାଏ ଏବଂ ଜିହ୍ଵା ହରିନାମାମୃତ ପାନ କରିଥାଏ||11||
ਮਨਮੁਖਿ ਅੰਤਰਿ ਭਗਤਿ ਨ ਹੋਈ ॥ ମନମୁଖୀ ଜୀବର ମନରେ ପ୍ରଭୁ ଭକ୍ତି ଉତ୍ପନ୍ନ ହୁଏନାହିଁ, କିନ୍ତୁ
ਗੁਰਮੁਖਿ ਭਗਤਿ ਸਾਂਤਿ ਸੁਖੁ ਹੋਈ ॥ ଗୁରୁମୁଖୀକୁ ଭକ୍ତି ଦ୍ଵାରା ଶାନ୍ତି ଏବଂ ସୁଖ ଉତ୍ପନ୍ନ ହୋଇଯାଏ।
ਪਵਿਤ੍ਰ ਪਾਵਨ ਸਦਾ ਹੈ ਬਾਣੀ ਗੁਰਮਤਿ ਅੰਤਰੁ ਭੀਜੈ ਹੇ ॥੧੨॥ ବାଣୀ ସର୍ବଦା ପବିତ୍ର ଅଟେ ଏବଂ ଗୁରୁ ଉପଦେଶାନୁସାରେ ହୃଦୟ ଭିଜି ଯାଇଥାଏ||12||
ਬ੍ਰਹਮਾ ਬਿਸਨੁ ਮਹੇਸੁ ਵੀਚਾਰੀ ॥ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ଵର ମାୟାର ତିନି ଗୁଣରେ ବାନ୍ଧି ହୋଇ ରହିଛନ୍ତି ଏବଂ
ਤ੍ਰੈ ਗੁਣ ਬਧਕ ਮੁਕਤਿ ਨਿਰਾਰੀ ॥ ମୁକ୍ତି ତାହାଙ୍କ ଠାରେ ନିରଳ ରହିଥାଏ।
error: Content is protected !!
Scroll to Top