Guru Granth Sahib Translation Project

guru granth sahib odia page-1024

Page 1024

ਗੁਰਮੁਖਿ ਵਿਰਲਾ ਚੀਨੈ ਕੋਈ ॥ କେହି ବିରଳ ଗୁରୁମୁଖୀ ହିଁ ରହସ୍ୟକୁ ଚିହ୍ନି ପାରିଛନ୍ତି।
ਦੁਇ ਪਗ ਧਰਮੁ ਧਰੇ ਧਰਣੀਧਰ ਗੁਰਮੁਖਿ ਸਾਚੁ ਤਿਥਾਈ ਹੇ ॥੮॥ ପୃଥିବୀକୁ ଧାରଣ କରିଥିବା ଏବେ ଧର୍ମ ରୂପୀ ବୃଷଭ ଦୁଇ ପାଦରେ ଠିଆ ହୋଇଥିଲା ଏବଂ ଗୁରୁଙ୍କ ଠାରୁ ହିଁ ସତ୍ୟର ପ୍ରାପ୍ତି ହୋଇଥିଲା।। 18 ।।
ਰਾਜੇ ਧਰਮੁ ਕਰਹਿ ਪਰਥਾਏ ॥ ବଡ ବଡ ରାଜା ନିଜର କେଉଁ ମନୋରଥଙ୍କ ପାଇଁ ଧର୍ମ କର୍ମ କରୁଥିଲେ,
ਆਸਾ ਬੰਧੇ ਦਾਨੁ ਕਰਾਏ ॥ ସେ କିଛି ଆଶାରେ ବାନ୍ଧିହୋଇ ଦାନ ପୁଣ୍ୟ କରୁଥିଲେ।
ਰਾਮ ਨਾਮ ਬਿਨੁ ਮੁਕਤਿ ਨ ਹੋਈ ਥਾਕੇ ਕਰਮ ਕਮਾਈ ਹੇ ॥੯॥ ସେମାନେ ଅନେକ ଧର୍ମ କର୍ମ କରି କ୍ଳାନ୍ତ ହୋଇ ଯାଇଛନ୍ତି କିନ୍ତୁ ରାମ ନାମ ବିନା ମୁକ୍ତି ପ୍ରାପ୍ତ ହୁଏନାହିଁ।। 9 ।।
ਕਰਮ ਧਰਮ ਕਰਿ ਮੁਕਤਿ ਮੰਗਾਹੀ ॥ ଲୋକ ଧର୍ମ କର୍ମ କରି ମୁକ୍ତିର କାମନା କରୁଥିଲେ
ਮੁਕਤਿ ਪਦਾਰਥੁ ਸਬਦਿ ਸਲਾਹੀ ॥ କିନ୍ତୁ ବ୍ରହ୍ମ ଶବ୍ଦର ସ୍ତୁତିରୁ ହିଁ ମୁକ୍ତି ମିଳିଥାଏ।
ਬਿਨੁ ਗੁਰ ਸਬਦੈ ਮੁਕਤਿ ਨ ਹੋਈ ਪਰਪੰਚੁ ਕਰਿ ਭਰਮਾਈ ਹੇ ॥੧੦॥ ଲୋକ ଦୁନିଆର ନାଟକରେ ଅକାରଣ ହିଁ ପଥଭ୍ରଷ୍ଟ ହେଉଛନ୍ତି, କିନ୍ତୁ ଶବ୍ଦ ଗୁରୁଙ୍କ ବିନା ମୁକ୍ତି ମିଳେନାହିଁ।। 10 ।।
ਮਾਇਆ ਮਮਤਾ ਛੋਡੀ ਨ ਜਾਈ ॥ ଜୀବମାନଙ୍କ ଠାରୁ ମୋହ ମାୟା ଛଡ଼ା ଯାଇପାରିବ ନାହିଁ,
ਸੇ ਛੂਟੇ ਸਚੁ ਕਾਰ ਕਮਾਈ ॥ କିନ୍ତୁ ଯେଉଁମାନେ ସତ୍ୟର ସାଧନା କରିଛନ୍ତି,ସେମାନେ ବନ୍ଧନରୁ ମୁକ୍ତ ହୋଇଛନ୍ତି।
ਅਹਿਨਿਸਿ ਭਗਤਿ ਰਤੇ ਵੀਚਾਰੀ ਠਾਕੁਰ ਸਿਉ ਬਣਿ ਆਈ ਹੇ ॥੧੧॥ ମହାପୁରୁଷ ରାତି ଦିନ ଭଗବାନଙ୍କ ଭକ୍ତିରେ ଲୀନ ଥିଲେ ଏବଂ ତାଙ୍କର ଠାକୁରଙ୍କ ସହ ଅତୁଟ ପ୍ରୀତି ରହିଥିଲା।। 11 ।।
ਇਕਿ ਜਪ ਤਪ ਕਰਿ ਕਰਿ ਤੀਰਥ ਨਾਵਹਿ ॥ କେହି ମନ୍ତ୍ର ଜପ ଅଥବା ତପସ୍ୟାରେ ଲୀନ ଥିଲେ କିମ୍ବା କେହି ତୀର୍ଥରେ ସ୍ନାନ କରୁଥିଲେ।
ਜਿਉ ਤੁਧੁ ਭਾਵੈ ਤਿਵੈ ਚਲਾਵਹਿ ॥ ହେ ପରମାତ୍ମା ! ଯେମିତି ତୁମକୁ ମଞ୍ଜୁର ଅଛି, ତୁମେ ସେହିପରି ହିଁ ଜୀବମାନଙ୍କୁ ଚଳାଉଛ।
ਹਠਿ ਨਿਗ੍ਰਹਿ ਅਪਤੀਜੁ ਨ ਭੀਜੈ ਬਿਨੁ ਹਰਿ ਗੁਰ ਕਿਨਿ ਪਤਿ ਪਾਈ ਹੇ ॥੧੨॥ ତପସ୍ୟା ଓ ସଂଯମ ଦ୍ଵାରା ମନ ଆନନ୍ଦିତ ହୁଏନାହିଁ , ଗୁରୁଙ୍କ ଜ୍ଞାନ ପରମେଶ୍ଵରଙ୍କ ସ୍ତୁତି ବିନା କାହାକୁ ମଧ୍ୟ ସତ୍ୟର ଦରବାରରେ ଯଶ ମିଳେନାହିଁ||12||
ਕਲੀ ਕਾਲ ਮਹਿ ਇਕ ਕਲ ਰਾਖੀ ॥ କଳି ଯୁଗରେ ଧର୍ମ ( ରୂପୀ ବୃଷଭ) ର ଗୋଟେ ହିଁ କଳା ରହିଗଲା,
ਬਿਨੁ ਗੁਰ ਪੂਰੇ ਕਿਨੈ ਨ ਭਾਖੀ ॥ ପୂର୍ଣ୍ଣ ଗୁରୁଙ୍କ ବିନା କେହି ମଧ୍ୟ ସତ୍ୟର କଥା କହିନାହାନ୍ତି।
ਮਨਮੁਖਿ ਕੂੜੁ ਵਰਤੈ ਵਰਤਾਰਾ ਬਿਨੁ ਸਤਿਗੁਰ ਭਰਮੁ ਨ ਜਾਈ ਹੇ ॥੧੩॥ ମନମୂଖୀ ଜୀବମାନଙ୍କ ଏହି ଆଚରଣ ଯେ ସେମାନଙ୍କ ମଧ୍ୟରେ ମିଛର ବିଚରଣ ହିଁ ରହି ଆସିଛି କିନ୍ତୁ ସତ୍ ଗୁରୁଙ୍କ ବିନା ଭ୍ରମ ଦୂର ହୁଏ ନାହିଁ।। 13 ।।
ਸਤਿਗੁਰੁ ਵੇਪਰਵਾਹੁ ਸਿਰੰਦਾ ॥ ସତ୍ ଗୁରୁ ପରମେଶ୍ବର ନିଶ୍ଚିନ୍ତ ଏବଂ ସ୍ରଷ୍ଟା ଅଟନ୍ତି
ਨਾ ਜਮ ਕਾਣਿ ਨ ਛੰਦਾ ਬੰਦਾ ॥ ତାଙ୍କୁ ନା କେଉଁ ଯମର ଭୟ ଅଛି, ନା ଲୋକମାନଙ୍କ ଉପରେ ନିର୍ଭର ଅଟନ୍ତି,
ਜੋ ਤਿਸੁ ਸੇਵੇ ਸੋ ਅਬਿਨਾਸੀ ਨਾ ਤਿਸੁ ਕਾਲੁ ਸੰਤਾਈ ਹੇ ॥੧੪॥ ଯିଏ ତାଙ୍କର ଭକ୍ତି କରନ୍ତି, ତାକୁ କାଳ ମଧ୍ୟ ଦୁଃଖୀ କରେ ନାହିଁ।14।।
ਗੁਰ ਮਹਿ ਆਪੁ ਰਖਿਆ ਕਰਤਾਰੇ ॥ ପରମେଶ୍ବର ନିଜକୁ ଗୁରୁଙ୍କ ହୃଦୟରେ ପ୍ରକଟ କରିଛନ୍ତି
ਗੁਰਮੁਖਿ ਕੋਟਿ ਅਸੰਖ ਉਧਾਰੇ ॥ ଗୁରୁଙ୍କ ନାମ ମନ୍ତ୍ର ଦ୍ଵାରା କୋଟି କୋଟି ଅସଂଖ୍ୟ ଜୀବମାନଙ୍କ ଉଦ୍ଧାର ହୋଇଛି।
ਸਰਬ ਜੀਆ ਜਗਜੀਵਨੁ ਦਾਤਾ ਨਿਰਭਉ ਮੈਲੁ ਨ ਕਾਈ ਹੇ ॥੧੫॥ ଜଗତର ଜୀବନ ପରମେଶ୍ବର ସବୁ ଜୀବ ମାନଙ୍କୁ ଦାନ କରିଥାନ୍ତି, ସେ ନିର୍ଭୟ ଏବଂ ପବିତ୍ର ପାବନ ଅଟନ୍ତି।। 15 ।।
ਸਗਲੇ ਜਾਚਹਿ ਗੁਰ ਭੰਡਾਰੀ ॥ ସବୁ ଜୀବ ଗୁରୁ ଭଣ୍ଡାର ଠାରୁ ହିଁ ମାଗିଥାନ୍ତି,
ਆਪਿ ਨਿਰੰਜਨੁ ਅਲਖ ਅਪਾਰੀ ॥ ସେ ସ୍ଵୟଂ ମାୟାତୀତ, ଅଲକ୍ଷ ଏବଂ ଅପରଂପାର ଅଟନ୍ତି
ਨਾਨਕੁ ਸਾਚੁ ਕਹੈ ਪ੍ਰਭ ਜਾਚੈ ਮੈ ਦੀਜੈ ਸਾਚੁ ਰਜਾਈ ਹੇ ॥੧੬॥੪॥ ନାନକ ସତ୍ୟ କହନ୍ତି ଏବଂ ପ୍ରଭୁଙ୍କ ଠାରୁ ଏହା ମାଗନ୍ତି ଯେ ମୋତେ ନିଜ ଆଜ୍ଞାରେ ରଖିକରି ସତ୍ୟର ଦାନ ଦିଅ।।16।।4।।
ਮਾਰੂ ਮਹਲਾ ੧ ॥ ମାରୁ ମହଲା 1 ।।
ਸਾਚੈ ਮੇਲੇ ਸਬਦਿ ਮਿਲਾਏ ॥ ପରମାତ୍ମା ଶବ୍ଦ ଗୁରୁଙ୍କ ଦ୍ଵାରା ହିଁ ନିଜ ସହ ମିଳନ କରାଇଛନ୍ତି।
ਜਾ ਤਿਸੁ ਭਾਣਾ ਸਹਜਿ ਸਮਾਏ ॥ ଯେବେ ତାଙ୍କୁ ମଞ୍ଜୁର ହେଲା ତେବେ ସେ ସହଜ ସ୍ଵଭାବ ସତ୍ୟରେ ଲୀନ ହୋଇଗଲେ।
ਤ੍ਰਿਭਵਣ ਜੋਤਿ ਧਰੀ ਪਰਮੇਸਰਿ ਅਵਰੁ ਨ ਦੂਜਾ ਭਾਈ ਹੇ ॥੧॥ ତିନି ଲୋକରେ ପରମେଶ୍ୱର ନିଜର ଜ୍ୟୋତି ସ୍ଥାପିତ କରିଛନ୍ତି, ତାଙ୍କ ଭଳି ବଡ଼ ଅନ୍ୟ କେହି ନାହିଁ। 1 ।।
ਜਿਸ ਕੇ ਚਾਕਰ ਤਿਸ ਕੀ ਸੇਵਾ ॥ ଯାହାର ଆମେ ସେବକ ଅଟୁ, ତାଙ୍କର ହିଁ ଭକ୍ତିରେ ଲୀନ ରହିଥାଉ।
ਸਬਦਿ ਪਤੀਜੈ ਅਲਖ ਅਭੇਵਾ ॥ ସେ ଅଲକ୍ଷ ଅଭେଦ୍ୟ ଶବ୍ଦର ସ୍ତୁତିରୁ ହିଁ ପ୍ରସନ୍ନ ହୋଇଥାନ୍ତି।
ਭਗਤਾ ਕਾ ਗੁਣਕਾਰੀ ਕਰਤਾ ਬਖਸਿ ਲਏ ਵਡਿਆਈ ਹੇ ॥੨॥ ସେ ଭକ୍ତଜନଙ୍କ କଲ୍ୟାଣ କରିଥାନ୍ତି, ଏହା ତାଙ୍କର ବଡପଣ ଯେ ଶରଣରେ ଆସିଥିବା ଜୀବମାନଙ୍କୁ କ୍ଷମା କରି ଦିଅନ୍ତି।।2।।
ਦੇਦੇ ਤੋਟਿ ਨ ਆਵੈ ਸਾਚੇ ॥ ଜୀବମାନଙ୍କୁ ଦେଇ ଦେଇ ସେହି ସତ୍ୟର ଘରରେ କିଛି ଅଭାବ ରହି ନଥାଏ,
ਲੈ ਲੈ ਮੁਕਰਿ ਪਉਦੇ ਕਾਚੇ ॥ ପରନ୍ତୁ ମିଥ୍ୟାବାଦୀ ସାହାଯ୍ୟ ନେଇ ମଧ୍ୟ ଅସ୍ଵୀକାର କରିଥାଏ।
ਮੂਲੁ ਨ ਬੂਝਹਿ ਸਾਚਿ ਨ ਰੀਝਹਿ ਦੂਜੈ ਭਰਮਿ ਭੁਲਾਈ ਹੇ ॥੩॥ ସେ ନିଜର ମୂଳକୁ ଜାଣି ନାହାନ୍ତି, ସତ୍ୟରେ ତାଙ୍କର କିଛି ସଂପର୍କ ନାହିଁ, ସେଥିପାଇଁ ଦୈତ୍ୟ ଭାବ ଏବଂ ଭ୍ରମ କାରଣରୁ ପଥଭ୍ରଷ୍ଟ ରହି ଥାଆନ୍ତି। ।। 3 ।।
ਗੁਰਮੁਖਿ ਜਾਗਿ ਰਹੇ ਦਿਨ ਰਾਤੀ ॥ ଗୁରୁମୁଖୀ ଦିନ ରାତି ମାୟାର ଜାଲରୁ ଜାଗୃତ ରହିଥାନ୍ତି,
ਸਾਚੇ ਕੀ ਲਿਵ ਗੁਰਮਤਿ ਜਾਤੀ ॥ ସେ ଗୁରୁଙ୍କ ମତ ଅନୁସାରେ ସତ୍ୟରେ ଧ୍ୟାନ ଲଗାଉଥିବା ନିୟମକୁ ବୁଝି ନିଅନ୍ତି।
ਮਨਮੁਖ ਸੋਇ ਰਹੇ ਸੇ ਲੂਟੇ ਗੁਰਮੁਖਿ ਸਾਬਤੁ ਭਾਈ ਹੇ ॥੪॥ କିନ୍ତୁ ମନମୁଖୀ ଜୀବ ଅଜ୍ଞାନତାର ନିଦ୍ରାରେ ପଡ଼ି ରହିଥାଏ, ସେଥିପାଇଁ ବିକାର ତାହାର ଗୁଣକୁ ଲୁଟି ନେଇଥାଏ। ଗୁରୁମୁଖୀ ନିଜର ଗୁଣର ପୁଞ୍ଜି ସଞ୍ଚୟ କରିଥାଏ॥4॥
ਕੂੜੇ ਆਵੈ ਕੂੜੇ ਜਾਵੈ ॥ ମିଥ୍ୟା ବ୍ୟକ୍ତି ଜନ୍ମ-ମରଣ ଚକ୍ରରେ ହିଁ ପଡ଼ି ରହିଥାନ୍ତି।
ਕੂੜੇ ਰਾਤੀ ਕੂੜੁ ਕਮਾਵੈ ॥ ସେ ମିଥ୍ୟାରେ ବୁଡି ରହିକରି ମିଥ୍ୟା କର୍ମ ହିଁ କରିଥାନ୍ତି।
ਸਬਦਿ ਮਿਲੇ ਸੇ ਦਰਗਹ ਪੈਧੇ ਗੁਰਮੁਖਿ ਸੁਰਤਿ ਸਮਾਈ ਹੇ ॥੫॥ ଯିଏ ଶବ୍ଦର ସ୍ତୁତିରେ ଲୀନ ରହିଥାଏ, ତାଙ୍କୁ ହିଁ ସତ୍ୟ ଦରବାରରେ ଶୋଭା ପ୍ରାପ୍ତ ହୋଇଥାଏ ଏବଂ ଗୁରୁଙ୍କ ମାଧ୍ୟମ ଦ୍ଵାରା ତାଙ୍କର ସତ୍ୟରେ ହିଁ ଧ୍ୟାନ ଲାଗି ରହିଥାଏ। ।।5।।
ਕੂੜਿ ਮੁਠੀ ਠਗੀ ਠਗਵਾੜੀ ॥ ਜਿਉ ਵਾੜੀ ਓਜਾੜਿ ਉਜਾੜੀ ॥ ମିଥ୍ୟାରେ ରତ ଜୀବ ରୂପୀ ନାରୀର ଜୀବନ ରୂପୀ ବାଟିକାକୁ କାମୁକ ଠକ ଏପରି ଉଜାଡି ଦେଇଥାଏ, ଯେପରି ପଶୁ ଉଜାଡି ଦେଇଥାଏ।
ਨਾਮ ਬਿਨਾ ਕਿਛੁ ਸਾਦਿ ਨ ਲਾਗੈ ਹਰਿ ਬਿਸਰਿਐ ਦੁਖੁ ਪਾਈ ਹੇ ॥੬॥ ହରି ନାମ ବିନା ଜୀବନରେ କିଛି ସ୍ଵାଦିଷ୍ଟ ଲାଗେନାହିଁ, ଭଗବାନଙ୍କୁ ଭୁଲିବା ଦ୍ଵାରା ଦୁଃଖ ହିଁ ପ୍ରାପ୍ତି ହୋଇଥାଏ । 6 ।।
ਭੋਜਨੁ ਸਾਚੁ ਮਿਲੈ ਆਘਾਈ ॥ ଯଦି ସତ୍ୟ ନାମ ରୂପୀ ଭୋଜନ ମିଳିଯାଏ ତେବେ ମନ ତୃପ୍ତ ହୋଇଯାଏ।
ਨਾਮ ਰਤਨੁ ਸਾਚੀ ਵਡਿਆਈ ॥ ଯାହାକୁ ଅମୂଲ୍ୟ ନାମରତ୍ନ ମିଳିଯାଏ, ତାହାକୁ ହିଁ ଯଶ ପ୍ରାପ୍ତି ହୋଇଥାଏ।
ਚੀਨੈ ਆਪੁ ਪਛਾਣੈ ਸੋਈ ਜੋਤੀ ਜੋਤਿ ਮਿਲਾਈ ਹੇ ॥੭॥ ଯିଏ ଆତ୍ମା ସ୍ୱରୂପଙ୍କୁ ଜାଣି ନିଅନ୍ତି, ତାହାକୁ ସତ୍ୟର ଆଭାସ ହୋଇଯାଏ ଏବଂ ପୁଣି ତାହାର ଜ୍ୟୋତି ପରମଜ୍ୟୋତିରେ ବିଲୀନ ହୋଇଯାଏ।।7 ।।
error: Content is protected !!
Scroll to Top