Guru Granth Sahib Translation Project

guru granth sahib odia page-1013

Page 1013

ਅੰਤਰਿ ਅਗਨਿ ਨ ਗੁਰ ਬਿਨੁ ਬੂਝੈ ਬਾਹਰਿ ਪੂਅਰ ਤਾਪੈ ॥ ଗୁରୁଙ୍କ ବିନା ତହନ ଅନ୍ତର୍ମନରୁ ତୃଷ୍ଣାଗ୍ନି ଲିଭେ ନାହିଁ, କିନ୍ତୁ ବାହାରୁ ତାପ ବିକୀରଣ ହୋଇଥାଏ।
ਗੁਰ ਸੇਵਾ ਬਿਨੁ ਭਗਤਿ ਨ ਹੋਵੀ ਕਿਉ ਕਰਿ ਚੀਨਸਿ ਆਪੈ ॥ ଗୁରୁଙ୍କ ସେବା ବିନା ଭକ୍ତି ହୁଏନାହିଁ, ସେ ଅନ୍ତରାତ୍ମାକୁ କିପରି ଜାଣି ପାରିବ?
ਨਿੰਦਾ ਕਰਿ ਕਰਿ ਨਰਕ ਨਿਵਾਸੀ ਅੰਤਰਿ ਆਤਮ ਜਾਪੈ ॥ ଅନ୍ତରାତ୍ମା ସହିତ ଏପରି ଲାଗିଥାଏ ଯେ ପରର ନିନ୍ଦା କରି କରି ନର୍କରେ ପଡିଥାଏ।
ਅਠਸਠਿ ਤੀਰਥ ਭਰਮਿ ਵਿਗੂਚਹਿ ਕਿਉ ਮਲੁ ਧੋਪੈ ਪਾਪੈ ॥੩॥ ଅଠଷଠି ତୀର୍ଥରେ ଭ୍ରମଣ କରି ଭ୍ରମରେ ଧ୍ଵଂସ ହୋଇଥାଏ, ତାହାର ପାପର ମଇଳା କିପରି ବାହାରି ପାରିବ?||3||
ਛਾਣੀ ਖਾਕੁ ਬਿਭੂਤ ਚੜਾਈ ਮਾਇਆ ਕਾ ਮਗੁ ਜੋਹੈ ॥ ସେ ଶରୀରରେ ବିଭୁତି ଲଗାଇ ଥାଏ, କିନ୍ତୁ ମାୟାର ମାର୍ଗ ଦେଖିଥାଏ।
ਅੰਤਰਿ ਬਾਹਰਿ ਏਕੁ ਨ ਜਾਣੈ ਸਾਚੁ ਕਹੇ ਤੇ ਛੋਹੈ ॥ ସେ ଭିତରେ ବାହାରେ ଈଶ୍ଵରଙ୍କୁ ଜାଣେ ନାହିଁ, ପରନ୍ତୁ ସଚ୍ଚା ବତାଇବା ପରେ କ୍ରୋଧିତ ହୋଇଥାଏ।
ਪਾਠੁ ਪੜੈ ਮੁਖਿ ਝੂਠੋ ਬੋਲੈ ਨਿਗੁਰੇ ਕੀ ਮਤਿ ਓਹੈ ॥ ସେହି ଗୁରୁହୀନର ମତି ଏପରି ହୋଇଥାଏ ଯେ ସେ ପାଠ ମଧ୍ୟ ପଢିଥାଏ, କିନ୍ତୁ ମୁଖରେ ମିଥ୍ୟା ହିଁ ବୋଲିଥାଏ।
ਨਾਮੁ ਨ ਜਪਈ ਕਿਉ ਸੁਖੁ ਪਾਵੈ ਬਿਨੁ ਨਾਵੈ ਕਿਉ ਸੋਹੈ ॥੪॥ ସେ ପ୍ରଭୁ ନାମର ଜପ କରେ ନାହିଁ, ପୁଣି ସୁଖ କିପରି ପ୍ରାପ୍ତ କରି ପାରିବ, ନାମ ବିହୀନ କିପରି ସୁନ୍ଦର ଲାଗି ପାରିବ?||4||
ਮੂੰਡੁ ਮੁਡਾਇ ਜਟਾ ਸਿਖ ਬਾਧੀ ਮੋਨਿ ਰਹੈ ਅਭਿਮਾਨਾ ॥ କେହି ନିଜ ମସ୍ତକ ଲଣ୍ଡା କରାଇ ଥାଏ, କେହି ଜଟାକୁ ବାନ୍ଧିଥାଏ, କେହି ମୌନ ବନିଥାଏ, ପରନ୍ତୁ ମନରେ ଅଭିମାନ ବନି ରହିଥାଏ।
ਮਨੂਆ ਡੋਲੈ ਦਹ ਦਿਸ ਧਾਵੈ ਬਿਨੁ ਰਤ ਆਤਮ ਗਿਆਨਾ ॥ ଆତ୍ମ-ଜ୍ଞାନର ରଙ୍ଗ ବିନା ମନ ବିଚଳିତ ହୋଇଥାଏ ଆଉ ଦଶ ଦିଗରେ ପଥଭ୍ରଷ୍ଟ ରହିଥାଏ।
ਅੰਮ੍ਰਿਤੁ ਛੋਡਿ ਮਹਾ ਬਿਖੁ ਪੀਵੈ ਮਾਇਆ ਕਾ ਦੇਵਾਨਾ ॥ ସେହି ମାୟାର ଦିୱାନା ନାମାମରୁତକୁ ଛାଡି ମହାଘାତକ ମାୟା ରୂପୀ ବିଷ ପାନ କରିଥାଏ।
ਕਿਰਤੁ ਨ ਮਿਟਈ ਹੁਕਮੁ ਨ ਬੂਝੈ ਪਸੂਆ ਮਾਹਿ ਸਮਾਨਾ ॥੫॥ ତାହାର କର୍ମଫଳ ଦୂର ହୁଏନାହିଁ, ନା ଈଶ୍ବରଙ୍କ ଇଚ୍ଛା ଦୂର ହୋଇଥାଏ ଏବଂ ତାହାକୁ ପଶୁ ସମାନ ମାନାଯାଏ। ||5||
ਹਾਥ ਕਮੰਡਲੁ ਕਾਪੜੀਆ ਮਨਿ ਤ੍ਰਿਸਨਾ ਉਪਜੀ ਭਾਰੀ ॥ କେହି ସାଧୁ ବନିଥାଏ, କେହି କମଣ୍ଡଳୁ ଧରିଥାଏ, କିନ୍ତୁ ମନରେ ଭାରିବ ତୃଷ୍ଣା ଜାତ ହୋଇଥାଏ।
ਇਸਤ੍ਰੀ ਤਜਿ ਕਰਿ ਕਾਮਿ ਵਿਆਪਿਆ ਚਿਤੁ ਲਾਇਆ ਪਰ ਨਾਰੀ ॥ ନିଜ ସ୍ତ୍ରୀକୁ ଛାଡି କାମବାସନାରେ ଫସିଯାଇ ଥାଏ ଏବଂ ପର ନାରୀ ଠାରେ ଚିତ୍ତ ଲଗାଇ ଥାଏ।
ਸਿਖ ਕਰੇ ਕਰਿ ਸਬਦੁ ਨ ਚੀਨੈ ਲੰਪਟੁ ਹੈ ਬਾਜਾਰੀ ॥ ସେ ଲୋକଙ୍କୁ ଶିକ୍ଷା ଦେଇଥାଏ, ପରନ୍ତୁ ନିଜେ ବ୍ରହ୍ମ ଶବ୍ଦକୁ ଜାଣେ ନାହିଁ ଏବଂ ଏପରି ଲମ୍ପଟ ବନିଯାଏ।
ਅੰਤਰਿ ਬਿਖੁ ਬਾਹਰਿ ਨਿਭਰਾਤੀ ਤਾ ਜਮੁ ਕਰੇ ਖੁਆਰੀ ॥੬॥ ମନରେ ତୃଷ୍ଣା ରୂପୀ ବିଷ ଥାଏ ଓ ବାହାରୁ ଶାନ୍ତି ଧାରଣ କରିଥାଏ, ଏଣୁ ଯମ ତାହାକୁ ଧ୍ଵଂସ କରିଥାଏ||6||
ਸੋ ਸੰਨਿਆਸੀ ਜੋ ਸਤਿਗੁਰ ਸੇਵੈ ਵਿਚਹੁ ਆਪੁ ਗਵਾਏ ॥ ବାସ୍ତବରେ ସେ ହିଁ ସନ୍ନ୍ୟାସୀ ଅଟେ, ଯିଏ ସଦଗୁରୁଙ୍କ ସେବା କରିଥାଏ ଏବଂ ମନରୁ ଅଭିମାନ ଦୂର କରିଥାଏ।
ਛਾਦਨ ਭੋਜਨ ਕੀ ਆਸ ਨ ਕਰਈ ਅਚਿੰਤੁ ਮਿਲੈ ਸੋ ਪਾਏ ॥ ସେ ବସ୍ତ୍ର-ଭୋଜନର ଆଶା କରେ ନାହିଁ, କିନ୍ତୁ ଯାହା କିଛି ତାହାକୁ ବିନା ଚିନ୍ତାରେ ମିଳିଯାଏ, ତାହାକୁ ନେଇଯାଏ।
ਬਕੈ ਨ ਬੋਲੈ ਖਿਮਾ ਧਨੁ ਸੰਗ੍ਰਹੈ ਤਾਮਸੁ ਨਾਮਿ ਜਲਾਏ ॥ ସେ ବ୍ୟର୍ଥ କଥା କରେ ନାହିଁ, ସେ କ୍ଷମା ରୂପୀ ଧନ ସଞ୍ଚୟ କରିଥାଏ ଏବଂ ନାମ ଦ୍ଵାରା ନିଜ କ୍ରୋଧକୁ ଜଳାଇ ଦେଇଥାଏ।
ਧਨੁ ਗਿਰਹੀ ਸੰਨਿਆਸੀ ਜੋਗੀ ਜਿ ਹਰਿ ਚਰਣੀ ਚਿਤੁ ਲਾਏ ॥੭॥ ଯିଏ ଭଗବାନଙ୍କ ଚରଣରେ ମନ ଲଗାଇ ଥାଏ, ସେହି ଗୃହସ୍ଥି, ସନ୍ନ୍ୟାସୀ ଓ ଯୋଗୀ ପ୍ରଶଂସାର ପାତ୍ର ଅଟନ୍ତି||7||
ਆਸ ਨਿਰਾਸ ਰਹੈ ਸੰਨਿਆਸੀ ਏਕਸੁ ਸਿਉ ਲਿਵ ਲਾਏ ॥ ସନ୍ନ୍ୟାସୀ ସେ ହିଁ ଅଟେ ଯିଏ ଜୀବନର ଆଶା ତ୍ୟାଗ କରି ନିର୍ଲିପ୍ତ ରହିଥାଏ ଆଉ ଏକ ଈଶ୍ବରଙ୍କ ଠାରେ ଧ୍ୟାନ ଲଗାଇ ଥାଏ।
ਹਰਿ ਰਸੁ ਪੀਵੈ ਤਾ ਸਾਤਿ ਆਵੈ ਨਿਜ ਘਰਿ ਤਾੜੀ ਲਾਏ ॥ ଯେତେବେଳେ3 ସେ ହରିନାମାମୃତ ପାନ କରିଥାଏ, ତାହାକୁ ଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ନିଜର ସଚ୍ଚା ଘରେ ସମାଧି ଲଗାଇ ଥାଏ।
ਮਨੂਆ ਨ ਡੋਲੈ ਗੁਰਮੁਖਿ ਬੂਝੈ ਧਾਵਤੁ ਵਰਜਿ ਰਹਾਏ ॥ ଗୁରୁମୁଖୀ ବନି ସେ ସତ୍ୟତାକୁ ବୁଝି ନିଏ, ଯାହାଦ୍ୱାରା ତାହାର ମନ ଆନ୍ଦୋଳିତ ହୁଏନାହିଁ ଏବଂ ଚଞ୍ଚଳ ମନକୁ କାବୁ କରିନିଏ।
ਗ੍ਰਿਹੁ ਸਰੀਰੁ ਗੁਰਮਤੀ ਖੋਜੇ ਨਾਮੁ ਪਦਾਰਥੁ ਪਾਏ ॥੮॥ ସେ ଗରୁ-ମତ ଦ୍ଵାରା ନିଜ ଶରୀର ଘରେ ଖୋଜିଥାଏ ଏବଂ ନାମ ରୂପୀ ପଦାର୍ଥକୁ ପାଇନିଏ||8||
ਬ੍ਰਹਮਾ ਬਿਸਨੁ ਮਹੇਸੁ ਸਰੇਸਟ ਨਾਮਿ ਰਤੇ ਵੀਚਾਰੀ ॥ ବ୍ରହ୍ମା, ବିଷ୍ଣୁ ଏବଂ ଶିବଶଙ୍କର ଭଳି ସର୍ବଶ୍ରେଷ୍ଠ ଦେବତା ନାମର ଚିନ୍ତନ କରିବାରେ ମଗ୍ନ ରହିଥାନ୍ତି।
ਖਾਣੀ ਬਾਣੀ ਗਗਨ ਪਤਾਲੀ ਜੰਤਾ ਜੋਤਿ ਤੁਮਾਰੀ ॥ ହେ ଅଖିଳେଶ୍ବର! ଚାରି ସ୍ରୋତ, ଚାରି ବାଣୀ, ଆକାଶ, ପାତାଳ ସବୁଥିରେ ତୋର ହିଁ ଜ୍ୟୋତି ବ୍ୟାପ୍ତ ଅଛି।
ਸਭਿ ਸੁਖ ਮੁਕਤਿ ਨਾਮ ਧੁਨਿ ਬਾਣੀ ਸਚੁ ਨਾਮੁ ਉਰ ਧਾਰੀ ॥ ସର୍ବସୁଖ ଓ ମୁକ୍ତି ହରିନାମ ଚରଣରେ ହିଁ ଅଛି, ଏଣୁ ସଚ୍ଚା ନାମ ହୃଦୟରେ ବାସ କରିଛି।
ਨਾਮ ਬਿਨਾ ਨਹੀ ਛੂਟਸਿ ਨਾਨਕ ਸਾਚੀ ਤਰੁ ਤੂ ਤਾਰੀ ॥੯॥੭॥ ହେ ନାନକ! ଈଶ୍ବରଙ୍କ ନାମ ବିନା କହକୁ ମୁକ୍ତି ହୁଏନାହିଁ, ସଚ୍ଚା ନାମ ଦ୍ଵାରା ସଂସାର ସାଗରରୁ ପାର କରାଯାଇ ପାରେ||9||7||
ਮਾਰੂ ਮਹਲਾ ੧ ॥ ମାରୁ ମହଲା 1॥
ਮਾਤ ਪਿਤਾ ਸੰਜੋਗਿ ਉਪਾਏ ਰਕਤੁ ਬਿੰਦੁ ਮਿਲਿ ਪਿੰਡੁ ਕਰੇ ॥ ମାତା-ପିତାଙ୍କ ସଂଯୋଗ ଦ୍ଵାରା ରକ୍ତ ଓ ବୀର୍ଯ୍ୟର ମିଳନ ଦ୍ଵାର ଶରୀର ବନିଛି।
ਅੰਤਰਿ ਗਰਭ ਉਰਧਿ ਲਿਵ ਲਾਗੀ ਸੋ ਪ੍ਰਭੁ ਸਾਰੇ ਦਾਤਿ ਕਰੇ ॥੧॥ ମା’ର ଗର୍ଭରେ ଓଲଟି ରହିଥିବା ଜୀବକୁ ସତ୍ୟର ଲଗ୍ନ ଲାଗିଥିଲା, ସେହି ପରମାତ୍ମା ହିଁ ପାଳନ ପୋଷଣ କରିଥାନ୍ତି||1||
ਸੰਸਾਰੁ ਭਵਜਲੁ ਕਿਉ ਤਰੈ ॥ ସଂସାର ରୂପୀ ସାଗରରୁ କିପରି ପାର କରାଯାଇ ପାରିବ?
ਗੁਰਮੁਖਿ ਨਾਮੁ ਨਿਰੰਜਨੁ ਪਾਈਐ ਅਫਰਿਓ ਭਾਰੁ ਅਫਾਰੁ ਟਰੈ ॥੧॥ ਰਹਾਉ ॥ ଯଦି ଗୁରୁଙ୍କ ସାନ୍ନିଧ୍ୟରେ ପବିତ୍ର ନାମ ପ୍ରାପ୍ତ ହୋଇଯାଏ, ଅଭିମାନୀ ଜୀବର ପାପର ଭାର ଦୂର ହୋଇଯାଏ। ॥1॥ରୁହ॥
ਤੇ ਗੁਣ ਵਿਸਰਿ ਗਏ ਅਪਰਾਧੀ ਮੈ ਬਉਰਾ ਕਿਆ ਕਰਉ ਹਰੇ ॥ ହେ ଈଶ୍ଵର! ମୁଁ ବାଉଳା, କଣ କରିବି? ମୋ’ ଭଳି ଅପରାଧୀ ତୋର ସବୁ ଉପକାର ଭୁଲି ଯାଇଛି।
ਤੂ ਦਾਤਾ ਦਇਆਲੁ ਸਭੈ ਸਿਰਿ ਅਹਿਨਿਸਿ ਦਾਤਿ ਸਮਾਰਿ ਕਰੇ ॥੨॥ ତୁ ଦୟାଳୁ ଦାତା ଅଟୁ ଆଉ ଦିନ-ରାତି ପୋଷଣ କରୁ||2||
ਚਾਰਿ ਪਦਾਰਥ ਲੈ ਜਗਿ ਜਨਮਿਆ ਸਿਵ ਸਕਤੀ ਘਰਿ ਵਾਸੁ ਧਰੇ ॥ ମାନବ ଧର୍ମ, ଅର୍ଥ, କାମ ଏବଂ ମୋକ୍ଷର କାମନା ନେଇ ଜନ୍ମ ନେଇଥାଏ, କିନ୍ତୁ ଜୀବ ରୂପୀ ଶିବ ମାୟା ରୂପୀ ଶକ୍ତିର ଘରେ ବାସ କରିଛନ୍ତି।
error: Content is protected !!
Scroll to Top