Guru Granth Sahib Translation Project

guru granth sahib odia page-1251

Page 1251

ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਅਮਰੁ ਵੇਪਰਵਾਹੁ ਹੈ ਤਿਸੁ ਨਾਲਿ ਸਿਆਣਪ ਨ ਚਲਈ ਨ ਹੁਜਤਿ ਕਰਣੀ ਜਾਇ ॥ ସର୍ବୋଚ୍ଚ ଶକ୍ତି ପରମେଶ୍ଵରଙ୍କ ହୁକୁମ ଅଟଳ ଅଟେ, ତାହାଙ୍କ ସାଥିରେ କୌଣସି ଚତୁରତା ଚଳିବ ନାହିଁ ଏବଂ ନା ଆପତ୍ତି କରାଯାଇ ପାରିବ।
ਆਪੁ ਛੋਡਿ ਸਰਣਾਇ ਪਵੈ ਮੰਨਿ ਲਏ ਰਜਾਇ ॥ ଯିଏ ନିଜ ଅହଂ ତ୍ୟାଗ କରି ଶରଣରେ ଆସିଥାଏ, ତାହାର ଇଚ୍ଛାକୁ ମାନି ନେଇଥାନ୍ତି,
ਗੁਰਮੁਖਿ ਜਮ ਡੰਡੁ ਨ ਲਗਈ ਹਉਮੈ ਵਿਚਹੁ ਜਾਇ ॥ ସେହି ଗୁରୁମୁଖୀକୁ ଯମର ଦଣ୍ଡ ମିଳେନାହିଁ ଏବଂ ତାହାର ଅଭିମାନ ସମାପ୍ତ ହୋଇଯାଏ।
ਨਾਨਕ ਸੇਵਕੁ ਸੋਈ ਆਖੀਐ ਜਿ ਸਚਿ ਰਹੈ ਲਿਵ ਲਾਇ ॥੧॥ ହେ ନାନକ! ବାସ୍ତବରେ ତାହାକୁ ସେବକ କୁହାଯାଏ, ଯିଏ ପରମାତ୍ମାଙ୍କ ଧ୍ୟାନରେ ଲୀନ ରହିଥାଏ||1||
ਮਃ ੩ ॥ ମହଲା 3॥
ਦਾਤਿ ਜੋਤਿ ਸਭ ਸੂਰਤਿ ਤੇਰੀ ॥ ହେ ପରମେଶ୍ଵର! ଏହି ପ୍ରାଣ ଦାନ ଏବଂ ସୌନ୍ଦର୍ଯ୍ୟ ସବୁ ତୋର ଅଟେ।
ਬਹੁਤੁ ਸਿਆਣਪ ਹਉਮੈ ਮੇਰੀ ॥ ମୋ’ ପାଖରେ କେବଳ ଅଭିମାନ ଓ ଚତୁରତା ଅଛି।
ਬਹੁ ਕਰਮ ਕਮਾਵਹਿ ਲੋਭਿ ਮੋਹਿ ਵਿਆਪੇ ਹਉਮੈ ਕਦੇ ਨ ਚੂਕੈ ਫੇਰੀ ॥ ଆମେ ଅନେକ କର୍ମ କରୁ, ଲୋଭରେ ଲୀନ ରହୁ, କିନ୍ତୁ ଅହଂ କେବେ ଦୂର ହୁଏନାହିଁ।
ਨਾਨਕ ਆਪਿ ਕਰਾਏ ਕਰਤਾ ਜੋ ਤਿਸੁ ਭਾਵੈ ਸਾਈ ਗਲ ਚੰਗੇਰੀ ॥੨॥ ନାନକ କହନ୍ତି ଯେ ଈଶ୍ଵର ହିଁ କରାଇ ଥାଆନ୍ତି, ଜାହ ତାହାଙ୍କୁ ଠିକ ଲାଗିଥାଏ, ସେହି କଥା ଭଲ ଲାଗିଥାଏ||2||
ਪਉੜੀ ਮਃ ੫ ॥ ପଉଡୀ ମହଲା 5॥
ਸਚੁ ਖਾਣਾ ਸਚੁ ਪੈਨਣਾ ਸਚੁ ਨਾਮੁ ਅਧਾਰੁ ॥ ଖାଇବା-ପିନ୍ଧିବା ଓ ସଂପୂର୍ଣ୍ଣ ଜୀବନାଚରଣ ସତ୍ୟ ଉପରେ ହିନ ଆଧାରିତ ଅଟେ ଏବଂ ସଚ୍ଚା ନାମ ହିଁ ଆମର ଏକମାତ୍ର ଆଶ୍ରା ଅଟେ।
ਗੁਰਿ ਪੂਰੈ ਮੇਲਾਇਆ ਪ੍ਰਭੁ ਦੇਵਣਹਾਰੁ ॥ ପୂର୍ଣ୍ଣ ଗୁରୁ ହିଁ ଦେବା ବାଲା ପ୍ରଭୁଙ୍କ ସହିତ ମିଳନ କରାଇ ଥାଆନ୍ତି।
ਭਾਗੁ ਪੂਰਾ ਤਿਨ ਜਾਗਿਆ ਜਪਿਆ ਨਿਰੰਕਾਰੁ ॥ ଯିଏ ନିରଙ୍କାରଙ୍କ ନାମ ଜପ କରିଥାଏ, ତାହାର ପୂର୍ଣ୍ଣ ଭାଗ୍ୟ ଜାଗ୍ରତ ହୋଇଯାଏ।
ਸਾਧੂ ਸੰਗਤਿ ਲਗਿਆ ਤਰਿਆ ਸੰਸਾਰੁ ॥ ସାଧୁ-ପୁରୁଷଙ୍କ ସଙ୍ଗତରେ ସଂସାର-ସାଗରରୁ ପାର କରାଯାଇ ପାରେ।
ਨਾਨਕ ਸਿਫਤਿ ਸਲਾਹ ਕਰਿ ਪ੍ਰਭ ਕਾ ਜੈਕਾਰੁ ॥੩੫॥ ହେ ନାନକ! ପ୍ରଭୁଙ୍କ ସ୍ତୁତିଗାନ କର; ତାହାଙ୍କ ଜୟ ଜୟ କର||35||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਸਭੇ ਜੀਅ ਸਮਾਲਿ ਅਪਣੀ ਮਿਹਰ ਕਰੁ ॥ ପରମାତ୍ମା ନିଜ କୃପା କରି ସବୁ ଜୀବର ପାଳନ-ପୋଷଣ କରିଥାନ୍ତି।
ਅੰਨੁ ਪਾਣੀ ਮੁਚੁ ਉਪਾਇ ਦੁਖ ਦਾਲਦੁ ਭੰਨਿ ਤਰੁ ॥ ସେ ଅତ୍ୟଧିକ ଶସ୍ୟ ଓ ପାଣି ଉତ୍ପନ୍ନ କରିଥାନ୍ତି ଏବଂ ଲୋକଙ୍କ ଦୁଃଖ-କଷ୍ଟ ଦୂର କରି ପାର କରିଥାନ୍ତି।
ਅਰਦਾਸਿ ਸੁਣੀ ਦਾਤਾਰਿ ਹੋਈ ਸਿਸਟਿ ਠਰੁ ॥ ଦାତା ପ୍ରାର୍ଥନା ଶୁଣି ସଂପୂର୍ଣ୍ଣ ସୃଷ୍ଟିକୁ ଶାନ୍ତ କରି ଦେଇଛନ୍ତି।
ਲੇਵਹੁ ਕੰਠਿ ਲਗਾਇ ਅਪਦਾ ਸਭ ਹਰੁ ॥ ସେ ଦୁହିଁଙ୍କୁ ଗଳାରେ ନେଇଥାନ୍ତି ଏବଂ ସବୁ ବିପଦ ଦୂର କରିଥାନ୍ତି।
ਨਾਨਕ ਨਾਮੁ ਧਿਆਇ ਪ੍ਰਭ ਕਾ ਸਫਲੁ ਘਰੁ ॥੧॥ ହେ ନାନକ! ପ୍ରଭୁନାମର ଧ୍ୟାନ କର, ତାହାଙ୍କ ଘର ଫଳଦାୟକ ଅଟେ||1||
ਮਃ ੫ ॥ ମହଲା 5॥
ਵੁਠੇ ਮੇਘ ਸੁਹਾਵਣੇ ਹੁਕਮੁ ਕੀਤਾ ਕਰਤਾਰਿ ॥ ଇଶ୍ଵରଙ୍କ ହୁକୁମ ହେଲେ ସୁନ୍ଦର ବାଦଲ ବର୍ଷା କରିଥାଏ।
ਰਿਜਕੁ ਉਪਾਇਓਨੁ ਅਗਲਾ ਠਾਂਢਿ ਪਈ ਸੰਸਾਰਿ ॥ ଅଧୁକ ମାତ୍ରାରେ ଶସ୍ୟ ଉତ୍ପନ୍ନ ହୋଇଥାଏ ଏବଂ ପୂର୍ଣ୍ଣ ସଂପୂର୍ଣ୍ଣ ସଂସାରକୁ ଶାନ୍ତି ପ୍ରାପ୍ତ ହୋଇଥାଏ।
ਤਨੁ ਮਨੁ ਹਰਿਆ ਹੋਇਆ ਸਿਮਰਤ ਅਗਮ ਅਪਾਰ ॥ ପ୍ରଭୁଙ୍କ ସ୍ମରଣ ଦ୍ଵାରା ତନ ମନ ପ୍ରସନ୍ନ ହୋଇଯାଏ।
ਕਰਿ ਕਿਰਪਾ ਪ੍ਰਭ ਆਪਣੀ ਸਚੇ ਸਿਰਜਣਹਾਰ ॥ ସଂସାରର ରଚୟିତା ସଚ୍ଚା ପ୍ରଭୁ ନିଜ କୃପା କରିଛନ୍ତି।
ਕੀਤਾ ਲੋੜਹਿ ਸੋ ਕਰਹਿ ਨਾਨਕ ਸਦ ਬਲਿਹਾਰ ॥੨॥ ହେ ପ୍ରଭୁ! ଯାହା ତୁ ଚାହୁଁ, ତାହା କରିଥାଉ, ନାନକ ତୋ’ ପ୍ରତି ସଦା ସମର୍ପିତ ଅଟନ୍ତି। ||2||
ਪਉੜੀ ॥ ପଉଡୀ॥
ਵਡਾ ਆਪਿ ਅਗੰਮੁ ਹੈ ਵਡੀ ਵਡਿਆਈ ॥ ସେହି ପ୍ରଭୁ ସ୍ଵୟଂ ବଡ ଅଟନ୍ତି, ତାହାଙ୍କ କୀର୍ତ୍ତି ମଧ୍ୟ ବହୁତ ବଡ ଅଟେ।
ਗੁਰ ਸਬਦੀ ਵੇਖਿ ਵਿਗਸਿਆ ਅੰਤਰਿ ਸਾਂਤਿ ਆਈ ॥ ଗୁରୁଙ୍କ ଉପଦେଶ ଦ୍ଵାରା ତାହାଙ୍କ ଦର୍ଶନ କରି ମନ ପ୍ରସନ୍ନ ହୋଇ ଯାଇଛି ଏବଂ ଶାନ୍ତିପ୍ରାପ୍ତ ହୋଇଛି।
ਸਭੁ ਆਪੇ ਆਪਿ ਵਰਤਦਾ ਆਪੇ ਹੈ ਭਾਈ ॥ ସବୁଙ୍କ ଠାରେ ସେ ସ୍ଵୟଂ ସକ୍ରିୟ ରହିଥାନ୍ତି ଏବଂ ସ୍ଵୟଂ ହିଁ ସବୁକିଛି ଅଟନ୍ତି।
ਆਪਿ ਨਾਥੁ ਸਭ ਨਥੀਅਨੁ ਸਭ ਹੁਕਮਿ ਚਲਾਈ ॥ ସେ ଦୁନିଆର ମାଲିକ ଅଟନ୍ତି, ସେ ସବୁଙ୍କୁ କାବୁ କରିଥାନ୍ତି ଏବଂ ସବୁଙ୍କ ଉପରେ ତାହାଙ୍କ ହୁକୁମ ଚାଲିଥାଏ।
ਨਾਨਕ ਹਰਿ ਭਾਵੈ ਸੋ ਕਰੇ ਸਭ ਚਲੈ ਰਜਾਈ ॥੩੬॥੧॥ ਸੁਧੁ ॥ ନାନକ କହନ୍ତି ଯେ ଯାହା ପରମାତ୍ମା ଚାହାନ୍ତି, ତାହା କରିଥାନ୍ତି, ସମସ୍ତେ ତାହାଙ୍କ ଇଚ୍ଛାରେ ଚାଲିଥାନ୍ତି||36||1||
ਰਾਗੁ ਸਾਰੰਗ ਬਾਣੀ ਭਗਤਾਂ ਕੀ ॥ ରାଗ ସାରଙ୍ଗ ବାଣୀ
ਕਬੀਰ ਜੀ ॥ ଭକ୍ତ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਕਹਾ ਨਰ ਗਰਬਸਿ ਥੋਰੀ ਬਾਤ ॥ ହେ ନର! ଛୋଟ କଥାରେ ତୁ କାହିଁକି ଏତେ ଅଭିମାନ କରୁଅଛୁ?
ਮਨ ਦਸ ਨਾਜੁ ਟਕਾ ਚਾਰਿ ਗਾਂਠੀ ਐਂਡੌ ਟੇਢੌ ਜਾਤੁ ॥੧॥ ਰਹਾਉ ॥ ଦଶ ମାଣ ଶସ୍ୟ ତଥା ଚାରି ପଇସା ତୋ’ ପାଖରେ ଅଛି, ତଥାପି ତୁ କାହିଁକି ଗର୍ବରେ ଚାଲୁଅଛୁ॥1॥ରୁହ॥
ਬਹੁਤੁ ਪ੍ਰਤਾਪੁ ਗਾਂਉ ਸਉ ਪਾਏ ਦੁਇ ਲਖ ਟਕਾ ਬਰਾਤ ॥ ଶହେ ଗାଁ ଅଥବା ଦୁଇ ଲକ୍ଷ ଟଙ୍କାର ସମ୍ପତ୍ତି ପ୍ରାପ୍ତ କରି ଲୋକଙ୍କ ଠାରେ ବହୁତ ପ୍ରତାପ ପ୍ରସାର କରିଥାଏ।
ਦਿਵਸ ਚਾਰਿ ਕੀ ਕਰਹੁ ਸਾਹਿਬੀ ਜੈਸੇ ਬਨ ਹਰ ਪਾਤ ॥੧॥ ଯେପରି ବନରେ ସବୁଜ ପତ୍ର ଥାଏ, ସେପରି ତୁମର ପ୍ରଭୁତ୍ଵ ଚାରି ଦିନ ପାଇଁ ଥାଏ||1||
ਨਾ ਕੋਊ ਲੈ ਆਇਓ ਇਹੁ ਧਨੁ ਨਾ ਕੋਊ ਲੈ ਜਾਤੁ ॥ ନା କୌଣସି ଧନ-ଦୌଲତ ନେଇ ଆସିଥିଲୁ ଆଉ ନା କେହି ଏହାକୁ ନେଇ ଯାଇଥାଏ।
ਰਾਵਨ ਹੂੰ ਤੇ ਅਧਿਕ ਛਤ੍ਰਪਤਿ ਖਿਨ ਮਹਿ ਗਏ ਬਿਲਾਤ ॥੨॥ ରାବଣ ଭଳି କେତେ ଛତ୍ରପତି ଏକ କ୍ଷଣରେ ସମାପ୍ତ ହୋଇ ଯାଇଛନ୍ତି। ||2||


© 2017 SGGS ONLINE
error: Content is protected !!
Scroll to Top