Guru Granth Sahib Translation Project

guru granth sahib odia page-1245

Page 1245

ਗੁਰ ਪਰਸਾਦੀ ਘਟਿ ਚਾਨਣਾ ਆਨ੍ਹ੍ਹੇਰੁ ਗਵਾਇਆ ॥ ଗୁରୁଙ୍କ ପ୍ରସନ୍ନତା ଦ୍ଵାରା ହୃଦୟ ଉଜ୍ଜଳ ହୋଇଥାଏ ଏବଂ ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ।
ਲੋਹਾ ਪਾਰਸਿ ਭੇਟੀਐ ਕੰਚਨੁ ਹੋਇ ਆਇਆ ॥ ମନୁଷ୍ୟ ରୂପୀ ଲୁହା ଗୁରୁ ରୂପୀ ପାରସ ସହିତ ମିଶି ସୁନା ହୋଇଯାଏ।
ਨਾਨਕ ਸਤਿਗੁਰਿ ਮਿਲਿਐ ਨਾਉ ਪਾਈਐ ਮਿਲਿ ਨਾਮੁ ਧਿਆਇਆ ॥ ହେ ନାନକ! ସଦଗୁରୁଙ୍କୁ ମିଶିବା ଦ୍ଵାରା ହରିନାମ ପ୍ରାୟତ ହୋଇଥାଏ, ସେତେବେଳେ ପରମେଶ୍ଵରଙ୍କ ନାମର ଧ୍ୟାନ ମନନ ହୋଇଥାଏ।
ਜਿਨ੍ਹ੍ ਕੈ ਪੋਤੈ ਪੁੰਨੁ ਹੈ ਤਿਨ੍ਹ੍ਹੀ ਦਰਸਨੁ ਪਾਇਆ ॥੧੯॥ ଯାହାର ଭାଗ୍ୟରେ ପୂଣ୍ୟ ଫଳ ଥାଏ, ତାହାକୁ ହିଁ ହରି ଦର୍ଶନ ପ୍ରାପ୍ତ ହୋଇଥାଏ||19||
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਧ੍ਰਿਗੁ ਤਿਨਾ ਕਾ ਜੀਵਿਆ ਜਿ ਲਿਖਿ ਲਿਖਿ ਵੇਚਹਿ ਨਾਉ ॥ ଏପରି ବ୍ୟକ୍ତି ବଞ୍ଚିବା ଧିକ୍କାର ଯୋଗ୍ୟ ଅଟେ, ଯିଏ ନାମ ଲେଖି ଲେଖି ବିକ୍ରୟ କରିଥାଏ।
ਖੇਤੀ ਜਿਨ ਕੀ ਉਜੜੈ ਖਲਵਾੜੇ ਕਿਆ ਥਾਉ ॥ ଯଦି ଫସଲ ଉଜୁଡି ଯାଏ, ଅମଳ ବେଳେ କଣ ରହିବ।
ਸਚੈ ਸਰਮੈ ਬਾਹਰੇ ਅਗੈ ਲਹਹਿ ਨ ਦਾਦਿ ॥ ସତ୍ୟ ଏବଂ ପରିଶ୍ରମ ବିନା ଈଶ୍ଵରଙ୍କ ସମ୍ମୁଖରେ କୌଣସି ଶ୍ରେୟ ମିଳେନାହିଁ।
ਅਕਲਿ ਏਹ ਨ ਆਖੀਐ ਅਕਲਿ ਗਵਾਈਐ ਬਾਦਿ ॥ ଯଦି ବିବାଦ ଓ ଝଗଡାରେ ବୁଦ୍ଧିକୁ ବରବାଦ କରାଯାଏ, ତାହାହେଲେ ତାହାକୁ ବୁଦ୍ଧିମାନ କୁହାଯାଏ ନାହିଁ।
ਅਕਲੀ ਸਾਹਿਬੁ ਸੇਵੀਐ ਅਕਲੀ ਪਾਈਐ ਮਾਨੁ ॥ ପରିଶ୍ରମ ଓ ବୁଦ୍ଧିମତା ଦ୍ଵାରା ପରମାତ୍ମାଙ୍କ ଉପାସନା କର, ଏହି ବୁଦ୍ଧିମତା ଦ୍ଵାରା ହିଁ ମାନ-ପ୍ରତିଷ୍ଠା ପ୍ରାପ୍ତ କରାଯାଇ ପାରେ।
ਅਕਲੀ ਪੜ੍ਹ੍ਹਿ ਕੈ ਬੁਝੀਐ ਅਕਲੀ ਕੀਚੈ ਦਾਨੁ ॥ ବୁଦ୍ଧି ସହିତ ପାଠ କରି ବୁଝିବା ଉଚିତ ଏବଂ ଅନ୍ୟକୁ ମଧ୍ୟ ବୁଦ୍ଧି ପ୍ରଦାନ କର।
ਨਾਨਕੁ ਆਖੈ ਰਾਹੁ ਏਹੁ ਹੋਰਿ ਗਲਾਂ ਸੈਤਾਨੁ ॥੧॥ ଗୁରୁ ନାନକ କହନ୍ତି ଯେ କେବଳ ଏହା ସଚ୍ଚା ରାସ୍ତା ଅଟେ, ଅନ୍ୟ କଥା ସୈତାନର କାମ ଅଟେ||1||
ਮਃ ੨ ॥ ମହଲା 2॥
ਜੈਸਾ ਕਰੈ ਕਹਾਵੈ ਤੈਸਾ ਐਸੀ ਬਨੀ ਜਰੂਰਤਿ ॥ ଏହା ସତ୍ୟ ଯେ ଜଣେ ଯେପରି ଆଚରଣ କରିଥାଏ, ସେପରି ହିଁ ସ୍ଵୟଂକୁ କୁହାଇ ପାରେ।
ਹੋਵਹਿ ਲਿੰਙ ਝਿੰਙ ਨਹ ਹੋਵਹਿ ਐਸੀ ਕਹੀਐ ਸੂਰਤਿ ॥ ଏପରି ଜୀବକୁ ହିଁ ସୁନ୍ଦର ରୂପ ବାଲା କୁହାଯାଏ, ଯାହା ପାଖରେ ଗୁଣ ରୂପୀ ଅଙ୍ଗ ଅଛି, ମନ୍ଦ ଗୁଣ ଭରା କୁରୂପ ରହିବା ଉଚିତ ନୁହେଁ।
ਜੋ ਓਸੁ ਇਛੇ ਸੋ ਫਲੁ ਪਾਏ ਤਾਂ ਨਾਨਕ ਕਹੀਐ ਮੂਰਤਿ ॥੨॥ ହେ ନାନକ! ସେ ହିଁ ପ୍ରତିଷ୍ଠିତ କୁହାଯାଏ, ଯିଏ ଈଶ୍ଵରଙ୍କୁ ମନାଇ ଥାଏ, ଯାହା କାମନା କରିଥାଏ, ସେହି ଫଳ ପାଇଥାଏ||2||
ਪਉੜੀ ॥ ପଉଡୀ॥
ਸਤਿਗੁਰੁ ਅੰਮ੍ਰਿਤ ਬਿਰਖੁ ਹੈ ਅੰਮ੍ਰਿਤ ਰਸਿ ਫਲਿਆ ॥ ସଦଗୁରୁ ଅମୃତର ବୃକ୍ଷ ଅଟନ୍ତି, ଯେଉଁଥିରେ ଅମୃତ ରସର ଫଳ ଆସିଥାଏ।
ਜਿਸੁ ਪਰਾਪਤਿ ਸੋ ਲਹੈ ਗੁਰ ਸਬਦੀ ਮਿਲਿਆ ॥ ଯାହାକୁ ପ୍ରାପ୍ତ ହୋଇଥାଏ, ସେ ହିଁ ଫଳ ପାଇଥାଏ ଏବଂ ଗୁରୁଙ୍କ ଉପଦେଶ ଦ୍ଵାରା ହିଁ ମିଳିଥାଏ।
ਸਤਿਗੁਰ ਕੈ ਭਾਣੈ ਜੋ ਚਲੈ ਹਰਿ ਸੇਤੀ ਰਲਿਆ ॥ ଯିଏ ସଦଗୁରୁଙ୍କ ଇଚ୍ଛାରେ ଚାଲିଥାଏ, ସେ ଈଶ୍ଵରଙ୍କ ସହିତ ଲୀନ ହୋଇଯାଏ।
ਜਮਕਾਲੁ ਜੋਹਿ ਨ ਸਕਈ ਘਟਿ ਚਾਨਣੁ ਬਲਿਆ ॥ ତାହାର ହୃଦୟରେ ଜ୍ଞାନର ଆଲୋକ ହୋଇଥାଏ ଏବଂ ଯମଦୂତ ତାହାକୁ ବିରକ୍ତ କରେନାହିଁ।
ਨਾਨਕ ਬਖਸਿ ਮਿਲਾਇਅਨੁ ਫਿਰਿ ਗਰਭਿ ਨ ਗਲਿਆ ॥੨੦॥ ହେ ନାନକ! ଈଶ୍ଵର କୃପା କରି ନିଜ ସାଥିରେ ମିଳାଇ ନିଅନ୍ତି ଏବଂ ପୁନଃ ସେ ଗର୍ଭ ଯୋନିରେ ଆସେ ନାହିଁ||20||
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਸਚੁ ਵਰਤੁ ਸੰਤੋਖੁ ਤੀਰਥੁ ਗਿਆਨੁ ਧਿਆਨੁ ਇਸਨਾਨੁ ॥ ସେହି ମନୁଷ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ, ଯାହାର ସତ୍ୟ ହିଁ ବ୍ରତ-ଉପବାସ ଅଟେ, ସନ୍ତୋଷ ତୀର୍ଥ ଏବଂ ଜ୍ଞାନ-ଧ୍ୟାନ ସ୍ନାନ ହୋଇଥାଏ।
ਦਇਆ ਦੇਵਤਾ ਖਿਮਾ ਜਪਮਾਲੀ ਤੇ ਮਾਣਸ ਪਰਧਾਨ ॥ ସେ ଦୟାକୁ ଦେବତା ଏବଂ କ୍ଷମା ଭାବନାକୁ ଜପିବା ବାଲା ମାଳା ମାନିଥାଏ।
ਜੁਗਤਿ ਧੋਤੀ ਸੁਰਤਿ ਚਉਕਾ ਤਿਲਕੁ ਕਰਣੀ ਹੋਇ ॥ ତାହାର ସଚ୍ଚା ଜୀବନ-ଯୁକ୍ତି ହିଁ ଧୋତି, ସୁରତି ଆଉ ଶୁଭକର୍ମ ହିଁ ତିଳକ ହୋଇଥାଏ।
ਭਾਉ ਭੋਜਨੁ ਨਾਨਕਾ ਵਿਰਲਾ ਤ ਕੋਈ ਕੋਇ ॥੧॥ ଲୋକଙ୍କ ସହିତ ପ୍ରେମ କରିବା ଭୋଜନ ହୋଇଥାଏ, ଗୁରୁ ନାନକ କହନ୍ତି ଯେ ଏପରି ମନୁଷ୍ୟ କେହି ବିରଳ ହିଁ ହୋଇଥାଏ||1||
ਮਹਲਾ ੩ ॥ ମହଲା 3॥
ਨਉਮੀ ਨੇਮੁ ਸਚੁ ਜੇ ਕਰੈ ॥ ଯଦି ସତ୍ୟକୁ ନିୟମ ବନାଯାଏ, ତାହା ହିଁ ନବମୀ ଅଟେ।
ਕਾਮ ਕ੍ਰੋਧੁ ਤ੍ਰਿਸਨਾ ਉਚਰੈ ॥ କାମ, କ୍ରୋଧ ଏବଂ ତୃଷ୍ଣାକୁ ତ୍ୟାଗ କରିବା ଉଚିତ।
ਦਸਮੀ ਦਸੇ ਦੁਆਰ ਜੇ ਠਾਕੈ ਏਕਾਦਸੀ ਏਕੁ ਕਰਿ ਜਾਣੈ ॥ ଯଦି ଦଶ ଇନ୍ଦ୍ରିୟକୁ କାବୁ କରାଯାଏ, ତାହାହେଲେ ତାହା ହିଁ ଦଶମୀ ଅଟେ। ଏକ ପରମେଶ୍ଵରଙ୍କ ସତ୍ତାକୁ ମାନିବା ହିଁ ଏକାଦଶୀ ଅଟେ।
ਦੁਆਦਸੀ ਪੰਚ ਵਸਗਤਿ ਕਰਿ ਰਾਖੈ ਤਉ ਨਾਨਕ ਮਨੁ ਮਾਨੈ ॥ ପାଞ୍ଚ ବିକାରକୁ ବଶରେ ରଖିବା ହିଁ ଦ୍ଵାଦଶୀ ଅଟେ, ଗୁରୁ ନାନକ କହନ୍ତି ଯେ ଏହିପରି ମନ ପ୍ରସନ୍ନ ହୋଇପାରେ।
ਐਸਾ ਵਰਤੁ ਰਹੀਜੈ ਪਾਡੇ ਹੋਰ ਬਹੁਤੁ ਸਿਖ ਕਿਆ ਦੀਜੈ ॥੨॥ ହେ ପଣ୍ଡିତ ଜୀ! ଏପରି ବ୍ରତ ରଖିବା ଉଚିତ, ଆଉ ଅଧିକ ଶିକ୍ଷା ଦେବାର ଆବଶ୍ୟକ ନାହିଁ||2||
ਪਉੜੀ ॥ ପଉଡୀ॥
ਭੂਪਤਿ ਰਾਜੇ ਰੰਗ ਰਾਇ ਸੰਚਹਿ ਬਿਖੁ ਮਾਇਆ ॥ ବାଦଶାହ, ରାଜା ଏବଂ ଭିକାରି ଧନ-ଦୌଲତ ଏକାଠି କରିବାରେ ଲାଗିଛନ୍ତି।
ਕਰਿ ਕਰਿ ਹੇਤੁ ਵਧਾਇਦੇ ਪਰ ਦਰਬੁ ਚੁਰਾਇਆ ॥ ଯିଏ ଧନ ଏକାଠି କରିଥାଏ, ତାହାର ମୋହ ସେତେ ବଢିଥାଏ ଏବଂ ପରଧନ ଚୋରାଇ ଥାଏ।
ਪੁਤ੍ਰ ਕਲਤ੍ਰ ਨ ਵਿਸਹਹਿ ਬਹੁ ਪ੍ਰੀਤਿ ਲਗਾਇਆ ॥ ଧନ ସହିତ ତାହାର ପ୍ରେମ ଏତେ ବଢି ଯାଇଛି ଯେ ନିଜ ପୁତ୍ର ଏବଂ ପତ୍ନୀ ଉପରେ ମଧ୍ୟ ବିଶ୍ଵାସ କରେନାହିଁ।
ਵੇਖਦਿਆ ਹੀ ਮਾਇਆ ਧੁਹਿ ਗਈ ਪਛੁਤਹਿ ਪਛੁਤਾਇਆ ॥ ଦେଖୁ ଦେଖୁ ଦୌଲତ ଚାଲିଯାଏ ଏବଂ ପରେ ପଶ୍ଚାତାପ କରିଥାଏ।
ਜਮ ਦਰਿ ਬਧੇ ਮਾਰੀਅਹਿ ਨਾਨਕ ਹਰਿ ਭਾਇਆ ॥੨੧॥ ହେ ନାନକ! ଏପରି ଲୋକକୁ ଯମର ଦ୍ଵାରରେ ଦଣ୍ଡ ପ୍ରାପ୍ତ ହୋଇଥାଏ, ଈଶ୍ଵରଙ୍କୁ ଏହା ମଞ୍ଜୁର ହୋଇଥାଏ||21||
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਗਿਆਨ ਵਿਹੂਣਾ ਗਾਵੈ ਗੀਤ ॥ ଜ୍ଞାନବିହୀନ ପୂଜାରୀ ଈଶ୍ଵରଙ୍କ ଗୀତ ଗାନ କରିଥାଏ।
ਭੁਖੇ ਮੁਲਾਂ ਘਰੇ ਮਸੀਤਿ ॥ ଧନର କ୍ଷୁଧାର୍ତ୍ତ ମୁଲ୍ଲା ଘରକୁ ମସଜିଦ ବନାଇ ନିଜ ସାଧନ ବନାଇ ଥାଏ।
ਮਖਟੂ ਹੋਇ ਕੈ ਕੰਨ ਪੜਾਏ ॥ ମନୁଷ୍ୟ ଅଳସୁଆ ହୋଇ କାନ ଫୋଡାଇ ଯୋଗୀ ବନିଯାଏ ଏବଂ
ਫਕਰੁ ਕਰੇ ਹੋਰੁ ਜਾਤਿ ਗਵਾਏ ॥ ଫକିର ବନି ନିଜ ଜାତି ହରାଇ ଦେଇଥାଏ।
ਗੁਰੁ ਪੀਰੁ ਸਦਾਏ ਮੰਗਣ ਜਾਇ ॥ କିଛି ଗୁରୁ-ପୀର କହି ମାଗିଥାନ୍ତି।
ਤਾ ਕੈ ਮੂਲਿ ਨ ਲਗੀਐ ਪਾਇ ॥ ଏପରି ଲୋକଙ୍କ ପାଖକୁ ଆଦୌ ଯିବା ଉଚିତ ନୁହେଁ।
ਘਾਲਿ ਖਾਇ ਕਿਛੁ ਹਥਹੁ ਦੇਇ ॥ ଯିଏ ପରିଶ୍ରମ କରି ନିର୍ବାହ କରିଥାଏ, ଅନ୍ୟକୁ ସାହାଯ୍ୟ ଅଥବା ଦାନ କରିଥାଏ,
ਨਾਨਕ ਰਾਹੁ ਪਛਾਣਹਿ ਸੇਇ ॥੧॥ ହେ ନାନକ! ଏପରି ବ୍ୟକ୍ତି ହିଁ ସଚ୍ଚା ଜୀବନ ରାସ୍ତା ଜାଣିଥାଏ||1||


© 2017 SGGS ONLINE
error: Content is protected !!
Scroll to Top