Guru Granth Sahib Translation Project

guru granth sahib odia page-1246

Page 1246

ਮਃ ੧ ॥ ମହଲା 1 ॥
ਮਨਹੁ ਜਿ ਅੰਧੇ ਕੂਪ ਕਹਿਆ ਬਿਰਦੁ ਨ ਜਾਣਨ੍ਹ੍ਹੀ ॥ ମନରେ ଅଜ୍ଞାନ ଅନ୍ଧ ଲୋକ କାଉ ସମାନ ଅଟେ, ସେ ନିଜ ବଚନ ପାଳନ କରେ ନାହିଁ।
ਮਨਿ ਅੰਧੈ ਊਂਧੈ ਕਵਲਿ ਦਿਸਨ੍ਹ੍ਹਿ ਖਰੇ ਕਰੂਪ ॥ ମନରେ ଅଜ୍ଞାନ ଅନ୍ଧ ଲୋକର ହୃଦୟ-କମଳ ଓଲଟା ହୋଇଥାଏ ଏବଂ ତାହାର କୁରୂପ ହିଁ ହୋଇଥାଏ।
ਇਕਿ ਕਹਿ ਜਾਣਹਿ ਕਹਿਆ ਬੁਝਹਿ ਤੇ ਨਰ ਸੁਘੜ ਸਰੂਪ ॥ କିଛି ଲୋକର କଥାବାର୍ତ୍ତାର ପ୍ରଣାଳୀ ଅଲଗା ହୋଇଥାଏ, ସେ କହିଥିବା କଥାର ଭେଦ ବୁଝିଥାଏ, ବାସ୍ତବରେ ଏପରି ମନୁଷ୍ୟ ହିଁ ବୁଦ୍ଧିମାନ ଓ ସୁନ୍ଦର ହୋଇଥାଏ।
ਇਕਨਾ ਨਾਦ ਨ ਬੇਦ ਨ ਗੀਅ ਰਸੁ ਰਸ ਕਸ ਨ ਜਾਣੰਤਿ ॥ କାହାକୁ ଗୀତ-ସଙ୍ଗୀତ ଏବଂ ବେଦର କୌଣସି ଜ୍ଞାନ ନଥାଏ ଏବଂ ନା ଭଲ-ମନ୍ଦ ଜାଣିଥାନ୍ତି।
ਇਕਨਾ ਸੁਧਿ ਨ ਬੁਧਿ ਨ ਅਕਲਿ ਸਰ ਅਖਰ ਕਾ ਭੇਉ ਨ ਲਹੰਤਿ ॥ କିଛି ଲୋକଙ୍କୁ କୌଣସି ଜ୍ଞାନ ନଥାଏ, ନା ବୁଦ୍ଧି ଥାଏ, ନା ଅକ୍ଷର ଜ୍ଞାନର ଭେଦ ଜଣା ଥାଏ।
ਨਾਨਕ ਸੇ ਨਰ ਅਸਲਿ ਖਰ ਜਿ ਬਿਨੁ ਗੁਣ ਗਰਬੁ ਕਰੰਤਿ ॥੨॥ ଗୁରୁ ନାନକ କହନ୍ତି ଯେ ଗୁଣ ବିନା ମଧ୍ୟ ଅହଂକାର କରିଥାଏ, ଏପରି ବ୍ୟକ୍ତି ବାସ୍ତବରେ ଗଧ ଅଟେ||2||
ਪਉੜੀ ॥ ପଉଡୀ॥
ਗੁਰਮੁਖਿ ਸਭ ਪਵਿਤੁ ਹੈ ਧਨੁ ਸੰਪੈ ਮਾਇਆ ॥ ଗୁରୁମୁଖୀ ପାଇଁ ଧନ,ସମ୍ପତ୍ତି, ମାୟା ଇତ୍ୟାଦି ସବୁ ପବିତ୍ର ଅଟେ,
ਹਰਿ ਅਰਥਿ ਜੋ ਖਰਚਦੇ ਦੇਂਦੇ ਸੁਖੁ ਪਾਇਆ ॥ ଯିଏ ପ୍ରଭୁ-ସେବାରେ ଖର୍ଚ୍ଚ କରିଥାଏ, ତାହକୁ ସୁଖ ହିଁ ମିଳିଥାଏ।
ਜੋ ਹਰਿ ਨਾਮੁ ਧਿਆਇਦੇ ਤਿਨ ਤੋਟਿ ਨ ਆਇਆ ॥ ହରିନାମର ଧ୍ୟାନ କରିବା ବାଲାକୁ କୌଣସି ଅଭାବ ରହେ ନାହିଁ।
ਗੁਰਮੁਖਾਂ ਨਦਰੀ ਆਵਦਾ ਮਾਇਆ ਸੁਟਿ ਪਾਇਆ ॥ ଗୁରୁମୁଖୀକୁ ସବୁ ଦିଗରେ ଈଶ୍ଵର ହିଁ ଦେଖା ଯାଆନ୍ତି, ଏଣୁ ମାୟାକୁ ଦୂରକୁ ଫୋପାଡି ଦେଇଥାଏ।
ਨਾਨਕ ਭਗਤਾਂ ਹੋਰੁ ਚਿਤਿ ਨ ਆਵਈ ਹਰਿ ਨਾਮਿ ਸਮਾਇਆ ॥੨੨॥ ହେ ନାନକ! ଭକ୍ତକୁ ଅନ୍ୟ କିଛି ସ୍ମରଣ ହୁଏନାହିଁ, ସେ ହରିନାମ ଚିନ୍ତନରେ ଲୀନ ରହିଥାଏ||22||
ਸਲੋਕ ਮਃ ੪ ॥ ଶ୍ଳୋକ ମହଲା 4॥
ਸਤਿਗੁਰੁ ਸੇਵਨਿ ਸੇ ਵਡਭਾਗੀ ॥ ସଦଗୁରୁଙ୍କ ସେବା କରିବା ବାଲା ଭାଗ୍ୟଶାଳୀ ଅଟେ,
ਸਚੈ ਸਬਦਿ ਜਿਨ੍ਹ੍ਹਾ ਏਕ ਲਿਵ ਲਾਗੀ ॥ ଯାହାଙ୍କ ସଚ୍ଚା ଶବ୍ଦ ଗାନରେ ଲଗ୍ନ ଲାଗି ରହିଥାଏ।
ਗਿਰਹ ਕੁਟੰਬ ਮਹਿ ਸਹਜਿ ਸਮਾਧੀ ॥ ସେ ନିଜ ଗୃହସ୍ଥି ପରିବାରରେ ପ୍ରଭୁଙ୍କ ଧ୍ୟାନରେ ଆନନ୍ଦ-ମଗ୍ନ ରହିଥାଏ।
ਨਾਨਕ ਨਾਮਿ ਰਤੇ ਸੇ ਸਚੇ ਬੈਰਾਗੀ ॥੧॥ ହେ ନାନକ! ହରିନାମରେ ନିମଗ୍ନ ରହିବା ବାଲା ହିଁ ସଚ୍ଚା ବୈରାଗ୍ୟବାନ ଅଟନ୍ତି।||1||
ਮਃ ੪ ॥ ମହଲା 4॥
ਗਣਤੈ ਸੇਵ ਨ ਹੋਵਈ ਕੀਤਾ ਥਾਇ ਨ ਪਾਇ ॥ ଲାଭର ହିସାବ ଲଗାଇ କରିଥିବା ସେବା ସଫଳ ହୁଏନାହିଁ, ସବୁ ନିଷ୍ଫଳ ହୋଇଯାଏ।
ਸਬਦੈ ਸਾਦੁ ਨ ਆਇਓ ਸਚਿ ਨ ਲਗੋ ਭਾਉ ॥ ଏହାଦ୍ୱାରା ଶବ୍ଦ ଗାନର ଆନନ୍ଦ ମିଳେନାହିଁ ଏବଂ ନା ସତ୍ୟ ସହିତ ପ୍ରେମ ହୋଇଥାଏ।
ਸਤਿਗੁਰੁ ਪਿਆਰਾ ਨ ਲਗਈ ਮਨਹਠਿ ਆਵੈ ਜਾਇ ॥ ତାହାର ସଚ୍ଚା ଗୁରୁଙ୍କ ସହିତ ପ୍ରେମ ହୋଇ ନଥାଏ, ସେ ମନର ଜିଦି କାର୍ଯ୍ୟ କରି ଆସିଥାଏ।
ਜੇ ਇਕ ਵਿਖ ਅਗਾਹਾ ਭਰੇ ਤਾਂ ਦਸ ਵਿਖਾਂ ਪਿਛਾਹਾ ਜਾਇ ॥ ଯଦି ସେ ଏକ କଦମ ଆଗକୁ ଆଣିଥାଏ, ଦଶ କଦମ ପଛକୁ ଚାଲିଯାଏ।
ਸਤਿਗੁਰ ਕੀ ਸੇਵਾ ਚਾਕਰੀ ਜੇ ਚਲਹਿ ਸਤਿਗੁਰ ਭਾਇ ॥ ସଦଗୁରୁଙ୍କ ସେବା ସଫଳ ଓ ଫଳଦାୟକ ଅଟେ, ଯଦି ଗୁରୁଙ୍କ ଇଚ୍ଛାରେ ସେବା କରାଯାଏ।
ਆਪੁ ਗਵਾਇ ਸਤਿਗੁਰੂ ਨੋ ਮਿਲੈ ਸਹਜੇ ਰਹੈ ਸਮਾਇ ॥ ଅହଂ ଭାବନା ତ୍ୟାଗ କରି ସଦଗୁରୁଙ୍କ ସହିତ ମିଶିବା ବାଲା ସୁଖଶାନ୍ତିରେ ଲୀନ ରହିଥାଏ।
ਨਾਨਕ ਤਿਨ੍ਹ੍ਹਾ ਨਾਮੁ ਨ ਵੀਸਰੈ ਸਚੇ ਮੇਲਿ ਮਿਲਾਇ ॥੨॥ ହେ ନାନକ! ଏପରି ବ୍ୟକ୍ତିକୁ ପରମାତ୍ମାଙ୍କ ନାମ ଆଦୌ ଭୁଲେ ନାହିଁ ଏବଂ ସଚ୍ଚା ପ୍ରଭୁଙ୍କ ସହିତ ମିଶି ରହିଥାଏ||2||
ਪਉੜੀ ॥ ପଉଡୀ॥
ਖਾਨ ਮਲੂਕ ਕਹਾਇਦੇ ਕੋ ਰਹਣੁ ਨ ਪਾਈ ॥ ବଡ-ବଡ ବାଦଶାହ ଏବଂ ସମ୍ରାଟ କହୁଥିବା ବାଲା ସଦା ରହି ପାରନ୍ତି ନାହିଁ।
ਗੜ੍ਹ੍ਹ ਮੰਦਰ ਗਚ ਗੀਰੀਆ ਕਿਛੁ ਸਾਥਿ ਨ ਜਾਈ ॥ ଭବ୍ୟ ମହଲ ଏବଂ ଘର ଇତ୍ୟାଦି କିଛି ମଧ୍ୟ ସାଥିରେ ଯାଏ ନାହିଁ।
ਸੋਇਨ ਸਾਖਤਿ ਪਉਣ ਵੇਗ ਧ੍ਰਿਗੁ ਧ੍ਰਿਗੁ ਚਤੁਰਾਈ ॥ ଯଦି କେହି ସୁନାର କାଠି ଆଣି ପବନ ଗତିରେ ଘୋଡାକୁ ଦୌଡି ଥାଏ, ତାହାର ଚତୁରତାକୁ ଧିକ୍କାର ଅଟେ।
ਛਤੀਹ ਅੰਮ੍ਰਿਤ ਪਰਕਾਰ ਕਰਹਿ ਬਹੁ ਮੈਲੁ ਵਧਾਈ ॥ ଛତିଶ ପ୍ରକାର ସ୍ଵାଦିଷ୍ଟ ବ୍ୟଞ୍ଜନ ଖାଇବା ବାଲା ମନୁଷ୍ୟ ନିଜ ମଇଳା ବୃଦ୍ଧି କରିଥାଏ।
ਨਾਨਕ ਜੋ ਦੇਵੈ ਤਿਸਹਿ ਨ ਜਾਣਨ੍ਹ੍ਹੀ ਮਨਮੁਖਿ ਦੁਖੁ ਪਾਈ ॥੨੩॥ ହେ ନାନକ! ଯିଏ ଦେଉ ଅଛନ୍ତି, ସେହି ପରମାତ୍ମାଙ୍କୁ ମାନନ୍ତି ନାହିଁ, ଏପରି ସ୍ଵେଚ୍ଛାଚାରୀ ଦୁଃଖ ହିଁ ପାଇଥାଏ||23||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਪੜ੍ਹ੍ਹਿ ਪੜ੍ਹ੍ਹਿ ਪੰਡਿਤ ਮੋੁਨੀ ਥਕੇ ਦੇਸੰਤਰ ਭਵਿ ਥਕੇ ਭੇਖਧਾਰੀ ॥ ବେଦ-ଶାସ୍ତ୍ରର ପାଠ-ପଠନ କରି ପଣ୍ଡିତ ଏବଂ ମୌନ ଥକି ଯାଇଛନ୍ତି, ଦେଶ-ଦେଶାନ୍ତର ଭ୍ରମଣ କରି ବେଶଧାରୀ ସାଧୁ ମଧ୍ୟ ଥକି ଯାଇଛନ୍ତି।
ਦੂਜੈ ਭਾਇ ਨਾਉ ਕਦੇ ਨ ਪਾਇਨਿ ਦੁਖੁ ਲਾਗਾ ਅਤਿ ਭਾਰੀ ॥ ଦୈତ୍ୟଭାବରେ ନାମ କେବେ ପ୍ରାପ୍ତ ହୁଏନାହିଁ ଏବଂ ଦୁଃଖ ହିଁ ମିଳିଥାଏ।
ਮੂਰਖ ਅੰਧੇ ਤ੍ਰੈ ਗੁਣ ਸੇਵਹਿ ਮਾਇਆ ਕੈ ਬਿਉਹਾਰੀ ॥ ମାୟାର ବ୍ୟାପାରୀ ମୂର୍ଖ ଓ ଅନ୍ଧ ଅଟେ, ଯିଏ ତିନି ଗୁଣରେ ଲୀନ ରହିଥାଏ।
ਅੰਦਰਿ ਕਪਟੁ ਉਦਰੁ ਭਰਣ ਕੈ ਤਾਈ ਪਾਠ ਪੜਹਿ ਗਾਵਾਰੀ ॥ ତାହାର ମନରେ କପଟ ଥାଏ, ଏପରି ମୂର୍ଖ ନିଜ ପେଟ ଭରିବା ପାଇଁ ପାଠ-ପୂଜା କରିଥାଏ।
ਸਤਿਗੁਰੁ ਸੇਵੇ ਸੋ ਸੁਖੁ ਪਾਏ ਜਿਨ ਹਉਮੈ ਵਿਚਹੁ ਮਾਰੀ ॥ ଯିଏ ଅହଂ ତ୍ୟାଗ କରି ସଦଗୁରୁଙ୍କ ସେବା କରିଥାଏ, ସେ ହିଁ ସୁଖ ପ୍ରାପ୍ତ କରିଥାଏ।
ਨਾਨਕ ਪੜਣਾ ਗੁਨਣਾ ਇਕੁ ਨਾਉ ਹੈ ਬੂਝੈ ਕੋ ਬੀਚਾਰੀ ॥੧॥ ହେ ନାନକ! କେହି ମନନଶୀଳ ଏହି ତଥ୍ୟକୁ ବୁଝିଥାଏ ଯେ କେବଳ ହରିନାମର ପଠନ ଏବଂ ଗୁଣାନୁବାଦ ସଫଳ ଅଟେ||1||
ਮਃ ੩ ॥ ମହଲା 3॥
ਨਾਂਗੇ ਆਵਣਾ ਨਾਂਗੇ ਜਾਣਾ ਹਰਿ ਹੁਕਮੁ ਪਾਇਆ ਕਿਆ ਕੀਜੈ ॥ ଦୁନିଆକୁ ଖାଲି ହାତରେ ଆସିବାକୁ ଓ ଖାଲିହାତରେ ଚାଲି ଯିବାକୁ ହୋଇଥାଏ, ଏହା ବିଧାତାର ବିଧାନ ଅଟେ, ପୁଣି କିପରି ଆପତ୍ତି କରାଯାଇ ପାରିବ।
ਜਿਸ ਕੀ ਵਸਤੁ ਸੋਈ ਲੈ ਜਾਇਗਾ ਰੋਸੁ ਕਿਸੈ ਸਿਉ ਕੀਜੈ ॥ ନିଜ ମୃତ୍ୟୁ ପାଇଁ କେହି ମଧ୍ୟ ଅଭିମାନ କରିବା ଉଚିତ ନୁହେଁ, କାରଣ ଯେଉଁ ପ୍ରଭୁଙ୍କ ବସ୍ତୁ ହୋଇଥାଏ, ସେ ହିଁ ନେଇଯାନ୍ତି।
ਗੁਰਮੁਖਿ ਹੋਵੈ ਸੁ ਭਾਣਾ ਮੰਨੇ ਸਹਜੇ ਹਰਿ ਰਸੁ ਪੀਜੈ ॥ ଯିଏ ଗୁରୁମୁଖୀ ହୋଇଥାଏ, ସେ ପରମାତ୍ମାଙ୍କ ଇଛାକୁ ମାନିଥାଏ ଏବଂ ସ୍ଵାଭାବିକ ଭାବରେ ହରିନାମର ପାନ କରିଥାଏ।
ਨਾਨਕ ਸੁਖਦਾਤਾ ਸਦਾ ਸਲਾਹਿਹੁ ਰਸਨਾ ਰਾਮੁ ਰਵੀਜੈ ॥੨॥ ହେ ନାନକ! ସୁଖଦାତାଙ୍କ ସ୍ତୁତି କର, ଜିହ୍ଵାରେ ପ୍ରଭୁ ଭଜନରେ ନିମଗ୍ନ ରୁହ||2||


© 2017 SGGS ONLINE
error: Content is protected !!
Scroll to Top