Guru Granth Sahib Translation Project

guru granth sahib odia page-1244

Page 1244

ਬੇਦੁ ਵਪਾਰੀ ਗਿਆਨੁ ਰਾਸਿ ਕਰਮੀ ਪਲੈ ਹੋਇ ॥ ବେଦ ବ୍ୟାପାରୀ ଅଟେ, ଜ୍ଞାନ ରାଶିକୁ ପୁଞ୍ଜି ଭାବେ ବ୍ୟବହାର କରିଥାଏ, କିନ୍ତୁ ଜ୍ଞାନକୁ ପ୍ରଭୁ-କୃପା ଦ୍ଵାରା ପ୍ରାପ୍ତ ହୋଇଥାଏ।
ਨਾਨਕ ਰਾਸੀ ਬਾਹਰਾ ਲਦਿ ਨ ਚਲਿਆ ਕੋਇ ॥੨॥ ହେ ନାନକ! ଜ୍ଞାନ-ରାଶି ବିନା କୌଣସି ଲାଭ ଅର୍ଜନ ହୁଏନାହିଁ||2||
ਪਉੜੀ ॥ ପଉଡୀ॥
ਨਿੰਮੁ ਬਿਰਖੁ ਬਹੁ ਸੰਚੀਐ ਅੰਮ੍ਰਿਤ ਰਸੁ ਪਾਇਆ ॥ ଯଦି ନିମ୍ବ ବୃକ୍ଷରେ ଅମୃତ ସିଞ୍ଚନ କରାଯାଏ, ତଥାପି ଏହା ପିତା ହିଁ ରହିଥାଏ।
ਬਿਸੀਅਰੁ ਮੰਤ੍ਰਿ ਵਿਸਾਹੀਐ ਬਹੁ ਦੂਧੁ ਪੀਆਇਆ ॥ ସର୍ପ ଉପରେ ଭରସା କରି ମନ୍ତ୍ର ଦ୍ଵାରା ତାହାକୁ ପିଆଇଲେ ମଧ୍ୟ ସେ ନିଜ ଅଭ୍ୟାସ ଛାଡେ ନାହିଁ।
ਮਨਮੁਖੁ ਅਭਿੰਨੁ ਨ ਭਿਜਈ ਪਥਰੁ ਨਾਵਾਇਆ ॥ ସ୍ଵେଚ୍ଛାଚାରୀ ନିଜ ସ୍ଵଭାବ ଅନୁସାରେ ସେପରି ହିଁ ରହିଥାଏ, ଯେପରି ପଥରକୁ ସ୍ନାନ କରାଇଲେ ମଧ୍ୟ ଏହା ଭିଜେ ନାହିଁ।
ਬਿਖੁ ਮਹਿ ਅੰਮ੍ਰਿਤੁ ਸਿੰਚੀਐ ਬਿਖੁ ਕਾ ਫਲੁ ਪਾਇਆ ॥ ଯଦି ଜହରରେ ଅମୃତ ଢାଳି ଦିଆଯାଏ, ଜହରର ଫଳ ହିଁ ମିଳିଥାଏ।
ਨਾਨਕ ਸੰਗਤਿ ਮੇਲਿ ਹਰਿ ਸਭ ਬਿਖੁ ਲਹਿ ਜਾਇਆ ॥੧੬॥ ହେ ନାନକ! ଯଦି ପ୍ରଭୁ ଉତ୍ତମ ସଙ୍ଗତରେ ମିଳାଇ ଦେଇଥାନ୍ତି, ସାରା ଜହର ବାହାରି ଯାଏ||16||
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਮਰਣਿ ਨ ਮੂਰਤੁ ਪੁਛਿਆ ਪੁਛੀ ਥਿਤਿ ਨ ਵਾਰੁ ॥ ମୃତ୍ୟୁ କୌଣସି ମୁହୂର୍ତ୍ତକୁ ପଚାରେ ନାହିଁ ଆଉ ନା କୌଣସି ଦିନ ବା ତିଥିର ଅପେକ୍ଷା କରିଥାଏ।
ਇਕਨ੍ਹ੍ਹੀ ਲਦਿਆ ਇਕਿ ਲਦਿ ਚਲੇ ਇਕਨ੍ਹ੍ਹੀ ਬਧੇ ਭਾਰ ॥ କେହି ମୃତ୍ୟୁର ନିଦ୍ରାରେ ଶୟନ କରିଛି, କେହି ଭାର ଲଦିଛନ୍ତି, ଆଉ କେହି ଭାର ଲଦି ଏଠାରୁ ଚାଲି ଯାଇଛନ୍ତି।
ਇਕਨ੍ਹ੍ਹਾ ਹੋਈ ਸਾਖਤੀ ਇਕਨ੍ਹ੍ਹਾ ਹੋਈ ਸਾਰ ॥ କେହି ଘୋଡା ଧରି ଯିବା ପାଇଁ ପ୍ରସ୍ତୁତ ହୋଇଛି ଏବଂ ଯତ୍ନ ନେଇ ରଖିଛନ୍ତି।
ਲਸਕਰ ਸਣੈ ਦਮਾਮਿਆ ਛੁਟੇ ਬੰਕ ਦੁਆਰ ॥ ଶେଷରେ ବଡ ବଡ ଫଉଜ, ମହଲ ଛାଡିବାକୁ ପଡିଥାଏ।
ਨਾਨਕ ਢੇਰੀ ਛਾਰੁ ਕੀ ਭੀ ਫਿਰਿ ਹੋਈ ਛਾਰ ॥੧॥ ଗୁରୁ ନାନକ ସାହିବ ଚେତାଇଥାନ୍ତି ଯେ ଶରୀର ପୂର୍ବରୁ ଧୂଳି-ମାଟି ଥିଲା ଏବଂ ପୁନର୍ବାର ମାଟି ହିଁ ହୋଇଯିବ||1||
ਮਃ ੧ ॥ ମହଲା 1॥
ਨਾਨਕ ਢੇਰੀ ਢਹਿ ਪਈ ਮਿਟੀ ਸੰਦਾ ਕੋਟੁ ॥ ମାଟିର ଶରୀର ରୂପୀ ଦୁର୍ଗ ସମାପ୍ତ ହୋଇ ମାଟି ହିଁ ବନିଯାଇଥାଏ।
ਭੀਤਰਿ ਚੋਰੁ ਬਹਾਲਿਆ ਖੋਟੁ ਵੇ ਜੀਆ ਖੋਟੁ ॥੨॥ ତାହା ଭିତରେ ଚୋର ବସିଥିଲା, ହେ ଜୀବ! ଏହିପରି ସବୁ ଦୋଷ ହିଁ ଦୋଷ ଅଟେ। ||2||
ਪਉੜੀ ॥ ପଉଡୀ॥
ਜਿਨ ਅੰਦਰਿ ਨਿੰਦਾ ਦੁਸਟੁ ਹੈ ਨਕ ਵਢੇ ਨਕ ਵਢਾਇਆ ॥ ଯାହାର ଅନ୍ତର୍ମନରେ ନିନ୍ଦା ଥାଏ, ଏପରି ଲୋକ ଦୁଷ୍ଟ ତଥା ନିର୍ଲଜ୍ଜ ହୋଇଥାଏ ଏବଂ ଅନ୍ୟକୁ ମଧ୍ୟ ତିରସ୍କାର କରାଇ ଥାଏ।
ਮਹਾ ਕਰੂਪ ਦੁਖੀਏ ਸਦਾ ਕਾਲੇ ਮੁਹ ਮਾਇਆ ॥ ମାୟାରେ ଲୀନ ହୋଇ ସର୍ବଦା ଦୁଃଖୀ ଏବଂ ଭାଗ୍ୟହୀନ ହୋଇଥାଏ ଏବଂ ନିଜ ମୁହଁ କଳା କରାଇ ଥାଏ।
ਭਲਕੇ ਉਠਿ ਨਿਤ ਪਰ ਦਰਬੁ ਹਿਰਹਿ ਹਰਿ ਨਾਮੁ ਚੁਰਾਇਆ ॥ ସେ ପ୍ରତିଦିନ ପ୍ରାତଃ କାଳରେ ଉଠି ପର ଧନ ଚୋରାଇ ଥାଏ ଏବଂ ହରିନାମ ଜପିବା ଦ୍ଵାରା ମନ ଚୋରାଇ ଥାଏ।
ਹਰਿ ਜੀਉ ਤਿਨ ਕੀ ਸੰਗਤਿ ਮਤ ਕਰਹੁ ਰਖਿ ਲੇਹੁ ਹਰਿ ਰਾਇਆ ॥ ହେ ପ୍ରଭୁ! ଏପରି ଲୋକ ଠାରୁ ମୋତେ ରକ୍ଷା କର ଏବଂ ତାହାଙ୍କ ସଙ୍ଗତରେ ମୋତେ ଆଦୌ ରଖ ନାହିଁ।
ਨਾਨਕ ਪਇਐ ਕਿਰਤਿ ਕਮਾਵਦੇ ਮਨਮੁਖਿ ਦੁਖੁ ਪਾਇਆ ॥੧੭॥ ନାନକ କହନ୍ତି ଯେ ସ୍ଵେଚ୍ଛାଚାରୀ କର୍ମ ଲେଖା ଅନୁସାରେ ହିଁ ଆଚରଣ କରିଥାଏ ଏବଂ ଦୁଃଖୀ ହୋଇଥାଏ||17||
ਸਲੋਕ ਮਃ ੪ ॥ ଶ୍ଳୋକ ମହଲା 4॥
ਸਭੁ ਕੋਈ ਹੈ ਖਸਮ ਕਾ ਖਸਮਹੁ ਸਭੁ ਕੋ ਹੋਇ ॥ ସବୁ କିଛି ମାଲିକଙ୍କ ଅଟେ, ତାହାଙ୍କ ଦ୍ଵାରା ସଂପୂର୍ଣ୍ଣ ରଚନା ହୋଇଥାଏ।
ਹੁਕਮੁ ਪਛਾਣੈ ਖਸਮ ਕਾ ਤਾ ਸਚੁ ਪਾਵੈ ਕੋਇ ॥ ଯିଏ ମାଲିକଙ୍କ ହୁକୁମକୁ ମାନିଥାଏ, ସେ ହିଁ ସତ୍ୟ ପାଇଥାଏ।
ਗੁਰਮੁਖਿ ਆਪੁ ਪਛਾਣੀਐ ਬੁਰਾ ਨ ਦੀਸੈ ਕੋਇ ॥ ଗୁରୁ ଦ୍ଵାରା ଆତ୍ମ-ଜ୍ଞାନର ପରିଚୟ ହେବା ଦ୍ଵାରା କୌଣସି ମନ୍ଦ ଗୁଣ ଦେଖା ଦିଏନାହିଁ।
ਨਾਨਕ ਗੁਰਮੁਖਿ ਨਾਮੁ ਧਿਆਈਐ ਸਹਿਲਾ ਆਇਆ ਸੋਇ ॥੧॥ ହେ ନାନକ! ଗୁରୁଙ୍କ ମାଧ୍ୟମରୁ ହରିନାମର ଚିନ୍ତନ କରିବା ଦ୍ଵାରା ଜୀବନ ସଫଳ ହୋଇଯାଏ||1||
ਮਃ ੪ ॥ ମହଲା 4॥
ਸਭਨਾ ਦਾਤਾ ਆਪਿ ਹੈ ਆਪੇ ਮੇਲਣਹਾਰੁ ॥ ସବୁଙ୍କୁ ଦେବା ବାଲା ଈଶ୍ଵର ହିଁ ଅଟନ୍ତି, ସେ ସ୍ଵୟଂ ହିଁ ମିଳାଇବା ବାଲା ଅଟନ୍ତି।
ਨਾਨਕ ਸਬਦਿ ਮਿਲੇ ਨ ਵਿਛੁੜਹਿ ਜਿਨਾ ਸੇਵਿਆ ਹਰਿ ਦਾਤਾਰੁ ॥੨॥ ନାନକଙ୍କ ଶବ୍ଦ ଦ୍ଵାରା ଯିଏ ଦାତା ପ୍ରଭୁଙ୍କ ଆରାଧନା କରିଥାଏ, ସେ କେବେ ବିଚ୍ଛେଦ ହୁଏନାହିଁ||2||
ਪਉੜੀ ॥ ପଉଡୀ॥
ਗੁਰਮੁਖਿ ਹਿਰਦੈ ਸਾਂਤਿ ਹੈ ਨਾਉ ਉਗਵਿ ਆਇਆ ॥ ଗୁରୁମୁଖୀର ଅନ୍ତର୍ମନରେ ନାମ ସ୍ମରଣ ଉତ୍ପନ୍ନ ହୋଇଥାଏ, ଯାହାଦ୍ୱାରା ତାହାର ହୃଦୟରେ ସଦା ଶାନ୍ତି ରହିଥାଏ।
ਜਪ ਤਪ ਤੀਰਥ ਸੰਜਮ ਕਰੇ ਮੇਰੇ ਪ੍ਰਭ ਭਾਇਆ ॥ ତାହାଙ୍କ ଜପ, ତପସ୍ୟା, ତୀର୍ଥ ଏବଂ ସଂଯମତା ମୋର ପ୍ରଭୁଙ୍କୁ ଉପଯୁକ୍ତ ଲାଗିଥାଏ।
ਹਿਰਦਾ ਸੁਧੁ ਹਰਿ ਸੇਵਦੇ ਸੋਹਹਿ ਗੁਣ ਗਾਇਆ ॥ ସେ ଶୁଦ୍ଧ ହୃଦୟ ଦ୍ଵାରା ପରମାତ୍ମାଙ୍କ ଆରାଧନା କରିଥାଏ ଏବଂ ଗୁଣଗାନ କରି ସୁନ୍ଦର ଲାଗିଥାଏ।
ਮੇਰੇ ਹਰਿ ਜੀਉ ਏਵੈ ਭਾਵਦਾ ਗੁਰਮੁਖਿ ਤਰਾਇਆ ॥ ମୋର ପ୍ରଭୁଙ୍କୁ ଏହା ଭଲ ଲାଗିଥାଏ, ସେ ଗୁରୁମୁଖୀକୁ ସଂସାର-ସାଗରରୁ ପାର କରାଇ ଦେଇଥାନ୍ତି।
ਨਾਨਕ ਗੁਰਮੁਖਿ ਮੇਲਿਅਨੁ ਹਰਿ ਦਰਿ ਸੋਹਾਇਆ ॥੧੮॥ ହେ ନାନକ! ପ୍ରଭୁ ଗୁରୁମୁଖୀକୁ ନିଜ ସହିତ ମିଳାଇ ନିଅନ୍ତି ଏବଂ ସେ ତାହାଙ୍କ ଦ୍ଵାରରେ ସୁନ୍ଦର ଲାଗିଥାଏ||18||
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਧਨਵੰਤਾ ਇਵ ਹੀ ਕਹੈ ਅਵਰੀ ਧਨ ਕਉ ਜਾਉ ॥ ଧନବାନ ଏହା କହିଥାଏ ଯେ ଏହାଦ୍ବାରା ମଧ୍ୟ ଅଧିକ ଧନ-ଦୌଲତ ଏକତ୍ର କରାଯାଏ।
ਨਾਨਕੁ ਨਿਰਧਨੁ ਤਿਤੁ ਦਿਨਿ ਜਿਤੁ ਦਿਨਿ ਵਿਸਰੈ ਨਾਉ ॥੧॥ କିନ୍ତୁ ସେହିଦିନ ନିଜକୁ ନିର୍ଦ୍ଧନ ମାନିଥାନ୍ତି, ଯେଉଁ ଦିନ ତାହାଙ୍କୁ ପରମାତ୍ମାଙ୍କ ନାମ ବିସ୍ମରଣ ହୋଇଥାଏ||1||
ਮਃ ੧ ॥ ମହଲା 1॥
ਸੂਰਜੁ ਚੜੈ ਵਿਜੋਗਿ ਸਭਸੈ ਘਟੈ ਆਰਜਾ ॥ ସୂର୍ଯ୍ୟ ଉଦୟ ହେବା ସହିତ ଆୟୁଷ ହ୍ରାସ ହୋଇଥାଏ।
ਤਨੁ ਮਨੁ ਰਤਾ ਭੋਗਿ ਕੋਈ ਹਾਰੈ ਕੋ ਜਿਣੈ ॥ ମନୁଷ୍ୟର ତନ ମନ ଭୋଗ-ପଦାର୍ଥରେ ଲୀନ ରହିଥାଏ, କେହି ଜୀବନ ହାରିଥାଏ ଆଉ କେହି ଜିତିଥାଏ।
ਸਭੁ ਕੋ ਭਰਿਆ ਫੂਕਿ ਆਖਣਿ ਕਹਣਿ ਨ ਥੰਮ੍ਹ੍ਹੀਐ ॥ ପ୍ରତ୍ୟେକ ବ୍ୟକ୍ତି ଅହଂକାରରେ ଭରି ରହିଥାଏ, ବୁଝାଇଲେ ମଧ୍ୟ ମାନେ ନାହିଁ।
ਨਾਨਕ ਵੇਖੈ ਆਪਿ ਫੂਕ ਕਢਾਏ ਢਹਿ ਪਵੈ ॥੨॥ ଗୁରୁ ନାନକ କହନ୍ତି ଯେ ଈଶ୍ଵର ସବୁ ଦେଖିଥାନ୍ତି, ପ୍ରାଣ ଛାଡିଲେ ମନୁଷ୍ୟ ସମାପ୍ତ ହୋଇଯାଏ।||2||
ਪਉੜੀ ॥ ପଉଡୀ॥
ਸਤਸੰਗਤਿ ਨਾਮੁ ਨਿਧਾਨੁ ਹੈ ਜਿਥਹੁ ਹਰਿ ਪਾਇਆ ॥ ସନ୍ଥଙ୍କ ସଙ୍ଗତ ହରିନାମ ରୂପୀ ସୁଖର ଘର ଅଟେ, ଯେଉଁଠି ପରମାତ୍ମା ପ୍ରାପ୍ତ ହୋଇଥାନ୍ତି।


© 2017 SGGS ONLINE
error: Content is protected !!
Scroll to Top