Guru Granth Sahib Translation Project

guru granth sahib odia page-1243

Page 1243

ਲਿਖਿਆ ਹੋਵੈ ਨਾਨਕਾ ਕਰਤਾ ਕਰੇ ਸੁ ਹੋਇ ॥੧॥ ସଦଗୁରୁଙ୍କ ସାକ୍ଷାତ ବିନା କେହି ମଧ୍ୟ ଜାଣିପାରେ ନାହିଁ।
ਮਃ ੧ ॥ ସବୁଙ୍କ ଅନ୍ତର୍ମନରେ ତାହାଙ୍କ ଜ୍ୟୋତି ପ୍ରସାରିତ ହୋଇଛି,
ਰੰਨਾ ਹੋਈਆ ਬੋਧੀਆ ਪੁਰਸ ਹੋਏ ਸਈਆਦ ॥ ମୁଁ ସେହି ଆନନ୍ଦସ୍ଵରୂପ ପ୍ରଭୁଙ୍କ ପ୍ରତି ସଦା ସମର୍ପିତ ଯାଇଥାଏ||3||
ਸੀਲੁ ਸੰਜਮੁ ਸੁਚ ਭੰਨੀ ਖਾਣਾ ਖਾਜੁ ਅਹਾਜੁ ॥ ଗୁରୁଙ୍କ ଶିକ୍ଷା ଦ୍ଵାରା ଭାବ-ଭକ୍ତି ପ୍ରାପ୍ତ ହୋଇଥାଏ ଏବଂ
ਸਰਮੁ ਗਇਆ ਘਰਿ ਆਪਣੈ ਪਤਿ ਉਠਿ ਚਲੀ ਨਾਲਿ ॥ ଶବ୍ଦ ଦ୍ଵାରା ମନର ଅହଂକାର ଜଳିଯାଇ ଥାଏ।
ਨਾਨਕ ਸਚਾ ਏਕੁ ਹੈ ਅਉਰੁ ਨ ਸਚਾ ਭਾਲਿ ॥੨॥ ଗୁରୁ ନାନକ କହନ୍ତି ଯେ କେବଳ ଈଶ୍ଵର ହିଁ ସଚ୍ଚା ଅଟନ୍ତି, ଅନ୍ୟ କେଉଁଠି ସତ୍ୟର ସନ୍ଧାନ କର ନାହିଁ||2||
ਪਉੜੀ ॥ ପଉଡୀ॥
ਬਾਹਰਿ ਭਸਮ ਲੇਪਨ ਕਰੇ ਅੰਤਰਿ ਗੁਬਾਰੀ ॥ ମନୁଷ୍ୟ ଶରୀର ବାହାରେ ଭସ୍ମ ଲଗାଇ ଥାଏ, କିନ୍ତୁ ଅନ୍ତର୍ମନରେ ଅହଂକାର ଭରି ରହିଥାଏ।
ਖਿੰਥਾ ਝੋਲੀ ਬਹੁ ਭੇਖ ਕਰੇ ਦੁਰਮਤਿ ਅਹੰਕਾਰੀ ॥ ଦୁର୍ମତି କାରଣରୁ ଅହଙ୍କାରୀ ଯୋଗୀ ଭଳି ଝୁଲି ଧରି ଆଡମ୍ବର କରିଥାଏ।
ਸਾਹਿਬ ਸਬਦੁ ਨ ਊਚਰੈ ਮਾਇਆ ਮੋਹ ਪਸਾਰੀ ॥ ମାଲିକଙ୍କ ନାମ ଉଚ୍ଚାରଣ କରେନାହିଁ ଏବଂ ମାୟା-ମୋହରେ ଲୀନ ରହିଥାଏ।
ਅੰਤਰਿ ਲਾਲਚੁ ਭਰਮੁ ਹੈ ਭਰਮੈ ਗਾਵਾਰੀ ॥ ମନରେ ଲାଳସା ଓ ଅହଂ ହିଁ ରହିଥାଏ ଏବଂ ସେ ମୂର୍ଖ ବନି ପଥଭ୍ରଷ୍ଟ ରହିଥାଏ।
ਨਾਨਕ ਨਾਮੁ ਨ ਚੇਤਈ ਜੂਐ ਬਾਜੀ ਹਾਰੀ ॥੧੪॥ ହେ ନାନକ! ସେ ଈଶ୍ଵରଙ୍କ ଚିନ୍ତନ କରେନାହିଁ ଆଉ ନିଜ ଜୀବନ ବାଜି ଜୁଆରେ ହାରି ଦେଇଥାଏ||14||
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਲਖ ਸਿਉ ਪ੍ਰੀਤਿ ਹੋਵੈ ਲਖ ਜੀਵਣੁ ਕਿਆ ਖੁਸੀਆ ਕਿਆ ਚਾਉ ॥ ଆମର ପ୍ରେମ ଲକ୍ଷେ ବରାବର ହେଉ, ଲକ୍ଷେ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହୁ, ଏହା ସତ୍ତ୍ୱେ ଏପରି ଖୁସିର ଲାଭ କଣ ଅଟେ।
ਵਿਛੁੜਿਆ ਵਿਸੁ ਹੋਇ ਵਿਛੋੜਾ ਏਕ ਘੜੀ ਮਹਿ ਜਾਇ ॥ କାରଣ ଏକ କ୍ଷଣରେ ହିଁ ବିଚ୍ଛେଦ ହୋଇଯାଏ ଏବଂ ତାହାଙ୍କ ବିୟୋଗ ଦୁଃଖ ଦେଇଥାଏ।
ਜੇ ਸਉ ਵਰ੍ਹਿਆ ਮਿਠਾ ਖਾਜੈ ਭੀ ਫਿਰਿ ਕਉੜਾ ਖਾਇ ॥ ଶତ ବର୍ଷ ପର୍ଯ୍ୟନ୍ତ ସୁଖ ଭରା ମିଠା ଖାଇଥାଏ, ତଥାପି ଦୁଃଖ ରୂପୀ ଜହର ଖାଇବାକୁ ପଡିଥାଏ।
ਮਿਠਾ ਖਾਧਾ ਚਿਤਿ ਨ ਆਵੈ ਕਉੜਤਣੁ ਧਾਇ ਜਾਇ ॥ ମିଠା ଖାଇଥିବା ସ୍ମରଣ ହୁଏନାହିଁ, ପରନ୍ତୁ ଦୁଃଖ ପ୍ରତି କ୍ଷଣରେ ସ୍ମରଣ ଆସିଥାଏ।
ਮਿਠਾ ਕਉੜਾ ਦੋਵੈ ਰੋਗ ॥ ସୁଖ ଓ ଦୁଃଖ ଦୁଇଟି ରୋଗ ଅଟେ।
ਨਾਨਕ ਅੰਤਿ ਵਿਗੁਤੇ ਭੋਗ ॥ ହେ ନାନକ! ମିଠା-ଦୁଃଖ ଭୋଗିବା ଯୋଗୁଁ ମନୁଷ୍ୟ ଚିନ୍ତିତ ହୋଇଥାଏ।
ਝਖਿ ਝਖਿ ਝਖਣਾ ਝਗੜਾ ਝਾਖ ॥ ଏହା ସବୁ ଅନୁପଯୋଗୀ, ଫଳହୀନ କାମ, ଝଗଡା ଆଦି ଅଟେ।
ਝਖਿ ਝਖਿ ਜਾਹਿ ਝਖਹਿ ਤਿਨ੍ਹ੍ਹ ਪਾਸਿ ॥੧॥ ତଥାପି ଦୁନିଆ ବାଲା ଏହି ବିକାର ଆଡକୁ ଆସିଥାଏ ଏବଂ ଏହାକୁ ଜୀବ ପାଖରେ ରଖିଥାଏ||1||
ਮਃ ੧ ॥ ମହଲା 1॥
ਕਾਪੜੁ ਕਾਠੁ ਰੰਗਾਇਆ ਰਾਂਗਿ ॥ ଲୋକମାନେ କପଡା ଏବଂ କାଠର ପଦାର୍ଥକୁ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗୀନ କରିଥାନ୍ତି।
ਘਰ ਗਚ ਕੀਤੇ ਬਾਗੇ ਬਾਗ ॥ ନିଜ ଘରକୁ ସଫା କରି ସୁନ୍ଦର ବନାଇ ଥାଆନ୍ତି।
ਸਾਦ ਸਹਜ ਕਰਿ ਮਨੁ ਖੇਲਾਇਆ ॥ ଏହି ଆନନ୍ଦ ଓ ସୁଖରେ ମନ ପ୍ରସନ୍ନ ହୋଇଥାଏ ଏବଂ
ਤੈ ਸਹ ਪਾਸਹੁ ਕਹਣੁ ਕਹਾਇਆ ॥ ମାଲିକଙ୍କ ଠାରୁ ଗାଳି ଶୁଣିବାକୁ ପଡିଥାଏ।
ਮਿਠਾ ਕਰਿ ਕੈ ਕਉੜਾ ਖਾਇਆ ॥ ଲୋକମାନେ ବିକାରର ପିତାକୁ ମିଠା ଭାବି ଖାଇଥାନ୍ତି ଏବଂ
ਤਿਨਿ ਕਉੜੈ ਤਨਿ ਰੋਗੁ ਜਮਾਇਆ ॥ ଏହି ପିତା ସେମାନଙ୍କ ମନରେ ରୋଗ ଜାତ କରିଥାଏ।
ਜੇ ਫਿਰਿ ਮਿਠਾ ਪੇੜੈ ਪਾਇ ॥ ହେ ମା' ଯଦି ମନୁଷ୍ୟ ପୁନଃ ମିଠା (ହରିନାମ)ରେ ଧ୍ୟାନ ଦିଏ,
ਤਉ ਕਉੜਤਣੁ ਚੂਕਸਿ ਮਾਇ ॥ ତାହାହେଲେ ମାୟାର ପିତା ଗୁଣ ଦୂର ହୋଇଯାଏ।
ਨਾਨਕ ਗੁਰਮੁਖਿ ਪਾਵੈ ਸੋਇ ॥ ଗୁରୁ ନାନକ କହନ୍ତି ଯେ ଗୁରୁଙ୍କ ଠାରୁ ସତ୍ୟ ହିଁ ପ୍ରାପ୍ତ କରାଯାଇ ଥାଏ,
ਜਿਸ ਨੋ ਪ੍ਰਾਪਤਿ ਲਿਖਿਆ ਹੋਇ ॥੨॥ ଯାହାର ଭାଗ୍ୟରେ ପ୍ରାପ୍ତି ଥାଏ||2||
ਪਉੜੀ ॥ ପାଉଡୀ॥
ਜਿਨ ਕੈ ਹਿਰਦੈ ਮੈਲੁ ਕਪਟੁ ਹੈ ਬਾਹਰੁ ਧੋਵਾਇਆ ॥ ଯାହାର ହୃଦୟରେ ମଇଳା ଓ କପଟ ଥାଏ, ସେ କେବଳ ବାହାରୁ ସ୍ଵଚ୍ଛତା ଦେଖାଇ ଥାଏ।
ਕੂੜੁ ਕਪਟੁ ਕਮਾਵਦੇ ਕੂੜੁ ਪਰਗਟੀ ਆਇਆ ॥ ସେ ମିଥ୍ୟା ଓ କପଟ ଆଚରଣ ଆପଣାଇ ଥାଏ ପରନ୍ତୁ ତାହାର ମିଥ୍ୟା ସାମନାକୁ ଆସି ଯାଇଥାଏ।
ਅੰਦਰਿ ਹੋਇ ਸੁ ਨਿਕਲੈ ਨਹ ਛਪੈ ਛਪਾਇਆ ॥ ଯାହା ମନୁଷ୍ୟର ଅନ୍ତର୍ମନରେ ଥାଏ, ତାହା ବାହାରକୁ ଆସି ଯାଇଥାଏ, ଗୁପ୍ତ ରହେ ନାହିଁ।
ਕੂੜੈ ਲਾਲਚਿ ਲਗਿਆ ਫਿਰਿ ਜੂਨੀ ਪਾਇਆ ॥ ମିଥ୍ୟା ଏବଂ ଲାଳସାରେ ଲିପ୍ତ ରହିବା ବାଲା ପୁନଃ ଯୋନିରେ ପଡିଥାଏ।
ਨਾਨਕ ਜੋ ਬੀਜੈ ਸੋ ਖਾਵਣਾ ਕਰਤੈ ਲਿਖਿ ਪਾਇਆ ॥੧੫॥ ହେ ନାନକ! ବିଧାତାର ଏହି ବିଧାନ ଯେ ଯିଏ ଯେପରି କର୍ମ କରିଥାଏ, ସେପରି ହିଁ ଫଳ ପାଇଥାଏ||15||
ਸਲੋਕ ਮਃ ੨ ॥ ଶ୍ଳୋକ ମହଲା 2॥
ਕਥਾ ਕਹਾਣੀ ਬੇਦੀ ਆਣੀ ਪਾਪੁ ਪੁੰਨੁ ਬੀਚਾਰੁ ॥ ଯେଉଁ କଥା-କାହାଣୀ ବେଦରେ ଆସିଥାଏ, ସେଥିରେ ପାପ-ପୁଣ୍ୟର କଥା କୁହା ଯାଇଛି।
ਦੇ ਦੇ ਲੈਣਾ ਲੈ ਲੈ ਦੇਣਾ ਨਰਕਿ ਸੁਰਗਿ ਅਵਤਾਰ ॥ ବେଦ କହିଥାଏ ଯେ ପ୍ରଦାନ କରା ଯାଇଥିବା ଦୁଃଖ ଓ ସୁଖ ନେବାକୁ ହେବ ଏବଂ ନେଇ ନେଇ ତାହାଙ୍କୁ ହିଁ ଦେବାକୁ ହୋଇଥାଏ, ଏହି ପ୍ରକାରେ ସ୍ଵର୍ଗ ନର୍କରେ ଜନ୍ମ ଅଟେ।
ਉਤਮ ਮਧਿਮ ਜਾਤੀਂ ਜਿਨਸੀ ਭਰਮਿ ਭਵੈ ਸੰਸਾਰੁ ॥ ବେଦ ଅନୁସାରେ ବତାଯାଇଛି ଯେ ଉଚ୍ଚ ଅଥବା ନିମ୍ନ ଜାତିର ଲୋକ ଭ୍ରମରେ ପଥଭ୍ରଷ୍ଟ ହୋଇଥାଏ।
ਅੰਮ੍ਰਿਤ ਬਾਣੀ ਤਤੁ ਵਖਾਣੀ ਗਿਆਨ ਧਿਆਨ ਵਿਚਿ ਆਈ ॥ ଅନ୍ୟ ପକ୍ଷରେ ଗୁରୁଙ୍କ ଅମୃତବାଣୀ ସାର ତତ୍ତ୍ଵର ଚର୍ଚ୍ଚା କରିଥାଏ, ବାସ୍ତବରେ ଏହା ଜ୍ଞାନ ଧ୍ୟାନର ଅବସ୍ଥାରେ ଆସିଥାଏ।
ਗੁਰਮੁਖਿ ਆਖੀ ਗੁਰਮੁਖਿ ਜਾਤੀ ਸੁਰਤੀ ਕਰਮਿ ਧਿਆਈ ॥ ଗୁରୁ ଯେଉଁ ବାଣୀ କହିଛନ୍ତି, ସେହି ତଥ୍ୟକୁ ସେ ବୁଝିଥାଏ ଏବଂ ଜ୍ଞାନବାନ ହୋଇ ପ୍ରଭୁ-କୃପା ଦ୍ଵାରା ଧ୍ୟାନ କରିଥାଏ।
ਹੁਕਮੁ ਸਾਜਿ ਹੁਕਮੈ ਵਿਚਿ ਰਖੈ ਹੁਕਮੈ ਅੰਦਰਿ ਵੇਖੈ ॥ ଈଶ୍ଵରଙ୍କ ହୁକୁମ ସର୍ବ ଅଧିକାର ସମ୍ପର୍ଣ୍ଣ ଅଟେ, ସେ ନିଜ ହୁକୁମ ଦ୍ଵାରା ସଂସାରକୁ ବନାଇ ଥାଆନ୍ତି, ହୁକୁମରେ ହିଁ ଲୋକଙ୍କୁ ରଖିଥାନ୍ତି ଏବଂ ହୁକୁମରେ ହିଁ ପାଳନ କରିଥାନ୍ତି।
ਨਾਨਕ ਅਗਹੁ ਹਉਮੈ ਤੁਟੈ ਤਾਂ ਕੋ ਲਿਖੀਐ ਲੇਖੈ ॥੧॥ ହେ ନାନକ! ଯଦି ସର୍ବ ପ୍ରଥମେ ଅହଂର ଅନ୍ତ ହୋଇଯାଏ, ତାହାହେଲେ କୌଣସି ନବୀନ କର୍ମ ଲେଖା ଯାଇଥାଏ||1||
ਮਃ ੧ ॥ ମହଲା 1॥
ਬੇਦੁ ਪੁਕਾਰੇ ਪੁੰਨੁ ਪਾਪੁ ਸੁਰਗ ਨਰਕ ਕਾ ਬੀਉ ॥ ବେଦ ଦାବି କରିଥାଏ ଯେ ସ୍ଵର୍ଗ-ନର୍କର ମୂଳ ପାପ-ପୂଣ୍ୟ ଅଟେ।
ਜੋ ਬੀਜੈ ਸੋ ਉਗਵੈ ਖਾਂਦਾ ਜਾਣੈ ਜੀਉ ॥ ଜୀବ ଯାହା ବୁଣିଥାଏ, ତାହା ଉତ୍ପନ୍ନ ହୋଇଥାଏ, ତାହାକୁ ସେହି ଫଳ ମିଳିଥାଏ।
ਗਿਆਨੁ ਸਲਾਹੇ ਵਡਾ ਕਰਿ ਸਚੋ ਸਚਾ ਨਾਉ ॥ ଗୁରୁଙ୍କ ଜ୍ଞାନ ପରମାତ୍ମାଙ୍କୁ ବଡ ମାନି ପ୍ରଶଂସା କରିଥାଏ ଯେ ସେ ସତ୍ୟ ଓ ଶାଶ୍ଵତ ରୂପ ଅଟନ୍ତି।
ਸਚੁ ਬੀਜੈ ਸਚੁ ਉਗਵੈ ਦਰਗਹ ਪਾਈਐ ਥਾਉ ॥ ସତ୍ୟ ବୁଣିବା ଦ୍ଵାରା ସତ୍ୟ ଉତ୍ପନ୍ନ ହୋଇଥାଏ ଏବଂ ପ୍ରଭୁ-ଦରବାରରେ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ।


© 2017 SGGS ONLINE
error: Content is protected !!
Scroll to Top