Guru Granth Sahib Translation Project

guru granth sahib odia page-1097

Page 1097

ਮਃ ੫ ॥ ମହଲା 5॥
ਦੁਖੀਆ ਦਰਦ ਘਣੇ ਵੇਦਨ ਜਾਣੇ ਤੂ ਧਣੀ ॥ ହେ ମାଲିକ! ତୁ ମୋର ବେଦନାକୁ ଜାଣୁ ଯେ ମୋ' ଭଳି ଦୁଃଖୀକୁ କେତେ ଯନ୍ତ୍ରଣା ହୋଇଥାଏ।
ਜਾਣਾ ਲਖ ਭਵੇ ਪਿਰੀ ਡਿਖੰਦੋ ਤਾ ਜੀਵਸਾ ॥੨॥ ହେ ପ୍ରିୟ! ହୁଏତ ମୁଁ ଲକ୍ଷେ ଉପଚାର ଜାଣିଥାଇ ପାରେ, ତଥାପି ତୋର ଦର୍ଶନ ପାଇ ଜୀବିତ ରହି ପାରିବି||2||
ਮਃ ੫ ॥ ମହଲା 5॥
ਢਹਦੀ ਜਾਇ ਕਰਾਰਿ ਵਹਣਿ ਵਹੰਦੇ ਮੈ ਡਿਠਿਆ ॥ ଜୀବନ ରୂପୀ ନଦୀର କୁଳ ଧ୍ଵଂସ ହୋଇ ଯାଉଛି ଏବଂ ଲୋକମାନଙ୍କୁ ମୁଁ ଏହି ନଦୀର ସ୍ରୋତରେ ଭାସି ଯାଉଥିବା ଦେଖିଛି,,
ਸੇਈ ਰਹੇ ਅਮਾਣ ਜਿਨਾ ਸਤਿਗੁਰੁ ਭੇਟਿਆ ॥੩॥ କିନ୍ତୁ ଯାହାକୁ ସଦଗୁରୁ ମିଳି ଯାଇଛନ୍ତି, ସେ ଏହାଠାରୁ ସୁରକ୍ଷିତ ରହିଛି||3||
ਪਉੜੀ ॥ ପଉଡୀ॥
ਜਿਸੁ ਜਨ ਤੇਰੀ ਭੁਖ ਹੈ ਤਿਸੁ ਦੁਖੁ ਨ ਵਿਆਪੈ ॥ ଯାହାକୁ ପାଇବା ପାଇଁ ତୋର ଲାଳସା ଲାଗି ରହିଛି, ତାହାକୁ କୌଣସି ଦୁଃଖ-କ୍ଲେଶ ଲାଗେ ନାହିଁ।
ਜਿਨਿ ਜਨਿ ਗੁਰਮੁਖਿ ਬੁਝਿਆ ਸੁ ਚਹੁ ਕੁੰਡੀ ਜਾਪੈ ॥ ଯିଏ ଗୁରୁଙ୍କ ସାନ୍ନିଧ୍ୟରେ ଈଶ୍ଵରଙ୍କୁ ଅନୁଭବ କରିଛି, ସେ ଚାରି ଦିଗରେ ବିଖ୍ୟାତ ହୋଇ ଯାଇଛି।
ਜੋ ਨਰੁ ਉਸ ਕੀ ਸਰਣੀ ਪਰੈ ਤਿਸੁ ਕੰਬਹਿ ਪਾਪੈ ॥ ଯେଉଁ ମନୁଷ୍ୟ ତାହାଙ୍କ ଶରଣରେ ଆସିଥାଏ, ତାହାକୁ ଦେଖି ପାପ ମଧ୍ୟ ଥର ଥର କମ୍ପିବାକୁ ଲାଗିଥାଏ।
ਜਨਮ ਜਨਮ ਕੀ ਮਲੁ ਉਤਰੈ ਗੁਰ ਧੂੜੀ ਨਾਪੈ ॥ ଯିଏ ଗୁରୁଙ୍କ ଚରଣ ଧୂଳିରେ ସ୍ନାନ କରିଥାଏ, ତାହାର ଜନ୍ମ-ଜନ୍ମାନ୍ତରର ମଇଳା ନିବୃତ୍ତ ହୋଇଯାଏ।
ਜਿਨਿ ਹਰਿ ਭਾਣਾ ਮੰਨਿਆ ਤਿਸੁ ਸੋਗੁ ਨ ਸੰਤਾਪੈ ॥ ଯିଏ ଈଶ୍ଵରଙ୍କ ଇଛାକୁ ସହର୍ଷ ସ୍ଵୀକାର କରିଥାଏ, ତାହାକୁ କୌଣସି ଶୋକ ସଂତାପ ଲାଗେ ନାହିଁ।
ਹਰਿ ਜੀਉ ਤੂ ਸਭਨਾ ਕਾ ਮਿਤੁ ਹੈ ਸਭਿ ਜਾਣਹਿ ਆਪੈ ॥ ହେ ପରମାତ୍ମା! ତୁ ସବୁ ଜୀବର ମିତ୍ର ଅଟୁ ଆଉ ତୁ ସ୍ଵୟଂ ହିଁ ସବୁଙ୍କୁ ଜାଣୁ।
ਐਸੀ ਸੋਭਾ ਜਨੈ ਕੀ ਜੇਵਡੁ ਹਰਿ ਪਰਤਾਪੈ ॥ ବିଶ୍ଵରେ ପରମାତ୍ମାଙ୍କ ଯେତେ ପ୍ରତାପ ରହିଛି, ସେତିକି ହିଁ ଭକ୍ତଙ୍କ ଶୋଭା ରହିଛି।
ਸਭ ਅੰਤਰਿ ਜਨ ਵਰਤਾਇਆ ਹਰਿ ਜਨ ਤੇ ਜਾਪੈ ॥੮॥ ସଂପୂର୍ଣ୍ଣ ଜଗତରେ ସେ ଭକ୍ତଙ୍କ ଯଶ ପ୍ରସାର କରିଛନ୍ତି ଏବଂ ତାହାଙ୍କ ଦ୍ଵାରା ହିଁ ପରମାତ୍ମାଙ୍କୁ ଜଣା ଯାଇଥାଏ||8||
ਡਖਣੇ ਮਃ ੫ ॥ ଦକ୍ଷିଣୀ ମହଲା 5॥
ਜਿਨਾ ਪਿਛੈ ਹਉ ਗਈ ਸੇ ਮੈ ਪਿਛੈ ਭੀ ਰਵਿਆਸੁ ॥ ଯାହାଙ୍କ ପଛରେ ମୁଁ ଗମନ କରୁଥିଲି, ବର୍ତ୍ତମାନ ସେ ମୋର ପଛରେ ଆସୁଛନ୍ତି।
ਜਿਨਾ ਕੀ ਮੈ ਆਸੜੀ ਤਿਨਾ ਮਹਿਜੀ ਆਸ ॥੧॥ ଯାହାଙ୍କ ଆଶା ମୁଁ କରିଥିଲି, ସେ ମୋର ଆଶା କରୁଛନ୍ତି ||1||
ਮਃ ੫ ॥ ମହଲା 5॥
ਗਿਲੀ ਗਿਲੀ ਰੋਡੜੀ ਭਉਦੀ ਭਵਿ ਭਵਿ ਆਇ ॥ ଯେପରି ଉଡୁଥିବା ମାଛି ଉଡି ଉଡି ପୁଣି ସେହି ଗୁଡାହାଣ୍ଡି ପାଖକୁ ଆସିଥାଏ ଏବଂ ସେଥିରେ ଲାଗିରହି ମରିଯାଇ ଥାଏ,
ਜੋ ਬੈਠੇ ਸੇ ਫਾਥਿਆ ਉਬਰੇ ਭਾਗ ਮਥਾਇ ॥੨॥ ସେପରି ହିଁ ଯେଉଁ ମନୁଷ୍ୟ ମାୟାର ନିକଟରେ ରହିଥାଏ, ସେ ମାୟା ଜାଲରେ ଫସିଯାଇ ଥାଏ, ପରନ୍ତୁ ଭାଗ୍ୟବାନ ହିଁ ସେଥିରୁ ମୁକ୍ତି ପାଇଥାଏ||2||
ਮਃ ੫ ॥ ମହଲା 5॥
ਡਿਠਾ ਹਭ ਮਝਾਹਿ ਖਾਲੀ ਕੋਇ ਨ ਜਾਣੀਐ ॥ ଆମେ ସବୁଙ୍କ ଠାରେ ଈଶ୍ଵରଙ୍କୁ ହିଁ ଦେଖିଅଛୁ ଏବଂ କେହି ମଧ୍ୟ ତାହାଙ୍କ ଠାରୁ ଖାଲି ହାତରେ ଯାଏ ନାହିଁ।
ਤੈ ਸਖੀ ਭਾਗ ਮਥਾਹਿ ਜਿਨੀ ਮੇਰਾ ਸਜਣੁ ਰਾਵਿਆ ॥੩॥ ସେହି ସଖୀ ଭାଗ୍ୟବାନ ଅଟେ, ଯିଏ ମୋର ସଜ୍ଜନ ପ୍ରଭୁଙ୍କ ସହିତ ରମଣ କରିଛି||3||
ਪਉੜੀ ॥ ପଉଡୀ॥
ਹਉ ਢਾਢੀ ਦਰਿ ਗੁਣ ਗਾਵਦਾ ਜੇ ਹਰਿ ਪ੍ਰਭ ਭਾਵੈ ॥ ଯଦି ପ୍ରଭୁ ଚାହାନ୍ତି, ତାହାହେଲେ ହିଁ ମୁଁ ତାହାଙ୍କ ଗୁଣଗାନ କରିଥାଏ।
ਪ੍ਰਭੁ ਮੇਰਾ ਥਿਰ ਥਾਵਰੀ ਹੋਰ ਆਵੈ ਜਾਵੈ ॥ ମୋର ପ୍ରଭୁ ଶାଶ୍ଵତ ଅଟନ୍ତି, ପରନ୍ତୁ ଆଉ ସବୁ ଜନ୍ମ-ମରଣରେ ପଡି ରହିଛନ୍ତି।
ਸੋ ਮੰਗਾ ਦਾਨੁ ਗੋੁਸਾਈਆ ਜਿਤੁ ਭੁਖ ਲਹਿ ਜਾਵੈ ॥ ହେ ମାଲିକ! ମୁଁ ସେହି ଦାନ ମାଗିଥାଏ, ଯାହାଦ୍ୱାରା ମୋର ସାରା ଲାଳସା ଦୂର ହୋଇଯାଏ।
ਪ੍ਰਭ ਜੀਉ ਦੇਵਹੁ ਦਰਸਨੁ ਆਪਣਾ ਜਿਤੁ ਢਾਢੀ ਤ੍ਰਿਪਤਾਵੈ ॥ ହେ ପ୍ରଭୁ! ନିଜ ଦର୍ଶନ ଦିଅ, ଯାହାଦ୍ୱାରା ଏହି ବିଚରା ତୃପ୍ତ ହୋଇଯିବ।
ਅਰਦਾਸਿ ਸੁਣੀ ਦਾਤਾਰਿ ਪ੍ਰਭਿ ਢਾਢੀ ਕਉ ਮਹਲਿ ਬੁਲਾਵੈ ॥ ଯେତେବେଳେ ଦାତା ପ୍ରଭୁ ପ୍ରାର୍ଥନା ଶୁଣିଛନ୍ତି, ସେ ମୋତେ ନିଜ ମହଲ ବୁଲାଇଛନ୍ତି।
ਪ੍ਰਭ ਦੇਖਦਿਆ ਦੁਖ ਭੁਖ ਗਈ ਢਾਢੀ ਕਉ ਮੰਗਣੁ ਚਿਤਿ ਨ ਆਵੈ ॥ ପ୍ରଭୁଙ୍କ ଦର୍ଶନ କରି ହିଁ ଦୁଃଖ ଏବଂ କ୍ଷୁଧା ଦୂର ହୋଇ ଯାଇଛି, ବର୍ତ୍ତମାନ ଏହି ବିଚରା କିଛି ମାଗିବା ଭାବୁ ନାହିଁ।
ਸਭੇ ਇਛਾ ਪੂਰੀਆ ਲਗਿ ਪ੍ਰਭ ਕੈ ਪਾਵੈ ॥ ପ୍ରଭୁ-ଚରଣରେ ଲାଗି ସବୁ କାମନା ପୁରା ହୋଇ ଯାଇଛି।
ਹਉ ਨਿਰਗੁਣੁ ਢਾਢੀ ਬਖਸਿਓਨੁ ਪ੍ਰਭਿ ਪੁਰਖਿ ਵੇਦਾਵੈ ॥੯॥ ସେହି ପରମ ପୁରୁଷ ପ୍ରଭୁ ମୋ' ଭଳି ଗୁଣବିହୀନକୁ କ୍ଷମା କରି ଦେଇଛନ୍ତି||9||
ਡਖਣੇ ਮਃ ੫ ॥ ଦକ୍ଷିଣ ମହଲା 5॥
ਜਾ ਛੁਟੇ ਤਾ ਖਾਕੁ ਤੂ ਸੁੰਞੀ ਕੰਤੁ ਨ ਜਾਣਹੀ ॥ ହେ ମାନବ ଦେହ! ପ୍ରାଣ ପାଉଁଶ ହୋଇଯାଏ, ଯେତେବେଳେ ଆତ୍ମା ଠାରୁ ଶରୀର ଅଲଗା ହୋଇଯାଏ ଏବଂ ତୁ ପ୍ରଭୁଙ୍କୁ ଆଉ ଜାଣି ପାରିବୁ ନାହିଁ।
ਦੁਰਜਨ ਸੇਤੀ ਨੇਹੁ ਤੂ ਕੈ ਗੁਣਿ ਹਰਿ ਰੰਗੁ ਮਾਣਹੀ ॥੧॥ ଦୁଷ୍ଟ ବିକାର ସହିତ ତୁ ପ୍ରେମ ବନାଇଛୁ, କେଁ ଗୁଣନ କାରଣରୁ ତୁ ପ୍ରଭୁ-ପ୍ରେମର ଆନନ୍ଦ ନେଇ ପାରିବୁ||1||
ਮਃ ੫ ॥ ମହଲା 5॥
ਨਾਨਕ ਜਿਸੁ ਬਿਨੁ ਘੜੀ ਨ ਜੀਵਣਾ ਵਿਸਰੇ ਸਰੈ ਨ ਬਿੰਦ ॥ ହେ ନାନକ! ଯାହାଙ୍କ ବିନା ଏକ କ୍ଷଣ ପାଇଁ ମଧ୍ୟ ଜୀବିତ ରହି ହୁଏନାହିଁ,
ਤਿਸੁ ਸਿਉ ਕਿਉ ਮਨ ਰੂਸੀਐ ਜਿਸਹਿ ਹਮਾਰੀ ਚਿੰਦ ॥੨॥ ତାହାଙ୍କ ପାଖରେ ମନରେ କଣ ରୋଷ କରିବି, ଯାହାଙ୍କୁ ପ୍ରତି କ୍ଷଣରେ ଆମର ଚିନ୍ତା ଲାଗି ରହିଥାଏ||2||
ਮਃ ੫ ॥ ମହଲା 5॥
ਰਤੇ ਰੰਗਿ ਪਾਰਬ੍ਰਹਮ ਕੈ ਮਨੁ ਤਨੁ ਅਤਿ ਗੁਲਾਲੁ ॥ ଯିଏ ପରଂବ୍ରହ୍ମଙ୍କ ରଙ୍ଗରେ ଲୀନ ହୋଇଯାଏ, ତାହାର ମନ-ତନ ଲାଲ ହୋଇଯାଏ।
ਨਾਨਕ ਵਿਣੁ ਨਾਵੈ ਆਲੂਦਿਆ ਜਿਤੀ ਹੋਰੁ ਖਿਆਲੁ ॥੩॥ ହେ ନାନକ! ପ୍ରଭୁ ନାମ ବିନା ଆଉ ସବୁ ଖିଆଲ ମନକୁ ମଇଳା କରିଥାଏ||3||
ਪਵੜੀ ॥ ପଉଡୀ॥
ਹਰਿ ਜੀਉ ਜਾ ਤੂ ਮੇਰਾ ਮਿਤ੍ਰੁ ਹੈ ਤਾ ਕਿਆ ਮੈ ਕਾੜਾ ॥ ହେ ପରମାତ୍ମା! ଯେତେବେଳେ ତୁ ମୋର ମିତ୍ର ଅଟୁ, ମୁଁ କାହିଁକି ଅନ୍ୟ ଚିନ୍ତା କରିବି।
ਜਿਨੀ ਠਗੀ ਜਗੁ ਠਗਿਆ ਸੇ ਤੁਧੁ ਮਾਰਿ ਨਿਵਾੜਾ ॥ ଯେଉଁ କାମ, କ୍ରୋଧ ରୂପୀ ଠକ ସଂସାରକୁ ଠକି ନେଇଛି, ତୁ ତାହାକୁ ଦୂର କରି ଦେଇଛୁ।
ਗੁਰਿ ਭਉਜਲੁ ਪਾਰਿ ਲੰਘਾਇਆ ਜਿਤਾ ਪਾਵਾੜਾ ॥ ଗୁରୁ ମୋତେ ଭୟାନକ ସଂସାର ସାଗରରୁ ପାର କରାଇ ଦେଇଛନ୍ତି ଏବଂ ଦୁନିଆର ସାରା ଝଗଡାରେ ମୁଁ ଜିତି ଯାଇଛି।
ਗੁਰਮਤੀ ਸਭਿ ਰਸ ਭੋਗਦਾ ਵਡਾ ਆਖਾੜਾ ॥ ଗୁରୁଙ୍କ ଉପଦେଶ ଅନୁସାରେ, ଜଗତ ରୂପୀ ବଡ ଆଖଡାରେ ମୁଁ ସବୁ ରସ ଭୋଗ କରୁଅଛି।
ਸਭਿ ਇੰਦ੍ਰੀਆ ਵਸਿ ਕਰਿ ਦਿਤੀਓ ਸਤਵੰਤਾ ਸਾੜਾ ॥ ଯେତେବେଳେ ଈଶ୍ଵର ଆମର ବନି ଯାଇଛନ୍ତି, ସେ ସବୁ ଇନ୍ଦ୍ରିୟକୁ ବଶ କରି ଦେଇଛନ୍ତି।


© 2025 SGGS ONLINE
error: Content is protected !!
Scroll to Top