Guru Granth Sahib Translation Project

guru granth sahib odia page-1096

Page 1096

ਪਉੜੀ ॥ ପଉଡୀ॥
ਤੁਧੁ ਰੂਪੁ ਨ ਰੇਖਿਆ ਜਾਤਿ ਤੂ ਵਰਨਾ ਬਾਹਰਾ ॥ ହେ ଈଶ୍ଵର! ନା ତୋର କୌଣସି ରୂପ-ଆକାର ଅଛି, ନା ତୋର କୌଣସି ଜାତି ଅଛି, ତୁ ଜାତି ରହିତ ଅଟୁ।
ਏ ਮਾਣਸ ਜਾਣਹਿ ਦੂਰਿ ਤੂ ਵਰਤਹਿ ਜਾਹਰਾ ॥ ଏହି ମାନବ ତୋତେ ଦୂର ହି ଭାବିଥାଏ, କିନ୍ତୁ ତୁ ପ୍ରତ୍ୟକ୍ଷ ରୂପରେ ବ୍ୟାପ୍ତ ଅଟୁ।
ਤੂ ਸਭਿ ਘਟ ਭੋਗਹਿ ਆਪਿ ਤੁਧੁ ਲੇਪੁ ਨ ਲਾਹਰਾ ॥ ସବୁ ଶରୀରକୁ ତୁ ସ୍ଵୟଂ ହିଁ ଭୋଗ କରୁଅଛୁ, ପରନ୍ତୁ ତୋ' ଉପରେ କିଛି ପ୍ରଭାବ ପଡେ ନାହିଁ।
ਤੂ ਪੁਰਖੁ ਅਨੰਦੀ ਅਨੰਤ ਸਭ ਜੋਤਿ ਸਮਾਹਰਾ ॥ ତୁ ପରମ-ପୁରୁଷ, ପରମାନନ୍ଦ ଏବଂ ଅନତ ଅଟୁ, ସବୁଙ୍କ ଠାରେ ତୋର ହିଁ ଜ୍ୟୋତି ରହିଛି।
ਤੂ ਸਭ ਦੇਵਾ ਮਹਿ ਦੇਵ ਬਿਧਾਤੇ ਨਰਹਰਾ ॥ ହେ ବିଧାତା! ତୁ ହିଁ ଦେବାଧିଦେବ ଅଟୁ।
ਕਿਆ ਆਰਾਧੇ ਜਿਹਵਾ ਇਕ ਤੂ ਅਬਿਨਾਸੀ ਅਪਰਪਰਾ ॥ ତୁ ଅବିନାଶୀ ଏବଂ ଅପରାମ୍ପର ଅଟୁ, ଏକ ଜିହ୍ଵା ତୋର କଣ ଆରାଧନା କରି ପାରିବ?
ਜਿਸੁ ਮੇਲਹਿ ਸਤਿਗੁਰੁ ਆਪਿ ਤਿਸ ਕੇ ਸਭਿ ਕੁਲ ਤਰਾ ॥ ଯାହାକୁ ତୁ ସଦଗୁରୁଙ୍କ ସହିତ ମିଳାଇ ଦେଉ, ତାହାର ସଂପୂର୍ଣ୍ଣ ବଂଶାବଳୀର ଉଦ୍ଧାର ହୋଇଯାଏ।
ਸੇਵਕ ਸਭਿ ਕਰਦੇ ਸੇਵ ਦਰਿ ਨਾਨਕੁ ਜਨੁ ਤੇਰਾ ॥੫॥ ସବୁ ଭକ୍ତ ତୋର ଉପାସନା କରିଥାନ୍ତି। ଦାସ ନାନକ ମଧ୍ୟ ତୋ' ଦ୍ଵାରରେ ତୋର ଶରଣ ପଡିଛନ୍ତି ||5||
ਡਖਣੇ ਮਃ ੫ ॥ ଦକ୍ଷିଣୀ ମହଲା 5॥
ਗਹਡੜੜਾ ਤ੍ਰਿਣਿ ਛਾਇਆ ਗਾਫਲ ਜਲਿਓਹੁ ਭਾਹਿ ॥ ଘାସରେ ବନିଥିବା ମନୁଷ୍ୟର ଛପର ରୂପୀ ଶରୀର ବେଖାତିର କାରଣରୁ ପାପ-ବିକାରର ଅଗ୍ନି ଦ୍ଵାରା ଜଳି ଯାଇଛି,
ਜਿਨਾ ਭਾਗ ਮਥਾਹੜੈ ਤਿਨ ਉਸਤਾਦ ਪਨਾਹਿ ॥੧॥ ଯାହାର କପାଳରେ ଉତ୍ତମ ଭାଗ୍ୟ ଅଛି, ତାହାକୁ ନିଜ ଗୁରୁଙ୍କ ସାହାରା ମିଳି ଯାଇଛି||1||
ਮਃ ੫ ॥ ମହଲା 5॥
ਨਾਨਕ ਪੀਠਾ ਪਕਾ ਸਾਜਿਆ ਧਰਿਆ ਆਣਿ ਮਉਜੂਦੁ ॥ ହେ ନାନକ! କେହି ଅଟାରୁ ରୋଟି ତିଆରି କରି ଭୋଜନ ପ୍ରସ୍ତୁତ କରି ନେଇଛି ଏବଂ ସାରା ଭୋଜନ ନେଇ ଶ୍ରଦ୍ଧାଳୁଙ୍କ ସମ୍ମୁଖରେ ରଖି ଦେଇଛନ୍ତି।
ਬਾਝਹੁ ਸਤਿਗੁਰ ਆਪਣੇ ਬੈਠਾ ਝਾਕੁ ਦਰੂਦ ॥੨॥ କିନ୍ତୁ ଗୁରୁଙ୍କ ବିନା ବିନତି-ପ୍ରାର୍ଥନା ଦ୍ଵାରା ତାହାର ମନୋରଥ ପୁରା ହୁଏନାହିଁ, ବର୍ତ୍ତମାନ ସେ ଦୁଃଖୀ ହୋଇ ବସିଥାଏ, କାରଣ ଗୁରୁଙ୍କ ବିନା ଭୋଜନ କିପରି ମିଳିବ?||2||
ਮਃ ੫ ॥ ମହଲା 5॥
ਨਾਨਕ ਭੁਸਰੀਆ ਪਕਾਈਆ ਪਾਈਆ ਥਾਲੈ ਮਾਹਿ ॥ ହେ ନାନକ! କେହି ମିଠା ରୋଟି ପ୍ରସ୍ତୁତ କରି ତାହାକୁ ଥାଳିରେ ପରଶି ଥାଏ।
ਜਿਨੀ ਗੁਰੂ ਮਨਾਇਆ ਰਜਿ ਰਜਿ ਸੇਈ ਖਾਹਿ ॥੩॥ ଯିଏ ଗୁରୁଙ୍କୁ ପ୍ରସନ୍ନ କରି ନେଇଛି, ସେ ତୃପ୍ତ ହୋଇ ରୋଟି ଖାଉଅଛି||3||
ਪਉੜੀ ॥ ପଉଡୀ ॥
ਤੁਧੁ ਜਗ ਮਹਿ ਖੇਲੁ ਰਚਾਇਆ ਵਿਚਿ ਹਉਮੈ ਪਾਈਆ ॥ ହେ ଈଶ୍ଵର! ତୁ ଜଗତର ଖେଳ ରଚିଅଛୁ ଆଉ ସବୁ ଜୀବଙ୍କ ଠାରେ ଅହଂ ଭାବନା ରଖିଅଛୁ।
ਏਕੁ ਮੰਦਰੁ ਪੰਚ ਚੋਰ ਹਹਿ ਨਿਤ ਕਰਹਿ ਬੁਰਿਆਈਆ ॥ ଏହି ମାନବ-ଶରୀର ଏକ ମନ୍ଦିର ଅଟେ, ଯେଉଁଠି କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର ରୂପୀ ପାଞ୍ଚ ଚୋର ହି ମନ୍ଦ କର୍ମ କରିଥାନ୍ତି।
ਦਸ ਨਾਰੀ ਇਕੁ ਪੁਰਖੁ ਕਰਿ ਦਸੇ ਸਾਦਿ ਲੋੁਭਾਈਆ ॥ ତୁ ଇନ୍ଦ୍ରିୟ ରୂପୀ ଦଶ ନାରୀ ଏବଂ ମନ ରୂପୀ ଏକ ପୁରୁଷକୁ ବନାଇ ଶରୀରରେ ବାସ କରାଇଛୁ, ଏହି ଦଶ ଇନ୍ଦ୍ରିୟ ବିକାରର ସ୍ବାଦରେ ଲୀନ ରହିଥାଏ।
ਏਨਿ ਮਾਇਆ ਮੋਹਣੀ ਮੋਹੀਆ ਨਿਤ ਫਿਰਹਿ ਭਰਮਾਈਆ ॥ ମାୟା ମୋହିନୀ ତାହାକୁ ମୋହି ନେଇଥାଏ, ଏଣୁ ସେ ନିତ୍ୟ ପଥଭ୍ରଷ୍ଟ ରହିଥାଏ।
ਹਾਠਾ ਦੋਵੈ ਕੀਤੀਓ ਸਿਵ ਸਕਤਿ ਵਰਤਾਈਆ ॥ ତୁ ନିଜର ଜଗତ ରୂପୀ ଖେଳକୁ ଦୁଇ ଭାଗ କରିଛୁ, ଜୀବ ଜୀବ ଆଉ ମାୟାକୁ ବନାଇଛୁ।
ਸਿਵ ਅਗੈ ਸਕਤੀ ਹਾਰਿਆ ਏਵੈ ਹਰਿ ਭਾਈਆ ॥ ଜୀବ ମାୟା ନିକଟରେ ପରାଜିତ ହୋଇଛି, ଈଶ୍ଵରଙ୍କୁ ଏପରି ହି ଭଲ ଲାଗିଛି।
ਇਕਿ ਵਿਚਹੁ ਹੀ ਤੁਧੁ ਰਖਿਆ ਜੋ ਸਤਸੰਗਿ ਮਿਲਾਈਆ ॥ ଯାହାକୁ ତୁ ସତସଙ୍ଗରେ ମିଳାଇଛୁ, ଏଠି ମଧ୍ୟରୁ କିଛି ଜୀବକୁ ତୁ ରକ୍ଷା କରିଛୁ।
ਜਲ ਵਿਚਹੁ ਬਿੰਬੁ ਉਠਾਲਿਓ ਜਲ ਮਾਹਿ ਸਮਾਈਆ ॥੬॥ ଜଳରୁ ଉତ୍ପନ୍ନ ହୋଇଥିବା ଫୋଟକା ଜଳରେ ହିଁ ବିଲୀନ ହୋଇଯାଏ||6||
ਡਖਣੇ ਮਃ ੫ ॥ ଦକ୍ଷିଣୀ ମହଲା 5॥
ਆਗਾਹਾ ਕੂ ਤ੍ਰਾਘਿ ਪਿਛਾ ਫੇਰਿ ਨ ਮੁਹਡੜਾ ॥ ହେ ମାନବ! ତୁ ପ୍ରଥମେ ପ୍ରଭୁଙ୍କ ଚରଣରେ ପହଞ୍ଚିବା କାମନା କର ଏବଂ ସଂସାର ଆଡକୁ ଦେଖ ନାହିଁ।
ਨਾਨਕ ਸਿਝਿ ਇਵੇਹਾ ਵਾਰ ਬਹੁੜਿ ਨ ਹੋਵੀ ਜਨਮੜਾ ॥੧॥ ହେ ନାନକ! ଏହି ମାନବ-ଜନ୍ମରେ ହିଁ ନିଜ ଜୀବନ ସଫଳ କର, ପୁନର୍ବାର ତୁମର ଜନ୍ମ ହେବ ନାହିଁ||1||
ਮਃ ੫ ॥ ମହଲା 5॥
ਸਜਣੁ ਮੈਡਾ ਚਾਈਆ ਹਭ ਕਹੀ ਦਾ ਮਿਤੁ ॥ ମୋର ସଜ୍ଜନ ପ୍ରଭୁ ବଡ ରଙ୍ଗିଲା ଅଟନ୍ତି, ସବୁଙ୍କ ପ୍ରିୟ ମିତ୍ର ଅଟନ୍ତି।
ਹਭੇ ਜਾਣਨਿ ਆਪਣਾ ਕਹੀ ਨ ਠਾਹੇ ਚਿਤੁ ॥੨॥ ସବୁ ଜୀବ ତାହାଙ୍କୁ ନିଜର ହିଁ ଭାବିଥାନ୍ତି ଏବଂ ସେ କାହାର ହୃଦୟ ଭାଙ୍ଗନ୍ତି ନାହିଁ||2||
ਮਃ ੫ ॥ ମହଲା 5॥
ਗੁਝੜਾ ਲਧਮੁ ਲਾਲੁ ਮਥੈ ਹੀ ਪਰਗਟੁ ਥਿਆ ॥ ମୁଁ ରହସ୍ୟମୟ ପ୍ରିୟ ପ୍ରଭୁଙ୍କୁ ଖୋଜି ପାଇଛି, ସେ ମୋର ସମ୍ମୁଖରେ ପ୍ରକଟ ହୋଇଛନ୍ତି।
ਸੋਈ ਸੁਹਾਵਾ ਥਾਨੁ ਜਿਥੈ ਪਿਰੀਏ ਨਾਨਕ ਜੀ ਤੂ ਵੁਠਿਆ ॥੩॥ ନାନକ କହନ୍ତି ଯେ ହେ ପ୍ରିୟତମ ପ୍ରଭୁ! ସେହି ହୃଦୟ ରୂପୀ ସ୍ଥାନ ସୁନ୍ଦର ହୋଇ ଯାଇଛି, ଯେଉଁଠି ତୁ ବାସ କରିଛୁ||3||
ਪਉੜੀ ॥ ପଉଡୀ ॥
ਜਾ ਤੂ ਮੇਰੈ ਵਲਿ ਹੈ ਤਾ ਕਿਆ ਮੁਹਛੰਦਾ ॥ ହେ ଈଶ୍ଵର! ଯେ ପର୍ଯ୍ୟନ୍ତ ତୁ ମୋ' ସାଥିରେ ଅଛୁ, ମୋତେ କାହା ଉପରେ ନିର୍ଭର କରିବା ଆବଶ୍ୟକ ହୁଏନାହିଁ।
ਤੁਧੁ ਸਭੁ ਕਿਛੁ ਮੈਨੋ ਸਉਪਿਆ ਜਾ ਤੇਰਾ ਬੰਦਾ ॥ ସତ୍ୟ ଏହା ଯେ ତୁ ସବୁ କିଛି ମୋତେ ଦେଇଛୁ ଆଉ ମୁଁ ଏକ ତୋର ହିଁ ସେବକ ଅଟେ।
ਲਖਮੀ ਤੋਟਿ ਨ ਆਵਈ ਖਾਇ ਖਰਚਿ ਰਹੰਦਾ ॥ ମୁଁ ଯେତେ ଖାଇଲେ ଓ ଖର୍ଚ୍ଚ କରିଲେ ମଧ୍ୟ ଧନ-ଦୌଲତ କମେ ନାହିଁ।
ਲਖ ਚਉਰਾਸੀਹ ਮੇਦਨੀ ਸਭ ਸੇਵ ਕਰੰਦਾ ॥ ଚଉରାଅଶି ଲକ୍ଷ ଯୋନିରେ ସୃଷ୍ଟି ହୋଇଥିବା ସବୁ ଜୀବ ତୋର ହିଁ ଉପାସନା କରିଥାନ୍ତି।
ਏਹ ਵੈਰੀ ਮਿਤ੍ਰ ਸਭਿ ਕੀਤਿਆ ਨਹ ਮੰਗਹਿ ਮੰਦਾ ॥ ସବୁ ଶତ୍ରୁକୁ ତୁ ମିତ୍ର ବନାଇଛୁ ଆଉ ବର୍ତ୍ତମାନ ସେମାନେ ଆଦୌ ମୋର ମନ୍ଦ ଚାହାନ୍ତି ନାହିଁ।
ਲੇਖਾ ਕੋਇ ਨ ਪੁਛਈ ਜਾ ਹਰਿ ਬਖਸੰਦਾ ॥ ଯେତେବେଳେ ପରମାତ୍ମା କ୍ଷମାବାନ ଅଟନ୍ତି, କର୍ମର ହିସାବ କେହି ମଧ୍ୟ ପଚାରନ୍ତି ନାହିଁ।
ਅਨੰਦੁ ਭਇਆ ਸੁਖੁ ਪਾਇਆ ਮਿਲਿ ਗੁਰ ਗੋਵਿੰਦਾ ॥ ଗୋବିନ୍ଦ ଗୁରୁଙ୍କ ସହିତ ମିଶି ଆମେ ପରମ ସୁଖ ପ୍ରାପ୍ତ କରିଛୁ ଆଉ ମନରେ ଆନନ୍ଦ ହିଁ ଆନନ୍ଦ ଜାତ ହୋଇଛି।
ਸਭੇ ਕਾਜ ਸਵਾਰਿਐ ਜਾ ਤੁਧੁ ਭਾਵੰਦਾ ॥੭॥ ଯଦି ତୁ ଚାହୁଁ, ସବୁ କାର୍ଯ୍ୟ ସିଦ୍ଧ ହୋଇଯାଏ||7||
ਡਖਣੇ ਮਃ ੫ ॥ ଦକ୍ଷିଣୀ ମହଲା 5॥
ਡੇਖਣ ਕੂ ਮੁਸਤਾਕੁ ਮੁਖੁ ਕਿਜੇਹਾ ਤਉ ਧਣੀ ॥ ହେ ମାଲିକ! ମୁଁ ତୋର ଦର୍ଶନର ଅଭିଳାଷୀ ଅଟେ, ତୋର ମୁଖ କିପରି ଅଟେ, କିପରି କହିବି ଯେ
ਫਿਰਦਾ ਕਿਤੈ ਹਾਲਿ ਜਾ ਡਿਠਮੁ ਤਾ ਮਨੁ ਧ੍ਰਾਪਿਆ ॥੧॥ ମୁଁ କେଉଁ ଅବସ୍ଥାରେ ପଥଭ୍ରଷ୍ଟ ହୋଇଥିଲି, କିନ୍ତୁ ତୋତେ ଦେଖିବା ପରେ ମନ ତୃପ୍ତ ହୋଇ ଯାଇଛି||1||


© 2025 SGGS ONLINE
error: Content is protected !!
Scroll to Top