Guru Granth Sahib Translation Project

guru granth sahib odia page-1095

Page 1095

ਤੁਧੁ ਥਾਪੇ ਚਾਰੇ ਜੁਗ ਤੂ ਕਰਤਾ ਸਗਲ ਧਰਣ ॥ ତୁ ହିଁ ସତ୍ୟ, ତ୍ରେତୟା, ଦ୍ଵାପର ଓ କଳିଯୁଗର ସ୍ଥାପନ କରିଛୁ, ତୁ ହିଁ ସଂପୂର୍ଣ୍ଣ ଧରିତ୍ରିର ରଚୟିତା ଅଟୁ।
ਤੁਧੁ ਆਵਣ ਜਾਣਾ ਕੀਆ ਤੁਧੁ ਲੇਪੁ ਨ ਲਗੈ ਤ੍ਰਿਣ ॥ ଜୀବର ଜନ୍ମ-ମରଣ ତୁ ହିଁ ବନାଇଛୁ, କିନ୍ତୁ ତୋ' ଉପରେ ଏହା ତିଳେମାତ୍ର ପ୍ରଭାବ ବିସ୍ତାର କରିପାରେ ନାହିଁ।
ਜਿਸੁ ਹੋਵਹਿ ਆਪਿ ਦਇਆਲੁ ਤਿਸੁ ਲਾਵਹਿ ਸਤਿਗੁਰ ਚਰਣ ॥ ଯାହା ଉପରେ ତୁ ଦୟାଳୁ ହେଉ, ତାହାକୁ ଗୁରୁଙ୍କ ଚରଣରେ ଲଗାଇ ଦେଉ।
ਤੂ ਹੋਰਤੁ ਉਪਾਇ ਨ ਲਭਹੀ ਅਬਿਨਾਸੀ ਸ੍ਰਿਸਟਿ ਕਰਣ ॥੨॥ ହେ ଅବିନାଶୀ ସୃଷ୍ଟିକର୍ତ୍ତା! ଗୁରୁଙ୍କ ବିନା ତୁ ଅନ୍ୟ କୌଣସି ଉପାୟରେ ମିଳି ନାହୁଁ||2||
ਡਖਣੇ ਮਃ ੫ ॥ ଦକ୍ଷିଣୀ ମହଲା 5॥
ਜੇ ਤੂ ਵਤਹਿ ਅੰਙਣੇ ਹਭ ਧਰਤਿ ਸੁਹਾਵੀ ਹੋਇ ॥ ହେ ପରମେଶ୍ଵର! ଯଦି ତୁ ମୋର ହୃଦୟ ରୂପୀ ଅଗଣାକୁ ଆସୁ, ତାହାହେଲେ ଶରୀର ରୂପୀ ସାରା ଧରିତ୍ରୀ ସୁନ୍ଦର ବନିଯାଏ।
ਹਿਕਸੁ ਕੰਤੈ ਬਾਹਰੀ ਮੈਡੀ ਵਾਤ ਨ ਪੁਛੈ ਕੋਇ ॥੧॥ ପତି-ପ୍ରଭୁଙ୍କ ବିନା କେହି ମଧ୍ୟ ମୋର କଥା ପଚାରନ୍ତି ନାହିଁ ||1||
ਮਃ ੫ ॥ ମହଲା 5॥
ਹਭੇ ਟੋਲ ਸੁਹਾਵਣੇ ਸਹੁ ਬੈਠਾ ਅੰਙਣੁ ਮਲਿ ॥ ମୋର ପତି-ପ୍ରଭୁ ମୋର ହୃଦୟ ରୂପୀ ଅଗଣାକୁ ଆସିଛନ୍ତି, ଏଣୁ ମୋତେ ସାରା ଶୃଙ୍ଗାର ସୁନ୍ଦର ଲାଗୁଅଛି।
ਪਹੀ ਨ ਵੰਞੈ ਬਿਰਥੜਾ ਜੋ ਘਰਿ ਆਵੈ ਚਲਿ ॥੨॥ ଯେଉଁ ଅତିଥି ସନ୍ଥ ଚାଲି ଚାଲି ମୋର ଘରକୁ ଆସିଛନ୍ତି, ସେ ଖାଲି ହାତରେ ଯାଆନ୍ତି ନାହିଁ||2||
ਮਃ ੫ ॥ ମହଲା 5॥
ਸੇਜ ਵਿਛਾਈ ਕੰਤ ਕੂ ਕੀਆ ਹਭੁ ਸੀਗਾਰੁ ॥ ମୁଁ ନିଜ ପତି-ପ୍ରଭୁଙ୍କ ପାଇଁ ହୃଦୟ ରୂପୀ ଶେଯ ବିଛାଇଛି ଆଉ ସାରା ଶୃଙ୍ଗାର କରି ନେଇଛି,
ਇਤੀ ਮੰਝਿ ਨ ਸਮਾਵਈ ਜੇ ਗਲਿ ਪਹਿਰਾ ਹਾਰੁ ॥੩॥ ଯଦି ବର୍ତ୍ତମାନ ଗଳାରେ ହାର ମଧ୍ୟ ପିନ୍ଧିଥାଏ, ଏହା ମୋତେ ଆନନ୍ଦ ଦେଇ ନଥାଏ ଯାହା ପ୍ରଭୁଙ୍କ ଠାରୁ ବିଚ୍ଛେଦର କାରଣ ବନିଥାଏ||3||
ਪਉੜੀ ॥ ପଉଡୀ॥
ਤੂ ਪਾਰਬ੍ਰਹਮੁ ਪਰਮੇਸਰੁ ਜੋਨਿ ਨ ਆਵਹੀ ॥ ହେ ପରଂବ୍ରହ୍ମ ପରମେଶ୍ଵର! ତୁ ସଦା ଅମର ଅଟୁ, କୌଣସି ଯୋନିରେ ଆସୁ ନାହୁଁ।
ਤੂ ਹੁਕਮੀ ਸਾਜਹਿ ਸ੍ਰਿਸਟਿ ਸਾਜਿ ਸਮਾਵਹੀ ॥ ତୁ ନିଜ ହୁକୁମରେ ହିଁ ସୃଷ୍ଟିର ନିର୍ମା କରିଛୁ ଏବଂ ସେଥିରେ ବ୍ୟାପ୍ତ ରହିଛୁ।
ਤੇਰਾ ਰੂਪੁ ਨ ਜਾਈ ਲਖਿਆ ਕਿਉ ਤੁਝਹਿ ਧਿਆਵਹੀ ॥ ତୋର ରୂପ ଦେଖାଯାଇ ପାରିବ ନାହିଁ, ପୁଣି ତୋର ଧ୍ୟାନ କିପରି କରାଯାଇ ପାରିବ?
ਤੂ ਸਭ ਮਹਿ ਵਰਤਹਿ ਆਪਿ ਕੁਦਰਤਿ ਦੇਖਾਵਹੀ ॥ ତୁ ସବୁ ଜୀବଙ୍କ ଠାରେ ବ୍ୟାପ୍ତ ଅଛୁ ଏବଂ ସ୍ଵୟଂ ହିଁ ନିଜ ପ୍ରକୃତି ଦେଖାଇଛୁ।
ਤੇਰੀ ਭਗਤਿ ਭਰੇ ਭੰਡਾਰ ਤੋਟਿ ਨ ਆਵਹੀ ॥ ତୋର ଭକ୍ତିର ଭଣ୍ଡାର ଭରି ରହିଛି ଏବଂ ସେଥିରେ କେବେ କୌଣସି ଅଭାବ ରହେ ନାହିଁ।
ਏਹਿ ਰਤਨ ਜਵੇਹਰ ਲਾਲ ਕੀਮ ਨ ਪਾਵਹੀ ॥ ଏହି ଭକ୍ତି ହିଁ ରତ୍ନ ଅଟେ, ମୋତି ଅଟେ, ଏହାର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ।
ਜਿਸੁ ਹੋਵਹਿ ਆਪਿ ਦਇਆਲੁ ਤਿਸੁ ਸਤਿਗੁਰ ਸੇਵਾ ਲਾਵਹੀ ॥ ଯାହା ଉପରେ ତୁ ଦୟାଳୁ ହୋଇଯାଉ, ତାହାକୁ ସଦଗୁରୁଙ୍କ ସେବାରେ ଲଗାଇ ଦେଉ।
ਤਿਸੁ ਕਦੇ ਨ ਆਵੈ ਤੋਟਿ ਜੋ ਹਰਿ ਗੁਣ ਗਾਵਹੀ ॥੩॥ ହେ ହରି! ଯିଏ ତୋର ଗୁଣଗାନ କରିଥାଏ, ତାହାର କିଛି ଅଭାବ ରହେ ନାହିଁ ||3||
ਡਖਣੇ ਮਃ ੫ ॥ ଦକ୍ଷିଣୀ ମହଲା 5॥
ਜਾ ਮੂ ਪਸੀ ਹਠ ਮੈ ਪਿਰੀ ਮਹਿਜੈ ਨਾਲਿ ॥ ଯେତେବେଳେ ମୁଁ ନିଜ ହୃଦୟରେ ଦେଖିଅଛି, ମୋର ସ୍ଵାମୀ ସାଥିରେ ହିଁ ଦେଖା ଯାଇଛି।
ਹਭੇ ਡੁਖ ਉਲਾਹਿਅਮੁ ਨਾਨਕ ਨਦਰਿ ਨਿਹਾਲਿ ॥੧॥ ହେ ନାନକ! ସେ ନିଜର କରୁଣା-ଦୃଷ୍ଟି ଦ୍ଵାରା ମୋତେ ପ୍ରସନ୍ନ କରିଛନ୍ତି ଏବଂ ମୋର ସବୁ ଦୁଃଖ-ଯନ୍ତ୍ରଣା ଦୂର କରି ଦେଇଛନ୍ତି||1||
ਮਃ ੫ ॥ ମହଲା 5॥
ਨਾਨਕ ਬੈਠਾ ਭਖੇ ਵਾਉ ਲੰਮੇ ਸੇਵਹਿ ਦਰੁ ਖੜਾ ॥ ନାନକ ପରମାତ୍ମାଙ୍କ ଦ୍ଵାରରେ ଦଣ୍ଡାୟମାନ ହୋଇ ତାହାଙ୍କ ସେବାରେ ଲୀନ ରହିଥାନ୍ତି।
ਪਿਰੀਏ ਤੂ ਜਾਣੁ ਮਹਿਜਾ ਸਾਉ ਜੋਈ ਸਾਈ ਮੁਹੁ ਖੜਾ ॥੨॥ ହେ ପ୍ରିୟତମ! ମୁଁ କାହିଁକି ଆସିଛି, ତୁ ମୋର ଉଦ୍ଦେଶ୍ୟ ଜାଣି ଅଛୁ; ମୁଁ ନିଜ ମାଲିକଙ୍କ ସୁନ୍ଦର ରୂପ ଦର୍ଶନ କରିବା ପାଇଁ ଆସିଛି||2||
ਮਃ ੫ ॥ ମହଲା 5॥
ਕਿਆ ਗਾਲਾਇਓ ਭੂਛ ਪਰ ਵੇਲਿ ਨ ਜੋਹੇ ਕੰਤ ਤੂ ॥ ଆରେ ମୂର୍ଖ! ତୁ କାହିଁକି ବ୍ୟର୍ଥ କଥା କହୁଅଛୁ, ତୁ ସେତେବେଳେ ଏକ ଯୋଗ୍ୟ ପତି ଅଟୁ, ଯଦି ପରନାରୀ ଆଡେ ଦେଖୁ ନାହୁଁ।
ਨਾਨਕ ਫੁਲਾ ਸੰਦੀ ਵਾੜਿ ਖਿੜਿਆ ਹਭੁ ਸੰਸਾਰੁ ਜਿਉ ॥੩॥ ହେ ନାନକ! ଏହି ସଂପୂର୍ଣ୍ଣ ସଂସାର ଏପରି ପ୍ରସନ୍ନ ହୋଇଛି, ଯେପରି ଫୁଲର ବାଟିକା ହୋଇଥାଏ||3||
ਪਉੜੀ ॥ ପଉଡୀ॥
ਸੁਘੜੁ ਸੁਜਾਣੁ ਸਰੂਪੁ ਤੂ ਸਭ ਮਹਿ ਵਰਤੰਤਾ ॥ ହେ ଈଶ୍ଵର! ତୁ ବଡ ନିପୁଣ, ଚତୁର ଏବଂ ସୁନ୍ଦର ରୂପ ବାଲା ଅଟୁ, ତୁ ହିଁ ସବୁଥିରେ ବ୍ୟାପ୍ତ ଅଟୁ।
ਤੂ ਆਪੇ ਠਾਕੁਰੁ ਸੇਵਕੋ ਆਪੇ ਪੂਜੰਤਾ ॥ ମାଲିକ ଏବଂ ସେବକ ମଧ୍ୟ ତୁ ସ୍ଵୟଂ ହିଁ ଅଟୁ ଆଉ ସ୍ଵୟଂ ହିଁ ନିଜର ପୂଜା କରୁ।
ਦਾਨਾ ਬੀਨਾ ਆਪਿ ਤੂ ਆਪੇ ਸਤਵੰਤਾ ॥ ତୁ ସ୍ଵୟଂ ହିଁ ସତ୍ୟନିଷ୍ଠ ଅଟୁ ଆଉ ସବୁକିଛି ଜାଣିବା ଓ ଦେଖିବା ବାଲା ମଧ୍ୟ ସ୍ଵୟଂ ହିଁ ଅଟୁ।
ਜਤੀ ਸਤੀ ਪ੍ਰਭੁ ਨਿਰਮਲਾ ਮੇਰੇ ਹਰਿ ਭਗਵੰਤਾ ॥ ହେ ମୋର ହରି! ତୁ ହିଁ ବ୍ରହ୍ମଚାରୀ, ସଦାଚାରୀ ଏବଂ ନିର୍ମଳ ରହିବା ବାଲା ଅଟୁ।
ਸਭੁ ਬ੍ਰਹਮ ਪਸਾਰੁ ਪਸਾਰਿਓ ਆਪੇ ਖੇਲੰਤਾ ॥ ସବୁ ବ୍ରହ୍ମର ହିଁ ପ୍ରସାର ଅଟେ ଆଉ ସେଥିରେ ସ୍ଵୟଂ ହିଁ ନିଜର ଲୀଳା ଖେଳୁ।
ਇਹੁ ਆਵਾ ਗਵਣੁ ਰਚਾਇਓ ਕਰਿ ਚੋਜ ਦੇਖੰਤਾ ॥ ଜୀବଙ୍କ ଜନ୍ମ-ମରଣର ଏହି ଚକ୍ର ବନାଇ ସ୍ଵୟଂ ନିଜ ଲୀଳା ଦେଖିଥାନ୍ତି।
ਤਿਸੁ ਬਾਹੁੜਿ ਗਰਭਿ ਨ ਪਾਵਹੀ ਜਿਸੁ ਦੇਵਹਿ ਗੁਰ ਮੰਤਾ ॥ ଯାହାକୁ ସେ ଗୁରୁମନ୍ତ୍ର ଦେଇଥାନ୍ତି, ତାହାକୁ ପୁନଃ ଗର୍ଭ ଯୋନିରେ ଢାଳି ଦିଅନ୍ତି।
ਜਿਉ ਆਪਿ ਚਲਾਵਹਿ ਤਿਉ ਚਲਦੇ ਕਿਛੁ ਵਸਿ ਨ ਜੰਤਾ ॥੪॥ ଜୀବଙ୍କୁ ସେ ଯେପରି ଚଲାଇ ଥାଆନ୍ତି, ସେପରି ହିଁ ସେ ଚାଲିଥାଏ,ଏହି ଜୀବର ବଶରେ କିଛି ମଧ୍ୟ ନାହିଁ। ||4||
ਡਖਣੇ ਮਃ ੫ ॥ ଦକ୍ଷିଣ ମହଲା 5॥
ਕੁਰੀਏ ਕੁਰੀਏ ਵੈਦਿਆ ਤਲਿ ਗਾੜਾ ਮਹਰੇਰੁ ॥ ହେ ଜଗତ ରୂପୀ ନଦୀ କୂଳରେ ଅବସରକାଳୀନ ଚାଲୁଥିବା ପ୍ରାଣୀ! ତୋର ନିମ୍ନରେ ଗଭୀର କଚଡା ଭରି ରହିଛି।
ਵੇਖੇ ਛਿਟੜਿ ਥੀਵਦੋ ਜਾਮਿ ਖਿਸੰਦੋ ਪੇਰੁ ॥੧॥ ଧ୍ୟାନ ସହିତ ଦେଖ, ଯଦି ତୋର ପାଦ ଖସି ଯାଏ, କଚଡା ଦ୍ଵାରା କଳଙ୍କିତ ହୋଇଯିବୁ||1||
ਮਃ ੫ ॥ ମହଲା 5॥
ਸਚੁ ਜਾਣੈ ਕਚੁ ਵੈਦਿਓ ਤੂ ਆਘੂ ਆਘੇ ਸਲਵੇ ॥ ହେ ଜୀବ ରୂପୀ ଯାତ୍ରୀ! ତୁ କାଚ ରୂପୀ ମାୟାକୁ ସତ୍ୟ ଭାବିଅଛୁ ଏବଂ ଏହାକୁ ପାଇବା ପାଇଁ ତୁ ଦଉଡୁ ଅଛୁ।
ਨਾਨਕ ਆਤਸੜੀ ਮੰਝਿ ਨੈਣੂ ਬਿਆ ਢਲਿ ਪਬਣਿ ਜਿਉ ਜੁੰਮਿਓ ॥੨॥ ହେ ନାନକ! ଯେପରି ଅଗ୍ନିରେ ଘିଅ ଢଳା ଯାଇଥାଏ, ଏବଂ ଶିଉଳି ଜଳ ଶୁଖିଗଲେ ନଷ୍ଟ ହୋଇଯାଏ, ସେପରି ହିଁ ଜୀବନ ଅବଧି ସମାପ୍ତ ହେବା ପରେ ନାସ ହୋଇଯିବ||2||
ਮਃ ੫ ॥ ମହଲା 5॥
ਭੋਰੇ ਭੋਰੇ ਰੂਹੜੇ ਸੇਵੇਦੇ ਆਲਕੁ ॥ ହେ ବିଚରା ଅଜ୍ଞାନ ଜୀବ! ପରମାତ୍ମାଙ୍କ ଉପାସନାରେ କାହିଁକି ଆଳସ୍ୟ କରୁଅଛ।
ਮੁਦਤਿ ਪਈ ਚਿਰਾਣੀਆ ਫਿਰਿ ਕਡੂ ਆਵੈ ਰੁਤਿ ॥੩॥ ପ୍ରଭୁଙ୍କ ଠାରୁ ବିଚ୍ଛେଦ ହେବା ଠାରୁ ବହୁତ ଲାମ୍ବା ସମୟ ଅତିବାହିତ ହୋଇ ଯାଇହି, ପ୍ରଭୁ-ମିଳନର ଏହି ସୁନେଲି ଅବସର କେବେ ଆସିବ?||3||


© 2017 SGGS ONLINE
error: Content is protected !!
Scroll to Top