Guru Granth Sahib Translation Project

guru granth sahib odia page-1074

Page 1074

ਆਪੇ ਸਚੁ ਧਾਰਿਓ ਸਭੁ ਸਾਚਾ ਸਚੇ ਸਚਿ ਵਰਤੀਜਾ ਹੇ ॥੪॥ ସେ ସ୍ଵୟଂ ହିଁ ସତ୍ୟ ଧାରଣ କରିଥାଏ, ସବୁଆଡେ ତାହାଙ୍କ ସତ୍ୟର ପ୍ରସାର ଥାଏ ଏବଂ ସେ ପରମ-ସତ୍ୟ ରୂପରେ ହି ସକ୍ରିୟ ଥାଆନ୍ତି||4||
ਸਚੁ ਤਪਾਵਸੁ ਸਚੇ ਕੇਰਾ ॥ ସେହି ପରମ-ସତ୍ୟର ନ୍ୟାୟ ମଧ୍ୟ ସତ୍ୟ ଅଟେ।
ਸਾਚਾ ਥਾਨੁ ਸਦਾ ਪ੍ਰਭ ਤੇਰਾ ॥ ହେ ପ୍ରଭୁ! ତୋର ନିବାସ ସ୍ଥାନ ମଧ୍ୟ ସଦା ଅଟଳ ଅଟେ।
ਸਚੀ ਕੁਦਰਤਿ ਸਚੀ ਬਾਣੀ ਸਚੁ ਸਾਹਿਬ ਸੁਖੁ ਕੀਜਾ ਹੇ ॥੫॥ ହେ ସଚ୍ଚା ମାଲିକ! ତୋର ପ୍ରକୃତି ଓ ବାଣୀ ମଧ୍ୟ ସଚ୍ଚା ଅଟେ ଏବଂ ତୁ ହିଁ ସବୁଆଡେ ସୁଖ ଜାତ କରିଛୁ||5||
ਏਕੋ ਆਪਿ ਤੂਹੈ ਵਡ ਰਾਜਾ ॥ ଏକ ତୁ ହିଁ ସବୁଙ୍କ ଠାରୁ ବଡ ରାଜା ଅଟୁ ଏବଂ
ਹੁਕਮਿ ਸਚੇ ਕੈ ਪੂਰੇ ਕਾਜਾ ॥ ତୋର ସଚ୍ଚା ହୁକୁମ ଦ୍ଵାରା ହିଁ ଜୀବର ସମସ୍ତ କାର୍ଯ୍ୟ ପୁରା ହୋଇଥାଏ।
ਅੰਤਰਿ ਬਾਹਰਿ ਸਭੁ ਕਿਛੁ ਜਾਣੈ ਆਪੇ ਹੀ ਆਪਿ ਪਤੀਜਾ ਹੇ ॥੬॥ ଯାହା ଜଗତର ଜୀବର ଭିତରେ ଓ ବାହାରେ ଥାଏ, ତାହା ସବୁ ତୁ ଜାଣି ଥାଉ ଏବଂ ତୁ ସ୍ଵୟଂ ହିଁ ପ୍ରସନ୍ନ ରହିଥାଉ||6||
ਤੂ ਵਡ ਰਸੀਆ ਤੂ ਵਡ ਭੋਗੀ ॥ ତୁ ବଡ ରସିକ ଆଉ ତୁ ହିଁ ବଡ ଭୋଗୀ ଅଟୁ;
ਤੂ ਨਿਰਬਾਣੁ ਤੂਹੈ ਹੀ ਜੋਗੀ ॥ ତୁ ହିଁ ବାସନା ରହିତ ଆଉ ତୁ ହିଁ ମହାନ ଯୋଗୀ ଅଟୁ।
ਸਰਬ ਸੂਖ ਸਹਜ ਘਰਿ ਤੇਰੈ ਅਮਿਉ ਤੇਰੀ ਦ੍ਰਿਸਟੀਜਾ ਹੇ ॥੭॥ ତୋର ଘରେ ସ୍ଵାଭାବିକ ଅବସ୍ଥା ବାଲା ସର୍ବସୁଖ ଅଛି ଏବଂ ତୋର ଦୃଷ୍ଟିରେ ଅମୃତ ବର୍ଷା ହୋଇଥାଏ||7||
ਤੇਰੀ ਦਾਤਿ ਤੁਝੈ ਤੇ ਹੋਵੈ ॥ ତୋର ଦାନ ତୋ’ ଠାରୁ ହିଁ ଲବ୍ଧ ହୋଇଥାଏ ଏବଂ
ਦੇਹਿ ਦਾਨੁ ਸਭਸੈ ਜੰਤ ਲੋਐ ॥ ସବୁ ଲୋକରେ ଜୀବଙ୍କୁ ତୁ ହିଁ ଦେବା ବାଲା ଅଟୁ।
ਤੋਟਿ ਨ ਆਵੈ ਪੂਰ ਭੰਡਾਰੈ ਤ੍ਰਿਪਤਿ ਰਹੇ ਆਘੀਜਾ ਹੇ ॥੮॥ ତୋର ଭଣ୍ଡାର ଭରି ରହିଥାଏ, ଯାହା କେବେ ମଧ୍ୟ ସମାପ୍ତ ହୁଏନାହିଁ ଏବଂ ସବୁ ଜୀବ ତୃପ୍ତ ହୋଇ ସନ୍ତୁଷ୍ଟ ରହିଥାନ୍ତି||8||
ਜਾਚਹਿ ਸਿਧ ਸਾਧਿਕ ਬਨਵਾਸੀ ॥ ବଡ ବଡ ସିଦ୍ଧ, ସାଧକ ଏବଂ ବନବାସୀ ତୋ’ ଠାରୁ ହିଁ ମାଗିଥାନ୍ତି,
ਜਾਚਹਿ ਜਤੀ ਸਤੀ ਸੁਖਵਾਸੀ ॥ ସନ୍ନ୍ୟାସୀ, ସଦାଚାରୀ ତୋ’ ଠାରେ ହିଁ ଯାଚନା କରିଥାନ୍ତି।
ਇਕੁ ਦਾਤਾਰੁ ਸਗਲ ਹੈ ਜਾਚਿਕ ਦੇਹਿ ਦਾਨੁ ਸ੍ਰਿਸਟੀਜਾ ਹੇ ॥੯॥ ଏକ ତୁ ହିଁ ଦାତା ଅଟୁ, ଅନ୍ୟ ସମସ୍ତେ ଯାଚକ ଅଟନ୍ତି ଏବଂ ସମସ୍ତ ସୃଷ୍ଟିକୁ ତୁ ହିଁ ଦେବା ବାଲା ଅଟୁ||9||
ਕਰਹਿ ਭਗਤਿ ਅਰੁ ਰੰਗ ਅਪਾਰਾ ॥ ଅସଂଖ୍ୟ ଜୀବ ତୋର ଭକ୍ତି କରି ଥାଆନ୍ତି ଏବଂ ତୋ’ ଠାରେ ହିଁ ପ୍ରେମ କରିଥାନ୍ତି;
ਖਿਨ ਮਹਿ ਥਾਪਿ ਉਥਾਪਨਹਾਰਾ ॥ ତୁ ହିଁ ଏକ କ୍ଷଣରେ ବନାଇବା-ଭାଙ୍ଗିବା ବାଲା ଅଟୁ।
ਭਾਰੋ ਤੋਲੁ ਬੇਅੰਤ ਸੁਆਮੀ ਹੁਕਮੁ ਮੰਨਿ ਭਗਤੀਜਾ ਹੇ ॥੧੦॥ ହେ ଅନନ୍ତ ସ୍ଵାମୀ! ତୁ ସର୍ବଶକ୍ତିମାନ ଅଟୁ ଆଉ ଜୀବ ତୋର ହୁକୁମ ହିଁ ମାନି ତୋର ଭକ୍ତି କରିଥାନ୍ତି||10||
ਜਿਸੁ ਦੇਹਿ ਦਰਸੁ ਸੋਈ ਤੁਧੁ ਜਾਣੈ ॥ ଯାହାକୁ ତୁ ଦର୍ଶନ ଦେଉ, କେବଳ ସେ ହିଁ ତୋତେ ଜାଣିଥାଏ।
ਓਹੁ ਗੁਰ ਕੈ ਸਬਦਿ ਸਦਾ ਰੰਗ ਮਾਣੈ ॥ ସେ ଗୁରୁଙ୍କ ଶବ୍ଦ ଦ୍ଵାରା ସଦା ଆନନ୍ଦ ପୂର୍ବକ ରହିଥାଏ।
ਚਤੁਰੁ ਸਰੂਪੁ ਸਿਆਣਾ ਸੋਈ ਜੋ ਮਨਿ ਤੇਰੈ ਭਾਵੀਜਾ ਹੇ ॥੧੧॥ ଯିଏ ତୋର ମନକୁ ଭଲ ଲାଗିଥାଏ, ସେ ହିଁ ଚତୁର, ସୁନ୍ଦର ଏବଂ ବୁଦ୍ଧିମାନ ଅଟେ ||11||
ਜਿਸੁ ਚੀਤਿ ਆਵਹਿ ਸੋ ਵੇਪਰਵਾਹਾ ॥ ଯାହାକୁ ତୁ ସ୍ମରଣ ଆସୁ, ସେ ନିଶ୍ଚିନ୍ତ ଅଟେ,
ਜਿਸੁ ਚੀਤਿ ਆਵਹਿ ਸੋ ਸਾਚਾ ਸਾਹਾ ॥ ଯାହାର ସ୍ମରଣରେ ତୁ ଆସୁ, ସେ ହିଁ ସଚ୍ଚା ବାଦଶାହ ଅଟେ।
ਜਿਸੁ ਚੀਤਿ ਆਵਹਿ ਤਿਸੁ ਭਉ ਕੇਹਾ ਅਵਰੁ ਕਹਾ ਕਿਛੁ ਕੀਜਾ ਹੇ ॥੧੨॥ ଯାହାର ସ୍ମରଣରେ ତୁ ଆସୁ , ତାହାକୁ କୌଣସି ଭୟ ନଥାଏ||12||
ਤ੍ਰਿਸਨਾ ਬੂਝੀ ਅੰਤਰੁ ਠੰਢਾ ॥ ਗੁਰਿ ਪੂਰੈ ਲੈ ਤੂਟਾ ਗੰਢਾ ॥ ଗୁରୁଙ୍କ ସାନ୍ନିଧ୍ୟରେ ତାହାର ତୃଷ୍ଣା ଦୂର ହୋଇଯାଏ ଏବଂ ମନ ଶୀତଳ ହୋଇଯାଏ, ଯିଏ ପୂର୍ଣ୍ଣ ଗୁରୁଙ୍କ ସମ୍ପର୍କରେ ଆସିଥାଏ, ତାହାର ଭଙ୍ଗା ହୃଦୟକୁ ପରମାତ୍ମା ଯୋଡି ଦେଇଥାନ୍ତି।
ਸੁਰਤਿ ਸਬਦੁ ਰਿਦ ਅੰਤਰਿ ਜਾਗੀ ਅਮਿਉ ਝੋਲਿ ਝੋਲਿ ਪੀਜਾ ਹੇ ॥੧੩॥ ତାହାର ହୃଦୟରେ ବ୍ରହ୍ମ-ଶବ୍ଦ ସହିତ ପ୍ରୀତି ଜାଗ୍ରତ ହୋଇଯାଏ ଏବଂ ସେ ଆନନ୍ଦର ସହିତ ନାମମୃତ ପାନ କରିଥାଏ||13||
ਮਰੈ ਨਾਹੀ ਸਦ ਸਦ ਹੀ ਜੀਵੈ ॥ ସେ କେବେ ମରେ ନାହିଁ, ତେଣୁ ସଦା ଜୀବିତ ରହିଥାଏ।
ਅਮਰੁ ਭਇਆ ਅਬਿਨਾਸੀ ਥੀਵੈ ॥ ସେ ଅମର ହୋଇ ଅବିନାଶୀ ବନି ଯାଇଥାଏ।
ਨਾ ਕੋ ਆਵੈ ਨਾ ਕੋ ਜਾਵੈ ਗੁਰਿ ਦੂਰਿ ਕੀਆ ਭਰਮੀਜਾ ਹੇ ॥੧੪॥ ଗୁରୁ ମୋର ଭ୍ରମ ଦୂର କରି ଦେଇଛନ୍ତି ଯେ ନା କେହି ଜନ୍ମ ନେଇଥାଏ ଆଉ ନା କେହି ମରିଥାଏ॥14॥
ਪੂਰੇ ਗੁਰ ਕੀ ਪੂਰੀ ਬਾਣੀ ॥ ପୂର୍ଣ୍ଣ ଗୁରୁଙ୍କ ବାଣୀ ପୂର୍ଣ୍ଣ ଅଟେ।
ਪੂਰੈ ਲਾਗਾ ਪੂਰੇ ਮਾਹਿ ਸਮਾਣੀ ॥ ଯିଏ ପୂର୍ଣ୍ଣ ଗୁରୁଙ୍କ ସାଥିରେ ଲାଗି ଯାଇଥାଏ, ସେ ପୂର୍ଣ୍ଣ ପରମେଶ୍ଵରଙ୍କ ସହିତ ହିଁ ରହିଥାଏ।
ਚੜੈ ਸਵਾਇਆ ਨਿਤ ਨਿਤ ਰੰਗਾ ਘਟੈ ਨਾਹੀ ਤੋਲੀਜਾ ਹੇ ॥੧੫॥ ପରମାତ୍ମାଙ୍କ ସହିତ ଏପରି ଜୀବର ରଙ୍ଗ ଦିନକୁ ଦିନ ବଢିଥାଏ, ଯାହା କେବେ ହ୍ରାସ ହୁଏନାହିଁ||15||
ਬਾਰਹਾ ਕੰਚਨੁ ਸੁਧੁ ਕਰਾਇਆ ॥ ଯେତେବେଳେ ଶତ ପ୍ରତିଶତ ଶୁଦ୍ଧ ହୋଇଥାଏ,
ਨਦਰਿ ਸਰਾਫ ਵੰਨੀ ਸਚੜਾਇਆ ॥ ସେ ବ୍ୟାପାରୀ ନିକଟରେ ସଚ୍ଚା ସିଦ୍ଧ ହୋଇଯାଏ ଏବଂ
ਪਰਖਿ ਖਜਾਨੈ ਪਾਇਆ ਸਰਾਫੀ ਫਿਰਿ ਨਾਹੀ ਤਾਈਜਾ ਹੇ ॥੧੬॥ ତାହାକୁ ବ୍ୟାପାରୀ ଜାଣିଦିଏ ଏବଂ ପରୀକ୍ଷା ପାଇଁ ତାହାକୁ ତାପ ଦିଏନାହିଁ, ଖଜଣାରେ ରଖି ଦେଇଥାଏ||16||
ਅੰਮ੍ਰਿਤ ਨਾਮੁ ਤੁਮਾਰਾ ਸੁਆਮੀ ॥ ହେ ସ୍ଵାମୀ! ତୁମର ନାମ ଅମୃତ ଭଳି ମିଠା ଅଟେ ଏବଂ
ਨਾਨਕ ਦਾਸ ਸਦਾ ਕੁਰਬਾਨੀ ॥ ଦାସ ନାନକ ସଦା ତୁମ ପ୍ରତି ସମର୍ପିତ ଅଟନ୍ତି।
ਸੰਤਸੰਗਿ ਮਹਾ ਸੁਖੁ ਪਾਇਆ ਦੇਖਿ ਦਰਸਨੁ ਇਹੁ ਮਨੁ ਭੀਜਾ ਹੇ ॥੧੭॥੧॥੩॥ ସନ୍ଥଙ୍କ ସଙ୍ଗତିରେ ମୋତେ ମହା ସୁଖ ପ୍ରାପ୍ତ ହୋଇଥାଏ ଏବଂ ତାହାଙ୍କ ଦର୍ଶନ ଦ୍ଵାରା ହିଁ ଏହି ମନ ଖୁସିରେ ଭରି ଯାଇଥାଏ||17||1||3||
ਮਾਰੂ ਮਹਲਾ ੫ ਸੋਲਹੇ ମାରୁ ମହଲା 5 ଷୋହଳ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਗੁਰੁ ਗੋਪਾਲੁ ਗੁਰੁ ਗੋਵਿੰਦਾ ॥ ଗୁରୁ ହିଁ ସଂସାରର ପାଳକ ଅଟନ୍ତି, ଗୁରୁ ହିଁ ଗୋବିନ୍ଦ ଅଟନ୍ତି,
ਗੁਰੁ ਦਇਆਲੁ ਸਦਾ ਬਖਸਿੰਦਾ ॥ ଦୟାର ସାଗର ଗୁରୁ ସର୍ବଦା କ୍ଷମାବାନ ଅଟନ୍ତି।
ਗੁਰੁ ਸਾਸਤ ਸਿਮ੍ਰਿਤਿ ਖਟੁ ਕਰਮਾ ਗੁਰੁ ਪਵਿਤ੍ਰੁ ਅਸਥਾਨਾ ਹੇ ॥੧॥ ଶାସ୍ତ୍ର, ସ୍ମୃତି ଏବଂ ଛଅ କର୍ମର ଜ୍ଞାନ ଗୁରୁ ହିଁ ଅଟେ, ସେ ହିଁ ଆମର ପବିତ୍ର ସ୍ଥାନ ଅଟେ||1||


© 2025 SGGS ONLINE
error: Content is protected !!
Scroll to Top