Guru Granth Sahib Translation Project

guru granth sahib odia page-1075

Page 1075

ਗੁਰੁ ਸਿਮਰਤ ਸਭਿ ਕਿਲਵਿਖ ਨਾਸਹਿ ॥ ଗୁରୁଙ୍କ ସ୍ମରଣ ଦ୍ଵାରା ସବୁ ପାପ-ଦୋଷ ନାଶ ହୋଇଯାଏ,
ਗੁਰੁ ਸਿਮਰਤ ਜਮ ਸੰਗਿ ਨ ਫਾਸਹਿ ॥ ଗୁରୁଙ୍କ ସ୍ମରଣ ଦ୍ଵାରା ଜୀବ ଯମର ଫାଶିରେ ଫସେ ନାହିଁ।
ਗੁਰੁ ਸਿਮਰਤ ਮਨੁ ਨਿਰਮਲੁ ਹੋਵੈ ਗੁਰੁ ਕਾਟੇ ਅਪਮਾਨਾ ਹੇ ॥੨॥ ଗୁରୁଙ୍କ ସ୍ମରଣ ଦ୍ଵାରା ମନ ନିର୍ମଳ ହୋଇଯାଏ ଏବଂ ଜୀବର ଅଭିମାନ ଦୂର ହୋଇଯାଏ||2||
ਗੁਰ ਕਾ ਸੇਵਕੁ ਨਰਕਿ ਨ ਜਾਏ ॥ ଗୁରୁଙ୍କ ସେବା କରିବା ବାଲା ନର୍କରେ ପଡେ ନାହିଁ ଏବଂ
ਗੁਰ ਕਾ ਸੇਵਕੁ ਪਾਰਬ੍ਰਹਮੁ ਧਿਆਏ ॥ ସେ ପରଂବ୍ରହ୍ମଙ୍କ ଧ୍ୟାନ-ମନନ କରିବାରେ ଲୀନ ରହିଥାଏ।
ਗੁਰ ਕਾ ਸੇਵਕੁ ਸਾਧਸੰਗੁ ਪਾਏ ਗੁਰੁ ਕਰਦਾ ਨਿਤ ਜੀਅ ਦਾਨਾ ਹੇ ॥੩॥ ଗୁରୁଙ୍କ ସେବକ ସୁସଙ୍ଗତି ପାଇଥାଏ ଏବଂ ଗୁରୁ ନିତ୍ୟ ସତସଙ୍ଗତିକୁ ନାମ-ଦାନ ଦେଇଥାନ୍ତି||3||
ਗੁਰ ਦੁਆਰੈ ਹਰਿ ਕੀਰਤਨੁ ਸੁਣੀਐ ॥ ଗୁରୁଙ୍କ ଦ୍ଵାରରେ ପରମାତ୍ମାଙ୍କ ଭଜନ କୀର୍ତ୍ତନ ଶୁଣିବା ଉଚିତ,
ਸਤਿਗੁਰੁ ਭੇਟਿ ਹਰਿ ਜਸੁ ਮੁਖਿ ਭਣੀਐ ॥ ସଦଗୁରୁଙ୍କ ସହିତ ମିଳନ କରି ମୁଖରେ ଈଶ୍ଵରଙ୍କ ଯଶୋଗାନ କରିବା ଉଚିତ।
ਕਲਿ ਕਲੇਸ ਮਿਟਾਏ ਸਤਿਗੁਰੁ ਹਰਿ ਦਰਗਹ ਦੇਵੈ ਮਾਨਾਂ ਹੇ ॥੪॥ ଗୁରୁ ନିଜ ସେବକର ସବୁ କଳହ-କ୍ଲେଶ ଦୂର କରିଥାନ୍ତି ଏବଂ ପ୍ରଭୁ-ଦରବାରରେ ତାହାକୁ ଶୋଭା ପ୍ରଦାନ କରାଇ ଥାଆନ୍ତି||4||
ਅਗਮੁ ਅਗੋਚਰੁ ਗੁਰੂ ਦਿਖਾਇਆ ॥ ଗୁରୁ ହିଁ ଅଗମ୍ୟ-ଅଗୋଚର ପରମେଶ୍ଵରଙ୍କ ଦର୍ଶନ କରାଇ ଥାଆନ୍ତି ଏବଂ
ਭੂਲਾ ਮਾਰਗਿ ਸਤਿਗੁਰਿ ਪਾਇਆ ॥ ଭୁଲିଥିବା ଜୀବକୁ ସଦଗୁରୁ ଉଚିତ ମାର୍ଗରେ ଲଗାଇଛନ୍ତି।
ਗੁਰ ਸੇਵਕ ਕਉ ਬਿਘਨੁ ਨ ਭਗਤੀ ਹਰਿ ਪੂਰ ਦ੍ਰਿੜ੍ਹ੍ਹਾਇਆ ਗਿਆਨਾਂ ਹੇ ॥੫॥ ଗୁରୁଙ୍କ ସେବକକୁ ପ୍ରଭୁ-ଭକ୍ତିର ଫଳ ସ୍ୱରୂପ କୌଣସି ବିଘ୍ନ ଆସେ ନାହିଁ ଏବଂ ଗୁରୁ ତାହା ଠାରେ ପୂର୍ଣ୍ଣ ଜ୍ଞାନ ଦୃଢ କରାଇଛନ୍ତି||5||
ਗੁਰਿ ਦ੍ਰਿਸਟਾਇਆ ਸਭਨੀ ਠਾਂਈ ॥ ଗୁରୁ ତାହାକୁ ସର୍ବ ବ୍ୟାପୀ ଦେଖାଇ ଦେଇଛନ୍ତି,
ਜਲਿ ਥਲਿ ਪੂਰਿ ਰਹਿਆ ਗੋਸਾਈ ॥ ପରମାତ୍ମା ସମୁଦ୍ର ଓ ପୃଥିବୀରେ ମଧ୍ୟ ବ୍ୟାପ୍ତ ଅଟନ୍ତି।
ਊਚ ਊਨ ਸਭ ਏਕ ਸਮਾਨਾਂ ਮਨਿ ਲਾਗਾ ਸਹਜਿ ਧਿਆਨਾ ਹੇ ॥੬॥ ବଡ ଓ ସାନ ସମସ୍ତେ ତାହାଙ୍କ ପାଇଁ ସମାନ , ଏଣୁ ସ୍ଵାଭାବିକ ଭାବରେ ମଧ୍ୟ ତାହାଙ୍କ ମନ ଧ୍ୟାନ ରେ ଲାଗି ଯାଇଥାଏ||6||
ਗੁਰਿ ਮਿਲਿਐ ਸਭ ਤ੍ਰਿਸਨ ਬੁਝਾਈ ॥ ଗୁରୁଙ୍କ ସହ ମିଶିଲେ ସବୁ ତୃଷ୍ଣା ମେଣ୍ଟି ଯାଏ
ਗੁਰਿ ਮਿਲਿਐ ਨਹ ਜੋਹੈ ਮਾਈ ॥ ଗୁରୁଙ୍କ ସହ ଦେଖାସାକ୍ଷାତ ହେବା କାରଣରୁ ମାୟା ମଧ୍ୟ ପ୍ରଭାବିତ କରିପାରୁ ନାହିଁ।
ਸਤੁ ਸੰਤੋਖੁ ਦੀਆ ਗੁਰਿ ਪੂਰੈ ਨਾਮੁ ਅੰਮ੍ਰਿਤੁ ਪੀ ਪਾਨਾਂ ਹੇ ॥੭॥ ପୂର୍ଣ୍ଣ ଗୁରୁ ସତ୍ୟ-ସନ୍ତୋଷ ପ୍ରଦାନ କରିଛନ୍ତି ଏବଂ ଗୁରୁଙ୍କ ସାନ୍ନିଧ୍ୟରେ ନାମାମୃତର ହିଁ ପାନ କରିଛନ୍ତି||7||
ਗੁਰ ਕੀ ਬਾਣੀ ਸਭ ਮਾਹਿ ਸਮਾਣੀ ॥ ଗୁରୁଙ୍କ ବାଣୀ ସବୁଙ୍କ ହୃଦୟରେ ରହିଥାଏ।
ਆਪਿ ਸੁਣੀ ਤੈ ਆਪਿ ਵਖਾਣੀ ॥ ସେ ସ୍ଵୟଂ ହିଁ ତାହାଙ୍କ ଯଶ ଶୁଣିଛନ୍ତି ଏବଂ ସ୍ଵୟଂ ହିଁ ତାହାଙ୍କ ବର୍ଣ୍ଣନା କରିଛନ୍ତି।
ਜਿਨਿ ਜਿਨਿ ਜਪੀ ਤੇਈ ਸਭਿ ਨਿਸਤ੍ਰੇ ਤਿਨ ਪਾਇਆ ਨਿਹਚਲ ਥਾਨਾਂ ਹੇ ॥੮॥ ଯେଉଁ ଯେଉଁ ଜିଜ୍ଞାସୁ ବାଣୀ ଜପ କରିଛନ୍ତି, ସେମାନେ ସମସ୍ତେ ସଂସାର ସାଗରରୁ ପାର ହୋଇ ଯାଇଛନ୍ତି ଏବଂ ସେମାନେ ଅଟଳ ସ୍ଥାନ ପ୍ରାପ୍ତ କରିଛନ୍ତି||8||
ਸਤਿਗੁਰ ਕੀ ਮਹਿਮਾ ਸਤਿਗੁਰੁ ਜਾਣੈ ॥ ସଦଗୁରୁଙ୍କ ମହିମାକୁ ଗୁରୁ ସ୍ଵୟଂ ହିଁ ଜାଣିଥାନ୍ତି।
ਜੋ ਕਿਛੁ ਕਰੇ ਸੁ ਆਪਣ ਭਾਣੈ ॥ ଯାହା କିଛି ସେ କରିଥାନ୍ତି, ନିଜ ଇଚ୍ଛାରେ ହିଁ କରିଥାନ୍ତି।
ਸਾਧੂ ਧੂਰਿ ਜਾਚਹਿ ਜਨ ਤੇਰੇ ਨਾਨਕ ਸਦ ਕੁਰਬਾਨਾਂ ਹੇ ॥੯॥੧॥੪॥ ନାନକ ପ୍ରାର୍ଥନା କରନ୍ତି ଯେ ହେ ଈଶ୍ଵର! ତୋର ଭକ୍ତଜନ ସାଧୁ-ମହାପୁରୁଷଙ୍କ ଚରଣ-ଧୂଳି ହିଁ ଚାହିଁ ଥାଆନ୍ତି ଏବଂ ସର୍ବଦା ତୋ’ ପ୍ରତି ସମର୍ପିତ ଯାଇଥାନ୍ତି||9||1||4||
ਮਾਰੂ ਸੋਲਹੇ ਮਹਲਾ ੫ ମାରୁ ଷୋହଳ ମହଲା 5
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਆਦਿ ਨਿਰੰਜਨੁ ਪ੍ਰਭੁ ਨਿਰੰਕਾਰਾ ॥ ସୃଷ୍ଟିର ଆଦି, ମାୟାତୀତ, ନିର୍ଗୁଣ ପ୍ରଭୁ ସବୁଙ୍କ ଠାରେ ସକ୍ରିୟ ହୋଇ ମଧ୍ୟ ସ୍ଵୟଂ ନିର୍ଲିପ୍ତ ରହିଥାନ୍ତି।
ਸਭ ਮਹਿ ਵਰਤੈ ਆਪਿ ਨਿਰਾਰਾ ॥ ତାହାଙ୍କ କୌଣସି ବର୍ଣ୍ଣ, ଜାତି ଏବଂ ଚିହ୍ନ ନାହିଁ,
ਵਰਨੁ ਜਾਤਿ ਚਿਹਨੁ ਨਹੀ ਕੋਈ ਸਭ ਹੁਕਮੇ ਸ੍ਰਿਸਟਿ ਉਪਾਇਦਾ ॥੧॥ ସେ ନିଜ ହୁକୁମ ଦ୍ଵାରା ସମସ୍ତ ସୃଷ୍ଟିକୁ ଉତ୍ପନ୍ନ କରିଥାନ୍ତି||1||
ਲਖ ਚਉਰਾਸੀਹ ਜੋਨਿ ਸਬਾਈ ॥ ଚଉରାଅଶି ଲକ୍ଷ ଯୋନିରୁ
ਮਾਣਸ ਕਉ ਪ੍ਰਭਿ ਦੀਈ ਵਡਿਆਈ ॥ ପ୍ରଭୁ ମନୁଷ୍ୟକୁ ହିଁ ଗୌରବ ପ୍ରଦାନ କରିଛନ୍ତି,
ਇਸੁ ਪਉੜੀ ਤੇ ਜੋ ਨਰੁ ਚੂਕੈ ਸੋ ਆਇ ਜਾਇ ਦੁਖੁ ਪਾਇਦਾ ॥੨॥ କିନ୍ତୁ ଯେଉଁ ମନୁଷ୍ୟ ଏହି ସୁ ଅବସର ପ୍ରାପ୍ତ କରି ମଧ୍ୟ ଭକ୍ତି-ସ୍ମରଣ କରନ୍ତି ନାହିଁ, ସେ ଜୀବନ-ମୃତ୍ୟୁର ବନ୍ଧନରେ ପଡି ଦୁଃଖ ହିଁ ପ୍ରାପ୍ତ କରିଥାଏ||2||
ਕੀਤਾ ਹੋਵੈ ਤਿਸੁ ਕਿਆ ਕਹੀਐ ॥ ଈଶ୍ଵରଙ୍କ ଦ୍ଵାରା ଯାହା ବନା ଯାଇଥାଏ, ତାହାର କଣ ପ୍ରଶଂସା କରା ଯାଇପାରେ?
ਗੁਰਮੁਖਿ ਨਾਮੁ ਪਦਾਰਥੁ ਲਹੀਐ ॥ ନାମ ରୂପୀ ପଦାର୍ଥ ଗୁରୁଙ୍କ ମାଧ୍ୟମରୁ ହିଁ ପ୍ରାପ୍ତ ହୋଇଥାଏ।
ਜਿਸੁ ਆਪਿ ਭੁਲਾਏ ਸੋਈ ਭੂਲੈ ਸੋ ਬੂਝੈ ਜਿਸਹਿ ਬੁਝਾਇਦਾ ॥੩॥ ସେହି ମନୁଷ୍ୟ ଭୁଲି ଯାଇଥାଏ, ଯାହାକୁ ସେ ସ୍ଵୟଂ ଭୁଲାଇ ଦେଇଥାନ୍ତି ଏବଂ ସେ ହିଁ ସତ୍ୟକୁ ବୁଝିଥାଏ, ଯାହାକୁ ସେ ସ୍ଵୟଂ ଜ୍ଞାନ ପ୍ରଦାନ କରିଥାନ୍ତି||3||
ਹਰਖ ਸੋਗ ਕਾ ਨਗਰੁ ਇਹੁ ਕੀਆ ॥ ପରଂବ୍ରହ୍ମ ଖୁସି ଏବଂ ଦୁଃଖର ଏହି ଶରୀର ରୂପୀ ନଗର ବନାଇଛନ୍ତି,
ਸੇ ਉਬਰੇ ਜੋ ਸਤਿਗੁਰ ਸਰਣੀਆ ॥ ଯିଏ ସଦଗୁରୁଙ୍କ ଶରଣରେ ଆସିଥାଏ, ତାହାର ଉଦ୍ଧାର ହୋଇଯାଏ।
ਤ੍ਰਿਹਾ ਗੁਣਾ ਤੇ ਰਹੈ ਨਿਰਾਰਾ ਸੋ ਗੁਰਮੁਖਿ ਸੋਭਾ ਪਾਇਦਾ ॥੪॥ ଯିଏ ମାୟାର ତିନ ଗୁଣରେ ନିର୍ଲିପ୍ତ ରହିଥାଏ, ସେହି ଗୁରୁମୁଖୀ ଶୋଭାର ପାତ୍ର ବନିଥାଏ||4||
ਅਨਿਕ ਕਰਮ ਕੀਏ ਬਹੁਤੇਰੇ ॥ ମନୁଷ୍ୟ ଅନେକ ପ୍ରକାରର କର୍ମ କରିଥାଏ,
ਜੋ ਕੀਜੈ ਸੋ ਬੰਧਨੁ ਪੈਰੇ ॥ କିନ୍ତୁ ଯେଉଁ କର୍ମ କରିଥାଏ, ତାହାର ପାଦରେ ସେହି ବନ୍ଧନ ପଡିଥାଏ।
ਕੁਰੁਤਾ ਬੀਜੁ ਬੀਜੇ ਨਹੀ ਜੰਮੈ ਸਭੁ ਲਾਹਾ ਮੂਲੁ ਗਵਾਇਦਾ ॥੫॥ ଯଦି କେହି ଅସମୟରେ ବୀଜ ବୁଣିଥାଏ, ସେ ଅମଳ କରିପାରେ ନାହିଁ ଏବଂ ନିଜର ମୂଳ ହରାଇଥାଏ||5||
ਕਲਜੁਗ ਮਹਿ ਕੀਰਤਨੁ ਪਰਧਾਨਾ ॥ କଳିଯୁଗରେ ପରମାତ୍ମାଙ୍କ ଭଜନ-କୀର୍ତ୍ତନ ହିଁ ପ୍ରଧାନ କର୍ମ ଅଟେ,
ਗੁਰਮੁਖਿ ਜਪੀਐ ਲਾਇ ਧਿਆਨਾ ॥ ଏଣୁ, ଗୁରୁଙ୍କ ସାନ୍ନିଧ୍ୟରେ ଧ୍ୟାନ ଲଗାଇ ତାହାଙ୍କ ନାମ ଜପ କରିବା ଉଚିତ।


© 2017 SGGS ONLINE
error: Content is protected !!
Scroll to Top