Guru Granth Sahib Translation Project

guru granth sahib odia page-851

Page 851

ਮਨਮੁਖ ਅਗਿਆਨੀ ਅੰਧੁਲੇ ਜਨਮਿ ਮਰਹਿ ਫਿਰਿ ਆਵੈ ਜਾਏ ॥ ମନମୁଖୀ ଅଜ୍ଞାନ ଜୀବ ହିଁ ଅନ୍ଧ ଅଟେ, ସେ ଜନ୍ମ ହୋଇ ମରିଥାଏ ଏବଂ ବାରମ୍ବାର ଦୁନିଆକୁ ଆସିଥାଏ ଓ ଯାଇଥାଏ ।
ਕਾਰਜ ਸਿਧਿ ਨ ਹੋਵਨੀ ਅੰਤਿ ਗਇਆ ਪਛੁਤਾਏ ॥ ତାହାର କୌଣସି କାମ ସିଦ୍ଧ ହୋଇନଥାଏ ଏବଂ ଶେଷରେ ପାଶ୍ଚାତାପ କରି ଚାଲିଯାଇଥାଏ ।
ਜਿਸੁ ਕਰਮੁ ਹੋਵੈ ਤਿਸੁ ਸਤਿਗੁਰੁ ਮਿਲੈ ਸੋ ਹਰਿ ਹਰਿ ਨਾਮੁ ਧਿਆਏ ॥ ଯାହା ଉପରେ ପ୍ରଭୁଙ୍କ କୃପା ଥାଏ, ତାହାଙ୍କୁ ସଦଗୁରୁ ମିଳି ଯାଆନ୍ତି ଏବଂ ସେ ପ୍ରଭୁ ନାମକୁ ହିଁ ଧ୍ୟାନ କରିଥାଏ ।
ਨਾਮਿ ਰਤੇ ਜਨ ਸਦਾ ਸੁਖੁ ਪਾਇਨ੍ਹ੍ਹਿ ਜਨ ਨਾਨਕ ਤਿਨ ਬਲਿ ਜਾਏ ॥੧॥ ନାମରେ ଲୀନ ରହୁଥିବା ଉପାସକ ସର୍ବଦା ସୁଖ ହାସଲ କରିଥାଏ ଏବଂ ନାନକ ତାହାଙ୍କ ପ୍ରତି ସମର୍ପିତ ଯାଆନ୍ତି॥1॥
ਮਃ ੩ ॥ ମହଲା 3 ॥
ਆਸਾ ਮਨਸਾ ਜਗਿ ਮੋਹਣੀ ਜਿਨਿ ਮੋਹਿਆ ਸੰਸਾਰੁ ॥ ଆଶା ଏବଂ ଅଭିଳାଷ ଜଗତକୁ ମୋହି ନେବା ବାଲା ଅଟେ, ଯାହା ପୁରା ସଂସାରକୁ ମୋହିନିଏ।
ਸਭੁ ਕੋ ਜਮ ਕੇ ਚੀਰੇ ਵਿਚਿ ਹੈ ਜੇਤਾ ਸਭੁ ਆਕਾਰੁ ॥ ଜଗତର ସମସ୍ତେ ମୃତ୍ୟୁର ବଶରେ ଅଛନ୍ତି।
ਹੁਕਮੀ ਹੀ ਜਮੁ ਲਗਦਾ ਸੋ ਉਬਰੈ ਜਿਸੁ ਬਖਸੈ ਕਰਤਾਰੁ ॥ ପରମାତ୍ମାଙ୍କ ହୁକୁମରୁ ହିଁ ମୃତ୍ୟୁ ଆସିଥାଏ, କେବଳ ସେ ହିଁ ବଞ୍ଚିଥାଏ, ଯାହାକୁ କର୍ତ୍ତା କ୍ଷମା କରିଦେଇଥାନ୍ତି।
ਨਾਨਕ ਗੁਰ ਪਰਸਾਦੀ ਏਹੁ ਮਨੁ ਤਾਂ ਤਰੈ ਜਾ ਛੋਡੈ ਅਹੰਕਾਰੁ ॥ ହେ ନାନକ! ଗୁରୁଙ୍କ କୃପାରୁ ହିଁ ଏହି ମନ ଭବସାଗରରୁ ପାର ହୋଇଯାଏ, ଯେତେବେଳେ ଅହଂକାର ତ୍ୟାଗ କରିଥାଏ।
ਆਸਾ ਮਨਸਾ ਮਾਰੇ ਨਿਰਾਸੁ ਹੋਇ ਗੁਰ ਸਬਦੀ ਵੀਚਾਰੁ ॥੨॥ ଗୁରୁ-ଶବ୍ଦର ଚିନ୍ତନ କରି ଜୀବ ନିଜ ଆଶା-ଅଭିଳାଷ ଦୂର କରି ବୈରାଗୀ ହୋଇଯାଏ॥2॥
ਪਉੜੀ ॥ ପଉଡୀ॥
ਜਿਥੈ ਜਾਈਐ ਜਗਤ ਮਹਿ ਤਿਥੈ ਹਰਿ ਸਾਈ ॥ ଏହି ଜଗତର ସବୁଠାରେ ପ୍ରଭୁ ବିଦ୍ୟମାନ ଅଛନ୍ତି।
ਅਗੈ ਸਭੁ ਆਪੇ ਵਰਤਦਾ ਹਰਿ ਸਚਾ ਨਿਆਈ ॥ ସଚ୍ଚା ନ୍ୟାୟ କରୁଥିବା ପରମାତ୍ମା ପରଲୋକରେ ସର୍ବତ୍ର ସ୍ଵୟଂ ହିଁ କାର୍ଯ୍ୟ ଚଲାଇ ଥାଆନ୍ତି, ଯିଏ ସତ୍ୟର ଅଟନ୍ତି।
ਕੂੜਿਆਰਾ ਕੇ ਮੁਹ ਫਿਟਕੀਅਹਿ ਸਚੁ ਭਗਤਿ ਵਡਿਆਈ ॥ ସେଠାରେ ମିଥ୍ୟା ଲୋକକୁ ହିଁ ତିରସ୍କାର କରାଯାଇ ଥାଏ, ଭକ୍ତି କରୁଥିବା ସଚ୍ଚା ବ୍ୟକ୍ତିର ଶୋଭା ପ୍ରାପ୍ତ ହୋଇଥାଏ।
ਸਚੁ ਸਾਹਿਬੁ ਸਚਾ ਨਿਆਉ ਹੈ ਸਿਰਿ ਨਿੰਦਕ ਛਾਈ ॥ ସବୁଙ୍କ ମାଲିକ ଏକ ଇଶ୍ଵର ସତ୍ୟ ଅଟନ୍ତି, ତାହାଙ୍କ ନ୍ୟାୟ ମଧ୍ୟ ସତ୍ୟ ଅଟେ, ନିନ୍ଦୁକର ମସ୍ତକ ଉପରେ ଧୂଳି ପଡିଥାଏ।
ਜਨ ਨਾਨਕ ਸਚੁ ਅਰਾਧਿਆ ਗੁਰਮੁਖਿ ਸੁਖੁ ਪਾਈ ॥੫॥ ହେ ନାନକ! ଗୁରୁଙ୍କ ମାଧ୍ୟମରୁ ଆରାଧନା କରିଛି, ସୁଖ ପ୍ରାପ୍ତ କରିଛି॥5॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਪੂਰੈ ਭਾਗਿ ਸਤਿਗੁਰੁ ਪਾਈਐ ਜੇ ਹਰਿ ਪ੍ਰਭੁ ਬਖਸ ਕਰੇਇ ॥ ଯଦି ପ୍ରଭୁ ଅନୁକମ୍ପା କରନ୍ତି, ପୂର୍ଣ୍ଣ ଭାଗ୍ୟରୁ ସଦଗୁରୁ ପ୍ରାପ୍ତ ହୋଇଥାଏ।
ਓਪਾਵਾ ਸਿਰਿ ਓਪਾਉ ਹੈ ਨਾਉ ਪਰਾਪਤਿ ਹੋਇ ॥ ଜୀବନର ସବୁ ଉପାୟ ମଧ୍ୟରେ ଉତ୍ତମ ଉପାୟ ଯେ ଜୀବକୁ ନାମ ପ୍ରାପ୍ତ ହେଉ।
ਅੰਦਰੁ ਸੀਤਲੁ ਸਾਂਤਿ ਹੈ ਹਿਰਦੈ ਸਦਾ ਸੁਖੁ ਹੋਇ ॥ ଏହା ଦ୍ଵାରା ମନକୁ ବହୁତ ଶାନ୍ତି ମିଳିଥାଏ ଏବଂ ହୃଦୟ ସର୍ବଦା ସୁଖୀ ରହିଥାଏ।
ਅੰਮ੍ਰਿਤੁ ਖਾਣਾ ਪੈਨ੍ਹ੍ਹਣਾ ਨਾਨਕ ਨਾਇ ਵਡਿਆਈ ਹੋਇ ॥੧॥ ହେ ନାନକ! ନାମାମୃତ ହିଁ ସେହି ଜୀବର ଖାଇବା-ପିନ୍ଧିବା ଅର୍ଥାତ ଜୀବନ ଆଚରଣ ବନିଯାଏ ଏବଂ ନାମ ଦ୍ଵାରା ହିଁ ଲୋକ ପରଲୋକରେ ବଡିମା ମିଳିଥାଏ॥1॥
ਮਃ ੩ ॥ ମହଲା 3॥
ਏ ਮਨ ਗੁਰ ਕੀ ਸਿਖ ਸੁਣਿ ਪਾਇਹਿ ਗੁਣੀ ਨਿਧਾਨੁ ॥ ହେ ମନ! ଗୁରୁଙ୍କ ଶିକ୍ଷା ଶୁଣ, ଏହିପରି ତୋତେ ଗୁଣର ଭଣ୍ଡାର ପ୍ରାପ୍ତ ହେବ।
ਸੁਖਦਾਤਾ ਤੇਰੈ ਮਨਿ ਵਸੈ ਹਉਮੈ ਜਾਇ ਅਭਿਮਾਨੁ ॥ ସୁଖ ଦେବା ବାଲା ଇଶ୍ଵର ତୋର ମନରେ ସ୍ଥିତ ହେବେ ଏବଂ ତୋର ଅହଂତ୍ଵ ଏବଂ ଅଭିମାନ ଦୂର ହୋଇଯିବ।
ਨਾਨਕ ਨਦਰੀ ਪਾਈਐ ਅੰਮ੍ਰਿਤੁ ਗੁਣੀ ਨਿਧਾਨੁ ॥੨॥ ହେ ନାନକ! ନାମାମୃତ, ଗୁଣର ଭଣ୍ଡାର, ତାହାଙ୍କ କୃପାଦୃଷ୍ଟି ଦ୍ଵାରା ପ୍ରାପ୍ତ କରାଯାଇ ପାରେ॥2॥
ਪਉੜੀ ॥ ପଉଡୀ॥
ਜਿਤਨੇ ਪਾਤਿਸਾਹ ਸਾਹ ਰਾਜੇ ਖਾਨ ਉਮਰਾਵ ਸਿਕਦਾਰ ਹਹਿ ਤਿਤਨੇ ਸਭਿ ਹਰਿ ਕੇ ਕੀਏ ॥ ଦୁନିଆରେ ଯେତେ ବାଦଶାହ, ରାଜା ଅଛନ୍ତି, ସମସ୍ତେ ଈଶ୍ଵରଙ୍କ ଠାରୁ ଜାତ ହୋଇଛନ୍ତି।
ਜੋ ਕਿਛੁ ਹਰਿ ਕਰਾਵੈ ਸੁ ਓਇ ਕਰਹਿ ਸਭਿ ਹਰਿ ਕੇ ਅਰਥੀਏ ॥ ଯାହା କିଛି ଇଶ୍ଵର ନିଜ ଇଚ୍ଛାରେ କରାଇ ଥାଆନ୍ତି, ସେ ସେହି କାର୍ଯ୍ୟ କରିଥାଏ। ବାସ୍ତବରେ ସେ ପ୍ରଭୁଙ୍କ ସନମୁଖ ଭିକାରି ଅଟେ।
ਸੋ ਐਸਾ ਹਰਿ ਸਭਨਾ ਕਾ ਪ੍ਰਭੁ ਸਤਿਗੁਰ ਕੈ ਵਲਿ ਹੈ ਤਿਨਿ ਸਭਿ ਵਰਨ ਚਾਰੇ ਖਾਣੀ ਸਭ ਸ੍ਰਿਸਟਿ ਗੋਲੇ ਕਰਿ ਸਤਿਗੁਰ ਅਗੈ ਕਾਰ ਕਮਾਵਣ ਕਉ ਦੀਏ ॥ ଏପରି ପରମାତ୍ମା ସବୁଙ୍କ ମାଲିକ ଅଟନ୍ତି, ଯିଏ ସଦଗୁରୁଙ୍କ ପକ୍ଷରେ ଥାଆନ୍ତି। ସେ ସବୁ ବର୍ଣ୍ଣ, ଚାରି ସ୍ରୋତ ଏବଂ ସାରା ସୃଷ୍ଟିର ଜୀବ ସଦଗୁରୁଙ୍କ ସେବା କରିବା ପାଇଁ ତାହାଙ୍କ ସେବକ ବନାଇ ଥାଆନ୍ତି।
ਹਰਿ ਸੇਵੇ ਕੀ ਐਸੀ ਵਡਿਆਈ ਦੇਖਹੁ ਹਰਿ ਸੰਤਹੁ ਜਿਨਿ ਵਿਚਹੁ ਕਾਇਆ ਨਗਰੀ ਦੁਸਮਨ ਦੂਤ ਸਭਿ ਮਾਰਿ ਕਢੀਏ ॥ ହେ ସନ୍ଥଜନ! ଦେଖ, ଈଶ୍ଵରଙ୍କ ଉପାସନାର ମହିମା ଏତେ ଯେ ସେ କାୟା ରୂପୀ ନଗରୀରୁ ସବୁ ଶତ୍ରୁ-ଦୂତ କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାରକୁ ନଷ୍ଟ କରି ବାହାର କରି ଦେଇଛନ୍ତି।
ਹਰਿ ਹਰਿ ਕਿਰਪਾਲੁ ਹੋਆ ਭਗਤ ਜਨਾ ਉਪਰਿ ਹਰਿ ਆਪਣੀ ਕਿਰਪਾ ਕਰਿ ਹਰਿ ਆਪਿ ਰਖਿ ਲੀਏ ॥੬॥ ହରି ଭକ୍ତଜନଙ୍କ ଉପରେ କୃପାଳୁ ହୋଇଛନ୍ତି ଏବଂ କୃପା କରି ସେ ସ୍ଵୟଂ ହିଁ ରକ୍ଷା କରିଛନ୍ତି॥6॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਅੰਦਰਿ ਕਪਟੁ ਸਦਾ ਦੁਖੁ ਹੈ ਮਨਮੁਖ ਧਿਆਨੁ ਨ ਲਾਗੈ ॥ ମନମୁଖୀର ଧ୍ୟାନ ଲାଗେ ନାହିଁ, ମନରେ କପଟ ହେବା କାରଣରୁ ସର୍ବଦା ଦୁଃଖ ଭୋଗ କରିଥାଏ।
ਦੁਖ ਵਿਚਿ ਕਾਰ ਕਮਾਵਣੀ ਦੁਖੁ ਵਰਤੈ ਦੁਖੁ ਆਗੈ ॥ ସେ ଦୁଃଖରେ ହିଁ କାର୍ଯ୍ୟ କରିଥାଏ ଏବଂ ସର୍ବଦା ଦୁଃଖଗ୍ରସ୍ତ ରହିଥାଏ ଏବଂ ପରଲୋକରେ ଦୁଃଖୀ ରହିଥାଏ।
ਕਰਮੀ ਸਤਿਗੁਰੁ ਭੇਟੀਐ ਤਾ ਸਚਿ ਨਾਮਿ ਲਿਵ ਲਾਗੈ ॥ ଯଦି ପ୍ରଭୁ-କୃପା ହୋଇଯାଏ, ସଦଗୁରୁଙ୍କ ସହିତ ଭେଟ ହୋଇଯାଏ ଏବଂ ସତ୍ୟନାମରେ ଲଗ୍ନ ଲାଗିଯାଏ।
ਨਾਨਕ ਸਹਜੇ ਸੁਖੁ ਹੋਇ ਅੰਦਰਹੁ ਭ੍ਰਮੁ ਭਉ ਭਾਗੈ ॥੧॥ ହେ ନାନକ! ପୁଣି ସ୍ଵାଭାବିକ ଭାବରେ ସୁଖ ପ୍ରାପ୍ତ ହୋଇଯାଏ, ଯାହା ଦ୍ଵାରା ମନରୁ ଭ୍ରମ ଓ ମୃତ୍ୟୁର ଭୟ ଦୂର ହୋଇଯାଏ॥1॥
ਮਃ ੩ ॥ ମହଲା 3॥
ਗੁਰਮੁਖਿ ਸਦਾ ਹਰਿ ਰੰਗੁ ਹੈ ਹਰਿ ਕਾ ਨਾਉ ਮਨਿ ਭਾਇਆ ॥ ଗୁରୁମୁଖୀ ସର୍ବଦା ହରି-ରଙ୍ଗରେ ଲୀନ ରହିଥାଏ ଏବଂ ହରିଙ୍କ ନାମ ହିଁ ତାହାକୁ ଭଲ ଲାଗିଥାଏ।


© 2025 SGGS ONLINE
error: Content is protected !!
Scroll to Top