Guru Granth Sahib Translation Project

guru granth sahib odia page-649

Page 649

ਮਃ ੩ ॥ ମହଲା 3 ॥
ਸੰਤਾ ਨਾਲਿ ਵੈਰੁ ਕਮਾਵਦੇ ਦੁਸਟਾ ਨਾਲਿ ਮੋਹੁ ਪਿਆਰੁ ॥ ନିନ୍ଦୁକ ବ୍ୟକ୍ତି ସନ୍ଥଙ୍କ ସହିତ ବଡ ଶତ୍ରୁତା ରଖିଥାଏ, କିନ୍ତୁ ଦୁଷ୍ଟ ସହିତ ତାହାର ବଡ ମୋହ ଓ ପ୍ରେମ ଥାଏ।
ਅਗੈ ਪਿਛੈ ਸੁਖੁ ਨਹੀ ਮਰਿ ਜੰਮਹਿ ਵਾਰੋ ਵਾਰ ॥ ଏପରି ବ୍ୟକ୍ତିକୁ ଲୋକ ପରଲୋକରେ କଦାପି ସୁଖ ମିଳେନାହିଁ, ଯେଉଁ କାରଣରୁ ପୀଡିତ ହୋଇ ପୁନଃ ଜନ୍ମ ହୋଇ ମରିଥାଏ।
ਤ੍ਰਿਸਨਾ ਕਦੇ ਨ ਬੁਝਈ ਦੁਬਿਧਾ ਹੋਇ ਖੁਆਰੁ ॥ ତାହାର ତୃଷ୍ଣା କଦାପି ମେଣ୍ଟେ ନାହିଁ ଆଉ ଦ୍ଵିଧାରେ ପଡି ଧ୍ଵଂସ ହୋଇଯାଏ।
ਮੁਹ ਕਾਲੇ ਤਿਨਾ ਨਿੰਦਕਾ ਤਿਤੁ ਸਚੈ ਦਰਬਾਰਿ ॥ ସେହି ନିନ୍ଦୁକକୁ ସତ୍ୟର ଦରବାରରେ ମୁହଁ କଳା କରି ଦିଆଯାଏ।
ਨਾਨਕ ਨਾਮ ਵਿਹੂਣਿਆ ਨਾ ਉਰਵਾਰਿ ਨ ਪਾਰਿ ॥੨॥ ହେ ନାନକ! ହରିନାମ ବିହୀନ ବ୍ୟକ୍ତିକୁ ଲୋକ-ପରଲୋକ କେଉଁଠି ମଧ୍ୟ ଶରଣ ମିଳେନାହିଁ॥2॥
ਪਉੜੀ ॥ ପଉଡି ॥
ਜੋ ਹਰਿ ਨਾਮੁ ਧਿਆਇਦੇ ਸੇ ਹਰਿ ਹਰਿ ਨਾਮਿ ਰਤੇ ਮਨ ਮਾਹੀ ॥ ଯେଉଁ ବ୍ୟକ୍ତି ହରିନାମର ଧ୍ୟାନ କରିଥାଏ, ସେ ନିଜ ହୃଦୟରେ ହରିନାମରେ ମଗ୍ନ ରହିଥାଏ।
ਜਿਨਾ ਮਨਿ ਚਿਤਿ ਇਕੁ ਅਰਾਧਿਆ ਤਿਨਾ ਇਕਸ ਬਿਨੁ ਦੂਜਾ ਕੋ ਨਾਹੀ ॥ ଯିଏ ନିଜ ମନ ଓ ଚିତ୍ତରେ ହରିଙ୍କ ଆରାଧନା କରିଥାଏ, ସେ ଏକ ପ୍ରଭୁଙ୍କ ବିନା ଅନ୍ୟ କାହାକୁ ଜାଣେ ନାହିଁ।
ਸੇਈ ਪੁਰਖ ਹਰਿ ਸੇਵਦੇ ਜਿਨ ਧੁਰਿ ਮਸਤਕਿ ਲੇਖੁ ਲਿਖਾਹੀ ॥ ସେହି ପୁରୁଷ ଭଗବାନଙ୍କ ଉପାସନା କରିଥାଏ, ଯାହାର କପାଳରେ ପ୍ରାରମ୍ଭରୁ ଏହା ଲେଖା ହୋଇଥାଏ।
ਹਰਿ ਕੇ ਗੁਣ ਨਿਤ ਗਾਵਦੇ ਹਰਿ ਗੁਣ ਗਾਇ ਗੁਣੀ ਸਮਝਾਹੀ ॥ ସେ ନିତ୍ୟ ଭଗବାନଙ୍କ ମହିମା ଗାନ କରିଥାଏ ଆଉ ଗୁଣବାନ ଭଗବାନଙ୍କ ମହିମା ଗାନ କରି ନିଜ ମନକୁ ଶିକ୍ଷା ଦେଇଥାଏ।
ਵਡਿਆਈ ਵਡੀ ਗੁਰਮੁਖਾ ਗੁਰ ਪੂਰੈ ਹਰਿ ਨਾਮਿ ਸਮਾਹੀ ॥੧੭॥ ଗୁରୁମୁଖୀଙ୍କ ବଡିମା ଯେ ପୂର୍ଣ୍ଣ ଗୁରୁଙ୍କ ଦ୍ଵାରା ହରିନାମରେ ଲୀନ ରହିଥାଏ॥17॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਸਤਿਗੁਰ ਕੀ ਸੇਵਾ ਗਾਖੜੀ ਸਿਰੁ ਦੀਜੈ ਆਪੁ ਗਵਾਇ ॥ ସଦଗୁରୁଙ୍କ ସେବା ବଡ କଠିନ ଅଟେ, କାରଣ ସେ ନିଜ ଆତ୍ମାଭିମାନ ଦୂର କରି ନିଜ ମସ୍ତକ(ମନ) ଅର୍ପଣ କରି ହିଁ କରା ଯାଇପାରେ।
ਸਬਦਿ ਮਰਹਿ ਫਿਰਿ ਨਾ ਮਰਹਿ ਤਾ ਸੇਵਾ ਪਵੈ ਸਭ ਥਾਇ ॥ ଯଦି ବ୍ୟକ୍ତି ଗୁରୁଙ୍କ ଶବ୍ଦ ଦ୍ଵାରା ମୋହ-ମାୟା ଠାରୁ ନିର୍ଲିପ୍ତ ହୋଇଯାଏ, ତାହାହେଲେ ସେ ପୁଣି ଜନ୍ମ ମରଣ ଚକ୍ରରେ ପଡେ ନାହିଁ ଆଉ ତାହାର ସାରା ସେବା ସଫଳ ହୋଇଯାଏ।
ਪਾਰਸ ਪਰਸਿਐ ਪਾਰਸੁ ਹੋਵੈ ਸਚਿ ਰਹੈ ਲਿਵ ਲਾਇ ॥ ସେ ଗୁରୁ ରୂପୀ ପାରସକୁ ସ୍ପର୍ଶ କରି ପାରସ ଅର୍ଥାତ ଗୁଣବାନ ବନିଯାଏ ଆଉ ସତ୍ୟରେ ହିଁ ନିଜ ସୁରତି ଲଗାଇ ରଖିଥାଏ।
ਜਿਸੁ ਪੂਰਬਿ ਹੋਵੈ ਲਿਖਿਆ ਤਿਸੁ ਸਤਿਗੁਰੁ ਮਿਲੈ ਪ੍ਰਭੁ ਆਇ ॥ ଯାହାର ଭାଗ୍ୟରେ ପ୍ରାରମ୍ଭରୁ ହିଁ ଏପରି ଲେଖା ହୋଇଛି, ସେହି ବ୍ୟକ୍ତିକୁ ସଦଗୁରୁ ପ୍ରଭୁ ମିଳିଯାନ୍ତି।
ਨਾਨਕ ਗਣਤੈ ਸੇਵਕੁ ਨਾ ਮਿਲੈ ਜਿਸੁ ਬਖਸੇ ਸੋ ਪਵੈ ਥਾਇ ॥੧॥ ହେ ନାନକ! ଯଦି ହିସାବ କରାଯାଏ, ତାହାହେଲେ ସେବକ ନିଜ ଭଗବାନଙ୍କ ସହିତ ମିଶି ପାରିବ ନାହିଁ, ଯାହାକୁ ସେ କ୍ଷମା ଦାନ କରିଥାନ୍ତି, ସେ ସ୍ଵୀକୃତ ହୋଇଯାଏ॥1॥
ਮਃ ੩ ॥ ମହଲା 3 ॥
ਮਹਲੁ ਕੁਮਹਲੁ ਨ ਜਾਣਨੀ ਮੂਰਖ ਅਪਣੈ ਸੁਆਇ ॥ ନିଜ ସ୍ଵାର୍ଥ କାରଣରୁ ମୂର୍ଖ ବ୍ୟକ୍ତି ଭଲ ଓ ମନ୍ଦ ଜାଣିପାରେ ନାହିଁ।
ਸਬਦੁ ਚੀਨਹਿ ਤਾ ਮਹਲੁ ਲਹਹਿ ਜੋਤੀ ਜੋਤਿ ਸਮਾਇ ॥ ଯଦି ସେ ଶବ୍ଦର ଚିନ୍ତନ କରିଥାଏ, ତାହାହେଲେ ତାହାକୁ ସଚ୍ଚା ଘର ପ୍ରାପ୍ତି ହୋଇଯାଏ ଆଉ ତାହାର ଜ୍ୟୋତି ପରମ ଜ୍ୟୋତିରେ ବିଲୀନ ହୋଇଯାଏ।
ਸਦਾ ਸਚੇ ਕਾ ਭਉ ਮਨਿ ਵਸੈ ਤਾ ਸਭਾ ਸੋਝੀ ਪਾਇ ॥ ଯଦି ସଚ୍ଚା ପରମେଶ୍ଵରଙ୍କ ପ୍ରେମ-ଭୟ ସର୍ବଦା ଅନ୍ତର୍ମନରେ ବିଦ୍ୟମାନ ରହିଥାଏ, ତାହାହେଲେ ସବୁ ପ୍ରକାର ଜ୍ଞାନ ପ୍ରାପ୍ତ ହୋଇଯାଏ।
ਸਤਿਗੁਰੁ ਅਪਣੈ ਘਰਿ ਵਰਤਦਾ ਆਪੇ ਲਏ ਮਿਲਾਇ ॥ ସଦଗୁରୁ ନିଜ ହୃଦୟ ଘରେ ହିଁ ଅବସ୍ଥିତ ଅଛନ୍ତି ଆଉ ସ୍ଵୟଂ ତାହାକୁ ଭଗବାନଙ୍କ ସହିତ ମିଳନ କରାଇ ଦିଅନ୍ତି।
ਨਾਨਕ ਸਤਿਗੁਰਿ ਮਿਲਿਐ ਸਭ ਪੂਰੀ ਪਈ ਜਿਸ ਨੋ ਕਿਰਪਾ ਕਰੇ ਰਜਾਇ ॥੨॥ ହେ ନାନକ! ନିରଙ୍କାର ନିଜ ଇଛା ଅନୁସାରେ ଯାହା ଉପରେ କୃପା କରନ୍ତି, ଗୁରୁଙ୍କ ସହିତ ତାହାର ମିଳନ ହୋଇଯାଏ ଆଉ ଗୁରୁ ଦ୍ଵାରା ତାହାର ସବୁ କାର୍ଯ୍ୟ ସିଦ୍ଧ ହୋଇଯାଏ॥2॥
ਪਉੜੀ ॥ ପଉଡି ॥
ਧੰਨੁ ਧਨੁ ਭਾਗ ਤਿਨਾ ਭਗਤ ਜਨਾ ਜੋ ਹਰਿ ਨਾਮਾ ਹਰਿ ਮੁਖਿ ਕਹਤਿਆ ॥ ସେହି ଭକ୍ତଙ୍କ ଭାଗ୍ୟ ଧନ୍ୟ ଧନ୍ୟ ଅଟେ, ଯିଏ ନିଜ ମୁଖାରବିନ୍ଦରେ ହରିନାମର ଭଜନ କରିଥାଏ।
ਧਨੁ ਧਨੁ ਭਾਗ ਤਿਨਾ ਸੰਤ ਜਨਾ ਜੋ ਹਰਿ ਜਸੁ ਸ੍ਰਵਣੀ ਸੁਣਤਿਆ ॥ ସେ ସନ୍ଥଙ୍କ ଭାଗ୍ୟ ମଧ୍ୟ ଧନ୍ୟ ଅଟେ, ଯିଏ ନିଜ କାନରେ ହରିଙ୍କ ଯଶ ଶୁଣିଥାଏ।
ਧਨੁ ਧਨੁ ਭਾਗ ਤਿਨਾ ਸਾਧ ਜਨਾ ਹਰਿ ਕੀਰਤਨੁ ਗਾਇ ਗੁਣੀ ਜਨ ਬਣਤਿਆ ॥ ସେ ସାଧୁଙ୍କ ଭାଗ୍ୟ ମଧ୍ୟ ଧନ୍ୟ ଅଟେ, ଯିଏ ଭଗବାନଙ୍କ କୀର୍ତ୍ତି-ଗାନ କରିବାରେ ଗୁଣବାନ ବନିଯାଏ।
ਧਨੁ ਧਨੁ ਭਾਗ ਤਿਨਾ ਗੁਰਮੁਖਾ ਜੋ ਗੁਰਸਿਖ ਲੈ ਮਨੁ ਜਿਣਤਿਆ ॥ ସେ ଗୁରୁମୁଖୀଙ୍କ ଭାଗ୍ୟ ମଧ୍ୟ ଧନ୍ୟ ଅଟେ, ଯିଏ ଗୁରୁଙ୍କ ଶିକ୍ଷାର ଅନୁସରଣ କରି ନିଜ ମନ ଉପରେ ବିଜୟ ପ୍ରାପ୍ତ କରିଥାଏ।
ਸਭ ਦੂ ਵਡੇ ਭਾਗ ਗੁਰਸਿਖਾ ਕੇ ਜੋ ਗੁਰ ਚਰਣੀ ਸਿਖ ਪੜਤਿਆ ॥੧੮॥ ଗୁରୁଙ୍କ ଶିଷ୍ୟ ସବୁଠାରୁ ମହାଭାଗ୍ୟବାନ ଅଟେ, ଯିଏ ନିଜ ଗୁରୁଙ୍କ ଚରଣରେ ପଡିଯାଏ॥18॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਬ੍ਰਹਮੁ ਬਿੰਦੈ ਤਿਸ ਦਾ ਬ੍ਰਹਮਤੁ ਰਹੈ ਏਕ ਸਬਦਿ ਲਿਵ ਲਾਇ ॥ ଯିଏ ବ୍ରହ୍ମର ଜ୍ଞାତା ଅଟେ ଆଉ ଏକ ଶବ୍ଦରେ ହିଁ ନିଜ ଲଗ୍ନ ଲଗାଇ ରଖିଥାଏ, ତାହାର ହିଁ ବ୍ରାହ୍ମଣତ୍ଵ କାୟମ ରହିଥାଏ।
ਨਵ ਨਿਧੀ ਅਠਾਰਹ ਸਿਧੀ ਪਿਛੈ ਲਗੀਆ ਫਿਰਹਿ ਜੋ ਹਰਿ ਹਿਰਦੈ ਸਦਾ ਵਸਾਇ ॥ ଯିଏ ସର୍ବଦା ନିଜ ହୃଦୟରେ ପରମାତ୍ମାକୁ ସ୍ଥାପନ କରିଥାଏ, ବିଶ୍ଵର ନବନିଧି ଏବଂ ଅଠର ସିଦ୍ଧି ତାହାର ଆଗରେ ପଛରେ ଲାଗି ରହିଥାଏ।
ਬਿਨੁ ਸਤਿਗੁਰ ਨਾਉ ਨ ਪਾਈਐ ਬੁਝਹੁ ਕਰਿ ਵੀਚਾਰੁ ॥ ଏହି ତଥ୍ୟକୁ ଭଲ ଭାବରେ ବିଚାର କରି ବୁଝି ନିଅ ଯେ ସଦଗୁରୁଙ୍କ ବିନା ନାମ ପ୍ରାପ୍ତି ହୁଏନାହିଁ।
ਨਾਨਕ ਪੂਰੈ ਭਾਗਿ ਸਤਿਗੁਰੁ ਮਿਲੈ ਸੁਖੁ ਪਾਏ ਜੁਗ ਚਾਰਿ ॥੧॥ ହେ ନାନକ! ପୂର୍ଣ୍ଣ ଭାଗ୍ୟରୁ ହିଁ ସଦଗୁରୁଙ୍କ ସହିତ ମିଳନ ହୋଇଥାଏ ଆଉ ଗୁରୁଙ୍କ ସହିତ ସାକ୍ଷାତ ହେବା ପରେ ମନୁଷ୍ୟକୁ ଚାରି ଯୁଗରେ ସୁଖ ପ୍ରାପ୍ତ ହୋଇଯାଏ॥1॥
ਮਃ ੩ ॥ ମହଲା 3 ॥
ਕਿਆ ਗਭਰੂ ਕਿਆ ਬਿਰਧਿ ਹੈ ਮਨਮੁਖ ਤ੍ਰਿਸਨਾ ਭੁਖ ਨ ਜਾਇ ॥ ଯୁବକ ହେଉ କିମ୍ବା ବୃଦ୍ଧ ହେଉ, ମନମୁଖୀର ତୃଷ୍ଣାର କ୍ଷୁଧା କଦାପି ଦୂର ହୁଏନାହିଁ।
ਗੁਰਮੁਖਿ ਸਬਦੇ ਰਤਿਆ ਸੀਤਲੁ ਹੋਏ ਆਪੁ ਗਵਾਇ ॥ ଗୁରୁମୁଖୀ ବ୍ୟକ୍ତି ଶବ୍ଦରେ ମଗ୍ନ ହୋଇ ନିଜ ଆତ୍ମାଭିମାନ ନଷ୍ଟ କରି ଶୀତଳ ଶାନ୍ତ ହୋଇ ଯାଆନ୍ତି।
ਅੰਦਰੁ ਤ੍ਰਿਪਤਿ ਸੰਤੋਖਿਆ ਫਿਰਿ ਭੁਖ ਨ ਲਗੈ ਆਇ ॥ ତାହାର ମନ ତୃପ୍ତ ଓ ସନ୍ତୁଷ୍ଟ ହୋଇଯାଏ ଆଉ ତାହାକୁ ପୁନଃ କୌଣସି କ୍ଷୁଧା ଲାଗେ ନାହିଁ।


© 2017 SGGS ONLINE
Scroll to Top