Page 648
                    ਇਉ ਗੁਰਮੁਖਿ ਆਪੁ ਨਿਵਾਰੀਐ ਸਭੁ ਰਾਜੁ ਸ੍ਰਿਸਟਿ ਕਾ ਲੇਇ ॥
                   
                    
                                          
                        ଏହି ପ୍ରକାରେ ନିଜ ଆତ୍ମାଭିମାନକୁ ଦୂର କରି ଗୁରୁମୁଖୀ ସାରା ବିଶ୍ଵର ଶାସନ ପ୍ରାପ୍ତ କରିଛି।       
                                            
                    
                    
                
                                   
                    ਨਾਨਕ ਗੁਰਮੁਖਿ ਬੁਝੀਐ ਜਾ ਆਪੇ ਨਦਰਿ ਕਰੇਇ ॥੧॥
                   
                    
                                          
                        ହେ ନାନକ! ଯେବେ ଭଗବାନ ନିଜ କୃପା ଦୃଷ୍ଟି କରିଥାନ୍ତି, ସେତେବେଳେ ହିଁ ମନୁଷ୍ୟ ଗୁରୁମୁଖୀ ବନି ଏହି ତଥ୍ୟକୁ ବୁଝିଥାଏ॥1॥               
                                            
                    
                    
                
                                   
                    ਮਃ ੩ ॥
                   
                    
                                          
                        ମହଲା 3 ॥
                                            
                    
                    
                
                                   
                    ਜਿਨ ਗੁਰਮੁਖਿ ਨਾਮੁ ਧਿਆਇਆ ਆਏ ਤੇ ਪਰਵਾਣੁ ॥
                   
                    
                                          
                        ଯିଏ ଗୁରୁଙ୍କ ସାନ୍ନିଧ୍ୟରେ ରହି ନାମର ଧ୍ୟାନ କରିଥାଏ, ଜଗତରେ ଜନ୍ମ ନେଇଥିବା ସେହି ମନୁଷ୍ୟ ହିଁ ସ୍ଵୀକୃତ ଅଟେ।                      
                                            
                    
                    
                
                                   
                    ਨਾਨਕ ਕੁਲ ਉਧਾਰਹਿ ਆਪਣਾ ਦਰਗਹ ਪਾਵਹਿ ਮਾਣੁ ॥੨॥
                   
                    
                                          
                        ହେ ନାନକ! ସେ ନିଜ ବଂଶକୁ ମଧ୍ୟ ଉଦ୍ଧାର କରିନିଏ ଆଉ ତାହାକୁ ଭଗବାନଙ୍କ ଦରବାରରେ ବଡ ଶୋଭା ମିଳିଥାଏ॥2॥    
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡି ॥ 
                                            
                    
                    
                
                                   
                    ਗੁਰਮੁਖਿ ਸਖੀਆ ਸਿਖ ਗੁਰੂ ਮੇਲਾਈਆ ॥
                   
                    
                                          
                        ଗୁରୁମୁଖୀ ଶିଷ୍ୟକୁ ଗୁରୁ ନିଜ ସାଥିରେ ମିଳନ କରାଇଛନ୍ତି।  
                                            
                    
                    
                
                                   
                    ਇਕਿ ਸੇਵਕ ਗੁਰ ਪਾਸਿ ਇਕਿ ਗੁਰਿ ਕਾਰੈ ਲਾਈਆ ॥
                   
                    
                                          
                        ସେମାନଙ୍କ ମଧ୍ୟରୁ କିଛି ସେବକ ବନି ଗୁରୁଙ୍କ ପାଖରେ ରହିଥାନ୍ତି ଆଉ କିଛିଙ୍କୁ ଗୁରୁ ଅନ୍ୟ କାର୍ଯ୍ୟରେ ଲଗାଇ ଥାଆନ୍ତି।  
                                            
                    
                    
                
                                   
                    ਜਿਨਾ ਗੁਰੁ ਪਿਆਰਾ ਮਨਿ ਚਿਤਿ ਤਿਨਾ ਭਾਉ ਗੁਰੂ ਦੇਵਾਈਆ ॥
                   
                    
                                          
                        ଯାହାକୁ ଗୁରୁ ନିଜ ମନ ଓ ଚିତ୍ତରେ ପ୍ରିୟ ଲାଗିଥାନ୍ତି, ତାହାକୁ ଗୁରୁ ନିଜ ପ୍ରେମ ଦେଇଥାନ୍ତି।          
                                            
                    
                    
                
                                   
                    ਗੁਰ ਸਿਖਾ ਇਕੋ ਪਿਆਰੁ ਗੁਰ ਮਿਤਾ ਪੁਤਾ ਭਾਈਆ ॥
                   
                    
                                          
                        ଶିଷ୍ୟ, ମିତ୍ର, ପୁତ୍ର ଏବଂ ଭାଇକୁ ଗୁରୁ ସମାନ ପ୍ରେମ ଦେଇଥାନ୍ତି।   
                                            
                    
                    
                
                                   
                    ਗੁਰੁ ਸਤਿਗੁਰੁ ਬੋਲਹੁ ਸਭਿ ਗੁਰੁ ਆਖਿ ਗੁਰੂ ਜੀਵਾਈਆ ॥੧੪॥
                   
                    
                                          
                        ସମସ୍ତେ ଗୁରୁ-ଗୁରୁ ବୋଲ, ଏହା କଲେ ଗୁରୁ ସେମାନଙ୍କୁ ପୁନଃ ଜୀବିତ କରିଥାନ୍ତି॥14॥        
                                            
                    
                    
                
                                   
                    ਸਲੋਕੁ ਮਃ ੩ ॥
                   
                    
                                          
                        ଶ୍ଳୋକ ମହଲା 3 
                                            
                    
                    
                
                                   
                    ਨਾਨਕ ਨਾਮੁ ਨ ਚੇਤਨੀ ਅਗਿਆਨੀ ਅੰਧੁਲੇ ਅਵਰੇ ਕਰਮ ਕਮਾਹਿ ॥
                   
                    
                                          
                        ହେ ନାନକ! ଅଜ୍ଞାନ ଓ ଅନ୍ଧ ବ୍ୟକ୍ତି ପରମାତ୍ମାଙ୍କ ନାମକୁ ସ୍ମରଣ କରେ ନାହିଁ, ଏଣୁ ସେ ଅନ୍ୟ କର୍ମ ହିଁ କରିଥାଏ। 
                                            
                    
                    
                
                                   
                    ਜਮ ਦਰਿ ਬਧੇ ਮਾਰੀਅਹਿ ਫਿਰਿ ਵਿਸਟਾ ਮਾਹਿ ਪਚਾਹਿ ॥੧॥
                   
                    
                                          
                        ଏପରି ବ୍ୟକ୍ତି ଯମର ଦ୍ଵାରରେ ବନ୍ଧା ହୋଇ ବହୁତ ଦଣ୍ଡ ଭୋଗ କରିଥାଏ ଆଉ ଶେଷରେ ବିଷ୍ଟାରେ ନଷ୍ଟ ହୋଇଯାଏ॥1॥           
                                            
                    
                    
                
                                   
                    ਮਃ ੩ ॥
                   
                    
                                          
                        ମହଲା 3 ॥
                                            
                    
                    
                
                                   
                    ਨਾਨਕ ਸਤਿਗੁਰੁ ਸੇਵਹਿ ਆਪਣਾ ਸੇ ਜਨ ਸਚੇ ਪਰਵਾਣੁ ॥
                   
                    
                                          
                        ହେ ନାନକ! ଯିଏ ସଦଗୁରୁଙ୍କ ସେବା କରିଥାଏ, ସେ ସତ୍ୟ ଓ ସ୍ଵୀକୃତ ଅଟେ।        
                                            
                    
                    
                
                                   
                    ਹਰਿ ਕੈ ਨਾਇ ਸਮਾਇ ਰਹੇ ਚੂਕਾ ਆਵਣੁ ਜਾਣੁ ॥੨॥
                   
                    
                                          
                        ଏପରି ସତ୍ୟବାଦୀ ପୁରୁଷ ହରିନାମରେ ରହିଥାଏ ଆଉ ତାହାର ଜୀବନ ମରଣ ଚକ୍ର ସମାପ୍ତ ହୋଇଯାଏ॥2॥                 
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡି॥ 
                                            
                    
                    
                
                                   
                    ਧਨੁ ਸੰਪੈ ਮਾਇਆ ਸੰਚੀਐ ਅੰਤੇ ਦੁਖਦਾਈ ॥
                   
                    
                                          
                        ଧନ, ସମ୍ପତ୍ତି ଓ ମାୟାର ପଦାର୍ଥକୁ ସଞ୍ଚୟ କରିଥାଏ ଓ ଶେଷରେ ବଡ ଦୁଃଖୀ ହୋଇଥାଏ।           
                                            
                    
                    
                
                                   
                    ਘਰ ਮੰਦਰ ਮਹਲ ਸਵਾਰੀਅਹਿ ਕਿਛੁ ਸਾਥਿ ਨ ਜਾਈ ॥
                   
                    
                                          
                        ଘର, ମନ୍ଦିର ଏବଂ ମହଲା ସଫଳ ହୋଇଯାଏ, କିନ୍ତୁ କେଉଁଟି ମଧ୍ୟ ମନୁଷ୍ୟ ସାଥିରେ ଯାଏ ନାହିଁ।        
                                            
                    
                    
                
                                   
                    ਹਰ ਰੰਗੀ ਤੁਰੇ ਨਿਤ ਪਾਲੀਅਹਿ ਕਿਤੈ ਕਾਮਿ ਨ ਆਈ ॥
                   
                    
                                          
                        ମନୁଷ୍ୟ ଅନେକ ରଙ୍ଗର କୁଶଳ ଘୋଡା ପାଳନ କରିଥାଏ, ପରନ୍ତୁ ଶେଷରେ ତାହା ମଧ୍ୟ କିଛି କାମରେ ଆସେ ନାହିଁ।         
                                            
                    
                    
                
                                   
                    ਜਨ ਲਾਵਹੁ ਚਿਤੁ ਹਰਿ ਨਾਮ ਸਿਉ ਅੰਤਿ ਹੋਇ ਸਖਾਈ ॥
                   
                    
                                          
                        ହେ ଭକ୍ତ! ନିଜ ଚିତ୍ତ ହରିନାମରେ ଲଗାଅ, ସେ ହିଁ ଶେଷରେ ସହାୟକ ହେବ। 
                                            
                    
                    
                
                                   
                    ਜਨ ਨਾਨਕ ਨਾਮੁ ਧਿਆਇਆ ਗੁਰਮੁਖਿ ਸੁਖੁ ਪਾਈ ॥੧੫॥
                   
                    
                                          
                        ଗୁରୁଙ୍କ ସାନ୍ନିଧ୍ୟରେ ନାନକ ନାମର ଧ୍ୟାନ କରିଛନ୍ତି, ଯାହା ଫଳରେ ତାହାଙ୍କୁ ସୁଖ ପ୍ରାପ୍ତ ହୋଇଛି॥15॥          
                                            
                    
                    
                
                                   
                    ਸਲੋਕੁ ਮਃ ੩ ॥
                   
                    
                                          
                        ଶ୍ଳୋକ ମହଲା 3 ॥ 
                                            
                    
                    
                
                                   
                    ਬਿਨੁ ਕਰਮੈ ਨਾਉ ਨ ਪਾਈਐ ਪੂਰੈ ਕਰਮਿ ਪਾਇਆ ਜਾਇ ॥
                   
                    
                                          
                        ଭାଗ୍ୟ ବିନା ନାମର ପ୍ରାପ୍ତି ହୁଏନାହି  ଆଉ ପୂର୍ଣ୍ଣ ଭାଗ୍ୟ ଦ୍ଵାରା ହିଁ ନାମ ପ୍ରାପ୍ତି ହେବ।                 
                                            
                    
                    
                
                                   
                    ਨਾਨਕ ਨਦਰਿ ਕਰੇ ਜੇ ਆਪਣੀ ਤਾ ਗੁਰਮਤਿ ਮੇਲਿ ਮਿਲਾਇ ॥੧॥
                   
                    
                                          
                        ହେ ନାନକ! ଯଦି ଇଶ୍ଵର ନିଜ କୃପା ଦୃଷ୍ଟି କରନ୍ତି, ତାହାହେଲେ ମନୁଷ୍ୟ ଗୁରୁଙ୍କ ମତି ଦ୍ଵାରା ସତ୍ୟରେ ଲୀନ ରହିଥାଏ॥1॥      
                                            
                    
                    
                
                                   
                    ਮਃ ੧ ॥
                   
                    
                                          
                        ମହଲା 1 ॥
                                            
                    
                    
                
                                   
                    ਇਕ ਦਝਹਿ ਇਕ ਦਬੀਅਹਿ ਇਕਨਾ ਕੁਤੇ ਖਾਹਿ ॥
                   
                    
                                          
                        ମରଣ ପରେ କିଛି ବ୍ୟକ୍ତିଙ୍କ ଦାହ-ସଂସ୍କାର କରି ଦିଆଯାଏ, କାହାର ସଂସ୍କାର କରାଯାଏ ଆଉ କାହାକୁ କୁକୁର ଖାଇଦିଏ।                        
                                            
                    
                    
                
                                   
                    ਇਕਿ ਪਾਣੀ ਵਿਚਿ ਉਸਟੀਅਹਿ ਇਕਿ ਭੀ ਫਿਰਿ ਹਸਣਿ ਪਾਹਿ ॥
                   
                    
                                          
                        କିଛି ଲୋକକୁ ଜଳରେ ଭସାଯାଏ ତଥା କିଛି ଲୋକକୁ କୂଅରେ ଫୋପଡାଯାଏ।               
                                            
                    
                    
                
                                   
                    ਨਾਨਕ ਏਵ ਨ ਜਾਪਈ ਕਿਥੈ ਜਾਇ ਸਮਾਹਿ ॥੨॥
                   
                    
                                          
                        ହେ ନାନକ! ଏହା କିଛି ଜ୍ଞାତ ହୋଇନଥାଏ ଯେ ଆତ୍ମା କେଉଁଠାକୁ ଯାଏ॥2॥           
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡି॥ 
                                            
                    
                    
                
                                   
                    ਤਿਨ ਕਾ ਖਾਧਾ ਪੈਧਾ ਮਾਇਆ ਸਭੁ ਪਵਿਤੁ ਹੈ ਜੋ ਨਾਮਿ ਹਰਿ ਰਾਤੇ ॥
                   
                    
                                          
                        ଯେଉଁ ବ୍ୟକ୍ତି ପରମାତ୍ମାଙ୍କ ନାମରେ ମଗ୍ନ ରହିଥାଏ, ତାହାର ଖାଇବା, ପିନ୍ଧିବା, ଧନ-ଦୌଲତ ଇତ୍ୟାଦି ସବୁ ପବିତ୍ର ଅଟେ।          
                                            
                    
                    
                
                                   
                    ਤਿਨ ਕੇ ਘਰ ਮੰਦਰ ਮਹਲ ਸਰਾਈ ਸਭਿ ਪਵਿਤੁ ਹਹਿ ਜਿਨੀ ਗੁਰਮੁਖਿ ਸੇਵਕ ਸਿਖ ਅਭਿਆਗਤ ਜਾਇ ਵਰਸਾਤੇ ॥
                   
                    
                                          
                        ଯାହାର ପାଖରେ ଗୁରୁମୁଖି ସେବକ, ଗୁରୁଙ୍କ ଶିଷ୍ୟ ଅଭ୍ୟାଗତ ବିଶ୍ରାମ କରିଥାଏ, ତାହାର ଘର, ମନ୍ଦିର ଆଦି ସବୁ ପବିତ୍ର ଅଟେ।      
                                            
                    
                    
                
                                   
                    ਤਿਨ ਕੇ ਤੁਰੇ ਜੀਨ ਖੁਰਗੀਰ ਸਭਿ ਪਵਿਤੁ ਹਹਿ ਜਿਨੀ ਗੁਰਮੁਖਿ ਸਿਖ ਸਾਧ ਸੰਤ ਚੜਿ ਜਾਤੇ ॥
                   
                    
                                          
                        ତାହାର ଘୋଡା, ପଲାଣ ଆଦି ପବିତ୍ର ଅଟେ, ପଲାଣ ଉପରେ ସବାର ହୋଇ ଗୁରୁମୁଖୀ, ଗୁରୁଙ୍କ ଶିଷ୍ୟ, ସାଧୁ ଏବଂ ସନ୍ଥ ନିଜ ମାର୍ଗରେ ଚାଲିଥାନ୍ତି।     
                                            
                    
                    
                
                                   
                    ਤਿਨ ਕੇ ਕਰਮ ਧਰਮ ਕਾਰਜ ਸਭਿ ਪਵਿਤੁ ਹਹਿ ਜੋ ਬੋਲਹਿ ਹਰਿ ਹਰਿ ਰਾਮ ਨਾਮੁ ਹਰਿ ਸਾਤੇ ॥
                   
                    
                                          
                        ସେହି ବ୍ୟକ୍ତିର ସବୁ କର୍ମ, ଧର୍ମ ଏବଂ ସମସ୍ତ କାର୍ଯ୍ୟ ପବିତ୍ର ଅଟେ, ଯିଏ 'ହରି-ହରି' ବୋଲିଥାଏ ଏବଂ ରାମ ନାମର ଜପ କରିଥାଏ।              
                                            
                    
                    
                
                                   
                    ਜਿਨ ਕੈ ਪੋਤੈ ਪੁੰਨੁ ਹੈ ਸੇ ਗੁਰਮੁਖਿ ਸਿਖ ਗੁਰੂ ਪਹਿ ਜਾਤੇ ॥੧੬॥ 
                   
                    
                                          
                        ଯାହା ପାଖରେ ଶୁଭ କର୍ମର ଫଳ ସ୍ୱରୂପ ପୂଣ୍ୟ ଥାଏ, ସେହି ଗୁରୁମୁଖୀ ଶିଷ୍ୟ ଗୁରୁଙ୍କ ପାଖକୁ ଯାଇଥାଏ॥16॥             
                                            
                    
                    
                
                                   
                    ਸਲੋਕੁ ਮਃ ੩ ॥
                   
                    
                                          
                        ଶ୍ଳୋକ ମହଲା 3 ॥ 
                                            
                    
                    
                
                                   
                    ਨਾਨਕ ਨਾਵਹੁ ਘੁਥਿਆ ਹਲਤੁ ਪਲਤੁ ਸਭੁ ਜਾਇ ॥
                   
                    
                                          
                        ହେ ନାନକ! ନାମକୁ ବିସ୍ମୃତ କରିବା ଦ୍ଵାରା ମନୁଷ୍ୟର ଲୋକ ଓ ପରଲୋକ ସବୁ ବ୍ୟର୍ଥ ହୋଇଯାଏ।            
                                            
                    
                    
                
                                   
                    ਜਪੁ ਤਪੁ ਸੰਜਮੁ ਸਭੁ ਹਿਰਿ ਲਇਆ ਮੁਠੀ ਦੂਜੈ ਭਾਇ ॥
                   
                    
                                          
                        ତାହାର ପୂଜା, ତପସ୍ୟା ଏବଂ ସଂଯମ ସବୁ ଛଡାଇ ନିଆଯାଏ ଆଉ ତାହାକୁ ଦୈତ୍ୟଭାବ ଠକି ଥାଏ।        
                                            
                    
                    
                
                                   
                    ਜਮ ਦਰਿ ਬਧੇ ਮਾਰੀਅਹਿ ਬਹੁਤੀ ਮਿਲੈ ਸਜਾਇ ॥੧॥
                   
                    
                                          
                        ପୁଣି ଯମ ଦ୍ଵାରରେ ତାହାକୁ ବାନ୍ଧି ବହୁତ ପିଟାଯାଏ ଆଉ ତାହାକୁ ବହୁତ ଦଣ୍ଡ ମିଳିଥାଏ॥1॥
                                            
                    
                    
                
                    
             
				