Guru Granth Sahib Translation Project

guru granth sahib odia page-441

Page 441

ਧਾਵਤੁ ਥੰਮ੍ਹ੍ਹਿਆ ਸਤਿਗੁਰਿ ਮਿਲਿਐ ਦਸਵਾ ਦੁਆਰੁ ਪਾਇਆ ॥ ସଚ୍ଚା ଗୁରୁଙ୍କ ସହିତ ମିଶି ଦ୍ଵିଧାରେ ପଥଭ୍ରଷ୍ଟ ମନ ଅଟକି ଯାଏ ଆଉ ଦଶମ ଦ୍ଵାରରେ ପ୍ରବେଶ କରିନିଏ।
ਤਿਥੈ ਅੰਮ੍ਰਿਤ ਭੋਜਨੁ ਸਹਜ ਧੁਨਿ ਉਪਜੈ ਜਿਤੁ ਸਬਦਿ ਜਗਤੁ ਥੰਮ੍ਹ੍ਹਿ ਰਹਾਇਆ ॥ ସେଠାରେ ଅମୃତ ଭୋଜନର ଆନନ୍ଦ ମିଳିଥାଏ ଆଉ ସ୍ଵାଭାବିକ ଧ୍ୱନି ଉତ୍ପନ୍ନ ହୋଇଯାଏ ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ସଂସାରର ଆକର୍ଷଣକୁ ଅଙ୍କୁଶ ଲଗାଇ ଥାଏ।
ਤਹ ਅਨੇਕ ਵਾਜੇ ਸਦਾ ਅਨਦੁ ਹੈ ਸਚੇ ਰਹਿਆ ਸਮਾਏ ॥ ସେଠାରେ ସର୍ବଦା ଆନନ୍ଦ ବନି ରହିଥାନ୍ତି ଆଉ ଅନେକ ପ୍ରକାରର ବାଜା ବାଜିଥାଏ, ବ୍ୟକ୍ତିର ସୁରତି ପ୍ରଭୁଙ୍କ ଠାରେ ରହିଥାଏ।
ਇਉ ਕਹੈ ਨਾਨਕੁ ਸਤਿਗੁਰਿ ਮਿਲਿਐ ਧਾਵਤੁ ਥੰਮ੍ਹ੍ਹਿਆ ਨਿਜ ਘਰਿ ਵਸਿਆ ਆਏ ॥੪॥ ନାନକ ଏହିପରି କହନ୍ତି ଯେ ସଚ୍ଚା ଗୁରୁଙ୍କ ସହିତ ମିଳନ ଦ୍ଵାରା ମୋହ ମାୟାର ଦ୍ଵିଧାରେ ପଥଭ୍ରଷ୍ଟ ମନ ଅଟକି ଯାଏ ଆଉ ପ୍ରଭୁଙ୍କ ଚରଣରେ ଲାଗିଥାଏ॥4॥
ਮਨ ਤੂੰ ਜੋਤਿ ਸਰੂਪੁ ਹੈ ਆਪਣਾ ਮੂਲੁ ਪਛਾਣੁ ॥ ହେ ମୋର ମନ! ତୁ ଜ୍ୟୋତି ସ୍ୱରୂପ ଅଟୁ, ଏଥିପାଇଁ ନିଜ ମୂଳ(ପ୍ରଭୁ-ଜ୍ୟୋତି)କୁ ଜାଣ।
ਮਨ ਹਰਿ ਜੀ ਤੇਰੈ ਨਾਲਿ ਹੈ ਗੁਰਮਤੀ ਰੰਗੁ ਮਾਣੁ ॥ ହେ ମୋର ମନ! ଭଗବାନ ତୋର ସାଥିରେ ରହିଥାନ୍ତି, ଗୁରୁଙ୍କ ମତି ଦ୍ଵାରା ତାହାଙ୍କ ପ୍ରେମର ଆନନ୍ଦ ପ୍ରାପ୍ତ କର।
ਮੂਲੁ ਪਛਾਣਹਿ ਤਾਂ ਸਹੁ ਜਾਣਹਿ ਮਰਣ ਜੀਵਣ ਕੀ ਸੋਝੀ ਹੋਈ ॥ ଯଦି ତୁମେ ନିଜ ମୂଳକୁ ଜାଣି ଯାଅ, ତାହାହେଲେ ତୁମେ ନିଜ ପ୍ରଭୁଙ୍କୁ ଜାଣିଦେବ ଆଉ ତୁମକୁ ମୃତ୍ୟୁର ଜ୍ଞାନ ହୋଇଯିବ।
ਗੁਰ ਪਰਸਾਦੀ ਏਕੋ ਜਾਣਹਿ ਤਾਂ ਦੂਜਾ ਭਾਉ ਨ ਹੋਈ ॥ ଗୁରୁଙ୍କ କୃପାରୁ ଯଦି ତୁମେ ଏକ ଈଶ୍ଵରଙ୍କୁ ଜାଣି ଦେବ, ତାହାହେଲେ ତୁମର ମୋହ ମାୟାର ଅଭିଳାଷ ଦୂର ହୋଇଯିବ।
ਮਨਿ ਸਾਂਤਿ ਆਈ ਵਜੀ ਵਧਾਈ ਤਾ ਹੋਆ ਪਰਵਾਣੁ ॥ ମୋର ମନରେ ଶାନ୍ତି ଆସି ଯାଇଛି ଆଉ ଶୁଭକାମନାର ବାଦ୍ୟଯନ୍ତ୍ର ବାଜୁଅଛି ଆଉ ମୁଁ ପ୍ରଭୁଙ୍କ ଦରବାରରେ ସ୍ଵୀକୃତ ହୋଇଯାଇଛି।
ਇਉ ਕਹੈ ਨਾਨਕੁ ਮਨ ਤੂੰ ਜੋਤਿ ਸਰੂਪੁ ਹੈ ਅਪਣਾ ਮੂਲੁ ਪਛਾਣੁ ॥੫॥ ନାନକ ଏହିପରି କହନ୍ତି ଯେ ହେ ମୋର ମନ! ତୁ ଜ୍ୟୋତି ସ୍ୱରୂପ ଭଗବାନଙ୍କ ଅଂଶ ଅଟୁ ଆଉ ନିଜ ମୂଳକୁ ଚିହ୍ନ॥5॥
ਮਨ ਤੂੰ ਗਾਰਬਿ ਅਟਿਆ ਗਾਰਬਿ ਲਦਿਆ ਜਾਹਿ ॥ ହେ ମନ! ତୁମେ ଅହଂକାରରେ ଭରି ରହିଛ ଆଉ ଅହଂକାରରେ ଭରି ରହି ହିଁ ଚାଲିଯିବ।
ਮਾਇਆ ਮੋਹਣੀ ਮੋਹਿਆ ਫਿਰਿ ਫਿਰਿ ਜੂਨੀ ਭਵਾਹਿ ॥ ମୋହିନୀ ମାୟା ତୋତେ ମୁଗ୍ଧ କରିଛି ଆଉ ବାରମ୍ବାର ତୁମେ ଯୋନିରେ ପଥଭ୍ରଷ୍ଟ ରହୁଛ।
ਗਾਰਬਿ ਲਾਗਾ ਜਾਹਿ ਮੁਗਧ ਮਨ ਅੰਤਿ ਗਇਆ ਪਛੁਤਾਵਹੇ ॥ ହେ ମୂର୍ଖ ମନ! ଅହଂକାରରେ ଭରି ରହି ତୁମେ ଚାଲୁଅଛ ଆଉ ଶେଷରେ ପଶ୍ଚାତାପ କରିବ।
ਅਹੰਕਾਰੁ ਤਿਸਨਾ ਰੋਗੁ ਲਗਾ ਬਿਰਥਾ ਜਨਮੁ ਗਵਾਵਹੇ ॥ ତୋତେ ଅହଂକାର ଏବଂ ତୃଷ୍ଣାର ରୋଗ ଲାଗିଛି ଆଉ ତୁ ନିଜ ଜନ୍ମ ବ୍ୟର୍ଥରେ ହରାଉଛୁ।
ਮਨਮੁਖ ਮੁਗਧ ਚੇਤਹਿ ਨਾਹੀ ਅਗੈ ਗਇਆ ਪਛੁਤਾਵਹੇ ॥ ସ୍ଵେଚ୍ଛାଚାରୀ ମୂର୍ଖ ପ୍ରଭୁଙ୍କୁ ସ୍ମରଣ କରେ ନାହିଁ ଆଉ ପରଲୋକକୁ ଯାଇ ପଶ୍ଚାତାପ କରିଥାଏ।
ਇਉ ਕਹੈ ਨਾਨਕੁ ਮਨ ਤੂੰ ਗਾਰਬਿ ਅਟਿਆ ਗਾਰਬਿ ਲਦਿਆ ਜਾਵਹੇ ॥੬॥ ନାନକ ଏହିପରି କହନ୍ତି ଯେ ହେ ମୋର ମନ! ତୁମେ ଅହଂକାରରେ ଭରି ହୋଇ ଅହଂକାରରେ ଲଦି ହୋଇ ଚାଲିଯିବ॥6॥
ਮਨ ਤੂੰ ਮਤ ਮਾਣੁ ਕਰਹਿ ਜਿ ਹਉ ਕਿਛੁ ਜਾਣਦਾ ਗੁਰਮੁਖਿ ਨਿਮਾਣਾ ਹੋਹੁ ॥ ହେ ମନ! ତୁମେ ଏହି କଥାରେ ଗର୍ବ କର ନାହିଁ ଯେ ତୁମେ କିଛି ଜାଣିଛ, ତେଣୁ ଗୁରୁମୁଖୀ ହୁଅ।
ਅੰਤਰਿ ਅਗਿਆਨੁ ਹਉ ਬੁਧਿ ਹੈ ਸਚਿ ਸਬਦਿ ਮਲੁ ਖੋਹੁ ॥ ତୋ’ ଭିତରେ ଅଜ୍ଞାନତା ଏବଂ ବୁଦ୍ଧିର ଅହଂକାର ଅଛି, ଏଥିପାଇଁ ଗୁରୁଙ୍କ ସଚ୍ଚା ଶବ୍ଦ ଦ୍ଵାରା ଏହି ମଇଳାକୁ ସ୍ଵଛ କର।
ਹੋਹੁ ਨਿਮਾਣਾ ਸਤਿਗੁਰੂ ਅਗੈ ਮਤ ਕਿਛੁ ਆਪੁ ਲਖਾਵਹੇ ॥ ସଚ୍ଚା ଗୁରୁଙ୍କ ସମ୍ମୁଖରେ ବିନୀତ ହୁଅ ଆଉ ନିଜ ଉପରେ ଗର୍ବ କର ନାହିନ ଯେ ତୁମେ ମହାନ ଅଟ।
ਆਪਣੈ ਅਹੰਕਾਰਿ ਜਗਤੁ ਜਲਿਆ ਮਤ ਤੂੰ ਆਪਣਾ ਆਪੁ ਗਵਾਵਹੇ ॥ ନିଜ ଅହଂକାରରେ ଏହି ଜଗତ ଜଳୁଅଛି, ଏଥିପାଇଁ ତୁ ମଧ୍ୟ ନିଜକୁ ନଷ୍ଟ କର ନାହିଁ।
ਸਤਿਗੁਰ ਕੈ ਭਾਣੈ ਕਰਹਿ ਕਾਰ ਸਤਿਗੁਰ ਕੈ ਭਾਣੈ ਲਾਗਿ ਰਹੁ ॥ ସଚ୍ଚା ଗୁରୁଙ୍କ ଇଚ୍ଛା ଅନୁସାରେ ନିଜ କାର୍ଯ୍ୟ କର ଆଉ ସଚ୍ଚା ଗୁରୁଙ୍କ ଇଚ୍ଛା ସାଥିରେ ଲାଗି ରୁହ।
ਇਉ ਕਹੈ ਨਾਨਕੁ ਆਪੁ ਛਡਿ ਸੁਖ ਪਾਵਹਿ ਮਨ ਨਿਮਾਣਾ ਹੋਇ ਰਹੁ ॥੭॥ ନାନକ ଏହିପରି କହନ୍ତି ଯେ ହେ ମନ! ତୁ ନିଜ ଅହଂକାର ତ୍ୟାଗ କର ଆଉ ବିନମ୍ର ରୁହ, ଏହିପରି ତୋତେ ସୁଖ ପ୍ରାପ୍ତ ହେବ ॥7॥
ਧੰਨੁ ਸੁ ਵੇਲਾ ਜਿਤੁ ਮੈ ਸਤਿਗੁਰੁ ਮਿਲਿਆ ਸੋ ਸਹੁ ਚਿਤਿ ਆਇਆ ॥ ସେହି ସମୟ ବଡ ଧନ୍ୟ ଅଟେ, ଯେବେ ମୋତେ ସଚ୍ଚା ଗୁରୁ ମିଳିଥାନ୍ତି ଆଉ ମୋର ସ୍ମରଣରେ ପରମାତ୍ମା ଆସନ୍ତି।
ਮਹਾ ਅਨੰਦੁ ਸਹਜੁ ਭਇਆ ਮਨਿ ਤਨਿ ਸੁਖੁ ਪਾਇਆ ॥ ମୋର ଅନ୍ତର୍ମନରେ ସ୍ଵାଭାବିକ ଭାବରେ ହିଁ ମହା ଆନନ୍ଦ ଅନୁଭବ ହୋଇଛି ଆଉ ମନ-ତନରେ ସୁଖ ପ୍ରାପ୍ତ ହୋଇଛି।
ਸੋ ਸਹੁ ਚਿਤਿ ਆਇਆ ਮੰਨਿ ਵਸਾਇਆ ਅਵਗਣ ਸਭਿ ਵਿਸਾਰੇ ॥ ମୁଁ ସେହି ପତି-ପ୍ରଭୁଙ୍କୁ ସ୍ମରଣ କରିଛି, ତାହାଙ୍କୁ ନିଜ ମନରେ ସ୍ଥାପନ କରିଛି ଆଉ ସବୁ ଅବଗୁଣ ଭୁଲିଯାଇଛି।
ਜਾ ਤਿਸੁ ਭਾਣਾ ਗੁਣ ਪਰਗਟ ਹੋਏ ਸਤਿਗੁਰ ਆਪਿ ਸਵਾਰੇ ॥ ଯେବେ ପ୍ରଭୁଙ୍କୁ ଭଲ ଲାଗିଥାଏ, ସେତେବେଳେ ମୋ’ ଠାରେ ଗୁଣ ପ୍ରକଟ ହୋଇଥାଏ ଆଉ ସଚ୍ଚା ଗୁରୁ ମୋତେ ସଫଳ କରାଇ ଥାଆନ୍ତି।
ਸੇ ਜਨ ਪਰਵਾਣੁ ਹੋਏ ਜਿਨ੍ਹ੍ਹੀ ਇਕੁ ਨਾਮੁ ਦਿੜਿਆ ਦੁਤੀਆ ਭਾਉ ਚੁਕਾਇਆ ॥ ଯିଏ ଏକ ନାମକୁ ନିଜ ମନରେ ସ୍ଥାପନ କରିଥାଏ ଆଉ ପର ମୋହ-ପ୍ରେମ ତ୍ୟାଗ କରିଥାଏ, ସେ ପ୍ରଭୁଙ୍କ ଦରବାରରେ ସ୍ଵୀକୃତ ହୋଇଥାଏ।
ਇਉ ਕਹੈ ਨਾਨਕੁ ਧੰਨੁ ਸੁ ਵੇਲਾ ਜਿਤੁ ਮੈ ਸਤਿਗੁਰੁ ਮਿਲਿਆ ਸੋ ਸਹੁ ਚਿਤਿ ਆਇਆ ॥੮॥ ନାନକ ଏହିପରି କହନ୍ତି ଯେ ସେହି ସମୟ ଧନ୍ୟ ଅଟେ, ଯେତେବେଳେ ମୋତେ ସଚ୍ଚା ଗୁରୁ ମିଳି ଯାଇଛନ୍ତି ଆଉ ସେହି ପ୍ରଭୁ-ପତିଙ୍କୁ ସ୍ମରଣ କରିଛି॥8॥
ਇਕਿ ਜੰਤ ਭਰਮਿ ਭੁਲੇ ਤਿਨਿ ਸਹਿ ਆਪਿ ਭੁਲਾਏ ॥ କିଛି ଲୋକ ମୋହ ମାୟାରେ କୁମାର୍ଗଗାମୀ ହୋଇଛନ୍ତି ଆଉ ତାହାଙ୍କୁ ପ୍ରଭୁ ସ୍ଵୟଂ ହିଁ କୁମାର୍ଗଗାମୀ କରିଛନ୍ତି।
ਦੂਜੈ ਭਾਇ ਫਿਰਹਿ ਹਉਮੈ ਕਰਮ ਕਮਾਏ ॥ ସେ ଦୈତ୍ୟଭାବର ପ୍ରେମରେ ପଥଭ୍ରଷ୍ଟ ରହିଥାଏ ଆଉ ଅହଂକାରରେ ନିଜ କର୍ମ କରିଥାଏ।
ਤਿਨਿ ਸਹਿ ਆਪਿ ਭੁਲਾਏ ਕੁਮਾਰਗਿ ਪਾਏ ਤਿਨ ਕਾ ਕਿਛੁ ਨ ਵਸਾਈ ॥ ତାହାର ବଶରେ ମଧ୍ୟ କିଛି ନାହିଁ, କାରଣ ପ୍ରଭୁ ସ୍ଵୟଂ ହିଁ ତାହାକୁ ଭୁଲାଇ କୁମାର୍ଗରେ ଲଗାଇଛନ୍ତି।
ਤਿਨ ਕੀ ਗਤਿ ਅਵਗਤਿ ਤੂੰਹੈ ਜਾਣਹਿ ਜਿਨਿ ਇਹ ਰਚਨ ਰਚਾਈ ॥ ହେ ପରମପିତା! ସେହି ଜୀବର ଭଲ ମନ୍ଦ ତୁ ହିଁ ଜାଣି ଅଛୁ, କାରଣ ତୁ ସ୍ଵୟଂ ଏହି ଦୁନିଆକୁ ରଚନା କରିଛୁ।
ਹੁਕਮੁ ਤੇਰਾ ਖਰਾ ਭਾਰਾ ਗੁਰਮੁਖਿ ਕਿਸੈ ਬੁਝਾਏ ॥ ତୋର ହୁକୁମ ଅନୁସରଣ କରିବା ବହୁତ କଠିନ ଅଟେ, କିନ୍ତୁ ଗୁରୁମୁଖୀ ବନି କେହି ବିରଳ ବ୍ୟକ୍ତି ହିଁ ତୋର ହୁକୁମ ବୁଝିଥାଏ।
ਇਉ ਕਹੈ ਨਾਨਕੁ ਕਿਆ ਜੰਤ ਵਿਚਾਰੇ ਜਾ ਤੁਧੁ ਭਰਮਿ ਭੁਲਾਏ ॥੯॥ ନାନକ ଏହିପରି କହନ୍ତି ଯେ ହେ ପ୍ରଭୁ! ଜୀବ କଣ ବିଚାର କରି ପାରିବ, ଯେତେବେଳେ ତୁମେ ସ୍ଵୟଂ ହିଁ ତାହାକୁ ଭ୍ରମରେ ରଖି କୁମାର୍ଗଗାମୀ କରୁଛ?॥9॥


© 2017 SGGS ONLINE
Scroll to Top