Guru Granth Sahib Translation Project

guru granth sahib odia page-433

Page 433

ਛਛੈ ਛਾਇਆ ਵਰਤੀ ਸਭ ਅੰਤਰਿ ਤੇਰਾ ਕੀਆ ਭਰਮੁ ਹੋਆ ॥ ଛ- ହେ ଭଗବାନ! ତୋର ହିଁ ମାୟା ରୂପୀ ଛାୟା ସମସ୍ତ ଜୀବର ଭିତରେ ଅଗ୍ରସର ଅଛି, ତୋ’ ଦ୍ଵାରା ହିଁ ଭ୍ରମ ବନା ହୋଇଛି।
ਭਰਮੁ ਉਪਾਇ ਭੁਲਾਈਅਨੁ ਆਪੇ ਤੇਰਾ ਕਰਮੁ ਹੋਆ ਤਿਨ੍ਹ੍ ਗੁਰੂ ਮਿਲਿਆ ॥੧੦॥ ଭ୍ରମ ଉତ୍ପନ୍ନ କରି ତୁମେ ସ୍ଵୟଂ ହିଁ ଜୀବଙ୍କୁ କୁମାର୍ଗଗାମୀ କରିଅଛ, ଯାହା ଉପରେ ତୁମ କୃପା ଅଛି, ତାହାକୁ ଗୁରୁ ମିଳିଯାନ୍ତି॥10॥
ਜਜੈ ਜਾਨੁ ਮੰਗਤ ਜਨੁ ਜਾਚੈ ਲਖ ਚਉਰਾਸੀਹ ਭੀਖ ਭਵਿਆ ॥ ଜ- ହେ ପ୍ରଭୁ! ତୋର ଏହି ଯାଚକ ଯିଏ ଚଉରାଅଶି ଲକ୍ଷ ଯୋନିରେ ଭିକ୍ଷା ମାଗୁଥିଲା, ତୋ’ ଠାରୁ ତୋର ଜ୍ଞାନ ମାଗୁଅଛି।
ਏਕੋ ਲੇਵੈ ਏਕੋ ਦੇਵੈ ਅਵਰੁ ਨ ਦੂਜਾ ਮੈ ਸੁਣਿਆ ॥੧੧॥ ଏକ ପ୍ରଭୁ ହିଁ ଦାନ ନିଅନ୍ତି ଈଊ ଏକ ସେ ହିଁ ଦାନ ଦେଇଥାନ୍ତି, ଆଉ କାହା ବିଷୟରେ ମୁଁ ଶୁଣି ନାହିଁ ॥11॥
ਝਝੈ ਝੂਰਿ ਮਰਹੁ ਕਿਆ ਪ੍ਰਾਣੀ ਜੋ ਕਿਛੁ ਦੇਣਾ ਸੁ ਦੇ ਰਹਿਆ ॥ ଝ- ହେ ପ୍ରାଣୀ! ନ୍ତୁମେ କାହିଁକି ସମବେଦନା ସହିତ ମରୁଅଛ? ଭଗବାନ ଆମକୁ ନିର୍ବାହ ପାଇଁ ଯାହା ଦେବା କଥା ତାହା ଦେଉଛନ୍ତି।
ਦੇ ਦੇ ਵੇਖੈ ਹੁਕਮੁ ਚਲਾਏ ਜਿਉ ਜੀਆ ਕਾ ਰਿਜਕੁ ਪਇਆ ॥੧੨॥ ଯେପରି ପ୍ରାଣୀ ପାଇଁ ବିଧି ବିଧାନ ଅନୁସାରେ ଭୋଜନ ନିଶ୍ଚିତ ଅଟେ, ଭଗବାନ ସବୁଙ୍କୁ ଦେଉଛନ୍ତି, ସେ ସବୁଙ୍କ ପାଳନ ପୋଷଣ କରୁଛନ୍ତି॥12॥
ਞੰਞੈ ਨਦਰਿ ਕਰੇ ਜਾ ਦੇਖਾ ਦੂਜਾ ਕੋਈ ਨਾਹੀ ॥ ଜ- ଯେବେ ମୁଁ ନିଜ ଦୃଷ୍ଟିରେ ଚାରିଆଡେ ଦେଖିଥାଏ, ସେତେବେଳେ ମୋତେ ଭଗବାନଙ୍କ ବିନା ଆଉ କିଛି ଦେଖାଯାଏ ନାହିଁ।
ਏਕੋ ਰਵਿ ਰਹਿਆ ਸਭ ਥਾਈ ਏਕੁ ਵਸਿਆ ਮਨ ਮਾਹੀ ॥੧੩॥ ଏକ ଇଶ୍ଵର ସମସ୍ତ ସ୍ଥାନରେ ମହଜୁଦ ଅଛନ୍ତି ଆଉ ସେ ହିଁ ମନରେ ବାସ କରିଥାନ୍ତି ॥13॥
ਟਟੈ ਟੰਚੁ ਕਰਹੁ ਕਿਆ ਪ੍ਰਾਣੀ ਘੜੀ ਕਿ ਮੁਹਤਿ ਕਿ ਉਠਿ ਚਲਣਾ ॥ ଟ- ହେ ପ୍ରାଣୀ! ତୁମେ କାହିଁକି ଛଳ କପଟ କରୁଛ? ଏହି ଦୁନିଆରୁ ତୁମେ ଏକ କ୍ଷଣରେ ହିଁ ଚାଲିଯିବ ଅର୍ଥାତ ପ୍ରାଣ ତ୍ୟାଗ କରିବ।
ਜੂਐ ਜਨਮੁ ਨ ਹਾਰਹੁ ਅਪਣਾ ਭਾਜਿ ਪੜਹੁ ਤੁਮ ਹਰਿ ਸਰਣਾ ॥੧੪॥ ନିଜ ଜଙ୍କ ଖେଳର ଜୁଆରେ ହାର ନାହିଁ ଆଉ ହରିଙ୍କ ଶରଣକୁ ଯାଅ॥14॥
ਠਠੈ ਠਾਢਿ ਵਰਤੀ ਤਿਨ ਅੰਤਰਿ ਹਰਿ ਚਰਣੀ ਜਿਨ੍ਹ੍ਹ ਕਾ ਚਿਤੁ ਲਾਗਾ ॥ ଠ- ଯାହାର ଚିତ୍ତ ହରିଙ୍କ ଶରଣରେ ଲାଗିଥାଏ, ତାହାର ଅନ୍ତର୍ମନରେ ସୁଖ ଶାନ୍ତି ବାସ କରିଥାଏ।
ਚਿਤੁ ਲਾਗਾ ਸੇਈ ਜਨ ਨਿਸਤਰੇ ਤਉ ਪਰਸਾਦੀ ਸੁਖੁ ਪਾਇਆ ॥੧੫॥ ହେ ପ୍ରଭୁ! ଯାହାର ଚିତ୍ତ ତୋ’ ଠାରେ ଯୋଡି ରହିଛି, ସେହି ମନୁଷ୍ୟ ସଂସାର ସାଗରରୁ ପାର ହୋଇଯାଏ ଆଉ ତୋର କୃପାରୁ ତାହାକୁ ସୁଖ ପ୍ରାପ୍ତ ହୋଇଥାଏ॥15॥
ਡਡੈ ਡੰਫੁ ਕਰਹੁ ਕਿਆ ਪ੍ਰਾਣੀ ਜੋ ਕਿਛੁ ਹੋਆ ਸੁ ਸਭੁ ਚਲਣਾ ॥ ଡ- ହେ ନଶ୍ଵର ପ୍ରାଣୀ! ତୁମେ କାହିଁକି ବ୍ୟର୍ଥରେ ଆଡମ୍ବର କରୁଛ, ସୃଷ୍ଟିରେ ଯାହା କିଛି ଉତ୍ପନ୍ନ ହୋଇଛି, ତାହା ନାଶଶୀଳ ଅଟେ।
ਤਿਸੈ ਸਰੇਵਹੁ ਤਾ ਸੁਖੁ ਪਾਵਹੁ ਸਰਬ ਨਿਰੰਤਰਿ ਰਵਿ ਰਹਿਆ ॥੧੬॥ ଯଦି ପ୍ରଭୁଙ୍କ ଭକ୍ତି କରିବ, ତାହାହେଲେ ତୁମକୁ ଆତ୍ମିକ ସୁଖ ପ୍ରାପ୍ତ ହେବ, ପ୍ରଭୁ ସମସ୍ତ ଜୀବ ଠାରେ ନିରନ୍ତର ବ୍ୟାପକ ଅଛନ୍ତି॥16॥
ਢਢੈ ਢਾਹਿ ਉਸਾਰੈ ਆਪੇ ਜਿਉ ਤਿਸੁ ਭਾਵੈ ਤਿਵੈ ਕਰੇ ॥ ଢ- ପ୍ରଭୁ ସ୍ଵୟଂ ସୃଷ୍ଟିର ରଚନା କରିଛନ୍ତି, ଆଉ ସ୍ଵୟଂ ହିଁ ନିଜ ଇଚ୍ଛାରେ ତାହାକୁ ମଞ୍ଜୁର କରନ୍ତି।
ਕਰਿ ਕਰਿ ਵੇਖੈ ਹੁਕਮੁ ਚਲਾਏ ਤਿਸੁ ਨਿਸਤਾਰੇ ਜਾ ਕਉ ਨਦਰਿ ਕਰੇ ॥੧੭॥ ସୃଷ୍ଟିର ରଚନା କରି ସେ ଦେଖନ୍ତି ଏବଂ ନିଜ ହୁକୁମ ଜୀବ ଉପରେ ଲାଗୁ କରନ୍ତି, ସେ ଯେଉଁ ଜୀବ ଉପରେ କୃପା ଦୃଷ୍ଟି କରିଥାନ୍ତି, ତାହାକୁ ସେ ମୁକ୍ତି ପ୍ରଦାନ କରିଥାନ୍ତି ॥17॥
ਣਾਣੈ ਰਵਤੁ ਰਹੈ ਘਟ ਅੰਤਰਿ ਹਰਿ ਗੁਣ ਗਾਵੈ ਸੋਈ ॥ ଣ- ଯେଉଁ ପ୍ରାଣୀର ଅନ୍ତରରେ ପ୍ରଭୁ ରହିଛନ୍ତି, ସେ ହରିଙ୍କ ଗୁଣଗାନ କରିଥାଏ।
ਆਪੇ ਆਪਿ ਮਿਲਾਏ ਕਰਤਾ ਪੁਨਰਪਿ ਜਨਮੁ ਨ ਹੋਈ ॥੧੮॥ କର୍ତ୍ତା ପ୍ରଭୁ ଯାହାକୁ ନିଜ ସାଥିରେ ମିଳନ କରାଇ ଥାଆନ୍ତି, ସେ ବାରମ୍ବାର ଜନ୍ମ ନିଏ ନାହିଁ॥18॥
ਤਤੈ ਤਾਰੂ ਭਵਜਲੁ ਹੋਆ ਤਾ ਕਾ ਅੰਤੁ ਨ ਪਾਇਆ ॥ ତ- ଏହି ଭୟାନକ ସଂସାର ସାଗର ବହୁତ ଗଭୀର ଅଟେ, ଏହାର କୌଣସି ଅନ୍ତ ପାଇ ହୁଏନାହିଁ।
ਨਾ ਤਰ ਨਾ ਤੁਲਹਾ ਹਮ ਬੂਡਸਿ ਤਾਰਿ ਲੇਹਿ ਤਾਰਣ ਰਾਇਆ ॥੧੯॥ ଆମ ପାଖରେ ନା କୌଣସି ନୌକା ଅଛି, ନା କୌଣସି ଭେଳା ଅଛି, ହେ ପ୍ରଭୁ! ମୁଁ ବୁଡି ଯାଉଛି ମୋତେ ପାର କରାଇ ଦିଅ॥19॥
ਥਥੈ ਥਾਨਿ ਥਾਨੰਤਰਿ ਸੋਈ ਜਾ ਕਾ ਕੀਆ ਸਭੁ ਹੋਆ ॥ ଥ- ସମସ୍ତ ସ୍ଥାନ ଏବଂ ଜାଗାରେ ଇଶ୍ଵର ମହଜୁଦ ଅଛନ୍ତି, ତାଙ୍କ ଦ୍ଵାରା ହିଁ ସୃଷ୍ଟିରେ ସବୁ କିଛି ହୋଇଥାଏ।
ਕਿਆ ਭਰਮੁ ਕਿਆ ਮਾਇਆ ਕਹੀਐ ਜੋ ਤਿਸੁ ਭਾਵੈ ਸੋਈ ਭਲਾ ॥੨੦॥ ଭ୍ରମ କଣ? ମାୟା କାହାକୁ କହନ୍ତି? ତାହାଙ୍କୁ ଯାହା କିଛି ମଞ୍ଜୁର ଅଛି, ତାହା ଭଲ ଅଟେ॥20॥
ਦਦੈ ਦੋਸੁ ਨ ਦੇਊ ਕਿਸੈ ਦੋਸੁ ਕਰੰਮਾ ਆਪਣਿਆ ॥ ଦ- ଆମେ କାହା ଉପରେ ଦୋଷ ଦେବା ଉଚିତ ନୁହେଁ, କାରଣ ଦୋଷ ଆମର ନିଜର କର୍ମ ଅଟେ।
ਜੋ ਮੈ ਕੀਆ ਸੋ ਮੈ ਪਾਇਆ ਦੋਸੁ ਨ ਦੀਜੈ ਅਵਰ ਜਨਾ ॥੨੧॥ ଯାହା କିଛି ଭଲ ମନ୍ଦ କର୍ମ ମୁଁ କରିଥିଲି, ତାହାର ଫଳ ମୋତେ ମିଳି ଯାଇଛି, ଏଥିପାଇଁ ମୁଁ କାହା ଉପରେ ଦୋଷ ଲଗାଏ ନାହିଁ ॥21॥
ਧਧੈ ਧਾਰਿ ਕਲਾ ਜਿਨਿ ਛੋਡੀ ਹਰਿ ਚੀਜੀ ਜਿਨਿ ਰੰਗ ਕੀਆ ॥ ଧ- ଯେଉଁ ପରମାତ୍ମାଙ୍କ କଳା(ଶକ୍ତି) ଧରିତ୍ରୀକୁ ରଖିଛି ଏବଂ ସ୍ଥାପିତ କରିଛି, ଯିଏ ପ୍ରତ୍ୟେକ ବସ୍ତୁକୁ ରଙ୍ଗ ପ୍ରଦାନ କରିଛନ୍ତି,
ਤਿਸ ਦਾ ਦੀਆ ਸਭਨੀ ਲੀਆ ਕਰਮੀ ਕਰਮੀ ਹੁਕਮੁ ਪਇਆ ॥੨੨॥ ଯାହାର ଦାନ ସମସ୍ତେ ପ୍ରାପ୍ତ କରିଥାନ୍ତି ଆଉ ହୁକୁମ ପ୍ରାଣୀଙ୍କ କର୍ମ ଅନୁସାରେ କ୍ରିଯାଶୀଳ ଅଟେ॥22॥
ਨੰਨੈ ਨਾਹ ਭੋਗ ਨਿਤ ਭੋਗੈ ਨਾ ਡੀਠਾ ਨਾ ਸੰਮ੍ਹਲਿਆ ॥ ନ- ମୁଁ ନିଜ ମାଲିକ ପ୍ରଭୁଙ୍କ ପ୍ରଦତ୍ତ ପଦାର୍ଥ ନିତ୍ୟ ଭୋଗ କରିଥାଏ, କିନ୍ତୁ ମୁଁ ଆଜି ପର୍ଯ୍ଯନ୍ତ ତାହାଙ୍କୁ ନା କେବେ ଦେଖିଛି ଆଉ ନା କେବେ ସ୍ମରଣ କରିଛି।
ਗਲੀ ਹਉ ਸੋਹਾਗਣਿ ਭੈਣੇ ਕੰਤੁ ਨ ਕਬਹੂੰ ਮੈ ਮਿਲਿਆ ॥੨੩॥ ହେ ଭଉଣୀ! ମୁଁ କଥାରେ ନିଜକୁ ସୁହାଗିନୀ କହିଥାଏ, ପରନ୍ତୁ ମୋର ପତି-ପ୍ରଭୁ ମୋତେ କେବେ ମିଳି ନାହାନ୍ତି॥23॥
ਪਪੈ ਪਾਤਿਸਾਹੁ ਪਰਮੇਸਰੁ ਵੇਖਣ ਕਉ ਪਰਪੰਚੁ ਕੀਆ ॥ ପ- ବାଦଶାହ ପରମେଶ୍ଵର ସୃଷ୍ଟିର ରଚନା ନିଜେ ଦେଖିବା ପାଇଁ କରିଛନ୍ତି।
ਦੇਖੈ ਬੂਝੈ ਸਭੁ ਕਿਛੁ ਜਾਣੈ ਅੰਤਰਿ ਬਾਹਰਿ ਰਵਿ ਰਹਿਆ ॥੨੪॥ ପ୍ରଭୁ ଜୀବଙ୍କୁ ଦେଖିଥାନ୍ତି, ବୁଝିଥାନ୍ତି ଏବଂ ସବୁ କିଛି ଜାଣିଥାନ୍ତି, ଭିତରେ ଏବଂ ବାହାରେ ସେ ସବୁଙ୍କ ଠାରେ ରହିଛନ୍ତି॥24॥
ਫਫੈ ਫਾਹੀ ਸਭੁ ਜਗੁ ਫਾਸਾ ਜਮ ਕੈ ਸੰਗਲਿ ਬੰਧਿ ਲਇਆ ॥ ଫ- ସଂପୂର୍ଣ୍ଣ ଜଗତ ଫାଶିରେ ଫସି ରହିଛି ଆଉ ଯମ ଜଞ୍ଜିରରେ ବାନ୍ଧି ଦେଇଛି।
ਗੁਰ ਪਰਸਾਦੀ ਸੇ ਨਰ ਉਬਰੇ ਜਿ ਹਰਿ ਸਰਣਾਗਤਿ ਭਜਿ ਪਇਆ ॥੨੫॥ ଗୁରୁଙ୍କ ପ୍ରସାଦରୁ ସେହି ନର ପାର ହୋଇଥାଏ, ଯିଏ ଆସି ହରିଙ୍କ ଶରଣ ନେଇଥାଏ॥25॥
ਬਬੈ ਬਾਜੀ ਖੇਲਣ ਲਾਗਾ ਚਉਪੜਿ ਕੀਤੇ ਚਾਰਿ ਜੁਗਾ ॥ ବ- ଚାରି ଯୁଗକୁ ନିଜ ଖେଳ ବନାଇ ପ୍ରଭୁ ଖେଳିବା ଆରମ୍ଭ କରିଛନ୍ତି।


© 2017 SGGS ONLINE
Scroll to Top