Page 414
                    ਕੰਚਨ ਕਾਇਆ ਜੋਤਿ ਅਨੂਪੁ ॥
                   
                    
                                          
                        ତାହାର କାୟା ପ୍ରଭୁଙ୍କ ଅନୁପ ଜ୍ୟୋତି ଦ୍ଵାରା ସୁନା ହୋଇଯାଏ ଆଉ        
                                            
                    
                    
                
                                   
                    ਤ੍ਰਿਭਵਣ ਦੇਵਾ ਸਗਲ ਸਰੂਪੁ ॥
                   
                    
                                          
                        ସେ ତିନି ଲୋକରେ ପ୍ରଭୁଙ୍କ ସ୍ୱରୂପ ଦେଖିଥାଏ।       
                                            
                    
                    
                
                                   
                    ਮੈ ਸੋ ਧਨੁ ਪਲੈ ਸਾਚੁ ਅਖੂਟੁ ॥੪॥
                   
                    
                                          
                        ମୋର ପାଖରେ ପ୍ରଭୁ ନାମର ସଚ୍ଚା ଏବଂ ଅକ୍ଷୟ ଧନ ଅଛି॥4॥    
                                            
                    
                    
                
                                   
                    ਪੰਚ ਤੀਨਿ ਨਵ ਚਾਰਿ ਸਮਾਵੈ ॥
                   
                    
                                          
                        ପ୍ରଭୁ ପାଞ୍ଚ ତତ୍ତ୍ଵ, ମାୟାର ତିନି ଗୁଣ, ନବଖଣ୍ଡ ଏବଂ ଚାରି ଦିଗରେ ବ୍ୟାପକ ହୋଇଛନ୍ତି।        
                                            
                    
                    
                
                                   
                    ਧਰਣਿ ਗਗਨੁ ਕਲ ਧਾਰਿ ਰਹਾਵੈ ॥
                   
                    
                                          
                        ନିଜର ସତ୍ତା କାୟମ କରି ସେ ଧରିତ୍ରୀ ଏବଂ ଗଗନକୁ ସାହାରା ଦେଉଛନ୍ତି।             
                                            
                    
                    
                
                                   
                    ਬਾਹਰਿ ਜਾਤਉ ਉਲਟਿ ਪਰਾਵੈ ॥੫॥
                   
                    
                                          
                        ପ୍ରଭୁ ପ୍ରାଣୀର ଚଞ୍ଚଳ ମନକୁ ବଦଳାଇ ସତମାର୍ଗକୁ ଆଣିଥାନ୍ତି ॥5॥     
                                            
                    
                    
                
                                   
                    ਮੂਰਖੁ ਹੋਇ ਨ ਆਖੀ ਸੂਝੈ ॥
                   
                    
                                          
                        ଯିଏ ମୂର୍ଖ ଅଟେ, ସେ ନିଜର ଆତ୍ମିକ ଆଖିରେ ଦେଖେ ନାହିଁ,       
                                            
                    
                    
                
                                   
                    ਜਿਹਵਾ ਰਸੁ ਨਹੀ ਕਹਿਆ ਬੂਝੈ ॥
                   
                    
                                          
                        ତାହାର ଜିହ୍ଵା ରସ ଦିଏ ନାହିଁ ଆଉ ତାହାକୁ ଯାହା କିଛି କୁହାଯାଏ, ସେ ବୁଝେ ନାହିଁ।    
                                            
                    
                    
                
                                   
                    ਬਿਖੁ ਕਾ ਮਾਤਾ ਜਗ ਸਿਉ ਲੂਝੈ ॥੬॥
                   
                    
                                          
                        ସେ ବିଷାକ୍ତ ମାୟାରେ ମସ୍ତ ହୋଇ ଦୁନିଆ ସାଥିରେ ଝଗଡା କରିଥାଏ ॥6॥             
                                            
                    
                    
                
                                   
                    ਊਤਮ ਸੰਗਤਿ ਊਤਮੁ ਹੋਵੈ ॥
                   
                    
                                          
                        ଉତ୍ତମ ସଂଗତି କରି ମନୁଷ୍ୟ ଉତ୍ତମ ବନିଯାଏ।       
                                            
                    
                    
                
                                   
                    ਗੁਣ ਕਉ ਧਾਵੈ ਅਵਗਣ ਧੋਵੈ ॥
                   
                    
                                          
                        ଏପରି ମନୁଷ୍ୟ ଗୁଣର ପଛରେ ଦଉଡୁଥାଏ ଆଉ ନିଜ ଅବଗୁଣକୁ ଦୂର କରିଥାଏ।          
                                            
                    
                    
                
                                   
                    ਬਿਨੁ ਗੁਰ ਸੇਵੇ ਸਹਜੁ ਨ ਹੋਵੈ ॥੭॥
                   
                    
                                          
                        ଗୁରୁଙ୍କ ସେବା ବିନା ସ୍ଵାଭାବିକ ସୁଖ ପ୍ରାପ୍ତ ହୁଏନାହିଁ॥7॥       
                                            
                    
                    
                
                                   
                    ਹੀਰਾ ਨਾਮੁ ਜਵੇਹਰ ਲਾਲੁ ॥
                   
                    
                                          
                        ପ୍ରଭୁଙ୍କ ନାମ ହୀରା ଏବଂ ମାଣିକ ଅଟେ।          
                                            
                    
                    
                
                                   
                    ਮਨੁ ਮੋਤੀ ਹੈ ਤਿਸ ਕਾ ਮਾਲੁ ॥
                   
                    
                                          
                        ମନୁଷ୍ୟର ମୋତି ଭଳି ଅମୂଲ୍ୟ ମନ ସେହି ସ୍ଵାମୀର ଧନ ଅଟେ,  
                                            
                    
                    
                
                                   
                    ਨਾਨਕ ਪਰਖੈ ਨਦਰਿ ਨਿਹਾਲੁ ॥੮॥੫॥
                   
                    
                                          
                        ହେ ନାନକ! ପ୍ରଭୁ ଭକ୍ତକୁ ପରୀକ୍ଷା କରିଥାନ୍ତି ଆଉ କୃପା ଦୃଷ୍ଟି ଦ୍ଵାରା ତାହାକୁ କୃତାର୍ଥ କରିଥାନ୍ତି ॥8॥5॥                 
                                            
                    
                    
                
                                   
                    ਆਸਾ ਮਹਲਾ ੧ ॥
                   
                    
                                          
                        ଆଶା ମହଲା 1 ॥ 
                                            
                    
                    
                
                                   
                    ਗੁਰਮੁਖਿ ਗਿਆਨੁ ਧਿਆਨੁ ਮਨਿ ਮਾਨੁ ॥
                   
                    
                                          
                        ଗୁରୁଙ୍କ ମାଧ୍ୟମରୁ ହିଁ ଜ୍ଞାନ, ଧ୍ୟାନ ଏବଂ ମନକୁ ସନ୍ତୋଷ ପ୍ରାପ୍ତ ହୋଇଥାଏ।            
                                            
                    
                    
                
                                   
                    ਗੁਰਮੁਖਿ ਮਹਲੀ ਮਹਲੁ ਪਛਾਨੁ ॥
                   
                    
                                          
                        ଗୁରୁଙ୍କ ସମ୍ମୁଖ ହୋଇ ପ୍ରଭୁଙ୍କ ମହଲ ଜାଣି ହୁଏ। 
                                            
                    
                    
                
                                   
                    ਗੁਰਮੁਖਿ ਸੁਰਤਿ ਸਬਦੁ ਨੀਸਾਨੁ ॥੧॥
                   
                    
                                          
                        ଗୁରୁମୁଖୀ ବନି ପ୍ରଭୁଙ୍କ ନାମ ମନୁଷ୍ୟର ସୁରତିରେ ପ୍ରକଟ ହୋଇଯାଏ ॥1॥     
                                            
                    
                    
                
                                   
                    ਐਸੇ ਪ੍ਰੇਮ ਭਗਤਿ ਵੀਚਾਰੀ ॥
                   
                    
                                          
                        ଏହିପରି ପ୍ରଭୁଙ୍କ ପ୍ରେମ ଭକ୍ତିର ଚିନ୍ତନ କରାଯାଇ ଥାଏ।   
                                            
                    
                    
                
                                   
                    ਗੁਰਮੁਖਿ ਸਾਚਾ ਨਾਮੁ ਮੁਰਾਰੀ ॥੧॥ ਰਹਾਉ ॥
                   
                    
                                          
                        ଗୁରୁମୁଖୀ ବନି ହିଁ ମୁରାରୀ ପ୍ରଭୁଙ୍କ ସତ୍ୟ ନାମ ପ୍ରାପ୍ତ କରାଯାଇ ଥାଏ॥1॥ରୁହ॥      
                                            
                    
                    
                
                                   
                    ਅਹਿਨਿਸਿ ਨਿਰਮਲੁ ਥਾਨਿ ਸੁਥਾਨੁ ॥
                   
                    
                                          
                        ଯିଏ ଗୁରୁମୁଖୀ ବନିଥାଏ ସେ ଦିନ ରାତି ନିର୍ମଳ ରହିଥାଏ ଆଉ ସୁନ୍ଦର ସ୍ଥାନରେ ବାସ କରିଥାଏ।      
                                            
                    
                    
                
                                   
                    ਤੀਨ ਭਵਨ ਨਿਹਕੇਵਲ ਗਿਆਨੁ ॥
                   
                    
                                          
                        ତାହାକୁ ତିନି ଲୋକର ଜ୍ଞାନ ହୋଇଯାଏ।       
                                            
                    
                    
                
                                   
                    ਸਾਚੇ ਗੁਰ ਤੇ ਹੁਕਮੁ ਪਛਾਨੁ ॥੨॥
                   
                    
                                          
                        ସଚ୍ଚା ଗୁରୁଙ୍କ ମାଧ୍ୟମରୁ ପ୍ରଭୁଙ୍କ ହୁକୁମ ଜାଣି ହୁଏ ॥2॥           
                                            
                    
                    
                
                                   
                    ਸਾਚਾ ਹਰਖੁ ਨਾਹੀ ਤਿਸੁ ਸੋਗੁ ॥
                   
                    
                                          
                        ସେ ସଚ୍ଚା ପ୍ରସନ୍ନତା ପ୍ରାପ୍ତ କରିଥାଏ ଆଉ ତାହାକୁ କୌଣସି ଦୁଃଖ ସ୍ପର୍ଶ କରେ ନାହିଁ।         
                                            
                    
                    
                
                                   
                    ਅੰਮ੍ਰਿਤੁ ਗਿਆਨੁ ਮਹਾ ਰਸੁ ਭੋਗੁ ॥
                   
                    
                                          
                        ସେ ଅମୃତ ଜ୍ଞାନ ଏବଂ ମହାରସର ଆନନ୍ଦ ପ୍ରାପ୍ତ କରିଥାଏ।          
                                            
                    
                    
                
                                   
                    ਪੰਚ ਸਮਾਈ ਸੁਖੀ ਸਭੁ ਲੋਗੁ ॥੩॥
                   
                    
                                          
                        ତାହାର ପାଞ୍ଚ ବିକାର ନଷ୍ଟ ହୋଇଯାଏ ଆଉ ସେ ସାରା ଦୁନିଆରେ ସୁଖୀ ହୋଇଥାଏ ॥3॥     
                                            
                    
                    
                
                                   
                    ਸਗਲੀ ਜੋਤਿ ਤੇਰਾ ਸਭੁ ਕੋਈ ॥
                   
                    
                                          
                        ହେ ପ୍ରଭୁ! ତୋର ଜ୍ୟୋତି ସବୁଙ୍କ ଠାରେ ମହଜୁଦ ଅଛି ଆଉ ସବୁ ତୋର ହିଁ ଅଟନ୍ତି।    
                                            
                    
                    
                
                                   
                    ਆਪੇ ਜੋੜਿ ਵਿਛੋੜੇ ਸੋਈ ॥
                   
                    
                                          
                        ସେ ସ୍ଵୟଂ ହିଁ ମିଳାଇଥାନ୍ତି ଆଉ ସ୍ଵୟଂ ହିଁ ବିଚ୍ଛେଦ କରାଇ ଥାଆନ୍ତି।  
                                            
                    
                    
                
                                   
                    ਆਪੇ ਕਰਤਾ ਕਰੇ ਸੁ ਹੋਈ ॥੪॥
                   
                    
                                          
                        ସୃଜନହାର ପ୍ରଭୁ ଯାହା କିଛି କରିଥାନ୍ତି, ତାହା ହୋଇଥାଏ ॥4॥                       
                                            
                    
                    
                
                                   
                    ਢਾਹਿ ਉਸਾਰੇ ਹੁਕਮਿ ਸਮਾਵੈ ॥
                   
                    
                                          
                        ଇଶ୍ଵର ସ୍ଵୟଂ ହିଁ ସୃଷ୍ଟିକୁ ଧ୍ଵଂସ କରି ସ୍ଵୟଂ ହିଁ ନିର୍ମାଣ କରିଥାନ୍ତି, ତାହାଙ୍କ ହୁକୁମ ଅନୁସାରେ ସୃଷ୍ଟି ପୁନଃ ତାଙ୍କରି ଠାରେ ଲୀନ ହୋଇଥାଏ। 
                                            
                    
                    
                
                                   
                    ਹੁਕਮੋ ਵਰਤੈ ਜੋ ਤਿਸੁ ਭਾਵੈ ॥
                   
                    
                                          
                        ଯାହା କିଛି ତାହାଙ୍କୁ ଭଲ ଲାଗିଥାଏ, ତାଙ୍କରି ହୁକୁମ ଅନୁସାରେ ହୋଇଥାଏ।               
                                            
                    
                    
                
                                   
                    ਗੁਰ ਬਿਨੁ ਪੂਰਾ ਕੋਇ ਨ ਪਾਵੈ ॥੫॥
                   
                    
                                          
                        ଗୁରୁଙ୍କ ବିନା କେହି ମଧ୍ୟ ପୂର୍ଣ୍ଣ ପ୍ରଭୁଙ୍କୁ ପ୍ରାପ୍ତ କରିପାରେ ନାହିଁ ॥5॥            
                                            
                    
                    
                
                                   
                    ਬਾਲਕ ਬਿਰਧਿ ਨ ਸੁਰਤਿ ਪਰਾਨਿ ॥
                   
                    
                                          
                        ପ୍ରାଣୀର ବାଲ୍ୟାବସ୍ଥା ଏବଂ ବୃଦ୍ଧାବସ୍ଥାରେ କୌଣସି ହୋସ ନଥାଏ।            
                                            
                    
                    
                
                                   
                    ਭਰਿ ਜੋਬਨਿ ਬੂਡੈ ਅਭਿਮਾਨਿ ॥
                   
                    
                                          
                        ଭରପୁର ଯୌବନରେ ସେ ଅଭିମାନରେ ବୁଡି ଯାଇଥାଏ।        
                                            
                    
                    
                
                                   
                    ਬਿਨੁ ਨਾਵੈ ਕਿਆ ਲਹਸਿ ਨਿਦਾਨਿ ॥੬॥
                   
                    
                                          
                        ନାମ ବିନା ସେହି ମୂର୍ଖ କଣ ପ୍ରାପ୍ତ କରି ପାରିବ?॥6॥         
                                            
                    
                    
                
                                   
                    ਜਿਸ ਕਾ ਅਨੁ ਧਨੁ ਸਹਜਿ ਨ ਜਾਨਾ ॥
                   
                    
                                          
                        ମନୁଷ୍ୟ ସେହି ପ୍ରଭୁଙ୍କୁ ଜାଣି ନଥାଏ, ଯାହାଙ୍କ ପ୍ରଦତ୍ତ ଅନ୍ନ ଏବଂ ଧନ ସେ ବ୍ୟବହାର କରିଥାଏ।          
                                            
                    
                    
                
                                   
                    ਭਰਮਿ ਭੁਲਾਨਾ ਫਿਰਿ ਪਛੁਤਾਨਾ ॥
                   
                    
                                          
                        ଦ୍ଵିଧାରେ କୁମାର୍ଗଗାମୀ ହୋଇ ସେ ପରେ ପଶ୍ଚାତାପ କରିଥାଏ।        
                                            
                    
                    
                
                                   
                    ਗਲਿ ਫਾਹੀ ਬਉਰਾ ਬਉਰਾਨਾ ॥੭॥
                   
                    
                                          
                        ପରନ୍ତୁ, ମୂର୍ଖ ମନୁଷ୍ୟର ଗଳାରେ ମୋହର ଫାଶୀ ପଡିଛି ॥7॥           
                                            
                    
                    
                
                                   
                    ਬੂਡਤ ਜਗੁ ਦੇਖਿਆ ਤਉ ਡਰਿ ਭਾਗੇ ॥
                   
                    
                                          
                        ଏହି ସଂସାରକୁ ମୋହ ମାୟାରେ ବୁଡୁଥିବା ଦେଖି ମନୁଷ୍ୟ ଭୟଭୀତ ହୋଇ ଚାଲିଯାଏ।             
                                            
                    
                    
                
                                   
                    ਸਤਿਗੁਰਿ ਰਾਖੇ ਸੇ ਵਡਭਾਗੇ ॥ ਨਾਨਕ ਗੁਰ ਕੀ ਚਰਣੀ ਲਾਗੇ ॥੮॥੬॥
                   
                    
                                          
                        ଯାହାକୁ ସଚ୍ଚା ଗୁରୁ ରକ୍ଷା କରିଛନ୍ତି, ସେ ବଡ ଭାଗ୍ୟଶାଳୀ ଅଟେ, ହେ ନାନକ! ସେ ଗୁରୁଙ୍କ ଚରଣରେ ଲାଗିଥାଏ ॥8॥6॥      
                                            
                    
                    
                
                                   
                    ਆਸਾ ਮਹਲਾ ੧ ॥
                   
                    
                                          
                        ଆଶା ମହଲା 1 ॥  
                                            
                    
                    
                
                                   
                    ਗਾਵਹਿ ਗੀਤੇ ਚੀਤਿ ਅਨੀਤੇ ॥
                   
                    
                                          
                        କିଛି ଲୋକ ଭଗବାନଙ୍କ ଭଜନ ଗାନ କରିଥାନ୍ତି, କିନ୍ତୁ ତାହାଙ୍କ ଚିତ୍ତରେ ମନ୍ଦ ବିଚାର ଥାଏ। 
                                            
                    
                    
                
                                   
                    ਰਾਗ ਸੁਣਾਇ ਕਹਾਵਹਿ ਬੀਤੇ ॥
                   
                    
                                          
                        ସେ ରାଗ ଶୁଣାଇ ବିଦ୍ଵାନ କୁହାଇ ଥାଏ,      
                                            
                    
                    
                
                                   
                    ਬਿਨੁ ਨਾਵੈ ਮਨਿ ਝੂਠੁ ਅਨੀਤੇ ॥੧॥
                   
                    
                                          
                        କିନ୍ତୁ ନାମ ବିନା ତାହାର ମନରେ ମିଥ୍ୟା ଆଉ ମନ୍ଦ ବିଚାର ଭରି ରହିଥାଏ ॥1॥       
                                            
                    
                    
                
                                   
                    ਕਹਾ ਚਲਹੁ ਮਨ ਰਹਹੁ ਘਰੇ ॥
                   
                    
                                          
                        ହେ ମନ! ତୁମେ କୁଆଡେ ଯାଉଛ? ନିଜର ହୃଦୟ ଘରେ ହିଁ ବାସ କର।         
                                            
                    
                    
                
                                   
                    ਗੁਰਮੁਖਿ ਰਾਮ ਨਾਮਿ ਤ੍ਰਿਪਤਾਸੇ ਖੋਜਤ ਪਾਵਹੁ ਸਹਜਿ ਹਰੇ ॥੧॥ ਰਹਾਉ ॥
                   
                    
                                          
                        ଗୁରୁମୁଖୀ ରାମଙ୍କ ନାମରେ ତୃପ୍ତ ହୋଇଯାଏ ଆଉ ସନ୍ଧାନ କରି ସେ ସ୍ଵାଭାବିକ ଭାବରେ ହିଁ ପ୍ରଭୁଙ୍କୁ ପାଇଥାଏ॥1॥ରୁହ॥        
                                            
                    
                    
                
                                   
                    ਕਾਮੁ ਕ੍ਰੋਧੁ ਮਨਿ ਮੋਹੁ ਸਰੀਰਾ ॥
                   
                    
                                          
                        ଯେଉଁ ବ୍ୟକ୍ତିର ମନରେ କାମ, କ୍ରୋଧ ନିବାସ କରିଥାଏ, ତାହା ଠାରେ ଶରୀରର ମୋହ ଲାଗି ରହିଥାଏ। 
                                            
                    
                    
                
                                   
                    ਲਬੁ ਲੋਭੁ ਅਹੰਕਾਰੁ ਸੁ ਪੀਰਾ ॥
                   
                    
                                          
                        ଲାଳସା, ଲୋଭ ଏବଂ ଅହଂକାର ତାହାର ମନକୁ ବହୁତ ଦୁଃଖୀ କରିଥାଏ।          
                                            
                    
                    
                
                                   
                    ਰਾਮ ਨਾਮ ਬਿਨੁ ਕਿਉ ਮਨੁ ਧੀਰਾ ॥੨॥
                   
                    
                                          
                        ରାମଙ୍କ ନାମ ବିନା ମନକୁ କିପରି ଧୈର୍ଯ୍ୟ ଆସି ପାରିବ?॥2॥     
                                            
                    
                    
                
                                   
                    ਅੰਤਰਿ ਨਾਵਣੁ ਸਾਚੁ ਪਛਾਣੈ ॥
                   
                    
                                          
                        ଉଁ ମନୁଷ୍ୟ ନିଜ ଅନ୍ତର୍ମନକୁ ନାମ ସରୋବରରେ ସ୍ନାନ କରାଇ ଥାଏ, ସେ ସତ୍ୟକୁ ଜାଣି ନିଏ। 
                                            
                    
                    
                
                                   
                    ਅੰਤਰ ਕੀ ਗਤਿ ਗੁਰਮੁਖਿ ਜਾਣੈ ॥
                   
                    
                                          
                        ଗୁରୁମୁଖୀ ନିଜ ଅନ୍ତର୍ମନର ଗତିକୁ ସ୍ଵୟଂ ହିଁ ଜାଣିଥାଏ।    
                                            
                    
                    
                
                                   
                    ਸਾਚ ਸਬਦ ਬਿਨੁ ਮਹਲੁ ਨ ਪਛਾਣੈ ॥੩॥
                   
                    
                                          
                        ସଚ୍ଚା ବାଣୀ ବିନା ପ୍ରଭୁଙ୍କ ମହଲ ଅନୁଭବ କରାଯାଇ ପାରିବ ନାହିଁ॥3॥     
                                            
                    
                    
                
                                   
                    ਨਿਰੰਕਾਰ ਮਹਿ ਆਕਾਰੁ ਸਮਾਵੈ ॥
                   
                    
                                          
                        ଯିଏ ନିଜର ଆକାରକୁ ନିରଙ୍କାର ପ୍ରଭୁଙ୍କ ଠାରେ ଲୀନ କରିଦିଏ ଆଉ        
                                            
                    
                    
                
                                   
                    ਅਕਲ ਕਲਾ ਸਚੁ ਸਾਚਿ ਟਿਕਾਵੈ ॥
                   
                    
                                          
                        ସର୍ବକଳା ସମ୍ପର୍ଣ୍ଣ ସତ୍ୟରେ ହିଁ ବାସ କରିଥାଏ,   
                                            
                    
                    
                
                                   
                    ਸੋ ਨਰੁ ਗਰਭ ਜੋਨਿ ਨਹੀ ਆਵੈ ॥੪॥
                   
                    
                                          
                        ସେହି ମନୁଷ୍ୟ ପୁଣି ଯୋନିରେ ପ୍ରବେଶ କରେ ନାହିଁ॥4॥        
                                            
                    
                    
                
                                   
                    ਜਹਾਂ ਨਾਮੁ ਮਿਲੈ ਤਹ ਜਾਉ ॥
                   
                    
                                          
                        ଯେଉଁଠି ନାମ ମିଳିଥାଏ, ତୁମେ ସେଠାକୁ ଯାଅ। 
                                            
                    
                    
                
                    
             
				