Guru Granth Sahib Translation Project

guru granth sahib odia page-374

Page 374

ਆਸਾ ਮਹਲਾ ੫ ਪੰਚਪਦੇ ॥ ଆଶା ମହଲା 5 ପଞ୍ଚପଦୀ॥
ਪ੍ਰਥਮੇ ਤੇਰੀ ਨੀਕੀ ਜਾਤਿ ॥ ହେ ଜୀବ ରୂପୀ ନାରୀ! ଅର୍ବପ୍ରଥମେ, ତୋର ଜାତି କୁଳୀନ ଅଟେ।
ਦੁਤੀਆ ਤੇਰੀ ਮਨੀਐ ਪਾਂਤਿ ॥ ଦ୍ଵିତୀୟ, ତୋର ବଂଶ ମଧ୍ୟ ମହାନ ଅଟେ।
ਤ੍ਰਿਤੀਆ ਤੇਰਾ ਸੁੰਦਰ ਥਾਨੁ ॥ ତୃତୀୟ, ତୋର ନିବାସ ସ୍ଥାନ ଅତି ସୁନ୍ଦର ଅଟେ, ପରନ୍ତୁ
ਬਿਗੜ ਰੂਪੁ ਮਨ ਮਹਿ ਅਭਿਮਾਨੁ ॥੧॥ ତୋର ରୂପ କୁରୁପ ଅଟେ, କାରଣ ତୋର ମନରେ ଅଭିମାନ ଅଛି ॥1॥
ਸੋਹਨੀ ਸਰੂਪਿ ਸੁਜਾਣਿ ਬਿਚਖਨਿ ॥ ହେ ସୁନ୍ଦର ସ୍ୱରୂପ ବାଲୀ, ବୁଦ୍ଧିମାନ ଏବଂ ଚତୁର ନାରୀ!
ਅਤਿ ਗਰਬੈ ਮੋਹਿ ਫਾਕੀ ਤੂੰ ॥੧॥ ਰਹਾਉ ॥ ତୁ ଅତ୍ୟନ୍ତ ଅହଂକାର ଏବଂ ମୋହ ମାୟାରେ ଫସି ରହିଛୁ॥1॥ରୁହ॥
ਅਤਿ ਸੂਚੀ ਤੇਰੀ ਪਾਕਸਾਲ ॥ ହେ ଜୀବ ରୂପୀ ନାରୀ! ତୋର ପାକଶାଳା ବଡ ପବିତ୍ର ଅଟେ।
ਕਰਿ ਇਸਨਾਨੁ ਪੂਜਾ ਤਿਲਕੁ ਲਾਲ ॥ ତୁମେ ସ୍ନାନ କରି ପୂଜା କର ଏବଂ ମଠାରେ ଲାଲ ତିଳକ ଲଗାଇ ଥାଅ।
ਗਲੀ ਗਰਬਹਿ ਮੁਖਿ ਗੋਵਹਿ ਗਿਆਨ ॥ ନିଜ ମୁହଁରେ ତୁମେ ଜ୍ଞାନର ବାର୍ତ୍ତା କରୁଅଛ, ପରନ୍ତୁ ଅଭିମାନ ତୋତେ ନଷ୍ଟ କରି ଦେଇଛି।
ਸਭ ਬਿਧਿ ਖੋਈ ਲੋਭਿ ਸੁਆਨ ॥੨॥ ଏହା ମଧ୍ୟ ସତ୍ୟ ଅଟେ ଯେ ଲାଳସା ରୂପୀ କୁକୁର ତୋର ସବୁ ପ୍ରକାରର ବଡିମା ବରବାଦ କରିଦେଇଛି ॥2॥
ਕਾਪਰ ਪਹਿਰਹਿ ਭੋਗਹਿ ਭੋਗ ॥ ତୁମେ ସୁନ୍ଦର ବସ୍ତ୍ର ଧାରଣ କରିଅଛ, ଭୋଗ ବିଳାସ କରୁଅଛ,
ਆਚਾਰ ਕਰਹਿ ਸੋਭਾ ਮਹਿ ਲੋਗ ॥ ସଂସାରରେ ଶୋଭା ପାଇବା ପାଇଁ ଧର୍ମ-କର୍ମ କରିଥାଅ।
ਚੋਆ ਚੰਦਨ ਸੁਗੰਧ ਬਿਸਥਾਰ ॥ ନିଜ ଶରୀରର ଅତର, ଚନ୍ଦନ ଏବଂ ଅନ୍ୟ ସୁଗନ୍ଧ ପ୍ରୟୋଗ କରୁଅଛ,
ਸੰਗੀ ਖੋਟਾ ਕ੍ਰੋਧੁ ਚੰਡਾਲ ॥੩॥ କିନ୍ତୁ, ଚାଣ୍ଡାଳ କ୍ରୋଧ ତୋର ସଦା ମନ୍ଦ ସାଥି ବନିଅଛି ॥3॥
ਅਵਰ ਜੋਨਿ ਤੇਰੀ ਪਨਿਹਾਰੀ ॥ ଅନ୍ୟ ସବୁ ଯୋନି ତୋର ଦାସୀ ଅଟେ।
ਇਸੁ ਧਰਤੀ ਮਹਿ ਤੇਰੀ ਸਿਕਦਾਰੀ ॥ ଏହି ଧରିତ୍ରୀ ଉପରେ ତୋର ହିଁ କାୟମ ଅଛି।
ਸੁਇਨਾ ਰੂਪਾ ਤੁਝ ਪਹਿ ਦਾਮ ॥ ତୋ’ ପାଖରେ ସୁନା ରୂପା ଇତ୍ୟାଦି ଧନ ପଦାର୍ଥ ଅଛି, କିନ୍ତୁ
ਸੀਲੁ ਬਿਗਾਰਿਓ ਤੇਰਾ ਕਾਮ ॥੪॥ କାମବାସନା ତୋର ଲଜ୍ଜା ଭ୍ରଷ୍ଟ କରିଦେଇଛି ॥4॥
ਜਾ ਕਉ ਦ੍ਰਿਸਟਿ ਮਇਆ ਹਰਿ ਰਾਇ ॥ ଯାହା ଉପରେ ଭଗବାନ କୃପାଦୃଷ୍ଟି କରିଥାନ୍ତି,
ਸਾ ਬੰਦੀ ਤੇ ਲਈ ਛਡਾਇ ॥ ସେ ବିକାରର ବନ୍ଦୀତ୍ଵରୁ ମୁକ୍ତି ପ୍ରାପ୍ତ କରିନେଇଛି।
ਸਾਧਸੰਗਿ ਮਿਲਿ ਹਰਿ ਰਸੁ ਪਾਇਆ ॥ ଯିଏ ସତସଙ୍ଗତିରେ ସମ୍ମିଳିତ ହୋଇ ହରିରସର ଆସ୍ଵାଦନ କରିଥାଏ ॥5॥
ਕਹੁ ਨਾਨਕ ਸਫਲ ਓਹ ਕਾਇਆ ॥੫॥ ହେ ନାନକ! ସେହି କାୟା ସଫଳ ଅଟେ
ਸਭਿ ਰੂਪ ਸਭਿ ਸੁਖ ਬਨੇ ਸੁਹਾਗਨਿ ॥ ହେ ଜୀବ ରୂପୀ ନାରୀ! ସେତେବେଳେ ତୁମେ ସମସ୍ତ ରୂପ ଏବଂ ସମସ୍ତ ସୁଖ ବାଲୀ ସୁହାଗିନୀ ବନିଯିବ।
ਅਤਿ ਸੁੰਦਰਿ ਬਿਚਖਨਿ ਤੂੰ ॥੧॥ ਰਹਾਉ ਦੂਜਾ ॥੧੨॥ ସେତେବେଳେ ତୁମେ ଅତ୍ୟନ୍ତ ସୁନ୍ଦର ଏବଂ ଚତୁର ବନିଯିବ॥1॥ଦ୍ଵିତୀୟ ରୁହ॥
ਆਸਾ ਮਹਲਾ ੫ ਇਕਤੁਕੇ ੨ ॥ ଆଶା ମହଲା 5 ଇକତୁକେ 2॥
ਜੀਵਤ ਦੀਸੈ ਤਿਸੁ ਸਰਪਰ ਮਰਣਾ ॥ ଯେଉଁ ବ୍ୟକ୍ତି ମୋହ ମାୟାରେ ଫସି ଜୀବିତ ଥାଏ, ସେ ନିଶ୍ଚିତ ଭାବରେ ମରିଯାଇଥାଏ।
ਮੁਆ ਹੋਵੈ ਤਿਸੁ ਨਿਹਚਲੁ ਰਹਣਾ ॥੧॥ କିନ୍ତୁ, ଯେଉଁ ବ୍ୟକ୍ତି ମୋହ ମାୟାରେ ନିର୍ଲିପ୍ତ ଥାଏ, ସେ ସର୍ବଦା ହିଁ ସ୍ଥିର ରହିବ॥1॥
ਜੀਵਤ ਮੁਏ ਮੁਏ ਸੇ ਜੀਵੇ ॥ ଯେଉଁ ଲୋକ ଅଭିମାନରେ ଜୀବିତ ରହିଥାଏ, ବାସ୍ତବରେ ସେ ମରିଯାଇଥାଏ ଆଉ ଯେଉଁ ଲୋକ ନିଜ ଅଭିମାନ ସମାପ୍ତ କରିଦେଇଥାଏ, ବାସ୍ତବରେ ସେ ଜୀବିତ ଥାଏ।
ਹਰਿ ਹਰਿ ਨਾਮੁ ਅਵਖਧੁ ਮੁਖਿ ਪਾਇਆ ਗੁਰ ਸਬਦੀ ਰਸੁ ਅੰਮ੍ਰਿਤੁ ਪੀਵੇ ॥੧॥ ਰਹਾਉ ॥ ସେ ହରିନାମର ଔଷଧ ନିଜ ମୁହଁରେ ରଖିଥାଏ ଆଉ ଗୁରୁଙ୍କ ଶବ୍ଦ ମାଧ୍ୟମରେ ସେ ଅମର କରୁଥିବା ଅମୃତ ପାନ କରିଥାଏ॥1॥ରୁହ॥
ਕਾਚੀ ਮਟੁਕੀ ਬਿਨਸਿ ਬਿਨਾਸਾ ॥ ଏହି ଦେହି ରୂପୀ କଚ୍ଚା ପାତ୍ର ଅବଶ୍ୟ ଭାଙ୍ଗିଯିବ।
ਜਿਸੁ ਛੂਟੈ ਤ੍ਰਿਕੁਟੀ ਤਿਸੁ ਨਿਜ ਘਰਿ ਵਾਸਾ ॥੨॥ କିନ୍ତୁ, ଯେଉଁ ମନୁଷ୍ୟର ରଜ, ତମ ଏବଂ ସତ୍ଵ ଗୁଣ ତ୍ରିକୁଟୀ ରୂପୀ ବନ୍ଦୀରୁ ମୁକ୍ତି ହୋଇଯାଇଛି, ସେ ନିଜ ଆତ୍ମସ୍ଵରୂପରେ ନିବାସ କରିଥାଏ ॥2॥
ਊਚਾ ਚੜੈ ਸੁ ਪਵੈ ਪਇਆਲਾ ॥ ଯିଏ ଅତି ଉଚ୍ଚକୁ ଚଢିଥାଏ ଅର୍ଥାତ ଅଭିମାନ କରିଥାଏ, ଏପରି ଅଭିମାନୀ ଶେଷରେ ପାତାଳରେ ହିଁ ପଡିଥାଏ।
ਧਰਨਿ ਪੜੈ ਤਿਸੁ ਲਗੈ ਨ ਕਾਲਾ ॥੩॥ ଯେଉଁ ମନୁଷ୍ୟ ଧରିତ୍ରିରେ ପଡିଥାଏ, ଅର୍ଥାତ ବିନମ୍ର ରହିଥାଏ, ତାହାକୁ କାଳ ସ୍ପର୍ଶ କରିପାରେ ନାହିଁ॥3॥
ਭ੍ਰਮਤ ਫਿਰੇ ਤਿਨ ਕਿਛੂ ਨ ਪਾਇਆ ॥ ଯେଉଁ ମନୁଷ୍ୟ ପଥଭ୍ରଷ୍ଟ ରହିଥାଏ, ତାହାକୁ କିଛି ମଧ୍ୟ ପ୍ରାପ୍ତ ହୁଏନାହିଁ।
ਸੇ ਅਸਥਿਰ ਜਿਨ ਗੁਰ ਸਬਦੁ ਕਮਾਇਆ ॥੪॥ କିନ୍ତୁ, ଯିଏ ଗୁରୁଙ୍କ ଶବ୍ଦ ଆଚରଣ କରିଛି, ସେ ସ୍ଥିର ଚିତ୍ତ ରହିଥାଏ ॥4॥
ਜੀਉ ਪਿੰਡੁ ਸਭੁ ਹਰਿ ਕਾ ਮਾਲੁ ॥ ହେ ନାନକ! ଏହି ପ୍ରାଣ ଏବଂ ଶରୀର ସବୁ ଈଶ୍ଵରଙ୍କ ହିଁ ଦାନ ଅଟେ,
ਨਾਨਕ ਗੁਰ ਮਿਲਿ ਭਏ ਨਿਹਾਲ ॥੫॥੧੩॥ ଗୁରୁଙ୍କ ସହିତ ମିଶି ମନୁଷ୍ୟ ଆନନ୍ଦିତ ହୋଇଯାଇଛି ॥5॥13॥
ਆਸਾ ਮਹਲਾ ੫ ॥ ଆଶା ମହଲା 5॥
ਪੁਤਰੀ ਤੇਰੀ ਬਿਧਿ ਕਰਿ ਥਾਟੀ ॥ ହେ ମାନବ! ତୋର ଏହି ଶରୀରର ସଂରଚନା ଅତି ବୁଦ୍ଧିମତ୍ତା ସହିତ ହୋଇଛି, ପରନ୍ତୁ
ਜਾਨੁ ਸਤਿ ਕਰਿ ਹੋਇਗੀ ਮਾਟੀ ॥੧॥ ତୁ ଏହି କଥା ସତ୍ୟ ଭାବେ ଯେ ଏହା ଏକ ଦିନ ମାଟି ହୋଇଯିବ॥1॥
ਮੂਲੁ ਸਮਾਲਹੁ ਅਚੇਤ ਗਵਾਰਾ ॥ ହେ ମୂର୍ଖ! ନିଜ ମୂଳ ପରମାତ୍ମାଙ୍କୁ ସ୍ମରଣ କର।
ਇਤਨੇ ਕਉ ਤੁਮ੍ਹ੍ਹ ਕਿਆ ਗਰਬੇ ॥੧॥ ਰਹਾਉ ॥ ନିଜର ଏହି ତୁଚ୍ଛ ଶରୀର ପାଇଁ କାହିଁକି ଅଭିମାନ କରୁଅଛ?॥1॥ରୁହ॥
ਤੀਨਿ ਸੇਰ ਕਾ ਦਿਹਾੜੀ ਮਿਹਮਾਨੁ ॥ ତୁ ଏହି ଦୁନିଆରେ ଏକ ଅତିଥି ଅଟୁ, ଯାହାକୁ ପ୍ରତିଦିନ ତିନି ସେର ଅନ୍ନ ଖାଇବାକୁ ମିଳୁଅଛି।
ਅਵਰ ਵਸਤੁ ਤੁਝ ਪਾਹਿ ਅਮਾਨ ॥੨॥ ଅନ୍ୟ ସବୁ ବସ୍ତୁ ତୋର ପାଖରେ ରଖାହୋଇଛି ॥2॥
ਬਿਸਟਾ ਅਸਤ ਰਕਤੁ ਪਰੇਟੇ ਚਾਮ ॥ ତୁମେ ବିଷ୍ଟା, ଅସ୍ଥି, ରକ୍ତ ଏବଂ ଚମଡାରେ ଲିପ୍ତ ହେଉଛ।
ਇਸੁ ਊਪਰਿ ਲੇ ਰਾਖਿਓ ਗੁਮਾਨ ॥੩॥ କିନ୍ତୁ, ତୁମେ ଏହା ଅପରେ ହିଁ ଅଭିମାନ କରୁଛ॥3॥ ॥
ਏਕ ਵਸਤੁ ਬੂਝਹਿ ਤਾ ਹੋਵਹਿ ਪਾਕ ॥ ଯଦି ତୁମେ ଏକ ନାମ ରୂପୀ ବସ୍ତୁକୁ ବୋଧ କରିନିଅ, ତାହାହେଲେ ତୁମେ ପବିତ୍ର ଜୀବନ ବାଲା ହୋଇଯିବ।
ਬਿਨੁ ਬੂਝੇ ਤੂੰ ਸਦਾ ਨਾਪਾਕ ॥੪॥ ପ୍ରଭୁ-ନାମର ଜ୍ଞାନ ବିନା ତୁମେ ସର୍ବଦା ହିଁ ଅସମ୍ପୂର୍ଣ୍ଣ ରହିବ॥4॥
ਕਹੁ ਨਾਨਕ ਗੁਰ ਕਉ ਕੁਰਬਾਨੁ ॥ ହେ ନାନକ! ମୁଁ ନିଜ ଗୁରୁଙ୍କ ପ୍ରତି ସମର୍ପିତ ଅଟେ
ਜਿਸ ਤੇ ਪਾਈਐ ਹਰਿ ਪੁਰਖੁ ਸੁਜਾਨੁ ॥੫॥੧੪॥ ଯାହାଙ୍କ ମାଧ୍ୟମରୁ ସର୍ବଜ୍ଞ ପରମାତ୍ମା ମିଳିଥାନ୍ତି॥5॥14॥
ਆਸਾ ਮਹਲਾ ੫ ਇਕਤੁਕੇ ਚਉਪਦੇ ॥ ଆଶା ମହଲା 5 ଇକତୁକେ ଚଉପଦୀ॥
ਇਕ ਘੜੀ ਦਿਨਸੁ ਮੋ ਕਉ ਬਹੁਤੁ ਦਿਹਾਰੇ ॥ ପରମେଶ୍ଵରଙ୍କ ଠାରୁ ଏକ ଦିନ ବିଯୋଗ ମଧ୍ୟ ମୋ’ ପାଇଁ ବହୁତ ଦିନ ସମାନ ଅଟେ।
ਮਨੁ ਨ ਰਹੈ ਕੈਸੇ ਮਿਲਉ ਪਿਆਰੇ ॥੧॥ ମୋର ମନ ତାହାଙ୍କ ବିନା ରହି ପାରେ ନାହିଁ, ପୁଣି ମୁଁ ନିଜ ପ୍ରିୟତମଙ୍କ ସହିତ କିପରି ମିଶିବି॥1॥
ਇਕੁ ਪਲੁ ਦਿਨਸੁ ਮੋ ਕਉ ਕਬਹੁ ਨ ਬਿਹਾਵੈ ॥ ଦିନରେ ଏକ କ୍ଷଣ ମଧ୍ୟ ଈଶ୍ଵରଙ୍କ ଠାରୁ ବିଚ୍ଛେଦ ହୋଇ ଅତିବାହିତ ହୁଏନାହିଁ।


© 2025 SGGS ONLINE
error: Content is protected !!
Scroll to Top