Page 361
ਗੁਰ ਕਾ ਦਰਸਨੁ ਅਗਮ ਅਪਾਰਾ ॥੧॥
ପରନ୍ତୁ, ଗୁରୁଙ୍କ ଦର୍ଶନ (ଅର୍ଥାତ ଶାସ୍ତ୍ର) ଅଗମ୍ୟ ଏବଂ ଅପାର ଅଟେ ॥1॥
ਗੁਰ ਕੈ ਦਰਸਨਿ ਮੁਕਤਿ ਗਤਿ ਹੋਇ ॥
ଗୁରୁଙ୍କ ଦର୍ଶନ (ଅର୍ଥାତ ଶାସ୍ତ୍ର) ଦ୍ଵାରା ମୁକ୍ତି ଏବଂ ଗତି ହୋଇଥାଏ।
ਸਾਚਾ ਆਪਿ ਵਸੈ ਮਨਿ ਸੋਇ ॥੧॥ ਰਹਾਉ ॥
ସତ୍ୟସ୍ଵରୂପ ପ୍ରଭୁ ସ୍ଵୟଂ ଆସି ମନୁଷ୍ୟର ଚିତ୍ତରେ ବାସ କରନ୍ତି ॥1॥ରୁହ॥
ਗੁਰ ਦਰਸਨਿ ਉਧਰੈ ਸੰਸਾਰਾ ॥
ଗୁରୁଙ୍କ ଦର୍ଶନ (ଅର୍ଥାତ ଶାସ୍ତ୍ର) ଦ୍ଵାରା ଜଗତ ଉଦ୍ଧାର ହୋଇଯାଏ,”
ਜੇ ਕੋ ਲਾਏ ਭਾਉ ਪਿਆਰਾ ॥
ଯଦି ମନୁଷ୍ୟ ଏହାକୁ ପ୍ରେମ ଓ ପ୍ରୀତି କରିଥାଏ।
ਭਾਉ ਪਿਆਰਾ ਲਾਏ ਵਿਰਲਾ ਕੋਇ ॥
କେହି ବିରଳ ବ୍ୟକ୍ତି ହିଁ ଗୁରୁଙ୍କ ଦର୍ଶନ (ଅର୍ଥାତ ଶାସ୍ତ୍ର) ସହିତ ପ୍ରେମ କରିଥାଏ।
ਗੁਰ ਕੈ ਦਰਸਨਿ ਸਦਾ ਸੁਖੁ ਹੋਇ ॥੨॥
ଗୁରୁଙ୍କ ଦର୍ଶନ (ଅର୍ଥାତ ଶାସ୍ତ୍ର) ଦ୍ଵାରା ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ। ॥2॥
ਗੁਰ ਕੈ ਦਰਸਨਿ ਮੋਖ ਦੁਆਰੁ ॥
ଗୁରୁଙ୍କ ଦର୍ଶନ (ଅର୍ଥାତ ଶାସ୍ତ୍ର) ଦ୍ଵାରା ମୋକ୍ଷ ଦ୍ଵାର ମିଳିଯାଏ।
ਸਤਿਗੁਰੁ ਸੇਵੈ ਪਰਵਾਰ ਸਾਧਾਰੁ ॥
ସଦଗୁରୁଙ୍କ ସେବା କରିଲେ ମନୁଷ୍ୟର ପରିବାରର କଲ୍ୟାଣ ହୋଇଥାଏ।
ਨਿਗੁਰੇ ਕਉ ਗਤਿ ਕਾਈ ਨਾਹੀ ॥
ଯିଏ ଅଗୁରୁ ଅଟେ, ତାହାକୁ ମୁକ୍ତି ମିଳେନାହିଁ।
ਅਵਗਣਿ ਮੁਠੇ ਚੋਟਾ ਖਾਹੀ ॥੩॥
ଏପରି ମନୁଷ୍ୟ ଅବଗୁଣ କାରଣରୁ ଲୁଟି ହୋଇଥାନ୍ତି ଆଉ ମାଡ ଖାଇଥାନ୍ତି ॥3॥
ਗੁਰ ਕੈ ਸਬਦਿ ਸੁਖੁ ਸਾਂਤਿ ਸਰੀਰ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ଶରୀରରେ ସୁଖ ଓ ଶାନ୍ତି ପ୍ରାପ୍ତ ହୋଇଥାଏ।
ਗੁਰਮੁਖਿ ਤਾ ਕਉ ਲਗੈ ਨ ਪੀਰ ॥
ଯିଏ ଗୁରୁମୁଖୀ ବନିଯାଏ, ତାହାକୁ କିଛି ପୀଡା ହୁଏନାହିଁ।
ਜਮਕਾਲੁ ਤਿਸੁ ਨੇੜਿ ਨ ਆਵੈ ॥
ଯମଦୂତ ମଧ୍ୟ ତାହାର ନିକଟକୁ ଆସେ ନାହିଁ।
ਨਾਨਕ ਗੁਰਮੁਖਿ ਸਾਚਿ ਸਮਾਵੈ ॥੪॥੧॥੪੦॥
ହେ ନାନକ! ଗୁରୁମୁଖୀ ସତ୍ୟରେ ହିଁ ରହିଥାନ୍ତି ॥4॥1॥40॥
ਆਸਾ ਮਹਲਾ ੩ ॥
ଆଶା ମହଲା 3॥
ਸਬਦਿ ਮੁਆ ਵਿਚਹੁ ਆਪੁ ਗਵਾਇ ॥
ଯେଉଁ ବ୍ୟକ୍ତିର ମନ ଗୁରୁଙ୍କ ଶବ୍ଦ ଦ୍ଵାରା ବିକାର ଆଡୁ ମରୁତ ହୋଇଯାଏ, ତାହାର ଆତ୍ମାଭିମାନ ସମାପ୍ତ ହୋଇଯାଏ ଆଉ
ਸਤਿਗੁਰੁ ਸੇਵੇ ਤਿਲੁ ਨ ਤਮਾਇ ॥
ତିଳେ ମାତ୍ର ଲାଳସା ବିନା ସଦଗୁରୁଙ୍କ ସେବା କରିବାକୁ ପଡିବ।
ਨਿਰਭਉ ਦਾਤਾ ਸਦਾ ਮਨਿ ਹੋਇ ॥
ତାହାର ହୃଦୟରେ ସର୍ବଦା ହିଁ ଦାତା ନିର୍ଭୀକ ପ୍ରଭୁ ନିବାସ କରିଥାନ୍ତି।
ਸਚੀ ਬਾਣੀ ਪਾਏ ਭਾਗਿ ਕੋਇ ॥੧॥
ସଚ୍ଚା ଗୁରୁବାଣୀଙ୍କ ଦାନ କେହି ଭାଗ୍ୟଶାଳୀକୁ ହିଁ ପ୍ରାପ୍ତ ହୋଇଥାଏ ॥1॥
ਗੁਣ ਸੰਗ੍ਰਹੁ ਵਿਚਹੁ ਅਉਗੁਣ ਜਾਹਿ ॥
(ହେ ଭାଇ!) ଗୁଣର ସଂଗ୍ରହ କର, କାରଣ ଯେପରି ତୋର ଭିତରୁ ଅବଗୁଣ ଦୂର ହୋଇଯିବ।
ਪੂਰੇ ਗੁਰ ਕੈ ਸਬਦਿ ਸਮਾਹਿ ॥੧॥ ਰਹਾਉ ॥
ଏହିପରି ତୁମେ ପୂର୍ଣ୍ଣ ଗୁରୁଙ୍କ ଶବ୍ଦରେ ଲୀନ ହୋଇଯିବ ॥1॥ରୁହ॥
ਗੁਣਾ ਕਾ ਗਾਹਕੁ ਹੋਵੈ ਸੋ ਗੁਣ ਜਾਣੈ ॥
ଯେଉଁ ପ୍ରାଣୀ ଗୁଣର ଗ୍ରାହକ ହୋଇଥାଏ, ସେ ଗୁଣର ବିଶେଷତା ବୁଝିଥାଏ।
ਅੰਮ੍ਰਿਤ ਸਬਦਿ ਨਾਮੁ ਵਖਾਣੈ ॥
ସେ ଅମୃତ ଶବ୍ଦ ଦ୍ଵାରା ନାମର ଉଚ୍ଚାରଣ କରିଥାଏ।
ਸਾਚੀ ਬਾਣੀ ਸੂਚਾ ਹੋਇ ॥
ସଚ୍ଚା ବାଣୀ ଦ୍ଵାରା ମନୁଷ୍ୟ ପବିତ୍ର ହୋଇଯାଏ।
ਗੁਣ ਤੇ ਨਾਮੁ ਪਰਾਪਤਿ ਹੋਇ ॥੨॥
ଗୁଣ ଦ୍ଵାରା ପ୍ରଭୁ ନାମ ପ୍ରାପ୍ତ ହୋଇଯାଏ ॥2॥
ਗੁਣ ਅਮੋਲਕ ਪਾਏ ਨ ਜਾਹਿ ॥
ଈଶ୍ଵରଙ୍କ ଗୁଣର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ।
ਮਨਿ ਨਿਰਮਲ ਸਾਚੈ ਸਬਦਿ ਸਮਾਹਿ ॥
ନିର୍ମଳ ମନ ସଚ୍ଚା ଶବ୍ଦରେ ଲୀନ ହୋଇଯାଏ।
ਸੇ ਵਡਭਾਗੀ ਜਿਨ੍ਹ੍ਹ ਨਾਮੁ ਧਿਆਇਆ ॥
ଯେଉଁ ମନୁଷ୍ୟ ନାମର ଆରାଧନା କରିଥାଏ, ସେ ବଡ ଭାଗ୍ୟଶାଳୀ ଅଟେ ଆଉ
ਸਦਾ ਗੁਣਦਾਤਾ ਮੰਨਿ ਵਸਾਇਆ ॥੩॥
ସର୍ବଦା ହିଁ ଗୁଣଦାତା ପ୍ରଭୁଙ୍କୁ ନିଜ ଚିତ୍ତରେ ବସାଇ ଥାଏ ॥3॥
ਜੋ ਗੁਣ ਸੰਗ੍ਰਹੈ ਤਿਨ੍ਹ੍ਹ ਬਲਿਹਾਰੈ ਜਾਉ ॥
ଯେଉଁ ମନୁଷ୍ୟ ଗୁଣର ସଂଗ୍ରହ କରିଥାଏ, ତାହା ପାଖରେ ସମର୍ପିତ ଅଟେ।
ਦਰਿ ਸਾਚੈ ਸਾਚੇ ਗੁਣ ਗਾਉ ॥
ମୁଁ ସତ୍ୟର ଦରବାରରେ ସଚ୍ଚା ପରମାତ୍ମାଙ୍କ ଗୁଣଗାନ କରିଥାଏ।
ਆਪੇ ਦੇਵੈ ਸਹਜਿ ਸੁਭਾਇ ॥
ସେହି ପ୍ରଭୁ ସ୍ଵୟଂ ସ୍ଵାଭାବିକ ଭାବରେ ଦାନ ପ୍ରଦାନ କରିଥାନ୍ତି।
ਨਾਨਕ ਕੀਮਤਿ ਕਹਣੁ ਨ ਜਾਇ ॥੪॥੨॥੪੧॥
ହେ ନାନକ! ଈଶ୍ଵରଙ୍କ ଗୁଣର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ। ॥4॥2॥41॥
ਆਸਾ ਮਹਲਾ ੩ ॥
ଆଶା ମହଲା 3॥
ਸਤਿਗੁਰ ਵਿਚਿ ਵਡੀ ਵਡਿਆਈ ॥
ହେ ବନ୍ଧୁ! ସଦଗୁରୁଙ୍କ ମହାନତା ଯେ
ਚਿਰੀ ਵਿਛੁੰਨੇ ਮੇਲਿ ਮਿਲਾਈ ॥
ସେ ଚିରକାଳରୁ ବିଚ୍ଛେଦ ଥିବା ଜୀବଙ୍କୁ ପ୍ରଭୁଙ୍କ ସହିତ ମିଳନ କରାନ୍ତି।
ਆਪੇ ਮੇਲੇ ਮੇਲਿ ਮਿਲਾਏ ॥
ଇଶ୍ଵର ନିଜେ ହିଁ ଗୁରୁଙ୍କ ସହିତ ମିଶାଇ ନିଜ ସାଥିରେ ମିଳନ କରାନ୍ତି।
ਆਪਣੀ ਕੀਮਤਿ ਆਪੇ ਪਾਏ ॥੧॥
ସେ ନିଜ ମୂଲ୍ୟ ସ୍ଵୟଂ ହିଁ ଜାଣିଥାନ୍ତି ॥1॥
ਹਰਿ ਕੀ ਕੀਮਤਿ ਕਿਨ ਬਿਧਿ ਹੋਇ ॥
ହେ ବନ୍ଧୁ! କେଉଁ ବିଧିରେ ମନୁଷ୍ୟ ହରିଙ୍କ ମୂଲ୍ୟାଙ୍କନ କରିପାରିବ?
ਹਰਿ ਅਪਰੰਪਰੁ ਅਗਮ ਅਗੋਚਰੁ ਗੁਰ ਕੈ ਸਬਦਿ ਮਿਲੈ ਜਨੁ ਕੋਇ ॥੧॥ ਰਹਾਉ ॥
ହରି ଅପାର, ଅଗମ୍ୟ ଏବଂ ଅଗୋଚର ଅଟନ୍ତି, ଗୁରୁଙ୍କ ଶବ୍ଦ ଦ୍ଵାରା କେହି ବିରଳ ବ୍ୟକ୍ତି ହିଁ ପରମାତ୍ମାଙ୍କ ସହିତ ମିଳନ କରିଥାଏ ॥1॥ରୁହ॥
ਗੁਰਮੁਖਿ ਕੀਮਤਿ ਜਾਣੈ ਕੋਇ ॥
କେହି ଗୁରୁମୁଖୀ ହିଁ ଈଶ୍ବରଙ୍କ ନାମର ମହତ୍ତ୍ଵ ବୁଝିଥାଏ।
ਵਿਰਲੇ ਕਰਮਿ ਪਰਾਪਤਿ ਹੋਇ ॥
କେହି ବିରଳ ବ୍ୟକ୍ତି ହିଁ ପ୍ରଭୁଙ୍କ କୃପାରୁ ନାମ ପ୍ରାପ୍ତ କରିଥାଏ।
ਊਚੀ ਬਾਣੀ ਊਚਾ ਹੋਇ ॥
ଉଚ୍ଚ ବାଣୀ ଦ୍ଵାରା ମନୁଷ୍ୟର ଜୀବନ ଆଚରଣ ଉଚ୍ଚ ହୋଇଥାଏ।
ਗੁਰਮੁਖਿ ਸਬਦਿ ਵਖਾਣੈ ਕੋਇ ॥੨॥
କେହି ଗୁରୁମୁଖୀ ହିଁ ନାମ ସ୍ମରଣ କରିଥାଏ ॥2॥
ਵਿਣੁ ਨਾਵੈ ਦੁਖੁ ਦਰਦੁ ਸਰੀਰਿ ॥
ନାମ ସ୍ମରଣ ବିନା ମନୁଷ୍ୟ ଶରୀରରେ ଦୁଃଖ ଦରଦ ଉତ୍ପନ୍ନ ହୋଇଥାଏ।
ਸਤਿਗੁਰੁ ਭੇਟੇ ਤਾ ਉਤਰੈ ਪੀਰ ॥
ଯଦି ସଦଗୁରୁଙ୍କ ସହିତ ଭେଟ ହୋଇଯାଏ, ତାହାହେଲେ ପୀଡା ମିବୃତ୍ତ ହୋଇଯାଏ।
ਬਿਨੁ ਗੁਰ ਭੇਟੇ ਦੁਖੁ ਕਮਾਇ ॥
ଗୁରୁଙ୍କ ଭେଟ ବାରତା ବିନା ଦୁଃଖ ହିଁ ହାସଲ ହୋଇଥାଏ।
ਮਨਮੁਖਿ ਬਹੁਤੀ ਮਿਲੈ ਸਜਾਇ ॥੩॥
କିନ୍ତୁ, ମନମୁଖୀକୁ କଠୋର ଦଣ୍ଡ ମିଳିଥାଏ ॥3॥
ਹਰਿ ਕਾ ਨਾਮੁ ਮੀਠਾ ਅਤਿ ਰਸੁ ਹੋਇ ॥
ହରିଙ୍କ ନାମ ବହୁତ ମିଠା ହୋଇଥାଏ ଆଉ ବହୁତ ସ୍ଵାଦିଷ୍ଟ ଅଟେ।
ਪੀਵਤ ਰਹੈ ਪੀਆਏ ਸੋਇ ॥
ସେହି ପ୍ରଭୁ ଯାହାକୁ ପିଆନ୍ତି, କେବଳ ସେ ହିଁ ଏହାକୁ ପାନ କରିଥାଏ।
ਗੁਰ ਕਿਰਪਾ ਤੇ ਹਰਿ ਰਸੁ ਪਾਏ ॥
ଗୁରୁଙ୍କ କୃପାରୁ ମନୁଷ୍ୟ ହରି ରସ ପ୍ରାପ୍ତ କରିଥାଏ।
ਨਾਨਕ ਨਾਮਿ ਰਤੇ ਗਤਿ ਪਾਏ ॥੪॥੩॥੪੨॥
ହେ ନାନକ! ପ୍ରଭୁ-ନାମରେ ମଗ୍ନ ହେଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତ କରିଥାଏ ॥4॥3॥42॥
ਆਸਾ ਮਹਲਾ ੩ ॥
ଆଶା ମହଲା 3॥
ਮੇਰਾ ਪ੍ਰਭੁ ਸਾਚਾ ਗਹਿਰ ਗੰਭੀਰ ॥
ହେ ବନ୍ଧୁ! ମୋର ସଚ୍ଚା ପ୍ରଭୁ ଗଭୀର ଏବଂ ଗମ୍ଭୀର ଅଟନ୍ତି।
ਸੇਵਤ ਹੀ ਸੁਖੁ ਸਾਂਤਿ ਸਰੀਰ ॥
ପ୍ରଭୁଙ୍କ ସେବା ଭକ୍ତି କରିବା ଦ୍ଵାରା ଶରୀରକୁ ତୁରନ୍ତ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ।
ਸਬਦਿ ਤਰੇ ਜਨ ਸਹਜਿ ਸੁਭਾਇ ॥
ଶବ୍ଦ ଦ୍ଵାରା ଭକ୍ତମାନେ ସ୍ଵାଭାବିକ ଭାବରେ ହିଁ ସଂସାର ସାଗରରେ ପାର ହୋଇଯାନ୍ତି।
ਤਿਨ ਕੈ ਹਮ ਸਦ ਲਾਗਹ ਪਾਇ ॥੧॥
ଏଥିପାଇଁ, ଆମେ ସର୍ବଦା ହିଁ ତାହାର ଚରଣ ସ୍ପର୍ଶ କରିଥାଏ ॥1॥