Guru Granth Sahib Translation Project

guru granth sahib odia page-358

Page 358

ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।
ਆਸਾ ਘਰੁ ੩ ਮਹਲਾ ੧ ॥ ଆଶା ଘର 3 ମହଲା 1॥
ਲਖ ਲਸਕਰ ਲਖ ਵਾਜੇ ਨੇਜੇ ਲਖ ਉਠਿ ਕਰਹਿ ਸਲਾਮੁ ॥ “(ହେ ବନ୍ଧୁ!) ଯଦି ତୋର ଲକ୍ଷେ ଫଉଜ, ଲକ୍ଷେ ବାଘ, ଲକ୍ଷେ ନିତ୍ୟ ସଲାମ କରନ୍ତି।“
ਲਖਾ ਉਪਰਿ ਫੁਰਮਾਇਸਿ ਤੇਰੀ ਲਖ ਉਠਿ ਰਾਖਹਿ ਮਾਨੁ ॥ ଯଦି ଲକ୍ଷେ ଲୋକ ଉପରେ ତୋର ହୁକୁମ ଚାଲିଥାଏ ଆଉ ଲକ୍ଷେ ମାନ ସମ୍ମାନ କରିବା ବାଲା ଥାଆନ୍ତି
ਜਾਂ ਪਤਿ ਲੇਖੈ ਨਾ ਪਵੈ ਤਾਂ ਸਭਿ ਨਿਰਾਫਲ ਕਾਮ ॥੧॥ ପରନ୍ତୁ ଯଦି ଏହି ପ୍ରତିଷ୍ଠା ଈଶ୍ଵରଙ୍କ ଦୃଷ୍ଟିରେ ସ୍ଵୀକୃତ ହୋଇନଥାଏ, ତାହାହେଲେ ଏହି ପ୍ରପଞ୍ଚ ନିରର୍ଥକ ଅଟେ, ଅର୍ଥାତ ସମସ୍ତ କାର୍ଯ୍ୟ ହିଁ ବ୍ୟର୍ଥ ଅଟେ ॥1॥
ਹਰਿ ਕੇ ਨਾਮ ਬਿਨਾ ਜਗੁ ਧੰਧਾ ॥ ହରିଙ୍କ ନାମ ସ୍ମରଣ ବିନା ଏହି ସଂପୂର୍ଣ୍ଣ ଜଗତ ଏକ ମିଥ୍ୟା ଧନ୍ଧା ହିଁ ଅଟେ।
ਜੇ ਬਹੁਤਾ ਸਮਝਾਈਐ ਭੋਲਾ ਭੀ ਸੋ ਅੰਧੋ ਅੰਧਾ ॥੧॥ ਰਹਾਉ ॥ ମୂର୍ଖ ମନୁଷ୍ୟକୁ ଯେତେ ବୁଝାଇଲେ ମଧ୍ୟ ସେ ପୁଣି ଅନ୍ଧ (ଜ୍ଞାନହୀନ)ହିଁ ରହିଥାଏ ॥1॥ରୁହ॥
ਲਖ ਖਟੀਅਹਿ ਲਖ ਸੰਜੀਅਹਿ ਖਾਜਹਿ ਲਖ ਆਵਹਿ ਲਖ ਜਾਹਿ ॥ ଯଦି ଲକ୍ଷେ ଅର୍ଜ୍ଜ୍ନନ ହୁଏ, ଲକ୍ଷେ ସଂଗ୍ରହ ହୁଏ, ଲକ୍ଷେ ଖର୍ଚ୍ଚ କରାଯାଏ, ଆଉ ଲକ୍ଷେ ଚାଲିଯାଏ, କିନ୍ତୁ
ਜਾਂ ਪਤਿ ਲੇਖੈ ਨਾ ਪਵੈ ਤਾਂ ਜੀਅ ਕਿਥੈ ਫਿਰਿ ਪਾਹਿ ॥੨॥ ଯଦି ପରମାତ୍ମାଙ୍କ ଦୃଷ୍ଟିରେ ଏହା ସ୍ଵୀକୃତ ହୁଏନାହିଁ, ତାହାହେଲେ ସେହି ପ୍ରାଣୀ ଯେଉଁଠି ଇଚ୍ଛା ପଥଭ୍ରଷ୍ଟ ହୋଇ ଦୁଃଖୀ ରହିଥାଏ ॥2॥
ਲਖ ਸਾਸਤ ਸਮਝਾਵਣੀ ਲਖ ਪੰਡਿਤ ਪੜਹਿ ਪੁਰਾਣ ॥ ଲକ୍ଷେ ଶାସ୍ତ୍ର ମାଧ୍ୟମ ଦ୍ଵାରା ବ୍ୟାଖ୍ୟା କରାଯାଏ ଆଉ ଲକ୍ଷେ ବିଦ୍ଵାନ ପୁରାଣ ଆଦି ପଢୁଥାନ୍ତି, କିନ୍ତୁ
ਜਾਂ ਪਤਿ ਲੇਖੈ ਨਾ ਪਵੈ ਤਾਂ ਸਭੇ ਕੁਪਰਵਾਣ ॥੩॥ ଯଦି ଏହିସବୁ ନାମ ପ୍ରତିଷ୍ଠା ଈଶ୍ଵରଙ୍କୁ ସ୍ଵୀକୃତ ନଥାଏ, ତାହାହେଲେ ଏହା ସବୁ କିଛି ସ୍ଵୀକୃତ ହୁଏନାହିଁ ॥3॥
ਸਚ ਨਾਮਿ ਪਤਿ ਊਪਜੈ ਕਰਮਿ ਨਾਮੁ ਕਰਤਾਰੁ ॥ ସତ୍ୟସ୍ଵରୂପ ପ୍ରଭୁଙ୍କ ନାମରେ ବୃତ୍ତି ଲଗାଇଲେ ହିଁ ମାନ ସମ୍ମାନ ମିଳିଥାଏ ଆଉ ସେହି କର୍ତ୍ତାର କର୍ମ (କୃପା) ଦ୍ଵାରା ହିଁ ତାହାକୁ ନାମ ପ୍ରାପ୍ତ ହୋଇଥାଏ।
ਅਹਿਨਿਸਿ ਹਿਰਦੈ ਜੇ ਵਸੈ ਨਾਨਕ ਨਦਰੀ ਪਾਰੁ ॥੪॥੧॥੩੧॥ ହେ ନାନକ! ଯଦି ହୃଦୟରେ ପ୍ରଭୁଙ୍କ ନାମ ଦିନ ରାତି ବାସ କରିଥାଏ, ତାହାହେଲେ ତାହାଙ୍କ କୃପାଦୃଷ୍ଟି ଦ୍ଵାରା ମନୁଷ୍ୟ ସଂସାର ସାଗର ପାର ହୋଇଯାଏ ॥4॥1॥31॥
ਆਸਾ ਮਹਲਾ ੧ ॥ ଆଶା ମହଲା 1॥
ਦੀਵਾ ਮੇਰਾ ਏਕੁ ਨਾਮੁ ਦੁਖੁ ਵਿਚਿ ਪਾਇਆ ਤੇਲੁ ॥ ଏକ ଈଶ୍ଵରଙ୍କ ନାମ ହିଁ ମୋର ଦୀପକ ଅଟେ, ସେହି ଦୀପକରେ ମୁଁ ଦୁଃଖ ରୂପୀ ତେଲ ଦେଇଥାଏ।
ਉਨਿ ਚਾਨਣਿ ਓਹੁ ਸੋਖਿਆ ਚੂਕਾ ਜਮ ਸਿਉ ਮੇਲੁ ॥੧॥ ଯେପରି ନାମ ରୂପୀ ଦୀପକର ଆଲୋକ ହୋଇଥାଏ, ସେତେବେଳେ ସେ ଦୁଃଖ ରୂପୀ ତେଲ ଶୁଖିଯାଇଥାଏ ଆଉ ଯମରାଜ ସାଥିରେ ସମ୍ବନ୍ଧ ବିଚ୍ଛେଦ ହୋଇଥାଏ ॥1॥
ਲੋਕਾ ਮਤ ਕੋ ਫਕੜਿ ਪਾਇ ॥ ହେ ଲୋକ! ମୋର ଅସ୍ଥାକୁ ମିଥ୍ୟା ଭାବ ନାହିଁ।
ਲਖ ਮੜਿਆ ਕਰਿ ਏਕਠੇ ਏਕ ਰਤੀ ਲੇ ਭਾਹਿ ॥੧॥ ਰਹਾਉ ॥ ଯେପରି ଲକ୍ଷେ କାଠ ଏକତ୍ର କରି ଅଳ୍ପ ନିଆଁ ଭସ୍ମ କରିଦେଇ ଥାଏ, ସେପରି ହିଁ ପ୍ରଭୁ ନାମ ପାପର ନାଶ କରିପାରେ ॥1॥ରୁହ॥
ਪਿੰਡੁ ਪਤਲਿ ਮੇਰੀ ਕੇਸਉ ਕਿਰਿਆ ਸਚੁ ਨਾਮੁ ਕਰਤਾਰੁ ॥ ପିଣ୍ଡ ଭରିବା (ଦାନ କରିବା) ମୋର ପାଇଁ ପ୍ରଭୁଙ୍କ ନାମ ହିଁ ଅଟେ, ମୋର ପାଇଁ କର୍ତ୍ତାର ସତ୍ୟ ନାମ ହିଁ କ୍ରିୟା ସଂସ୍କାର ଅଟେ।
ਐਥੈ ਓਥੈ ਆਗੈ ਪਾਛੈ ਏਹੁ ਮੇਰਾ ਆਧਾਰੁ ॥੨॥ ଏହି ନାମ ଲୋକ-ପରଲୋକରେ ସର୍ବତ୍ର ମୋର ଜୀବନର ଆଧାର ଅଟେ ॥2॥
ਗੰਗ ਬਨਾਰਸਿ ਸਿਫਤਿ ਤੁਮਾਰੀ ਨਾਵੈ ਆਤਮ ਰਾਉ ॥ ହେ ପରମେଶ୍ଵର! ତୋର ଗୁଣସ୍ତୁତି ହିଁ ମୋର ପାଇଁ ଗଙ୍ଗା (ହରିଦ୍ଵାର ତଥା), କାଶୀ ଇତ୍ୟାଦି ତୀର୍ଥର ସ୍ନାନ ଅଟେ, ତୋର ଗୁଣାନୁବାଦ ହିଁ ମୋର ଆତ୍ମାର ସ୍ନାନ ଅଟେ।
ਸਚਾ ਨਾਵਣੁ ਤਾਂ ਥੀਐ ਜਾਂ ਅਹਿਨਿਸਿ ਲਾਗੈ ਭਾਉ ॥੩॥ ସଚ୍ଚା ସ୍ନାନ ସେତେବେଳେ ହୋଇଥାଏ, ଯେତେବେଳେ ପ୍ରାଣୀ ଦିନ ରାତି ଈଶ୍ଵରଙ୍କ ଚରଣରେ ପ୍ରେମ ବନାଇ ମଗ୍ନ ରହିଥାଏ ॥3॥
ਇਕ ਲੋਕੀ ਹੋਰੁ ਛਮਿਛਰੀ ਬ੍ਰਾਹਮਣੁ ਵਟਿ ਪਿੰਡੁ ਖਾਇ ॥ ବ୍ରାହ୍ମଣ ଏକ ପିଣ୍ଡ ବନାଇ ଦେବତାଙ୍କୁ ଅର୍ପଣ କରିଥାଏ ଆଉ ଅନ୍ୟ ପିଣ୍ଡ ପିତୃକୁ, ପିଣ୍ଡ ବନାଇବା ପାଶ୍ଚାତ ସେ ସ୍ଵୟଂ ଖାଇଥାଏ (ପରନ୍ତୁ)
ਨਾਨਕ ਪਿੰਡੁ ਬਖਸੀਸ ਕਾ ਕਬਹੂੰ ਨਿਖੂਟਸਿ ਨਾਹਿ ॥੪॥੨॥੩੨॥ ହେ ନାନକ! ବ୍ରାହ୍ମଣ ମାଧ୍ୟମରୁ ଦେଇଥିବା ପିଣ୍ଡଦାନ କେଉଁ ପର୍ଯ୍ୟନ୍ତ ଅଟଳ ରହି ପାରିବ? ହଁ, ଈଶ୍ଵରଙ୍କ କୃପାର ପିଣ୍ଡ କେବେ ସମାପ୍ତ ହୁଏନାହିଁ॥4॥2॥32॥
ਆਸਾ ਘਰੁ ੪ ਮਹਲਾ ੧ ଆଶା ଘର 4 ମହଲା 1॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।
ਦੇਵਤਿਆ ਦਰਸਨ ਕੈ ਤਾਈ ਦੂਖ ਭੂਖ ਤੀਰਥ ਕੀਏ ॥ ହେ ଜଗତର ରଚୟିତା! ତୋର ଦର୍ଶନ କରିବା ପାଇଁ ଦେବତାମାନେ ମଧ୍ୟ ଦୁଃଖ, କ୍ଷୁଧା-ତୃଷ୍ଣାକୁ ସହ୍ୟ କରିଛନ୍ତି ତଥା ତୀର୍ଥ ଭ୍ରମଣ କରିଛନ୍ତି।
ਜੋਗੀ ਜਤੀ ਜੁਗਤਿ ਮਹਿ ਰਹਤੇ ਕਰਿ ਕਰਿ ਭਗਵੇ ਭੇਖ ਭਏ ॥੧॥ ଅନେକ ଯୋଗୀ ଏବଂ ଯତି ମଧ୍ୟ ନିଜ ମର୍ଯ୍ୟାଦାକୁ ପାଳନ କରି ଗେରୁଆ ବସ୍ତ୍ର ପିନ୍ଧୁଛନ୍ତି॥1॥
ਤਉ ਕਾਰਣਿ ਸਾਹਿਬਾ ਰੰਗਿ ਰਤੇ ॥ ହେ ମୋର ମାଲିକ! ତୋର ମିଳନ ପାଇଁ ଅନେକ ପୁରୁଷ ତୋର ପ୍ରେମରେ ଅନୁରକ୍ତ ରହିଥାଏ।
ਤੇਰੇ ਨਾਮ ਅਨੇਕਾ ਰੂਪ ਅਨੰਤਾ ਕਹਣੁ ਨ ਜਾਹੀ ਤੇਰੇ ਗੁਣ ਕੇਤੇ ॥੧॥ ਰਹਾਉ ॥ ତୋର ନାମ ଅନେକ ଅଛି, ଅନନ୍ତ ରୂପ ଅଟେ, ଅନନ୍ତ ଗୁଣ ଅଟେ। ଏହା କେଉଁ ଆଡୁ ମଧ୍ୟ ବର୍ଣ୍ଣନା କରାଯାଇ ପାରିବ ନାହିଁ ॥1॥ରୁହ॥
ਦਰ ਘਰ ਮਹਲਾ ਹਸਤੀ ਘੋੜੇ ਛੋਡਿ ਵਿਲਾਇਤਿ ਦੇਸ ਗਏ ॥ ତୋର ସନ୍ଧାନରେ କେତେ ହିଁ ନିଜ ଘର-ଦ୍ଵାର, ମହଲ, ହାତୀ-ଘୋଡା ଏବଂ ନିଜ ଦେଶ ଛାଡି ପରଦେଶ ଚାଲି ଯାଇଛନ୍ତି।
ਪੀਰ ਪੇਕਾਂਬਰ ਸਾਲਿਕ ਸਾਦਿਕ ਛੋਡੀ ਦੁਨੀਆ ਥਾਇ ਪਏ ॥੨॥ କେତେ ନେତା, ଜ୍ଞାନୀ ତଥା ଆସ୍ତିକ ତୋର ଦ୍ଵାର ସତ୍କୃତ ହେବା ପାଇଁ ଦୁନିଆ ଛାଡିଛନ୍ତି ଆଉ ତୋର ଦ୍ଵାରରେ ସ୍ଵୀକାର ହୋଇଛନ୍ତି ॥2॥
ਸਾਦ ਸਹਜ ਸੁਖ ਰਸ ਕਸ ਤਜੀਅਲੇ ਕਾਪੜ ਛੋਡੇ ਚਮੜ ਲੀਏ ॥ ଅନେକ ଲୋକ ସୁଖ-ବୈଭବ, ସ୍ଵାଦ, ସବୁ ରସ ଏବଂ ବସ୍ତ୍ର ଇତ୍ୟାଦି ତ୍ୟାଗ କରିଛନ୍ତି ଆଉ ବସ୍ତ୍ର ତ୍ୟାଗ କରି କେବଳ ଚମଡା ହିଁ ପିନ୍ଧିଥାନ୍ତି।
ਦੁਖੀਏ ਦਰਦਵੰਦ ਦਰਿ ਤੇਰੈ ਨਾਮਿ ਰਤੇ ਦਰਵੇਸ ਭਏ ॥੩॥ ଅନେକ ଦୁଃଖରେ ରହି ତୋର ନାମରେ ଲୀନ ହୋଇ ତୋର ଦ୍ଵାରରେ ଠିଆ ହୋଇଛନ୍ତି।॥3॥
ਖਲੜੀ ਖਪਰੀ ਲਕੜੀ ਚਮੜੀ ਸਿਖਾ ਸੂਤੁ ਧੋਤੀ ਕੀਨ੍ਹ੍ਹੀ ॥ ଚମଡା ପିନ୍ଧିବା ବାଲା, ଖପୁରୀରେ ଭିକ୍ଷା ନେବା ବାଲା ଦଣ୍ଡଧାରୀ ସନ୍ନ୍ୟାସୀ, ଧୋତି, ପଇତା ପିନ୍ଧିବା ବାଲା ଅନେକ ଅଛନ୍ତି।
ਤੂੰ ਸਾਹਿਬੁ ਹਉ ਸਾਂਗੀ ਤੇਰਾ ਪ੍ਰਣਵੈ ਨਾਨਕੁ ਜਾਤਿ ਕੈਸੀ ॥੪॥੧॥੩੩॥ ପରନ୍ତୁ ନାନକ ବନ୍ଦନା କରନ୍ତି ଯେ – ହେ ପ୍ରଭୁ! ତୁ ମୋର ମାଲିକ ଅଟୁ, ମୁଁ କେବଳ ତୋର ସୁଆଙ୍ଗୀ ଅଟେ, କିଛି ବିଶେଷ ଜାତିରେ ଜାତ ହେବାର ଅଭିମାନ ମୋ’ ପାଖରେ ନାହିଁ ॥4॥1॥33॥


© 2025 SGGS ONLINE
error: Content is protected !!
Scroll to Top