Guru Granth Sahib Translation Project

guru granth sahib odia page-344

Page 344

ਜੁਗੁ ਜੁਗੁ ਜੀਵਹੁ ਅਮਰ ਫਲ ਖਾਹੁ ॥੧੦॥ ଏହି ପରିଶ୍ରମର ଏପରି ଫଳ ମିଳିବ ଯାହା କେବେ ସେସ ହେବ ନାହିଁ, ଏପରି ସୁନ୍ଦର ଜୀବନ ବଞ୍ଚିବ ଯାହା ସଦା ସ୍ଥିର ରହିବ ॥10॥
ਦਸਮੀ ਦਹ ਦਿਸ ਹੋਇ ਅਨੰਦ ॥ ଦଶମୀ- ଦଶ ଦିଗରେ ଆନନ୍ଦ ହିଁ ଆନନ୍ଦ ବିଦ୍ୟମାନ ଅଛି।
ਛੂਟੈ ਭਰਮੁ ਮਿਲੈ ਗੋਬਿੰਦ ॥ ଦ୍ଵିଧା ଦୂର ହୋଇଯାଏ ଆଉ ଗୋବିନ୍ଦ ମିଳିଯାନ୍ତି।
ਜੋਤਿ ਸਰੂਪੀ ਤਤ ਅਨੂਪ ॥ ଜ୍ୟୋତି-ସ୍ବରୂପର ତତ୍ତ୍ଵ ଅନୂପ ଅଟେ।
ਅਮਲ ਨ ਮਲ ਨ ਛਾਹ ਨਹੀ ਧੂਪ ॥੧੧॥ ତାହା ପବିତ୍ର ଏବଂ ମଳିନତା ରହିତ ଅଟେ ଯେଉଁଠାରେ ସେ ବାସ କରନ୍ତି, ସେଠାରେ କୌଣସି ଛାୟା କିମ୍ବା ଖରା ନଥାଏ ॥11॥
ਏਕਾਦਸੀ ਏਕ ਦਿਸ ਧਾਵੈ ॥ ଏକାଦଶୀ- ଯଦି ମନୁଷ୍ୟ ଏକ ପରମାତ୍ମାଙ୍କ ସ୍ମରଣରେ ଲୀନ ରହିଥାଏ, ତାହାହେଲେ
ਤਉ ਜੋਨੀ ਸੰਕਟ ਬਹੁਰਿ ਨ ਆਵੈ ॥ ସେ ପୁନର୍ବାର ଯୋନିର ସଙ୍କଟରେ ଆସେ ନାହିଁ,
ਸੀਤਲ ਨਿਰਮਲ ਭਇਆ ਸਰੀਰਾ ॥ ତାହାର ଶରୀର ଶୀତଳ ଏବଂ ନିର୍ମଳ ହୋଇଯାଏ।
ਦੂਰਿ ਬਤਾਵਤ ਪਾਇਆ ਨੀਰਾ ॥੧੨॥ ପ୍ରଭୁ, ଯାହାକୁ ଦୂର କୁହାଯାଇଥାଏ, ସେ ତାହାଙ୍କୁ ନିକଟରୁ ପାଇ ନିଏ ॥12॥
ਬਾਰਸਿ ਬਾਰਹ ਉਗਵੈ ਸੂਰ ॥ ଦ୍ଵାଦଶୀ- ଆକାଶରେ ବାର ସୂର୍ଯ୍ୟ ଥିବା ଭଳି ଉଜ୍ଜଳ ହୋଇଥାଏ
ਅਹਿਨਿਸਿ ਬਾਜੇ ਅਨਹਦ ਤੂਰ ॥ ଆଉ ଦିନ ରାତି ଅନାହତ ବାଜା ବାଜିଥାଏ
ਦੇਖਿਆ ਤਿਹੂੰ ਲੋਕ ਕਾ ਪੀਉ ॥ ତିନି ଲୋକର ପିତା-ପ୍ରଭୁଙ୍କୁ ଦେଖି ନିଏ।
ਅਚਰਜੁ ਭਇਆ ਜੀਵ ਤੇ ਸੀਉ ॥੧੩॥ ଏକ ଆଶ୍ଚର୍ଯ୍ୟଜନକ ଖେଳ ବନିଯାଏ ଯେ ସେ ମନୁଷ୍ୟ ସାଧାରଣ ପୁରୁଷ ଠାରୁ ପ୍ରଭୁ ରୂପ ହୋଇଯାଏ ॥13॥
ਤੇਰਸਿ ਤੇਰਹ ਅਗਮ ਬਖਾਣਿ ॥ ତ୍ରୟୋଦଶ- ଧାର୍ମିକ ଗ୍ରନ୍ଥ କହେ ଯେ
ਅਰਧ ਉਰਧ ਬਿਚਿ ਸਮ ਪਹਿਚਾਣਿ ॥ ଆକାଶ-ପାତାଳ ଦୁଇଟିରେ ପ୍ରଭୁଙ୍କ ପରିଚୟ ପାଅ।
ਨੀਚ ਊਚ ਨਹੀ ਮਾਨ ਅਮਾਨ ॥ ତାହାଙ୍କ ପାଇଁ କେହି ଉଚ୍ଚ ଅଥବା ନିମ୍ନ ଆଉ ନା ଆଦର ବାଲା ଅଥବା ନିରାଦର ବାଲା ଅଟେ।
ਬਿਆਪਿਕ ਰਾਮ ਸਗਲ ਸਾਮਾਨ ॥੧੪॥ ସର୍ବବ୍ୟାପକ ରାମ ସବୁଙ୍କ ଭିତରେ ଏକ ସମାନ ରହି ଥାନ୍ତି ॥14॥
ਚਉਦਸਿ ਚਉਦਹ ਲੋਕ ਮਝਾਰਿ ॥ ਰੋਮ ਰੋਮ ਮਹਿ ਬਸਹਿ ਮੁਰਾਰਿ ॥ ଚତୁର୍ଦ୍ଦଶୀ- ଚଉଦ ଲୋକ ଏବଂ ଲୋମ ଲୋମରେ ମୁରାରୀ ପ୍ରଭୁ ବାସ କରିଥାନ୍ତି।
ਸਤ ਸੰਤੋਖ ਕਾ ਧਰਹੁ ਧਿਆਨ ॥ ହେ ଭାଇ! ନିଜ ଧ୍ୟାନ ସତ୍ୟ ଏବଂ ସନ୍ତୋଷରେ ଲଗାଅ।
ਕਥਨੀ ਕਥੀਐ ਬ੍ਰਹਮ ਗਿਆਨ ॥੧੫॥ ବ୍ରହ୍ମ-ଜ୍ଞାନର କଥା କଥନ କର ॥15॥
ਪੂਨਿਉ ਪੂਰਾ ਚੰਦ ਅਕਾਸ ॥ ପୂର୍ଣ୍ଣିମା ଦିନ ଆକାଶରେ ପୂର୍ଣ୍ଣ ଚାନ୍ଦ ହୋଇଥାଏ।
ਪਸਰਹਿ ਕਲਾ ਸਹਜ ਪਰਗਾਸ ॥ ତାହାର କିରଣର କଳା ଦ୍ଵାରା ସ୍ଵାଭାବିକ ଭାବରେ ପ୍ରକାଶ ପ୍ରସାରିତ ହୋଇଥାଏ।
ਆਦਿ ਅੰਤਿ ਮਧਿ ਹੋਇ ਰਹਿਆ ਥੀਰ ॥ ଆଦି, ଅନ୍ତ ଏବଂ ମଧ୍ୟରେ ପ୍ରଭୁ ପୁଣ୍ୟୋତୟା ସ୍ଥିର ହୋଇ ରହିଛନ୍ତି।
ਸੁਖ ਸਾਗਰ ਮਹਿ ਰਮਹਿ ਕਬੀਰ ॥੧੬॥ କବୀର ସୁଖର ସାଗରରେ ଲୀନ ହୋଇଛନ୍ତି ॥16॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।
ਰਾਗੁ ਗਉੜੀ ਵਾਰ ਕਬੀਰ ਜੀਉ ਕੇ ੭ ॥ ରାଗ ଗଉଡି ସପ୍ତାହର ଦିନ କବୀର ଜୀଙ୍କ ବାର
ਬਾਰ ਬਾਰ ਹਰਿ ਕੇ ਗੁਨ ਗਾਵਉ ॥ ସପ୍ତାହର ସବୁ ଦିନ ହରିଙ୍କ ଗୁଣଗାନ କର।
ਗੁਰ ਗਮਿ ਭੇਦੁ ਸੁ ਹਰਿ ਕਾ ਪਾਵਉ ॥੧॥ ਰਹਾਉ ॥ ହେ ଭାଇ! ଗୁରୁଙ୍କ ଚରଣରେ ପହଞ୍ଚି ଈଶ୍ବରଙ୍କ ରହସ୍ୟ ପ୍ରାପ୍ତ କର ॥1॥ରୁହ॥
ਆਦਿਤ ਕਰੈ ਭਗਤਿ ਆਰੰਭ ॥ ରବିବାର- ପ୍ରଭୁଙ୍କ ଭକ୍ତି ପ୍ରାରମ୍ଭ କର ଆଉ
ਕਾਇਆ ਮੰਦਰ ਮਨਸਾ ਥੰਭ ॥ ଶରୀର ରୂପୀ ମନ୍ଦିରରେ ହିଁ ତୃଷ୍ଣାକୁ ବଶ କର।
ਅਹਿਨਿਸਿ ਅਖੰਡ ਸੁਰਹੀ ਜਾਇ ॥ ଯେବେ ଦିନ-ରାତି ମନୁଷ୍ୟର ବୃତ୍ତି ଅଖଣ୍ଡ ସ୍ଥାନରେ ଲାଗି ରହିଥାଏ, ସେତେବେଳେ
ਤਉ ਅਨਹਦ ਬੇਣੁ ਸਹਜ ਮਹਿ ਬਾਇ ॥੧॥ ସ୍ଵାଭାବିକ ଭାବରେ ଅନାହଦ ବାଜା ବାଜିଥାଏ ॥1॥
ਸੋਮਵਾਰਿ ਸਸਿ ਅੰਮ੍ਰਿਤੁ ਝਰੈ ॥ ସୋମବାର- ଚନ୍ଦ୍ରମାରୁ ଅମୃତ ବିନ୍ଦୁ ଝରିଥାଏ।
ਚਾਖਤ ਬੇਗਿ ਸਗਲ ਬਿਖ ਹਰੈ ॥ ଯେତେବେଳେ ସେହି ଅମୃତ ଚଖାଯାଏ , ସେତେବେଳେ ତାହା ତୁରନ୍ତ ସବୁ ବିକାର ଦୂର କରି ଦେଇଥାଏ।
ਬਾਣੀ ਰੋਕਿਆ ਰਹੈ ਦੁਆਰ ॥ ଗୁରୁଙ୍କ ବାଣୀର ପ୍ରଭାବରୁ ସଞ୍ଜମିତ ମନ ପ୍ରଭୁଙ୍କ ଦ୍ଵାରରେ ଲାଖି ରହିଥାଏ ଆଉ
ਤਉ ਮਨੁ ਮਤਵਾਰੋ ਪੀਵਨਹਾਰ ॥੨॥ ମତୁଆଲ ମନ ସେହି ଅମୃତକୁ ପାନ କରିଥାଏ ॥2॥
ਮੰਗਲਵਾਰੇ ਲੇ ਮਾਹੀਤਿ ॥ ମଙ୍ଗଳବାର- ଯଥାର୍ଥତାକୁ ଦେଖ ଆଉ
ਪੰਚ ਚੋਰ ਕੀ ਜਾਣੈ ਰੀਤਿ ॥ କାମ ଉଦ୍ଦୀପକ ଚୋରର ଆକ୍ରମଣ କରିବା ଢଙ୍ଗକୁ ବୁଝ।
ਘਰ ਛੋਡੇਂ ਬਾਹਰਿ ਜਿਨਿ ਜਾਇ ॥ ହେ ଭାଇ! ନିଜ ଦୂରଗକୁ ଛାଡି ବାହାର କେବେ ଯାଅ ନାହିଁ (ଅର୍ଥାତ ନିଜ ମନକୁ ବାହାରେ ପଥଭ୍ରଷ୍ଟ କର ନାହିଁ)
ਨਾਤਰੁ ਖਰਾ ਰਿਸੈ ਹੈ ਰਾਇ ॥੩॥ ଅନ୍ୟଥା ପ୍ରଭୁ ବହୁତ କ୍ରୋଧ ହେବେ ॥3॥
ਬੁਧਵਾਰਿ ਬੁਧਿ ਕਰੈ ਪ੍ਰਗਾਸ ॥ ବୁଧବାର- ମନୁଷ୍ୟ ନିଜ ବୁଦ୍ଧି ଦ୍ଵାରା ପ୍ରଭୁ-ନାମର ପ୍ରକାଶ ଜାତ କରିଥାଏ,”
ਹਿਰਦੈ ਕਮਲ ਮਹਿ ਹਰਿ ਕਾ ਬਾਸ ॥ ହୃଦୟ କମଳରେ ପ୍ରଭୁଙ୍କ ନିବାସ ବସାଇ ନିଏ।
ਗੁਰ ਮਿਲਿ ਦੋਊ ਏਕ ਸਮ ਧਰੈ ॥ ਉਰਧ ਪੰਕ ਲੈ ਸੂਧਾ ਕਰੈ ॥੪॥ ଗୁରୁଙ୍କ ସହିତ ମିଶି ତାହାକୁ ସୁଖ ଏବଂ ଦୁଃଖ ଦୁଇଟିକୁ ସମାନ ଭାବିବା ଉଚିତ, ନିଜ ହୃଦୟର ଓଲଟା କମଳ ନେଇ ସିଧା କରିବା ଉଚିତ। ॥4॥
ਬ੍ਰਿਹਸਪਤਿ ਬਿਖਿਆ ਦੇਇ ਬਹਾਇ ॥ ବୃହସ୍ପତି- ମନୁଷ୍ୟ ନିଜ ପାପ ଧୋଇଦେବା ଉଚିତ ( ଅର୍ଥାତ ବିକାର ଦୂର କରିଦେବା ଉଚିତ)
ਤੀਨਿ ਦੇਵ ਏਕ ਸੰਗਿ ਲਾਇ ॥ ତିନି ଦେବତାକୁ ଛାଡି ତାହାକୁ ଏକ ଈଶ୍ଵରଙ୍କ ସହିତ ମନ ଲଗାଇବା ଉଚିତ।
ਤੀਨਿ ਨਦੀ ਤਹ ਤ੍ਰਿਕੁਟੀ ਮਾਹਿ ॥ ସେ ମାୟାର ତ୍ରିଗୁଣାତ୍ମକ ନଦୀରେ ହିଁ ବୁଡି ରହିଥାଏ,
ਅਹਿਨਿਸਿ ਕਸਮਲ ਧੋਵਹਿ ਨਾਹਿ ॥੫॥ ଦିନ ରାତି ନୀଚ କର୍ମ କରି, ଗୁଣସ୍ତୁତି ବିହୀନ ରହି ତାହାକୁ ଧୋଇବାକୁ ଦିଏ ନାହିଁ ॥5॥
ਸੁਕ੍ਰਿਤੁ ਸਹਾਰੈ ਸੁ ਇਹ ਬ੍ਰਤਿ ਚੜੈ ॥ ଶୁକ୍ରବାର- ତାହାର ଏହି ବ୍ରତ ସଫଳତା ପ୍ରାପ୍ତ କରିଥାଏ, ଯିଏ ସହନଶୀଳତା ଅର୍ଜ୍ଜନ କରିଥାଏ,
ਅਨਦਿਨ ਆਪਿ ਆਪ ਸਿਉ ਲੜੈ ॥ ଆଉ ଯିଏ ରାତି ଦିନ ନିଜ ସହିତ ନିଜେ ଯୁଦ୍ଧ କରିଥାଏ।
ਸੁਰਖੀ ਪਾਂਚਉ ਰਾਖੈ ਸਬੈ ॥ ଯଦି ପ୍ରାଣୀ ନିଜ ପାଞ୍ଚ ଜ୍ଞାନେନ୍ଦ୍ରିୟକୁ ବଶରେ ରଖିଥାଏ, ତାହାହେଲେ
ਤਉ ਦੂਜੀ ਦ੍ਰਿਸਟਿ ਨ ਪੈਸੈ ਕਬੈ ॥੬॥ କାହା ଉପରେ ମଧ୍ୟ କେବେ ତାହାଙ୍କ ଅସ୍ଵାଭାବିକ ଦୃଷ୍ଟି ପଡେ ନାହିଁ ॥6॥
ਥਾਵਰ ਥਿਰੁ ਕਰਿ ਰਾਖੈ ਸੋਇ ॥ ଶନିବାର- ଯେଉଁ ମନୁଷ୍ୟ ପ୍ରଭୁଙ୍କ ଜ୍ୟୋତିର ବତିକୁ ସ୍ଥିର ରଖିଥାଏ,
ਜੋਤਿ ਦੀ ਵਟੀ ਘਟ ਮਹਿ ਜੋਇ ॥ ଯାହା ତାହାର ଅନ୍ତରାତ୍ମାରେ ଥାଏ,
ਬਾਹਰਿ ਭੀਤਰਿ ਭਇਆ ਪ੍ਰਗਾਸੁ ॥ ସେ ଭିତରୁ ବାହାରେ ଉଜ୍ଜଳ ହୋଇଯାଏ ଆଉ
ਤਬ ਹੂਆ ਸਗਲ ਕਰਮ ਕਾ ਨਾਸੁ ॥੭॥ ସେତେବେଳେ ତାହାର ସବୁ ଦୁଷ୍କର୍ମ ଦୂର ହୋଇଯାଏ ॥7॥


© 2025 SGGS ONLINE
error: Content is protected !!
Scroll to Top