Guru Granth Sahib Translation Project

guru granth sahib odia page-341

Page 341

ਝਝਾ ਉਰਝਿ ਸੁਰਝਿ ਨਹੀ ਜਾਨਾ ॥ ଝ- ହେ ଜୀବ! ତୁ ଦୁନିଆର ମୋହରେ ଫୁଲି ଉଠିଛୁ ଆଉ ନିଜକୁ ନିଜେ ଏହା ଠାରୁ ମୁକ୍ତ କରାଇବା ଜାଣି ନାହୁଁ।
ਰਹਿਓ ਝਝਕਿ ਨਾਹੀ ਪਰਵਾਨਾ ॥ ତୁମେ ସଙ୍କୋଚ କରୁଅଛ ଆଉ ଈଶ୍ଵରଙ୍କୁ ସ୍ଵୀକୃତ ହୋଇ ନାହଁ।
ਕਤ ਝਖਿ ਝਖਿ ਅਉਰਨ ਸਮਝਾਵਾ ॥ ଅନ୍ୟକୁ ସନ୍ତୁଷ୍ଟ କରାଇବା ପାଇଁ ତୁମେ କାହିଁକି ବାଦ-ବିବାଦ କରୁଅଛ?
ਝਗਰੁ ਕੀਏ ਝਗਰਉ ਹੀ ਪਾਵਾ ॥੧੫॥ କାରଣ ଝଗଡା କରିବା ଦ୍ଵାରା ତୋତେ ଝଗଡା ହିଁ ମିଳିବ। ॥15॥
ਞੰਞਾ ਨਿਕਟਿ ਜੁ ਘਟ ਰਹਿਓ ਦੂਰਿ ਕਹਾ ਤਜਿ ਜਾਇ ॥ ଞ- ସେହି ପରମାତ୍ମା ତୋର ନିକଟରେ ତୋର ହୃଦୟରେ ହିଁ ବାସ କରିଅଛନ୍ତି, ତାହାଙ୍କୁ ଛାଡି ତୁ ଦୂରକୁ କାହିଁକି ଯାଉଛୁ?
ਜਾ ਕਾਰਣਿ ਜਗੁ ਢੂਢਿਅਉ ਨੇਰਉ ਪਾਇਅਉ ਤਾਹਿ ॥੧੬॥ ଯେଉଁ ପ୍ରଭୁଙ୍କ ପାଇଁ ମୁଁ ସାରା ଜଗତ ଖୋଜିଅଛି, ତାହାଙ୍କୁ ମୁଁ ନିକଟରେ ହିଁ ପ୍ରାପ୍ତ କରିଅଛି ॥16॥
ਟਟਾ ਬਿਕਟ ਘਾਟ ਘਟ ਮਾਹੀ ॥ ଟ- ଈଶ୍ଵରଙ୍କ କଠିନ ମାର୍ଗ ମନୁଷ୍ୟର ହୃଦୟରେ ହିଁ ଅଛି।
ਖੋਲਿ ਕਪਾਟ ਮਹਲਿ ਕਿ ਨ ਜਾਹੀ ॥ ତୁ କାହିଁକି କବାଟ ଖୋଲି ତାହାଙ୍କ ମହଲରେ ପହଞ୍ଚୁ ନାହୁଁ?
ਦੇਖਿ ਅਟਲ ਟਲਿ ਕਤਹਿ ਨ ਜਾਵਾ ॥ ସଦା ସ୍ଥିର ପ୍ରଭୁଙ୍କୁ ଦେଖି ତୁମେ ଇତଃସ୍ତତଃ ହୋଇ ଆଉ କେଉଁଠିକୁ ଯିବ ନାହିଁ।
ਰਹੈ ਲਪਟਿ ਘਟ ਪਰਚਉ ਪਾਵਾ ॥੧੭॥ ତୁମେ ପ୍ରଭୁଙ୍କ ଠାରେ ଲିପ୍ତ ରହିବ ଆଉ ତୁମ ହୃଦୟ ପ୍ରସନ୍ନ ହେବ ॥17॥
ਠਠਾ ਇਹੈ ਦੂਰਿ ਠਗ ਨੀਰਾ ॥ ଠ- (ହେ ଯିବ!) ଏହି ମାୟାର ମୃଗତୃଷ୍ଣାର ଜଳ ଠାରୁ ନିଜକୁ ନିଜେ ଦୂରରେ ରଖ।
ਨੀਠਿ ਨੀਠਿ ਮਨੁ ਕੀਆ ਧੀਰਾ ॥ ବଡ କଷ୍ଟରେ ମୁଁ ନିଜ ମନକୁ ଧୈର୍ଯ୍ୟବାନ କରିଅଛି।
ਜਿਨਿ ਠਗਿ ਠਗਿਆ ਸਗਲ ਜਗੁ ਖਾਵਾ ॥ ଯେଉଁ ଛଳିଆ ତୋର ସାରା ଜଗତକୁ ଛଳରେ ରଖିଛି,
ਸੋ ਠਗੁ ਠਗਿਆ ਠਉਰ ਮਨੁ ਆਵਾ ॥੧੮॥ ମୁଁ ସେହି ଛଳିଆ (ପ୍ରଭୁ)ଙ୍କୁ ଛଳ କରିଦେଇଛି, ମୋର ହୃଦୟ ଏବେ ସୁଖରେ ଅଛି ॥18॥
ਡਡਾ ਡਰ ਉਪਜੇ ਡਰੁ ਜਾਈ ॥ ଡ- ଯେତେବେଳେ ପ୍ରଭୁଙ୍କ ଡର ଉତ୍ପନ୍ନ ହୋଇଯାଏ, ସେତେବେଳେ ଅନ୍ୟ ଡର ନିବୃତ୍ତ ହୋଇଯାଏ।
ਤਾ ਡਰ ਮਹਿ ਡਰੁ ਰਹਿਆ ਸਮਾਈ ॥ ସେହି ଡରରେ ଅନ୍ୟ ଡର ଲୀନ ରହିଥାଏ।
ਜਉ ਡਰ ਡਰੈ ਤ ਫਿਰਿ ਡਰੁ ਲਾਗੈ ॥ ଯେତେବେଳେ ମନୁଷ୍ୟ ପ୍ରଭୁଙ୍କ ଡରକୁ ତ୍ୟାଗ କରିଥାଏ, ସେତେବେଳେ ତାହାଠାରେ ଅନ୍ୟ ଡର ଲାଗି ରହିଥାଏ।
ਨਿਡਰ ਹੂਆ ਡਰੁ ਉਰ ਹੋਇ ਭਾਗੈ ॥੧੯॥ ଯଦି ସେ ନିର୍ଭୀକ ହୋଇଯାଏ, ତାହାହେଲେ ତାହାର ମନର ଡର ଚାଲିଯାଏ ॥16॥
ਢਢਾ ਢਿਗ ਢੂਢਹਿ ਕਤ ਆਨਾ ॥ ଢ- ଇଶ୍ଵର ତୋର ସମୀପରେ ଅଛନ୍ତି, ତୁ ତାହାଙ୍କୁ କେଉଁଠି ଖୋଜୁଅଛୁ?
ਢੂਢਤ ਹੀ ਢਹਿ ਗਏ ਪਰਾਨਾ ॥ ବାହାରେ ଖୋଜି ଖୋଜି ତୋର ପ୍ରାଣ ମଧ୍ୟ ଥକି ଯାଇଛି।
ਚੜਿ ਸੁਮੇਰਿ ਢੂਢਿ ਜਬ ਆਵਾ ॥ ସୁମେର ପର୍ବତ ଉପରେ ଚଢି ମଧ୍ୟ ମନୁଷ୍ୟ ଈଶ୍ଵରଙ୍କୁ ଖୋଜି ଖୋଜି ଯେତେବେଳେ ମନୁଷ୍ୟ ନିଜ ଦେହିକୁ ଆସିଥାଏ( ଅର୍ଥାତ ନିଜ ଭିତରକୁ ଦେଖିଥାଏ),”
ਜਿਹ ਗੜੁ ਗੜਿਓ ਸੁ ਗੜ ਮਹਿ ਪਾਵਾ ॥੨੦॥ ସେତେବେଳେ ସେହି ଇଶ୍ଵର ଏହି (ଦେହି ରୂପୀ) ଦୁର୍ଗରେ ମିଳିଯାନ୍ତି, ଯିଏ ଏହି ଦେହି ରୂପୀ ଦୁର୍ଗ ରଚନା କରିଛନ୍ତି ॥20॥
ਣਾਣਾ ਰਣਿ ਰੂਤਉ ਨਰ ਨੇਹੀ ਕਰੈ ॥ ଣ- ରଣଭୂମିରେ ଯୁଦ୍ଧ କରି ଯେଉଁ ବ୍ୟକ୍ତି ବିକାରକୁ ବଶ କରିବା ସାମର୍ଥ୍ୟ ହାସଲ କରି ନେଇଛି,
ਨਾ ਨਿਵੈ ਨਾ ਫੁਨਿ ਸੰਚਰੈ ॥ ଯିଏ ନଇଁ ନଥାଏ ଆଉ ନା ବିକାର ସହିତ ବୁଝାମଣା କରିଥାଏ,
ਧੰਨਿ ਜਨਮੁ ਤਾਹੀ ਕੋ ਗਣੈ ॥ ସଂସାର ସେହି ବ୍ୟକ୍ତିକୁ ଭାଗ୍ୟବାନ ମାନିଥାଏ,
ਮਾਰੈ ਏਕਹਿ ਤਜਿ ਜਾਇ ਘਣੈ ॥੨੧॥ କାରଣ, ସେହି ମନୁଷ୍ୟ ଏକ ମନକୁ ମରିଥାଏ ଆଉ ଏହି ଅଧିକତର ବିକାରକୁ ତ୍ୟାଗ କରିଥାଏ ॥21॥
ਤਤਾ ਅਤਰ ਤਰਿਓ ਨਹ ਜਾਈ ॥ ତ-ଏହି ନଶ୍ଵର ଦୁନିଆ ଏକ ଏପରି ସାଗର ଅଟେ, ଯାହାକୁ ପାର କରିବା ବିଷମ ଅଟେ,
ਤਨ ਤ੍ਰਿਭਵਣ ਮਹਿ ਰਹਿਓ ਸਮਾਈ ॥ ଯେଉଁଥିରୁ ପାର କରାଯାଇ ପାରିବ ନାହିଁ (କାରଣ) ନେତ୍ର, କାନ, ନାକ, ଇତ୍ୟାଦି ଜ୍ଞାନେନ୍ଦ୍ରିୟ ଦୁନିଆର ରସରେ ବୁଡି ରହିଥାଏ,
ਜਉ ਤ੍ਰਿਭਵਣ ਤਨ ਮਾਹਿ ਸਮਾਵਾ ॥ ପରନ୍ତୁ, ଯେତେବେଳେ ଦୁନିଆର ରସ ଦେହି ଭିତରେ ହିଁ ନାଶ ହୋଇଯାଏ
ਤਉ ਤਤਹਿ ਤਤ ਮਿਲਿਆ ਸਚੁ ਪਾਵਾ ॥੨੨॥ ସେତେବେଳେ (ପ୍ରାଣୀଙ୍କ) ଆତ୍ମା ପରମ ଜ୍ୟୋତିରେ ଲୀନ ହୋଇଯାଏ, ସେତେବେଳେ ସତ୍ୟ ସ୍ୱରୂପ ପରମାତ୍ମା ମିଳିଯାନ୍ତି ॥22॥
ਥਥਾ ਅਥਾਹ ਥਾਹ ਨਹੀ ਪਾਵਾ ॥ ଥ- ପରମେଶ୍ଵର ଅଥଲ ଅଟନ୍ତି, ତାହାଙ୍କ ଗଭୀରତା ଜାଣି ହୋଇ ନପାରେ।
ਓਹੁ ਅਥਾਹ ਇਹੁ ਥਿਰੁ ਨ ਰਹਾਵਾ ॥ ପ୍ରଭୁ ଅନନ୍ତ ଅଟନ୍ତି, ପରନ୍ତୁ ଏହି ଶରୀର ସ୍ଥିର ରହେ ନାହିଁ (ଅର୍ଥାତ ମାଟି ହୋଇଯାଏ)
ਥੋੜੈ ਥਲਿ ਥਾਨਕ ਆਰੰਭੈ ॥ ଅଳ୍ପ ଭୂମି ଉପରେ ନଗର ନିର୍ମାଣ ପ୍ରାରମ୍ଭ କରି ଦିଏ।
ਬਿਨੁ ਹੀ ਥਾਭਹ ਮੰਦਿਰੁ ਥੰਭੈ ॥੨੩॥ ସ୍ତମ୍ଭ ବିନା ସେ ମହଲ ଉଠାଇବା ଚାହୁଁଛି ॥23॥
ਦਦਾ ਦੇਖਿ ਜੁ ਬਿਨਸਨਹਾਰਾ ॥ ଦ- ଯେଉଁ ଜଗତ ଦେଖାଯାଉଛି, ତାହା ସଂପୂର୍ଣ୍ଣ ନାଶବାନ ଅଟେ,
ਜਸ ਅਦੇਖਿ ਤਸ ਰਾਖਿ ਬਿਚਾਰਾ ॥ “(ହେ ଭାଇ!) ତୁମେ ସଦା ଈଶ୍ଵରଙ୍କ ବୃତ୍ତିରେ ଲାଗିଯାଅ, ଯାହା ଏହି ନେତ୍ରରେ ଦେଖାଯାଏ ନାହିଁ ।
ਦਸਵੈ ਦੁਆਰਿ ਕੁੰਚੀ ਜਬ ਦੀਜੈ ॥ କିନ୍ତୁ, ଯେତେବେଳେ ଦଶମ ଦ୍ଵାରରେ ଜ୍ଞାନର ପୁଞ୍ଜି ଲଗାଯାଏ
ਤਉ ਦਇਆਲ ਕੋ ਦਰਸਨੁ ਕੀਜੈ ॥੨੪॥ ସେତେବେଳେ ଦୟାଳୁ ଇଶ୍ଵରଙ୍କ ଦର୍ଶନ କରାଯାଇ ପାରିବ ॥24॥
ਧਧਾ ਅਰਧਹਿ ਉਰਧ ਨਿਬੇਰਾ ॥ ਅਰਧਹਿ ਉਰਧਹ ਮੰਝਿ ਬਸੇਰਾ ॥ ଧ- ଯଦି ମନୁଷ୍ୟ ନିମ୍ନ ମଣ୍ଡଳରୁ ଉଚ୍ଚ ମଣ୍ଡଳକୁ ଉଡାଣ କରିଥାଏ, ସେତେବେଳେ ସବୁ କଥା ସମାପ୍ତ ହୋଇଯାଏ।
ਅਰਧਹ ਛਾਡਿ ਉਰਧ ਜਉ ਆਵਾ ॥ ଯେତେବେଳେ ଧରିତ୍ରିକୁ ତ୍ୟାଗ କରି ଆତ୍ମା ଗଗନରେ ଉଡିଥାଏ, ସେତେବେଳେ
ਤਉ ਅਰਧਹਿ ਉਰਧ ਮਿਲਿਆ ਸੁਖ ਪਾਵਾ ॥੨੫॥ ଆତ୍ମା ଏବଂ ପରମାତ୍ମା ମିଳିଯାନ୍ତି ଆଉ ସୁଖ ପ୍ରାପ୍ତ ହୋଇଯାଏ ॥25॥
ਨੰਨਾ ਨਿਸਿ ਦਿਨੁ ਨਿਰਖਤ ਜਾਈ ॥ ନ- ପ୍ରଭୁଙ୍କୁ ଦେଖିବା ପ୍ରତୀକ୍ଷାରେ ମୋର ରାତ୍ରି ଏବଂ ଦିନ ଚାଲିଯାଏ।
ਨਿਰਖਤ ਨੈਨ ਰਹੇ ਰਤਵਾਈ ॥ ଏହିପରି ଦେଖିବା ଦ୍ଵାରା (ପ୍ରତୀକ୍ଷାରେ) ମୋର ନେତ୍ର ରକ୍ତ ସମାନ ଲାଲ ହୋଇଯାଇଛି।
ਨਿਰਖਤ ਨਿਰਖਤ ਜਬ ਜਾਇ ਪਾਵਾ ॥ ଦର୍ଶନର ଅଭିଳାଷ କରି କରି ଯେତେବେଳେ ଅନନ୍ତ ଦର୍ଶନ ହୋଇଥାଏ, ସେତେବେଳେ
ਤਬ ਲੇ ਨਿਰਖਹਿ ਨਿਰਖ ਮਿਲਾਵਾ ॥੨੬॥ ସେହି ଇଷ୍ଟ-ପ୍ରଭୁ ଦର୍ଶନ ଅଭିଳାଷୀ ନିଜ ଭକ୍ତକୁ ନିଜ ସାଥିରେ ମିଳାଇଥାନ୍ତି ॥26॥
ਪਪਾ ਅਪਰ ਪਾਰੁ ਨਹੀ ਪਾਵਾ ॥ ପ- ପରମାତ୍ମା ଅପାର ଅଟନ୍ତି ଆଉ ତାହାଙ୍କୁ ପାର କରା ଯାଇ ପାରିବ ନାହିଁ।
ਪਰਮ ਜੋਤਿ ਸਿਉ ਪਰਚਉ ਲਾਵਾ ॥ ମୁଁ ପରମ ଜ୍ୟୋତି (ପ୍ରଭୁ) ଠାରେ ପ୍ରେମ ଲଗାଇଛି।
ਪਾਂਚਉ ਇੰਦ੍ਰੀ ਨਿਗ੍ਰਹ ਕਰਈ ॥ ଯେଉଁ ମନୁଷ୍ୟ ନିଜ ପାଞ୍ଚ-ଜ୍ଞାନେନ୍ଦ୍ରିୟକୁ ବଶ କରିନିଏ,
ਪਾਪੁ ਪੁੰਨੁ ਦੋਊ ਨਿਰਵਰਈ ॥੨੭॥ ସେ ପାପ ଏବଂ ପୂଣ୍ୟ ଦୁଇଟିରୁ ମୁକ୍ତି ପାଇନିଏ ॥27॥
ਫਫਾ ਬਿਨੁ ਫੂਲਹ ਫਲੁ ਹੋਈ ॥ ଫ- ଫୁଲ ବିନା ହିଁ ଫଳ ଉତ୍ପନ୍ନ ହୋଇଛି।
ਤਾ ਫਲ ਫੰਕ ਲਖੈ ਜਉ ਕੋਈ ॥ ଯଦି କୌଣସି ମନୁଷ୍ୟ ସେହି ଫଳରେ ଫାଙ୍କ ଦେଖିଣିଏ ଆଉ ସେହି ଫାଙ୍କର ଚିନ୍ତନ କରିଥାଏ,
ਦੂਣਿ ਨ ਪਰਈ ਫੰਕ ਬਿਚਾਰੈ ॥ ସେ (ଜନ୍ମ ମରଣ) ଚକ୍ରରେ ପଡେ ନାହିଁ
ਤਾ ਫਲ ਫੰਕ ਸਭੈ ਤਨ ਫਾਰੈ ॥੨੮॥ ଫଳର ସେହି ଫାଙ୍କ ସମସ୍ତ ଶରୀରକୁ ଫାଡିଡିଏ॥28॥
ਬਬਾ ਬਿੰਦਹਿ ਬਿੰਦ ਮਿਲਾਵਾ ॥ ବ- ଯେତେବେଳେ ବୁନ୍ଦା ବୁନ୍ଦା ମିଳିଯାଏ, ସେତେବେଳେ
ਬਿੰਦਹਿ ਬਿੰਦਿ ਨ ਬਿਛੁਰਨ ਪਾਵਾ ॥ ଏହି ବୁନ୍ଦା ପୁନଃ ଅଲଗା ହୁଏନାହିଁ।
ਬੰਦਉ ਹੋਇ ਬੰਦਗੀ ਗਹੈ ॥ ପ୍ରଭୁଙ୍କ ସେବକ ବନି ଯେଉଁ ମନୁଷ୍ୟ ପ୍ରେମପୂର୍ବକ ପ୍ରଭୁ ଭକ୍ତି କରିଥାଏ,


© 2017 SGGS ONLINE
Scroll to Top