Guru Granth Sahib Translation Project

guru granth sahib odia page-340

Page 340

ਕਹਿ ਕਬੀਰ ਗੁਰ ਭੇਟਿ ਮਹਾ ਸੁਖ ਭ੍ਰਮਤ ਰਹੇ ਮਨੁ ਮਾਨਾਨਾਂ ॥੪॥੨੩॥੭੪॥ କବୀର ଜୀ କହନ୍ତି- ଗୁରୁଙ୍କୁ ମିଶି ମୋତେ ମହାସୁଖ ପ୍ରାପ୍ତ ହୋଇଯାଇଛି, ଦ୍ଵିଧାରେ ପଥଭ୍ରଷ୍ଟରୁ ହଟି ପ୍ରସନ୍ନ ହୋଇଯାଇଛି ॥4॥23॥74॥
ਰਾਗੁ ਗਉੜੀ ਪੂਰਬੀ ਬਾਵਨ ਅਖਰੀ ਕਬੀਰ ਜੀਉ ਕੀ ରାଗ ଗଉଡି ପୁରବୀ ବାବନ ଅକ୍ଷର କବୀର ଜୀଙ୍କ
ੴ ਸਤਿਨਾਮੁ ਕਰਤਾ ਪੁਰਖੁ ਗੁਰਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।
ਬਾਵਨ ਅਛਰ ਲੋਕ ਤ੍ਰੈ ਸਭੁ ਕਛੁ ਇਨ ਹੀ ਮਾਹਿ ॥ ତିନି ଲୋକ (ଆକାଶ, ପାତାଳ ଏବଂ ପୃଥିବୀ)ରୁ ନେଇ ସବୁ ଯେଉଁ ପଦାର୍ଥ ଅଛି, ତାହା ଏହି ବାବନ ଅକ୍ଷର ମଧ୍ୟରେ ହିଁ ଅଛି।
ਏ ਅਖਰ ਖਿਰਿ ਜਾਹਿਗੇ ਓਇ ਅਖਰ ਇਨ ਮਹਿ ਨਾਹਿ ॥੧॥ ଏହି ଅକ୍ଷର ନାଶ ହୋଇଯିବ, କିନ୍ତୁ ଅନଶ୍ଵର ପରମାତ୍ମାଙ୍କୁ ଏହି ଅକ୍ଷର ଦ୍ଵାରା ବର୍ଣ୍ଣିତ କରାଯାଇ ପାରିବ ନାହିଁ ॥1॥
ਜਹਾ ਬੋਲ ਤਹ ਅਛਰ ਆਵਾ ॥ ଯେଉଁଠି ବୋଲିବା ଅଛି ସେଇଠି ଅକ୍ଷର ଅଛି।
ਜਹ ਅਬੋਲ ਤਹ ਮਨੁ ਨ ਰਹਾਵਾ ॥ ଯେଉଁଠି ବଚନ ନାହିଁ, ସେଇଠି ମନ ସ୍ଥିର ରହେ ନାହିଁ।
ਬੋਲ ਅਬੋਲ ਮਧਿ ਹੈ ਸੋਈ ॥ ବଚନ ଏବଂ ମୌନ ଦୁଇଟିରେ ପ୍ରଭୁ ବାସ କରିଥାନ୍ତି।
ਜਸ ਓਹੁ ਹੈ ਤਸ ਲਖੈ ਨ ਕੋਈ ॥੨॥ ପ୍ରଭୁ ଯେଭଳି ଅଟନ୍ତି, ତାହାଙ୍କୁ କେହି ବୁଝିପାରିବେ ନହିଁ ॥2॥
ਅਲਹ ਲਹਉ ਤਉ ਕਿਆ ਕਹਉ ਕਹਉ ਤ ਕੋ ਉਪਕਾਰ ॥ ଅ- ଯଦି ମୁଁ ଆଲାହାକୁ କରି ଦିଏ, ତାହାହେଲେ ମଧ୍ୟ ତାହାଙ୍କ ବର୍ଣ୍ଣନା ସଠିକ କରି ପାରିବି ନାହିଁ, ତାହାଙ୍କ ଯଶୋଗାନ କରିଲେ ମୁଁ ଅନ୍ୟର କଣ ଭଲ କରିପାରିବି?
ਬਟਕ ਬੀਜ ਮਹਿ ਰਵਿ ਰਹਿਓ ਜਾ ਕੋ ਤੀਨਿ ਲੋਕ ਬਿਸਥਾਰ ॥੩॥ ଯେଉଁ ପରମେଶ୍ଵରଙ୍କ ପ୍ରସାର ତିନି ଲୋକରେ ମହଜୁଦ ଅଛି, ତାହା ଏପରି ବ୍ୟାପ୍ତ ଅଛି ଯେ ଯେପରି ବରଗଛ ବୃକ୍ଷର ବୀଜରେ ବ୍ୟାପକ ହେଉଛି ॥3॥
ਅਲਹ ਲਹੰਤਾ ਭੇਦ ਛੈ ਕਛੁ ਕਛੁ ਪਾਇਓ ਭੇਦ ॥ ଅ- ଯିଏ ଆଲାହାକୁ ବୁଝିଥାଏ ଆଉ ତାହାଙ୍କ ରହସ୍ୟକୁ ଅଳ୍ପମାତ୍ର ମଧ୍ୟ ବୁଝିଥାଏ, ତାହା ପାଇଁ ବିଛେଦ ଲୁପ୍ତ ହୋଇଯାଏ।
ਉਲਟਿ ਭੇਦ ਮਨੁ ਬੇਧਿਓ ਪਾਇਓ ਅਭੰਗ ਅਛੇਦ ॥੪॥ ଯେତେବେଳେ ପ୍ରାଣୀ ଦୁନିଆ ଆଡୁ ବୁଲିଯାଏ, ତାହାର ହୃଦୟ ପ୍ରଭୁଙ୍କ ରହସ୍ୟ ସହିତ ମଗ୍ନ ହୁଏ ଆଉ ସେ ଅମର ଏବଂ ଅବୋଧ ପ୍ରଭୁଙ୍କୁ ପାଇଥାଏ ॥4॥
ਤੁਰਕ ਤਰੀਕਤਿ ਜਾਨੀਐ ਹਿੰਦੂ ਬੇਦ ਪੁਰਾਨ ॥ ମୁସଲମାନ ତରିକତ ଦ୍ଵାରା ଆଲାହାକୁ ବୁଝିଥାଏ ଆଉ ହିନ୍ଦୁ ବେଦ ଓ ପୁରାଣ ଦ୍ଵାରା ଭଗବାନଙ୍କୁ ବୁଝିଥାଏ।
ਮਨ ਸਮਝਾਵਨ ਕਾਰਨੇ ਕਛੂਅਕ ਪੜੀਐ ਗਿਆਨ ॥੫॥ ନିଜ ମନକୁ ସଦମାର୍ଗରେ ଲଗାଇବା ପାଇଁ ମନୁଷ୍ୟକୁ କିଛି ଜ୍ଞାନ ଏବଂ ବିଦ୍ୟା ଅଧ୍ୟୟନ କରିବା ଉଚିତ। ॥5॥
ਓਅੰਕਾਰ ਆਦਿ ਮੈ ਜਾਨਾ ॥ ଓ- ଯେଉଁ ଆକାର ସବୁ ରଚନା କରିବା ବାଲା ଅଟେ, ମୁଁ କେବଳ ସେହି ପ୍ରଭୁଙ୍କୁ ଜାଣିଛି।
ਲਿਖਿ ਅਰੁ ਮੇਟੈ ਤਾਹਿ ਨ ਮਾਨਾ ॥ ମୁଁ ତାହା ଉପରେ ଭରସା ରଖେ ନାହିଁ, ଯାହାକୁ ପ୍ରଭୁ ରଚନା କରି ନାଶ କରିଦେଇଛନ୍ତି।
ਓਅੰਕਾਰ ਲਖੈ ਜਉ ਕੋਈ ॥ ଯଦି କେହି ଏକ ଈଶ୍ଵରଙ୍କୁ ଦର୍ଶନ କରି ନିଏ, ତାହାହେଲେ
ਸੋਈ ਲਖਿ ਮੇਟਣਾ ਨ ਹੋਈ ॥੬॥ ଦର୍ଶନ କରିବା ଦ୍ଵାରା ତାହାର ନାଶ ହୁଏନାହିଁ ॥6॥
ਕਕਾ ਕਿਰਣਿ ਕਮਲ ਮਹਿ ਪਾਵਾ ॥ କ- ଯେତେବେଳ ଜ୍ଞାନର କିରଣ ହୃଦୟ-କମଳରେ ପ୍ରବେଶ କରିଥାଏ
ਸਸਿ ਬਿਗਾਸ ਸੰਪਟ ਨਹੀ ਆਵਾ ॥ ସେତେବେଳେ (ମାୟା ରୁପୀ) ଚନ୍ଦ୍ରମାର ଚାନ୍ଦିନୀ ହୃଦୟ-କମଳରେ ପ୍ରବେଶ କରେ ନାହିଁ
ਅਰੁ ਜੇ ਤਹਾ ਕੁਸਮ ਰਸੁ ਪਾਵਾ ॥ ଆଉ ଯଦି ମନୁଷ୍ୟ ସେଠାରେ ଆତ୍ମିକ ପୁଷ୍ପର ରସ ପ୍ରାପ୍ତ କରିଥାଏ, ତାହାହେଲେ ସେ ସେହି ଅବର୍ଣ୍ଣନୀୟ ସ୍ଵାଦ କଥନ କରି ପାରିବ ନାହିଁ।
ਅਕਹ ਕਹਾ ਕਹਿ ਕਾ ਸਮਝਾਵਾ ॥੭॥ ବର୍ଣ୍ଣନା କରିବା ଦ୍ଵାରା ସେ କାହାକୁ ଏହାର ବୋଧ କରାଇ ପାରିବ? ॥7॥
ਖਖਾ ਇਹੈ ਖੋੜਿ ਮਨ ਆਵਾ ॥ ଖ- ଏହି ଆତ୍ମା ପ୍ରଭୁଙ୍କ ଗୁମ୍ଫାରେ ପ୍ରବେଶ କରି ଯାଇଛି।
ਖੋੜੇ ਛਾਡਿ ਨ ਦਹ ਦਿਸ ਧਾਵਾ ॥ ଗୁମ୍ଫାକୁ ତ୍ୟାଗ କରି ଏହି ଆତ୍ମା ଏବେ ଦଶ ଦିଗରେ ପଥଭ୍ରଷ୍ଟ ହୁଏନାହିଁ।
ਖਸਮਹਿ ਜਾਣਿ ਖਿਮਾ ਕਰਿ ਰਹੈ ॥ ଯେତେବେଳଳେ ମାଲିକ ପ୍ରଭୁଙ୍କୁ ଅନୁଭବ କରି ମନୁଷ୍ୟ ଦୟାରେ ବିଚରଣ କରିଥାଏ, ସେତେବେଳେ
ਤਉ ਹੋਇ ਨਿਖਿਅਉ ਅਖੈ ਪਦੁ ਲਹੈ ॥੮॥ ସେ ଅମର ହୋଇଯାଏ ଆଉ ଅମର ପଦବୀ ପ୍ରାପ୍ତ କରିନିଏ ॥8॥
ਗਗਾ ਗੁਰ ਕੇ ਬਚਨ ਪਛਾਨਾ ॥ ଗ- ଯେଉ ମନୁଷ୍ୟ ଗୁରୁଙ୍କ ବଚନକୁ ଚିହ୍ନି ଥାଏ,
ਦੂਜੀ ਬਾਤ ਨ ਧਰਈ ਕਾਨਾ ॥ ସେ ଅନ୍ୟ କଥା ଆଡକୁ ନିଜ କାନ ନିଏ ନାହିଁ।
ਰਹੈ ਬਿਹੰਗਮ ਕਤਹਿ ਨ ਜਾਈ ॥ ସେ ପକ୍ଷୀ ଭଳି ସର୍ବଦା ନିର୍ଲିପ୍ତ ରହିଥାଏ, କେବେ ମଧ୍ୟ ପଥଭ୍ରଷ୍ଟ ହୁଏନାହିଁ।
ਅਗਹ ਗਹੈ ਗਹਿ ਗਗਨ ਰਹਾਈ ॥੯॥ ଯେଉଁ ଈଶ୍ଵରଙ୍କୁ ସଂସାରର ମୋହିନୀ ପ୍ରଭାବିତ କରି ପାରେ ନାହିଁ, ତାହାଙ୍କୁ ସେନିଜ ହୃଦୟରେ ବସାଇ ନିଏ, ହୃଦୟରେ ବସାଇ ନିଜ ବୃତ୍ତିକୁ ପ୍ରଭୁଙ୍କ ଚରଣରେ ଲଗାଇ ରଖିଥାଏ ॥9॥
ਘਘਾ ਘਟਿ ਘਟਿ ਨਿਮਸੈ ਸੋਈ ॥ ଘ- ସେହି ପ୍ରଭୁ କୋଣ କୋଣରେ(ପ୍ରତି ହୃଦୟରେ) ବାସ କରିଥାନ୍ତି।
ਘਟ ਫੂਟੇ ਘਟਿ ਕਬਹਿ ਨ ਹੋਈ ॥ ଏପରିକି ଶରୀର ରୂପୀ ପାତ୍ର ଭାଙ୍ଗି ଗଲେ ମଧ୍ୟ ତାହା କମ ହୁଏନାହିଁ।
ਤਾ ਘਟ ਮਾਹਿ ਘਾਟ ਜਉ ਪਾਵਾ ॥ ଯେତେବେଳେ ସେହି ହୃଦୟରେ ମନୁଷ୍ୟ ପ୍ରଭୁ-ମାର୍ଗ ପ୍ରାପ୍ତ କରି ନିଏ, ସେତେବେଳେ
ਸੋ ਘਟੁ ਛਾਡਿ ਅਵਘਟ ਕਤ ਧਾਵਾ ॥੧੦॥ ସେହି ମାର୍ଗ ତ୍ୟାଗ କରି ସେ ସେ ଅନ୍ୟ ବିଷମ ମାର୍ଗ ଆଡକୁ କାହିଁକି ଯାଇଥାଏ? ॥10॥
ਙੰਙਾ ਨਿਗ੍ਰਹਿ ਸਨੇਹੁ ਕਰਿ ਨਿਰਵਾਰੋ ਸੰਦੇਹ ॥ ଙ- ହେ ଭାଇ! ନିଜ ଇନ୍ଦ୍ରିୟ ଉପରେ ଅଙ୍କୁଶ ଲଗାଅ, ନିଜ ପ୍ରଭୁଙ୍କ ସହିତ ପ୍ରେମ କର ଆଉ ନିଜ ଦ୍ଵିଧା ଦୂର କର।
ਨਾਹੀ ਦੇਖਿ ਨ ਭਾਜੀਐ ਪਰਮ ਸਿਆਨਪ ਏਹ ॥੧੧॥ ତୁମକୁ ନିଜର ପ୍ରଭୁଙ୍କ ମାର୍ଗ ଦେଖା ନ ଦେଇପାରେ, ଏହା ଦ୍ଵାରା ପଳାୟନ କରିବା ଉଚିତ ନୁହେଁ। ଏହା ବଡ ବୁଦ୍ଧି ଅଟେ। ॥11॥
ਚਚਾ ਰਚਿਤ ਚਿਤ੍ਰ ਹੈ ਭਾਰੀ ॥ ଚ- ଇଶ୍ଵର ଦ୍ଵାରା ରଚିତ ଏହି ଦୁନିଆ ଏକ ବହୁତ ବଡ ଚିତ୍ର ଅଟେ।
ਤਜਿ ਚਿਤ੍ਰੈ ਚੇਤਹੁ ਚਿਤਕਾਰੀ ॥ ହେ ପ୍ରାଣୀ! ଚିତ୍ରକାରୀ(ଦୁନିଆ)କୁ ତ୍ୟାଗ କରି ଚିତ୍ରକାର (ପ୍ରଭୁ)ଙ୍କୁ ସ୍ମରଣ କର।
ਚਿਤ੍ਰ ਬਚਿਤ੍ਰ ਇਹੈ ਅਵਝੇਰਾ ॥ ଏହି ବିଚିତ୍ର ଚିତ୍ର (ଦୁନିଆ) ହିଁ ବିବାଦର ମୂଳ ଅଟେ।
ਤਜਿ ਚਿਤ੍ਰੈ ਚਿਤੁ ਰਾਖਿ ਚਿਤੇਰਾ ॥੧੨॥ ଚିତ୍ର ଛାଡି ଚିତ୍ରକାର (ପ୍ରଭୁ) ଠାରେ ନିଜ ହୃଦୟ ଲଗାଇ ରଖ ॥12॥
ਛਛਾ ਇਹੈ ਛਤ੍ਰਪਤਿ ਪਾਸਾ ॥ ସଛ- ଛତ୍ରପତି ପ୍ରଭୁ ଏଠାରେ ତୋର ସାଥିରେ ଅଛନ୍ତି।
ਛਕਿ ਕਿ ਨ ਰਹਹੁ ਛਾਡਿ ਕਿ ਨ ਆਸਾ ॥ ହେ ମନ! ତୁ କାହିଁକି ଆଉ କେଉଁ ତୃଷ୍ଣା ତ୍ୟାଗ କରି ପ୍ରସନ୍ନ ରହୁ ନାହୁଁ?
ਰੇ ਮਨ ਮੈ ਤਉ ਛਿਨ ਛਿਨ ਸਮਝਾਵਾ ॥ ହେ ମନ! ପ୍ରତି କ୍ଷଣରେ ମୁଁ ତୋତେ ଉପଦେଶ ଦେଇଥାଏ।
ਤਾਹਿ ਛਾਡਿ ਕਤ ਆਪੁ ਬਧਾਵਾ ॥੧੩॥ ତାହାଙ୍କ (ପ୍ରଭୁଙ୍କୁ) ତ୍ୟାଗ କରି ତୁ କାହିଁକି ନିଜକୁ ନିଜେ ମାୟାର ବିକାରରେ ଫସାଇ ରଖିଛୁ? ॥13॥
ਜਜਾ ਜਉ ਤਨ ਜੀਵਤ ਜਰਾਵੈ ॥ ଜ- ଯେତେବେଳେ (କୌଣସି ପ୍ରାଣୀ) ଶରୀରୀର ଲାଳସାକୁ ଜଳାଇଥାଏ,
ਜੋਬਨ ਜਾਰਿ ਜੁਗਤਿ ਸੋ ਪਾਵੈ ॥ ସେହି ମନୁଷ୍ୟ ଯୌବନ ଜଳାଇ ସଦମାର୍ଗ ପାଇନିଏ।
ਅਸ ਜਰਿ ਪਰ ਜਰਿ ਜਰਿ ਜਬ ਰਹੈ ॥ ଯେତେବେଳେ ମନୁଷ୍ୟ ନିଜ ଧନର ଅହଂକାରକୁ ଏବଂ ପରର ଦୌଲତକୁ ଜଳାଇ ସଂଯମରେ ରହିଥାଏ,
ਤਬ ਜਾਇ ਜੋਤਿ ਉਜਾਰਉ ਲਹੈ ॥੧੪॥ ସେତେବେଳ ସର୍ବୋଚ୍ଚ ଅବସ୍ଥାରେ ପହଞ୍ଚି ଈଶ୍ଵରଙ୍କ ଜ୍ୟୋତିର ଉଜ୍ଜଳତା ପ୍ରାପ୍ତ କରିଥାଏ ॥14॥


© 2025 SGGS ONLINE
error: Content is protected !!
Scroll to Top