Page 277
ਅੰਤੁ ਨਹੀ ਕਿਛੁ ਪਾਰਾਵਾਰਾ ॥
ତାହାଙ୍କ ସାମର୍ଥ୍ୟର କୌଣସି ସୀମା ନଥାଏ।
ਹੁਕਮੇ ਧਾਰਿ ਅਧਰ ਰਹਾਵੈ ॥
(ସୃଷ୍ଟିକୁ ନିଜ) ଆଦେଶରେ ଜାତ କରି କିଛି ଆଶ୍ରା ବିନା ଟେକି ରଖନ୍ତି
ਹੁਕਮੇ ਉਪਜੈ ਹੁਕਮਿ ਸਮਾਵੈ ॥
ଜଗତରେ ଯାହା କିଛି ତାଙ୍କରି ଆଦେଶରେ ଉତ୍ପନ୍ନ ହୁଏ, ଆଉ ଶେଷରେ ତାହାଙ୍କ ଆଦେଶରେ ଲୀନ ହୁଏ।
ਹੁਕਮੇ ਊਚ ਨੀਚ ਬਿਉਹਾਰ ॥
ଭଲ ତଥା ମନ୍ଦ କର୍ମ ତାହାଙ୍କ ଇଚ୍ଛା ଅନୁସାରେ ହୁଏ।
ਹੁਕਮੇ ਅਨਿਕ ਰੰਗ ਪਰਕਾਰ ॥
ତାହାଙ୍କ ହୁକୁମ ଦ୍ଵାରା ଅନେକ ପ୍ରକାର ଖେଳ ତମାସା ହେଉଅଛି।
ਕਰਿ ਕਰਿ ਦੇਖੈ ਅਪਨੀ ਵਡਿਆਈ ॥
ସୃଷ୍ଟିର ରଚନା କରି ସେ ନିଜ ମହିମାକୁ ଦେଖିଥାନ୍ତି।
ਨਾਨਕ ਸਭ ਮਹਿ ਰਹਿਆ ਸਮਾਈ ॥੧॥
ହେ ନାନକ! ହେ ଇଶ୍ଵର ସମସ୍ତ ଜୀବଙ୍କ ଠାରେ ରହିଛନ୍ତି ॥1॥
ਪ੍ਰਭ ਭਾਵੈ ਮਾਨੁਖ ਗਤਿ ਪਾਵੈ ॥
ଯଦି ପ୍ରଭୁଙ୍କୁ ଭଲ ଲାଗିଥାଏ, ତାହାହେଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତ କରିଥାଏ।
ਪ੍ਰਭ ਭਾਵੈ ਤਾ ਪਾਥਰ ਤਰਾਵੈ ॥
ଯଦି ପ୍ରଭୁଙ୍କୁ ଭଲ ଲାଗିଥାଏ, ତାହାହେଲେ ପଥରକୁ ମଧ୍ୟ ପାର କରାଇଦିଅନ୍ତି।
ਪ੍ਰਭ ਭਾਵੈ ਬਿਨੁ ਸਾਸ ਤੇ ਰਾਖੈ ॥
ଯଦି ପ୍ରଭୁଙ୍କୁ ଭଲ ଲାଗିଥାଏ, ତାହାହେଲେ ଶ୍ଵାସ ବିନା ପ୍ରାଣୀକୁ ବଞ୍ଚାଇ ରଖିଥାନ୍ତି।
ਪ੍ਰਭ ਭਾਵੈ ਤਾ ਹਰਿ ਗੁਣ ਭਾਖੈ ॥
ଯଦି ପ୍ରଭୁଙ୍କୁ ଭଲ ଲାଗିଥାଏ, ତାହାହେଲେ ମନୁଷ୍ୟ ଈଶ୍ଵରଙ୍କ ଗୁଣସ୍ତୁତି କରିଥାନ୍ତି।
ਪ੍ਰਭ ਭਾਵੈ ਤਾ ਪਤਿਤ ਉਧਾਰੈ ॥
ଯଦି ପ୍ରଭୁଙ୍କୁ ଭଲ ଲାଗିଥାଏ, ତାହାହେଲେ ସେ ପାପିକୁ ମଧ୍ୟ ଉଦ୍ଧାର କରିଥାନ୍ତି।
ਆਪਿ ਕਰੈ ਆਪਨ ਬੀਚਾਰੈ ॥
ଇଶ୍ଵର ସ୍ଵୟଂ ହିଁ ସବୁ କିଛି କରିଥାନ୍ତି ଆଉ ସ୍ଵୟଂ ହିଁ ବିଚାର କରିଥାନ୍ତି।
ਦੁਹਾ ਸਿਰਿਆ ਕਾ ਆਪਿ ਸੁਆਮੀ ॥
ଇଶ୍ଵର ସ୍ଵୟଂ ହିଁ ଲୋକ-ପରଲୋକର ସ୍ଵାମୀ ଅଟନ୍ତି।
ਖੇਲੈ ਬਿਗਸੈ ਅੰਤਰਜਾਮੀ ॥
ଅନ୍ତର୍ଯାମୀ ପ୍ରଭୁ ଜଗତର ଖେଳ ଖେଳୁଥାନ୍ତି ଆଉ ଏହାକୁ ଦେଖି ଖୁସି ହେଉଥାନ୍ତି।
ਜੋ ਭਾਵੈ ਸੋ ਕਾਰ ਕਰਾਵੈ ॥
ଯାହାକିଛି ପ୍ରଭୁଙ୍କୁ ଭଲ ଲାଗେ, ସେହି କାମ ମନୁଷ୍ୟ ଦ୍ଵାରା କରାଇଥାନ୍ତି।
ਨਾਨਕ ਦ੍ਰਿਸਟੀ ਅਵਰੁ ਨ ਆਵੈ ॥੨॥
ହେ ନାନକ! ତାଙ୍କ ପରି ଆଉ କେହି ନଜରକୁ ଆସନ୍ତି ନାହିଁ ॥2॥
ਕਹੁ ਮਾਨੁਖ ਤੇ ਕਿਆ ਹੋਇ ਆਵੈ ॥
କୁହ, ମନୁଷ୍ୟ ଦ୍ଵାରା କେଉଁ କାମ ହୋଇପାରିବ?
ਜੋ ਤਿਸੁ ਭਾਵੈ ਸੋਈ ਕਰਾਵੈ ॥
ଯାହା ଈଶ୍ଵରଙ୍କୁ ଭଲ ଲାଗିଥାଏ, ସେହି କାମ ପ୍ରାଣୀ ଦ୍ଵାରା କରାଇଥାନ୍ତି।
ਇਸ ਕੈ ਹਾਥਿ ਹੋਇ ਤਾ ਸਭੁ ਕਿਛੁ ਲੇਇ ॥
ଯଦି ମନୁଷ୍ୟରେ ବଶରେ ହୋଇଥାନ୍ତା, ସେ ସବୁ କାମ ସମ୍ଭାଳିଥାନ୍ତା।
ਜੋ ਤਿਸੁ ਭਾਵੈ ਸੋਈ ਕਰੇਇ ॥
ଯାହା ଈଶ୍ଵରଙ୍କୁ ଭଲ ଲାଗିଥାଏ, ସେ ସେହି କାମ କରନ୍ତି।
ਅਨਜਾਨਤ ਬਿਖਿਆ ਮਹਿ ਰਚੈ ॥
ଜ୍ଞାନ ନ ହେବା କାରଣରୁ ମନୁଷ୍ୟ ବିକାରରେ ମଗ୍ନ ରାହୁଅଛି।
ਜੇ ਜਾਨਤ ਆਪਨ ਆਪ ਬਚੈ ॥
ଯଦି ସେ ଜାଣିଥାନ୍ତା, ତାହାହେଲେ ସେ ନିଜକୁ ନିଜେ ବିକାରରୁ ବଞ୍ଚାଇଥାନ୍ତା।
ਭਰਮੇ ਭੂਲਾ ਦਹ ਦਿਸਿ ਧਾਵੈ ॥
ଭ୍ରମରେ ଭୁଲିଥିବା ତାହାର ମନ ଦଶ ଦିଗରେ ବୁଲୁଥାଏ।
ਨਿਮਖ ਮਾਹਿ ਚਾਰਿ ਕੁੰਟ ਫਿਰਿ ਆਵੈ ॥
ଚାରି କୋଣରେ ଚକ୍କର କାଟି ସେ ଏକ କ୍ଷଣରେ ଫେରି ଆସେ।
ਕਰਿ ਕਿਰਪਾ ਜਿਸੁ ਅਪਨੀ ਭਗਤਿ ਦੇਇ ॥
ଯାହାକୁ କୃପା କରି ପ୍ରଭୁ ନିଜର ଭକ୍ତି ପ୍ରଦାନ କରିଛନ୍ତି।
ਨਾਨਕ ਤੇ ਜਨ ਨਾਮਿ ਮਿਲੇਇ ॥੩॥
ହେ ନାନକ! ସେହି ପୁରୁଷ ନାମରେ ଲୀନ ହୋଇଯାଏ ॥3॥
ਖਿਨ ਮਹਿ ਨੀਚ ਕੀਟ ਕਉ ਰਾਜ ॥
ଏକ କ୍ଷଣରେ ହିଁ ଇଶ୍ଵର କୀଡ ସମାନ ନିମ୍ନ ପ୍ରାଣୀକୁ ରାଜ୍ୟ ପ୍ରଦାନ କରି ରାଜା ବନାଇଦିଅନ୍ତି।
ਪਾਰਬ੍ਰਹਮ ਗਰੀਬ ਨਿਵਾਜ ॥
ଭଗବାନ ଗରିବ ଉପରେ ଦୟା କରିଥାନ୍ତି।
ਜਾ ਕਾ ਦ੍ਰਿਸਟਿ ਕਛੂ ਨ ਆਵੈ ॥
ଯେଉଁ ପ୍ରାଣୀର କୌଣସି ଗୁଣ ଦେଖାଯାଏ ନାହିଁ,
ਤਿਸੁ ਤਤਕਾਲ ਦਹ ਦਿਸ ਪ੍ਰਗਟਾਵੈ ॥
ତାହାକୁ ଏକ କ୍ଷଣରେ ହିଁ ଦଶ ଦିଗରେ ଲୋକପ୍ରିୟ କରିଦେଇଥାନ୍ତି।
ਜਾ ਕਉ ਅਪੁਨੀ ਕਰੈ ਬਖਸੀਸ ॥
ବିଶ୍ଵର ସ୍ଵାମୀ ଜଗଦୀଶ ଯାହାଙ୍କ ଉପରେ ନିଜ କୃପା-ଦୃଷ୍ଟି କରିଥାନ୍ତି,
ਤਾ ਕਾ ਲੇਖਾ ਨ ਗਨੈ ਜਗਦੀਸ ॥
ସେ ଥର କର୍ମର ଲେଖା ଗଣନା କରନ୍ତି ନାହିଁ।
ਜੀਉ ਪਿੰਡੁ ਸਭ ਤਿਸ ਕੀ ਰਾਸਿ ॥
ସେହି ଆତ୍ମା ଏବଂ ଶରୀର ସବୁ ତାହାଙ୍କ ଦ୍ଵାରା ଦିଆହୋଇଥିବା ପୁଞ୍ଜି ଅଟେ।
ਘਟਿ ਘਟਿ ਪੂਰਨ ਬ੍ਰਹਮ ਪ੍ਰਗਾਸ ॥
ପ୍ରତ୍ୟେକ ହୃଦୟରେ ପୂର୍ଣ୍ଣ ବ୍ରହ୍ମାଙ୍କ ପ୍ରକାଶ ଥାଏ।
ਅਪਨੀ ਬਣਤ ਆਪਿ ਬਨਾਈ ॥
ଏହି ସୃଷ୍ଟିର ରଚନା ସେ ସ୍ଵୟଂ କରିଛନ୍ତି।
ਨਾਨਕ ਜੀਵੈ ਦੇਖਿ ਬਡਾਈ ॥੪॥
ହେ ନାନକ! ମୁଁ ତାହାଙ୍କ ମହିମା ଦେଖି ଜୀବିତ ଅଛି ॥4॥
ਇਸ ਕਾ ਬਲੁ ਨਾਹੀ ਇਸੁ ਹਾਥ ॥
ଏହି ଜୀବର ବଳ ତାହାର ନିଜ ହାତରେ ନାହିଁ, କାରଣ
ਕਰਨ ਕਰਾਵਨ ਸਰਬ ਕੋ ਨਾਥ ॥
ସବୁଙ୍କ ମାଲିକ ଏକ ପରମାତ୍ମା ହିଁ ସବୁକିଛି କରିଥାନ୍ତି ଏବଂ ଜୀବ ଦ୍ଵାରା କରାଇଥାନ୍ତି,
ਆਗਿਆਕਾਰੀ ਬਪੁਰਾ ਜੀਉ ॥
ବିଚରା ଜୀବ ପରମାତ୍ମାଙ୍କ ଆଜ୍ଞାକାରୀ ଅଟେ।
ਜੋ ਤਿਸੁ ਭਾਵੈ ਸੋਈ ਫੁਨਿ ਥੀਉ ॥
ଯାହା ଈଶ୍ଵରଙ୍କୁ ଭଲ ଲାଗିଥାଏ, ଶେଷରେ ତାହାହିଁ ହୋଇଥାଏ।
ਕਬਹੂ ਊਚ ਨੀਚ ਮਹਿ ਬਸੈ ॥
ମନୁଷ୍ୟ କେବେ ଉଚ୍ଚ ଆଉ କେବେ ନିମ୍ନ ଜାତିରେ ବାସ କରିଥାଏ।
ਕਬਹੂ ਸੋਗ ਹਰਖ ਰੰਗਿ ਹਸੈ ॥
କେବେ ସେ ଦୁଃଖୀ ଥାଏ ତ କେତେବେଳେ ଖୁସିରେ ହସୁଥାଏ।
ਕਬਹੂ ਨਿੰਦ ਚਿੰਦ ਬਿਉਹਾਰ ॥
କେବେ ନିନ୍ଦା କରିବା ହିଁ ତାହାର ବ୍ୟବସାୟ ହୋଇଥାଏ।
ਕਬਹੂ ਊਭ ਅਕਾਸ ਪਇਆਲ ॥
କେବେ ସେ ଆକାଶରେ ଥାଏ ତ କେବେ ପାତାଳରେ ଥାଏ
ਕਬਹੂ ਬੇਤਾ ਬ੍ਰਹਮ ਬੀਚਾਰ ॥
କେବେ ସେ ବ୍ରହ୍ମ ବିଚାରର ଜ୍ଞାତା ହୋଇଥାଏ।
ਨਾਨਕ ਆਪਿ ਮਿਲਾਵਣਹਾਰ ॥੫॥
ହେ ନାନକ! ଇଶ୍ଵର ସ୍ଵୟଂ ହିଁ ମନୁଷ୍ୟକୁ ନିଜ ସାଥିରେ ମିଶାଇଥାନ୍ତି ॥5॥
ਕਬਹੂ ਨਿਰਤਿ ਕਰੈ ਬਹੁ ਭਾਤਿ ॥
ସେହି ଜୀବ କେବେ ଅନେକ ପ୍ରକାରର ନୃତ୍ୟ କରିଥାଏ।
ਕਬਹੂ ਸੋਇ ਰਹੈ ਦਿਨੁ ਰਾਤਿ ॥
କେବେ ସେ ଦିନରାତି ଶୋଇ ରହିଥାଏ।
ਕਬਹੂ ਮਹਾ ਕ੍ਰੋਧ ਬਿਕਰਾਲ ॥
କେବେ ସେ ନିଜର ମହାକ୍ରୋଧରେ ଭୟାନକ ହୋଇଯାଏ।
ਕਬਹੂੰ ਸਰਬ ਕੀ ਹੋਤ ਰਵਾਲ ॥
କେବେ ସେ ସବୁଙ୍କ ଚରଣ ଧୁଳି ବନି ରହିଥାଏ।
ਕਬਹੂ ਹੋਇ ਬਹੈ ਬਡ ਰਾਜਾ ॥
କେବେ ସେ ମହାନ ରାଜା ହୋଇ ବସିଥାଏ
ਕਬਹੁ ਭੇਖਾਰੀ ਨੀਚ ਕਾ ਸਾਜਾ ॥
କେବେ ସେ ନୀଚ ଭିକାରୀର ବେଶ ଧାରଣ କରିଥାଏ।
ਕਬਹੂ ਅਪਕੀਰਤਿ ਮਹਿ ਆਵੈ ॥
କେବେ ସେ ଅପକୀର୍ତ୍ତୀ ପଡିଥାଏ।
ਕਬਹੂ ਭਲਾ ਭਲਾ ਕਹਾਵੈ ॥
କେବେ ସେ ବହୁତ ଭଲ କହିଥାଏ।
ਜਿਉ ਪ੍ਰਭੁ ਰਾਖੈ ਤਿਵ ਹੀ ਰਹੈ ॥
ପ୍ରଭୁ ତାହାକୁ ଯେପରି ରଖିଥାନ୍ତି, ଜୀବ ସେପରି ହିଁ ରହିଥାଏ।
ਗੁਰ ਪ੍ਰਸਾਦਿ ਨਾਨਕ ਸਚੁ ਕਹੈ ॥੬॥
ଗୁରୁଙ୍କ କୃପାରୁ ନାନକ ସତ୍ୟ ହିଁ କହିଥାନ୍ତି ॥6॥
ਕਬਹੂ ਹੋਇ ਪੰਡਿਤੁ ਕਰੇ ਬਖ੍ਯ੍ਯਾਨੁ ॥
କେବେ ସେ ପଣ୍ଡିତ ବନି ଉପଦେଶ ଦେଇଥାଏ।
ਕਬਹੂ ਮੋਨਿਧਾਰੀ ਲਾਵੈ ਧਿਆਨੁ ॥
କେବେ ସେ ମୌନଧାରୀ ସାଧୁ ବନି ଧ୍ୟାନ କରିଥାଏ।
ਕਬਹੂ ਤਟ ਤੀਰਥ ਇਸਨਾਨ ॥
କେବେ ସେ ତୀର୍ଥ ଯାଇ ସ୍ନାନ କରିଥାଏ।
ਕਬਹੂ ਸਿਧ ਸਾਧਿਕ ਮੁਖਿ ਗਿਆਨ ॥
କେବେ ସେ ସିଦ୍ଧ, ସାଧକ ବନି ମୁଖରେ ଜ୍ଞାନ କରିଥାଏ।
ਕਬਹੂ ਕੀਟ ਹਸਤਿ ਪਤੰਗ ਹੋਇ ਜੀਆ ॥
କେବେ ସେ କୀଡା, ହାତୀ ଅଥବା ପତଙ୍ଗ ବନିରହିଥାଏ
ਅਨਿਕ ਜੋਨਿ ਭਰਮੈ ਭਰਮੀਆ ॥
ଆଉ ଅନେକ ଯୋନିରେ ବାରମ୍ବାର ପଥଭ୍ରଷ୍ଟ ହେଉଥାନ୍ତି।