Guru Granth Sahib Translation Project

guru granth sahib odia page-258

Page 258

ਨਿਧਿ ਨਿਧਾਨ ਹਰਿ ਅੰਮ੍ਰਿਤ ਪੂਰੇ ॥ ହେ ନାନକ! ଯାହାର ଅନ୍ତଃ ମନ ସର୍ବଗୁଣର ଭଣ୍ଡାର ହରିନାମର ଅମୃତରେ ଭାରି ରହିଥାଏ,
ਤਹ ਬਾਜੇ ਨਾਨਕ ਅਨਹਦ ਤੂਰੇ ॥੩੬॥ ତାହାଙ୍କ ଭିତରେ ଏକ ଏପରି ଆନନ୍ଦ କାୟାମ ରହିଥାଏ, ଯେପରି ଲଗାତର ଅନାହତ ଧ୍ବନିର ସବୁପ୍ରକାର ସଙ୍ଗୀତ ମିଶାମିଶି ସ୍ଵର ଗୁଞ୍ଜନ କରୁଥାଏ ॥36॥
ਸਲੋਕੁ ॥ ଶ୍ଳୋକ ॥
ਪਤਿ ਰਾਖੀ ਗੁਰਿ ਪਾਰਬ੍ਰਹਮ ਤਜਿ ਪਰਪੰਚ ਮੋਹ ਬਿਕਾਰ ॥ ଯେଉଁ ପୁରୁଷର ମାନ-ସମ୍ମାନ ଗୁରୁ ପରଂବ୍ରହ୍ମ ବଞ୍ଚାଇଛନ୍ତି, ଏପରି ପୁରୁଷ ଛଳ, ମୋହ ଏବଂ ପାପ ସବୁକିଛି ଛାଡିଦିଏ।
ਨਾਨਕ ਸੋਊ ਆਰਾਧੀਐ ਅੰਤੁ ਨ ਪਾਰਾਵਾਰੁ ॥੧॥ ହେ ନାନକ! ଆମେ ସେହି ପରଂବ୍ରହ୍ମ ପ୍ରଭୁଙ୍କ ଆରାଧନା କରିବା ଉଚିତ, ଯାହାର ମହିମାର ଅନ୍ତ ମିଳିପାରୁ ନାହିଁ ତଥା ଯାହାଙ୍କ ଅସ୍ତିତ୍ଵର ଥଳକୂଳ ପ୍ରାପ୍ତ ହୋଇପାରେ ନାହିଁ।
ਪਉੜੀ ॥ ପଉଡି ॥
ਪਪਾ ਪਰਮਿਤਿ ਪਾਰੁ ਨ ਪਾਇਆ ॥ ପ- ପରମେଶ୍ଵର ଅପାର ଅଟନ୍ତି ଆଉ ତାହାଙ୍କ ଅନ୍ତ ପାଇହୁଏ ନାହିଁ।
ਪਤਿਤ ਪਾਵਨ ਅਗਮ ਹਰਿ ਰਾਇਆ ॥ ହରି-ପରମେଶ୍ଵର ଅଗମ୍ୟ ଏବଂ ପତିତପାବନ ଅଟନ୍ତି।
ਹੋਤ ਪੁਨੀਤ ਕੋਟ ਅਪਰਾਧੂ ॥ ଏପରି କୋଟି କୋଟି ଅପରାଧୀ ପବିତ୍ର ହୋଇଯାନ୍ତି,
ਅੰਮ੍ਰਿਤ ਨਾਮੁ ਜਪਹਿ ਮਿਲਿ ਸਾਧੂ ॥ ଯିଏ ସନ୍ଥଙ୍କ ସଙ୍ଗତିରେ ମିଶି ଭଗବାନଙ୍କ ଅମୃତ ନାମର ଜପ କରିଥାଏ,
ਪਰਪਚ ਧ੍ਰੋਹ ਮੋਹ ਮਿਟਨਾਈ ॥ ତାହାର ଛଳ, କପଟ, ଧୋକା ଏବଂ ସାଂସାରିକ ମୋହ ଦୂର ହୋଇଯାଏ,
ਜਾ ਕਉ ਰਾਖਹੁ ਆਪਿ ਗੁਸਾਈ ॥ ହେ ଗୋସାଇଁ! ଯାହାର ରକ୍ଷା ତୁମେ ସ୍ଵୟଂ କରିଥାଅ।
ਪਾਤਿਸਾਹੁ ਛਤ੍ਰ ਸਿਰ ਸੋਊ ॥ ହେ ନାନକ! ଇଶ୍ଵର ସର୍ବୋପରି ବାଦଶାହ ଅଟନ୍ତି, ସେ ହିଁ ବାସ୍ତବିକ ଛତ୍ରଧାରୀ ଅଟନ୍ତି,
ਨਾਨਕ ਦੂਸਰ ਅਵਰੁ ਨ ਕੋਊ ॥੩੭॥ ଆଉ କେହି ତାହାଙ୍କ ସମାନ ଯୋଗ୍ୟ ନୁହନ୍ତି ॥37॥
ਸਲੋਕੁ ॥ ଶ୍ଳୋକ॥
ਫਾਹੇ ਕਾਟੇ ਮਿਟੇ ਗਵਨ ਫਤਿਹ ਭਈ ਮਨਿ ਜੀਤ ॥ ହେ ନାନକ! ଯଦି ମନକୁ ଜିତିଯାଅ, ତାହାହେଲେ ବାସନା ଉପରେ ବିଜୟ ହାସଲ ହୋଇଯାଏ ଆଉ ମୋହ-ମାୟାର ବନ୍ଧନ ଦୂର ହୋଇଯାଏ ଏବଂ ମୋହିନୀର ଶଙ୍କା ନଷ୍ଟ ହୋଇଯାଏ।
ਨਾਨਕ ਗੁਰ ਤੇ ਥਿਤ ਪਾਈ ਫਿਰਨ ਮਿਟੇ ਨਿਤ ਨੀਤ ॥੧॥ ଯେଉଁ ବ୍ୟକ୍ତିକୁ ଗୁରୁ ଦ୍ଵାରା ମନର ସ୍ଥିରତା ପ୍ରାପ୍ତ ହୋଇଯାଏ, ସେହି ବ୍ୟକ୍ତିର ଜନ୍ମ ମରଣ ଚକ୍ର ସବୁଦିନ ପାଇଁ ଦୂର ହୋଇଯାଏ ॥1॥
ਪਉੜੀ ॥ ପଉଡି॥
ਫਫਾ ਫਿਰਤ ਫਿਰਤ ਤੂ ਆਇਆ ॥ ଫ – (ହେ ଜୀବ!) ତୁ କେତେ ଯୋନିରେ ବୁଲି ଆସିଛୁ
ਦ੍ਰੁਲਭ ਦੇਹ ਕਲਿਜੁਗ ਮਹਿ ਪਾਇਆ ॥ ତଥା ଏହି କଳିଯୁଗରେ ତୋତେ ଦୁର୍ଲଭ ମନୁଷ୍ୟ ଦେହ ପ୍ରାପ୍ତ ହୋଇଛି।
ਫਿਰਿ ਇਆ ਅਉਸਰੁ ਚਰੈ ਨ ਹਾਥਾ ॥ ଯଦି ତୁ ମୋହ-ମାୟାର ବନ୍ଧନରେ ଫସି ରହୁ,ତାହାହେଲେ ଏପରି ସୁନେଲି ଅବସର ପୁଣି ଆସିବ ନାହିଁ।
ਨਾਮੁ ਜਪਹੁ ਤਉ ਕਟੀਅਹਿ ਫਾਸਾ ॥ ଈଶ୍ବରଙ୍କ ନାମର ସ୍ତୁତି କରୁଥାଅ, ମୃତ୍ୟୁର ବନ୍ଧନ କଟିଯିବ।
ਫਿਰਿ ਫਿਰਿ ਆਵਨ ਜਾਨੁ ਨ ਹੋਈ ॥ ତୋର ବାରମ୍ବାର ଜନ୍ମ ମରଣ ଚକ୍ର ଦୂର ହୋଇଯିବ।
ਏਕਹਿ ਏਕ ਜਪਹੁ ਜਪੁ ਸੋਈ ॥ କେବଳ ଏକ ଈଶ୍ଵରଙ୍କ ନାମର ଚିନ୍ତନ କର।
ਕਰਹੁ ਕ੍ਰਿਪਾ ਪ੍ਰਭ ਕਰਨੈਹਾਰੇ ॥ ହେ ସୃଷ୍ଟିକର୍ତ୍ତା ପ୍ରଭୁ! ନିଜ କୃପା ଧାରଣ କର
ਮੇਲਿ ਲੇਹੁ ਨਾਨਕ ਬੇਚਾਰੇ ॥੩੮॥ ନାନକ କହନ୍ତି ଯେ ବିଚରା ଜୀବକୁ ନିଜ ସାଥିରେ ମିଳନ କରାଅ ॥38॥
ਸਲੋਕੁ ॥ ଶ୍ଳୋକ॥
ਬਿਨਉ ਸੁਨਹੁ ਤੁਮ ਪਾਰਬ੍ਰਹਮ ਦੀਨ ਦਇਆਲ ਗੁਪਾਲ ॥ ହେ ଦିନଦୟାଳୁ! ହେ ଗୋପାଳ! ହେ ପରଂବ୍ରହ୍ମ! ତୁମେ ମୋର ଏକ ବିନତି ଶୁଣ।
ਸੁਖ ਸੰਪੈ ਬਹੁ ਭੋਗ ਰਸ ਨਾਨਕ ਸਾਧ ਰਵਾਲ ॥੧॥ ହେ ନାନକ! ସନ୍ଥଜନଙ୍କ ଚରଣ ଧୁଳି ହିଁ ବିଭିନ୍ନ ସୁଖ, ଧନ-ପଦାର୍ଥ ଏବଂ ଅନେକ ରସ ଭୋଗ ସମାନ ଅଟେ ॥1॥
ਪਉੜੀ ॥ ପଉଡି॥
ਬਬਾ ਬ੍ਰਹਮੁ ਜਾਨਤ ਤੇ ਬ੍ਰਹਮਾ ॥ ବ – ଯିଏ ବ୍ରହ୍ମଙ୍କୁ ବୁଝିଥାଏ, ସେ ହିଁ ବାସ୍ତବିକ ବ୍ରାହ୍ମଣ ଅଟେ।
ਬੈਸਨੋ ਤੇ ਗੁਰਮੁਖਿ ਸੁਚ ਧਰਮਾ ॥ ବୈଷ୍ଣବ ସେ ହିଁ ଅଟନ୍ତି ଯିଏ ଗୁରୁଙ୍କ ସାନ୍ନିଧ୍ୟ ନେଇ ଆତ୍ମିକ ଶୁଦ୍ଧତାର ଧର୍ମ ପାଳନ କରନ୍ତି।
ਬੀਰਾ ਆਪਨ ਬੁਰਾ ਮਿਟਾਵੈ ॥ ଯେଉଁ ବ୍ୟକ୍ତି ନିଜର ମନ୍ଦବୁଦ୍ଧି ନାଶ କରିଦେଇଥାଏ, ସେ ହିଁ ସୁରବୀର ହୋଇଥାଏ
ਤਾਹੂ ਬੁਰਾ ਨਿਕਟਿ ਨਹੀ ਆਵੈ ॥ ତଥା ପୁଣି ମନ୍ଦବୁଦ୍ଧି ତାହାର ପାଖକୁ ଯାଏନାହିଁ।
ਬਾਧਿਓ ਆਪਨ ਹਉ ਹਉ ਬੰਧਾ ॥ ମନୁଷ୍ୟ ସ୍ଵୟଂ ହିଁ ଅହଙ୍କାରର ବନ୍ଧନରେ ଫସିରହିଛି।
ਦੋਸੁ ਦੇਤ ਆਗਹ ਕਉ ਅੰਧਾ ॥ ପରନ୍ତୁ, ଜ୍ଞାନହିଁ ମନୁଷ୍ୟ ଅନ୍ୟ ଉପରେ ଦୋଷ ଲଗାଇଥାଏ।
ਬਾਤ ਚੀਤ ਸਭ ਰਹੀ ਸਿਆਨਪ ॥ କଥାବାର୍ତ୍ତା ଏବଂ ଚତୁରତା କିଛି କାମର ନୁହେଁ।
ਜਿਸਹਿ ਜਨਾਵਹੁ ਸੋ ਜਾਨੈ ਨਾਨਕ ॥੩੯॥ ହେ ନାନକ! ଯାହାକୁ ଇଶ୍ଵର ଜ୍ଞାନ ପ୍ରଦାନ କରିଛନ୍ତି, ସେ ହିଁ ତାହାଙ୍କୁ ବୁଝିଥାଏ ॥36॥
ਸਲੋਕੁ ॥ ଶ୍ଳୋକ॥
ਭੈ ਭੰਜਨ ਅਘ ਦੂਖ ਨਾਸ ਮਨਹਿ ਅਰਾਧਿ ਹਰੇ ॥ “(ହେ ଜୀବ!) ନିଜ ମନରେ ସେହି ଭଗବାନଙ୍କ ଆରାଧନା କର, ଯିଏ ଭୟକୁ ନଷ୍ଟ କରିଥାନ୍ତି ଆଉ ସବୁ ପାପ ଓ ଦୁଃଖକୁ ନାଶ କରିଥାନ୍ତି।
ਸੰਤਸੰਗ ਜਿਹ ਰਿਦ ਬਸਿਓ ਨਾਨਕ ਤੇ ਨ ਭ੍ਰਮੇ ॥੧॥ ହେ ନାନକ! ସନ୍ଥଙ୍କ ସଙ୍ଗତିରେ ରହି ଯେଉଁ ଲୋକର ହୃଦୟରେ ପ୍ରଭୁ ବାସ କରିଥାନ୍ତି, ତାହାର ସବୁ ପ୍ରକାର ଭ୍ରମ ସମାପ୍ତ ହୋଇଯାଏ ॥1॥
ਪਉੜੀ ॥ ପଉଡି॥
ਭਭਾ ਭਰਮੁ ਮਿਟਾਵਹੁ ਅਪਨਾ ॥ ଭ – ନିଜ ଭ୍ରମ ଦୂର କର,
ਇਆ ਸੰਸਾਰੁ ਸਗਲ ਹੈ ਸੁਪਨਾ ॥ କାରଣ, ଏହା ସଂପୂର୍ଣ୍ଣ ସଂସାରର ସ୍ଵପ୍ନ ତୁଲ୍ୟ ଅଟେ।
ਭਰਮੇ ਸੁਰਿ ਨਰ ਦੇਵੀ ਦੇਵਾ ॥ ସ୍ଵର୍ଗ ନିବାସୀ ପୁରୁଷ ଆଉ ଦେବୀ ଦେବତା ମଧ୍ୟ ଭ୍ରମରେ ପଡିଥାନ୍ତି।
ਭਰਮੇ ਸਿਧ ਸਾਧਿਕ ਬ੍ਰਹਮੇਵਾ ॥ ସିଦ୍ଧ, ସାଧକ ଏବଂ ବ୍ରହ୍ମା ମଧ୍ୟ ଭ୍ରମରେ ପଥଭ୍ରଷ୍ଟ ହୋଇଥାନ୍ତି।
ਭਰਮਿ ਭਰਮਿ ਮਾਨੁਖ ਡਹਕਾਏ ॥ ବୁଲି ବୁଲି ମନୁଷ୍ୟ ନଷ୍ଟ ହୋଇଯାଇଛି।
ਦੁਤਰ ਮਹਾ ਬਿਖਮ ਇਹ ਮਾਏ ॥ ଏହି ମାୟାର ସାଗର ବଡ ବିଷମ ଏବଂ ପାର କରିବା ପାଇଁ କଠିନ ଅଟେ।
ਗੁਰਮੁਖਿ ਭ੍ਰਮ ਭੈ ਮੋਹ ਮਿਟਾਇਆ ॥ ହେ ନାନକ ! ଯିଏ ଗୁରୁଙ୍କ ଶରଣରେ ନିଜ ଭ୍ରମ, ଭୟ ଏବଂ ସାଂସାରିକ ମୋହକୁ ନଷ୍ଟ କରିଦେଇଛି,
ਨਾਨਕ ਤੇਹ ਪਰਮ ਸੁਖ ਪਾਇਆ ॥੪੦॥ ସେ ପରମ ସୁଖ ପ୍ରାପ୍ତ କରିଥାଏ ॥40॥
ਸਲੋਕੁ ॥ ଶ୍ଳୋକ॥
ਮਾਇਆ ਡੋਲੈ ਬਹੁ ਬਿਧੀ ਮਨੁ ਲਪਟਿਓ ਤਿਹ ਸੰਗ ॥ ମନୁଷ୍ୟର ଚଞ୍ଚଳ ମନ ବହୁତ ପ୍ରକାର ମାୟା ପାଇଁ ଆନ୍ଦୋଳିତ ରହିଥାଏ ଆଉ ମାୟା ସହିତ ହିଁ ଲିପ୍ତ ରହିଥାଏ।
ਮਾਗਨ ਤੇ ਜਿਹ ਤੁਮ ਰਖਹੁ ਸੁ ਨਾਨਕ ਨਾਮਹਿ ਰੰਗ ॥੧॥ ନାନକ କହନ୍ତି ଯେ ହେ ଇଶ୍ଵର! ମାୟା ମାଗିବା ପାଇଁ ଯାହାକୁ ତୁମେ ରୋକୁ ଥାଅ, ତାହାର ପ୍ରେମ ନାମ ସହିତ ହୋଇଯାଏ। ॥1॥
ਪਉੜੀ ॥ ପଉଡି॥
ਮਮਾ ਮਾਗਨਹਾਰ ਇਆਨਾ ॥ ਦੇਨਹਾਰ ਦੇ ਰਹਿਓ ਸੁਜਾਨਾ ॥ ମ – ମାଗିବା ଜୀବ ମୂର୍ଖ ଅଟେ। ଦେବା ବାଲା ଦାତା ଦେଇ ଯାଉଅଛି।
ਜੋ ਦੀਨੋ ਸੋ ਏਕਹਿ ਬਾਰ ॥ ଯାହା କିଛି ମଧ୍ୟ ପ୍ରଭୁ ଦେବାକୁ ହୋଇଥାଏ, ସେ ତାହାକୁ ଗୋଟିଏ ଥର ହିଁ ଦେଇଥାନ୍ତି।
ਮਨ ਮੂਰਖ ਕਹ ਕਰਹਿ ਪੁਕਾਰ ॥ ହେ ମୂର୍ଖ ମନ! ତୁମେ କାହିଁକି ପାଟି କରୁଅଛ?
ਜਉ ਮਾਗਹਿ ਤਉ ਮਾਗਹਿ ਬੀਆ ॥ ଯେତେବେଳେ ମଧ୍ୟ ତୁମେ ମାଗିଥାଅ, ସେତେବେଳେ ତୁମେ ସାଂସାରିକ ପଦାର୍ଥ ହିଁ ମାଗୁଅଛ,
ਜਾ ਤੇ ਕੁਸਲ ਨ ਕਾਹੂ ਥੀਆ ॥ ଯାହା ଠାରୁ କାହାକୁ ମଧ୍ୟ ପ୍ରସନ୍ନତା ପ୍ରାପ୍ତ ହୁଏନାହିଁ।
ਮਾਗਨਿ ਮਾਗ ਤ ਏਕਹਿ ਮਾਗ ॥ ନାନକ କହନ୍ତି ଯେ ହେ ମୂର୍ଖ ମନ! ଯଦି ମାଗିବାକୁ ଅଛି, ତାହାହେଲେ ଏକ ଈଶ୍ଵରଙ୍କ ନାମ ହିଁ ମାଗ,
ਨਾਨਕ ਜਾ ਤੇ ਪਰਹਿ ਪਰਾਗ ॥੪੧॥ ଯାହା ଦ୍ଵାରା ତୋର ସଂସାର ସାଗରରେ କଲ୍ୟାଣ ହେବ ॥41॥


© 2025 SGGS ONLINE
error: Content is protected !!
Scroll to Top