Guru Granth Sahib Translation Project

guru granth sahib odia page-259

Page 259

ਸਲੋਕ ॥ ଶ୍ଳୋକ॥
ਮਤਿ ਪੂਰੀ ਪਰਧਾਨ ਤੇ ਗੁਰ ਪੂਰੇ ਮਨ ਮੰਤ ॥ ଯାହାର ମନରେ ପୂର୍ଣ୍ଣ ଗୁରୁଙ୍କ ମନ୍ତ୍ର ବିଦ୍ୟମାନ ହୋଇଥାଏ, ତାହାଙ୍କ ବୁଦ୍ଧି ପୂର୍ଣ୍ଣ ହୋଇଯାଇଥାଏ ଆଉ ସେ ବିଖ୍ୟାତ ହୋଇଯାଏ।
ਜਿਹ ਜਾਨਿਓ ਪ੍ਰਭੁ ਆਪੁਨਾ ਨਾਨਕ ਤੇ ਭਗਵੰਤ ॥੧॥ ହେ ନାନକ! ସେହି ଜୀବ ବଡ ଭାଗ୍ୟଶାଳୀ ଅଟେ, ଯିଏ ନିଜ ପ୍ରଭୁଙ୍କୁ ଜାଣିନିଏ ॥1॥
ਪਉੜੀ ॥ ପଉଡି॥
ਮਮਾ ਜਾਹੂ ਮਰਮੁ ਪਛਾਨਾ ॥ ମ- ଯିଏ ଈଶ୍ଵରଙ୍କ ଭେଦ ପାଇଛି,
ਭੇਟਤ ਸਾਧਸੰਗ ਪਤੀਆਨਾ ॥ ସେ ସନଥଙ୍କ ସଙ୍ଗତିରେ ମିଶି ତୃପ୍ତ ହୋଇଯାଏ।
ਦੁਖ ਸੁਖ ਉਆ ਕੈ ਸਮਤ ਬੀਚਾਰਾ ॥ ଏପରି ବ୍ୟକ୍ତି ଦୁଃଖ ସୁଖକୁ ସମାନ ଭାବିଥାଏ।
ਨਰਕ ਸੁਰਗ ਰਹਤ ਅਉਤਾਰਾ ॥ ସେ ନର୍କ-ସ୍ବର୍ଗରେ ଫସିବାରୁ ବଞ୍ଚିଯାଏ।
ਤਾਹੂ ਸੰਗ ਤਾਹੂ ਨਿਰਲੇਪਾ ॥ ସେ ସଂସାର ସାଥିରେ ରହିଥାଏ, କିନ୍ତୁ, ତାହାଠାରୁ ନିର୍ଲିପ୍ତ ରହିଥାଏ।
ਪੂਰਨ ਘਟ ਘਟ ਪੁਰਖ ਬਿਸੇਖਾ ॥ ସେହି ଶ୍ରେଷ୍ଠ ପ୍ରଭୁ ପ୍ରତ୍ୟେକ ହୃଦୟରେ ପରିପୂର୍ଣ୍ଣ ଦେଖାଯାନ୍ତି।
ਉਆ ਰਸ ਮਹਿ ਉਆਹੂ ਸੁਖੁ ਪਾਇਆ ॥ ହେ ନାନକ! ଈଶ୍ଵରଙ୍କ ସେହି ପ୍ରେମରେ ହିଁ ତାହାକୁ ସୁଖ ପ୍ରାପ୍ତ ହୋଇଥାଏ।
ਨਾਨਕ ਲਿਪਤ ਨਹੀ ਤਿਹ ਮਾਇਆ ॥੪੨॥ ଆଉ ମାୟା ତାହାକୁ ପ୍ରଭାବିତ କରିପାରେ ନାହିଁ ॥42॥
ਸਲੋਕੁ ॥ ଶ୍ଳୋକ ॥
ਯਾਰ ਮੀਤ ਸੁਨਿ ਸਾਜਨਹੁ ਬਿਨੁ ਹਰਿ ਛੂਟਨੁ ਨਾਹਿ ॥ ହେ ମିତ୍ର! ହେ ସଜ୍ଜନ ଏବଂ ବନ୍ଧୁ! ଧ୍ୟାନପୂର୍ବକ ଶୁଣ, ଭଗବାନଙ୍କ ସ୍ମରଣ ବିନା କାହାକୁ ମଧ୍ୟ ମୁକ୍ତି ପ୍ରାପ୍ତ ହୁଏନାହିଁ।
ਨਾਨਕ ਤਿਹ ਬੰਧਨ ਕਟੇ ਗੁਰ ਕੀ ਚਰਨੀ ਪਾਹਿ ॥੧॥ ହେ ନାନକ! ଯେଉଁ ଲୋକ ଗୁରୁଙ୍କ ଚରଣ ସ୍ପର୍ଶ କରିଥାଏ, ତାହାର ମୋହ-ମାୟାର ବନ୍ଧନ ଦୂର ହୋଇଯାଏ ॥1॥
ਪਵੜੀ ॥ ପଉଡି॥
ਯਯਾ ਜਤਨ ਕਰਤ ਬਹੁ ਬਿਧੀਆ ॥ ଯ - ମନୁଷ୍ୟ ମୋକ୍ଷ ପ୍ରାପ୍ତି ପାଇଁ ଅନେକ ପ୍ରକାର ଯତ୍ନ କରିଥାଏ।
ਏਕ ਨਾਮ ਬਿਨੁ ਕਹ ਲਉ ਸਿਧੀਆ ॥ କିନ୍ତୁ, ଭଗବାନଙ୍କ ସ୍ମରଣ ବିନା ତାହାକୁ ସଫଳତା ମିଳେନାହିଁ।
ਯਾਹੂ ਜਤਨ ਕਰਿ ਹੋਤ ਛੁਟਾਰਾ ॥ ଯେଉଁ ଯତ୍ନ ଦ୍ଵାରା ମୋକ୍ଷ ମିଳିପାରେ,
ਉਆਹੂ ਜਤਨ ਸਾਧ ਸੰਗਾਰਾ ॥ ସେହି ଯତ୍ନ ଏହା ଯେ ସନ୍ଥଙ୍କ ସଂଗତି କରାଯାଉ।
ਯਾ ਉਬਰਨ ਧਾਰੈ ਸਭੁ ਕੋਊ ॥ ପ୍ରତ୍ୟେକ ବ୍ୟକ୍ତି ମୋକ୍ଷର ଖିଆଲ ଧାରଣ କରି ବସିଅଛି
ਉਆਹਿ ਜਪੇ ਬਿਨੁ ਉਬਰ ਨ ਹੋਊ ॥ ପରନ୍ତୁ, ଈଶ୍ଵରଙ୍କୁ ସ୍ମରଣ କରିବା ବିନା ମୋକ୍ଷ ମିଳେନାହିଁ।
ਯਾਹੂ ਤਰਨ ਤਾਰਨ ਸਮਰਾਥਾ ॥ ଏହି ଭବସାଗରରୁ ପାର କରିବା ପାଇଁ, ଇଶ୍ଵର ହିଁ ଜାହାଜ ତୁଲ୍ୟ ଅଟନ୍ତି।
ਰਾਖਿ ਲੇਹੁ ਨਿਰਗੁਨ ਨਰਨਾਥਾ ॥ ହେ ପ୍ରଭୁ! ଗୁଣ ବିହୀନ ପ୍ରାଣୀର ରକ୍ଷା କର।
ਮਨ ਬਚ ਕ੍ਰਮ ਜਿਹ ਆਪਿ ਜਨਾਈ ॥ ହେ ନାନକ! ଯେଉଁ ଲୋକର ମନ କର୍ମ, ବଚନରେ ଇଶ୍ଵର ସ୍ଵୟଂ ଜ୍ଞାନ ଉତ୍ପନ୍ନ କରିଥାନ୍ତି,
ਨਾਨਕ ਤਿਹ ਮਤਿ ਪ੍ਰਗਟੀ ਆਈ ॥੪੩॥ ତାହାର ମତି ଉଜ୍ଜଳ ହୋଇଯାଏ ॥43॥
ਸਲੋਕੁ ॥ ଶ୍ଳୋକ॥
ਰੋਸੁ ਨ ਕਾਹੂ ਸੰਗ ਕਰਹੁ ਆਪਨ ਆਪੁ ਬੀਚਾਰਿ ॥ (ହେ ମାନବ!) ଅନ୍ୟ କାହା ଉପରେ କ୍ରୋଧ କର ନାହିଁ ଆଉ ନିଜ ଉପରେ ବିଚାର କର।
ਹੋਇ ਨਿਮਾਨਾ ਜਗਿ ਰਹਹੁ ਨਾਨਕ ਨਦਰੀ ਪਾਰਿ ॥੧॥ ହେ ନାନକ! ଯଦି ତୁ ଦୁନିଆରେ ନମ୍ରତା ସହିତ ରହୁ, ତାହାହେଲେ ଈଶ୍ବରଙ୍କ କୃପାରୁ ତୁ ଭବସାଗରରୁ ଉଦ୍ଧାର ହୋଇଯିବୁ ॥1॥
ਪਉੜੀ ॥ ପଉଡି॥
ਰਾਰਾ ਰੇਨ ਹੋਤ ਸਭ ਜਾ ਕੀ ॥ ਤਜਿ ਅਭਿਮਾਨੁ ਛੁਟੈ ਤੇਰੀ ਬਾਕੀ ॥ ର – ସାରା ବିଶ୍ଵ ଯେଉଁ ଗୁରୁଙ୍କ ସିଏଚଆରଏନ ଧୁଳି ହୋଇଥାଏ, ତୁ ମଧ୍ୟ ତାହାଙ୍କ ସମ୍ମୁଖରେ ନିଜର ଅଭିମାନ ତ୍ୟାଗ କର ଆଉ ତୋରବିକର ସମାପ୍ତ ହୋଇଯିବ।
ਰਣਿ ਦਰਗਹਿ ਤਉ ਸੀਝਹਿ ਭਾਈ ॥ ହେ ଭାଇ! ଏହି ସଂସାର ରୂପୀ ରଣଭୂମିରେ ଏବଂ ଈଶ୍ବରଙ୍କ ଦରବାରରେ ସେତେବେଳେ ତୋତେ ସଫଳତା ମିଳିପାରେ,
ਜਉ ਗੁਰਮੁਖਿ ਰਾਮ ਨਾਮ ਲਿਵ ਲਾਈ ॥ ଯଦି ଗୁରୁଙ୍କ ସାନ୍ନିଧ୍ୟରେ ରହି ଈଶ୍ବରଙ୍କ ନାମରେ ବୃତ୍ତି ଲଗାଇବ।
ਰਹਤ ਰਹਤ ਰਹਿ ਜਾਹਿ ਬਿਕਾਰਾ ॥ ତୋର ପା[ ଧୀରେ ଧୀରେ ନାଶ ହୋଇଯିବ
ਗੁਰ ਪੂਰੇ ਕੈ ਸਬਦਿ ਅਪਾਰਾ ॥ ପୂର୍ଣ୍ଣ ଗୁରୁଙ୍କ ଅପାର ଶବ୍ଦର ଚିନ୍ତନ ଦ୍ଵାରା
ਰਾਤੇ ਰੰਗ ਨਾਮ ਰਸ ਮਾਤੇ ॥ ହେ ନାନକ! ସେ ନାମର ପ୍ରେମରେ ମଗ୍ନ ରହିଥାଏ ଆଉ ଇଶ୍ଵର ନାମର ରସରେ ମସ୍ତ ହୋଇଯାଏ।
ਨਾਨਕ ਹਰਿ ਗੁਰ ਕੀਨੀ ਦਾਤੇ ॥੪੪॥ ଯେଉଁ ଲୋକଙ୍କୁ ଗୁରୁ ଇଶ୍ଵର-ନାମର ଉପହାର ପ୍ରଦାନ କରିଛନ୍ତି ॥44॥
ਸਲੋਕੁ ॥ ଶ୍ଳୋକ॥
ਲਾਲਚ ਝੂਠ ਬਿਖੈ ਬਿਆਧਿ ਇਆ ਦੇਹੀ ਮਹਿ ਬਾਸ ॥ ଏହି ତନରେ ଲୋଭ, ମିଥ୍ୟା, ଏବଂ ପାପ-ବିକାରର ରୋଗ ବାସ କରିଥାଏ।
ਹਰਿ ਹਰਿ ਅੰਮ੍ਰਿਤੁ ਗੁਰਮੁਖਿ ਪੀਆ ਨਾਨਕ ਸੂਖਿ ਨਿਵਾਸ ॥੧॥ ହେ ନାନକ!ଯେଉଁ ଗୁରୁମୁଖୀ ହରି-ପରମେଶ୍ଵରଙ୍କ ନାମ ଅମୃତ ପାନ କରିଅଛି, ସେ ସୁଖପୂର୍ବକ ନିବାସ କରିଥାଏ ॥1॥
ਪਉੜੀ ॥ ପଉଡି॥
ਲਲਾ ਲਾਵਉ ਅਉਖਧ ਜਾਹੂ ॥ ଲ – ହେ ଇଶ୍ଵର! ଯାହାଠାରେ ମଧ୍ୟ ତୁମେ ନାମର ଔଷଧ ଲଗାଇଛ,
ਦੂਖ ਦਰਦ ਤਿਹ ਮਿਟਹਿ ਖਿਨਾਹੂ ॥ ଏକ କ୍ଷଣରେ ହିଁ ତାହାର ଦୁଃଖ ଯନ୍ତ୍ରଣା ସମାପ୍ତ ହୋଇଯାଏ।
ਨਾਮ ਅਉਖਧੁ ਜਿਹ ਰਿਦੈ ਹਿਤਾਵੈ ॥ ଯେଉଁ ବ୍ୟକ୍ତି ନିଜ ହୃଦୟରେ ଈଶ୍ବରଙ୍କ ନାମର ଔଷଧ ସହିତ ପ୍ରେମ କରିଥାଏ,
ਤਾਹਿ ਰੋਗੁ ਸੁਪਨੈ ਨਹੀ ਆਵੈ ॥ ସ୍ଵପ୍ନରେ ମଧ୍ୟ ରୋଗ ତାହା ପାଖକୁ ଯାଏନାହିଁ।
ਹਰਿ ਅਉਖਧੁ ਸਭ ਘਟ ਹੈ ਭਾਈ ॥ ହେ ଭାଇ! ଈଶ୍ବରଙ୍କ ନାମର ଔଷଧ ପ୍ରତ୍ୟେକ ହୃଦୟରେ ବିଦ୍ୟମାନ ଅଟେ।
ਗੁਰ ਪੂਰੇ ਬਿਨੁ ਬਿਧਿ ਨ ਬਨਾਈ ॥ ପୂର୍ଣ୍ଣ ଗୁରୁଙ୍କ ବିନା ଏହା ତିଆରି କରିବାକୁ କାହାକୁ ମଧ୍ୟ ଆସେ ନାହିଁ।
ਗੁਰਿ ਪੂਰੈ ਸੰਜਮੁ ਕਰਿ ਦੀਆ ॥ ହେ ନାନକ! ଯେତେବେଳେ ପୂର୍ଣ୍ଣ ଗୁରୁ ସଂଯମ ଦଶାର ଔଷଧ ଦେଇଥାନ୍ତି,
ਨਾਨਕ ਤਉ ਫਿਰਿ ਦੂਖ ਨ ਥੀਆ ॥੪੫॥ ମନୁଷ୍ୟ ପୁନଃ ଦୁଃଖୀ ହୁଏନାହିଁ ॥45॥
ਸਲੋਕੁ ॥ ଶ୍ଳୋକ॥
ਵਾਸੁਦੇਵ ਸਰਬਤ੍ਰ ਮੈ ਊਨ ਨ ਕਤਹੂ ਠਾਇ ॥ ହେ ନାନକ!ବାସୁଦେବ ପ୍ରତ୍ୟେକ ସ୍ଥାନରେ ମହଜୁଦ ଅଛନ୍ତି, ଏପରି କୌଣସି ସ୍ଥାନ ନାହିଁ, ଯେଉଁଠି ସେ ମହଜୁଦ ନାହାନ୍ତି।
ਅੰਤਰਿ ਬਾਹਰਿ ਸੰਗਿ ਹੈ ਨਾਨਕ ਕਾਇ ਦੁਰਾਇ ॥੧॥ ସମସ୍ତ ପ୍ରାଣୀଙ୍କ ଭିତରେ ଏବଂ ବାହାରେ ଇଶ୍ଵର ଅଛନ୍ତି, ତାହାଙ୍କୁ କଣ ଲୁଚାଯାଇ ପାରିବ ॥1॥
ਪਉੜੀ ॥ ପଉଡି॥
ਵਵਾ ਵੈਰੁ ਨ ਕਰੀਐ ਕਾਹੂ ॥ ୱ- କାହା ସହିତ ମଧ୍ୟ ଶତ୍ରୁତା କର ନାହିଁ।
ਘਟ ਘਟ ਅੰਤਰਿ ਬ੍ਰਹਮ ਸਮਾਹੂ ॥ “(କାରଣ)ପରମାତ୍ମା କୋଣ କୋଣରେ ପ୍ରତ୍ୟେକ ହୃଦୟରେ ବିଦ୍ୟମାନ ଅଛନ୍ତି,
ਵਾਸੁਦੇਵ ਜਲ ਥਲ ਮਹਿ ਰਵਿਆ ॥ ବାସୁଦେବ ସାଗର ଏବଂ ଧରିତ୍ରିରେ ବ୍ୟାପକ ଅଛନ୍ତି।
ਗੁਰ ਪ੍ਰਸਾਦਿ ਵਿਰਲੈ ਹੀ ਗਵਿਆ ॥ ଗୁରୁଙ୍କ କୃପାରୁ କେହି ବିରଳ ପୁରୁଷ ହିଁ ତାହାଙ୍କ ଯଶୋଗାନ କରିଥାଏ।
ਵੈਰ ਵਿਰੋਧ ਮਿਟੇ ਤਿਹ ਮਨ ਤੇ ॥ ତାହାର ମନରୁ ଶତ୍ରୁ ବିରୋଧୀ ଦୂର ହୋଇଯାଏ।
ਹਰਿ ਕੀਰਤਨੁ ਗੁਰਮੁਖਿ ਜੋ ਸੁਨਤੇ ॥ ଯେଉଁ ବ୍ୟକ୍ତି ଗୁରୁକ ସାନ୍ନିଧ୍ୟରେ ରହି ଭଗବାନଙ୍କ ଭଜନ କୀର୍ତ୍ତନ ଶୁଣୁଥାଏ,
ਵਰਨ ਚਿਹਨ ਸਗਲਹ ਤੇ ਰਹਤਾ ॥ ହେ ନାନକ! ସେ ଜାତି ଏବଂ ଶ୍ରେଣୀରୁ ମୁକ୍ତ ହୋଇଯାଏ
ਨਾਨਕ ਹਰਿ ਹਰਿ ਗੁਰਮੁਖਿ ਜੋ ਕਹਤਾ ॥੪੬॥ ଯେଉନ୍ନ୍ବ୍ୟକ୍ତି ଗୁରୁଙ୍କ ମାଧ୍ୟମରୁ ଭଗବାନଙ୍କ ନାମର ଚିନ୍ତନ କରିଥାଏ ॥46॥


© 2017 SGGS ONLINE
Scroll to Top