Guru Granth Sahib Translation Project

guru granth sahib odia page-255

Page 255

ਅਪਨੀ ਕ੍ਰਿਪਾ ਕਰਹੁ ਭਗਵੰਤਾ ॥ ହେ ଭଗବାନ! ମୋତେ ନିଜର ଏପରି କୃପା କର।
ਛਾਡਿ ਸਿਆਨਪ ਬਹੁ ਚਤੁਰਾਈ ॥ ମୁଁ ନିଜର ଅଧିକ ବୁଦ୍ଧିମତା ଏବଂ ଚତୁରତା ତ୍ୟାଗ କରିଦେବି
ਸੰਤਨ ਕੀ ਮਨ ਟੇਕ ਟਿਕਾਈ ॥ ଆଉ ନିଜ ମନକୁ ସନ୍ଥଙ୍କ ଆଶ୍ରାରେ ରଖିବି।
ਛਾਰੁ ਕੀ ਪੁਤਰੀ ਪਰਮ ਗਤਿ ਪਾਈ ॥ ହେ ନାନକ! ଏହି ଦେହ ମାଟିର ପୁତୁଳା ହେଲେ ମଢ ସେ ପରମ ଗତି ପ୍ରାପ୍ତ କରିଥାଏ,
ਨਾਨਕ ਜਾ ਕਉ ਸੰਤ ਸਹਾਈ ॥੨੩॥ ସନ୍ଥ ଯେଉଁ ବ୍ୟକ୍ତିକୁ ସାହାଯ୍ୟ କରିଥାନ୍ତି ॥23॥
ਸਲੋਕੁ ॥ ଶ୍ଳୋକ॥
ਜੋਰ ਜੁਲਮ ਫੂਲਹਿ ਘਨੋ ਕਾਚੀ ਦੇਹ ਬਿਕਾਰ ॥ ନିରୀହ ଲୋକ ଉପରେ ଅତ୍ୟାଚାର କରି ମନୁଷ୍ୟ ବଡ ଅଭିମାନ କରିଥାଏ ଆଉ ନିଜ ନଶ୍ଵର ଶରୀର ଦ୍ଵାରା ପାପ କରିଥାଏ।
ਅਹੰਬੁਧਿ ਬੰਧਨ ਪਰੇ ਨਾਨਕ ਨਾਮ ਛੁਟਾਰ ॥੧॥ ହେ ନାନକ! ଏପରି ବ୍ୟକ୍ତି ଅହଂ ବୁଦ୍ଧି କାରଣରୁ ବନ୍ଧନରେ ଫସିଯାଏ, କିନ୍ତୁ, ସେହି ବ୍ୟକ୍ତିକୁ ପରମେଶ୍ଵରଙ୍କ ନାମ ଦ୍ଵାରା ହିଁ ମୁକ୍ତି ମିଳିଥାଏ ॥1॥
ਪਉੜੀ ॥ ପଉଡି॥
ਜਜਾ ਜਾਨੈ ਹਉ ਕਛੁ ਹੂਆ ॥ ଜ- ଯଦି କୌଣସି ମନୁଷ୍ୟ ଏହା ଭାବିଥାଏ ଯେ ସେ କିଛି ବନିଯାଇଛି,
ਬਾਧਿਓ ਜਿਉ ਨਲਿਨੀ ਭ੍ਰਮਿ ਸੂਆ ॥ ସେ ଏହି ଅଭିମାନରେ ହିଁ ଫସିଯାଇଥାଏ ଯେପରି କେହି ଶୁଆ ଭ୍ରମରେ ଫସିଥାଏ।
ਜਉ ਜਾਨੈ ਹਉ ਭਗਤੁ ਗਿਆਨੀ ॥ ଯଦି କେହି ବ୍ୟକ୍ତି ନିଜକୁ ନିଜେ ଭକ୍ତ ଏବଂ ଜ୍ଞାନୀ ଭାବିଥାଏ
ਆਗੈ ਠਾਕੁਰਿ ਤਿਲੁ ਨਹੀ ਮਾਨੀ ॥ ତାହାହେଲେ ପରଲୋକରେ ପ୍ରଭୁ ତାହାକୁ କିଛି ମଧ୍ୟ ସମ୍ମାନ ଦିଅନ୍ତି ନାହିଁ।
ਜਉ ਜਾਨੈ ਮੈ ਕਥਨੀ ਕਰਤਾ ॥ ଯଦି କେହି ବ୍ୟକ୍ତି ନିଜକୁ ନିଜେ ଧାର୍ମିକ ପ୍ରଚାରକ ଭବିଥାଏ
ਬਿਆਪਾਰੀ ਬਸੁਧਾ ਜਿਉ ਫਿਰਤਾ ॥ ତାହାହେଲେ ସେ ଫେରିବାଲା ବେପାରୀ ଭଳି ବୁଲୁଥାଏ।
ਸਾਧਸੰਗਿ ਜਿਹ ਹਉਮੈ ਮਾਰੀ ॥ ਨਾਨਕ ਤਾ ਕਉ ਮਿਲੇ ਮੁਰਾਰੀ ॥੨੪॥ ହେ ନାନକ! ଯେଉଁ ବ୍ୟକ୍ତି ସନ୍ଥଙ୍କ ସଙ୍ଗତିରେ ନିଜ ଅହଙ୍କାରର ନାଶ କରିଥାଏ, ତାହାକୁ ମୁରାରୀ ପ୍ରଭୁ ମିଳିଯାନ୍ତି ॥24॥
ਸਲੋਕੁ ॥ ଶ୍ଳୋକ॥
ਝਾਲਾਘੇ ਉਠਿ ਨਾਮੁ ਜਪਿ ਨਿਸਿ ਬਾਸੁਰ ਆਰਾਧਿ ॥ ନାନକ କହନ୍ତି ଯେ (ହେ ଜୀବ!) ପ୍ରାତଃ କାଳରେ ଉଠି ଈଶ୍ବରଙ୍କ ନାମ ଜପ ଆଉ ରାତି ଦିନ ତାହାଙ୍କ ଆରାଧନା କର।
ਕਾਰ੍ਹਾ ਤੁਝੈ ਨ ਬਿਆਪਈ ਨਾਨਕ ਮਿਟੈ ਉਪਾਧਿ ॥੧॥ ତାପରେ, ତୋତେ କିଛି ଚିନ୍ତା ପ୍ରଭାବିତ କରିପାରିବ ନାହିଁ ଆଉ ବିପଦ ଟଳିଯିବ। ॥1॥
ਪਉੜੀ ॥ ପଉଡି॥
ਝਝਾ ਝੂਰਨੁ ਮਿਟੈ ਤੁਮਾਰੋ ॥ ਰਾਮ ਨਾਮ ਸਿਉ ਕਰਿ ਬਿਉਹਾਰੋ ॥ ଝ- ହେ ଭାଇ ତୋର ପଶ୍ଚାତାପ ଦୂର ହୋଇଯିବ, ଯଦି ତୁ ପରମେଶ୍ଵରଙ୍କ ନାମର ବ୍ୟାପାର କରିବୁ।
ਝੂਰਤ ਝੂਰਤ ਸਾਕਤ ਮੂਆ ॥ ଶାକ୍ତ ମନୁଷ୍ୟ ବଡ ଚିନ୍ତା ଏବଂ ଦୁଃଖରେ ମରିଯାଏ
ਜਾ ਕੈ ਰਿਦੈ ਹੋਤ ਭਾਉ ਬੀਆ ॥ ଯାହାର ହୃଦୟରେ ମୋହ ମାୟାର ପ୍ରୀତି ଥାଏ।
ਝਰਹਿ ਕਸੰਮਲ ਪਾਪ ਤੇਰੇ ਮਨੂਆ ॥ ହେ ମୋର ମନ! ତୋର ସମସ୍ତ ପାପ-ବିକାର ଏବଂ ଦୋଷ ଦୂର ହୋଇଯିବ
ਅੰਮ੍ਰਿਤ ਕਥਾ ਸੰਤਸੰਗਿ ਸੁਨੂਆ ॥ ତୁ ସନ୍ଥଙ୍କ ସଙ୍ଗତିରେ ଯେଉଁ ଅମୃତ କଥା ଶୁଣୁଅଛୁ।
ਝਰਹਿ ਕਾਮ ਕ੍ਰੋਧ ਦ੍ਰੁਸਟਾਈ ॥ ହେ ନାନକ! ତାହାର କାମ-କ୍ରୋଧ ଆଦି ସବୁ ଦୁଷ୍ଟ ନାଶ ହୋଇଯାଏ
ਨਾਨਕ ਜਾ ਕਉ ਕ੍ਰਿਪਾ ਗੁਸਾਈ ॥੨੫॥ ଯେଉଁ ବ୍ୟକ୍ତି ଉପରେ ପରମାତ୍ମା କୃପା କରିଥାନ୍ତି ॥25॥
ਸਲੋਕੁ ॥ ଶ୍ଳୋକ॥
ਞਤਨ ਕਰਹੁ ਤੁਮ ਅਨਿਕ ਬਿਧਿ ਰਹਨੁ ਨ ਪਾਵਹੁ ਮੀਤ ॥ ହେ ମୋର ମିତ୍ର! ତୁ ଅନେକ ପ୍ରକାର ଉପାୟ କର, ପରନ୍ତୁ, ଦୁନିଆରେ ସର୍ବଦା ରହିପାରିବୁ ନାହିଁ।
ਜੀਵਤ ਰਹਹੁ ਹਰਿ ਹਰਿ ਭਜਹੁ ਨਾਨਕ ਨਾਮ ਪਰੀਤਿ ॥੧॥ ହେ ନାନକ! ଯଦି ହରି-ପରମେଶ୍ଵରଙ୍କ ଭଜନ କରିବ ଆଉ ନାମକୁ ପ୍ରେମ କରିବ ତାହାହେଲେ ସବୁଦିନ ପାଇଁ ଆତ୍ମିକ ଜୀବନ ପ୍ରାପ୍ତ ହେବ ॥1॥
ਪਵੜੀ ॥ ପଉଡି॥
ਞੰਞਾ ਞਾਣਹੁ ਦ੍ਰਿੜੁ ਸਹੀ ਬਿਨਸਿ ਜਾਤ ਏਹ ਹੇਤ ॥ ଞ- ଏହି କଥା ନିଶ୍ଚିତ ଭାବରେ ବୁଝ ଯେ ଏହି ଦୁନିଆର ମୋହ ନାଶ ହୋଇଯିବ।
ਗਣਤੀ ਗਣਉ ਨ ਗਣਿ ਸਕਉ ਊਠਿ ਸਿਧਾਰੇ ਕੇਤ ॥ ମୁଁ ଗଣୁଅଛି କିନ୍ତୁ ପାରୁନାହିଁ ଯେ କେତେ ପ୍ରାଣୀ ସଂସାର ତ୍ୟାଗ କରି ଚାଲିଯାଇଛନ୍ତି?
ਞੋ ਪੇਖਉ ਸੋ ਬਿਨਸਤਉ ਕਾ ਸਿਉ ਕਰੀਐ ਸੰਗੁ ॥ ଯାହାକୁ ମଧ୍ୟ ମୁଁ ଦେଖିଥାଏ, ସେ ନାଶ ହେବା ବାଲା ଅଟେ, ଏଥିପାଇଁ ମୁଁ କାହା ସହିତ ସଙ୍ଗତି କରିବି?
ਞਾਣਹੁ ਇਆ ਬਿਧਿ ਸਹੀ ਚਿਤ ਝੂਠਉ ਮਾਇਆ ਰੰਗੁ ॥ ଏହି ପ୍ରକାର ନିଜ ମନରେ ଉଚିତ ଜ୍ଞାନ ନେଇ ଦୁନିଆର ପ୍ରଦାର୍ଥରେ ପ୍ରୀତି ମିଥ୍ୟା ଅଟେ।
ਞਾਣਤ ਸੋਈ ਸੰਤੁ ਸੁਇ ਭ੍ਰਮ ਤੇ ਕੀਚਿਤ ਭਿੰਨ ॥ ଏହି ସତ୍ୟକୁ ସେ ହିଁ ଜାଣିଥାଏ ଆଉ ସେ ହିଁ ସନ୍ଥ ଅଟେ, ଯାହାକୁ ପ୍ରଭୁ ଦ୍ଵିଧା ଦ୍ଵାରା ଖାଲି କରିଛନ୍ତି।
ਅੰਧ ਕੂਪ ਤੇ ਤਿਹ ਕਢਹੁ ਜਿਹ ਹੋਵਹੁ ਸੁਪ੍ਰਸੰਨ ॥ ହେ ଇଶ୍ଵର! ଯେଉଁ ମନୁଷ୍ୟ ଉପରେ ତୁମେ ହୋଇଥାଅ, ତାହାକୁ ତୁମେ ଅନ୍ଧ କୂଅରୁ ବାହାର କରିଥାନ୍ତି।
ਞਾ ਕੈ ਹਾਥਿ ਸਮਰਥ ਤੇ ਕਾਰਨ ਕਰਨੈ ਜੋਗ ॥ ଯାହାର ହାତ ସମର୍ଥ ଅଟେ, ସେ ସଂସାରର ସଂଯୋଗ ବନାଇବା ଯୋଗ୍ୟ ଅଟେ।
ਨਾਨਕ ਤਿਹ ਉਸਤਤਿ ਕਰਉ ਞਾਹੂ ਕੀਓ ਸੰਜੋਗ ॥੨੬॥ ହେ ନାନକ! ସେହି ପ୍ରଭୁଙ୍କ ଗୁଣସ୍ତୁତି କରୁଅଛ, ଯିଏ ସଂଯୋଗ ବନାଇବା ବାଲା ଅଟେ ॥26॥
ਸਲੋਕੁ ॥ ଶ୍ଳୋକ॥
ਟੂਟੇ ਬੰਧਨ ਜਨਮ ਮਰਨ ਸਾਧ ਸੇਵ ਸੁਖੁ ਪਾਇ ॥ ସନ୍ଥଙ୍କ ନିଷ୍କାମ ସେବା କରିଲେ ଜନ୍ମ ମରଣ ଚକ୍ର ଦୂର ହୋଇଯାଏ ଆଉ ସୁଖ ଉପଲବ୍ଧି ହୋଇଯାଏ।
ਨਾਨਕ ਮਨਹੁ ਨ ਬੀਸਰੈ ਗੁਣ ਨਿਧਿ ਗੋਬਿਦ ਰਾਇ ॥੧॥ ହେ ନାନକ! ଗୁଣର ଭଣ୍ଡାର ଗୋବିନ୍ଦ-ପ୍ରଭୁ ତାହାର ମନରୁ କେବେ ବିସ୍ମୃତ ହୁଅନ୍ତି ନାହିଁ ॥1॥
ਪਉੜੀ ॥ ପଉଡି॥
ਟਹਲ ਕਰਹੁ ਤਉ ਏਕ ਕੀ ਜਾ ਤੇ ਬ੍ਰਿਥਾ ਨ ਕੋਇ ॥ ଟ- ସେହି ଏକ ଈଶ୍ବରଙ୍କ ସେବା କରୁଅଛ, ଯାହାଙ୍କ ଦରବାରରେ କେହି ମଧ୍ୟ ଖାଲି ହାତରେ ଫେରନ୍ତି ନାହିଁ।
ਮਨਿ ਤਨਿ ਮੁਖਿ ਹੀਐ ਬਸੈ ਜੋ ਚਾਹਹੁ ਸੋ ਹੋਇ ॥ ଯଦି ପ୍ରଭୁ ତୋର ମନ, ଶରୀର, ମୁଖ ଏବଂ ହୃଦୟରେ ବସିଯାଏ, ତାହାହେଲେ ତୁମେ ଯାହା ଇଚ୍ଛା କରୁଅଛ, ତାହା ମିଳିଯିବ।
ਟਹਲ ਮਹਲ ਤਾ ਕਉ ਮਿਲੈ ਜਾ ਕਉ ਸਾਧ ਕ੍ਰਿਪਾਲ ॥ ଯାହା ଉପରେ ସନ୍ଥଙ୍କ କୃପା ଥାଏ, ତାହାକୁ ଭଗବାନଙ୍କ ସେବାର ସୁଯୋଗ ମିଳିଥାଏ।
ਸਾਧੂ ਸੰਗਤਿ ਤਉ ਬਸੈ ਜਉ ਆਪਨ ਹੋਹਿ ਦਇਆਲ ॥ ସନ୍ଥଙ୍କ ସଙ୍ଗତିରେ ମନୁଷ୍ୟ ସେତେବେଳେ ନିବାସ କରୁଥାଏ, ଯେତେବେଳେ ଇଶ୍ଵର ସ୍ଵୟଂ ଦୟାଳୁ ହୋଇଯାନ୍ତି।
ਟੋਹੇ ਟਾਹੇ ਬਹੁ ਭਵਨ ਬਿਨੁ ਨਾਵੈ ਸੁਖੁ ਨਾਹਿ ॥ ମୁଁ ଅନେକ ଲୋକ ଖୋଜି ଦେଖିଛି, ପରନ୍ତୁ, ଈଶ୍ଵରଙ୍କ ନାମ ବିନା ସୁଖ-ଶାନ୍ତି ନଥାଏ।
ਟਲਹਿ ਜਾਮ ਕੇ ਦੂਤ ਤਿਹ ਜੁ ਸਾਧੂ ਸੰਗਿ ਸਮਾਹਿ ॥ ଯେଉଁ ବ୍ୟକ୍ତି ସନ୍ଥଙ୍କ ସଙ୍ଗତିରେ ଥାଏ, ଯମଦୂତ ତାହାଠାରୁ ଦୂରକୁ ଯାଏ।
ਬਾਰਿ ਬਾਰਿ ਜਾਉ ਸੰਤ ਸਦਕੇ ॥ ହେ ନାନକ1 ମୁଁ ବାରମ୍ବାର ସନ୍ଥଙ୍କ ଠାରେ ସମର୍ପିତ ଅଛି,
ਨਾਨਕ ਪਾਪ ਬਿਨਾਸੇ ਕਦਿ ਕੇ ॥੨੭॥ ଯାହାଙ୍କ ଦ୍ଵାରା ମୋର କେତେ ଜନ୍ମରେ କରିଥିବା କର୍ମର ପାପ ନାଶ ହୋଇଯାଏ ॥27॥
ਸਲੋਕੁ ॥ ଶ୍ଳୋକ॥
ਠਾਕ ਨ ਹੋਤੀ ਤਿਨਹੁ ਦਰਿ ਜਿਹ ਹੋਵਹੁ ਸੁਪ੍ਰਸੰਨ ॥ ହେ ଇଶ୍ଵର! ଯାହା ଉପରେ ତୁମେ ସୁପ୍ରସନ୍ନ ହୋଇଯାଅ, ତାହାର ମାର୍ଗରେ ତୋର ଦ୍ଵାରକୁ ପହଞ୍ଚିବା ପାଇଁ କିଛି ଅସୁବିଧା ନାହିଁ।
ਜੋ ਜਨ ਪ੍ਰਭਿ ਅਪੁਨੇ ਕਰੇ ਨਾਨਕ ਤੇ ਧਨਿ ਧੰਨਿ ॥੧॥ ହେ ନାନକ! ସେହି ପୁରୁଷ ଭାଗ୍ୟଶାଳୀ ଅଟେ, ଯାହାକୁ ଇଶ୍ଵର ନିଜର କରିଛନ୍ତି ॥1॥


© 2017 SGGS ONLINE
Scroll to Top