Guru Granth Sahib Translation Project

guru granth sahib odia page-254

Page 254

ਸਲੋਕੁ ॥ ଶ୍ଳୋକ॥
ਗਨਿ ਮਿਨਿ ਦੇਖਹੁ ਮਨੈ ਮਾਹਿ ਸਰਪਰ ਚਲਨੋ ਲੋਗ ॥ “(ହେ ଜିଜ୍ଞାସୁ!) ନିଜ ଚିତ୍ତରେ ଭଲଭାବରେ ବିଚାର କରି ଦେଖ, ଲୋକଙ୍କୁ ଏହି ଦୁନିଆରୁ ନିଶ୍ଚିତ ଭାବରେ ଚାଲିଯିବାକୁ ହେବ।
ਆਸ ਅਨਿਤ ਗੁਰਮੁਖਿ ਮਿਟੈ ਨਾਨਕ ਨਾਮ ਅਰੋਗ ॥੧॥ ହେ ନାନକ! ଗୁରୁଙ୍କ ଶରଣ ନେଲେ କ୍ଷଣଭଙ୍ଗୁର ପଦାର୍ଥର ତୃଷ୍ଣା ଦୂର ହୋଇଯାଏ, କେବଳ ଭଗବାନଙ୍କ ନାମରେ ହିଁ ଆରୋଗ୍ୟତା ଥାଏ ॥1॥
ਪਉੜੀ ॥ ପଉଡି॥
ਗਗਾ ਗੋਬਿਦ ਗੁਣ ਰਵਹੁ ਸਾਸਿ ਸਾਸਿ ਜਪਿ ਨੀਤ ॥ ଗ- (ହେ ଜିଜ୍ଞାସୁ!) ନିଜର ପ୍ରତି ଶ୍ଵାସରେ ଗୋବିନ୍ଦଙ୍କ ଗୁଣସ୍ତୁତି କର ଆଉ ସଦା ତାହାଙ୍କ ଭଜନ କର।
ਕਹਾ ਬਿਸਾਸਾ ਦੇਹ ਕਾ ਬਿਲਮ ਨ ਕਰਿਹੋ ਮੀਤ ॥ ଶରୀର ଉପରେ କିପରି ବିଶ୍ଵାସ କରାଯାଇପାରେ? ହେ ମୋର ମିତ୍ର! ବିଳମ୍ବ କର ନାହିଁ।
ਨਹ ਬਾਰਿਕ ਨਹ ਜੋਬਨੈ ਨਹ ਬਿਰਧੀ ਕਛੁ ਬੰਧੁ ॥ ପିଲାଦିନ ହେଉ, ଯୌବନ କାଳ ହେଉ, ବାର୍ଦ୍ଧକ୍ୟ ହେଉ, ମୃତ୍ୟୁ ଆସିଲେ କୌଣସି ସମୟ ମଧ୍ୟ ବନ୍ଦ କରିପାରେ ନାହିଁ।
ਓਹ ਬੇਰਾ ਨਹ ਬੂਝੀਐ ਜਉ ਆਇ ਪਰੈ ਜਮ ਫੰਧੁ ॥ ଯମରାଜ କେବେ ଗଳାରେ ରସି ଲଗାଇବେ, ସେହି ସମୟ ଜଣା ପଡେ ନାହିଁ।
ਗਿਆਨੀ ਧਿਆਨੀ ਚਤੁਰ ਪੇਖਿ ਰਹਨੁ ਨਹੀ ਇਹ ਠਾਇ ॥ ଏହି କଥା ବୁଝିଥାଅ ଯେ, କେହି ଜ୍ଞାନୀ, ଧ୍ୟାନୀ, ଚତୁର ହେଉ, କେହି ମଧ୍ୟ ଦୁନିଆରେ ସର୍ବଦା ରହିବେ ନାହିଁ।
ਛਾਡਿ ਛਾਡਿ ਸਗਲੀ ਗਈ ਮੂੜ ਤਹਾ ਲਪਟਾਹਿ ॥ ମୂର୍ଖ ହିଁ ସେହି ବସ୍ତୁର ପ୍ରାପ୍ତିରେ ଲାଗିଥାଏ, ଯାହାକୁ ସଂପୂର୍ଣ୍ଣ ଜଗତ ତ୍ୟାଗ କରିଦେଇଛି।
ਗੁਰ ਪ੍ਰਸਾਦਿ ਸਿਮਰਤ ਰਹੈ ਜਾਹੂ ਮਸਤਕਿ ਭਾਗ ॥ ଯାହାର କପାଳରେ ଶୁଭ ଭାଗ୍ୟ ଲେଖାହୋଇଛି, ସେ ଗୁରୁଙ୍କ କୃପାରୁ ପ୍ରଭୁଙ୍କ ଭଜନ କରିଥାଏ।
ਨਾਨਕ ਆਏ ਸਫਲ ਤੇ ਜਾ ਕਉ ਪ੍ਰਿਅਹਿ ਸੁਹਾਗ ॥੧੯॥ ହେ ନାନକ! ଯାହାକୁ ପ୍ରିୟତମ ପ୍ରଭୁଙ୍କ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ, ତାହାର ହିଁ ଏହି ସଂସାରକୁ ଆସିବା ସଫଳ ହୋଇଛି ॥16॥
ਸਲੋਕੁ ॥ ଶ୍ଳୋକ॥
ਘੋਖੇ ਸਾਸਤ੍ਰ ਬੇਦ ਸਭ ਆਨ ਨ ਕਥਤਉ ਕੋਇ ॥ ମୁଁ ସମସ୍ତ ଶାସ୍ତ୍ର ଏବଂ ବେଦ ଅଧ୍ୟୟନ କରି ଦେଖିଛି, କେହି ମଧ୍ୟ ଏହା କୁହେ ନାହିନ ଯେ ଭଗବାନଙ୍କ ବିନା ଆଉ କେହି ସର୍ବଦା ରୁହନ୍ତି।
ਆਦਿ ਜੁਗਾਦੀ ਹੁਣਿ ਹੋਵਤ ਨਾਨਕ ਏਕੈ ਸੋਇ ॥੧॥ ହେ ନାନକ! ଏକ ପରମେଶ୍ଵର ହିଁ ସୃଷ୍ଟିର ଆଦିରେ, ଯୁଗର ଆରମ୍ଭରୁ ଥିଲେ, ଅଛନ୍ତି ଆଉ ସର୍ବଦା ରହିବେ ॥1॥
ਪਉੜੀ ॥ ପଉଡି॥
ਘਘਾ ਘਾਲਹੁ ਮਨਹਿ ਏਹ ਬਿਨੁ ਹਰਿ ਦੂਸਰ ਨਾਹਿ ॥ ଘ- ନିଜ ମନରେ ଏହି କଥା ଦୃଢ କର ଯେ ପ୍ରଭୁଙ୍କ ବିନା ଆଉ କେହି ନାହାନ୍ତି।
ਨਹ ਹੋਆ ਨਹ ਹੋਵਨਾ ਜਤ ਕਤ ਓਹੀ ਸਮਾਹਿ ॥ କିଏ ନଥିଲେ ଏବଂ କିଏ ରହିବେ ନାହିଁ। ପ୍ରଭୁ ସର୍ବବ୍ୟାପକ ଅଟନ୍ତି।
ਘੂਲਹਿ ਤਉ ਮਨ ਜਉ ਆਵਹਿ ਸਰਨਾ ॥ ହେ ମନ! ଯଦି ତୁ ପ୍ରଭୁଙ୍କ ଶରଣ ନେଉ, ତାହାହେଲେ ପ୍ରଭୁଙ୍କ ଠାରେ ଲୀନ ହେବୁ।
ਨਾਮ ਤਤੁ ਕਲਿ ਮਹਿ ਪੁਨਹਚਰਨਾ ॥ ଏହି କଳିଯୁଗରେ ପ୍ରଭୁଙ୍କ ନାମ ହିଁ ବାସ୍ତବିକ ପ୍ରାୟଶ୍ଚିତ କର୍ମ ଅଟେ।
ਘਾਲਿ ਘਾਲਿ ਅਨਿਕ ਪਛੁਤਾਵਹਿ ॥ ଦ୍ଵିଧାରେ ପରିଶ୍ରମ କରି ଅନେକ ପଶ୍ଚାତାପ କରନ୍ତି।
ਬਿਨੁ ਹਰਿ ਭਗਤਿ ਕਹਾ ਥਿਤਿ ਪਾਵਹਿ ॥ ଭଗବାନଙ୍କ ଭକ୍ତି ବିନା କିପରି ଶାନ୍ତି ମିଳିପାରିବ?
ਘੋਲਿ ਮਹਾ ਰਸੁ ਅੰਮ੍ਰਿਤੁ ਤਿਹ ਪੀਆ ॥ ହେ ନାନକ! ସେ ଏହା ପାନ କରିଥାନ୍ତି
ਨਾਨਕ ਹਰਿ ਗੁਰਿ ਜਾ ਕਉ ਦੀਆ ॥੨੦॥ ଯାହାକୁ ହରି ରୂପ ଗୁରୁଜୀ ମହାରସ ଅମୃତ ପାନ କରିଥାନ୍ତି ॥20॥
ਸਲੋਕੁ ॥ ଶ୍ଳୋକ॥
ਙਣਿ ਘਾਲੇ ਸਭ ਦਿਵਸ ਸਾਸ ਨਹ ਬਢਨ ਘਟਨ ਤਿਲੁ ਸਾਰ ॥ ପ୍ରଭୁ ଗଣି ଗଣି ଦିବସ ଓ ଶ୍ଵାସ ମନୁଷ୍ୟକୁ ଦେଇଥାନ୍ତି, ତାହା ତିଳେ ମାତ୍ର ଆଧିକ କିମ୍ବା କମ ହୋଇନଥାଏ।
ਜੀਵਨ ਲੋਰਹਿ ਭਰਮ ਮੋਹ ਨਾਨਕ ਤੇਊ ਗਵਾਰ ॥੧॥ ହେ ନାନକ! ଯେଉଁ ବ୍ୟକ୍ତି ଭ୍ରମ ଏବଂ ମୋହରେ ବଞ୍ଚିବାକୁ ଚାହେଁ, ଏପରି ବ୍ୟକ୍ତି ମୂର୍ଖ ଅଟେ। ॥1॥
ਪਉੜੀ ॥ ପଉଡି॥
ਙੰਙਾ ਙ੍ਰਾਸੈ ਕਾਲੁ ਤਿਹ ਜੋ ਸਾਕਤ ਪ੍ਰਭਿ ਕੀਨ ॥ ଙ- କାଳ (ମୃତ୍ୟୁ) ତାହାକୁ ନିଜର ଗ୍ରାସ ବନାଉଛି, ଯାହାକୁ ପ୍ରଭୁ ନାସ୍ତିକ ବନାଇଛନ୍ତି।
ਅਨਿਕ ਜੋਨਿ ਜਨਮਹਿ ਮਰਹਿ ਆਤਮ ਰਾਮੁ ਨ ਚੀਨ ॥ ଯେଉଁ ବ୍ୟକ୍ତି ରାମଙ୍କୁ ଅନୁଭବ କରେ ନାହିଁ, ସେ ଅନେକ ଯୋନିକୁ ଆସିଥାଏ।
ਙਿਆਨ ਧਿਆਨ ਤਾਹੂ ਕਉ ਆਏ ॥ କେବଳ ସେହି ବ୍ୟକ୍ତି ଜ୍ଞାନ ଏବଂ ଧ୍ୟାନ ପ୍ରାପ୍ତ କରିଥାଏ,
ਕਰਿ ਕਿਰਪਾ ਜਿਹ ਆਪਿ ਦਿਵਾਏ ॥ ଯାହା ଉପରେ ଇଶ୍ଵର ସ୍ଵୟଂ କୃପା କରିଥାନ୍ତି।
ਙਣਤੀ ਙਣੀ ਨਹੀ ਕੋਊ ਛੂਟੈ ॥ କପାଳ ଲେଖା ଜାଣିବା ପାଇଁ ଚେଷ୍ଟା କଲେ କେହି ମଧ୍ୟ ମୁକ୍ତ ହୁଏନାହିଁ।
ਕਾਚੀ ਗਾਗਰਿ ਸਰਪਰ ਫੂਟੈ ॥ ଏହି ଶରୀର ମାଟିର କଚ୍ଚା ପାତ୍ର ଅଟେ, ଯାହା ନିଶ୍ଚିତ ଭାବରେ ଭାଙ୍ଗିଯାଏ,
ਸੋ ਜੀਵਤ ਜਿਹ ਜੀਵਤ ਜਪਿਆ ॥ କେବଳ ସେହି ଜୀବିତ ଅଟେ, ଯିଏ ଜୀବିତ ଭାବରେ ପ୍ରଭୁଙ୍କ ଭଜନ କରିଥାଏ।
ਪ੍ਰਗਟ ਭਏ ਨਾਨਕ ਨਹ ਛਪਿਆ ॥੨੧॥ ହେ ନାନକ! ଭଗବାନଙ୍କ ସ୍ମରଣ କରୁଥିବା ମନୁଷ୍ୟ ଲୁଚିରହେ ନାହିଁ, ତେଣୁ, ଜଗତରେ ପ୍ରସିଦ୍ଧ ହୋଇଯାଏ ॥21॥
ਸਲੋਕੁ ॥ ଶ୍ଳୋକ॥
ਚਿਤਿ ਚਿਤਵਉ ਚਰਣਾਰਬਿੰਦ ਊਧ ਕਵਲ ਬਿਗਸਾਂਤ ॥ ନିଜ ଚିତ୍ତରେ ପ୍ରଭୁଙ୍କ ସୁନ୍ଦର ଚରଣ ଚିନ୍ତନ କରି ମୋର ବିପରୀତ ମନ କମଳ ଭଳି ପ୍ରଫୁଲ୍ଲିତ ହୋଇଯାଇଛି।
ਪ੍ਰਗਟ ਭਏ ਆਪਹਿ ਗੋੁਬਿੰਦ ਨਾਨਕ ਸੰਤ ਮਤਾਂਤ ॥੧॥ ହେ ନାନକ! ସନ୍ଥଜନଙ୍କ ଉପଦେଶ ଦ୍ଵାରା ଗୋବିନ୍ଦ ସ୍ଵୟଂ ପ୍ରକଟ ହୋଇଯାନ୍ତି ॥1॥
ਪਉੜੀ ॥ ପଉଡି॥
ਚਚਾ ਚਰਨ ਕਮਲ ਗੁਰ ਲਾਗਾ ॥ ଚ- ଯେତେବେଳେ ଗୁରୁଙ୍କ ସୁନ୍ଦର ଚରଣରେ ମନ ଲାଗିଯାଏ,
ਧਨਿ ਧਨਿ ਉਆ ਦਿਨ ਸੰਜੋਗ ਸਭਾਗਾ ॥ ସେହି ଦିନ ବଡ ଶୁଭ ଅଟେ, ସେହି ସଂଯୋଗ ମଧ୍ୟ ବଡ ଭାଗ୍ୟଶାଳୀ ଅଟେ।
ਚਾਰਿ ਕੁੰਟ ਦਹ ਦਿਸਿ ਭ੍ਰਮਿ ਆਇਓ ॥ ମୁଁ ଚାରି ଆଡୁ ଏବଂ ଦଶଦିଗରୁ ବୁଲି ଆସିଅଛି।
ਭਈ ਕ੍ਰਿਪਾ ਤਬ ਦਰਸਨੁ ਪਾਇਓ ॥ ଯେତେବେଳେ ପ୍ରଭୁ କୃପା କରିଛନ୍ତି, ସେତେବେଳେ ହିଁ ମୋତେ ଗୁରୁଙ୍କ ଦର୍ଶନ ପ୍ରାପ୍ତ ହୋଇଛି।
ਚਾਰ ਬਿਚਾਰ ਬਿਨਸਿਓ ਸਭ ਦੂਆ ॥ ଭଗବାନଙ୍କ ମହିମାର ବିଚାର କରି ସମୂହ ଦୈତ୍ୟବାଦ ନାଶ ହୋଇଯାଇଛି।
ਸਾਧਸੰਗਿ ਮਨੁ ਨਿਰਮਲ ਹੂਆ ॥ ସନଥଙ୍କ ସଙ୍ଗତିରେ ମୋର ମନ ନିର୍ମଳ ହୋଇଯାଇଛି।
ਚਿੰਤ ਬਿਸਾਰੀ ਏਕ ਦ੍ਰਿਸਟੇਤਾ ॥ ହେ ନାନକ! ସେ ଚିନ୍ତାକୁ ଭୁଲିଯାଏ ଆଉ ଏକ ଈଶ୍ବରଙ୍କ ଦର୍ଶନ କରିଥାଏ
ਨਾਨਕ ਗਿਆਨ ਅੰਜਨੁ ਜਿਹ ਨੇਤ੍ਰਾ ॥੨੨॥ ଯାହାର ନେତ୍ରରେ ଜ୍ଞାନର ସୁରମା ପଡିଥାଏ ॥22॥
ਸਲੋਕੁ ॥ ଶ୍ଳୋକ॥
ਛਾਤੀ ਸੀਤਲ ਮਨੁ ਸੁਖੀ ਛੰਤ ਗੋਬਿਦ ਗੁਨ ਗਾਇ ॥ ଗୋବିନ୍ଦଙ୍କ ମହିମାର ଛନ୍ଦ ଗାନ କରିଲେ ହୃଦୟ ଶୀତଳ ଏବଂ ମନ ସୁଖୀ ହୋଇଯାଏ।
ਐਸੀ ਕਿਰਪਾ ਕਰਹੁ ਪ੍ਰਭ ਨਾਨਕ ਦਾਸ ਦਸਾਇ ॥੧॥ ନାନକଙ୍କ ପ୍ରାର୍ଥନା ଯେ ହେ ମୋର ପ୍ରଭୁ! ମୋତେ ଏପରି କୃପା କର ଯେ ମୁଁ ତୋର ଦାସର ଦାସ ହୋଇଯିବି ॥1॥
ਪਉੜੀ ॥ ପଉଡି॥
ਛਛਾ ਛੋਹਰੇ ਦਾਸ ਤੁਮਾਰੇ ॥ ଛ- ମୁଁ ତୋର ଦାସ ବାଳକ ଅଟେ।
ਦਾਸ ਦਾਸਨ ਕੇ ਪਾਨੀਹਾਰੇ ॥ ମୁଁ ତୋର ଦାସର ଦାସ ପାଇଁ ଜଳ ଦେବି।
ਛਛਾ ਛਾਰੁ ਹੋਤ ਤੇਰੇ ਸੰਤਾ ॥ ଛ- ମୁଁ ତୋର ସନ୍ଥଙ୍କ ଚରଣ ଧୁଳି ହୋଇଯିବି,”


© 2025 SGGS ONLINE
error: Content is protected !!
Scroll to Top