Guru Granth Sahib Translation Project

guru granth sahib odia page-234

Page 234

ਸਬਦਿ ਰਤੇ ਸੇ ਨਿਰਮਲੇ ਚਲਹਿ ਸਤਿਗੁਰ ਭਾਇ ॥੭॥ ସେହି ବ୍ୟକ୍ତି ନିର୍ମଳ ହୋଇଥାଏ ଯିଏ ଗୁରୁଙ୍କ ଶବ୍ଦରେ ମଗ୍ନ ରହିଥାଏ, ସେ ସଦଗୁରୁଙ୍କ ନିର୍ଦ୍ଦେଶକୁ ଅନୁସରଣ କରିଥାଏ ॥7॥
ਹਰਿ ਪ੍ਰਭ ਦਾਤਾ ਏਕੁ ਤੂੰ ਤੂੰ ਆਪੇ ਬਖਸਿ ਮਿਲਾਇ ॥ ହେ ମୋର ପ୍ରଭୁ ପରମେଶ୍ଵର! ଏକ ତୁ ହିଁ ଦାତା ଅଟେ, ତୁ ସ୍ଵୟଂ ହିଁ ପ୍ରାଣୀକୁ କ୍ଷମା ଦାନ କରି ନିଜ ସାଥିରେ ମିଳନ କରୁ।
ਜਨੁ ਨਾਨਕੁ ਸਰਣਾਗਤੀ ਜਿਉ ਭਾਵੈ ਤਿਵੈ ਛਡਾਇ ॥੮॥੧॥੯॥ ହେ ଇଶ୍ଵର! ନାନକ ତୋର ଶରଣ ନେଇଛନ୍ତି, ତୋତେ ଯେପରି ଭଲ ଲାଗିଥାଏ , ସେପରି ହିଁ ତାହାକୁ ମୁକ୍ତି ପ୍ରଦାନ କର ॥8॥1॥9॥
ਰਾਗੁ ਗਉੜੀ ਪੂਰਬੀ ਮਹਲਾ ੪ ਕਰਹਲੇ ରାଗ ଗଉଡି ପୁରବୀ ମହଲା 4 କରହେଲ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇହୁଏ।
ਕਰਹਲੇ ਮਨ ਪਰਦੇਸੀਆ ਕਿਉ ਮਿਲੀਐ ਹਰਿ ਮਾਇ ॥ ହେ ମୋର ଓଟ ସମାନ ପରଦେଶୀ ମନ! ତୁ କିପରି ନିଜ ମାତା ସମାନ ପ୍ରଭୁଙ୍କୁ ମିଳନ କରିପାରିବୁ?
ਗੁਰੁ ਭਾਗਿ ਪੂਰੈ ਪਾਇਆ ਗਲਿ ਮਿਲਿਆ ਪਿਆਰਾ ਆਇ ॥੧॥ ଯେତେବେଳେ ପୂର୍ଣ୍ଣ ସୌଭାଗ୍ୟରୁ ଗୁରୁ ମିଳିଯାନ୍ତି, ସେତେବେଳେ ହିଁ ପ୍ରିୟତମ ପ୍ରଭୁ ଆଲିଙ୍ଗନ କରି ମିଳିପାରିବେ ॥1॥
ਮਨ ਕਰਹਲਾ ਸਤਿਗੁਰੁ ਪੁਰਖੁ ਧਿਆਇ ॥੧॥ ਰਹਾਉ ॥ ହେ ମୋର ସ୍ଵେଚ୍ଛାଚାରୀ ମନ! ମହାପୁରୁଷ ସଦଗୁରୁଙ୍କ ଧ୍ୟାନ କରିଥାନ୍ତି ॥1॥ରୁହ॥
ਮਨ ਕਰਹਲਾ ਵੀਚਾਰੀਆ ਹਰਿ ਰਾਮ ਨਾਮ ਧਿਆਇ ॥ ହେ ମୋର ବିଚାରବାନ ପଥଭ୍ରଷ୍ଟ ମନ! ତୁ ହିଁ ରାମଙ୍କ ନାମ ଧ୍ୟାନ କର।
ਜਿਥੈ ਲੇਖਾ ਮੰਗੀਐ ਹਰਿ ਆਪੇ ਲਏ ਛਡਾਇ ॥੨॥ ଯେଉଁ ସ୍ଥାନରେ କର୍ମର ଲେଖା ମଗାଯିବ, ଇଶ୍ଵର ସ୍ଵୟଂ ତୋହର ମୁକ୍ତି କରାଇଦେବେ ॥2॥
ਮਨ ਕਰਹਲਾ ਅਤਿ ਨਿਰਮਲਾ ਮਲੁ ਲਾਗੀ ਹਉਮੈ ਆਇ ॥ ହେ ମୋର ସ୍ଵେଚ୍ଛାଚାରୀ ମନ! କେବେ ତୁମେ ଅତ୍ୟନ୍ତ ନିର୍ମଳ ହୋଇଥିଲ, କିନ୍ତୁ, ଏବେ ତୋ’ ଠାରେ ଅହଙ୍କାରର ମଇଳା ଲାଗିଯାଇଛି।
ਪਰਤਖਿ ਪਿਰੁ ਘਰਿ ਨਾਲਿ ਪਿਆਰਾ ਵਿਛੁੜਿ ਚੋਟਾ ਖਾਇ ॥੩॥ ପ୍ରିୟତମ ପ୍ରଭୁ ତୋହର ହୃଦୟ ଗୃହରେ ତୋହର ସମ୍ମୁଖରେ ହିଁ ପ୍ରତ୍ୟକ୍ଷ ଅଛନ୍ତି, ତାହାଙ୍କ ଠାରୁ ବିଚ୍ଛେଦ ହୋଇ ତୁମେ ଚୋଟ ଖାଉଅଛ ॥3॥
ਮਨ ਕਰਹਲਾ ਮੇਰੇ ਪ੍ਰੀਤਮਾ ਹਰਿ ਰਿਦੈ ਭਾਲਿ ਭਾਲਾਇ ॥ ହେ ମୋର ପ୍ରିୟ ମନ! ପ୍ରୟାସ କର ଆଉ ନିଜ ହୃଦୟରେ ଈଶ୍ଵରଙ୍କୁ ଖୋଜ।
ਉਪਾਇ ਕਿਤੈ ਨ ਲਭਈ ਗੁਰੁ ਹਿਰਦੈ ਹਰਿ ਦੇਖਾਇ ॥੪॥ କୌଣସି ଉପାୟରେ ସେ ମିଳିପାରିବେ ନାହିଁ, ଗୁରୁଜୀ ତୋହର ହୃଦୟରେ ଈଶ୍ବରଙ୍କ ଦର୍ଶନ କରାଇଦେବେ ॥4॥
ਮਨ ਕਰਹਲਾ ਮੇਰੇ ਪ੍ਰੀਤਮਾ ਦਿਨੁ ਰੈਣਿ ਹਰਿ ਲਿਵ ਲਾਇ ॥ ହେ ମୋର ମନ! ଦିନ ରାତି ପ୍ରଭୁଙ୍କ ଚରଣରେ ବୃତି ଲଗାଅ,
ਘਰੁ ਜਾਇ ਪਾਵਹਿ ਰੰਗ ਮਹਲੀ ਗੁਰੁ ਮੇਲੇ ਹਰਿ ਮੇਲਾਇ ॥੫॥ ଏହି ପ୍ରକାରେ ପ୍ରିୟତମଙ୍କ ମହଲରେ ଯାଇ ନିଜ ସ୍ଥାନ ପ୍ରାପ୍ତ କରିବ, କିନ୍ତୁ, ଗୁରୁ ହିଁ ତୋତେ ପ୍ରଭୁଙ୍କ ସହିତ ମିଳାଇବେ ॥5॥
ਮਨ ਕਰਹਲਾ ਤੂੰ ਮੀਤੁ ਮੇਰਾ ਪਾਖੰਡੁ ਲੋਭੁ ਤਜਾਇ ॥ ହେ ମୋର ମନ! ତୁମେ ମୋର ମିତ୍ର ଅଟ, ଏଥିପାଇଁ, ତୁମେ ଗର୍ବ ଓ ଲୋଭ ତ୍ୟାଗ କର।
ਪਾਖੰਡਿ ਲੋਭੀ ਮਾਰੀਐ ਜਮ ਡੰਡੁ ਦੇਇ ਸਜਾਇ ॥੬॥ କାରଣ, ଗର୍ବୀ ଓ ଲୋଭୀକୁ ମାଡ ହୋଇଥାଏ, ମୃତ୍ୟୁ ତାହାକୁ ଦଣ୍ଡ ଦେଇଥାଏ ॥6॥
ਮਨ ਕਰਹਲਾ ਮੇਰੇ ਪ੍ਰਾਨ ਤੂੰ ਮੈਲੁ ਪਾਖੰਡੁ ਭਰਮੁ ਗਵਾਇ ॥ ହେ ମୋର ସ୍ଵେଚ୍ଛାଚାରୀ ମନ! ତୁମେ ମୋର ପ୍ରାଣ ଅଟ, ତୁମେ ଗର୍ବ ଓ ଦ୍ଵିଧାର ମଇଳା ତ୍ୟାଗ କର।
ਹਰਿ ਅੰਮ੍ਰਿਤ ਸਰੁ ਗੁਰਿ ਪੂਰਿਆ ਮਿਲਿ ਸੰਗਤੀ ਮਲੁ ਲਹਿ ਜਾਇ ॥੭॥ ପୂର୍ଣ୍ଣ ଗୁରୁଙ୍କ ଭିତରେ ହରିନାମ ରୂପୀ ଅମୃତର ସରୋବର ଭରି ରହିଛି, ଏଣୁ, ସତସଙ୍ଗରେ ମିଶିବା ଦ୍ଵାରା ବିକାରର ମଇଳା ଦୂର ହୋଇଯାଏ ॥7॥
ਮਨ ਕਰਹਲਾ ਮੇਰੇ ਪਿਆਰਿਆ ਇਕ ਗੁਰ ਕੀ ਸਿਖ ਸੁਣਾਇ ॥ ହେ ମୋର ପରଦେଶୀ ମନ! ଏକ ଗୁରୁଙ୍କ ଶିକ୍ଷା ଶୁଣ।
ਇਹੁ ਮੋਹੁ ਮਾਇਆ ਪਸਰਿਆ ਅੰਤਿ ਸਾਥਿ ਨ ਕੋਈ ਜਾਇ ॥੮॥ ମାୟାର ଏହି ମୋହ ଅତ୍ୟଧିକ ବିସ୍ତାର କରିଛି, ଶେଷରେ ପ୍ରାଣୀଙ୍କ ସାଥିରେ କିଛି ମଧ୍ୟ ଯାଏ ନାହିଁ ॥8॥
ਮਨ ਕਰਹਲਾ ਮੇਰੇ ਸਾਜਨਾ ਹਰਿ ਖਰਚੁ ਲੀਆ ਪਤਿ ਪਾਇ ॥ ହେ ମୋର ସ୍ଵେଚ୍ଛାଚାରୀ ମନ! ହେ ମୋର ବନ୍ଧୁ! ଈଶ୍ବରଙ୍କ ନାମକୁ ନିଜ ଯାତ୍ରା ଖର୍ଚ୍ଚ ପରି ପ୍ରାପ୍ତ କରି ଶୋଭା ପାଅ।
ਹਰਿ ਦਰਗਹ ਪੈਨਾਇਆ ਹਰਿ ਆਪਿ ਲਇਆ ਗਲਿ ਲਾਇ ॥੯॥ ଈଶ୍ବରଙ୍କ ଦରବାରରେ ତୋତେ ମାନ-ସମ୍ମାନର ପୋଷାକ ପିନ୍ଧାଯିବ ଆଉ ଇଶ୍ଵର ସ୍ଵୟଂ ତୋତେ ଆଲିଙ୍ଗନ କରିବେ ॥9॥
ਮਨ ਕਰਹਲਾ ਗੁਰਿ ਮੰਨਿਆ ਗੁਰਮੁਖਿ ਕਾਰ ਕਮਾਇ ॥ ହେ ମୋର ସ୍ଵେଚ୍ଛାଚାରୀ ମନ! ଯିଏ ଗୁରୁଙ୍କ ଆଦେଶ ମାନିଥାଏ, ସେ ଗୁରୁଙ୍କ ଉପଦେଶରୁ ପ୍ରଭୁଙ୍କ ସେବା କରିଥାଏ।
ਗੁਰ ਆਗੈ ਕਰਿ ਜੋਦੜੀ ਜਨ ਨਾਨਕ ਹਰਿ ਮੇਲਾਇ ॥੧੦॥੧॥ ହେ ନାନକ! ଗୁରୁଙ୍କ ସମ୍ମୁଖରେ ପ୍ରାର୍ଥନା କର, ସେ ତୋତେ ଈଶ୍ବରଙ୍କ ସହିତ ମିଶାଇ ଦେବେ ॥10॥1॥
ਗਉੜੀ ਮਹਲਾ ੪ ॥ ଗଉଡି ମହଲା 4॥
ਮਨ ਕਰਹਲਾ ਵੀਚਾਰੀਆ ਵੀਚਾਰਿ ਦੇਖੁ ਸਮਾਲਿ ॥ ହେ ମୋର ବିଚାରଶୀଳ ମନ! ବିଚାର କରି ଧ୍ୟାନପୁର୍ବକ ଦେଖ
ਬਨ ਫਿਰਿ ਥਕੇ ਬਨ ਵਾਸੀਆ ਪਿਰੁ ਗੁਰਮਤਿ ਰਿਦੈ ਨਿਹਾਲਿ ॥੧॥ ବନର ବନବାସୀ ବନରେ ବୁଲି ବୁଲି ଥକିଯାଏ, ଗୁରୁଙ୍କ ଶିକ୍ଷା ଦ୍ଵାରା ପ୍ରଭୁ-ପତିଙ୍କୁ ନିଜ ହୃଦୟରେ ହିଁ ଦେଖିଥାଏ ॥1॥
ਮਨ ਕਰਹਲਾ ਗੁਰ ਗੋਵਿੰਦੁ ਸਮਾਲਿ ॥੧॥ ਰਹਾਉ ॥ ହେ ମୋର ସ୍ଵେଚ୍ଛାଚାରୀ ମନ! ଗୁରୁ ଗୋବିନ୍ଦଙ୍କୁ ସ୍ମରଣ କର ॥1॥ରୁହ॥
ਮਨ ਕਰਹਲਾ ਵੀਚਾਰੀਆ ਮਨਮੁਖ ਫਾਥਿਆ ਮਹਾ ਜਾਲਿ ॥ ହେ ମୋର ବିଚାରଶୀଳ ମନ! ସ୍ଵେଚ୍ଛାଚାରୀ ମୋହ-ମାୟାର ଭାରି ଜାଲରେ ଫସି ଯାଇଛି ,
ਗੁਰਮੁਖਿ ਪ੍ਰਾਣੀ ਮੁਕਤੁ ਹੈ ਹਰਿ ਹਰਿ ਨਾਮੁ ਸਮਾਲਿ ॥੨॥ ଗୁରୁମୁଖୀ ପ୍ରାଣୀ ମୋହ ମାୟାର ବନ୍ଧନରୁ ମୁକ୍ତ ଅଟେ, କାରଣ, ସେ ହରି-ପରମେଶ୍ଵରଙ୍କ ନାମ ହିଁ ସ୍ମରଣ କରିଥାଏ ॥2॥
ਮਨ ਕਰਹਲਾ ਮੇਰੇ ਪਿਆਰਿਆ ਸਤਸੰਗਤਿ ਸਤਿਗੁਰੁ ਭਾਲਿ ॥ ହେ ପ୍ରିୟ ମନ! ସତସଙ୍ଗରେ ସଦଗୁରୁଙ୍କୁ ଖୋଜ।
ਸਤਸੰਗਤਿ ਲਗਿ ਹਰਿ ਧਿਆਈਐ ਹਰਿ ਹਰਿ ਚਲੈ ਤੇਰੈ ਨਾਲਿ ॥੩॥ ସନ୍ଥଙ୍କ ସଙ୍ଗତିରେ ରହି ଭଗବାନଙ୍କ ନାମର ଧ୍ୟାନ କର, କାରଣ, ଭଗବାନଙ୍କ ନାମ ହିଁ ତୋର ସାଥିରେ ପରଲୋକ ଯିବ ॥3॥
ਮਨ ਕਰਹਲਾ ਵਡਭਾਗੀਆ ਹਰਿ ਏਕ ਨਦਰਿ ਨਿਹਾਲਿ ॥ ହେ ପଥଭ୍ରଷ୍ଟ ମନ! ଯେଉଁ ବ୍ୟକ୍ତି ଉପରେ ଭଗବାନ ନିଜ କୃପା ଦୃଷ୍ଟି କରିଥାନ୍ତି, ସେ ଭାଗ୍ୟଶାଳୀ ହୋଇଯାଏ।


© 2025 SGGS ONLINE
error: Content is protected !!
Scroll to Top