Page 223
ਗੁਰੁ ਪੁਛਿ ਦੇਖਿਆ ਨਾਹੀ ਦਰੁ ਹੋਰੁ ॥
ମୁଁ ଗୁରୁଙ୍କ ଠାରୁ ପଚାରି ଦେଖିଛି ଯେ ଭଗବାନଙ୍କ ବିନା ଅନ୍ୟ ସୁଖର ଦ୍ଵାର ନାହିଁ।
ਦੁਖੁ ਸੁਖੁ ਭਾਣੈ ਤਿਸੈ ਰਜਾਇ ॥
ଦୁଃଖ ଏବଂ ସୁଖ ତାହାଙ୍କ ହୁକୁମ ଏବଂ ଇଚ୍ଛାରେ ଥାଏ।
ਨਾਨਕੁ ਨੀਚੁ ਕਹੈ ਲਿਵ ਲਾਇ ॥੮॥੪॥
ବିନୀତ ନାନକ କହନ୍ତି, ହେ ପ୍ରାଣୀ! ତୁ ପ୍ରଭୁଙ୍କ ସାଥିରେ ବୃତ୍ତି ଲଗାଅ ॥8॥4॥
ਗਉੜੀ ਮਹਲਾ ੧ ॥
ଗଉଡି ମହଲା 1 ॥
ਦੂਜੀ ਮਾਇਆ ਜਗਤ ਚਿਤ ਵਾਸੁ ॥
ଦୈତ୍ୟବାଦ ଉତ୍ପନ୍ନ କରିବା ବାଲା ମାୟା ଦୁନିଆର ଲୋକଙ୍କ ମନରେ ନିବାସ କରିଥାଏ।
ਕਾਮ ਕ੍ਰੋਧ ਅਹੰਕਾਰ ਬਿਨਾਸੁ ॥੧॥
କାମ ବାସନା, କ୍ରୋଧ ଏବଂ ଅହଂକାର ଦୁନିଆର ଲୋକଙ୍କ ଜୀବନ ନଷ୍ଟ କରିଦେଇଛି ॥1॥
ਦੂਜਾ ਕਉਣੁ ਕਹਾ ਨਹੀ ਕੋਈ ॥
ମୁଁ ଅନ୍ୟ କାହାକୁ କହିବି, ଯେତେବେଳେ ପ୍ରଭୁଙ୍କ ବିନା ଅନ୍ୟ କେହି ନାହାନ୍ତି?
ਸਭ ਮਹਿ ਏਕੁ ਨਿਰੰਜਨੁ ਸੋਈ ॥੧॥ ਰਹਾਉ ॥
ସମସ୍ତ ପ୍ରାଣୀଙ୍କ ଠାରେ ସେହି ଏକ ପ୍ରଭୁ ହିଁ ବିଦ୍ୟମାନ ଅଛନ୍ତି ॥1॥ରୁହ॥
ਦੂਜੀ ਦੁਰਮਤਿ ਆਖੈ ਦੋਇ ॥
ଦୈତ୍ୟବାଦ ଉତ୍ପନ୍ନ କରିବା ବାଲା ମାୟା ହିଁ ମନୁଷ୍ୟର ମନ୍ଦ ବୁଦ୍ଧିକୁ କହିଥାଏ ଯେ ତାହାର ଅସ୍ତିତ୍ଵ ପରମାତ୍ମାଙ୍କ ଠାରୁ ଅଲଗା ଅଟେ।
ਆਵੈ ਜਾਇ ਮਰਿ ਦੂਜਾ ਹੋਇ ॥੨॥
ଯାହାର ଫଳ ସ୍ୱରୂପ ମନୁଷ୍ୟ ଦୁନିଆରେ ଜନ୍ମ ହୋଇ ମରିଥାଏ, ଯିଏ ଦୈତ୍ୟବାଦର ପ୍ରୀତି ଧାରଣ କରିଥାଏ
ਧਰਣਿ ਗਗਨ ਨਹ ਦੇਖਉ ਦੋਇ ॥
ଧରିତ୍ରୀ ଏବଂ ଆକାଶରେ ମୋତେ ଆଉ କେହି ଦେଖାଯାନ୍ତି ନାହିଁ।
ਨਾਰੀ ਪੁਰਖ ਸਬਾਈ ਲੋਇ ॥੩॥
ସବୁ ନାରୀ ଏବଂ ପୁରୁଷଙ୍କ ପାଖରେ ଈଶ୍ବରଙ୍କ ଜ୍ୟୋତି ମହଜୁଦ ଅଛି ॥3॥
ਰਵਿ ਸਸਿ ਦੇਖਉ ਦੀਪਕ ਉਜਿਆਲਾ ॥
ମୁଁ ସୂର୍ଯ୍ୟ, ଚନ୍ଦ୍ର ଏବଂ ଦୀପରେ ଈଶ୍ବରଙ୍କ ପ୍ରକାଶ ଦେଖିଥାଏ।
ਸਰਬ ਨਿਰੰਤਰਿ ਪ੍ਰੀਤਮੁ ਬਾਲਾ ॥੪॥
ପ୍ରତ୍ୟେକ ବ୍ଯକ୍ତିର ଅନ୍ତରରେ ମୋର ଯୌବନ ସମପର୍ଣ୍ଣ ପ୍ରିୟତମ ପ୍ରଭୂ ହିଁ ଦେଖାଯାନ୍ତି ॥4॥
ਕਰਿ ਕਿਰਪਾ ਮੇਰਾ ਚਿਤੁ ਲਾਇਆ ॥
ନିଜ କୃପା କରି ଗୁରୁ ମୋର ମନ ପ୍ରଭୁଙ୍କ ସାଥିରେ ଲଗାଇ ଦେଇଛନ୍ତି।
ਸਤਿਗੁਰਿ ਮੋ ਕਉ ਏਕੁ ਬੁਝਾਇਆ ॥੫॥
ସଦଗୁରୁ ମୋତେ ଏକ ଇଶ୍ଵର ଦେଖାଇ ଦେଇଛନ୍ତି ॥5॥
ਏਕੁ ਨਿਰੰਜਨੁ ਗੁਰਮੁਖਿ ਜਾਤਾ ॥
ଗୁରୁମୁଖୀ ଏକ ନିରଞ୍ଜନଙ୍କୁ ହିଁ ଜାଣିଥାନ୍ତି।
ਦੂਜਾ ਮਾਰਿ ਸਬਦਿ ਪਛਾਤਾ ॥੬॥
ସାଂସାରିକ ମୋହକୁ ଦୂର କରି ସେ ପ୍ରଭୁଙ୍କୁ ଜାଣିଥାଏ ॥6॥
ਏਕੋ ਹੁਕਮੁ ਵਰਤੈ ਸਭ ਲੋਈ ॥
ଈଶ୍ବରଙ୍କ ହୁକୁମ ହିଁ ସମସ୍ତ ଲୋକରେ କ୍ରିଯାଶୀଳ ଅଟେ।
ਏਕਸੁ ਤੇ ਸਭ ਓਪਤਿ ਹੋਈ ॥੭॥
ଏକ ଈଶ୍ବରଙ୍କ ଠାରୁ ହିଁ ସବୁ ଉତ୍ପନ୍ନ ହୋଇଛି ॥7॥
ਰਾਹ ਦੋਵੈ ਖਸਮੁ ਏਕੋ ਜਾਣੁ ॥
“(ମନମୁଖୀ ଏବଂ ଗୁରୁମୁଖୀ) ମାର୍ଗ ଦୁଇଟି ଅଛି, ପରନ୍ତୁ, ସବୁଙ୍କ ମାଲିକ ଏକ ଅଟେ, ତାହାକୁ ହିଁ ବୁଝ।
ਗੁਰ ਕੈ ਸਬਦਿ ਹੁਕਮੁ ਪਛਾਣੁ ॥੮॥
ଗୁରୁଙ୍କ ଶବ୍ଦ ଦ୍ଵାରା ତାହାଙ୍କ ହୁକୁମ ଜାଣ ॥8॥
ਸਗਲ ਰੂਪ ਵਰਨ ਮਨ ਮਾਹੀ ॥
ଯିଏ ସବୁ ରୂପ, ରଙ୍ଗ ଓ ହୃଦୟରେ ବ୍ୟାପକ ଅଟନ୍ତି,
ਕਹੁ ਨਾਨਕ ਏਕੋ ਸਾਲਾਹੀ ॥੯॥੫॥
ହେ ନାନକ! ମୁଁ ଏକ ଈଶ୍ବରଙ୍କ ପ୍ରଶଂସା କରିଥାଏ ॥6॥5॥
ਗਉੜੀ ਮਹਲਾ ੧ ॥
ଗଉଡି ମହଲା 1॥
ਅਧਿਆਤਮ ਕਰਮ ਕਰੇ ਤਾ ਸਾਚਾ ॥
ଯଦି ମନୁଷ୍ୟ ଆଧ୍ୟାତ୍ମିକ କର୍ମ କରେ, ତାହାହେଲେ ହିଁ ସେ ସତ୍ୟବାଦୀ ହୁଏ।
ਮੁਕਤਿ ਭੇਦੁ ਕਿਆ ਜਾਣੈ ਕਾਚਾ ॥੧॥
ମିଥ୍ୟା ମନୁଷ୍ୟ ମୋକ୍ଷ ଭେଦକୁ କିପରି ବୁଝି ପାରିବ? ॥1॥
ਐਸਾ ਜੋਗੀ ਜੁਗਤਿ ਬੀਚਾਰੈ ॥
ଏପରି ମନୁଷ୍ୟ ହିଁ ଯୋଗୀ ଅଟେ, ଯିଏ ପ୍ରଭୁଙ୍କ ମିଳନ-ମାର୍ଗକୁ ବିଚାର କରିଥାଏ
ਪੰਚ ਮਾਰਿ ਸਾਚੁ ਉਰਿ ਧਾਰੈ ॥੧॥ ਰਹਾਉ ॥
ତଥା ପାଞ୍ଚ ଶତ୍ରୁ (କାମ ଉଦ୍ଦୀପକ ବିକାର)ର ବଧ କରି ସତ୍ୟ (ପରମେଶ୍ଵର) ଙ୍କୁ ନିଜ ହୃଦୟରେ ଲଗାଇ ରଖିଥାଏ ॥1॥ରୁହ॥
ਜਿਸ ਕੈ ਅੰਤਰਿ ਸਾਚੁ ਵਸਾਵੈ ॥
ଇଶ୍ଵର ଯାହାର ହୃଦୟରେ ସତ୍ୟକୁ ବସାଇ ଥାନ୍ତି,
ਜੋਗ ਜੁਗਤਿ ਕੀ ਕੀਮਤਿ ਪਾਵੈ ॥੨॥
ସେ ତାହାର ସାଥିରେ ଯୋଗ ଯୁକ୍ତି (ମିଳନ ମାର୍ଗ)ର ମୂଲ୍ୟକୁ ଅନୁଭବ କରିନିଏ ॥2॥
ਰਵਿ ਸਸਿ ਏਕੋ ਗ੍ਰਿਹ ਉਦਿਆਨੈ ॥
ଏକ ଈଶ୍ଵରଙ୍କୁ ସେ ସୂର୍ଯ୍ୟ, ଚନ୍ଦ୍ର, ଗୃହ ଏବଂ ବନରେ ଦେଖିଥାଏ,
ਕਰਣੀ ਕੀਰਤਿ ਕਰਮ ਸਮਾਨੈ ॥੩॥
ଈଶ୍ବରଙ୍କ ଯଶ ରୂପୀ କର୍ମ ତାହାର କାର୍ଯ୍ୟ ଅଟେ ॥3॥
ਏਕ ਸਬਦ ਇਕ ਭਿਖਿਆ ਮਾਗੈ ॥
ସେ କେବଳ ନାମର ଭଜନ କରିଥାଏ ଆଉ ଏକ ହିଁ ଈଶ୍ବରଙ୍କ ନାମର ଦାନ ମାଗିଥାଏ।
ਗਿਆਨੁ ਧਿਆਨੁ ਜੁਗਤਿ ਸਚੁ ਜਾਗੈ ॥੪॥
ସେ ଜ୍ଞାନ, ଜୀବନ ଯୁକ୍ତି ଏବଂ ସତ୍ୟରେ ହିଁ ଜାଗୃତ ରହିଥାଏ ॥4॥
ਭੈ ਰਚਿ ਰਹੈ ਨ ਬਾਹਰਿ ਜਾਇ ॥
ସେ ଈଶ୍ବରଙ୍କ ଭୟରେ ଲୀନ ରହିଥାଏ ଆଉ କଦାପି ସେହି ଭୟରୁ ବାହାର ହୁଏନାହିଁ ।
ਕੀਮਤਿ ਕਉਣ ਰਹੈ ਲਿਵ ਲਾਇ ॥੫॥
ସେ ପ୍ରଭୁଙ୍କ ବୃତ୍ତିରେ ଲୀନ ରହିଥାଏ, ଏପରି ଯୋଗୀର ମୂଲ୍ୟ କିଏ ପାଇପାରିବ? ॥5॥
ਆਪੇ ਮੇਲੇ ਭਰਮੁ ਚੁਕਾਏ ॥
ଇଶ୍ଵର ତାହାର ଦ୍ଵିଧା ଦୂର କରିଦେଇଥାନ୍ତି ଆଉ ତାହାକୁ ନିଜ ସାଥିରେ ମିଳନ କରାଇଦିଅନ୍ତି।
ਗੁਰ ਪਰਸਾਦਿ ਪਰਮ ਪਦੁ ਪਾਏ ॥੬॥
ଗୁରୁଙ୍କ କୃପାରୁ ସେ ପରମ ପଦ ପ୍ରାପ୍ତ କରିନିଏ ॥6॥
ਗੁਰ ਕੀ ਸੇਵਾ ਸਬਦੁ ਵੀਚਾਰੁ ॥ ਹਉਮੈ ਮਾਰੇ ਕਰਣੀ ਸਾਰੁ ॥੭॥
ସେ ଗୁରୁଙ୍କ ସେବା କରିଥାଏ ଆଉ ଶବ୍ଦର ଚିନ୍ତନ କରିଥାଏ। ସେ ନିଜର ଅହଂକାରକୁ ଦୂର କରି ଶୁଭ କର୍ମ କରିଥାଏ ॥7॥
ਜਪ ਤਪ ਸੰਜਮ ਪਾਠ ਪੁਰਾਣੁ ॥
ଜପ, ତପସ୍ୟା, ସଂଯମ ଏବଂ ପୁରାଣର ପାଠ
ਕਹੁ ਨਾਨਕ ਅਪਰੰਪਰ ਮਾਨੁ ॥੮॥੬॥
ହେ ନାନକ! ଅପର ଇଶ୍ଵରଙ୍କ ଠାରେ ଆସ୍ଥା ରଖିବାକୁ ପଡିବ ॥8॥6॥
ਗਉੜੀ ਮਹਲਾ ੧ ॥
ଗଉଡି ମହଲା 1 ॥
ਖਿਮਾ ਗਹੀ ਬ੍ਰਤੁ ਸੀਲ ਸੰਤੋਖੰ ॥
କ୍ଷମା କରିବା ସ୍ଵଭାବ ରଖିବା ମୋ’ ପାଇଁ ଉପବାସ, ଉତ୍ତମ ଆଚରଣ ଏବଂ ସନ୍ତୋଷ ଅଟେ।
ਰੋਗੁ ਨ ਬਿਆਪੈ ਨਾ ਜਮ ਦੋਖੰ ॥
ଏଥିପାଇଁ, ରୋଗ ଆଉ ମୃତ୍ୟୁର ପୀଡା ମୋତେ ବିବ୍ରତ କରେ ନାହିଁ।
ਮੁਕਤ ਭਏ ਪ੍ਰਭ ਰੂਪ ਨ ਰੇਖੰ ॥੧॥
ମୁଁ ରୂପ ରହିତ ଈଶ୍ବରଙ୍କ ଠାରେ ଲୀନ ହୋଇ ମୁକ୍ତ ହୋଇଯାଇଛି ॥1॥
ਜੋਗੀ ਕਉ ਕੈਸਾ ਡਰੁ ਹੋਇ ॥
ସେହି ଯୋଗୀକୁ କିପରି ଭୟ ହୋଇପାରିବ,
ਰੂਖਿ ਬਿਰਖਿ ਗ੍ਰਿਹਿ ਬਾਹਰਿ ਸੋਇ ॥੧॥ ਰਹਾਉ ॥
ଯେତେବେଳେ ସେହି ପ୍ରଭୁ ଗଛ, ଘର ଭିତରେ ଓ ବାହାରେ ସର୍ବତ୍ର ବ୍ୟାପକ ଅଟନ୍ତି ॥1॥
ਨਿਰਭਉ ਜੋਗੀ ਨਿਰੰਜਨੁ ਧਿਆਵੈ ॥
ନିର୍ଭୀକ ଯୋଗୀ ନିରଞ୍ଜନ ପ୍ରଭୁଙ୍କ ଧ୍ୟାନ କରିଥାଏ,
ਅਨਦਿਨੁ ਜਾਗੈ ਸਚਿ ਲਿਵ ਲਾਵੈ ॥
ସେ ରାତି ଦିନ ମାୟାରୁ ଜାଗ୍ରତ ରହିଥାଏ ଆଉ ସତ୍ୟନାମ ସାଥିରେ ବୃତ୍ତି ଲଗାଇଥାଏ।
ਸੋ ਜੋਗੀ ਮੇਰੈ ਮਨਿ ਭਾਵੈ ॥੨॥
ଏପରି ଯୋଗୀ ମୋର ମନକୁ ଭଲ ଲାଗିଥାଏ ॥2॥
ਕਾਲੁ ਜਾਲੁ ਬ੍ਰਹਮ ਅਗਨੀ ਜਾਰੇ ॥
ମୃତ୍ୟୁର ଜାଲକୁ ସେ ବ୍ରହ୍ମ (ଙ୍କ ତେଜ)ର ଅଗ୍ନିରେ ଜଳାଇଥାଏ।
ਜਰਾ ਮਰਣ ਗਤੁ ਗਰਬੁ ਨਿਵਾਰੇ ॥
ସେ ବାର୍ଦ୍ଧକ୍ୟ ଏବଂ ମୃତ୍ୟୁର ଭୟକୁ ନିବୃତ୍ତ କରିଥାଏ ଆଉ ନିଜ ଅହଂକାରକୁ ଦୂର କରିଥାଏ ।
ਆਪਿ ਤਰੈ ਪਿਤਰੀ ਨਿਸਤਾਰੇ ॥੩॥
ଏପରି ଯୋଗୀ ସ୍ଵୟଂ ଭବସାଗରରୁ ପାର ହୋଇଯାଏ ଏବଂ ନିଜ ପୂର୍ବଜଙ୍କୁ ମଧ୍ୟ ବଞ୍ଚାଇଥାଏ ॥3॥
ਸਤਿਗੁਰੁ ਸੇਵੇ ਸੋ ਜੋਗੀ ਹੋਇ ॥
ସେହି ବ୍ୟକ୍ତି ଯୋଗୀ ଅଟେ, ଯିଏ ସଦଗୁରୁଙ୍କ ସେବା କରିଥାଏ।
ਭੈ ਰਚਿ ਰਹੈ ਸੁ ਨਿਰਭਉ ਹੋਇ ॥
ଯିଏ ଈଶ୍ବରଙ୍କ ଭୟରେ ଲୀନ ରହିଥାଏ, ନିର୍ଭୀକ ହୋଇଯାଏ।
ਜੈਸਾ ਸੇਵੈ ਤੈਸੋ ਹੋਇ ॥੪॥
ପ୍ରାଣୀ ଯେପରି ପ୍ରଭୁଙ୍କ ସେବା କରିଥାଏ, ସେପରି ହିଁ ନିଜେ ବନିଯାଏ ॥4॥