Guru Granth Sahib Translation Project

guru granth sahib odia page-156

Page 156

ਏਕਸੁ ਚਰਣੀ ਜੇ ਚਿਤੁ ਲਾਵਹਿ ਲਬਿ ਲੋਭਿ ਕੀ ਧਾਵਸਿਤਾ ॥੩॥ ଯଦି ତୁମେ ନିଜ ମନକୁ ଏକ ପ୍ରଭୁଙ୍କ ଚରଣରେ ଲଗାଅ, ତାହାହେଲେ ମିଥ୍ଯା,ଲୋଭ କାରଣ ରୁ ହୋଇଥିବା ତୋର ଦ୍ୱିଧା ଦୂର ହୋଇଯାଏ।
ਜਪਸਿ ਨਿਰੰਜਨੁ ਰਚਸਿ ਮਨਾ ॥ ହେ ଯୋଗୀ! ନିରଞ୍ଜନ ପ୍ରଭୁଙ୍କ ଆରାଧନା କରିବା ଦ୍ୱାରା ତୋର ମନ ସେଥିରେ ଲୀନ ହେବ।
ਕਾਹੇ ਬੋਲਹਿ ਜੋਗੀ ਕਪਟੁ ਘਨਾ ॥੧॥ ਰਹਾਉ ॥ ହେ ଯୋଗୀ! ତୁମେ ଏତେ ବଡ଼ ଛଳ କପଟ କାହିଁକି ବୋଲୁଛ।
ਕਾਇਆ ਕਮਲੀ ਹੰਸੁ ਇਆਣਾ ਮੇਰੀ ਮੇਰੀ ਕਰਤ ਬਿਹਾਣੀਤਾ ॥ ତୋର କାୟା ବାଉଳି ହେଉଛି ଆଉ ମନ ମୂର୍ଖ ଅଟେ। ତୋର ସମସ୍ତ ଅବସ୍ଥା ମାୟାର ମୋହରେ ଅତିବାହିତ ହୋଇଛି।
ਪ੍ਰਣਵਤਿ ਨਾਨਕੁ ਨਾਗੀ ਦਾਝੈ ਫਿਰਿ ਪਾਛੈ ਪਛੁਤਾਣੀਤਾ ॥੪॥੩॥੧੫॥ ନାନକ ବିନତି କରେ ଯେ ନଗ୍ନ ଦେହ ଯେତେବେଳେ ଜଳିଯାଏ, ସେତେବେଳେ ସମୟ ସମାପ୍ତ ହେବା ଜାଣି ଆତ୍ମା ପଶ୍ଚାତାପ କରିଥାଏ। ।4।।3।।15।।
ਗਉੜੀ ਚੇਤੀ ਮਹਲਾ ੧ ॥ ଗଉଡି ଚେତି ମହଲା 1।।
ਅਉਖਧ ਮੰਤ੍ਰ ਮੂਲੁ ਮਨ ਏਕੈ ਜੇ ਕਰਿ ਦ੍ਰਿੜੁ ਚਿਤੁ ਕੀਜੈ ਰੇ ॥ ହେ ମୋର ମନ! ଯଦି ତୁ ସମସ୍ତ ରୋଗୀର ଔଷଧ ରୂପୀ ମୂଳ ମନ୍ତ୍ର ( ପ୍ରଭୁ- ନାମ)କୁ ନିଜ ହୃଦୟ ରେ ବସାଉ,
ਜਨਮ ਜਨਮ ਕੇ ਪਾਪ ਕਰਮ ਕੇ ਕਾਟਨਹਾਰਾ ਲੀਜੈ ਰੇ ॥੧॥ ତାହାହେଲେ ତୁ ଜନ୍ମ ଜନ୍ମାନ୍ତର ରେ ପାପକୁ ନାଶ କରୁଥିବା ପରମେଶ୍ଵର ଙ୍କୁ ପ୍ରାପ୍ତ କରି ନେବ। ।1।।
ਮਨ ਏਕੋ ਸਾਹਿਬੁ ਭਾਈ ਰੇ ॥ ହେ ମୋର ଭାଇ! ମୋର ମନକୁ ଏକ ଇଶ୍ଵର ହିଁ ଭଲ ଲାଗିଥାଏ।
ਤੇਰੇ ਤੀਨਿ ਗੁਣਾ ਸੰਸਾਰਿ ਸਮਾਵਹਿ ਅਲਖੁ ਨ ਲਖਣਾ ਜਾਈ ਰੇ ॥੧॥ ਰਹਾਉ ॥ ହେ ପରମେଶ୍ଵର! ତୋହର ତିନୋଟି ବିଶେଷତା ରେ ଜଗତ ରହିଅଛି, ଅର୍ଥାତ୍ ତ୍ରିଗୁଣା ଇନ୍ଦ୍ରିୟ ସଂସାରର ମୋହରେ ଲାଗି ଅଛି,ଆଉ ସେହି ଅଲକ୍ଷ୍ୟ ପରମେଶ୍ଵର ଙ୍କୁ ବୁଝି ପାରିବା ନାହିଁ। ।1।।ରୁହ। ।
ਸਕਰ ਖੰਡੁ ਮਾਇਆ ਤਨਿ ਮੀਠੀ ਹਮ ਤਉ ਪੰਡ ਉਚਾਈ ਰੇ ॥ ଏହି ମାୟା ଚିନି ଭଳି ଶରୀରକୁ ମଧୁର ଲାଗିଥାଏ। ଆମେ ପ୍ରାଣୀମାନେ ମାୟାର ବୋଝ ଉଠଉଛୁ।
ਰਾਤਿ ਅਨੇਰੀ ਸੂਝਸਿ ਨਾਹੀ ਲਜੁ ਟੂਕਸਿ ਮੂਸਾ ਭਾਈ ਰੇ ॥੨॥ ଜ୍ଞାନହୀନ ରୂପୀ ଅନ୍ଧକାର ରାତିରେ କିଛି ଦେଖାଯାଏ ନାହିଁ ଆଉ ଯମରାଜ ଜୀବନ ର ରସି କାଟୁଛନ୍ତି।
ਮਨਮੁਖਿ ਕਰਹਿ ਤੇਤਾ ਦੁਖੁ ਲਾਗੈ ਗੁਰਮੁਖਿ ਮਿਲੈ ਵਡਾਈ ਰੇ ॥ ସ୍ୱେଚ୍ଛାଚାରୀ ଜୀବ ଯେତେ ଅଧିକ ଧର୍ମ କରିଥାଏ, ସେ ସେତେ ଅଧିକ ଦୁଃଖୀ ହୋଇଥାଏ। କିନ୍ତୁ ଗୁରୁମୁଖୀ ର ଯଶ ପ୍ରାପ୍ତ ହୋଇଥାଏ।
ਜੋ ਤਿਨਿ ਕੀਆ ਸੋਈ ਹੋਆ ਕਿਰਤੁ ਨ ਮੇਟਿਆ ਜਾਈ ਰੇ ॥੩॥ ଯାହା କିଛି ପରମାତ୍ମା କରିଥାନ୍ତି, ତାହା ହୋଇଥାଏ,ଜୀବର ଭାଗ୍ୟ ଦୂର କରାଯାଇ ପାରିବ ନାହିଁ। ।।3।।
ਸੁਭਰ ਭਰੇ ਨ ਹੋਵਹਿ ਊਣੇ ਜੋ ਰਾਤੇ ਰੰਗੁ ਲਾਈ ਰੇ ॥ ଯେଉଁ ପ୍ରାଣୀ ପରମାତ୍ମାଙ୍କ ଚରଣରେ ପ୍ରୀତି ଲଗାଇ ଥାଏ ଆଉ ମଗ୍ନ ରହିଥାଏ, ପ୍ରେମରସରେ ପରିପୂର୍ଣ୍ଣ ପରିପୂର୍ଣ୍ଣ ପରିପୂର୍ଣ୍ଣ ରହିଥାଏ।
ਤਿਨ ਕੀ ਪੰਕ ਹੋਵੈ ਜੇ ਨਾਨਕੁ ਤਉ ਮੂੜਾ ਕਿਛੁ ਪਾਈ ਰੇ ॥੪॥੪॥੧੬॥ ଯଦି ନାନକ ତାହାଙ୍କ ଚରଣର ଧୂଳି ବନି ଯାଆନ୍ତି, ତାହାହେଲେ ସେହି ବିମୁଢ ( ମନ)କୁ କିଛି ମଧ୍ୟ ପ୍ରାପ୍ତ ହୋଇଥାଏ। ।4।।4।।16।।
ਗਉੜੀ ਚੇਤੀ ਮਹਲਾ ੧ ॥ ଗଉଡି ଚେତି ମହଲା 1 ।।
ਕਤ ਕੀ ਮਾਈ ਬਾਪੁ ਕਤ ਕੇਰਾ ਕਿਦੂ ਥਾਵਹੁ ਹਮ ਆਏ ॥ ଆମ ପାପର କାରଣ ରୁ ଆମେ ଯୋନିରେ ବୁଲୁଛନ୍ତି, ତାହାହେଲେ ଆମେ କାହିଁକି କହିବା ଯେ, ଆମର ମାତା କିଏ, ପିତା କିଏ, ଆମେ କେଉଁ ସ୍ଥାନକୁ ଆସିଛନ୍ତି?
ਅਗਨਿ ਬਿੰਬ ਜਲ ਭੀਤਰਿ ਨਿਪਜੇ ਕਾਹੇ ਕੰਮਿ ਉਪਾਏ ॥੧॥ ପିତାଙ୍କର ଜଳ ରୂପୀ ବୀର୍ଯ୍ୟ ମାତାଙ୍କ ଗର୍ଭରେ ଅଗ୍ନିରେ ପଡି ଆମେ ଉତ୍ପନ୍ନ ହୋଇଛୁ, କିନ୍ତୁ, ଜଣା ନାହିଁ ଭଗବାନ କେଉଁ ଉଦ୍ଦେଶ୍ଯ ରେ ଆମକୁ ରଚନା କରିଛନ୍ତି। ।1।।
ਮੇਰੇ ਸਾਹਿਬਾ ਕਉਣੁ ਜਾਣੈ ਗੁਣ ਤੇਰੇ ॥ ହେ ମୋର ଭଗବାନ! ତୋର ଗୁଣକୁ କିଏ ଜାଣି ପାରିବ?
ਕਹੇ ਨ ਜਾਨੀ ਅਉਗਣ ਮੇਰੇ ॥੧॥ ਰਹਾਉ ॥ ମୋ ଠାରେ ଏତେ ଅବଗୁଣ ଅଛି ଯେ ତାହା କୁହାଯାଇ ପାରିବ ନାହିଁ ।।1।।ରୁହ।।
ਕੇਤੇ ਰੁਖ ਬਿਰਖ ਹਮ ਚੀਨੇ ਕੇਤੇ ਪਸੂ ਉਪਾਏ ॥ ଆମେ ଅନେକ ବୃକ୍ଷ ର ଯୋନି ଦେଖିଛୁ। ଅନେକ ବାର ପଶୁ ଯୋନିରେ ଉତ୍ପନ୍ନ ହୋଇଛୁ।
ਕੇਤੇ ਨਾਗ ਕੁਲੀ ਮਹਿ ਆਏ ਕੇਤੇ ਪੰਖ ਉਡਾਏ ॥੨॥ ଅନେକ ଥର ଆମେ ସର୍ପ ବଂଶରେ ଉତ୍ପନ୍ନ ହୋଇ ଅଛୁ ଏବଂ ଅନେକ ଥର ପକ୍ଷୀ ବନି ଉଡି ଅଛୁ.
ਹਟ ਪਟਣ ਬਿਜ ਮੰਦਰ ਭੰਨੈ ਕਰਿ ਚੋਰੀ ਘਰਿ ਆਵੈ ॥ ମନୁଷ୍ଯ ଅନ୍ୟ ଘରକୁ ଭାଙ୍ଗି ଏବଂ ଚୋରୀ କରି ପୁଣି ଘରକୁ ଆସିଥାଏ।
ਅਗਹੁ ਦੇਖੈ ਪਿਛਹੁ ਦੇਖੈ ਤੁਝ ਤੇ ਕਹਾ ਛਪਾਵੈ ॥੩॥ ସେ ମୂର୍ଖ ନିଜ ଆଗ ଓ ପଛ ଦେଖିଥାଏ, କିନ୍ତୁ ଇଶ୍ବରଙ୍କୁ କିପରି ଲୁଚାଇବ? ।।3।।
ਤਟ ਤੀਰਥ ਹਮ ਨਵ ਖੰਡ ਦੇਖੇ ਹਟ ਪਟਣ ਬਾਜਾਰਾ ॥ ମୁଁ ପବିତ୍ର ତୀର୍ଥ ସ୍ଥାନ ତଟ, ନବ ଖଣ୍ଡ, ନଗରର ଦୋକାନ ଏବଂ ବ୍ୟାପାର ର କେନ୍ଦ୍ର ସ୍ଥଳ ଦେଖିଛି।
ਲੈ ਕੈ ਤਕੜੀ ਤੋਲਣਿ ਲਾਗਾ ਘਟ ਹੀ ਮਹਿ ਵਣਜਾਰਾ ॥੪॥ ଜୀବ ରୂପୀ ବେପାରୀ ନିଜ ହୃଦୟ ରେ ତରାଜୁ ନେଇ ନିଜ ଦ୍ୱାରା ଅର୍ଜିତ ନାମ ରୂପୀ ଧନ କୁ ଓଜନ କରିଥାଏ। ।4।।
ਜੇਤਾ ਸਮੁੰਦੁ ਸਾਗਰੁ ਨੀਰਿ ਭਰਿਆ ਤੇਤੇ ਅਉਗਣ ਹਮਾਰੇ ॥ ହେ ପ୍ରଭୁ! ନଗରରେ ଯେତେ ଜଳ ଭରି ରହିଛି, ଆମର ଅବଗୁଣ ସେତିକି ଅଛି ।
ਦਇਆ ਕਰਹੁ ਕਿਛੁ ਮਿਹਰ ਉਪਾਵਹੁ ਡੁਬਦੇ ਪਥਰ ਤਾਰੇ ॥੫॥ ହେ ଇଶ୍ଵର! ମୋ ଉପରେ ଦୟା ଓ କୃପା ଦୃଷ୍ଟି କର ଆଉ ମୁଁ ବୁଡି ଯାଉଥିବା ପଥରକୁ ଭବ ସାଗରରୁ ପାର କରାଅ। ।5।।
ਜੀਅੜਾ ਅਗਨਿ ਬਰਾਬਰਿ ਤਪੈ ਭੀਤਰਿ ਵਗੈ ਕਾਤੀ ॥ ମୋ ହୃଦୟ ଅଗ୍ନି ଭଳି ଦିପ୍ତୀମାନ୍ ହୋଇଯାଇଛି ଆଉ ଭିତରେ ତୃଷ୍ଣା ରୂପୀ ଛୁରୀ ଚାଲୁଅଛି।
ਪ੍ਰਣਵਤਿ ਨਾਨਕੁ ਹੁਕਮੁ ਪਛਾਣੈ ਸੁਖੁ ਹੋਵੈ ਦਿਨੁ ਰਾਤੀ ॥੬॥੫॥੧੭॥ ନାନକ ପ୍ରାର୍ଥନା କରନ୍ତି ଯେ ହେ ମୋର ପ୍ରଭୁ! ଯଦି ମୁଁ ତୋର ହୁକୁମ କୁ ଜାଣି ଦେବି ମୋତେ ଦିନ ରାତି ସୁଖ ମିଳୁଥିବ।।6।।5।।17।।
ਗਉੜੀ ਬੈਰਾਗਣਿ ਮਹਲਾ ੧ ॥ ଗଉଡି ବୈରାଗଣି ମହଲା 1।।
ਰੈਣਿ ਗਵਾਈ ਸੋਇ ਕੈ ਦਿਵਸੁ ਗਵਾਇਆ ਖਾਇ ॥ ମନୁଷ୍ଯ ରାତିରେ ଶୋଇ ଏବଂ ଦିନରେ ଖାଇ ପିଇ ବ୍ୟର୍ଥ ରେ କଟାଇ ଦିଏ।
ਹੀਰੇ ਜੈਸਾ ਜਨਮੁ ਹੈ ਕਉਡੀ ਬਦਲੇ ਜਾਇ ॥੧॥ ତାହାର ହୀରା ଭଳି ଅମୂଲ୍ୟ ଜୀବନ (ଭକ୍ତି ବିନା) କିଛି କଉଡି ବିନିମୟରେ ବ୍ୟର୍ଥ ହୋଇଯାଏ। ।।1।।
ਨਾਮੁ ਨ ਜਾਨਿਆ ਰਾਮ ਕਾ ॥ ହେ ମୂର୍ଖ! ତୁ ରାମ ନାମକୁ ଜାଣି ନାହୁଁ।
ਮੂੜੇ ਫਿਰਿ ਪਾਛੈ ਪਛੁਤਾਹਿ ਰੇ ॥੧॥ ਰਹਾਉ ॥ ତୁମେ ପୁଣି ମରିବା ପରେ ପଶ୍ଚାତାପ ।।1।।ରୁହ।।
ਅਨਤਾ ਧਨੁ ਧਰਣੀ ਧਰੇ ਅਨਤ ਨ ਚਾਹਿਆ ਜਾਇ ॥ ତୁମେ ନାଶ ହେଉଥିବା ଧନ ସଂଗ୍ରହ କରିଛ। ଏହି ଧନ କାରଣରୁ ତୋର ମନରେ ଅନନ୍ତ ପରମେଶ୍ଵର ଙ୍କ ସ୍ମରଣ ଇଚ୍ଛା ଉତ୍ପନ୍ନ ହେଉ ନାହିଁ।
ਅਨਤ ਕਉ ਚਾਹਨ ਜੋ ਗਏ ਸੇ ਆਏ ਅਨਤ ਗਵਾਇ ॥੨॥ ଯିଏ ଏହି ଧନ ପାଇଁ ଦୌଡ଼ୁ ଥାଏ, ସିଏ ଅନନ୍ତ ପ୍ରଭୁଙ୍କ ନାମ ଧନ କୁ ହରାଇ ଦିଏ। ।।2।।
ਆਪਣ ਲੀਆ ਜੇ ਮਿਲੈ ਤਾ ਸਭੁ ਕੋ ਭਾਗਠੁ ਹੋਇ ॥ ଯଦି କେବଳ ଚାହିଁବା ଦ୍ୱାରା ଧନ ମିଳିପାରନ୍ତା ସବୁ ମନୁଷ୍ଯ ଧନବାନ ହୋଇ ଯାଇଥାନ୍ତେ ।


© 2025 SGGS ONLINE
error: Content is protected !!
Scroll to Top