Guru Granth Sahib Translation Project

guru granth sahib odia page-155

Page 155

ਹਉ ਤੁਧੁ ਆਖਾ ਮੇਰੀ ਕਾਇਆ ਤੂੰ ਸੁਣਿ ਸਿਖ ਹਮਾਰੀ ॥ ହେ ମୋର କାୟା! ମୁଁ ତୋତେ ପୁଣି କହୁଛି, ମୋର ଉପଦେଶକୁ ଧ୍ୟାନ ଦେଇ ଶୁଣ।
ਨਿੰਦਾ ਚਿੰਦਾ ਕਰਹਿ ਪਰਾਈ ਝੂਠੀ ਲਾਇਤਬਾਰੀ ॥ ତୁମେ ଅନ୍ୟର ନିନ୍ଦା ଆଉ ପ୍ରସଂଶା କରିଥାଅ ଓ ମିଥ୍ୟା ଚୁଗୁଲି କରୁଛ।
ਵੇਲਿ ਪਰਾਈ ਜੋਹਹਿ ਜੀਅੜੇ ਕਰਹਿ ਚੋਰੀ ਬੁਰਿਆਰੀ ॥ ହେ ମନ! ତୁମେ ପର ନାରୀକୁ କୁଦୃଷ୍ଟି ରେ ଦେଖୁଛ, ତୁମେ ଚୋରି ଆଉ କୁକର୍ମ କରୁଛ।
ਹੰਸੁ ਚਲਿਆ ਤੂੰ ਪਿਛੈ ਰਹੀਏਹਿ ਛੁਟੜਿ ਹੋਈਅਹਿ ਨਾਰੀ ॥੨॥ ହେ ମୋର କାୟା! ଯେତେବେଳେ ଆତ୍ମା ରୂପୀ ରାଜହଂସ ପରଲୋକ କୁ ଚାଲିଯାଏ, ସେତେବେଳେ ତୁ ପଛରେ ଏଇଠି ରହି ଯିବୁ ଆଉ ପରିତ୍ୟକ୍ତ ସ୍ତ୍ରୀ ଭଳି ହୋଇ ଯିବୁ।
ਤੂੰ ਕਾਇਆ ਰਹੀਅਹਿ ਸੁਪਨੰਤਰਿ ਤੁਧੁ ਕਿਆ ਕਰਮ ਕਮਾਇਆ ॥ ହେ ମୋର କାୟା! ତୁମେ ସ୍ଵପ୍ନ ଭଳି ବାସ କରୁଅଛ। ତୁମେ କଣ ଶୁଭ କର୍ମ କରିଛ।
ਕਰਿ ਚੋਰੀ ਮੈ ਜਾ ਕਿਛੁ ਲੀਆ ਤਾ ਮਨਿ ਭਲਾ ਭਾਇਆ ॥ ଯେତେବେଳେ ମୁଁ ଚୋରି କରି ଆଣିଲେ ସେତେବେଳେ ଏହି ହୃଦୟ କୁ ଭଲ ଲାଗିଥାଏ।
ਹਲਤਿ ਨ ਸੋਭਾ ਪਲਤਿ ਨ ਢੋਈ ਅਹਿਲਾ ਜਨਮੁ ਗਵਾਇਆ ॥੩॥ ଏହି ମୃତ୍ଯ ଲୋକରେ ମୋତେ କୌଣସି ଶୋଭା ମିଳେ ନାହିଁ ଆଉ ପର ଲୋକରେ ମୋତେ କୌଣସି ସାହାରା ମିଳିବ ନାହିଁ। ଅମୂଲ୍ୟ ମାନବ ଜୀବନ ବ୍ୟର୍ଥ ରେ ହରାଇ ଦେଇଛି।
ਹਉ ਖਰੀ ਦੁਹੇਲੀ ਹੋਈ ਬਾਬਾ ਨਾਨਕ ਮੇਰੀ ਬਾਤ ਨ ਪੁਛੈ ਕੋਈ ॥੧॥ ਰਹਾਉ ॥ ହେ ବାବା ନାନକ! ମୁଁ ବହୁତ ଦୁଃଖୀ ଅଟେ, ଆଉ କେହି ମଧ୍ୟ ମୋର ଚିନ୍ତା କରନାହିଁ।
ਤਾਜੀ ਤੁਰਕੀ ਸੁਇਨਾ ਰੁਪਾ ਕਪੜ ਕੇਰੇ ਭਾਰਾ ॥ ହେ ନାନକ! ଯଦି କାହା ପାଖରେ ତୁର୍କୀ ଘୋଡା, ସୁନା ରୂପା ଏବଂ ବସ୍ତ୍ରର ଅମାର ଥାଏ,
ਕਿਸ ਹੀ ਨਾਲਿ ਨ ਚਲੇ ਨਾਨਕ ਝੜਿ ਝੜਿ ਪਏ ਗਵਾਰਾ ॥ ପରନ୍ତୁ, ଅନ୍ତିମ ସମୟ ରେ ଏହା ତାହା ସହିତ ଯାଏ ନାହିଁ, ହେ ମୂର୍ଖ ଜୀବ! ଏହା ସବୁ ଦୁନିଆ ରେ ହିଁ ରହିଯାଆନ୍ତି।
ਕੂਜਾ ਮੇਵਾ ਮੈ ਸਭ ਕਿਛੁ ਚਾਖਿਆ ਇਕੁ ਅੰਮ੍ਰਿਤੁ ਨਾਮੁ ਤੁਮਾਰਾ ॥੪॥ ହେ ପ୍ରଭୁ! ମୁଁ ମିଶ୍ରି ଏବଂ ସମସ୍ତ ଫଳ ଖାଇ ଦେଖିଛି, କିନ୍ତୁ ତୁମ୍ଭର ହିଁ ନାମ ଅମୃତ ଅଟେ।
ਦੇ ਦੇ ਨੀਵ ਦਿਵਾਲ ਉਸਾਰੀ ਭਸਮੰਦਰ ਕੀ ਢੇਰੀ ॥ ଗଭୀର ଭିତ୍ତି ରଖି ମନୁଷ୍ଯ ଘର ତିଆରି କରିଥାଏ। ପରନ୍ତୁ କାଳ ଆସିଲେ ମନ୍ଦିର ମଧ୍ୟ ଧ୍ଵଂସ ହୋଇଯାଏ।
ਸੰਚੇ ਸੰਚਿ ਨ ਦੇਈ ਕਿਸ ਹੀ ਅੰਧੁ ਜਾਣੈ ਸਭ ਮੇਰੀ ॥ ମୂର୍ଖ ପ୍ରାଣୀ ଧନ ଦୌଲତ ସଞ୍ଚୟ କରିଥାଏ ଆଉ କାହାକୁ ମଧ୍ୟ ଦିଏ ନାହିଁ। ମୂର୍ଖ ପ୍ରାଣୀ ଭାବିଥାଏ ଯେ ଏହା ସବୁ ତାର ନିଜର ଅଟେ।
ਸੋਇਨ ਲੰਕਾ ਸੋਇਨ ਮਾੜੀ ਸੰਪੈ ਕਿਸੈ ਨ ਕੇਰੀ ॥੫॥ ପରନ୍ତୁ ଏହି ମନ ଜାଣିଥାଏ ଯେ ସ୍ଵର୍ଣ୍ଣର ଲଙ୍କା ସ୍ଵର୍ଣ୍ଣର ମହଲ ମଧ୍ୟ ରହି ନାହିଁ॥5॥
ਸੁਣਿ ਮੂਰਖ ਮੰਨ ਅਜਾਣਾ ॥ ਹੋਗੁ ਤਿਸੈ ਕਾ ਭਾਣਾ ॥੧॥ ਰਹਾਉ ॥ ହେ ମୂର୍ଖ ଏବଂ ଅଜ୍ଞାନ ମନ! ମୋ କଥା ଶୁଣ, ସେହି ଇଶ୍ଵର ଙ୍କ ଇଚ୍ଛା ହିଁ ଫଳବତୀ ହେବ
ਸਾਹੁ ਹਮਾਰਾ ਠਾਕੁਰੁ ਭਾਰਾ ਹਮ ਤਿਸ ਕੇ ਵਣਜਾਰੇ ॥ ମୋର ଠାକୁର ବହୁତ ବଡ଼ ସାହୁକାର ଅଟେ ଆଉ ମୁଁ ତାହାଙ୍କ ବେପାରୀ ଅଟେ।
ਜੀਉ ਪਿੰਡੁ ਸਭ ਰਾਸਿ ਤਿਸੈ ਕੀ ਮਾਰਿ ਆਪੇ ਜੀਵਾਲੇ ॥੬॥੧॥੧੩॥ ମୋର ଆତ୍ମା ଏବଂ ଶରୀର ସବୁ ତାହାଙ୍କ ଦ୍ଵାରା ଦିଆ ହୋଇଥିବା ପୁଞ୍ଜି ଅଟେ। ସେ ସ୍ଵୟଂ ହିଁ ଜୀବ କୁ ମାରି ପୁଣି ଜୀବିତ କରିଥାନ୍ତି।
ਗਉੜੀ ਚੇਤੀ ਮਹਲਾ ੧ ॥ ଗଉଡି ଚେତି ମହଲା 1
ਅਵਰਿ ਪੰਚ ਹਮ ਏਕ ਜਨਾ ਕਿਉ ਰਾਖਉ ਘਰ ਬਾਰੁ ਮਨਾ ॥ ହେ ମୋର ମନ! ମୋର କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଙ୍କାର ପାଞ୍ଚ ଶତ୍ରୁ ଅଟନ୍ତି, ମୁଁ ଏକା ଅଟେ, ଏମାନଙ୍କ ଠାରୁ ମୁଁ ନିଜ ଘରକୁ କେମିତି ରକ୍ଷା କରିବି,
ਮਾਰਹਿ ਲੂਟਹਿ ਨੀਤ ਨੀਤ ਕਿਸੁ ਆਗੈ ਕਰੀ ਪੁਕਾਰ ਜਨਾ ॥੧॥ ଏହି ପାଞ୍ଚ ଜଣ ମୋତେ ପ୍ରତିଦିନ ମାରୁଛନ୍ତି ଆଉ ଲୁଟୁଛନ୍ତି। ହେଲେ, କାହା ପାଖରେ ବିନତି କରିବି ।
ਸ੍ਰੀ ਰਾਮ ਨਾਮਾ ਉਚਰੁ ਮਨਾ ॥ ਆਗੈ ਜਮ ਦਲੁ ਬਿਖਮੁ ਘਨਾ ॥੧॥ ਰਹਾਉ ॥ ହେ ମୋର ମନ! ଶ୍ରୀରାମଙ୍କ ନାମର ସ୍ମରଣ କର। ତୋର ସମ୍ମୁଖ ରେ ଯମରାଜ ର ଅସୁମାରି ସେନା ଦେଖାଯାଉଛି।
ਉਸਾਰਿ ਮੜੋਲੀ ਰਾਖੈ ਦੁਆਰਾ ਭੀਤਰਿ ਬੈਠੀ ਸਾ ਧਨਾ ॥ ପରମାତ୍ମା ଦେହକୁ ଏକ ଦୁର୍ଗ କରିଛନ୍ତି, ଏଥିରେ ଦଶ ଦ୍ଵାର ଲଗାଇଛନ୍ତି ଆଉ ଏହାର ଭିତରେ ଇଶ୍ୱରଙ୍କ ଆଦେଶରେ ଆତ୍ମା ରୂପୀ ସ୍ତ୍ରୀ ବସିଛି।
ਅੰਮ੍ਰਿਤ ਕੇਲ ਕਰੇ ਨਿਤ ਕਾਮਣਿ ਅਵਰਿ ਲੁਟੇਨਿ ਸੁ ਪੰਚ ਜਨਾ ॥੨॥ ପରନ୍ତୁ ଦେହକୁ ଅମର ଜାଣି କାମିନୀ ସର୍ବଦା ଖେଳ ତମାସା କରିଥାଏ ଆଉ ପାଞ୍ଚ ଶତ୍ରୁ ଭିତରେ ଶୁଭ ଗୁଣ ଲୁଟୁଛନ୍ତି
ਢਾਹਿ ਮੜੋਲੀ ਲੂਟਿਆ ਦੇਹੁਰਾ ਸਾ ਧਨ ਪਕੜੀ ਏਕ ਜਨਾ ॥ ଏଣୁ, ମୃତ୍ୟୁ ଦେହ ରୂପୀ ପ୍ରାସାଦରେ ଧ୍ଵଂସ କରିଦିଏ, ମନ୍ଦିର କୁ ଲୁଟିନିଏ ଆଉ କାମିନୀ ଏକା ଧରା ପଡିଥାଏ।
ਜਮ ਡੰਡਾ ਗਲਿ ਸੰਗਲੁ ਪੜਿਆ ਭਾਗਿ ਗਏ ਸੇ ਪੰਚ ਜਨਾ ॥੩॥ ପାଞ୍ଚ ବିକାର ଚାଲି ଯାଆନ୍ତି। ଜୀବ ସ୍ତ୍ରୀ ର ବେକରେ ଜଞ୍ଜିର ପଡିଥାଏ ଆଉ ତାର ମୁଣ୍ଡରେ ଯମରାଜ ର ଦଣ୍ଡ ପଡିଥାଏ।
ਕਾਮਣਿ ਲੋੜੈ ਸੁਇਨਾ ਰੁਪਾ ਮਿਤ੍ਰ ਲੁੜੇਨਿ ਸੁ ਖਾਧਾਤਾ ॥ କାମିନୀ ( ଜୀବ ସ୍ତ୍ରୀ) ସୁନା ରୂପା ର ଆଭୂଷଣ ମାଗୁଥାଏ, ତାହାର ସମ୍ବନ୍ଧୀୟ ସ୍ଵାଦିଷ୍ଟ ଭୋଜନ ମାଗନ୍ତି।
ਨਾਨਕ ਪਾਪ ਕਰੇ ਤਿਨ ਕਾਰਣਿ ਜਾਸੀ ਜਮਪੁਰਿ ਬਾਧਾਤਾ ॥੪॥੨॥੧੪॥ ହେ ନାନକ!ଏଥିପାଇଁ ପ୍ରାଣୀ ପାପ କରିଥାଏ। ଅନ୍ତତଃ, ପାପ କାରଣରୁ ବନ୍ଧା ହୋଇ ଯମରାଜ, ମୃତ୍ୟୁ ର, ନଗରୀ କୁ ଯାଇଥାଏ।
ਗਉੜੀ ਚੇਤੀ ਮਹਲਾ ੧ ॥ ଗଉଡି ଚେତି ମହଲା 1
ਮੁੰਦ੍ਰਾ ਤੇ ਘਟ ਭੀਤਰਿ ਮੁੰਦ੍ਰਾ ਕਾਂਇਆ ਕੀਜੈ ਖਿੰਥਾਤਾ ॥ ହେ ଯୋଗୀ! ତୁ ନିଜ ହୃଦୟ ରେ ସନ୍ତୋଷ ଉତ୍ପନ୍ନ କର, ତୋର କାନରେ ପିନ୍ଧିବା ପାଇଁ ଏହା ବାସ୍ତବିକ କୁଣ୍ଡଳ ଅଟେ।
ਪੰਚ ਚੇਲੇ ਵਸਿ ਕੀਜਹਿ ਰਾਵਲ ਇਹੁ ਮਨੁ ਕੀਜੈ ਡੰਡਾਤਾ ॥੧॥ ହେ ଯୋଗୀ! ନିଜ ପାଞ୍ଚ ଶିଷ୍ୟ ଜ୍ଞାନ ଇନ୍ଦ୍ରିୟ କୁ ବଶ ରେ ରଖ ଆଉ ଏହି ମନକୁ ନିଜର ଦଣ୍ଡ କର।
ਜੋਗ ਜੁਗਤਿ ਇਵ ਪਾਵਸਿਤਾ ॥ ଏହିପରି ତୋତେ ଯୋଗ କରିବାକୁ ଯୁକ୍ତି ମିଳିଯିବ।
ਏਕੁ ਸਬਦੁ ਦੂਜਾ ਹੋਰੁ ਨਾਸਤਿ ਕੰਦ ਮੂਲਿ ਮਨੁ ਲਾਵਸਿਤਾ ॥੧॥ ਰਹਾਉ ॥ ଏକ ପ୍ରଭୁଙ୍କ ନାମ ହିଁ ସର୍ବଦା ସ୍ଥିର ଅଟେ, ଆଉ ସବୁ କିଛି କ୍ଷଣଭଙ୍ଗୁର ଅଟେ। ନିଜ ମନକୁ ନାମ ସ୍ମରଣ ରେ ଲଗାଅ, ଏହି ନାମ ହିଁ ତୋର ପାଇଁ କନ୍ଦମୂଳ ରୂପୀ ଭୋଜନ ଅଟେ।
ਮੂੰਡਿ ਮੁੰਡਾਇਐ ਜੇ ਗੁਰੁ ਪਾਈਐ ਹਮ ਗੁਰੁ ਕੀਨੀ ਗੰਗਾਤਾ ॥ ଯଦି ଗଙ୍ଗା ଯାଇ ମୁଣ୍ଡ ଲଣ୍ଡା କଲେ ଗୁରୁ ମିଳିଥାନ୍ତି, ତାହାହେଲେ ମୁଁ ପ୍ରଥମରୁ ହିଁ ଗୁରୁଙ୍କୁ ଗଙ୍ଗା ବନାଇଥାନ୍ତି , ଅର୍ଥାତ୍,ଗୁରୁ ହିଁ ପବିତ୍ର ତୀର୍ଥ ଅଟନ୍ତି।
ਤ੍ਰਿਭਵਣ ਤਾਰਣਹਾਰੁ ਸੁਆਮੀ ਏਕੁ ਨ ਚੇਤਸਿ ਅੰਧਾਤਾ ॥੨॥ ଏକ ଇଶ୍ଵର ତିନି ଲୋକର ପ୍ରାଣୀକୁ ପାର କରାଇବା ପାଇଁ ସମର୍ଥ ଅଟନ୍ତି। ଜ୍ଞାନହୀନ ମନୁଷ୍ଯ ପ୍ରଭୁଙ୍କୁ ସ୍ମରଣ କରେ ନାହିଁ।
ਕਰਿ ਪਟੰਬੁ ਗਲੀ ਮਨੁ ਲਾਵਸਿ ਸੰਸਾ ਮੂਲਿ ਨ ਜਾਵਸਿਤਾ ॥ ହେ ଯୋଗୀ! ତୁମେ ଆଡମ୍ବର କରୁଅଛ ଆଉ ମୌଖିକ ବାର୍ତ୍ତାରେ ନିଜ ମନକୁ କିନ୍ତୁ, ତୋର ସଂଶୟ କଦାପି ଦୂର ହେବ ନାହିଁ।


© 2017 SGGS ONLINE
Scroll to Top