Guru Granth Sahib Translation Project

guru granth sahib odia page-153

Page 153

ਨਾਮ ਸੰਜੋਗੀ ਗੋਇਲਿ ਥਾਟੁ ॥ ଯିଏ ନାମ ସଂଯୋଗୀ ଅଟେ, ସେ ସଂସାରରେ ଏକ ଅସ୍ଥିର ଚରାଭୂଇଁ ପାଇଥାଏ।
ਕਾਮ ਕ੍ਰੋਧ ਫੂਟੈ ਬਿਖੁ ਮਾਟੁ ॥ ଭୋଗ-ବିଳାସ ଓ ଅହଙ୍କାରର ବିଷାକ୍ତ ପାତ୍ର ଶେଷରେ ଫାଟି ଯାଇଥାଏ।
ਬਿਨੁ ਵਖਰ ਸੂਨੋ ਘਰੁ ਹਾਟੁ ॥ ନାମର ସଉଦା ଦେହ ରୂପୀ ଘର ଏବଂ ମନର ଦୋକାନ ଶୂନ୍ୟ ଅଟେ।
ਗੁਰ ਮਿਲਿ ਖੋਲੇ ਬਜਰ ਕਪਾਟ ॥੪॥ ଗୁରୁଙ୍କ ମିଳନ ଦ୍ଵାରା ବ୍ରଜ କବାଟ ଖୋଲିଯାଏ||4||
ਸਾਧੁ ਮਿਲੈ ਪੂਰਬ ਸੰਜੋਗ ॥ ଭାଗ୍ୟରେ ହିଁ ସନ୍ଥ ମିଳିଥାନ୍ତି।
ਸਚਿ ਰਹਸੇ ਪੂਰੇ ਹਰਿ ਲੋਗ ॥ ପରମାତ୍ମାଙ୍କ ଭକ୍ତ ସତ୍ୟରେ ପ୍ରସନ୍ନ ହୋଇଥାଏ।
ਮਨੁ ਤਨੁ ਦੇ ਲੈ ਸਹਜਿ ਸੁਭਾਇ ॥ ହେ ନାନକ! ଯିଏ ନିଜ ମନ ଓ ତନ ସମର୍ପଣ କରିବା ଦ୍ଵାରା ସ୍ଵାଭାବିକ ଭାବରେ ନିଜ ପ୍ରଭୁଙ୍କୁ ପ୍ରାପ୍ତ କରିଥାଏ
ਨਾਨਕ ਤਿਨ ਕੈ ਲਾਗਉ ਪਾਇ ॥੫॥੬॥ ମୁଁ ତାହାଙ୍କ ଚରଣରେ ନତମସ୍ତକ ରହିଥାଏ||5||6||
ਗਉੜੀ ਮਹਲਾ ੧ ॥ ଗଉଡୀ ମହଲା 1॥
ਕਾਮੁ ਕ੍ਰੋਧੁ ਮਾਇਆ ਮਹਿ ਚੀਤੁ ॥ ମୋର ମନ କାମ, କ୍ରୋଧ ଏବଂ ମାୟାର ମୋହରେ ଲୀନ ଅଛି।
ਝੂਠ ਵਿਕਾਰਿ ਜਾਗੈ ਹਿਤ ਚੀਤੁ ॥ ତାହାଙ୍କ ମୋହ କାରଣରୁ ତୋର ମନରେ ମିଥ୍ୟା ଏବଂ ପାପ ଉଦୟ ହୋଇ ଯାଇଛି।
ਪੂੰਜੀ ਪਾਪ ਲੋਭ ਕੀ ਕੀਤੁ ॥ ତୁ ପାପ ଏବଂ ଲୋଭର ପୁଞ୍ଜି ସଂଗ୍ରହ କରିଅଛ।
ਤਰੁ ਤਾਰੀ ਮਨਿ ਨਾਮੁ ਸੁਚੀਤੁ ॥੧॥ ଏଣୁ ତୁ ଶୁଦ୍ଧ ହୃଦୟରେ ମନ ଦ୍ଵାରା ପବିତ୍ର ନାମର ଜପ କରି ଭବସାଗରରୁ ପାର ହୋଇ ଯାଅ||1||
ਵਾਹੁ ਵਾਹੁ ਸਾਚੇ ਮੈ ਤੇਰੀ ਟੇਕ ॥ ହେ ମୋର ସଚ୍ଚା ପ୍ରଭୁ! ତୁ ଧନ୍ୟ-ଧନ୍ୟ ଅଟୁ, ମୋତେ କେବଳ ତୋର ହିଁ ସାହାରା ଅଛି।
ਹਉ ਪਾਪੀ ਤੂੰ ਨਿਰਮਲੁ ਏਕ ॥੧॥ ਰਹਾਉ ॥ ହେ ପ୍ରଭୁ! ମୁଁ ପାପୀ ଅଟେ, ଏକ ତୁ ହିଁ ପବିତ୍ର ଅଟୁ॥1॥ରୁହ॥
ਅਗਨਿ ਪਾਣੀ ਬੋਲੈ ਭੜਵਾਉ ॥ ଅଗ୍ନି ଓ ଜଳ ଇତ୍ୟାଦି ପାଞ୍ଚ ତତ୍ତ୍ଵରେ ବନିଥିବା ଶରୀରରେ ଶ୍ଵାସ ଉଚ୍ଚ ହୋଇଥାଏ।
ਜਿਹਵਾ ਇੰਦ੍ਰੀ ਏਕੁ ਸੁਆਉ ॥ ଜିହ୍ଵା ଓ ଇନ୍ଦ୍ରିୟ ନିଜ ନିଜ ସ୍ଵାଦ ପ୍ରାପ୍ତ କରିଥାନ୍ତି।
ਦਿਸਟਿ ਵਿਕਾਰੀ ਨਾਹੀ ਭਉ ਭਾਉ ॥ ତୋର ଦୃଷ୍ଟି ବିକାରରେ ଲୀନ ଥାଏ ଏବଂ ତୋତେ ପ୍ରଭୁଙ୍କ ଭୟ ଏବଂ ପ୍ରେମ ନଥାଏ।
ਆਪੁ ਮਾਰੇ ਤਾ ਪਾਏ ਨਾਉ ॥੨॥ ଯଦି ପ୍ରାଣୀ ନିଜ ଅହଂକାର ନଷ୍ଟ କରିଦିଏ, ତାହାହେଲେ ସେ ନାମ ପ୍ରାପ୍ତ କରିନିଏ||2||
ਸਬਦਿ ਮਰੈ ਫਿਰਿ ਮਰਣੁ ਨ ਹੋਇ ॥ ଯେଉଁ ବ୍ୟକ୍ତି ଶବ୍ଦ ଦ୍ଵାରା ଅହଂକାରକୁ ସମାପ୍ତ କରିଥାଏ, ତାହାକୁ ପୁନର୍ବାର ମରିବାକୁ ପଡେ ନାହିଁ।
ਬਿਨੁ ਮੂਏ ਕਿਉ ਪੂਰਾ ਹੋਇ ॥ ଅହଂକାରକୁ ସମାପ୍ତ କରିବା ବିନା ସେ କିପରି ସଂପୂର୍ଣ୍ଣ ହୋଇ ପାରିବ?
ਪਰਪੰਚਿ ਵਿਆਪਿ ਰਹਿਆ ਮਨੁ ਦੋਇ ॥ ମନ ଦୁନିଆର ପ୍ରପଞ୍ଚ ଏବଂ ଦୈତ୍ୟଭାବରେ ଲୀନ ହେଉଅଛି।
ਥਿਰੁ ਨਾਰਾਇਣੁ ਕਰੇ ਸੁ ਹੋਇ ॥੩॥ ଏକ ନାରାୟଣ ହିଁ ସ୍ଥିର ଅଟନ୍ତି ଏବଂ ଦୁନିଆରେ ତାହା ହିଁ ହୋଇଥାଏ, ଯାହା ସେ କରିଥାନ୍ତି||3||
ਬੋਹਿਥਿ ਚੜਉ ਜਾ ਆਵੈ ਵਾਰੁ ॥ ଯେତେବେଳେ ମୋର ପାଳି ଆସିବ, ମୁଁ ଭବସାଗରରୁ ପାର ହେବା ପାଇଁ ନାମ ରୂପୀ ଜାହାଜ ଉପରେ ସବାର ହୋଇଯିବି।
ਠਾਕੇ ਬੋਹਿਥ ਦਰਗਹ ਮਾਰ ॥ ଯିଏ ଏଥିରୁ ବଞ୍ଚିତ ହୋଇଥାଏ, ପ୍ରଭୁଙ୍କ ଦରବାରରେ ତାହାକୁ ବହୁତ ମାଡ ଦିଆଯାଏ।
ਸਚੁ ਸਾਲਾਹੀ ਧੰਨੁ ਗੁਰਦੁਆਰੁ ॥ ଗୁରୁଙ୍କ ଦରବାର ଧନ୍ୟ ଅଟେ, ଯେଉଁଠି ସତ୍ୟସ୍ଵରୂପ ପରମାତ୍ମାଙ୍କ ଯଶୋଗାନ କରାଯାଇ ଥାଏ।
ਨਾਨਕ ਦਰਿ ਘਰਿ ਏਕੰਕਾਰੁ ॥੪॥੭॥ ହେ ନାନକ! ଅଦ୍ଵିତୀୟ ଏକ ଈଶ୍ଵର ପ୍ରତ୍ୟେକ ହୃଦୟ-ଘରେ ବ୍ୟାପକ ଅଛନ୍ତି||4||7||
ਗਉੜੀ ਮਹਲਾ ੧ ॥ ଗଉଡୀ ମହଲା 1॥
ਉਲਟਿਓ ਕਮਲੁ ਬ੍ਰਹਮੁ ਬੀਚਾਰਿ ॥ ବ୍ରହ୍ମଙ୍କ ଚିନ୍ତନ କରିବା ଦ୍ଵାରା ମୋହ-ମାୟାରେ ଓଲଟି ରହିଥିବା ହୃଦୟ-କମଳ ସିଧା ହୋଇଯାଏ।
ਅੰਮ੍ਰਿਤ ਧਾਰ ਗਗਨਿ ਦਸ ਦੁਆਰਿ ॥ ଦଶମ ଦ୍ଵାରା ରୂପୀ ଗଗନରେ ଅମୃତ ରସର ଧାରା ବହିବାକୁ ଲାଗିଯାଏ।
ਤ੍ਰਿਭਵਣੁ ਬੇਧਿਆ ਆਪਿ ਮੁਰਾਰਿ ॥੧॥ ମୁରାରୀ-ପ୍ରଭୁ ତିନି ଲୋକରେ ସ୍ଵୟଂ ହିଁ ବ୍ୟାପକ ହୋଇଛନ୍ତି||1||
ਰੇ ਮਨ ਮੇਰੇ ਭਰਮੁ ਨ ਕੀਜੈ ॥ ହେ ମୋର ମନ! କୌଣସି ଦ୍ଵିଧାରେ ପଡ ନାହିଁ।
ਮਨਿ ਮਾਨਿਐ ਅੰਮ੍ਰਿਤ ਰਸੁ ਪੀਜੈ ॥੧॥ ਰਹਾਉ ॥ ଯଦି ମନ ବିଶ୍ଵସ୍ତ ହୋଇଯାଏ, ତାହାହେଲେ ନାମ ରୂପୀ ଅମୃତ ରସ ପାନ କରିବାକୁ ଲାଗିଥାଏ॥1॥ରୁହ॥
ਜਨਮੁ ਜੀਤਿ ਮਰਣਿ ਮਨੁ ਮਾਨਿਆ ॥ ଯେତେବେଳେ ମନ ନିଜ ଅହଂକାର ନାଶ କରିବା ସ୍ଵୀକାର କରିଥାଏ, ଜୀବନ ବାଜିରେ ବିଜୟ କରି ନେଇଥାଏ।
ਆਪਿ ਮੂਆ ਮਨੁ ਮਨ ਤੇ ਜਾਨਿਆ ॥ ଯେତେବେଳେ ମନର ଅହଂତ୍ଵ ନାଶ ହୋଇଯାଏ, ପରମାତ୍ମାଙ୍କ ଜ୍ଞାନ ହୃଦୟରେ ଆସିଯାଏ।
ਨਜਰਿ ਭਈ ਘਰੁ ਘਰ ਤੇ ਜਾਨਿਆ ॥੨॥ ଯେତେବେଳେ ପରମାତ୍ମାଙ୍କ କୃପା ହୋଇଥାଏ, ହୃଦୟ-ଘରେ ତାହାକୁ ଆତ୍ମା-ସ୍ଵରୁପର ପରିଚୟ ମିଳିଯାଏ||2||
ਜਤੁ ਸਤੁ ਤੀਰਥੁ ਮਜਨੁ ਨਾਮਿ ॥ ଈଶ୍ଵରଙ୍କ ନାମ ହିଁ ସଚ୍ଚା ବ୍ରହ୍ମାଚର୍ଯ୍ୟ, ସଚ୍ଚା ତୀର୍ଥ ଏବଂ ସ୍ନାନ ଅଟେ।
ਅਧਿਕ ਬਿਥਾਰੁ ਕਰਉ ਕਿਸੁ ਕਾਮਿ ॥ ଯଦି ମୁଁ ନାମ ତ୍ୟାଗ କରି ଅନ୍ୟ ଆଡମ୍ବର ଗ୍ରହଣ କରିଥାଏ, ସବୁ ବ୍ୟର୍ଥ ହୋଇଯାଏ।
ਨਰ ਨਾਰਾਇਣ ਅੰਤਰਜਾਮਿ ॥੩॥ କାରଣ ନାରାୟଣ ଅନ୍ତର୍ଯାମୀ ଅଟନ୍ତି||3||
ਆਨ ਮਨਉ ਤਉ ਪਰ ਘਰ ਜਾਉ ॥ ଯଦି ଭଗବାନଙ୍କ ବିନା ଅନ୍ୟ କାହାର ଶ୍ରଦ୍ଧା ଧାରଣ କରିଥାଏ, ମୁଁ ପର ହୋଇଯାଏ।
ਕਿਸੁ ਜਾਚਉ ਨਾਹੀ ਕੋ ਥਾਉ ॥ ମୁଁ ନାମର ଦାନ କାହାକୁ ମାଗିବି? ଭଗବାନଙ୍କ ବିନା ମୋ’ ପାଇଁ କୌଣସି ସ୍ଥାନ ନାହିଁ।
ਨਾਨਕ ਗੁਰਮਤਿ ਸਹਜਿ ਸਮਾਉ ॥੪॥੮॥ ହେ ନାନକ! ଗୁରୁଙ୍କ ଉପଦେଶ ଦ୍ଵାରା ସ୍ଵାଭାବିକ ଭାବରେ ସତ୍ୟରେ ରହିଥିବି||4||8||
ਗਉੜੀ ਮਹਲਾ ੧ ॥ ଗଉଡୀ ମହଲା 1॥
ਸਤਿਗੁਰੁ ਮਿਲੈ ਸੁ ਮਰਣੁ ਦਿਖਾਏ ॥ ଯଦି ସଦଗୁରୁ ମିଳିଯାନ୍ତି, ସେ ଜୀବିତ ଅବସ୍ଥାରେ ହିଁ ମୃତ୍ୟୁର ମାର୍ଗ ଦେଖାଇ ଦିଅନ୍ତି।
ਮਰਣ ਰਹਣ ਰਸੁ ਅੰਤਰਿ ਭਾਏ ॥ ଏହିପରି ମୃତ୍ୟୁ ପରେ ଜୀବିତ ରହିବାର ପ୍ରସନ୍ନତା ମନକୁ ଲାଳାୟିତ କରିଥାଏ।
ਗਰਬੁ ਨਿਵਾਰਿ ਗਗਨ ਪੁਰੁ ਪਾਏ ॥੧॥ ଅହଂକାରକୁ ଦୂର କରି ଦଶମ ଦ୍ଵାରା ପ୍ରାପ୍ତ କରାଯାଏ||1||
ਮਰਣੁ ਲਿਖਾਇ ਆਏ ਨਹੀ ਰਹਣਾ ॥ ମାନବ ଜୀବ ନିଜ ମୃତ୍ୟୁର ସମୟ ଲେଖାଇ ହିଁ ଦୁନିଆକୁ ଆସିଥାଏ ଏବଂ ସେ ଦୁନିଆରେ ଅଧିକ ସମୟ ନିବାସ କରିପାରେ ନାହିଁ।
ਹਰਿ ਜਪਿ ਜਾਪਿ ਰਹਣੁ ਹਰਿ ਸਰਣਾ ॥੧॥ ਰਹਾਉ ॥ ଏଥିପାଇଁ ମନୁଷ୍ୟକୁ ଦୁନିଆରେ ଆସି ହରିଙ୍କ ଜପ କରିବାକୁ ପଡିଥାଏ ଏବଂ ହରିଙ୍କ ଶରଣାଗତ ହେବା ଉଚିତ॥1॥ରୁହ॥
ਸਤਿਗੁਰੁ ਮਿਲੈ ਤ ਦੁਬਿਧਾ ਭਾਗੈ ॥ ଯଦି ସଦଗୁରୁ ମିଳିଯାନ୍ତି, ତାହାହେଲେ ସମସ୍ତ ଦ୍ଵିଧା ଦୂର ହୋଇଯାଏ।
ਕਮਲੁ ਬਿਗਾਸਿ ਮਨੁ ਹਰਿ ਪ੍ਰਭ ਲਾਗੈ ॥ ହୃଦୟ-କମଳ ପ୍ରଫୁଲ୍ଲିତ ହୋଇଯାଏ ଏବଂ ମନ ହରି-ପ୍ରଭୁଙ୍କ ସହିତ ଯୋଡି ହୋଇ ରହିଥାଏ।
ਜੀਵਤੁ ਮਰੈ ਮਹਾ ਰਸੁ ਆਗੈ ॥੨॥ ଯେଉଁ ବ୍ୟକ୍ତି ଅହଙ୍କାରର ନାଶ କରି ଜୀବିତ ରହିଥାଏ, ସେ ପରଲୋକରେ ନାମ ରୂପୀ ମହାରସର ପାନ କରିଥାଏ||2||
ਸਤਿਗੁਰਿ ਮਿਲਿਐ ਸਚ ਸੰਜਮਿ ਸੂਚਾ ॥ ସଦଗୁରୁଙ୍କ ମିଳନ ଦ୍ଵାରା ମନୁଷ୍ୟ ସତ୍ୟବାଦୀ, ତ୍ୟାଗୀ ଏବଂ ପବିତ୍ର ହୋଇଯାଏ।
ਗੁਰ ਕੀ ਪਉੜੀ ਊਚੋ ਊਚਾ ॥ ଗୁରୁଙ୍କ ମାର୍ଗ ଧର୍ମର ସିଡି ଅଟେ ଏବଂ ସେହି ସିଡି ଦ୍ଵାରା ମନୁଷ୍ୟ ସର୍ବୋଚ୍ଚ ଆତ୍ମିକ ଅବସ୍ଥା ପ୍ରାପ୍ତ କରିଥାଏ।
ਕਰਮਿ ਮਿਲੈ ਜਮ ਕਾ ਭਉ ਮੂਚਾ ॥੩॥ ସଦଗୁରୁ ଭଗବାନଙ୍କ କୃପାରୁ ହିଁ ମିଳିଥାନ୍ତି ଏବଂ ମୃତ୍ୟୁର ଭୟ ନାଶ ହୋଇଯାଏ||3||
ਗੁਰਿ ਮਿਲਿਐ ਮਿਲਿ ਅੰਕਿ ਸਮਾਇਆ ॥ ଗୁରୁଙ୍କ ମିଳନ ଦ୍ଵାରା ମନୁଷ୍ୟ ପ୍ରଭୁଙ୍କ ସହିତ ମିଳନ ହୋଇଯାଏ ଏବଂ ତାହାଙ୍କ କୋଳରେ ରହିଥାଏ।
ਕਰਿ ਕਿਰਪਾ ਘਰੁ ਮਹਲੁ ਦਿਖਾਇਆ ॥ ନିଜ କୃପା-ଦୃଷ୍ଟି କରି ଗୁରୁ ପ୍ରାଣୀକୁ ତାହାଙ୍କ ନିଜ ହୃଦୟ-ଘରେ ପ୍ରଭୁଙ୍କ ଆତ୍ମ-ସ୍ଵରୁପର ଦର୍ଶନ କରାଇ ଦେଇଥାନ୍ତି।
ਨਾਨਕ ਹਉਮੈ ਮਾਰਿ ਮਿਲਾਇਆ ॥੪॥੯॥ ହେ ନାନକ! ଗୁରୁ ପ୍ରାଣୀର ଅହଂକାରକୁ ନାଶ କରି ପରମେଶ୍ଵରଙ୍କ ସହିତ ମିଳାଇ ଦେଇଥାନ୍ତି||4||9||


© 2017 SGGS ONLINE
Scroll to Top