Guru Granth Sahib Translation Project

guru granth sahib odia page-152

Page 152

ਸਰਮ ਸੁਰਤਿ ਦੁਇ ਸਸੁਰ ਭਏ ॥ ଲଜ୍ଜା ଏବଂ ସୁରତି ଦୁଇଟି ମୋର ଶାଶୁ-ଶଶୁର ବନି ଯାଇଛନ୍ତି।
ਕਰਣੀ ਕਾਮਣਿ ਕਰਿ ਮਨ ਲਏ ॥੨॥ ସଦାଚାରଣକୁ ମୁଁ ମୋର ପତ୍ନୀ ବନାଇଛି। ॥2॥
ਸਾਹਾ ਸੰਜੋਗੁ ਵੀਆਹੁ ਵਿਜੋਗੁ ॥ ସତସଙ୍ଗ ମୋର ବିବାହର ସମୟ ଅଟେ ଆଉ ସଂସାରରୁ ଦୂର ହେବା ମୋର ବିବାହ ଅଟେ।
ਸਚੁ ਸੰਤਤਿ ਕਹੁ ਨਾਨਕ ਜੋਗੁ ॥੩॥੩॥ ହେ ନାନକ! ଏପରି ପ୍ରଭୁ ମିଳନରୁ ମୋର ଏହି ସତ୍ୟର ସନ୍ତାନ ଉତ୍ପନ୍ନ ହୋଇଛନ୍ତି ॥3॥
ਗਉੜੀ ਮਹਲਾ ੧ ॥ ଗଉଡି ମହଲା 1 ॥
ਪਉਣੈ ਪਾਣੀ ਅਗਨੀ ਕਾ ਮੇਲੁ ॥ ମାନବ-ଶରୀରର ରଚନା ପବନ, ଜଳ, ଏବଂ ଅଗ୍ନିର ମିଳନରୁ ହୋଇଛି।
ਚੰਚਲ ਚਪਲ ਬੁਧਿ ਕਾ ਖੇਲੁ ॥ ଏହି ଶରୀର ଚଞ୍ଚଳ ମନ ଏବଂ ଚତୁର ବୁଦ୍ଧି ଦ୍ଵାରା ବନା ହୋଇଥିବା ଏକ ଖେଳଣା ଅଟେ।
ਨਉ ਦਰਵਾਜੇ ਦਸਵਾ ਦੁਆਰੁ ॥ ଏହି ଶରୀର ସହିତ ଦୁଇଟି ଆଖି, ଦୁଇଟି କାନ, ଦୁଇଟି ନାକ, ପାଟି, ମଳଦ୍ୱାର ଏବଂ ନଅ ଫାଟକ ଲାଗି ରହିଛି ଏବଂ ଦଶମ ଦ୍ୱାର ଗୁପ୍ତ ଅଟେ |
ਬੁਝੁ ਰੇ ਗਿਆਨੀ ਏਹੁ ਬੀਚਾਰੁ ॥੧॥ ହେ ଜ୍ଞାନୀ! ଏହି ବିଚାରକୁ ବୁଝ ॥1॥
ਕਥਤਾ ਬਕਤਾ ਸੁਨਤਾ ਸੋਈ ॥ ଭଗବାନ ସ୍ଵୟଂ ହିଁ କୁହନ୍ତି,ଏବଂ ଶୁଣନ୍ତି।
ਆਪੁ ਬੀਚਾਰੇ ਸੁ ਗਿਆਨੀ ਹੋਈ ॥੧॥ ਰਹਾਉ ॥ ସେହି ବ୍ୟକ୍ତି ଜ୍ଞାନୀ ହୋଇଥାଏ ଯିଏ ନିଜ ଆତ୍ମିକ ଜୀବନକୁ ଭାବିଥାଏ ଓ ବୁଝିଥାଏ ॥1॥ରୁହ॥
ਦੇਹੀ ਮਾਟੀ ਬੋਲੈ ਪਉਣੁ ॥ ଏହି ଶରୀର ମାଟି ଅଟେ ଅଟେ ଆଉ ଏଥିରେ ପବନ କହିଥାଏ।
ਬੁਝੁ ਰੇ ਗਿਆਨੀ ਮੂਆ ਹੈ ਕਉਣੁ ॥ ହେ ଜ୍ଞାନୀ! ଏହି ତଥ୍ୟକୁ ବୁଝ ଯେ ସେ କିଏ ? ଯିଏ ପ୍ରାଣ ତ୍ୟାଗ କରିଛି ?
ਮੂਈ ਸੁਰਤਿ ਬਾਦੁ ਅਹੰਕਾਰੁ ॥ ଏହି ଶରୀର ଏବଂ ବିବାଦ କରୁଥିବା ଅହଂକାର ମରିଯାଇଛି।
ਓਹੁ ਨ ਮੂਆ ਜੋ ਦੇਖਣਹਾਰੁ ॥੨॥ ଭଗବାନଙ୍କ ଅଂଶ ଆତ୍ମା ମରେ ନାହିଁ ଯିଏ ଦୁନିଆ ରୂପୀ ଖେଳ ଦେଖିଥାଏ। ॥2॥
ਜੈ ਕਾਰਣਿ ਤਟਿ ਤੀਰਥ ਜਾਹੀ ॥ ଯେଉଁ ନାମ ରୂପୀ ରତ୍ନ ପଦାର୍ଥ ପାଇଁ ତୁମେ ତୀର୍ଥ ଯାଉଅଛ,
ਰਤਨ ਪਦਾਰਥ ਘਟ ਹੀ ਮਾਹੀ ॥ ସେହି ନାମ ରୂପୀ ଅମୂଲ୍ୟ ରତ୍ନ ତୋର ହୃଦୟରେ ହିଁ ବିଦ୍ୟମାନ ଅଛି।
ਪੜਿ ਪੜਿ ਪੰਡਿਤੁ ਬਾਦੁ ਵਖਾਣੈ ॥ ପଣ୍ଡିତ ଗ୍ରନ୍ଥ ପଢି ପଢି ପରସ୍ପର ବିବାଦ କରିଥାନ୍ତି
ਭੀਤਰਿ ਹੋਦੀ ਵਸਤੁ ਨ ਜਾਣੈ ॥੩॥ ପରନ୍ତୁ, ସେ ସେହି ନାମ ରୂପୀ ଅମୂଲ୍ୟ ବସ୍ତୁକୁ ଜାଣେ ନାହିଁ ଯିଏ ତାହାର ହୃଦୟରେ ଅଛନ୍ତି। ॥3।।
ਹਉ ਨ ਮੂਆ ਮੇਰੀ ਮੁਈ ਬਲਾਇ ॥ ମୁଁ ମାରି ନାହିଁ, ତେଣୁ, ମୋର ବିପଦ ଆଣିବା ବାଲା ଅଜ୍ଞାନତା ରୂପୀ ବଳ ମରିଯାଇଛି।
ਓਹੁ ਨ ਮੂਆ ਜੋ ਰਹਿਆ ਸਮਾਇ ॥ ସେହି ଆତ୍ମା ମାରି ନାହିଁ, ଯାହା ସବୁଙ୍କ ଠାରେ ଅଛି।
ਕਹੁ ਨਾਨਕ ਗੁਰਿ ਬ੍ਰਹਮੁ ਦਿਖਾਇਆ ॥ ହେ ନାନକ! ଗୁରୁ ମୋତେ ବ୍ରହ୍ମାଙ୍କ ଦର୍ଶନ କରାଇଛନ୍ତି।
ਮਰਤਾ ਜਾਤਾ ਨਦਰਿ ਨ ਆਇਆ ॥੪॥੪॥ ଆଉ ଏବେ ମୋତେ କେହି ମଧ୍ୟ ମାରିବା ଏବଂ ଜନ୍ମ ନେବା ଦେଖା ଦିଅନ୍ତି ନାହିଁ। ॥4॥4॥
ਗਉੜੀ ਮਹਲਾ ੧ ਦਖਣੀ ॥ ଗଉଡି ମହଲା 1 ଦକ୍ଷିଣୀ ॥
ਸੁਣਿ ਸੁਣਿ ਬੂਝੈ ਮਾਨੈ ਨਾਉ ॥ ਤਾ ਕੈ ਸਦ ਬਲਿਹਾਰੈ ਜਾਉ ॥ ଯେଉଁ ପ୍ରଭୁଙ୍କ ନାମକୁ ନିରନ୍ତର ଶୁଣି ସେ ବୁଝିବା ପ୍ରୟାସ କରିଥାଏ, ଏବଂ ଠହଉପରେ ଆସ୍ଥା ରଖିଥାଏ, ମୁଁ ସର୍ବଦା ତାହାଙ୍କ ଉପରେ ସମର୍ପିତ ଅଟେ।
ਆਪਿ ਭੁਲਾਏ ਠਉਰ ਨ ਠਾਉ ॥ ହେ ପ୍ରଭୁ! ଯାହାକୁ ତୁ ସ୍ଵୟଂ ବିସ୍ମୃତ କରି ଦେଇଥାଉ, ତାହାକୁ କେଉଁଠି ମଧ୍ୟ ସ୍ଥାନ ମିଳେ ନାହିଁ।
ਤੂੰ ਸਮਝਾਵਹਿ ਮੇਲਿ ਮਿਲਾਉ ॥੧॥ ତୁ ହିଁ ଜୀବକୁ ଜ୍ଞାନ ଦେଉ ଆଉ ପୁଣି ତାହାକୁ ଗୁରୁଙ୍କ ସହିତ ସାକ୍ଷାତ କରାଇ ନିଜ ସାଥିରେ ମିଳନ କରାଉ ॥1॥
ਨਾਮੁ ਮਿਲੈ ਚਲੈ ਮੈ ਨਾਲਿ ॥ ମୋର ଏହି କାମନା ଯେ ମୋତେ ନାମ ପ୍ରାପ୍ତ ହେଉ, ଯିଏ ମୋର ସାଥିରେ ପରଲୋକ ଯିବ।
ਬਿਨੁ ਨਾਵੈ ਬਾਧੀ ਸਭ ਕਾਲਿ ॥੧॥ ਰਹਾਉ ॥ ପ୍ରଭୁଙ୍କ ନାମ ବ୍ୟତୀତ ସାରା ଦୁନିଆ କାଳ ବନ୍ଧନରେ ରହିଛି ॥1॥ରୁହ॥
ਖੇਤੀ ਵਣਜੁ ਨਾਵੈ ਕੀ ਓਟ ॥ ମୋର କୃଷି ଓ ବ୍ୟାପାର ପ୍ରଭୁଙ୍କ ନାମର ଆଶ୍ରୟରେ ହିଁ ଅଛି।
ਪਾਪੁ ਪੁੰਨੁ ਬੀਜ ਕੀ ਪੋਟ ॥ ମନୁଷ୍ୟ ନିଜ ମୁଣ୍ଡ ଉପରେ ପାପ ଏବଂ ପୂଣ୍ୟ ରୂପୀ କର୍ମର ବିହନର ବୋଝ ବୋହିଥାଏ।
ਕਾਮੁ ਕ੍ਰੋਧੁ ਜੀਅ ਮਹਿ ਚੋਟ ॥ କାମ, କ୍ରୋଧ ପ୍ରାଣୀର ଅନ୍ତଃ ମନର ଘା ଅଟେ।
ਨਾਮੁ ਵਿਸਾਰਿ ਚਲੇ ਮਨਿ ਖੋਟ ॥੨॥ ମନ୍ଦ ନାମ ବାଲା ପ୍ରଭୁ ନାମକୁ ବିସ୍ମୃତ କରି ସଂସାରରୁ ଚାଲିଯାଏ ॥2॥
ਸਾਚੇ ਗੁਰ ਕੀ ਸਾਚੀ ਸੀਖ ॥ ସଚ୍ଚା ଗୁରୁଙ୍କ ଶିକ୍ଷା ସତ୍ୟ ଅଟେ।
ਤਨੁ ਮਨੁ ਸੀਤਲੁ ਸਾਚੁ ਪਰੀਖ ॥ ସତ୍ୟ ନାମର ଠିକ ମୂଲ୍ୟାଙ୍କନ ଜାଣିବା ଦ୍ଵାରା ତନ ଏବଂ ମନ ଶୀତଳ ହୋଇଯାଏ, ସଦଗୁରୁଙ୍କ ଏହି ପରୀକ୍ଷା ଯେ
ਜਲ ਪੁਰਾਇਨਿ ਰਸ ਕਮਲ ਪਰੀਖ ॥ ସେ ବିକାର ରୂପୀ ସ୍ଵାଦରୁ ନିର୍ଲିପ୍ତ ରହିଥାଏ ଯେପରି କମଳ ଫୁଲ ପଙ୍କରେ ନିର୍ଲିପ୍ତ ରହିଥାଏ।
ਸਬਦਿ ਰਤੇ ਮੀਠੇ ਰਸ ਈਖ ॥੩॥ ପ୍ରଭୁଙ୍କ ନାମରେ ମଗ୍ନ ହୋଇ ସେ ଆଖୁ ରସ ଭଳି ମିଠା ହୋଇଥାଏ। ॥3॥
ਹੁਕਮਿ ਸੰਜੋਗੀ ਗੜਿ ਦਸ ਦੁਆਰ ॥ ଏହି ଦଶ ଦ୍ଵାର ବାଲା ଶରୀର ରୂପୀ ଦୁର୍ଗ ପରମାତ୍ମାଙ୍କ ହୁକୁମରେ ବନାଇଛନ୍ତି।
ਪੰਚ ਵਸਹਿ ਮਿਲਿ ਜੋਤਿ ਅਪਾਰ ॥ ଏଥିରେ ଅପାର ପ୍ରଭୁଙ୍କ ଜ୍ୟୋତି ସାଥିରେ ମିଶି ପାଞ୍ଚ ଜ୍ଞାନ ଇନ୍ଦ୍ରିୟ ରହିଥାନ୍ତି।
ਆਪਿ ਤੁਲੈ ਆਪੇ ਵਣਜਾਰ ॥ ପରମାତ୍ମା ସ୍ଵୟଂ ହିଁ ବ୍ୟାପାରୀ ଅଟନ୍ତି ଆଉ ସ୍ଵୟଂ ହିଁ ତଉଲାହେବା ସଉଦା ଅଟନ୍ତି।
ਨਾਨਕ ਨਾਮਿ ਸਵਾਰਣਹਾਰ ॥੪॥੫॥ ହେ ନାନକ! ପରମାତ୍ମାଙ୍କ ନାମ ହିଁ ଜୀବର ଜୀବନ ସୁନ୍ଦର ବନାଇ ଥାଏ। ॥4॥5॥
ਗਉੜੀ ਮਹਲਾ ੧ ॥ ଗଉଡି ମହଲା 1 ॥
ਜਾਤੋ ਜਾਇ ਕਹਾ ਤੇ ਆਵੈ ॥ କଣ ଏହା ଜଣା ଯାଇପାରିବ ଯେ ଆତ୍ମା କେଉଁଠାରୁ ଆସିଛି?
ਕਹ ਉਪਜੈ ਕਹ ਜਾਇ ਸਮਾਵੈ ॥ ତାହା କେଉଁଠାରୁ ଉତ୍ପନ୍ନ ହୋଇଛି ଆଉ କେଉଁଠି ଯାଇ ମିଶିଯାଏ?
ਕਿਉ ਬਾਧਿਓ ਕਿਉ ਮੁਕਤੀ ਪਾਵੈ ॥ ତାହା କିଭଳି ମୋହ ମାୟାର ବନ୍ଧନରେ ଫସି ଯାଏ ଆଉ କିପରି ମୁକ୍ତି ପ୍ରାପ୍ତ କରିଥାଏ?
ਕਿਉ ਅਬਿਨਾਸੀ ਸਹਜਿ ਸਮਾਵੈ ॥੧॥ ତାହା କିଭଳି ସ୍ଵାଭାବିକ ଭାବରେ ଅବିନାଶୀ ପ୍ରଭୁଙ୍କ ସହିତ ଲୀନ ହୋଇଯାଏ?
ਨਾਮੁ ਰਿਦੈ ਅੰਮ੍ਰਿਤੁ ਮੁਖਿ ਨਾਮੁ ॥ ଯାହାର ହୃଦୟରେ ପରମାତ୍ମାଙ୍କ ନାମ ନିବାସ କରିଥାଏ ଆଉ ମୁହଁରୁ ମଧ୍ୟ ଅମୃତ ନାମ ଉଚ୍ଚାରିତ ହୋଇଥାଏ।
ਨਰਹਰ ਨਾਮੁ ਨਰਹਰ ਨਿਹਕਾਮੁ ॥੧॥ ਰਹਾਉ ॥ ସେ ନିଷ୍କାମ ହୋଇ ପ୍ରଭୁଙ୍କ ଅମୃତ ନାମ ଜପୁଥାଏ ଆଉ ସେ ଇଚ୍ଛା ରହିତ ହୋଇଯାଏ। ॥1॥ରୁହ॥
ਸਹਜੇ ਆਵੈ ਸਹਜੇ ਜਾਇ ॥ ମନୁଷ୍ୟ ସ୍ଵାଭାବିକ ଭାବରେ ଏହି ଦୁନିଆକୁ ଆସିଥାଏ ଆଉ ସ୍ଵାଭାବିକ ଭାବରେ ହିଁ ଦୁନିଆରୁ ଚାଲିଯାଏ, ଅର୍ଥାତ, ସେ ସ୍ଵାଭାବିକ ଭାବରେ ଜନ୍ମ ହୁଏ ଓ ମରିଥାଏ।
ਮਨ ਤੇ ਉਪਜੈ ਮਨ ਮਾਹਿ ਸਮਾਇ ॥ ମନ(ର ତୃଷ୍ଣା) ରୁ ତାହା ଉତ୍ପନ୍ନ ହୋଇଛି ଆଉ ମନ (ର ତୃଷ୍ଣା)ରେ ହିଁ ତାହା ଲୀନ ହୋଇଯାଏ।
ਗੁਰਮੁਖਿ ਮੁਕਤੋ ਬੰਧੁ ਨ ਪਾਇ ॥ ଗୁରୁମୁଖି ମୋହ ମାୟାର ବନ୍ଧନରୁ ମୋକ୍ଷ ପ୍ରାପ୍ତ କରିଥାଏ ଆଉ ସେ ସାଂସାରିକ ବନ୍ଧନରେ ପଡେ ନାହିଁ।
ਸਬਦੁ ਬੀਚਾਰਿ ਛੁਟੈ ਹਰਿ ਨਾਇ ॥੨॥ ସେ ଶବ୍ଦର ଚିନ୍ତନ କରିଥାଏ ଆଉ ପ୍ରଭୁ-ନାମ ଦ୍ଵାରା ମୁକ୍ତ ହୋଇଯାଏ ॥2॥
ਤਰਵਰ ਪੰਖੀ ਬਹੁ ਨਿਸਿ ਬਾਸੁ ॥ ବହତ ଗୁଡିଏ ପକ୍ଷୀ ରାତିରେ ଗଛ ଉପରେ ନିବାସ କରିଥାନ୍ତି।
ਸੁਖ ਦੁਖੀਆ ਮਨਿ ਮੋਹ ਵਿਣਾਸੁ ॥ କିଛି ସୁଖୀ ଥାଆନ୍ତି ଆଉ କିଛି ଦୁଃଖୀ। ମନର ମୋହ କାରଣରୁ ସେମାନେ ସବୁ ନାଶ ହୋଇଯାନ୍ତି।
ਸਾਝ ਬਿਹਾਗ ਤਕਹਿ ਆਗਾਸੁ ॥ ଯେତେବେଳେ ରାତି ଅତିବାହିତ ହୁଏ, ସେମାନେ ଆକାଶ ଆଡକୁ ଦେଖନ୍ତି।
ਦਹ ਦਿਸਿ ਧਾਵਹਿ ਕਰਮਿ ਲਿਖਿਆਸੁ ॥੩॥ ବିଧତାର ବିଧି ଅନୁସାରେ କର୍ମର କାରଣରୁ ସେମାନେ ଦଶ ଦିଗରେ ଉଡି ଯାଆନ୍ତି। ॥3॥


© 2025 SGGS ONLINE
error: Content is protected !!
Scroll to Top