Page 144
ਏਕ ਤੁਈ ਏਕ ਤੁਈ ॥੨॥
ହେ ଇଶ୍ଵର! ତୋର ବ୍ୟତୀତ ଅନ୍ୟ କେହି ସର୍ବଦା ସ୍ଥିର ନାହିଁ, ତିନି କାଳରେ ତୁ ହିଁ ସର୍ବଦା ସତ୍ୟ ଅଟୁ। ॥2॥
ਮਃ ੧ ॥
ମହଲା 1 ॥
ਨ ਦਾਦੇ ਦਿਹੰਦ ਆਦਮੀ ॥
ଜଗତରେ ଧାରିତ୍ରି ଉପରେ ଆକାଶର ସପ୍ତ ଲୋକ ସ୍ଥିର ନୁହେଁ, ଯେଉଁଠି ମନୁଷ୍ୟର କର୍ମର ନ୍ୟାୟ କରିବା ବାଲା ଦେବତା ରହିଥାନ୍ତି,
ਨ ਸਪਤ ਜੇਰ ਜਿਮੀ ॥
ଜମିର ତଳେ ସାତ ପାତାଳର ଲୋକ ମଧ୍ୟ ସ୍ଥିର ନୁହନ୍ତି, ଯେଉଁଠି ଦୈତ୍ୟ ରହିଥାଏ।
ਅਸਤਿ ਏਕ ਦਿਗਰਿ ਕੁਈ ॥
ସମସ୍ତେ କ୍ଷଣଭଙ୍ଗୁର ଅଟନ୍ତି, ହେ ପ୍ରଭୁ! କେବଳ ତୋ’ ବ୍ୟତୀତ ଅନ୍ୟ କେହି ଅମର ନାହାନ୍ତି।
ਏਕ ਤੁਈ ਏਕ ਤੁਈ ॥੩॥
ଏକ ତୁମେ ହିଁ ଅଛ, ଆଦିରୁ ମଧ୍ୟ ତୁମେ ହିଁ ଅଛ ଆଉ ଶେଷରେ ତୁମେ ହିଁ ରହିବ। ॥3॥
ਮਃ ੧ ॥
ମହଲା 1 ॥
ਨ ਸੂਰ ਸਸਿ ਮੰਡਲੋ ॥
ନା ସୂର୍ଯ୍ୟ ମଣ୍ଡଳ ନା ଚନ୍ଦ୍ର ମଣ୍ଡଳ,
ਨ ਸਪਤ ਦੀਪ ਨਹ ਜਲੋ ॥
ନା ହିଁ ସପ୍ତ ଦ୍ଵୀପ, ନା ହିଁ ସାଗର,
ਅੰਨ ਪਉਣ ਥਿਰੁ ਨ ਕੁਈ ॥
ନା ଶସ୍ୟ ଆଉ ପବନ କେହି ମଧ୍ୟ ସ୍ଥିର ନୁହେଁ।
ਏਕੁ ਤੁਈ ਏਕੁ ਤੁਈ ॥੪॥
ହେ ପ୍ରଭୁ! କେବଳ ତୁମେ ହିଁ ଅଛ, ତିନି କାଳରେ ଏକ ତୁମେ ହିଁ ଅଛ ॥4॥
ਮਃ ੧ ॥
ମହଲା 1 ॥
ਨ ਰਿਜਕੁ ਦਸਤ ਆ ਕਸੇ ॥
ଜଗତର ସମସ୍ତ ଜୀବଙ୍କ ଭୋଜନ ପଦାର୍ଥ ସେହି ପ୍ରଭୁଙ୍କ ବ୍ୟତୀତ ଅନ୍ୟ କାହାର ବଶରେ ନାହିଁ।
ਹਮਾ ਰਾ ਏਕੁ ਆਸ ਵਸੇ ॥
ଆମେ ସମସ୍ତଙ୍କୁ ଏକ ପ୍ରଭୁଙ୍କ ହିଁ ଆଶା ଅଛି।
ਅਸਤਿ ਏਕੁ ਦਿਗਰ ਕੁਈ ॥
ଅନ୍ୟ ସବୁ କ୍ଷଣଭଙ୍ଗୁର ଅଟେ, ହେ ପ୍ରଭୁ! ତୋ’ ବ୍ୟତୀତ ଅନ୍ୟ କେହି ସର୍ବଦା ସ୍ଥିର ନୁହେଁ।
ਏਕ ਤੁਈ ਏਕੁ ਤੁਈ ॥੫॥
ତିନି କାଳରେ ଏକ ତୁମେ ହିଁ ଅଛ ॥5॥
ਮਃ ੧ ॥
ମହଲା 1॥
ਪਰੰਦਏ ਨ ਗਿਰਾਹ ਜਰ ॥
ପକ୍ଷୀର ନିଜର ଘର ନାହିଁ ଆଉ ନା ସେମାନଙ୍କ ପାଖରେ ଧନ ଅଛି।
ਦਰਖਤ ਆਬ ਆਸ ਕਰ ॥
ସେମାନେ ବଞ୍ଚିବା ପାଇଁ ଜଳ ଏବଂ ବୃକ୍ଷ ଉପରେ ନିଜର ଆଶା ରଖିଥାନ୍ତି।
ਦਿਹੰਦ ਸੁਈ ॥
ତାହାଙ୍କୁ ମଧ୍ୟ ଆହାର ଦେବା ବାଲା ଏକ ପ୍ରଭୁ ହିଁ ଅଟନ୍ତି।
ਏਕ ਤੁਈ ਏਕ ਤੁਈ ॥੬॥
ହେ ପ୍ରଭୁ! ତିନି କାଳରେ ଏକ ତୁମେ ହିଁ ଅଛ, ଏକ ତୁମେ ହିଁ ଅଟଳ ଅଛ ॥6॥
ਮਃ ੧ ॥
ମହଲା 1 ॥
ਨਾਨਕ ਲਿਲਾਰਿ ਲਿਖਿਆ ਸੋਇ ॥
ହେ ନାନକ! ମନୁଷ୍ୟର କପାଳରେ ଲେଖା ପରମାତ୍ମା ଲେଖିଦେଇଛନ୍ତି,
ਮੇਟਿ ਨ ਸਾਕੈ ਕੋਇ ॥
ତାହାକୁ କେହି ମଧ୍ୟ ବନ୍ଦ କରିପାରିବେ ନାହିଁ।
ਕਲਾ ਧਰੈ ਹਿਰੈ ਸੁਈ ॥
ହେ ପ୍ରଭୁ!ଏକ ତୁ ହିଁ ଜୀବ ଠାରେ ପ୍ରାଣ-କଳାକୁ ଧାରଣ କରିଅଛୁ, ତୁ ହିଁ ତାହାକୁ ଫେରାଇ ନେଉ।
ਏਕੁ ਤੁਈ ਏਕੁ ਤੁਈ ॥੭॥
ହେ ଠାକୁର! ତିନି କାଳରେ ଏକ ତୁମେ ହିଁ ଅଛ, ଏକ ତୁ ହିଁ ଅନଶ୍ଵର ଅଟୁ। ॥7॥
ਪਉੜੀ ॥
ପଉଡି ॥
ਸਚਾ ਤੇਰਾ ਹੁਕਮੁ ਗੁਰਮੁਖਿ ਜਾਣਿਆ ॥
ହେ ଭଗବାନ! ତୋର ହୁକୁମ ସର୍ବଦା ସତ୍ୟ ଅଟେ ଆଉ ଏହାକୁ ଗୁରୁ ଦ୍ଵାରା ହିଁ ଜାଣି ପାରିବା।
ਗੁਰਮਤੀ ਆਪੁ ਗਵਾਇ ਸਚੁ ਪਛਾਣਿਆ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ଉପଦେଶ ଅନୁସାରେ ନିଜର ଅହଂକାରକୁ ତ୍ୟାଗ କରିଦେଇଛି, ସେ ଭଗବାନଙ୍କୁ ଜାଣି ପାରିଛି।
ਸਚੁ ਤੇਰਾ ਦਰਬਾਰੁ ਸਬਦੁ ਨੀਸਾਣਿਆ ॥
ହେ ପ୍ରଭୁ!ତୋର ଦରବାର ସତ୍ୟ ଅଟେ ଆଉ ତୋର ଶବ୍ଦ ତୋର ଦରବାରକୁ ଯିବା ପାଇଁ ନିଶାନ ଅଟେ।
ਸਚਾ ਸਬਦੁ ਵੀਚਾਰਿ ਸਚਿ ਸਮਾਣਿਆ ॥
ଯେଉଁ ବ୍ୟକ୍ତି ସତ୍ୟ ନାମକୁ ଚିନ୍ତନ କରିଥାଏ, ସେ ସତ୍ୟରେ ହିଁ ରହିଥାଏ।
ਮਨਮੁਖ ਸਦਾ ਕੂੜਿਆਰ ਭਰਮਿ ਭੁਲਾਣਿਆ ॥
ମନମୁଖ ସର୍ବଦା ମିଥ୍ୟା ଅଟେ ଆଉ ଭ୍ରମରେ ପଡି ପଥଭ୍ରଷ୍ଟ ହୋଇଥାଏ।
ਵਿਸਟਾ ਅੰਦਰਿ ਵਾਸੁ ਸਾਦੁ ਨ ਜਾਣਿਆ ॥
ମରଣ ପରେ ତାହାର ନିବାସ ବିଷ୍ଟାରେ ହିଁ ହୋଇଥାଏ, କାରଣ ନିଜ ଜୀବନରେ କେବେ ମଧ୍ୟ ନାମର ସ୍ଵାଦକୁ ଜାଣି ନଥାଏ , ଅର୍ଥାତ ସେମାନେ କେବେ ମଧ୍ୟ ନାମ ସ୍ମରଣ କରିନାହାନ୍ତି।
ਵਿਣੁ ਨਾਵੈ ਦੁਖੁ ਪਾਇ ਆਵਣ ਜਾਣਿਆ ॥
ନାମ ବିନା ସେମାନେ ବହୁତ ଦୁଃଖୀ ହୋଇଥାନ୍ତି, ଯୋନିର ଜନ୍ମ ମରଣ ଚକ୍ରରେ ପଡି ରହିଥାନ୍ତି।
ਨਾਨਕ ਪਾਰਖੁ ਆਪਿ ਜਿਨਿ ਖੋਟਾ ਖਰਾ ਪਛਾਣਿਆ ॥੧੩॥
ହେ ନାନକ! ଇଶ୍ଵର ସ୍ଵୟଂ ହିଁ ଏକ ବିଚାରପତି ଅଟନ୍ତି, ସେ ପାପୀ ଓ ଧର୍ମୀକୁ ଚିହ୍ନି ପାରନ୍ତି ॥13॥
ਸਲੋਕੁ ਮਃ ੧ ॥
ଶ୍ଳୋକ ମହଲା 1 ॥
ਸੀਹਾ ਬਾਜਾ ਚਰਗਾ ਕੁਹੀਆ ਏਨਾ ਖਵਾਲੇ ਘਾਹ ॥
ଯଦି ଭଗବାନଙ୍କ ଇଚ୍ଛା ହୋଇ ଥାନ୍ତା , ତାହାହେଲେ ସେ ସବୁ ବାଘ, ଚିଲ, ଛଞ୍ଚାଣ ଇତ୍ୟାଦି ମାଂସାହାରୀକୁ ଘାସ ଖୁଆନ୍ତେ।
ਘਾਹੁ ਖਾਨਿ ਤਿਨਾ ਮਾਸੁ ਖਵਾਲੇ ਏਹਿ ਚਲਾਏ ਰਾਹ ॥
ଯିଏ ଘାସ ଖାଇବା ବାଲା ପଶୁ ଅଟେ, ତାହାକୁ ମାଂସ ଖୁଆନ୍ତେ, ସେ ଜୀବକୁ ଏପରି ମାର୍ଗରେ ଚଳାଇ ଥାଆନ୍ତେ।
ਨਦੀਆ ਵਿਚਿ ਟਿਬੇ ਦੇਖਾਲੇ ਥਲੀ ਕਰੇ ਅਸਗਾਹ ॥
ସେ ନଦୀରେ ଶୁଖିଲା ଜମି ସୃଷ୍ଟି କରିଥାନ୍ତେ ଆଉ ମରୁଭୂମିରେ ସାଗର କରିଥାନ୍ତେ।
ਕੀੜਾ ਥਾਪਿ ਦੇਇ ਪਾਤਿਸਾਹੀ ਲਸਕਰ ਕਰੇ ਸੁਆਹ ॥
ତୁଚ୍ଛ ଜୀବକୁ ସାମ୍ରାଜ୍ୟ ଦେଇଥାନ୍ତେ ଆଉ ରାଜାଙ୍କ ସଶକ୍ତ ସେନାକୁ ବଧ କରି ପାଉଁଶ ବନାଇ ଥାଆନ୍ତେ।
ਜੇਤੇ ਜੀਅ ਜੀਵਹਿ ਲੈ ਸਾਹਾ ਜੀਵਾਲੇ ਤਾ ਕਿ ਅਸਾਹ ॥
ଜଗତରେ ଯେତେ ଜୀବ ଅଛନ୍ତି ଶ୍ଵାସ ନେଇ ବଞ୍ଚନ୍ତି, ଅର୍ଥାତ, ଯଦି ପରମାତ୍ମାଙ୍କ ଇଚ୍ଛା ହୁଏ ତାହାହେଲେ ସେ ଶ୍ଵାସ ବିନା ମଧ୍ୟ ଜୀବିତ ରଖିପାରିବେ।
ਨਾਨਕ ਜਿਉ ਜਿਉ ਸਚੇ ਭਾਵੈ ਤਿਉ ਤਿਉ ਦੇਇ ਗਿਰਾਹ ॥੧॥
ହେ ନାନକ! ଯେଉଁ ପ୍ରକାର ସତ୍ୟ ପ୍ରଭୁଙ୍କୁ ଭଲ ଲାଗିଥାଏ, ସେ ଜୀବକୁ ସେପରି ହିଁ ଆହାର ଦେଇଥାନ୍ତି। ॥1॥
ਮਃ ੧ ॥
ମହଲା 1 ॥
ਇਕਿ ਮਾਸਹਾਰੀ ਇਕਿ ਤ੍ਰਿਣੁ ਖਾਹਿ ॥
କିଛି ଜୀବ ମାଂସାହାରୀ ଅଛନ୍ତି, କିଛି ଜୀବ ଘାସ ଖାଆନ୍ତି,”
ਇਕਨਾ ਛਤੀਹ ਅੰਮ੍ਰਿਤ ਪਾਹਿ ॥
କିଛି ଜୀବ କିଛି ଜୀବ ଛତିଶ ପ୍ରକାର ସ୍ଵାଦିଷ୍ଟ ଭୋଜନ ଖାଇଥାନ୍ତି ଯେପରି ମନୁଷ୍ୟ,
ਇਕਿ ਮਿਟੀਆ ਮਹਿ ਮਿਟੀਆ ਖਾਹਿ ॥
କିଛି ଜୀବ ମାଟିରେ ରହି ମାଟି ଖାଇଥାନ୍ତି
ਇਕਿ ਪਉਣ ਸੁਮਾਰੀ ਪਉਣ ਸੁਮਾਰਿ ॥
କିଛି ଜୀବଙ୍କ ଆହାର ପବନ ଥାଏ,
ਇਕਿ ਨਿਰੰਕਾਰੀ ਨਾਮ ਆਧਾਰਿ ॥
କିଛି ଜୀବ ନିରଙ୍କାରଙ୍କ ପୂଜାରୀ ଅଟନ୍ତି ଆଉ ନାମ ହିଁ ତାହାଙ୍କ ଆଧାର ଅଟେ,
ਜੀਵੈ ਦਾਤਾ ਮਰੈ ਨ ਕੋਇ ॥
ଜୀବନ ଦାତା ପ୍ରଭୁ ସର୍ବଦା ଜୀବିତ ଅଟନ୍ତି, କେହି ଜୀବ ଭୋକିଲା ମରେ ନାହିଁ, କାରଣ ପ୍ରଭୁ ସବୁଙ୍କୁ ଆହାର ଦେଇଥାନ୍ତି।
ਨਾਨਕ ਮੁਠੇ ਜਾਹਿ ਨਾਹੀ ਮਨਿ ਸੋਇ ॥੨॥
ହେ ନାନକ! ଯିଏ ସେହି ପରମେଶ୍ଵରଙ୍କୁ ନିଜ ହୃଦୟରେ ବସାଏ ନାହିଁ, ସେ ମୋହ ମାୟା ଦ୍ଵାରା ଠକି ହୋଇଯାଏ। ॥2॥
ਪਉੜੀ ॥
ପଉଡି ॥
ਪੂਰੇ ਗੁਰ ਕੀ ਕਾਰ ਕਰਮਿ ਕਮਾਈਐ ॥
ଭାଗ୍ୟରୁ ହିଁ ପୂର୍ଣ୍ଣ ଗୁରୁଙ୍କ ସେବା କରାଯାଏ।
ਗੁਰਮਤੀ ਆਪੁ ਗਵਾਇ ਨਾਮੁ ਧਿਆਈਐ ॥
ଗୁରୁଙ୍କ ମତି ଦ୍ଵାରା ଆମେ ନିଜର ଅହଂକୁ ଦୂରେଇ ଦେଇ ଭଗବାନଙ୍କ ନାମର ଧ୍ୟାନ କରିବା ଉଚିତ।
ਦੂਜੀ ਕਾਰੈ ਲਗਿ ਜਨਮੁ ਗਵਾਈਐ ॥
ଧନ ଦୌଲତ ଅର୍ଜନ କାର୍ଯ୍ୟରେ ଲଗାଇ ଆମେ ଆମର ଅମୂଲ୍ୟ ଜୀବନ ବ୍ୟର୍ଥରେ ହରାଇ ଦେଉଛନ୍ତି।
ਵਿਣੁ ਨਾਵੈ ਸਭ ਵਿਸੁ ਪੈਝੈ ਖਾਈਐ ॥
ନାମ ବିନା ଆମର ବସ୍ତ୍ର ପିନ୍ଧିବା ଏବଂ ଭୋଜନ ଖାଇବା ବିଷ ଖାଇବା ସହିତ ସମାନ ଅଟେ।
ਸਚਾ ਸਬਦੁ ਸਾਲਾਹਿ ਸਚਿ ਸਮਾਈਐ ॥
ଏଣୁ, ସତ୍ୟନାମର ମହିମା ସ୍ତୁତି କରିବା ଦ୍ଵାରା ହିଁ ସତ୍ୟରେ ରହିପାରିବା।
ਵਿਣੁ ਸਤਿਗੁਰੁ ਸੇਵੇ ਨਾਹੀ ਸੁਖਿ ਨਿਵਾਸੁ ਫਿਰਿ ਫਿਰਿ ਆਈਐ ॥
ସଦଗୁରୁଙ୍କ ସେବା କରିବା ବିନା ମନୁଷ୍ୟ ସୁଖରେ ନିବାସ କରେ ନାହିଁ ଆଉ ସେ ବାରମ୍ବାର ଜନ୍ମ ହୋଇ ମରୁଥାଏ।
ਦੁਨੀਆ ਖੋਟੀ ਰਾਸਿ ਕੂੜੁ ਕਮਾਈਐ ॥
ମିଥ୍ୟା ସଂସାରରେ ପ୍ରାଣୀ ମିଥ୍ୟା କର୍ମ କରି ରହିଥାଏ।
ਨਾਨਕ ਸਚੁ ਖਰਾ ਸਾਲਾਹਿ ਪਤਿ ਸਿਉ ਜਾਈਐ ॥੧੪॥
ହେ ନାନକ! ନିର୍ମଳ ସତ୍ୟନାମ ଯଶୋଗାନ କରିବା ଦ୍ଵାରା ମନୁଷ୍ୟ ସତ୍ୟର ଦରବାରକୁ ସଂସାରରୁ ସମ୍ମାନପୂର୍ବକ ଯାଇଥାଏ।
ਸਲੋਕੁ ਮਃ ੧ ॥
ଶ୍ଳୋକ ମହଲା 1 ॥
ਤੁਧੁ ਭਾਵੈ ਤਾ ਵਾਵਹਿ ਗਾਵਹਿ ਤੁਧੁ ਭਾਵੈ ਜਲਿ ਨਾਵਹਿ ॥
ହେ ଭଗବାନ! ତୋତେ ଯେତେବେଳେ ଭଲ ଲାଗିଥାଏ, ସେତେବେଳେ ମନୁଷ୍ୟ ସଙ୍ଗୀତ ବାଜା ବାଯାଇଥାଏ, ତୋର ଇଛାହେଲେ ସେ ଜଳରେ ସ୍ନାନ କରିଥାଏ।